1. ITNS 288N କଣ ?

ଆୟ କର ଅଧିନିୟମ 2025 ଅଧୀନରେ ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର ଓ ମୂଲ୍ୟାୟନ ଦାବିର ଦେୟ ପୈଠ କରିବା ପାଇଁ ITNS 288N ଚାଲାଣ ଫର୍ମ ବ୍ୟବହାର ହୁଏ ।

2. କେଉଁ କେଉଁ ମୁଖ୍ୟ ଓ ଲଘୁ ଶୀର୍ଷକଗୁଡ଼ିକ ITNS 288Nରେ ଅନ୍ତର୍ଭୁକ୍ତ?

ମୁଖ୍ୟ ଶୀର୍ଷକ:
-ନିଗମ କର (0020)
-ଆୟକର (କମ୍ପାନୀ ବ୍ୟତୀତ ଅନ୍ୟାନ୍ୟ) (0021)
ଲଘୁ ଶୀର୍ଷକ :
-ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର (311)
-ଯେପରି ବ୍ଲକ୍ ଅବଧି ପାଇଁ ସନ୍ଧାନ ମୂଲ୍ୟାୟନ ଉପରେ କର ଭାବରେ ଦାବିଭିତ୍ତିକ ପୈଠ (411)

3. 01/04/2026 ଠାରୁ ବଳବତ୍ତର ହେଉଥିବା ଆରମ୍ଭ ହୋଇଥିବା ସନ୍ଧାନଗୁଡ଼ିକ ପାଇଁ କେଉଁ ଆୟ କର ଅଧିନିୟମ ପ୍ରଯୁଜ୍ୟ ହେବ ?

ଯଦି ୟୁଜର୍ 01/04/2026 ଠାରୁ ବଳବତ୍ତର ହେଉଥିବା ଆରମ୍ଭ ହୋଇଥିବା ସନ୍ଧାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ବ୍ଲକ୍ ଅବଧି ବାବଦକୁ କର ପୈଠ କରିବାକୁ ଚାହାନ୍ତି, ତେବେ ଆୟ କର ଅଧିନିୟମ, 2025 ପ୍ରଯୁଜ୍ୟ ହେବ ନଚେତ୍ ଦୟାକରି ଆୟ କର ଅଧିନିୟମ 1961 ଚୟନ କରନ୍ତୁ । ଆର୍ଥିକ ବର୍ଷ 2026-27ରେ ଆରମ୍ଭ ହୋଇଥିବା ସନ୍ଧାନ ପାଇଁ ପ୍ରାଥମିକ କର ବର୍ଷ 2020 ହେବ ।

4. ଆୟକର ପୈଠ ପାଇଁ ITNS 288Nକୁ ମୁଁ କେଉଁଠାରେ ଆକ୍ସେସ୍ କରିପାରିବି?

ଲଗ୍‌ଇନ୍ ପରବର୍ତ୍ତୀ:
ଇ-ଫାଇଲ୍ →କର ଇ-ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟକର ନିୟମ ଚୟନ କରନ୍ତୁ → ନୂତନ ପୈଠ → ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର (311) ଓ ବ୍ଲକ୍ ଅବଧି ପାଇଁ ସନ୍ଧାନ ମୂଲ୍ୟାୟନ ଉପରେ କର ଭାବରେ ଦାବିଭିତ୍ତିକ ପୈଠ (411) ଟାଇଲ୍
ପ୍ରାକ୍ ଲଗ୍‌ଇନ୍‌ :
ଡ୍ୟାଶବୋର୍ଡ → ଶିଘ୍ର ଲିଙ୍କ୍‌ରେ ଇ-ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟକର ଅଧିନିୟମ ଚୟନ କରନ୍ତୁ → PAN ଓ ମୋବାଇଲ ନମ୍ବର ଇନ୍‌ପୁଟ୍‌ ସ୍କ୍ରିନ୍ → OPT ଯାଞ୍ଚ କରନ୍ତୁ → ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର (311) ଟାଇଲ୍

5. ITNS 288N ବ୍ୟବହାର କରି କରାଯାଇଥିବା ପୈଠ କେବଳ ପ୍ରାଥମିକ କର ବର୍ଷ ପାଇଁ ପ୍ରଯୁଜ୍ୟ କିମ୍ବା ଏହା ସମଗ୍ର ବ୍ଲକ୍ ଅବଧି ପାଇଁ ପ୍ରଯୁଜ୍ୟ ?

ITNS 288N ବ୍ୟବହାର କରି ଦେୟ ପୈଠ କରିବା ସମଗ୍ର ବ୍ଲକ୍ ଅବଧି ପାଇଁ ପ୍ରଯୁଜ୍ୟ ଏବଂ ଏହା କେବଳ ଚାଲାଣରେ ପ୍ରବେଶ ହୋଇଥିବା ପ୍ରାଥମିକ କର ବର୍ଷକୁ ସୂଚିତ କରେ ନାହିଁ ।

6. ସନ୍ଧାନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ (ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି) ମାମଲାରେ ବ୍ଲକ୍ ଅବଧି ପାଇଁ ପ୍ରାଥମିକ କର ବର୍ଷ କଣ ହେବ ?

ଚାଲାଣର ଶୀର୍ଷରେ 'ବ୍ଲକ୍ ଅବଧିର ପ୍ରାଥମିକ କର ବର୍ଷ' ପ୍ରବେଶ କରାଯିବ, ଯାହାକି ସୁସଙ୍ଗତ ବ୍ଲକ୍ ଅବଧିକୁ ଅନ୍ତର୍ଭୁକ୍ତ କରି ପ୍ରାଥମିକ କର ବର୍ଷ ସମ୍ପର୍କିତ ହେବ । ଉଦାହରଣସ୍ୱରୂପ,
ଯଦି ଏକ ସନ୍ଧାନର ଆରମ୍ଭ ତାରିଖ 20/04/2026 ହୁଏ ଓ ସେହି ସନ୍ଧାନର ପ୍ରାଧିକରଣର ଶେଷର ସମ୍ପାଦନ ତାରିଖ 15/05/2026 ହୁଏ, ତେବେ ବ୍ଲକ ଅବଧି 01/04/2026 ଠାରୁ 15/05/2026 ହେବ ଓ "ବ୍ଲକ୍ ଅବଧିର ପ୍ରାଥମିକ କର ବର୍ଷ" 2020 ହେବ ଓ ଯାହା ଚାଲାଣର ଶୀର୍ଷ ଡାହାଣ କୋଣରେ ପୂରଣ କରାଯିବ ।

7. ଆବେଦନ ଦେୟ ଜମା କରିବା ପାଇଁ, କେଉଁ ଅଂଶଟି ବ୍ୟବହାର କରାଯିବା ଉଚିତ୍ ?

ଯଦି ଆବେଦନ ଦେୟ ଜମା ହୋଇଛି, ତେବେ 'ପୈଠର ବିବରଣୀ' ଅଧୀନରେ 'ଅନ୍ୟାନ୍ୟ'ରେ ସେପରି ପରିମାଣକୁ ପ୍ରବେଶ କରନ୍ତୁ

8. ଏକାଧିକ ପ୍ରକାରର ପୈଠ ପାଇଁ ଗୋଟିଏ ଚାଲାଣ ବ୍ୟବବାର କରାଯାଇ ପାରିବ କି ?

 ନା, ଏକାଧିକ ପ୍ରକାରର ପୈଠ ପାଇଁ ଗୋଟିଏ ଚାଲାଣ ବ୍ୟବହାର କରାଯାଇପାରିବ ନାହିଁ । ଆପଣ ପ୍ରତ୍ୟେକ ପ୍ରକାରର ପୈଠ ପାଇଁ ପୃଥକ୍ ଚାଲାଣ ସୃଷ୍ଟି କରିବା ଆବଶ୍ୟକ ହୋଇଥାଏ:
a) ଏକକ ଚାଲଣ ବ୍ୟବହାର କରନ୍ତୁ:
କର, ଅଧିକର ଓ ଶୁକ୍ଳ
b) ପ୍ରତିଟି ପାଇଁ ପୃଥକ୍ ଚାଲାଣ ବ୍ୟବହାର କରନ୍ତୁ:
ସୁଧ
ଜୋରିମାନା
ଅନ୍ୟାନ୍ୟ (ନିବେଦନ ଦେୟ, ଇତ୍ୟାଦି)

9. ମୁଁ କିପରି ବ୍ଲକ୍ ମୂଲ୍ୟାୟନ ସହିତ ସମ୍ପର୍କିତ ଦାବିର ପୈଠ କରିପାରିବି ?

ବ୍କକ୍ ମୂଲ୍ୟାୟନ ଅଧୀନରେ ଉତ୍ଥାପିତ ହୋଇଥିବା ଏକ ଦାବିକୁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରି ପୈଠ କରାଯାଇପାରିବ ଓ ଇ-ଫାଇଲ୍ → କର ଇ-ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟ କର ଅଧିନିୟମ ଚୟନ କରନ୍ତୁ → ନୂତନ ପୈଠ → ଦାବିଭିତ୍ତିକ ଦେୟ ଯେପରି "ବ୍ଲକ୍ ଅବଧି ପାଇଁ ସନ୍ଧାନ ମୂଲ୍ୟାୟନ ଉପରେ କର (411)"କୁ ନେଭିଗେଟ୍ କରି କର ପୈଠ କରାଯାଇ ପାରିବ । ଏପରି ପୈଠ ପାଇଁ ଏକ DRN (ଦାବି ସନ୍ଦର୍ଭ ସଂଖ୍ୟା) ଅନିବାର୍ଯ୍ୟ । ଯେତେବେଳେ DRN ସହିତ ପୈଠ କରୁଛନ୍ତି, ସୁସଙ୍ଗତ ବର୍ଷ ପାଇଁ ପୈଠ ସ୍କ୍ରିନ୍ ରେ 'DRN' ବିକଳ୍ପ ଚୟନ କରନ୍ତୁ । ଥରେ ଚୟନ ହେଲା ପରେ, ସମ୍ପୃକ୍ତ ଦାବିର ବିବରଣୀକୁ ସିଷ୍ଟମ୍ ସ୍ୱତଃସ୍ଫୃତ ଭାବରେ ପୁନଃପ୍ରାପ୍ତ କରିନେବ ଓ ଆପଣଙ୍କୁ ପୈଠ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରିବ, ଯେଉଁଠାରେ ଆପଣ ଏହି ପୈଠ ସମ୍ପୂର୍ଣ୍ଣ କରିପାରିବେ ।

10. ବ୍ଲକ୍ ମୂଲ୍ୟାୟନ ପରିପ୍ରେକ୍ଷୀରେ 'ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି' ଓ 'ଅନ୍ୟ ବ୍ୟକ୍ତି'ର ଅର୍ଥ କଣ ?

'ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି' ହେଉଛନ୍ତି, ଯେଉଁ ବ୍ୟକ୍ତିଙ୍କୁ ଧାରା 247 ଅଧୀନରେ ସନ୍ଧାନ କରାଯାଇଛି କିମ୍ବା ତାଙ୍କର ଲେଖା ଖାତା କିମ୍ବା ଅନ୍ୟ ଦଲିଲ କିମ୍ବା କୌଣସି ସମ୍ପତ୍ତି ଧାରା 248 ଅଧୀନରେ ଅଧିଗ୍ରହଣ ହୋଇଥିବ । ଯେତେବେଳେ କି 'ଭିନ୍ନ ବ୍ୟକ୍ତି' ହେଉଛନ୍ତି, ସନ୍ଧାନ କରାଯାଇଥିବା ବ୍ୟକ୍ତିଙ୍କ ବ୍ୟତୀତ (ନିର୍ଦ୍ଦିଷ୍ଟ ହୋଇଥିବା ବ୍ୟକ୍ତି) ଜଣେ ବ୍ୟକ୍ତି ଯାହାଙ୍କ ଦଲିଲ, ଲେଖା ଖାତା, କିମ୍ବା ସମ୍ପତ୍ତି, ଏହି ସଂପର୍କରେ ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି କିମ୍ବା ଧାରା 248 ଅଧୀନରେ ଅଧିଗ୍ରହଣ ହୋଇଥିବା ସମ୍ପତ୍ତି ସନ୍ଧାନ ସମୟରେ ମିଳିଥାଏ ।

11. ବ୍ଲକ୍ ମୂଲ୍ୟାୟନ ପାଇଁ 'ଅନ୍ୟ ବ୍ୟକ୍ତି' ପରିପ୍ରେକ୍ଷୀରେ ପୈଠ କରିବା ପାଇଁ ଉପଯୁକ୍ତ ପ୍ରାଥମିକ କର ବର୍ଷ କଣ ହେବ ?

'ଅନ୍ୟ ବ୍ୟକ୍ତି' ଯେଉଁଠି ଅପ୍ରକାଶିତ ଆୟ କେବଳ ଅବଧିକୁ ସମ୍ପୃକ୍ତ କରେ––
(A)(i) ସନ୍ଧାନ କିମ୍ବା ଆବେଦନର ଆରମ୍ଭ ବର୍ଷର ଠିକ୍ ପୂର୍ବବର୍ତ୍ତୀ ବର୍ଷରୁ ଆରମ୍ଭ ହୋଇଥିବା କର ବର୍ଷରୁ (ନିର୍ଦ୍ଦିଷ୍ଟ ହୋଇଥିବା ବର୍ଷକୁ ସନ୍ଦର୍ଭିତ କରେ)ଆରମ୍ଭ ହୁଏ; ଏବଂ 
(ii) ସନ୍ଧାନ କିମ୍ବା ଆବେଦନ କରିବାର ଆରମ୍ଭର ତାରିଖ ଦିନ ଶେଷ ହେବା, ତା'ପରେ ଧାରା 301(a)ର ବିଧାନ ନିର୍ବିଶେଷରେ, ସେପରି ଅନ୍ୟ ବ୍ୟକ୍ତିଙ୍କ ପାଇଁ ବ୍ଲକ୍ ଅବଧି ନିର୍ଦ୍ଦିଷ୍ଟ କରାଯାଇଥିବା ବର୍ଷ ପାଇଁ ଗଠିତ ହେବଏବଂ ଏହି ଅବଧି କର ବର୍ଷର 1 ଏପ୍ରିଲ୍ ଠାରୁ ଆରମ୍ଭ ହୋଇ ଯେଉଁ ସମୟରେ ସନ୍ଧାନ ଆରମ୍ଭ ହୋଇଥିଲା କିମ୍ବା ଆବେଦନ କରାଯାଇଥିଲା ତାହାଠାରୁ ସେପରି ସନ୍ଧାନ କିମ୍ବା ଆବେଦନର ପ୍ରାଧିକରଣର ସମ୍ପାଦନର ଶେଷ ତାରିଖରେ ଶେଷ ହେବ:
(B) ଯେଉଁଠାରେ ଅନ୍ୟ ବ୍ୟକ୍ତିଙ୍କର ଅପ୍ରକାଶିତ ଆୟ ନିର୍ଦ୍ଦିଷ୍ଟ ବର୍ଷର ପୂର୍ବବର୍ତ୍ତୀ ପାଞ୍ଚଟି ବର୍ଷ ମଧ୍ୟରୁ ଗୋଟିଏ କର ବର୍ଷ ସହିତ ସମ୍ପର୍କିତ ହୋଇଥାଏ, ତେବେ ଧାରା 301(a) ବିଧାନ ଅନୁଯାୟୀ, ସେପରି ଅନ୍ୟ ବ୍ୟକ୍ତିଙ୍କ ବ୍ଲକ୍ ଅବଧି କେବଳ ସେହି ଏକକ କର ବର୍ଷକୁ ନେଇ ଗଠିତ ହେବ ।
(C) ଯଦି କୌଣସି ପରିସ୍ଥିତିରେ ଉପର ଉଲ୍ଲେଖିତ ନିୟମ ଅଧୀନରେ ଆସୁନାହାନ୍ତି, ବ୍ଲକ୍ ଅବଧିର ପ୍ରାଥମିକ କର ବର୍ଷ ସନ୍ଧାନ ହୋଇଥିବା ବ୍ୟକ୍ତି (ନିର୍ଦ୍ଦିଷ୍ଟ ହୋଇଥିବା ବ୍ୟକ୍ତି) ପାଇଁ ଥିବା ଅବଧି ସହିତ ସମାନ ହେବ ।