EVC ସୃଷ୍ଟି କରିବା ସମ୍ବନ୍ଧିତ ଉପଭୋକ୍ତା ମାନୁଆଲ୍

1. ସଂକ୍ଷିପ୍ତ ବିବରଣୀ

ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ କୋଡ୍ (EVC) ସୃଷ୍ଟି କରନ୍ତୁ ସେବା କେବଳ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ବ୍ୟକ୍ତିଗତ ୟୁଜର୍ ମାନଙ୍କ ପାଇଁ ଉପଲବ୍ଧ। ଏହି ସେବା ମାଧ୍ୟମରେ ଆପଣ EVC ଜେନେରେଟ୍‌ କରିପାରିବେ। ଏହି ସେବା ଆପଣଙ୍କୁ ନିମ୍ନଲିଖିତ କାର୍ଯ୍ୟ କରିବାକୁ ସୁବିଧା ପ୍ରଦାନ କରେ:

  • କୌଣସି ଦାଖଲ ହୋଇଥିବା ବସ୍ତୁର ଇ-ଯାଞ୍ଚ କରନ୍ତୁ (ବୈଧାନିକ ଫର୍ମଗୁଡିକ, ଆୟକର ରିଟର୍ଣ୍ଣ ଇତ୍ୟାଦି)
  • ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରନ୍ତୁ
  • ପାସ୍‌ୱାର୍ଡ ରିସେଟ୍‌ କରନ୍ତୁ

2. ଏହି ସେବାକୁ ଉପଲବ୍ଧ କରିବା ପାଇଁ ପୂର୍ବାବଶ୍ୟକତା

  • ବୈଧ ୟୁଜର୍ ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ବ୍ୟକ୍ତିଗତ କରଦାତା ଭାବେ ପଞ୍ଜୀକୃତ ୟୁଜର୍
  • ଇ-ଫାଇଲିଂ ପୋର୍ଟାଲରେ ବୈଧୀକୃତ ଏବଂ EVC-ସକ୍ଷମ ବ୍ୟାଙ୍କ ଆକାଉଣ୍ଟ (ବ୍ୟାଙ୍କ ଆକାଉଣ୍ଟ ବିକଳ୍ପ ପାଇଁ)
  • ଇ-ଫାଇଲିଂ ପୋର୍ଟାଲରେ ବୈଧୀକୃତ ଏବଂ EVC-ସକ୍ଷମ ଡିମାଟ୍ ଆକାଉଣ୍ଟ (ଡିମାଟ୍ ଆକାଉଣ୍ଟ ବିକଳ୍ପ ପାଇଁ)
  • PAN ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ (ନେଟ୍‌ବ୍ୟାଙ୍କିଙ୍ଗ ବିକଳ୍ପ ପାଇଁ)
  • ବୈଧ ଡେବିଟ୍ କାର୍ଡ (ବ୍ୟାଙ୍କ ATM ବିକଳ୍ପ ପାଇଁ)

3.ସୋପାନ ଅନୁଯାୟୀ ମାର୍ଗଦର୍ଶିକା

ସୋପାନ 1: ଆପଣଙ୍କ ୟୁଜର୍ ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।

Data responsive

 

ସୋପାନ 2:ଡ୍ୟାସ୍‌ବୋର୍ଡରେ, ସେବାଗୁଡିକ > EVC ଜେନେରେଟ୍‌ କରନ୍ତୁ ଉପରେ କ୍ଲିକ କରନ୍ତୁ।

Data responsive

 


ସୋପାନ 3: EVC ଜେନେରେଟ୍‌ କରନ୍ତୁ ପୃଷ୍ଠାରେ, ଆପଣ କିପରି ଇଲେକ୍ଟ୍ରୋନିକ୍ ସତ୍ୟାପନ କୋଡ୍ (EVC) ଜେନେରେଟ୍‌ କରିବାକୁ ଚାହୁଁଛନ୍ତି? ଚୟନ କରନ୍ତୁ।

ଆପଣ ନିମ୍ନଲିଖିତ ଉପାୟରେ EVC ଜେନେରେଟ୍‌ କରିପାରିବେ:

ନେଟ୍‌ବ୍ୟାଙ୍କିଙ୍ଗ ଧାରାକୁ ଅନୁସରଣ କରନ୍ତୁ3.1
ବ୍ୟାଙ୍କ ଆକାଉଣ୍ଟ ଧାରାକୁ ଅନୁସରଣ କରନ୍ତୁ3.2
ଡିମାଟ୍ ଆକାଉଣ୍ଟ ଧାରାକୁ ଅନୁସରଣ କରନ୍ତୁ3.3
Data responsive


3.1 ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ EVC ଜେନେରେଟ୍ କରିବା

ସୋପାନ 1:EVC ଜେନେରେଟ୍ କରନ୍ତୁ ପୃଷ୍ଠାରେ ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ବିକଳ୍ପକୁ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 2:ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଇ-ଫାଇଲିଂ ଲଗ୍‌ଇନ୍‌ ପୃଷ୍ଠାରେ ବ୍ୟାଙ୍କର ନାମ ଚୟନ କରନ୍ତୁ।
 

Data responsive


ଟିପ୍ପଣୀ: ଆପଣଙ୍କ ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ଲଗ୍‌ଇନ୍‌ ପୃଷ୍ଠା ପ୍ରଦର୍ଶିତ ହେଲେ, ଆପଣ ଇ-ଫାଇଲିଂ ପୋର୍ଟାଲରୁ ଲଗ୍ଆଉଟ୍ ହୋଇଯିବେ।

ସୋପାନ 3: ଆପଣଙ୍କ ବ୍ୟାଙ୍କର ନେଟ୍ ବ୍ୟାଙ୍କିଙ୍ଗ ଲଗ୍‌ଇନ୍‌ ପୃଷ୍ଠାରେ, ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଆପଣଙ୍କ ୟୁଜର୍ ନେମ୍ ଏବଂ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ।

ସୋପାନ 4: ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ ୱେବ୍‌ସାଇଟ୍‌ରେ, ଇ-ଫାଇଲିଂ ପୋର୍ଟାଲକୁ ଲଗ୍‌ଇନ୍ କରିବା ପାଇଁ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: ଆପଣ ନେଟ୍ ବ୍ୟାଙ୍କିଙ୍ଗ ୱେବ୍‌ସାଇଟ୍‌ରୁ ଲଗ୍ଆଉଟ୍ ହୋଇଯିବେ ଏବଂ ଆପଣଙ୍କ ଇ-ଫାଇଲିଂ ଆକାଉଣ୍ଟରେ ଲଗ୍‌ଇନ୍ ହୋଇଯିବେ।

ସୋପାନ 5: ଆପଣଙ୍କ ଡ୍ୟାସ୍‌ବୋର୍ଡ ରେ ସେବାଗୁଡିକ > EVC ଜେନେରେଟ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ଜେନେରେଟ୍ ହୋଇଥିବା EVC, ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ IDକୁ ପଠାଯିବ ଏବଂ ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହେବ।

Data responsive


3.2. ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ EVC ଜେନେରେଟ୍ କରିବା

ସୋପାନ 1: EVC ଜେନେରେଟ୍ କରନ୍ତୁ ପୃଷ୍ଠାରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ବିକଳ୍ପକୁ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହେବ ଏବଂ ବ୍ୟାଙ୍କ ଦ୍ୱାରା ସତ୍ୟାପିତ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ IDକୁ EVC ପଠାଯିବ।

Data responsive


ଟିପ୍ପଣୀ:

  • ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ EVC ବିକଳ୍ପ କେବଳ ସେହି କ୍ଷେତ୍ରରେ ଜେନେରେଟ୍ କରାଯାଇପାରିବ, ଯେତେବେଳେ ଯୋଡ଼ାଯାଇଥିବା ବ୍ୟାଙ୍କ ଆକାଉଣ୍ଟଟି ବୈଧୀକୃତ ଏବଂ EVC-ସକ୍ଷମ ହୋଇଥାଏ।
  • କେବଳ ବ୍ୟାଙ୍କ ଦ୍ୱାରା ସତ୍ୟାପିତ ହେବା ପରେ ଆପଣଙ୍କ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ IDକୁ EVC ପଠାଯିବ।


3.3. ଡିମାଟ୍ ଆକାଉଣ୍ଟ ମାଧ୍ୟମରେ EVC ଜେନେରେଟ୍ କରିବା

ସୋପାନ 1: EVC ଜେନେରେଟ୍ କରନ୍ତୁ ପୃଷ୍ଠାରେ ଡିମାଟ୍ ଆକାଉଣ୍ଟ ମାଧ୍ୟମରେ ବିକଳ୍ପକୁ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହେବ ଏବଂ NSDL/CDSL ଦ୍ୱାରା ସତ୍ୟାପିତ ଆପଣଙ୍କ ମୋବାଇଲ୍ ନମ୍ବର ଓ ଇ-ମେଲ୍ ID କୁ EVC ପଠାଯିବ।

Data responsive


ଟିପ୍ପଣୀ:

  • ଡିମାଟ୍ ଆକାଉଣ୍ଟ ମାଧ୍ୟମରେ EVC ବିକଳ୍ପ କେବଳ ସେହି କ୍ଷେତ୍ରରେ ଜେନେରେଟ୍ କରାଯାଇପାରିବ, ଯେତେବେଳେ ଯୋଡ଼ାଯାଇଥିବା ଡିମାଟ୍ ଆକାଉଣ୍ଟଟି ବୈଧୀକୃତ ଏବଂ EVC-ସକ୍ଷମ ହୋଇଥାଏ।
  • କେବଳ ବ୍ୟାଙ୍କ ଦ୍ୱାରା ସତ୍ୟାପିତ ହେବା ପରେ ଆପଣଙ୍କ ମୋବାଇଲ୍ ନମ୍ବର କିମ୍ବା ଇ-ମେଲ୍ IDକୁ EVC ପଠାଯିବ।

4. ସମ୍ପର୍କିତ ବିଷୟଗୁଡ଼ିକ

  • ଲଗ୍‌ଇନ୍‌ କରନ୍ତୁ
  • ଡ୍ୟାସ୍‌ବୋର୍ଡ
  • ଇ-ଯାଞ୍ଚ କିପରି କରିବେ
  • ମୋ ବ୍ୟାଙ୍କ ଆକାଉଣ୍ଟ
  • ମୋ ଡିମାଟ୍ ଆକାଉଣ୍ଟ
  • ତାତ୍‌କ୍ଷଣିକ ଇ-PAN