ମୂଲ୍ୟାୟନ ବର୍ଷ 2026-27 ପାଇଁ ଅଂଶୀଦାରୀ ଫାର୍ମ/LLP ନିମନ୍ତେ ପ୍ରଯୁଜ୍ୟ ରିଟର୍ଣ୍ଣ ଏବଂ ଫର୍ମଗୁଡ଼ିକ

 

ଅସ୍ୱୀକରଣ:ଏହି ପୃଷ୍ଠାରେ ଦିଆଯାଇଥିବା ବିଷୟବସ୍ତୁ କେବଳ ଏକ ଆଲୋକପାତ/ ସାଧାରଣ ମାର୍ଗଦର୍ଶନ ପ୍ରଦାନ କରେ ଓ ଏହା ସମ୍ପୂର୍ଣ୍ଣ ତଥ୍ୟ ନୁହେଁ। ସମ୍ପୂର୍ଣ୍ଣ ବିବରଣୀ ଓ ନିର୍ଦ୍ଦେଶାବଳୀ ପାଇଁ ଦୟାକରି ଆୟକର ଅଧିନିୟମ, 1961ର, ନିୟମାବଳି ଏବଂ ବିଜ୍ଞପ୍ତିଗୁଡ଼ିକ ଦେଖନ୍ତୁ।

 

 

ଆୟକର ଅଧିନିୟମ, 1961ର ଧାରା 2(23)(i) ବ୍ୟାଖ୍ୟା କରେ ଯେ ଫାର୍ମର ଅର୍ଥ ଭାରତୀୟ ଅଂଶୀଦାରୀ ଅଧିନିୟମ, 1932ରେ ଦର୍ଶାଯାଇଥିବା ଅନୁଯାୟୀ ସମାନ ହେବ। ଭାରତୀୟ ଅଂଶୀଦାରୀ ଆଇନ 1932ର ଧାରା 4 ଫାର୍ମକୁ ନିମ୍ନରେ ଦିଆଯାଇଥିବା ଅନୁଯାୟୀ ବ୍ୟାଖ୍ୟା କରାଯାଇଥାଏ:

 

‘‘ଯେଉଁ ବ୍ୟକ୍ତିମାନେ ପରସ୍ପର ସହିତ ଅଂଶୀଦାରୀ ପ୍ରବେଶ କରିଥାନ୍ତି ଏକକ ଭାବରେ ସେମାନଙ୍କୁ କୁହାଯାଏ ‘‘ଅଂଶୀଦାରବୃନ୍ଦ’’ ଏବଂ ମିଳିତ ଭାବରେ କୁହାଯାଏ ‘‘ଏକ ଫାର୍ମ’’ ଏବଂ ଯେଉଁ ନାମ ଅଧୀନରେ ସେମାନଙ୍କ ବ୍ୟବସାୟ ପରିଚାଳିତ ହୋଇଥାଏ ତାହାକୁ କୁହାଯାଏ ‘‘ଫାର୍ମ ନାମ’’।

ଆୟକର ଅଧିନିୟମ 1961 ଅନୁଯାୟୀ ଫାର୍ମ ଅନ୍ତର୍ଭୁକ୍ତ କରେ ଏକ ଲିମିଟେଡ୍ ଲାଇବିଲିଟି ପାର୍ଟନର୍ଶିପ୍ (LLP) ଯେପରି ଭାବରେ ଲିମିଟେଡ୍ ଲାଇବିଲିଟି ପାର୍ଟନର୍ଶିପ୍ ଅଧିନିୟମ, 2008ରେ ବର୍ଣ୍ଣନା କରାଯାଇଛି। ସୀମିତ ଦାୟ ସହଭାଗିତା ଅଧିନିୟମ, 2008ର ଧାରା 2(1)(n) ବର୍ଣ୍ଣନା କରେ ‘‘ସୀମିତ ଦାୟ ସହଭାଗିତା’’ ହେଉଛି ଏହି ଅଧିନିୟମ ଅଧୀନରେ ଗଠିତ ଏବଂ ପଞ୍ଜିକୃତ ହୋଇଥିବା ଏକ ସହଭାଗିତା। ଏହା ହେଉଛି ଏହାର ଅଂଶୀଦାରମାନଙ୍କଠାରୁ ପୃଥକ ଆଇନଗତ ସଂସ୍ଥା।

 

1. ITR-4 (SUGAM) – ବ୍ୟକ୍ତିବିଶେଷ, HUF ଏବଂ ଫାର୍ମ ( LLP ବ୍ୟତୀତ ଅନ୍ୟ) ପାଇଁ ପ୍ରଯୁଜ୍ୟ

 

ଏହି ରିଟର୍ଣ୍ଣ ପ୍ରଯୁଜ୍ୟ ହୋଇଥାଏ ଜଣେ ବ୍ୟକ୍ତିଙ୍କ ପାଇଁ କିମ୍ବା ହିନ୍ଦୁ ଅବିଭାଜିତ ପରିବାର (HUF)ପାଇଁ, ଯେ କି ଜଣେ ବାସିନ୍ଦା ହୋଇଥାନ୍ତି, ସାଧାରଣ ବାସିନ୍ଦା ବ୍ୟତୀତ କିମ୍ବା ଏକ ଫାର୍ମ ହୋଇଥାନ୍ତି (LLP ବ୍ୟତୀତ) ଯେ କି ଜଣେ ବାସିନ୍ଦା ହୋଇଥାନ୍ତି ଯାହାର ଆୟ ₹ 50 ଲକ୍ଷ ପର୍ଯ୍ୟନ୍ତର ହୋଇଥାଏ ଏବଂ ବ୍ୟବସାୟ ବା ବୃତ୍ତିରୁ ଆୟ ରହିଥାଏ ଯାହାକି ଆନୁମାନିକ ଭିତ୍ତିରେ (ଆୟକର ଅଧିନିୟମ, 1961ର ଧାରା 44AD / 44ADA / 44AE ଅଧୀନରେ ହିସାବ କରାଯାଇଥାଏ) ଏବଂ ନିମ୍ନଲିଖିତ କୌଣସି ଉତ୍ସରୁ ଆୟ ରହିଥାଏ:

ଦୁଇଟି ଗୃହ ସମ୍ପତ୍ତି

ଅନ୍ୟାନ୍ୟ ଉତ୍ସ (ସୁଧ, ପରିବାର ପେନ୍‌ସନ୍, ଲାଭାଂଶ ଇତ୍ୟାଦି)

₹ 5,000 ପର୍ଯ୍ୟନ୍ତର କୃଷି ସମ୍ପର୍କିତ ଆୟ

 

 

ଟିପ୍ପଣୀ: ଏହି ITR-4 ଜଣେ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହାର ହୋଇପାରିବ ନାହିଁ ଯେ କି:
(a) ଏକ କମ୍ପାନିର ଜଣେ ନିର୍ଦ୍ଦେଶକ ହୋଇଥାନ୍ତି
(b) ପୂର୍ବବର୍ତ୍ତୀ ବର୍ଷରେ କୌଣସି ସମୟରେ ତାଲିକାଭୁକ୍ତ ହୋଇନଥିବା କୌଣସି ଇକ୍ୱିଟି ଅଂଶଧନ ଧାରଣ କରିଥାନ୍ତି 
(c) କୌଣସି ପରିପତ୍ତି (କୌଣସି ଅନୁଷ୍ଠାନରେ ଆର୍ଥିକ ସ୍ୱାର୍ଥକୁ ଅନ୍ତର୍ଭୁକ୍ତ କରି) ଭାରତ ବାହାରେ ଅବସ୍ଥାପିତ ହୋଇଥାଏ
(d) ଭାରତ ବାହାରେ ଅବସ୍ଥାପିତ କୌଣସି ଆକାଉଣ୍ଟରେ ସ୍ୱାକ୍ଷର କରିବାର କର୍ତ୍ତୃତ୍ୱ ରହିଥାଏ
(e) ଭାରତ ବାହାରେ କୌଣସି ଉତ୍ସରୁ ଆୟ ରହିଥାଏ 
(f) ଜଣେ ବ୍ୟକ୍ତି ଯାହା ଘଟଣାରେ ପୈଠ କିମ୍ବା କର ରିହାତି ESOPରେ ବିଳମ୍ବିତ ହୋଇଥାଏ
(g) ଯାହାର କୌଣସି ଆୟ ଶିରୋନାମା ଅଧୀନରେ କୌଣସି ଅଗ୍ରେଷିତ କ୍ଷତି ରହିଥାଏ କିମ୍ବା କୌଣସି କ୍ଷତି ଆଗକୁ ନିଆଯିବାକୁ ରହିଥାଏ

(h) ମୋଟ ଆୟ ₹ 50 ଲକ୍ଷରୁ ଅଧିକ ରହିଥାଏ।

(i)  ଧାରା 89A ଅଧୀନରେ ବିଜ୍ଞପିତ ହୋଇଥିବା ଏକ ଦେଶରେ ଅବସରକାଳୀନ ଲାଭ ଆକାଉଣ୍ଟ ବଜାୟ ରହିଥିବାରୁ ଆୟ ରହିଥାଏ।

(j) ଧାରା 89A ଅଧୀନରେ ବିଜ୍ଞପିତ ହୋଇଥିବା ବ୍ୟତୀତ ଅନ୍ୟ ଏକ ଦେଶରେ ଅବସରକାଳୀନ ଲାଭ ଆକାଉଣ୍ଟ ବଜାୟ ରହିଥିବାରୁ ଆୟ ରହିଥାଏ।

(k) ସ୍ୱତନ୍ତ୍ର ମୂଲ୍ୟରେ କୌଣସି ଚାର୍ଜଯୋଗ୍ୟ ଆୟ ରହିଥାଏ।

 

ଦୟାକରି ଧ୍ୟାନ ଦିଅନ୍ତୁ ଯେ ITR-4 (ସୁଗମ) ବାଧ୍ୟତାମୂଳକ ହୋଇନଥାଏ। ଏହା ହେଉଛି ଜଣେ କରଦାତାଙ୍କ ଦ୍ୱାରା ବ୍ୟବହାର କରାଯିବା ପାଇଁ ସରଳୀକୃତ ରିଟର୍ଣ୍ଣ ଫର୍ମ, ଏହି ବିକଳ୍ପରେ ଯଦି ସେ ଆୟକର ଅଧିନିୟମ 1961ର ଧାରା u/s 44AD, 44ADA କିମ୍ବା 44AE ଅଧୀନରେ ଆନୁମାନିକ ଭାବରେ ବ୍ୟବସାୟ କିମ୍ବା ବୃତ୍ତିରୁ ଲାଭ କିମ୍ବା ପ୍ରାପ୍ତି ଘୋଷଣା କରିବାକୁ ଯୋଗ୍ୟ ହୋଇଥାନ୍ତି)..

 

 

2. ITR-5

 

ଏହି ରିଟର୍ଣ୍ଣ ଜଣେ ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ ହୋଇଥାଏ ଯଦି ସେ ହୋଇଥାନ୍ତି:

  1. ଫାର୍ମ
  2. ଲିମିଟେଡ୍ ଲାଇବିଲିଟି ପାର୍ଟନର୍ଶିପ୍ (LLP)
  3. ଆସୋସିଏସନ୍ ଅଫ୍ ପର୍ସନ୍ସ (AOP)
  4. ବଡି ଅଫ୍ ଇଣ୍ଡିଭିଜୁଆଲ୍ସ (BOI)
  5. ଆୟକର ଅଧିନିୟମ, 1961ର ଧାରା 2(31)ର ଖଣ୍ଡ(vii) ଅନୁଯାୟୀ ସନ୍ଦର୍ଭିତ କୃତ୍ରିମ ଆଇନଗତ ବ୍ୟକ୍ତି (AJP)
  6. ଆୟକର ଅଧିନିୟମ, 1961ର ଧାରା 2(31)ର ଖଣ୍ଡ (vi) ଅନୁଯାୟୀ ସନ୍ଦର୍ଭିତ ସ୍ଥାନୀୟ କର୍ତ୍ତୃପକ୍ଷ
  7. ଆୟକର ଅଧିନିୟମ, 1961ର ଧାରା 160(1)(iii) କିମ୍ବା (iv) ଅନୁଯାୟୀ ମୂଲ୍ୟାଙ୍କନକାରୀ ପ୍ରତିନିଧି
  8. କୋଅପରେଟିଭ୍ ସୋସାଇଟି
  9. ସମାଜ ପଞ୍ଜୀକରଣ ଅଧିନିୟମ, 1860 ଅଧୀନରେ ପଞ୍ଜୀକୃତ ହୋଇଥିବା ସମାଜ କିମ୍ବା ଯେକୌଣସି ରାଜ୍ୟର ଅନ୍ୟ କୌଣସି ଆଇନ
  10. ଫର୍ମ ITR-7 ଦାଖଲ କରିବାକୁ ଉପଯୁକ୍ତ ଟ୍ରଷ୍ଟ ବ୍ୟତୀତ ଅନ୍ୟ ଟ୍ରଷ୍ଟ
  11. ମୃତ ବ୍ୟକ୍ତିର ଭୂସମ୍ପତି
  12. ଦେବାଳିଆ ଭୂସମ୍ପତି
  13. ଆୟକର ଅଧିନିୟମ, 1961ର ଧାରା 139(4E)ରେ ସୂଚିତ ବ୍ୟବସାୟ ଟ୍ରଷ୍ଟ ଏବଂ ଆୟକର ଅଧିନିୟମ, 1961ର ଧାରା 139(4F) ସୂଚିତ ନିବେଶ ପାଣ୍ଠି

ନୋଟ୍: ଆୟକର ଅଧିନିୟମ,1961ର ଧାରା 139(4B) କିମ୍ବା 139(4D)କିମ୍ବା 139(4A)ର ପ୍ରାବଧାନ ଅନୁସାରେ ରିଟର୍ଣ୍ଣ ଫାଇଲ କରିବାକୁ ବାଧ୍ୟ ହେଉଥିବା ନିର୍ଦ୍ଧାରିତ ବ୍ୟକ୍ତି ଏହି ଫର୍ମ ବ୍ୟବହାର କରିବା ଉଚିତ ନୁହେଁ।

 

 

ଆୟକର ଅଧିନିୟମ, 1961 ଅନୁଯାୟୀ ଫର୍ମଗୁଡ଼ିକ ପ୍ରଯୁଜ୍ୟ

 

 

1. ଫର୍ମ 26 AS

 

ଫର୍ମ 26 AS

AIS (ଆନୁଆଲ୍ ଇନଫର୍ମେସନ୍ ଷ୍ଟେଟମେଣ୍ଟ)

ପ୍ରଦାନ କରିଛନ୍ତି:

ଆୟକର ବିଭାଗ (ଏହା ଇ-ଫାଇଲିଂ ପୋର୍ଟାଲ୍‌ରେ ଉପଲବ୍ଧ:

ଲଗଇନ୍ > ଇ-ଫାଇଲ୍ > ଆୟକର ରିଟର୍ନ > ଫର୍ମ 26AS ଦେଖନ୍ତୁ

ଏହି ଫର୍ମରେ ବିବରଣୀ ପ୍ରଦାନ କରାଯାଇଛି:

ଉତ୍ସରୁ କାଟ ହୋଇଥିବା / ସଂଗୃହୀତ କର।

ପ୍ରଦାନ କରିଛନ୍ତି:

ଆୟକର ବିଭାଗ (ଆୟକର ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ପରେ ଏହା ବ୍ୟବହାର କରାଯାଇପାରିବ)

ଇ-ଫାଇଲିଂ ପୋର୍ଟାଲ୍‌କୁ ଯାଆନ୍ତୁ > ଲଗ୍‌ଇନ୍‌ କରନ୍ତୁ > AIS

ଏହି ଫର୍ମରେ ବିବରଣୀ ପ୍ରଦାନ କରାଯାଇଛି:

  • ଉତ୍ସରୁ କାଟ ହୋଇଥିବା / ସଂଗୃହୀତ କର
  • SFT ସୂଚନା
  • କରଗୁଡ଼ିକର ପୈଠ
  • ଦାବି/ରିଫଣ୍ଡ

ଅନ୍ୟ ସୂଚନା (ଯେପରିକି ବାକି ଥିବା/ଶେଷ ହୋଇଥିବା କାର୍ଯ୍ୟ ପ୍ରକ୍ରିୟା, GST ସମ୍ବନ୍ଧୀୟ ତଥ୍ୟ, ବିଦେଶ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଇତ୍ୟାଦି)

 

 

ନୋଟ୍: ସୂଚନା ଯଥାକ୍ରମେ (ଅଗ୍ରୀମ କର/SAT, ରିଫଣ୍ଡର ବିବରଣୀ, SFT ଆର୍ଥିକ କାରବାର ବିବରଣୀ ଏବଂ ଆୟକର ଅଧିନିୟମ, 1961ର ଧାରା 194-IA, 194-IB ଓ 194M ଅନ୍ତର୍ଗତ TDS ସମ୍ବନ୍ଧୀୟ ସୂଚନା: TDS ସ୍ୱତଃ ପ୍ରଯୁଜ୍ୟ) ଯାହାକି 26ASରେ ଉପଲବ୍ଧ ରହିଥିଲା ବର୍ତ୍ତମାନ AISରେ ଉପଲବ୍ଧ ରହିଛି

 

 

2. ଫର୍ମ 16A – ଆୟକର ଅଧିନିୟମ 1961ର ଧାରା 203 ପ୍ରମାଣପତ୍ର ଅଧୀନରେ, ବେତନ ବ୍ୟତୀତ ଅନ୍ୟ ଆୟ ଉପରେ TDS

 

ପ୍ରଦାନ କରିଛନ୍ତି

ଏହି ଫର୍ମରେ ବିବରଣୀ ପ୍ରଦାନ କରାଯାଇଛି

ରିହାତିକାରୀଠାରୁ ରିହାତି ପ୍ରାପକଙ୍କୁ

ଫର୍ମ 16A ହେଉଛି ତ୍ରୈମାସିକ ଭାବରେ ଜାରି କରାଯାଉଥିବା ଏକ ଉତ୍ସରୁ କର କାଟ (TDS) ପ୍ରମାଣପତ୍ର, ଯେଉଁଥିରେ କଟାଯାଇଥିବା TDSର ପରିମାଣ, ପୈଠର ପ୍ରକୃତି ଏବଂ ଆୟକର ବିଭାଗ ପାଖରେ ଜମା କରାଯାଇଥିବା TDS ବିବରଣୀ ଲିପିବଦ୍ଧ ହୋଇଥାଏ

 

3. ଫର୍ମ 3CA-3CD

 

ଦାଖଲକର୍ତ୍ତା

ଏହି ଫର୍ମରେ ବିବରଣୀ ପ୍ରଦାନ କରାଯାଇଛି

ଅନ୍ୟ କୌଣସି ଆଇନ ଅଧୀନରେ କରଦାତା ବାଧ୍ୟତାମୂଳକ ଅଡିଟ୍ କରାଇବା ଆବଶ୍ୟକ ହେଉଥିବା ଏବଂ ଯେ କି ଧାରା 44AB ଅଧୀନରେ ତାଙ୍କର ହିସାବଖାତାର ଅଡିଟ୍ ଜଣେ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା କରାଇବା ଆବଶ୍ୟକ ହୋଇଥାଏ। ଆୟକର ଅଧିନିୟମ, 1961ର ଧାରା 139ର ଉପଧାରା (1) ଅନୁଯାୟୀ ଆୟର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଦିଷ୍ଟ ତାରିଖର ଏକ ମାସ ପୂର୍ବରୁ ଏହି ରିପୋର୍ଟ ସଂଯୁକ୍ତ କରାଯିବା ଆବଶ୍ୟକ।

ଆୟକର ଅଧିନିୟମ, 1961ର ଧାରା 44AB ଅଧୀନରେ ଆକାଉଣ୍ଟଗୁଡ଼ିକର ଅଡିଟ ରିପୋର୍ଟ ଏବଂ ବିବରଣଗୁଡ଼ିକର ବିବୃତି ସଂଯୁକ୍ତ କରାଯିବା ଆବଶ୍ୟକ ହୋଇଥାଏ

 

4. ଫର୍ମ 3CB-3CD

 

ଦାଖଲକର୍ତ୍ତା

ଫର୍ମରେ ପ୍ରଦାନ କରାଯାଇଥିବା ବିବରଣୀ

ଧାରା 44AB ଅଧୀନରେ କରଦାତା ତାଙ୍କର ହିସାବଖାତାର ଅଡିଟ୍ ଜଣେ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା କରାଇବା ବାଧ୍ୟତାମୂଳକ। ଆୟକର ଅଧିନିୟମ, 1961ର ଧାରା 139ର ଉପଧାରା (1) ଅନୁଯାୟୀ ଆୟର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଦିଷ୍ଟ ତାରିଖର ଏକ ମାସ ପୂର୍ବରୁ ଏହି ରିପୋର୍ଟ ସଂଯୁକ୍ତ କରାଯିବା ଆବଶ୍ୟକ।

ଆୟକର ଅଧିନିୟମ, 1961ର ଧାରା 44AB ଅଧୀନରେ ଆକାଉଣ୍ଟଗୁଡ଼ିକର ଅଡିଟ ରିପୋର୍ଟ (ଫର୍ମ 3CB) ଏବଂ ବିବରଣଗୁଡ଼ିକର ବିବୃତି (ଫର୍ମ 3CD) ସଂଯୁକ୍ତ କରାଯିବା ଆବଶ୍ୟକ ହୋଇଥାଏ

 

5.ଫର୍ମ 3CEB

 

ଦାଖଲକର୍ତ୍ତା

ଫର୍ମରେ ପ୍ରଦାନ କରାଯାଇଥିବା ବିବରଣୀ

କରଦାତା ଯେ କି ଆନ୍ତର୍ଜାତୀୟ ଲେନଦେନ କିମ୍ବା ନିର୍ଦ୍ଧାରିତ ଘରୋଇ ଲେନଦେନରେ ପ୍ରବେଶ କରିଥାନ୍ତି ଯାହାକି ଧାରା 92E ଅଧୀନରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ଏକ ରିପୋର୍ଟ ହାସଲ କରିବା ଆବଶ୍ୟକ କରିଥାଏ। ଆୟକର ଅଧିନିୟମ, 1961ର ଧାରା 139ର ଉପଧାରା (1) ଅନୁଯାୟୀ ଆୟର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଦିଷ୍ଟ ତାରିଖର ଏକ ମାସ ପୂର୍ବରୁ ଏହି ରିପୋର୍ଟ ସଂଯୁକ୍ତ କରାଯିବା ଆବଶ୍ୟକ..

ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କଠାରୁ ସମସ୍ତ ଅନ୍ତରାଷ୍ଟ୍ରୀୟ ଲେନଦେନ (ଗୁଡ଼ିକ) ଏବଂ ନିର୍ଦ୍ଦିଷ୍ଟ କରାଯାଇଥିବା ଘରୋଇ ଲେନଦେନ (ଗୁଡ଼ିକ) ସମ୍ପର୍କିତ ବିବରଣୀ ଧାରଣ କରିଥିବା ଏକ ରିପୋର୍ଟ

6. ଫର୍ମ 3CE

 

ଦାଖଲକର୍ତ୍ତା

ଫର୍ମରେ ପ୍ରଦାନ କରାଯାଇଥିବା ବିବରଣୀ

ଅଣବାସିନ୍ଦା କରଦାତା କିମ୍ବା ବିଦେଶୀ କମ୍ପାନି ଯେ କି ଭାରତରେ ବ୍ୟବସାୟ କରୁଥାନ୍ତି, ଧାରା 44DA ଅଧୀନରେ କରଦାତାମାନେ ଯେଉଁମାନେ କି ଜଣେ ଆକାଉଣ୍ଟାଣ୍ଟଙ୍କଠାରୁ ଏକ ରିପୋର୍ଟ ହାସଲ କରିବା ଆବଶ୍ୟକ ହୋଇଥାଏ, ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କଠାରୁ ନିର୍ଦ୍ଦିଷ୍ଟ କରାଯାଇଥିବା ଆୟ ପ୍ରାପ୍ତି ପାଇଁ। ଆୟକର ଅଧିନିୟମ, 1961ର ଧାରା 139ର ଉପଧାରା (1) ଅନୁଯାୟୀ ଆୟର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଦିଷ୍ଟ ତାରିଖର ଏକ ମାସ ପୂର୍ବରୁ ଏହି ରିପୋର୍ଟ ସଂଯୁକ୍ତ କରାଯିବା ଆବଶ୍ୟକ..

ଜଣେ ଆକାଉଣ୍ଟାଣ୍ଟଙ୍କଠାରୁ ରିପୋର୍ଟ, ସରକାର କିମ୍ବା ଭାରତୀୟ ଅନୁଷ୍ଠାନଠାରୁ ବୈଷୟିକ ସେବା ପାଇଁ ଦେୟ ବା ସ୍ୱତ୍ୱ ଶୁଳ୍କ ଭାବରେ ପ୍ରାପ୍ତ ଆୟ ସମ୍ପର୍କିତ।

 

 

7. ଫର୍ମ 29C

 

ଦାଖଲକର୍ତ୍ତା

ଫର୍ମରେ ପ୍ରଦାନ କରାଯାଇଥିବା ବିବରଣୀ

ଆୟକର ଅଧିନିୟମ, 1961ର ଧାରା 115JC ଅଧୀନରେ କରଦାତା ଜଣେ ଆକାଉଣ୍ଟାଣ୍ଟଙ୍କଠାରୁ ଏକ ରିପୋର୍ଟ ହାସଲ କରିବା ଆବଶ୍ୟକ ହୋଇଥାଏ

ଆୟକର ଅଧିନିୟମ, 1961ର 115JC ଅଧୀନରେ ରିପୋର୍ଟ, ବ୍ୟବସ୍ଥିତ ମୋଟ ଆୟ ଏବଂ ଏକ କମ୍ପାନି ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କର ବିକଳ୍ପ ସର୍ବନିମ୍ନ କର ହିସାବ କରିବା ପାଇଁ।

8. ଫର୍ମ 67 - ଏକ ଦେଶରୁ କିମ୍ବା ଭାରତ ବାହାରୁ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ ଏବଂ ବିଦେଶ କର କ୍ରେଡିଟରୁ ଆୟ ବିବରଣୀ

 

ଦାଖଲକର୍ତ୍ତା

ଫର୍ମରେ ପ୍ରଦାନ କରାଯାଇଥିବା ବିବରଣୀ

କରଦାତା, ଆୟକର ଅଧିନିୟମ, 1961ର ଧାରା 139(1) ଅଧୀନରେ ITR ଫାଇଲ୍ କରିବା ପାଇଁ ନିର୍ଦ୍ଦିଷ୍ଟ ତାରିଖରେ କିମ୍ବା ପୂର୍ବରୁ ସଂଲଗ୍ନ କରାଯିବ।

ଏକ ଦେଶରୁ କିମ୍ବା ଭାରତ ବାହାରୁ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ ଏବଂ ବିଦେଶ କର କ୍ରେଡିଟ୍ ଦାବି କରାଯିବାରୁ ଆୟ

 

9. ଫର୍ମ 10CCB

 

ଦାଖଲକର୍ତ୍ତା

ଫର୍ମରେ ପ୍ରଦାନ କରାଯାଇଥିବା ବିବରଣୀ

କରଦାତା ଯାହା ପାଇଁ ଆୟକର ଅଧିନିୟମ, 1961ର ଧାରା 80(7) / 80- IA / 80-IB / 80-IC / 80-IE ଅଧୀନରେ ରିହାତି ଦାବି କରିବା ପାଇଁ ଫର୍ମ ଆକାଉଣ୍ଟାଣ୍ଟଙ୍କଠାରୁ ଏକ ରିପୋର୍ଟ ହାସଲ କରିବା ଆବଶ୍ୟକ ହୋଇଥାଏ।

1. ଆୟକର ଅଧିନିୟମ, 1961ର ଧାରା 80-I (7) / 80- IA / 80-IB / 80-IC / 80-IE ଅଧୀନରେ ରିହାତି ଦାବି କରିବା ପାଇଁ ଫର୍ମ 10CCBରେ ଅଡିଟ୍ ରିପୋର୍ଟ ବାଧ୍ୟତାମୂଳକ ଆବଶ୍ୟକତା ହୋଇଥାଏ।

2.ଆୟକର ଅଧିନିୟମ, 1961ର ଧାରା 139(1) ଅଧୀନରେ ITR ଫାଇଲ୍ କରିବା ପାଇଁ ନିର୍ଦ୍ଦିଷ୍ଟ ତାରିଖର 1 ମାସ ପୂର୍ବରୁ ଏହା ଫାଇଲ୍ କରାଯିବ।

 

 

 

ମୂଲ୍ୟାୟନ ବର୍ଷ 2026-27 ଏକ ସହଭାଗିତା ଫାର୍ମ/ LLP ପାଇଁ କର ସ୍ତର


ମୂଲ୍ୟାୟନ ବର୍ଷ 2026-27 ପାଇଁ, ଏକ ସହଭାଗିତା ଫାର୍ମ (LLP ଅନ୍ତର୍ଭୁକ୍ତ କରି) 30% କରଯୋଗ୍ୟ

 

ସରଚାର୍ଜ, ନାମ ମାତ୍ର ରିହାତି ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପକର

 

ସର୍‌ଚାର୍ଜ କ'ଣ?

ଯଦି ସମୁଦାୟ ଆୟ ନିର୍ଦ୍ଧାରିତ ସୀମା ଅତିକ୍ରମ କରେ, ତେବେ ନିମ୍ନଲିଖିତ ହାରରେ ଆୟକର ରାଶି ଉପରେ ସରଚାର୍ଜ ଆରୋପିତ କରାଯିବ:

  • 12% ଯଦି କରଯୋଗ୍ୟ ଆୟ ₹1 କୋଟି ଅତିକ୍ରମ କରେ

ମାର୍ଜିନାଲ୍ ରିଲିଫ୍ କ'ଣ?

ସରଚାର୍ଜରୁ ମାର୍ଜିନାଲ୍ ରିଲିଫ୍ ନିମ୍ନଲିଖିତ ଶୈଳୀରେ ଉପଲବ୍ଧ ହେବ:

  • ଯଦି ମୋଟ ଆୟ ₹1 କୋଟି ଅତିକ୍ରମ କରେ – ତେବେ ଆୟକର ଏବଂ ସରଚାର୍ଜ ବାବଦକୁ ଦେୟଯୋଗ୍ୟ ରାଶି, ₹1 କୋଟିର ମୋଟ ଆୟ ଉପରେ ଦେୟ ଆୟକର ଠାରୁ ₹1 କୋଟି ଅତିକ୍ରମ କରୁଥିବା ଅତିରିକ୍ତ ଆୟ ରାଶି ଅପେକ୍ଷା ଅଧିକ ହେବ ନାହିଁ।

ହେଲଥ୍ ଆଣ୍ଡ ଏଡ୍ୟୁକେସନ୍ ସେସ୍ କ'ଣ?

ଆୟକର ରାଶି ଏବଂ ସରଚାର୍ଜର (ଯଦି କିଛି ଥାଏ) ମୋଟ ପରିମାଣ ଉପରେ 4% ହାରରେ ହେଲଥ୍ ସେସ୍ ପୈଠ କରିବାକୁ ହେବ।

 

ନୋଟ୍: ଯେଉଁଠାରେ ବୁକ୍ ପ୍ରଫିଟ୍‌ର 18.5%ରୁ କମ୍ ସାଧାରଣ କର ଉତ୍ତରଦାୟିତ୍ୱ ରହିଥାଏ ସେଠାରେ AMT (ବିକଳ୍ପ ସର୍ବନିମ୍ନ କର) ବୁକ୍ ପ୍ରଫିଟ୍‌ର 18.5% ହାରରେ (ସହିତ ସରଚାର୍ଜ ଏବଂ ସ୍ଵାସ୍ଥ୍ୟ ଓ ଶିକ୍ଷା ଉପକର ପ୍ରଯୁଜ୍ୟ ଅନୁଯାୟୀ) ପୈଠ କରିବା ପାଇଁ ଏକ ଫାର୍ମ/LLP ଉତ୍ତରଦାୟୀ ହେବ

 

 

 

 

ନିବେଶ / ଦେୟ / ଆୟ ଯାହା ଉପରେ କର ରିହାତି ଉପଲବ୍ଧ

 

ଆୟକର ଅଧିନିୟମ, 1961ର ଅଧ୍ୟାୟ VI A ଅଧୀନରେ ନିର୍ଦ୍ଦିଷ୍ଟ କରାଯାଇଥିବା କର ରିହାତି

ଧାରା 80G

 

ପରାମର୍ଶ ଦିଆଯାଇଥିବା ପାଣ୍ଠି, ଦାତବ୍ୟ ଅନୁଷ୍ଠାନଗୁଡ଼ିକ ଇତ୍ୟାଦିକୁ ଦିଆଯାଇଥିବା ଅନୁଦାନ ବାବଦକୁ ରିହାତି

ନିମ୍ନରେ ଦିଆଯାଇଥିବା ବର୍ଗଗୁଡ଼ିକ ଅଧୀନରେ ଅନୁଦାନ ରିହାତି ପାଇଁ ଯୋଗ୍ୟ ହୋଇଥାଏ

ଯୋଗ୍ୟତା ନିର୍ଦ୍ଧାରଣକାରୀ ସୀମା ଅନୁଯାୟୀ

 

100% କରାଯାଇଥିବା ଦାନର

50% କରାଯାଇଥିବା ଦାନର

କୌଣସି ସୀମା ବ୍ୟତୀତ

 

100% କରାଯାଇଥିବା ଦାନର

50% କରାଯାଇଥିବା ଦାନର



ଟିପ୍ପଣୀ: ଏହି ଧାରା ଅଧୀନରେ ନଗଦ ରାଶିରେ ₹ 2000/-ରୁ ଅଧିକ ମୂଲ୍ୟର ଅନୁଦାନ ବାବଦକୁ କୌଣସି ରିହାତି ଅନୁମତି ଦିଆଯିବ ନାହିଁ।

 

ଧାରା 80GGA

 

ବୈଜ୍ଞାନିକ ଗବେଷଣା କିମ୍ବା ଗ୍ରାମୀଣ ବିକାଶ ନିମନ୍ତେ କରାଯାଇଥିବା ଅନୁଦାନ ବାବଦକୁ ରିହାତି

ନିମ୍ନରେ ଦିଆଯାଇଥିବା ବର୍ଗଗୁଡ଼ିକ ଅଧୀନରେ ଅନୁଦାନ ରିହାତି ପାଇଁ ଯୋଗ୍ୟ ହୋଇଥାଏ:

ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ, ଗବେଷଣା ଅନୁଷ୍ଠାନ କିମ୍ବା ବିଶ୍ଵବିଦ୍ୟାଳୟ ପାଇଁ

  • ବୈଜ୍ଞାନିକ ଗବେଷଣା
  • ସାମାଜିକ ବିଜ୍ଞାନ କିମ୍ବା ପରିସଂଖ୍ୟାନାତ୍ମକ ଗବେଷଣା

ସଂଗଠନ କିମ୍ବା ଅନୁଷ୍ଠାନ ପାଇଁ

  • ଗ୍ରାମୀଣ ବିକାଶ
  • ପ୍ରାକୃତିକ ସମ୍ପଦର ସଂରକ୍ଷଣ କିମ୍ବା ବନୀକରଣ

କୌଣସି ଯୋଗ୍ୟ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଜାତୀୟ ସମିତି ଦ୍ୱାରା ଅନୁମୋଦିତ PSU କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା କୌଣସି ଅନୁଷ୍ଠାନ

କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ ପାଣ୍ଠି ପାଇଁ

  • ବନୀକରଣ
  • ଗ୍ରାମୀଣ ବିକାଶ

ନ୍ୟାସନାଲ୍ ଅର୍ବାନ୍ ପଭର୍ଟି ଇରାଡିକେସନ୍ ଫଣ୍ଡ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ ଏବଂ ଏକ ସେଟଅପ୍ ଭାବରେ

 

ନୋଟ୍: ଏହି ଧାରା ଅଧୀନରେ ନଗଦ ରାଶିରେ ₹ 2000/-ରୁ ଅଧିକ ମୂଲ୍ୟର ଅନୁଦାନ ବାବଦକୁ କୌଣସି ରିହାତି ଅନୁମତି ଦିଆଯିବ ନାହିଁ କିମ୍ବା ଯଦି ବ୍ୟବସାୟ/ବୃତ୍ତିରୁ ଲାଭ/ପ୍ରାପ୍ତି ମୋଟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ

 

ଧାରା 80GGC

 

ରାଜନୈତିକ ଦଳ କିମ୍ବା ଇଲେକ୍ଟୋରାଲ୍ ଟ୍ରଷ୍ଟକୁ କରାଯାଇଥିବା ଅନୁଦାନ ପରିମାଣ ରିହାତି ଭାବରେ ଅନୁମୋଦିତ ହୋଇଥାଏ

(ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ)

 

ନଗଦ ରାଶି ବ୍ୟତୀତ ଅନ୍ୟ ଯେକୌଣସି ମାଧ୍ୟମରେ ପୈଠ କରାଯାଇଥିବା ମୋଟ୍ ପରିମାଣର ରିହାତି

 

 

ଧାରା 80IA

 

ଔଦ୍ୟୋଗିକ ପାର୍କ କାର୍ଯ୍ୟରେ ନିୟୋଜିତ (କୌଣସି ଅଣ୍ଡର୍‌ଟେକିଂ) ଏବଂ ପାୱାର ଅଣ୍ଡର୍‌ଟେକିଂ କର ରିହାତି ଦାବି କରିବାକୁ ଯୋଗ୍ୟ ହେବେ (କେତେକ ନିର୍ଦ୍ଧାରିତ ସର୍ତ୍ତାବଳୀ ସାପେକ୍ଷ)

 

15ଟି ନିର୍ଦ୍ଧାରଣ ବର୍ଷର ଏକ ଅବଧି ମଧ୍ୟର ଆସୁଥିବା ଲଗାତାର 10ଟି କ୍ରମାଗତ ନିର୍ଦ୍ଧାରଣ ବର୍ଷ ପାଇଁ ଲାଭର 100%

(ଯଦି ନିର୍ଦ୍ଦିଷ୍ଟ ବ୍ୟବସାୟର ବିକାଶ, ପରିଚାଳନା ଇତ୍ୟାଦି ନିର୍ଦ୍ଧାରିତ ତାରିଖ ପରେ ଆରମ୍ଭ ହୋଇଥାଏ, ତେବେ ଏହି ଧାରା ଅଧୀନରେ କୌଣସି କର ରିହାତି ଅନୁମତି ଦିଆଯିବ ନାହିଁ)

 

ଧାରା 80IAB

 

ବିଶେଷ ଅର୍ଥନୈତିକ ଅଞ୍ଚଳ କିମ୍ବା ସ୍ପେଶାଲ୍ ଇକୋନୋମିକ୍ ଜୋନର ବିକାଶ କାର୍ଯ୍ୟରେ ନିୟୋଜିତ କୌଣସି ଉଦ୍ୟୋଗ କିମ୍ବା ପ୍ରତିଷ୍ଠାନର ଲାଭ ଏବଂ ପ୍ରାପ୍ତି ବାବଦରେ କର ରିହାତି

(ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ)

 

କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ବିଶେଷ ଅର୍ଥନୈତିକ ଅଞ୍ଚଳ ଅଧିସୂଚିତ କରାଯାଇଥିବା ବର୍ଷଠାରୁ ଆରମ୍ଭ କରି, 15ଟି ମୂଲ୍ୟାୟନ ବର୍ଷର ଅବଧି ମଧ୍ୟରୁ ଲଗାତାର 10ଟି ମୂଲ୍ୟାୟନ ବର୍ଷ ପାଇଁ ଲାଭର 100%

ଯଦି ବିଶେଷ ଅର୍ଥନୈତିକ ଅଞ୍ଚଳର ବିକାଶ କାର୍ଯ୍ୟ 1 ଏପ୍ରିଲ 2017 କିମ୍ବା ତାହା ପରେ ଆରମ୍ଭ ହୋଇଥାଏ, ତେବେ କୌଣସି କରଦାତାଙ୍କୁ ଏହି ଧାରା ଅଧୀନରେ କୌଣସି କର ରିହାତି ଅନୁମତି ଦିଆଯିବ ନାହିଁ

 

ଧାରା 80IAC

 

ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟବସାୟରୁ ଏକ ଯୋଗ୍ୟ ଷ୍ଟାର୍ଟ-ଅପ୍ ଦ୍ୱାରା ପ୍ରାପ୍ତ କରାଯାଇଥିବା ଲାଭ ଏବଂ ପ୍ରାପ୍ତି

ଯୋଗ୍ୟ ଷ୍ଟାର୍ଟ-ଅପ୍ ଯେଉଁ ବର୍ଷ ଗଠିତ ହୋଇଥାଏ ସେହି ବର୍ଷଠାରୁ 10 ମୂଲ୍ୟାୟନ ବର୍ଷ ମଧ୍ୟରୁ କ୍ରମାଗତ ଭାବରେ 3 ମୂଲ୍ୟାୟନ ବର୍ଷର ଲାଭର 100%

ଧାରା 80IB

 

ଭିତ୍ତିଭୂମି ବିକାଶ ଉଦ୍ୟୋଗ ବ୍ୟତୀତ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଶିଳ୍ପ ଉଦ୍ୟୋଗର ଲାଭ ବାବଦରେ କର ରିହାତି- ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ମୂଲ୍ୟାୟନ ବର୍ଷ ଠାରୁ 10 ବର୍ଷ ପାଇଁ ଲାଭର 100% ଛାଡ଼ (ଯଦି ଏହି ଅନୁମୋଦନ 31 ମାର୍ଚ୍ଚ 2000 ପରେ କିମ୍ବା 1ଏପ୍ରିଲ <6>2007 6>ପୂର୍ବରୁ ମିଳିଥାଏ)

ଏହି ଧାରା ଅଧୀନରେ କର ରିହାତ ଜଣେ କରଦାତାଙ୍କ ପାଇଁ ଉପଲବ୍ଧ, ଯାହାଙ୍କ ମୋଟ ଆୟରେ ନିମ୍ନଲିଖିତ ବ୍ୟବସାୟରୁ ମିଳୁଥିବା କୌଣସି ଲାଭ ଏବଂ ପ୍ରାପ୍ତି ଅନ୍ତର୍ଭୁକ୍ତ ଥାଏ:

J&Kରେ ଥିବା SSI ସହିତ ଔଦ୍ଯୋଗିକ ଅଣ୍ଡର୍‌ଟେକିଂ

ଖଣିଜ ତୈଳର ବ୍ୟାବସାୟିକ ଉତ୍ପାଦନ ଏବଂ ବିଶୋଧନ

ଫଳ କିମ୍ବା ପରିବା, ମାଂସ ଏବଂ ମାଂସ ଜାତୀୟ ଦ୍ରବ୍ୟ କିମ୍ବା କୁକୁଡ଼ା ଚାଷ, ସାମୁଦ୍ରିକ ଖାଦ୍ୟ କିମ୍ବା ଦୁଗ୍ଧ ଜାତୀୟ ଦ୍ରବ୍ୟର ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ପ୍ୟାକେଜିଂ ବ୍ୟବସାୟ

ଖାଦ୍ୟଶସ୍ୟର ନିୟନ୍ତ୍ରଣ, ସଂରକ୍ଷଣ ଏବଂ ପରିବହନର ସମନ୍ୱିତ ବ୍ୟବସାୟ

(କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ)

 

ବିଭିନ୍ନ ପ୍ରକାରର ଉଦ୍ୟୋଗ ସଂସ୍ଥା ପାଇଁ ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ 5/10/7 ବର୍ଷ ପାଇଁ ଲାଭର100% / 25%

 

 

ଧାରା 80IBA

 

ଗୃହ ପ୍ରକଳ୍ପ ବିକାଶ ଏବଂ ନିର୍ମାଣରୁ ଆହରଣ କରାଯାଇଥିବା ଲାଭ ଏବଂ ପ୍ରାପ୍ତି

ନିର୍ଦ୍ଦିଷ୍ଟ କରାଯାଇଥିବା ବିଭିନ୍ନ ସର୍ତ୍ତାବଳି ଅନୁଯାୟୀ ଲାଭର100%

 

ଧାରା 80IC

 

ହିମାଚଳ ପ୍ରଦେଶ, ସିକ୍କିମ, ଉତ୍ତରାଞ୍ଚଳ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର କିଛି ନିର୍ଦ୍ଦିଷ୍ଟ ଉଦ୍ୟମ ସମ୍ବନ୍ଧୀୟ ରିହାତି

(କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ)

ନିର୍ଦ୍ଦିଷ୍ଟ ବସ୍ତୁ କିମ୍ବା ସାମଗ୍ରୀର ଉତ୍ପାଦନ କିମ୍ବା ପ୍ରସ୍ତୁତି ପାଇଁ ପ୍ରଥମ 5ଟି ମୂଲ୍ୟାୟନ ବର୍ଷ ପାଇଁ ଲାଭର 100% ଏବଂ ପରବର୍ତ୍ତୀ 5ଟି ମୂଲ୍ୟାୟନ ବର୍ଷ ପାଇଁ ଲାଭର 25% (ଏକ କମ୍ପାନୀ ପାଇଁ 30%) କର ରିହାତି

 

ଧାରା 80IE

 

ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ନିର୍ଦ୍ଦିଷ୍ଟ ଅଣ୍ଡରଟେକିଂ ସେଟ୍ ଅପ୍ ପାଇଁ ରିହାତି

(କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ)

ନିର୍ଦ୍ଦିଷ୍ଟ କରାଯାଇଥିବା ବିଭିନ୍ନ ସର୍ତ୍ତାବଳି ଅନୁଯାୟୀ 10 ନିର୍ଦ୍ଧାରଣ ବର୍ଷ ପାଇଁ ଲାଭର 100%

ଧାରା 80JJA

 

ବାୟୋଡିଗ୍ରେଡେବଲ୍ ୱେଷ୍ଟ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ବ୍ୟବସାୟରୁ ମିଳୁଥିବା ଲାଭ ଏବଂ ପ୍ରାପ୍ତି ବାବଦରେ ରିହାତି

(କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ)

କ୍ରମାଗତ ଭାବରେ 5 ମୂଲ୍ୟାୟନ ବର୍ଷ ପାଇଁ ବାୟୋଡିଗ୍ରେଡେବଲ୍ ୱେଷ୍ଟ ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ଉପଚାର କାର୍ଯ୍ୟକଳାପରୁ ଲାଭର 100%

 

 

ଧାରା 80JJAA

 

ନୂତନ ଶ୍ରମିକ / କର୍ମଚାରୀମାନଙ୍କ ନିଯୁକ୍ତି ବାବଦରେ କର ରିହାତି, ଯାହା ଆୟକର ଅଧିନିୟମ, 1961ର ଧାରା 44AB ଲାଗୁ ହେଉଥିବା କରଦାତାମାନଙ୍କ ପାଇଁ ପ୍ରଯୁଜ୍ୟ ହୋଇଥାଏ।

(କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ)

3ଟି ମୂଲ୍ୟାୟନ ବର୍ଷ ପାଇଁ ଅତିରିକ୍ତ କର୍ମଚାରୀ ଖର୍ଚ୍ଚର 30% ,କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ

 

ଧାରା 80LA

 

ଅଫ୍‌ସୋର ବ୍ୟାଙ୍କିଙ୍ଗ ୟୁନିଟ୍‌ସ ଓ ଅନ୍ତର୍ଜାତୀୟ ବିତ୍ତୀୟ ସେବା କେନ୍ଦ୍ରର ଆୟ ପାଇଁ ରିହାତି

(ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ)

ନିର୍ଦ୍ଦିଷ୍ଟ କରାଯାଇଥିବା ସର୍ତ୍ତାବଳି ଅନୁଯାୟୀ ମୂଲ୍ୟାୟନ ବର୍ଷ 5/10 ପାଇଁ ନିର୍ଦ୍ଦିଷ୍ଟ କରାଯାଇଥିବା ଆୟର 100% / 50%

 

ପେଜ୍‌ଟି ଶେଷଥର ସମୀକ୍ଷା କିମ୍ବା ଅଦ୍ୟତନ ହୋଇଛି: