ଆୟ ଓ କର ଆକଳନକାରୀ ଉପଭୋକ୍ତା ମାନୁଆଲ୍
1.ସମୀକ୍ଷା
ଆୟ ଏବଂ କର ଆକଳନ ସେବା ମାଧ୍ୟମରେ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଉପଭୋକ୍ତାମାନେ ସେମାନଙ୍କର ଆନୁମାନିକ କର ହିସାବ କରିପାରିବେ। ଏହି ସେବାଟି ଆୟକର ଅଧିନିୟମ, ଆୟକର ନିୟମାବଳୀ ଏବଂ ସରକାରୀ ବିଜ୍ଞପ୍ତିର ପ୍ରାବଧାନ ଅନୁଯାୟୀ କାର୍ଯ୍ୟ କରିଥାଏ। ଏଥିପାଇଁ ଆପଣଙ୍କୁ ନିଜର ମୋଟ ଆୟ ଏବଂ ଆୟକର ଅଧିନିୟମ ଅନୁସାରେ ରିହାତିର ସୂଚନା ଦେବାକୁ ହେବ। ଏହି ସେବା ଦ୍ଵାରା ଆପଣ ପୁରୁଣା କର ବ୍ୟବସ୍ଥା ଏବଂ ନୂତନ କର ବ୍ୟବସ୍ଥା ଉଭୟ ଅଧୀନରେ ଆପଣଙ୍କର ଆନୁମାନିକ କର କେତେ ହେବ, ତାହା ଜାଣିପାରିବେ। ଏହା ସହିତ ଉଭୟ ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ମିଳିବ।
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା
• ଇ-ଫାଇଲିଂ ପୋର୍ଟାଲ୍ରେ ବୈଧ ୟୁଜର୍ ଆଇଡି ଏବଂ ପାସୱାର୍ଡ ସହିତ ପଞ୍ଜୀକୃତ ହୋଇଥିବା ଆବଶ୍ୟକ
ବିଶେଷ ଟିପ୍ପଣୀ: ଏହି ୟୁଜର୍ ମାନୁଆଲ୍ଟି କର ବର୍ଷ (TY) 2026-27ର ଆନୁମାନିକ କର ହିସାବ କରିବା ପାଇଁ ଆୟକର ଅଧିନିୟମ, 2025 ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଯଦି ଆପଣ କର ମୂଲ୍ୟାୟନ ବର୍ଷ (AY) 2026-27 ପାଇଁ କର ଆକଳନ/ହିସାବ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସୋପାନ 3(a)ରେ ଲାଗୁ ହେଉଥିବା ଆଇନ ଭାବରେ ଆୟ କର ଅଧିନିୟମ, 1961କୁ ଚୟନ କରିବାକୁ ହେବ।
3.ପର୍ଯ୍ୟାୟ କ୍ରମିକ ଭାବରେ ମାର୍ଗଦର୍ଶନ କରିବା
ସୋପାନ 1: ଆପଣଙ୍କ ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ।
ସୋପାନ 2: ଆପଣଙ୍କ ଡ୍ୟାଶ୍ବୋର୍ଡରେ ଥିବା ‘ଆୟ ଏବଂ କର ଆକଳନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
'ଆୟ ଏବଂ କର ଆକଳନ' ସେବାରେ ଚାରୋଟି ଟ୍ୟାବ୍ ଅଛି, ଯେଉଁଥିରେ ଆପଣଙ୍କୁ ନିଜର ସମସ୍ତ ବିବରଣୀ ପ୍ରଦାନ କରିବାକୁ ହେବ:
ସୋପାନ 3a: ମୌଳିକ ସୂଚନା ଟ୍ୟାବ୍ରେ, ଆବଶ୍ୟକୀୟ ବିବରଣୀ ପ୍ରଦାନ କରନ୍ତୁ; ଯେମିତି କି ଆପଣଙ୍କ PAN, କରଦାତାଙ୍କ ନାମ, ଲାଗୁ ହେଉଥିବା ଆଇନ ଚୟନ କରନ୍ତୁ (ଆୟ କର ଅଧିନିୟମ 2025 କିମ୍ବା ଆୟ କର ଅଧିନିୟମ 1961), ଆପଣ ବାଛିଥିବା ଆଇନ ଅନୁସାରେ ମୂଲ୍ୟାୟନ ବର୍ଷ କିମ୍ବା କର ବର୍ଷ, କରଦାତାଙ୍କ ଶ୍ରେଣୀ, ଆବାସିକ ସ୍ଥିତି, ବୟସ, ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଏବଂ ପ୍ରକୃତ ଦାଖଲ ତାରିଖ।
ବିଶେଷ ଟିପ୍ପଣୀ: ଏହି ୟୁଜର୍ ମାନୁଆଲ୍ଟି କର ବର୍ଷ (TY) 2026-27ର ଆନୁମାନିକ କର ହିସାବ କରିବା ପାଇଁ ଆୟକର ଅଧିନିୟମ, 2025 ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଯଦି ଆପଣ କର ମୂଲ୍ୟାୟନ ବର୍ଷ (AY) 2026-27 ପାଇଁ କର ଆକଳନ କିମ୍ବା ହିସାବ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସୋପାନ 3(a)ରେ ପ୍ରଯୁଜ୍ୟ ଆଇନ ଭାବରେ ଆୟ କର ଅଧିନିୟମ, 1961କୁ ଚୟନ କରିବାକୁ ହେବ।
ସୋପାନ 3b: 'ଆୟର ବିବରଣୀ' ଟ୍ୟାବ୍ରେ, ଆବଶ୍ୟକୀୟ ତଥ୍ୟ ପ୍ରଦାନ କରନ୍ତୁ, ଯେମିତି କି:
• ମୁଖ୍ୟ ବ୍ୟବସାୟରୁ ଆୟ,
• ମୁଖ୍ୟ ଗୃହ ସମ୍ପତ୍ତିରୁ ଆୟ,
• ପୁଞ୍ଜିଗତ ଲାଭରୁ ଆୟ,
• ମୁଖ୍ୟ ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ, ଏବଂ
• ଅନ୍ୟାନ୍ୟ ମୁଖ୍ୟ ଉତ୍ସରୁ ଆୟ
ବେତନରୁ ଆୟର ବିବରଣୀ:
ଗୃହ ସମ୍ପତ୍ତିରୁ ଆୟର ବିବରଣୀ:
ପୁଞ୍ଜିଗତ ଲାଭର ବିବରଣୀ
ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ:
ଅନ୍ୟାନ୍ୟ ଉତ୍ସରୁ ଆୟ:



ସୋପାନ 3c: 'କର ବିବରଣୀ' ଟ୍ୟାବ୍ରେ, ଆପଣ TDS/TCS ର ବିବରଣୀ ଦେଖିପାରିବେ ଏବଂ ଯେଉଁ ସ୍ୱୟଂ-ନିର୍ଦ୍ଧାରିତ କର / ଅଗ୍ରୀମ କର ପାଇଁ ଆପଣଙ୍କ ପାଖରେ ପ୍ରମାଣପତ୍ର ରହିଛି, ସେଗୁଡ଼ିକର ବିବରଣୀ ପ୍ରବେଶ କିମ୍ବା ସଂଶୋଧନ କରିପାରିବେ।
ସୋପାନ 3d: 'କର ବିବରଣୀ' ଟ୍ୟାବ୍ରେ, ଆପଣ ଆପଣଙ୍କର TDS ଏବଂ TCSର ବିବରଣୀ ଦେଖିପାରିବେ। ଏହା ସହିତ, ଯଦି ଆପଣ କୌଣସି ଅଗ୍ରୀମ କର କିମ୍ବା ସ୍ୱୟଂ-ନିର୍ଦ୍ଧାରିତ କର ଜମା କରିଛନ୍ତି ଏବଂ ତାର ଉପଯୁକ୍ତ ପ୍ରମାଣ/ରସିଦ ଆପଣଙ୍କ ପାଖରେ ଅଛି, ତେବେ ସେହି ତଥ୍ୟକୁ ଆପଣ ଏଠାରେ ଭରିପାରିବେ କିମ୍ବା ବଦଳାଇପାରିବେ ।
ସୋପାନ 4: ସମସ୍ତ ସୂଚନା ଦେବା ପରେ, ‘ଆକଳନ କର’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

ସୋପାନ 5: ଆପଣଙ୍କ ଦ୍ୱାରା ଦେୟ ଥିବା ଆନୁମାନିକ କରର ହିସାବ ସ୍କ୍ରିନ୍ରେ ଦେଖାଯିବ।

ସୋପାନ 6: ଯଦି ଆପଣ ଆପଣଙ୍କର ଏହି ଆକଳିତ କର ହିସାବର PDF ଫାଇଲ୍ ଡାଉନ୍ଲୋଡ୍ କରିବାକୁ ଚାହୁଁଛନ୍ତି, ତେବେ ନିଜ କମ୍ପ୍ୟୁଟରରେ ଏହାକୁ ସେଭ୍ କରିବା ପାଇଁ ‘ଡାଉନ୍ଲୋଡ୍’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
ସୋପାନ 7: ଆପଣ ପ୍ରଦାନ କରିଥିବା ସୂଚନା ଅନୁଯାୟୀ ଆକଳନ/ହିସାବ କରାଯାଇଥିବା କରର PDF ଫାଇଲ୍ ଏଠାରେ ଉପଲବ୍ଧ:









