1. ପୁନଃ-ଅଧିସୂଚିତ ଫର୍ମ 10B କେଉଁ ମୂଲ୍ୟାୟନ ବର୍ଷରୁ ଲାଗୁ ହୁଏ?

ବିଜ୍ଞପ୍ତି ସଂଖ୍ୟା 7/2023 ତାରିଖ 21st  ଫେବୃଆରୀ 2023 ଦ୍ୱାରା ଅଧିସୂଚିତ ଫରମ 10B, ମୂଲ୍ୟାୟନ ବର୍ଷ 2023-24 ଠାରୁ ଲାଗୁ ହୁଏ, ଅର୍ଥାତ ମୂଲ୍ୟାୟନ ବର୍ଷ 2023-24 ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ପ୍ରଯୁଜ୍ୟ ଅଟେ।

2. Iବିଜ୍ଞପ୍ତି ସଂଖ୍ୟା 7/2023 ଜାରି ହେବା ପୂର୍ବରୁ ଦାଖଲ କରାଯାଉଥିବା ଫର୍ମ 10B କଣ ଏବେ ମଧ୍ୟ ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅଛି?

ହଁ, ପୁରୁଣା ଫର୍ମ 10B ମଧ୍ୟ ପୋର୍ଟାଲରେ ଉପଲବ୍ଧ ଅଛି ଏବଂ ଏହା କେବଳ ମୂଲ୍ୟାୟନ ବର୍ଷ 2022-23 ପର୍ଯ୍ୟନ୍ତ ପ୍ରଯୁଜ୍ୟ ଅଟେ।

ମୂଲ୍ୟାୟନ ବର୍ଷ 2022-23 ପର୍ଯ୍ୟନ୍ତ ଫାଇଲିଂ ପାଇଁ, ଫର୍ମ 10B ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ଅଛି ଏବଂ ଏହାକୁ ନିମ୍ନଲିଖିତ ସ୍ଥାନରେ ଭରାଯାଇପାରିବ—

“ଇ-ଫାଇଲ୍ -----> ଆୟକର ଫର୍ମସ୍ ----> ଆୟକର ଫର୍ମ ଫାଇଲ୍ କରନ୍ତୁ ---> ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମ ----> ଫର୍ମ 10B” CAକୁ ନିଯୁକ୍ତ କରିବା ପାଇଁ।

< କିମ୍ବା

ବିକଳ୍ପ ଭାବରେ, ଫର୍ମକୁ “ମୋ CA” ସୁବିଧା ବ୍ୟବହାର କରି ମଧ୍ୟ ନିଯୁକ୍ତ କରାଯାଇପାରିବ।

3. ବିଜ୍ଞପ୍ତି ସଂଖ୍ୟା 7/2023 ଦ୍ୱାରା ଅଧିସୂଚିତ ଫର୍ମ 10B ଦାଖଲ କରିବା ପାଇଁ ଏକ ଅଡିଟି କେବେ ଆବଶ୍ୟକ ହୁଏ?

A.Y. 2023-24 ଠାରୁ ପୁନଃ-ଅଧିସୂଚିତ ଫର୍ମ 10B ନିମ୍ନଲିଖିତ ଯେକୌଣସି ସର୍ତ୍ତ ପୂରଣ ହେଲେ ପ୍ରଯୁଜ୍ୟ ହେବ—

1.ଅଡିଟିଙ୍କ ସମୁଦାୟ ଆୟ, ନିମ୍ନଲିଖିତ ଧାରା/ଉପଧାରାଗୁଡ଼ିକର ବ୍ୟବସ୍ଥାକୁ ପ୍ରଭାବିତ କରିବା ବିନା, ଯେପରି ପ୍ରଯୋଜ୍ୟ—
a) ଧାରା 10
ର ଖଣ୍ଡ 23Cର ଉପଖଣ୍ଡ (iv), (v), (vi) ଏବଂ (via) b) ଆୟକର ଅଧିନିୟମର ଧାରା 11 ଏବଂ 12, ପୂର୍ବବର୍ତ୍ତୀ ବର୍ଷରେ ପାଞ୍ଚ କୋଟି ଟଙ୍କାରୁ ଅଧିକ ହୁଏ।

2.ଅଡିଟି ପୂର୍ବବର୍ତ୍ତୀ ବର୍ଷରେ କୌଣସି ବିଦେଶୀ ଅନୁଦାନ ଗ୍ରହଣ କରିଥାଏ

3.ଅଡିଟି ପୂର୍ବବର୍ତ୍ତୀ ବର୍ଷରେ ତାଙ୍କ ଆୟର କୌଣସି ଅଂଶ ଭାରତ ବାହାରେ ବ୍ୟବହାର କରିଥାଏ।

ଅଧିକ ବିବରଣୀ ପାଇଁ, ଆୟକର ନିୟମ, 1962ର ନିୟମ 16CC ଏବଂ ନିୟମ 17Bକୁ ଦେଖନ୍ତୁ।

4. ଇ-ଫାଇଲିଂ ପୋର୍ଟାଲରେ ଫର୍ମ 10B (A.Y. 2023-24 ଠାରୁ) ଫାଇଲ୍ କରିବାର ପ୍ରକ୍ରିୟା କଣ?

ଦୟାକରି ଫର୍ମ 10B ଫାଇଲ୍ କରିବା ପାଇଁ ନିମ୍ନଲିଖିତ ସୋପାନଗୁଡ଼ିକ ଅନୁସରଣ କରନ୍ତୁ:

ସୋପାନ 1) କରଦାତା ଲଗ୍‌ଇନ୍‌: ଫର୍ମକୁ CAକୁ ନ୍ୟସ୍ତ କରନ୍ତୁ। ଫର୍ମକୁ ନିମ୍ନଲିଖିତ ଯେକୌଣସି ଦୁଇ ପ୍ରକାରରେ ନ୍ୟସ୍ତ କରାଯାଇପାରିବ—

a) ଇ-ଫାଇଲ୍ → ଆୟକର ଫର୍ମସ୍ → ଆୟକର ଫର୍ମସ୍ ଫାଇଲ୍ କରନ୍ତୁ → ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍ → ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ)
b) ଅଧିସ୍ୱୀକୃତ ସହଯୋଗୀମାନେ → ମୋ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) → CAଙ୍କୁ ଯୋଗ କରନ୍ତୁ (ଯଦି ଯୋଗ କରାଯାଇନଥାଏ) → ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍ → ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ) ନ୍ୟସ୍ତ କରନ୍ତୁ
ସୋପାନ 2) CA ଲଗ୍ଇନ୍: CA “ଆପଣଙ୍କ କାର୍ଯ୍ୟ ପାଇଁ” ଟ୍ୟାବ୍‌ର କାର୍ଯ୍ୟତାଲିକା ମାଧ୍ୟମରେ କାର୍ଯ୍ୟଭାରକୁ ଗ୍ରହଣ କିମ୍ବା ଅସ୍ୱୀକାର କରିପାରିବେ।

ସୋପାନ 3) ଯଦି CA କାର୍ଯ୍ୟଭାରକୁ ଗ୍ରହଣ କରନ୍ତି, ଅଫ୍‌ଲାଇନ୍‌ ପଦ୍ଧତି ଫାଇଲିଂ କରିବା ସମୟରେ JSON ସହିତ PDF ଆଟାଚମେଣ୍ଟ୍‌ଗୁଡ଼ିକ CAଙ୍କୁ ଅପଲୋଡ୍ କରିବା ଆବଶ୍ୟକ।

ସୋପାନ 4) CA ବୈଧ ଆଟାଚମେଣ୍ଟ୍‌ଗୁଡ଼ିକ ସହିତ JSON ଦାଖଲ କରିବା ପରେ, କରଦାତାଙ୍କୁ କାର୍ଯ୍ୟତାଲିକାର “ଆପଣଙ୍କ କାର୍ଯ୍ୟ ପାଇଁ” ଟ୍ୟାବ୍‌ ମାଧ୍ୟମରେ CAଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କିମ୍ବା ଅସ୍ୱୀକାର କରିବାକୁ ହେବ।

5. ପ୍ରଶ୍ନ ସଂଖ୍ୟା 3ରେ ଉଲ୍ଲେଖିତ “ଅଡିଟି” କିଏ?

ଅଧିନିୟମର ଧାରା 10ର ଖଣ୍ଡ (23C)ର ଉପଖଣ୍ଡ (iv), (v), (vi) କିମ୍ବା (via)ରେ ଉଲ୍ଲେଖିତ କୌଣସି ପାଣ୍ଠି କିମ୍ବା ଅନୁଷ୍ଠାନ କିମ୍ବା ଟ୍ରଷ୍ଟ କିମ୍ବା କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ ଶିକ୍ଷାନୁଷ୍ଠାନ କିମ୍ବା କୌଣସି ହସ୍ପିଟାଲ୍ କିମ୍ବା ଅନ୍ୟ ଚିକିତ୍ସାନୁଷ୍ଠାନ କିମ୍ବା ଧାରା 11 କିମ୍ବ 12ରେ ଉଲ୍ଲେଖିତ କୌଣସି ଟ୍ରଷ୍ଟ କିମ୍ବା ଅନୁଷ୍ଠାନକୁ ଏହି ଫର୍ମ୍‌ରେ “ଅଡିଟି” ବୋଲି କୁହାଯିବ।

6. ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ) ଫାଇଲ୍ କରିବାର ନିର୍ଦ୍ଧାରିତ ସମୟ ସୀମା କଣ?

ଫର୍ମର ନିର୍ଦ୍ଧାରିତ ସମୟ ସୀମା ହେଉଛି ଧାରା 44ABରେ ଉଲ୍ଲେଖିତ ନିର୍ଦ୍ଧିଷ୍ଟ ତାରିଖ ଅନୁସାରେ କିମ୍ବା ତାହା ପୂର୍ବରୁ, ଅର୍ଥାତ ଆୟକର ଅଧିନିୟମ, 1961ର ଧାରା 139 ଉପଧାରା (1) ଅନୁସାରେ ଆୟ ରିଟର୍ଣ୍ଣ ଫାଇଲ୍ କରିବାର ନିର୍ଦ୍ଧାରିତ ତାରିଖରୁ ଗୋଟିଏ ମାସ ପୂର୍ବରୁ।

7. ନୂତନ ଫର୍ମ 10B ପାଇଁ ଅଫ୍‌ଲାଇନ୍‌ ଉପଯୋଗିତାରେ କିପରି ଡାଉନଲୋଡ୍ କରାଯାଇପାରିବ?

ହୋମ୍ ପରିଦର୍ଶନ କରନ୍ତୁ | ଆୟକର ବିଭାଗ → ଡାଉନଲୋଡ୍ ବିଭାଗକୁ ଯାଆନ୍ତୁ → ଆୟକର ଫର୍ମସ୍ → ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ → ଫର୍ମ ଉପଯୋଗିତା ଉପରେ କ୍ଲିକ୍ କରନ୍ତୁ।

ବିକଳ୍ପ ଭାବରେ, CA ଫର୍ମ ଅପଲୋଡ୍ କରିବା ସମୟରେ ଅଫ୍‌ଲାଇନ୍‌ ଉପଯୋଗିତା ବିକଳ୍ପ ଅନ୍ତର୍ଗତ ଡାଉନଲୋଡ୍ ବଟନ୍‌ ଉପରେ କ୍ଲିକ୍ କରି ମଧ୍ୟ ଏହି ପଥକୁ ପ୍ରବେଶ କରିପାରିବେ।

ଟିପ୍ପଣୀ: ଦୟାକରି ସଦା ନିଶ୍ଚିତ କରନ୍ତୁ ଯେ ଆପଣ ଇ-ଫାଇଲ ପୋର୍ଟାଲରେ ଉପଲବ୍ଧ ନୂତନତମ ସଂସ୍କରଣର ଉପଯୋଗିତା ବ୍ୟବହାର କରୁଛନ୍ତି, ଯାହା ଦ୍ୱାରା json ଡାଉନଲୋଡ୍ ଏବଂ ଅପଲୋଡ୍ କରାଯାଇପାରିବ।

8. ସିଷ୍ଟମ୍‌ରେ ଫର୍ମ 10Bକୁ ଯାଞ୍ଚ କରିବା ପାଇଁ କେଉଁ କେଉଁ ମାଧ୍ୟମ ଉପଲବ୍ଧ ଅଛି?

ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ) ପାଇଁ ସତ୍ୟାପନର ମାଧ୍ୟମଗୁଡ଼ିକ:

  • CAମାନଙ୍କ ପାଇଁ, ଫର୍ମ ଅପଲୋଡ୍ କରିବା ପାଇଁ କେବଳ DSC ବିକଳ୍ପ ଉପଲବ୍ଧ ଅଛି।
  • କମ୍ପାନୀ ବ୍ୟତୀତ ଅନ୍ୟ କରଦାତା (ଅଡିଟି) ପାଇଁ, CA ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କରିବା ପାଇଁ DSC ଏବଂ EVC ଉଭୟ ବିକଳ୍ପ ଉପଲବ୍ଧ ଅଛି।
  • କମ୍ପାନୀମାନଙ୍କ ପାଇଁ, CAଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କରିବା ପାଇଁ କେବଳ DSC ବିକଳ୍ପ ଉପଲବ୍ଧ ଅଛି।

9. ପୁନଃ-ଅଧିସୂଚିତ ଫର୍ମ 10B ସନ୍ଦର୍ଭରେ ପ୍ରଶ୍ନ ସଂଖ୍ୟା 3ରେ ଉଲ୍ଲେଖିତ “ବିଦେଶୀ ଅନୁଦାନ” ର ଅର୍ଥ କଣ?

ନିୟମ 16CC ଏବଂ ନିୟମ 17B ପାଇଁ, “ବିଦେଶୀ ଅନୁଦାନ” ଶବ୍ଦର ଅର୍ଥ ବିଦେଶୀ ଅନୁଦାନ (ନିୟମନ) ଅଧିନିୟମ, 2010 (2010ର 42)ର ଧାରା 2ର ଉପଧାରା (1)ର ଖଣ୍ଡ (h)ରେ ଦିଆଯାଇଥିବା ସମାନ ଅର୍ଥ ହେବ।

10. ଯେଉଁ ଅନୁସୂଚୀଗୁଡ଼ିକରେ ଟେବୁଲ୍ ରହିଛି ଯାହା “ବିବରଣୀ ଭରନ୍ତୁ” ଓ “CSV ଅପଲୋଡ୍ କରନ୍ତୁ” ବିକଳ୍ପ ଉଭୟ ରହିଛି, ସେଥିପାଇଁ ରେକର୍ଡ କିପରି ପ୍ରଦାନ କରିବେ?

“ବିବରଣୀ ଭରନ୍ତୁ” ଓ “CSV ଅପଲୋଡ୍ କରନ୍ତୁ” ଉଭୟ ବିକଳ୍ପ ଥିବା ଅନୁସୂଚୀଗୁଡ଼ିକ ପାଇଁ ଦୟାକରି ନିମ୍ନଲିଖିତ କଥାଗୁଡ଼ିକ ଧ୍ୟାନ ଦିଅନ୍ତୁ:-

  1. ରେକର୍ଡ ସଂଖ୍ୟା 50 ପର୍ଯ୍ୟନ୍ତ ଥିଲେ: ଟେବୁଲ୍ କିମ୍ବା CSV ବିକଳ୍ପ ଯେକୌଣସିଟି ବ୍ୟବହାର କରାଯାଇପାରିବ। ଉଭୟ ପରିସ୍ଥିତିରେ ତଥ୍ୟ ଟେବୁଲ୍‌ରେ ପ୍ରତିଫଳିତ ହେବ।
  2. ରେକର୍ଡ ସଂଖ୍ୟା 50ରୁ ଅଧିକ ଥିଲେ: କେବଳ CSV ବିକଳ୍ପ ବ୍ୟବହାର କରାଯାଇପାରିବ। ତଥ୍ୟ କେବଳ CSV ଆଟାଚମେଣ୍ଟ୍ ଭାବେ ଦେଖାଯିବ।
  3. CSV ଅପଲୋଡ୍ କରନ୍ତୁ ବିକଳ୍ପ ବ୍ୟବହାର କରିବା ସମୟରେ, ନିମ୍ନଲିଖିତ ସୋପାନଗୁଡିକ ଅନୁସରଣ କରନ୍ତୁ:-

“ଏକ୍ସେଲ୍ ଟେମ୍ପଲେଟ୍ ଡାଉନଲୋଡ୍ କରନ୍ତୁ → ରେକର୍ଡ୍‌ଗୁଡ଼ିକ ଯୋଗ କରନ୍ତୁ → ଏକ୍ସେଲ୍ ଟେମ୍ପଲେଟ୍‌କୁ .csv ଫାଇଲ୍‌ରେ ପରିବର୍ତ୍ତନ କରନ୍ତୁ → .csv ଫାଇଲ୍ ଅପଲୋଡ୍ କରନ୍ତୁ”

  1. ଯେତେବେଳେ CSV ଫାଇଲ୍ ଅପଲୋଡ୍ କରାଯାଏ, ଏହା ପୂର୍ବରୁ ଥିବା ରେକର୍ଡ୍/ତଥ୍ୟଗୁଡ଼ିକୁ ଓଭରଲ୍ୟାପ୍ କରିଦେବ (ଯଦି କୌଣସି ଥାଏ)। ପୁରୁଣା ରେକର୍ଡ୍‌ଗୁଡ଼ିକ ଡିଲିଟ୍ ହୋଇଯିବ ଏବଂ ସବୁଠାରୁ ନୂତନ CSV ଦ୍ୱାରା ଅପଲୋଡ୍ ହୋଇଥିବା ରେକର୍ଡ୍‌ଗୁଡ଼ିକ ପ୍ରାଧାନ୍ୟ ପାଇବ।

11.ଫର୍ମ ଫାଇଲ୍ ପାଇଁ କୌଣସି ନିର୍ଦ୍ଦେଶନା କିମ୍ବା ମାର୍ଗଦର୍ଶିକା ଉପଲବ୍ଧ ଅଛି କି?

ହଁ, CA ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ)ର ଉପଯୋଗିତାରେ ଉପଲବ୍ଧ ନିର୍ଦ୍ଦେଶନା ଫାଇଲ୍ ଡାଉନଲୋଡ୍ କରିପାରିବେ।

12. ନୂତନ ଫର୍ମ 10Bରେ ପ୍ରଯୋଜ୍ୟ ହେଲେ ବିତ୍ତୀୟ ସ୍ଥିତି ବିବରଣୀ, ଲାଭ ଓ କ୍ଷତି ହିସାବ ଏବଂ କର ଅଡିଟ୍‌ ରିପୋର୍ଟ କେଉଁଠାରେ ଅପଲୋଡ୍ କରିବେ?

ଅଡିଟର୍‌ଙ୍କ ଦ୍ୱାରା ଫର୍ମ ଦାଖଲ ସମୟରେ ଇ-ଫାଇଲ୍ ପୋର୍ଟାଲର ସହାୟକ ଦସ୍ତାବିଜଗୁଡିକୁ ବିଭାଗରେ 3CA/3CB ଅନୁଯାୟୀ ବିତ୍ତୀୟ ସ୍ଥିତି ବିବରଣୀ, ଲାଭ ଏବଂ କ୍ଷତି ଖାତା ଏବଂ ଅଡିଟ୍ ରିପୋର୍ଟକୁ PDF କିମ୍ବା zip ଫାଇଲ୍ ଭାବେ ଅପଲୋଡ୍ କରିବା ଆବଶ୍ୟକ।

“ବିବିଧ ଆଟାଚମେଣ୍ଟ୍” ନାମରେ ଏକ ବିକଳ୍ପ ଆଟାଚମେଣ୍ଟ୍ ମଧ୍ୟ ଉପଲବ୍ଧ ଅଛି, ଯେଉଁଠାରେ ଅନ୍ୟାନ୍ୟ ସୁସଙ୍ଗତ ଦଲିଲପତ୍ରଗୁଡ଼ିକ ମଧ୍ୟ ସଂଲଗ୍ନ କରାଯାଇପାରିବ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ପ୍ରତ୍ୟେକ ଦସ୍ତାବିଜର ଆକାର 5 MBରୁ ଅଧିକ ହେବା ଉଚିତ୍ ନୁହେଁ ଏବଂ ସମସ୍ତ ଆଟାଚମେଣ୍ଟ୍‌ଗୁଡ଼ିକ ମିଶି 50 MBରୁ ଅଧିକ ହେବା ଉଚିତ୍ ନୁହେଁ। ଏହାସହିତ ସମସ୍ତ ଆଟାଚମେଣ୍ଟ୍ କେବଳ PDF/ZIP ଫର୍ମାଟ୍‌ରେ ହେବା ଆବଶ୍ୟକ ଏବଂ ZIP ଫୋଲ୍ଡର୍‌ର ଭିତରେ ଥିବା ସମସ୍ତ ଫାଇଲ୍ କେବଳ PDF ଫର୍ମାଟ୍‌ରେ ହେବା ଆବଶ୍ୟକ।

13. ଫାଇଲ୍ କରାଯାଇଥିବା ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ) କଣ ପୁନଃସଂଶୋଧନ କରାଯାଇପାରିବ?

ହଁ, ଫାଇଲ୍ କରାଯାଇଥିବା ଫର୍ମ 10B ପାଇଁ ପୁନଃସଂଶୋଧନ ବିକଳ୍ପ ଉପଲବ୍ଧ ଅଛି।

14. ଫର୍ମ 10B ଫାଇଲିଂ କରିବା କେତେବେଳେ ସମ୍ପୂର୍ଣ୍ଣ ହେବା ବୋଲି ଧରାଯାଏ?

ଫର୍ମ ଫାଇଲ୍ କରିବା କେବଳ ସେତେବେଳେ ସମ୍ପୂର୍ଣ୍ଣ ହେବା ବୋଲି ଧରାଯାଏ, ଯେତେବେଳେ କରଦାତା CAଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମକୁ ଗ୍ରହଣ କରନ୍ତି ଏବଂ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ସକ୍ରିୟ DSC କିମ୍ବା EVC ଦ୍ୱାରା ତାହାକୁ ଯାଞ୍ଚ କରନ୍ତି।

15. ଫର୍ମ 10Bର ଅଫ୍‌ଲାଇନ୍ ଉପଯୋଗୀତା ଅନୁସୂଚୀ ପ୍ୟାନେଲ୍‌ଗୁଡ଼ିକ କେବେ ପୂରଣ କରିବା ପାଇଁ ଉପଲବ୍ଧ ହେବ?

ଯେତେବେଳେ ୟୁଜର୍ ଫର୍ମର ଅନ୍ୟାନ୍ୟ ପ୍ୟାନେଲ୍‌ଗୁଡ଼ିକ ସମ୍ପୂର୍ଣ୍ଣ କରନ୍ତି, ସେତେବେଳେ ଅନୁସୂଚୀ ପ୍ୟାନେଲ୍‌ଗୁଡ଼ିକ ପୂରଣ କରିବା ପାଇଁ ଉପଲବ୍ଧ ହେବ।

16. ୟୁଜର୍ ପୂର୍ବବର୍ଷ ଫର୍ମ 10B ଫାଇଲ୍ କରିଥିଲେ, ମୂଲ୍ୟାୟନ ବର୍ଷ 2023-24 ଠାରୁ ଫର୍ମ 10B କିମ୍ବା ଫର୍ମ 10BB ମଧ୍ୟରୁ କେଉଁଟି ଦାଖଲ କରିବା ଆବଶ୍ୟକ?

ଆୟକର ସଂଶୋଧନ (ତୃତୀୟ ସଂଶୋଧନ) ନିୟମ, 2023 ଦ୍ୱାରା ନିୟମ 16CC ଏବଂ ନିୟମ 17B ସଂଶୋଧିତ କରାଯାଇଛି। ପୂର୍ବ ମୂଲ୍ୟାୟନ ବର୍ଷଗୁଡ଼ିକରେ କେଉଁ ଫର୍ମ ଦାଖଲ କରାଯାଇଥିଲା ତାହା ନିର୍ବିଶେଷରେ, ମୂଲ୍ୟାୟନ ବର୍ଷ 2023-24 ଠାରୁ ଫର୍ମ 10B ଏବଂ ଫର୍ମ 10BBର ପ୍ରଯୋଜ୍ୟତା ସଂଶୋଧିତ ନିୟମ 16CC ଏବଂ ନିୟମ 17B ଅନୁସାରେ ନିର୍ଣ୍ଣୟ କରାଯିବ।

17. ଫର୍ମ 10B (ମୂଲ୍ୟାୟନ ବର୍ଷ 2023-24 ଠାରୁ) ଫାଇଲ୍ କରିବା ପରେ ଫାଇଲ୍ ହୋଇଥିବା ଫର୍ମର ବିବରଣୀ କେଉଁଠାରେ ଦେଖାଯାଇପାରିବ?

ଫାଇଲ୍ ହୋଇଥିବା ଫର୍ମର ବିବରଣୀ ଇ-ଫାଇଲ୍ ଟ୍ୟାବ୍ → ଆୟକର ଫର୍ମସ୍ → ଦାଖଲ ହୋଇଥିବା ଫର୍ମସ୍ ଦେଖନ୍ତୁ → ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍ ଅନ୍ତର୍ଗତ CA ଏବଂ କରଦାତାଙ୍କ ଲଗ୍ଇନ୍‌ରେ ଦେଖାଯାଇପାରିବ।

18. ଯଦି ମୋର ଆୟ କରଯୋଗ୍ୟ ସର୍ବାଧିକ ମୂଲ୍ୟଠାରୁ ଅଧିକ ନୁହେଁ, ତେବେ ମଧ୍ୟ ଫର୍ମ 10B ଫାଇଲ୍ କରିବା ଆବଶ୍ୟକ କି?

ଆୟକର ଅଧିନିୟମ, 1961ର ଧାରା 12A(1)ର ଖଣ୍ଡ (b)ର ଉପଖଣ୍ଡ (ii) ଓ ଧାରା 10ର ଖଣ୍ଡ (23C)ର ନିୟମ ଦଶମର ଖଣ୍ଡ (b) ଓ ଏହା ସହିତ ଆୟକର ନିୟମ, 1962ର ନିୟମ 16CC ଏବଂ ନିୟମ 17B ସୁସଙ୍ଗତ ବ୍ୟବସ୍ଥା ଅନୁଯାୟୀ ଫର୍ମ 10Bର ପ୍ରଯୋଜ୍ୟତା ସ୍ଥିର କରିବା ପାଇଁ ଉଲ୍ଲେଖ କରାଗଲା।

19. ଫର୍ମ 10B ଫାଇଲ୍ କରିବା ସମୟରେ, ମୋତେ “ଦାଖଲ ବିଫଳ ହୋଇଛି କିମ୍ବା "ଦୟାକରି ନିମ୍ନଲିଖିତ ଭୁଲ୍ ସଂଶୋଧନ କରନ୍ତୁ ଓ ଆଉଥରେ ଦାଖଲ କରିବାକୁ ଚେଷ୍ଟା କରନ୍ତୁ: ପୂରା ନାମର ଫର୍ମାଟ୍ ଅବୈଧ, ଫ୍ଲାଗ୍/ଇନ୍‌ପୁଟ୍/ଫ୍ଲାଟ୍/ଠିକଣା ଅବୈଧ, ଦୟାକରି ସଠିକ୍ ଶତକଡା/PIN କୋଡ୍‌ ଦିଅନ୍ତୁ” ପରି ତ୍ରୁଟି ଦେଖାଯାଉଛି।

ଫର୍ମ ଫାଇଲିଂ ଆରମ୍ଭ କରିବା ପୂର୍ବରୁ, ସଫଳ ଭାବରେ ଫର୍ମ ଦାଖଲ ପାଇଁ ନିମ୍ନଲିଖିତ ସୋପାନଗୁଡ଼ିକ ନିଶ୍ଚିତ କରନ୍ତୁ, ଯାହା ଆପଣଙ୍କୁ ସହାୟକ ହେବ।

  1. CA ଏବଂ କରଦାତାଙ୍କ ପ୍ରୋଫାଇଲ୍ ସମସ୍ତ ଆବଶ୍ୟକୀୟ ବିବରଣୀ ସହିତ ଅଦ୍ୟତନ ହୋଇଥିବା ଉଚିତ୍।
  2. ଯଦି ପ୍ରଯୁଜ୍ୟ ହୁଏ, ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ ଅଦ୍ୟତନ ହୋଇଥିବା ଉଚିତ୍।
  3. ଉପଯୋଗିତାରୁ JSON ଫାଇଲ୍ କୌଣସି ତ୍ରୁଟି ବିନା ଡାଉନଲୋଡ୍ ହୋଇଥିବା ଉଚିତ୍।
  4. ସର୍ବଦା ଇ-ଫାଇଲିଂ ପୋର୍ଟାଲର ଡାଉନଲୋଡ୍ ବିଭାଗରେ ଉପଲବ୍ଧ ନୂତନତମ ଉପଯୋଗିତା ବ୍ୟବହାର କରି ବୈଧ JSON ଜେନେରେଟ୍ କରନ୍ତୁ ଏବଂ ଇ-ଫାଇଲିଂ ପୋର୍ଟାଲରେ ଅପଲୋଡ୍ କରନ୍ତୁ।

20. ଆୟକର ଅଧିନିୟମ, 1961ର ଧାରା 13(3)ରେ ଉଲ୍ଲେଖିତ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ବିବରଣୀ, ଯଦି ପୂର୍ବବର୍ଷରେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ସହ କୌଣସି ବିନିମୟ ନଥାଏ ମଧ୍ୟ, ଫର୍ମ 10Bର କ୍ରମିକ ସଂଖ୍ୟା 41ରେ ଦେବା ବାଧ୍ୟତାମୂଳକ କି?

କ୍ରମିକ ସଂଖ୍ୟା 41ରେ ନିର୍ଦ୍ଦିଷ୍ଟ ବ୍ୟକ୍ତିମାନଙ୍କ ବିବରଣୀ ଅବଶ୍ୟ ଦିଆଯିବା ଆବଶ୍ୟକ। ଆପଣ ଅଧିକ ସୂଚନା ପାଇଁ 9th ଅକ୍ଟୋବର 2023 ତାରିଖର ସର୍କୁଲାର ସଂଖ୍ୟା 17/2023କୁ ଦେଖିପାରିବେ ଏବଂ ଯଦି ସେହି ବ୍ୟକ୍ତିମାନଙ୍କ ସମ୍ବନ୍ଧୀୟ ବିବରଣୀ ଉପଲବ୍ଧ ଥାଏ, ତେବେ ସେହି ଅନୁଯାୟୀ ଦିଆଯାଇପାରିବ।

21. ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 10Bର UDIN କିପରି ଜେନେରେଟ୍ କରିବେ?

ପୁନଃ-ଅଧିସୂଚିତ ଫର୍ମ 10B, ଯାହା ମୂଲ୍ୟାୟନ ବର୍ଷ 2023-24 ଠାରୁ ପ୍ରଯୁଜ୍ୟ, “UDIN ବିବରଣୀ ଦେଖନ୍ତୁ/ଅପଡେଟ୍ କରନ୍ତୁ”ରେ “ଫର୍ମ 10B- ଧାରା 10(23C)(b)(iv)/(v)/(vi)/(via)ର ଦଶମ ନିୟମ ଏବଂ ଧାରା 12A(1)(b)(ii)” ଫର୍ମ ନାମ ଚୟନ କରି UDIN ଜେନେରେଟ୍ କରାଯାଇପାରିବେ।

22. ପୁନଃ-ଅଧିସୂଚିତ ଫର୍ମ 10B କଣ ତୃତୀୟ ପକ୍ଷ ସଫ୍ଟୱେର୍ ମାଧ୍ୟମରେ ଫାଇଲ୍ କରାଯାଇପାରିବ?

ହଁ, ପୁନଃ-ଅଧିସୂଚିତ ଫର୍ମ 10B ତୃତୀୟ ପକ୍ଷ ସଫ୍ଟୱେର୍ ବ୍ୟବହାର କରି ଫାଇଲ୍ କରାଯାଇପାରିବ।

23. ଫର୍ମରେ ଉଲ୍ଲେଖିତ ଇଲେକ୍ଟ୍ରୋନିକ୍ ବିନିମୟ ମାଧ୍ୟମଗୁଡ଼ିକ କଣ?

ଆୟକର ନିୟମ, 1962ର ନିୟମ 6ABBAରେ ଉଲ୍ଲେଖିତ ଅନୁଯାୟୀ, ଇଲେକ୍ଟ୍ରୋନିକ୍ ବିନିମୟ ମାଧ୍ୟମଗୁଡ଼ିକ ନିମ୍ନଲିଖିତ ହେବ:

(a) କ୍ରେଡିଟ୍ କାର୍ଡ,

(b) ଡେବିଟ୍ କାର୍ଡ,

(c) ନେଟ୍ ବ୍ୟାଙ୍କିଂ,

(d) IMPS (ତାତ୍କାଳିକ ଦେୟ ସେବା)

(e) UPI (ଏକୀକରଣ ଦେୟ ଇଣ୍ଟରଫେସ୍),

(f) RTGS (ପ୍ରକୃତ ସମୟ ମୋଟ ସମାଧାନ),

(g) NEFT (ଜାତୀୟ ଇଲେକ୍ଟ୍ରୋନିକ୍ ଧନ ସ୍ଥାନାନ୍ତର),

(h) BHIM (ଭାରତ ଇଣ୍ଟରଫେସ୍ ଫର୍ ମନି) ଆଧାର ଦେୟ ।