1. ଷ୍ଟାଟିକ୍ ପାସ୍‌ୱାର୍ଡ କ'ଣ?
ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ପାଇଁ ପ୍ରଥମ ପାସ୍‌ୱାର୍ଡ ବ୍ୟତୀତ ବ୍ୟବହାର ହେଉଥିବା ଦ୍ୱିତୀୟ ପାସ୍‌ୱାର୍ଡ ହେଉଛି ଷ୍ଟାଟିକ୍ ପାସ୍‌ୱାର୍ଡ। ନିମ୍ନଲିଖିତଗୁଡ଼ିକ ହେଉଛି ଆପଣଙ୍କର ଇ-ଫାଇଲିଂ ପାସ୍‌ୱାର୍ଡ ଏବଂ ଷ୍ଟାଟିକ୍ ପାସ୍‌ୱାର୍ଡ ମଧ୍ୟରେ ପାର୍ଥକ୍ୟ:

  • ଆପଣଙ୍କର ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିବା ଆବଶ୍ୟକ ନାହିଁ, ଏହା ସିଷ୍ଟମ୍-ରୁ ଉତ୍ପନ୍ନ ହୋଇଥାଏ (ଯଦି ଆପଣ ଷ୍ଟାଟିକ୍ ପାସ୍‌ୱାର୍ଡ ବ୍ୟବହାର କରିବାକୁ ବାଛନ୍ତି)।
  • ଷ୍ଟାଟିକ୍ ପାସ୍‌ୱାର୍ଡ‌ର ବ୍ୟବହାର ବୈକଳ୍ପିକ ଅଟେ, ଇ-ଫାଇଲିଂ ପାସ୍‌ୱାର୍ଡ ବାଧ୍ୟତାମୂଳକ ଅଟେ।
  • ଷ୍ଟାଟିକ୍ ପାସ୍‌ୱାର୍ଡ ହେଉଛି ଦ୍ୱିତୀୟ ପ୍ରାମାଣିକରଣ କାରକ, ଆପଣଙ୍କର ଇ-ଫାଇଲିଂ ପାସ୍‌ୱାର୍ଡ ହେଉଛି ପ୍ରଥମ।

2. ଏକ ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିବା କିପରି ଉପଯୋଗୀ ଅଟେ?
ଦ୍ୱି-କାରକ ପ୍ରାମାଣିକରଣ ପାଇଁ ଆପଣ ବିଭିନ୍ନ ପଦ୍ଧତି ବ୍ୟବହାର କରିପାରିବେ, ଯେପରିକି ଆଧାର OTP, EVC, ନେଟ୍ ବ୍ୟାଙ୍କିଙ୍ଗ୍, DSC କିମ୍ବା QR କୋଡ୍। ଏହି ପଦ୍ଧତିଗୁଡ଼ିକ ସାଧାରଣତଃ ଭଲ ନେଟ୍‌ୱାର୍କ ସଂଯୋଜନା ଉପରେ ନିର୍ଭର କରେ। ଯେତେବେଳେ ଆପଣଙ୍କର ମୋବାଇଲ୍‌ ନେଟ୍‌ୱାର୍କ କମ୍ ଥାଏ ଏବଂ ଆପଣଙ୍କର ମୋବାଇଲ୍ ନମ୍ବରରେ OTP ପ୍ରାପ୍ତ ହୋଇପାରେ ନାହିଁ ସେତେବେଳେ ଷ୍ଟାଟିକ୍ ପାସ୍‌ୱାର୍ଡ ଉପଯୋଗୀ ହୋଇଥାଏ।

3. ମୋତେ ମୋର ନିଜର ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ୍ନ କରିବା ଆବଶ୍ୟକ କି?
ନା। ଷ୍ଟାଟିକ୍ ପାସ୍‌ୱାର୍ଡଗୁଡ଼ିକ ହେଉଛି ସିଷ୍ଟମ୍-ଜେନେରେଟେଡ୍‍, ଏବଂ ଇ-ଫାଇଲିଂ ସହିତ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ IDରେ ଆପଣଙ୍କୁ ଏହା ଇମେଲ୍ ହୋଇଯିବ।

4. ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିବାର ନିୟମଗୁଡ଼ିକ କ’ଣ?

  • ଏକ ସମୟରେ 10ଟି ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ ହୋଇପାରିବ ଏବଂ ଏହା ଇ-ଫାଇଲିଂ ସହିତ ପଞ୍ଜୀକୃତ ଆପଣଙ୍କର ଇମେଲ୍ IDକୁ ପଠାହୋଇଥାଏ।
  • ଉତ୍ପନ ହୋଇଥିବା 10ଟି ପାସ୍‌ୱାର୍ଡ ମଧ୍ୟରୁ, ଲଗ୍ଇନ୍ ପାଇଁ କେବଳ ଗୋଟିଏ ପାସ୍‌ୱାର୍ଡ ବ୍ୟବହାର କରାଯାଇ ପାରିବ ଏବଂ ପୁଣି ଥରେ ବ୍ୟବହାର କରାଯାଇ ପାରିବ ନାହିଁ। ଆପଣଙ୍କ ଦ୍ଵାରା ଉତ୍ପନ କରାଯାଇଥିବା ତାଲିକାରୁ ଆପଣଙ୍କୁ ଅନ୍ୟ ଗୋଟିଏ ଚୟନ କରିବାକୁ ହେବ।
  • ଆପଣଙ୍କୁ ପଠାଯାଇଥିବା ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ ହୋଇଥିବାର 30 ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ।
  • ଥରେ ଆପଣ ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିବା ପରେ, ସମସ୍ତ 10ଟି ପାସ୍‌ୱାର୍ଡ ବ୍ୟବହାର କରିବା ପର୍ଯ୍ୟନ୍ତ, କିମ୍ବା 30 ଦିନ ସମାପ୍ତ ହେବା ପର୍ଯ୍ୟନ୍ତ, ଯାହା ପ୍ରଥମେ ହୋଇଥାଏ ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରନ୍ତୁ ବଟନ୍‌କୁ ଅଚଳ କରିଦିଆଯିବ। 10ଟି ପାସ୍‌ୱାର୍ଡ କିମ୍ବା 30 ଦିନର ସମାପ୍ତି ପରେ, ଆପଣଙ୍କୁ ପୁଣି ଥରେ ପାସ୍‌ୱାର୍ଡ ଜେନେରେଟ୍ କରିବାକୁ ହେବ।

5. ମୁଁ ଏକାଧିକ ଥର ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିପାରିବି କି କିମ୍ବା ଏହା ଏକ-କାଳୀନ କାର୍ଯ୍ୟକଳାପ ଅଟେ?
ହଁ, ଆପଣ ଏକାଧିକ ଥର ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିପାରିବେ, କିନ୍ତୁ କେବଳ ସମୟସୀମା ସମାପ୍ତ ହେବା ପରେ (ଉତ୍ପନ ହୋଇଥିବାର 30 ଦିନ ପରେ) କିମ୍ବା ସମସ୍ତ 10ଟି ଷ୍ଟାଟିକ୍ ପାସ୍‌ୱାର୍ଡ‌ର ବ୍ୟବହାର ପରେ।

6. ମୋର ପୂର୍ବରୁ ଏକ ଇ-ଫାଇଲିଂ ପାସ୍‌ୱାର୍ଡ ଅଛି। ମୋତେ ଷ୍ଟାଟିକ୍ ପାସ୍‌ୱାର୍ଡ‌ କାହିଁକି ଦରକାର?
ଉଚ୍ଚ ସ୍ତରୀୟ ସୁରକ୍ଷା ପାଇଁ, ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ପାଇଁ ଦ୍ୱି-କାରକ ପ୍ରାମାଣିକରଣ ଜଡିତ ଥାଏ। ଦ୍ୱି-କାରକ ପ୍ରାମାଣିକରଣ ଅତିରିକ୍ତ ସୁରକ୍ଷା ସ୍ତର ପ୍ରଦାନ କରୁଥିବା (ଉପଭୋକ୍ତା ନାମ ଏବଂ ପାସ୍‌ୱାର୍ଡ ବ୍ୟତୀତ) ଏକ ପଦ୍ଧତି ଅଟେ। ଆପଣଙ୍କର ଇ-ଫାଇଲିଂ ଉପଭୋକ୍ତା ID ଏବଂ ପାସୱାର୍ଡ ଭରିବା ପରେ ଦ୍ୱି-କାରକ ପ୍ରାମାଣିକରଣ ପଦ୍ଧତି ମଧ୍ୟରୁ ଷ୍ଟାଟିକ୍ ପାସ୍‌ୱାର୍ଡ ଗୋଟିଏ ଅଟେ।

7. ଇ-ଫାଇଲିଂ ପାଇଁ ଏକ ଷ୍ଟାଟିକ୍ ପାସ୍‌ୱାର୍ଡ‌ କ’ଣ ଅନ୍ତର୍ଭୁକ୍ତ କରେ?
ଇ-ଫାଇଲିଂ ଷ୍ଟାଟିକ୍ ପାସ୍‌ୱାର୍ଡ ହେଉଛି ଅନିୟମିତ ଭାବରେ ଉତ୍ପନ ହୋଇଥିବା ଏକ 6-ଅଙ୍କ ବିଶିଷ୍ଟ ଆଲ୍‌ଫାନ୍ୟୁମେରିକ୍ କୋଡ୍।

8. ମୁଁ ବ୍ୟବହାର କରୁନଥିବା ଷ୍ଟାଟିକ୍ ପାସ୍‌ୱାର୍ଡ‌ର ସ୍ଥିତି ମୁଁ କିପରି ଜାଣିବି?
ଆପଣଙ୍କର ଇ-ଫାଇଲିଂ ଡ୍ୟାଶ୍‌ବୋର୍ଡର ବାମ ମେନ୍ୟୁରୁ, “ଷ୍ଟାଟିକ୍ ପାସ୍‌ୱାର୍ଡ”‌ରେ କ୍ଲିକ୍ କରନ୍ତୁ। ସିଷ୍ଟମ୍ ଯାଞ୍ଚ୍ କରିଥାଏ ଯେ, ଗତ 30 ଦିନ ମଧ୍ୟରେ ଆପଣ ଯଦି କୌଣସି ଷ୍ଟାଟିକ୍ ପାସ୍‌ୱାର୍ଡ ଉତ୍ପନ କରିଛନ୍ତି କି, କିମ୍ବା ଆପଣ ସମସ୍ତ 10ଟି ଷ୍ଟାଟିକ୍ ପାସ୍‌ୱାର୍ଡ ବ୍ୟବହାର କରିସାରିଛନ୍ତି। ଯଦି ଆପଣଙ୍କ କୌଣସି ଅବ୍ୟବହୃତ ପାସ୍‌ୱାର୍ଡ ଅଛି, ତେବେ 30 ଦିନ ମଧ୍ୟରୁ ଅବଶିଷ୍ଟ ଦିନଗୁଡ଼ିକ ପାଇଁ ଆପଣଙ୍କର କେତୋଟି ପାସ୍‌ୱାର୍ଡ ବାକି ଅଛି ସେହି ସନ୍ଦେଶ ଦୃଶ୍ୟମାନ ହୋଇଥାଏ।"ଷ୍ଟାଟିକ୍ ପାସ୍‌ୱାର୍ଡ ପୁଣିଥରେ ପଠାନ୍ତୁ"ରେ କ୍ଲିକ୍ କରନ୍ତୁ, ଏବଂ ଆପଣ ଆପଣଙ୍କର ଇ-ଫାଇଲ୍ ପଞ୍ଜୀକୃତ ଇମେଲ୍ IDରେ ଅବ୍ୟବହୃତ ଷ୍ଟାଟିକ୍ ପାସ୍‌ୱାର୍ଡ ତାଲିକା ସହିତ ଏକ ଇମେଲ୍ ପ୍ରାପ୍ତ କରିବେ।

9. ଷ୍ଟାଟିକ୍ ପାସ୍‌ୱାର୍ଡ କେଉଁଠାରେ ଭରିବାକୁ ପଡିବ?
ଏକ ଷ୍ଟାଟିକ୍ ପାସ୍‌ୱାର୍ଡ ବ୍ୟବହାର କରିବାକୁ, ଆପଣଙ୍କୁ ସେଗୁଡ଼ିକୁ ପୂର୍ବରୁ ଉତ୍ପନ କରିବା ଆବଶ୍ୟକ ହୋଇଥାଏ। ନିମ୍ନଲିଖିତ କ୍ଷେତ୍ରରେ ଆପଣଙ୍କୁ ପୁନର୍ବାର ଷ୍ଟାଟିକ୍ ପାସ୍‌ୱାର୍ଡ ଜେନେରେଟ୍ କରିବାକୁ ହେବ:

  • ଯଦି ଆପଣଙ୍କର ପୂର୍ବରୁ ଜେନେରେଟ୍ ହୋ‍ଇଥିବା ସମସ୍ତ 10ଟି ଯାକ ପାସ୍‌‍ୱାର୍ଡ ବ୍ୟବହୃତ ହୋ‍ଇଯାଇଥାଏ, କିମ୍ବା
  • ଯଦି ଆପଣ ଶେଷ ଥର ପାଇଁ ଜେନେରେଟ୍ ହୋଇଥିବା ଷ୍ଟାଟିକ୍ ପାସ୍‌ୱାର୍ଡ 30 ଦିନ ଅତିକ୍ରମ କରିଥାଏ [ଯଦିଓ ଆପଣ ସମସ୍ତ 10ଟି ଯାକ ବ୍ୟବହାର କରିନଥା’ନ୍ତି)

ଷ୍ଟାଟିକ୍ ପାସ୍‌‌‌ୱାର୍ଡ ବ୍ୟବହାର କରିବାର ପ୍ରକ୍ରିୟା ନିମ୍ନ ଅନୁଯାୟୀ ରହିଛି:

  1. ଇ-ଫାଇଲିଂ ମୂଳପୃଷ୍ଠାକୁ ଯାଆନ୍ତୁ, ଆପଣଙ୍କର ଇ-ଫାଇଲିଂ ଉପଭୋକ୍ତା ID ଓ ପାସ୍‌ୱାର୍ଡ ଭରନ୍ତୁ।
  2. ସତ୍ୟାପିତ କରନ୍ତୁ ଏହା ଆପଣ ପୃଷ୍ଠାରେ, ଅନ୍ୟ ଏକ ପଦ୍ଧତି ଚେଷ୍ଟା କରନ୍ତୁରେ କ୍ଲିକ୍ କରନ୍ତୁ।
  3. ପରବର୍ତ୍ତୀ ପୃଷ୍ଠାରେ, ଷ୍ଟାଟିକ୍ ପାସ୍‌ୱାର୍ଡରେ କ୍ଲିକ୍ କରନ୍ତୁ, ତା’ପରେ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
  4. ଷ୍ଟାଟିକ୍ ପାସ୍‌ୱାର୍ଡ ପୃଷ୍ଠାରେ, ଟେକ୍ସଟ୍‌ବକ୍ସରେ ଆପଣଙ୍କର ବୈଧ ଷ୍ଟାଟିକ୍ ପାସ୍‌ୱାର୍ଡ ଭରନ୍ତୁ ଓ ଲଗ୍ଇନ୍ କରନ୍ତୁ।

10. ଏକ ନିର୍ଦ୍ଦିଷ୍ଟ ଷ୍ଟାଟିକ୍ ପାସ୍‌ୱାର୍ଡ ପୂର୍ବରୁ ବ୍ୟବହୃତ ହୋଇଛି କି ନାହିଁ ମୁଁ କିପରି ଜାଣିବି?
ଆପଣ ବ୍ୟବହାର କରିଥିବା ପାସ୍‌‍ୱାର୍ଡଗୁଡ଼ିକ ଆପଣ ମାନୁଆଲି ଟ୍ରାକ୍ କରିପାରିବେ, କିମ୍ବା ଆପଣଙ୍କ ଡ୍ୟାଶ୍‌‌‍ବୋର୍ଡ୍ > ଷ୍ଟାଟିକ୍ ପାସ୍‌ୱାର୍ଡ ଟ୍ୟାବ୍ >କୁ ଯାଆନ୍ତୁ ଷ୍ଟାଟିକ୍ ପାସ୍‌ୱାର୍ଡ ପୁନଃପ୍ରେରଣ କରନ୍ତୁ ରେ କ୍ଲିକ୍ କରନ୍ତୁ। ଆପଣଙ୍କର ଇ-ଫାଇଲିଂରେ ପଞ୍ଜୀକୃତ ଇମେଲ୍ IDରେ ଅବ୍ୟବହୃତ ଷ୍ଟାଟିକ୍ ପାସ୍‌ୱାର୍ଡ‌ର ତାଲିକା ସହିତ ଆପଣ ଏକ ଇମେଲ୍ ପ୍ରାପ୍ତ କରିବେ।

11. ଷ୍ଟାଟିକ୍ ପାସ୍‌ୱାର୍ଡ ବ୍ୟବହାର କରିବା ବାଧ୍ୟତାମୂଳକ କି?
ନା। ଆପଣ ଆପଣଙ୍କର ଲଗ୍ଇନ୍‌କୁ ସୁରକ୍ଷିତ କରିବା ପାଇଁ ଅନ୍ୟ ପଦ୍ଧତି ବାଛିପାରିବେ, ଯେପରିକି ଆଧାର OTP, EVC, ନେଟ୍ ବ୍ୟାଙ୍କିଙ୍ଗ୍, DSC କିମ୍ବା QR କୋଡ୍। ଷ୍ଟାଟିକ୍ ପାସ୍‌ୱାର୍ଡ ସାହାଯ୍ୟକାରୀ ହୋଇଥାଏ ଯଦି ଆପଣ କମ୍ କିମ୍ବା ଆଦୌ ମୋବାଇଲ୍ ନେଟ୍‌ୱାର୍କ ସଂଯୋଗ ନଥିବା ଅଞ୍ଚଳରେ ଅଛନ୍ତି, ଯେଉଁଠାରେ ଆପଣଙ୍କ ପାଇଁ ମୋବାଇଲରେ OTP / EVC ପାଇବା କଷ୍ଟକର ହୋଇପାରେ।