1. ଫର୍ମ 3CB-3CD ଦାଖଲ କରିବା ସମୟରେ, “UDIN” ପୃଷ୍ଠା ପ୍ରଦର୍ଶିତ ହୋଇଥାଏ। ଯଦିଓ ଆମ୍ଭେମାନେ କର ଅଡିଟ୍ ରିପୋର୍ଟ ଅପଲୋଡ୍ କରିବା ପୂର୍ବରୁ ଯଥାର୍ଥ ଭାବରେ UDIN ନେଇଛୁ, ମୁଁ ଏହି UDIN ବିବରଣୀ ଯୋଗ କରିବାକୁ ଅସମର୍ଥ। ମୁଁ ଏହା ପରିବର୍ତ୍ତେ ‘‘ମୋର UDIN ନାହିଁ/ମୁଁ ଏହା ପରେ ଅଦ୍ୟତନ କରିବି” ଚୟନ କରିବା ଉଚିତ୍ କି?
UDIN ପାଇଁ କେବଳ ଫର୍ମ 15CB ପାଇଁ ଏକ ସମୟରେ ଏକାଧିକ ଅପଲୋଡ୍ ସୁବିଧା ରହିଛି। ଏହି ବୈଶିଷ୍ଟ୍ୟ ଖୁବ୍ ଶୀଘ୍ର ସକ୍ଷମ କରାଯିବ। ଆପଣ ତଥାପି ମଧ୍ୟ ଆଗକୁ ବଢ଼ିପାରନ୍ତି ଏବଂ “ମୋର UDIN ନାହିଁ/ ମୁଁ ପରେ ଅପଡେଟ୍ କରିବି” ଚୟନ କରି ଏହି ଫର୍ମ ଫାଇଲ୍ କରିପାରନ୍ତି। ଥରେଏହି UDIN ବୈଶିଷ୍ଟ୍ୟ ସମସ୍ତ ଫର୍ମ ପାଇଁ ଉପଲବ୍ଧ ହେବା ପରେ, ଆପଣ ଏହା ପୋର୍ଟାଲରେ ଅପଡେଟ୍ କରିପାରିବେ ।
2. ମୁଁ ଫର୍ମ 10B ଫାଇଲ୍ କରିବା ପାଇଁ ଏବଂ ଦାଖଲ କରିବା ପାଇଁ ଚେଷ୍ଟା କରୁଛି। ଅବଶ୍ୟ ଦାଖଲ କ୍ରମେ, ପୃଷ୍ଠ ନିମ୍ନଲିଖିତ ତ୍ରୁଟି ‘‘ARN ପାଇଁ ଅବୈଧ ଫର୍ମାଟ" ପ୍ରଦର୍ଶନ କରୁଛି। ମୁଁ କ’ଣ କରିବା ଉଚିତ୍?
ଫର୍ମ 10B ଫାଇଲ୍ କରିବା ପୂର୍ବରୁ ଦୟାକରି ‘‘ମୋ ପ୍ରୋଫାଇଲ୍’’ ବିଭାଗରେ ଆପଣଙ୍କର ପ୍ରୋଫାଇଲ୍ ଅପଡେଟ୍ କରନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପ୍ରୋଫାଇଲ୍ ବିବରଣୀ ଅପଡେଟ୍ କରାଯିବା ପରେ ସମସ୍ତ ବାଧ୍ୟତାମୂଳକ କ୍ଷେତ୍ର ପୂରଣ କରାଯାଇଛି, ଆପଣ ପୁନର୍ବାର ଲଗ୍ ଇନ୍ କରିପାରନ୍ତି ଏବଂ ଚେଷ୍ଟା କରିପାରନ୍ତି।
3. ମୁଁ ଫର୍ମ 67 ଦାଖଲ କରିବା କାହିଁକି ଆବଶ୍ୟକ ହୋଇଥାଏ?
ଆପଣ ଫର୍ମ 67 ଦାଖଲ କରିବା ଆବଶ୍ୟକ ହୋଇଥାଏ ଯଦି ଆପଣ ଏକ ଦେଶରେ କିମ୍ବା ଭାରତ ବାହାରର ନିର୍ଦ୍ଧାରିତ କ୍ଷେତ୍ରର ପୈଠ କରାଯାଇଥିବା କର ଜମା ବାବଦକୁ ଦାବି ଚାହାଁନ୍ତି। ଆପଣ ମଧ୍ୟ ସାମ୍ପ୍ରତିକ ବର୍ଷର ପୂର୍ବବର୍ତ୍ତୀ କ୍ଷତି ଘଟଣାରେ ଫର୍ମ 67 ଦାଖଲ କରିବା ଆବଶ୍ୟକ ହେବ ଫଳରେ ବିଦେଶ କର ରିଫଣ୍ଡ ହୋଇଥାଏ ଯେଉଁଥିପାଇଁ କୌଣସି ପୂର୍ବବର୍ତ୍ତୀ ବର୍ଷଗୁଡ଼ିକରେ କ୍ରେଡିଟ୍ ଦାବି କରାଯାଇଥାଏ
4. କେଉଁ ମାଧ୍ୟମରେ ଫର୍ମ 67 ଦାଖଲ କରାଯାଇପାରିବ?
ଫର୍ମ 67 ଅନଲାଇନରେ ଇ-ଫାଇଲିଂ ପୋର୍ଟାଲରେ କେବଳ ଦାଖଲ କରାଯାଇପାରିବ। ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରିବା ପରେ, ଫର୍ମ 67 ଚୟନ କରନ୍ତୁ, ପ୍ରସ୍ତୁତ କରନ୍ତୁ ଏବଂ ଏହି ଫର୍ମ ଦାଖଲ କରନ୍ତୁ।
5. ଫର୍ମ 67 କିପରି ଭାବରେ ଇ-ଭେରିଫାଏ ହୋଇପାରିବ?
ଆପଣ EVC କିମ୍ବା DSC ବ୍ୟବହାର କରି ଏହି ଫର୍ମ ଇ-ଭେରିଫାଏ କରିପାରିବେ।ଅଧିକ ଜାଣିବା ପାଇଁ ଆପଣ ‘କିପରି ଇ-ଭେରିଫାଏ କରିବେ’ ବ୍ୟବହାରକାରୀ ମାନୁଆଲ୍ ଦେଖିପାରିବେ।
6. ମୁଁ ମୋ ତରଫରୁ ଫର୍ମ 67 ଫାଇଲ୍ କରିବା ପାଇଁ ଜଣେ ଅଧିକୃତ ପ୍ରତିନିଧିଙ୍କୁ ଯୋଗ କରିପାରିବି କି?
ହଁ, ଆପଣ ନିଜ ତରଫରୁ ଫର୍ମ 67 ଫାଇଲ୍ କରିବା ପାଇଁ ଜଣେ ଅଧିକୃତ ପ୍ରତିନିଧିଙ୍କୁ ଯୋଗ କରିପାରିବେ।
7. ଫର୍ମ 67 ଫାଇଲ୍ କରିବା ପାଇଁ ସମୟସୀମା କ’ଣ ରହିଛି?
ଧାରା 139(1) ଅଧୀନରେ ନିର୍ଦ୍ଧାରଣ କରାଯାଇଥିବା ଅନୁଯାୟୀ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ଫର୍ମ 67 ଫାଇଲ୍ କରାଯିବା ଉଚିତ୍
8. ଯେତେବେଳେ ମୁଁ ବୈଧାନିକ ଫର୍ମଗୁଡ଼ିକ ଫାଇଲ୍ କରିବା ପାଇଁ ସଂଲଗ୍ନୀକରଣଗୁଡ଼ିକ ଅପଲୋଡ୍ କରୁଥାଏ, ନିର୍ଦ୍ଦିଷ୍ଟ ତ୍ରୁଟିଗୁଡ଼ିକ ପୃଷ୍ଠାରେ ପ୍ରଦର୍ଶିତ ହୋଇଥାଏ। ମୁଁ ଇ-ଫାଇଲିଂ ପୋର୍ଟାଲରେ ସଂଲଗ୍ନୀକରଣଗୁଡ଼ିକ ଅପଲୋଡ୍ କରିବା ସମୟରେ କ’ଣ ମନେରଖିବା ଉଚିତ୍ ?
ଏହି ତ୍ରୁଟି ଫାଇଲରେ ବ୍ୟବହୃତ ନାମାଙ୍କନ ଶୈଳୀ କାରଣରୁ ହୋଇପାରେ। ଦୟକାରି ଫାଇଲ୍ ନାମରେ କୌଣସି ସ୍ୱତନ୍ତ୍ର ବର୍ଣ୍ଣ ବ୍ୟବହାର କରିବା ଏଡ଼ାନ୍ତୁ ଏବଂ ଫାଇଲର ନାମକୁ ଛୋଟ ରଖନ୍ତୁ। ଏହା ସହିତ ସଂଲଗ୍ନୀକରଣର ଆକାର 5 MBରୁ କମ୍ ହେବା ଉଚିତ୍ ଏବଂ ଏହି ସଂଲଗ୍ନୀକରଣର ଫର୍ମାଟ କେବଳ PDF କିମ୍ବା Zip ଫର୍ମାଟରେ ହେବା ଉଚିତ୍।
9. ମୁଁ ଫର୍ମ 29B ଅପଲୋଡ୍ କରିବାକୁ ଅସମର୍ଥ। ମୁଁ କିପରି ଭାବରେ ଫର୍ମ 29B ଫାଇଲ୍ କରିପାରିବି ଏବଂ ଦାଖଲ କରିପାରିବି?
ଫର୍ମ 29B ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ରହିଛି। ଫର୍ମ 29B କରଦାତାଙ୍କ ଦ୍ୱାରା ସେମାନଙ୍କର CAଙ୍କୁ ନ୍ୟସ୍ତ କରାଯିବା ଆବଶ୍ୟକ ହୋଇଥାଏ।
ଥରେ କରଦାତା ଏହି ଫର୍ମ ନ୍ୟସ୍ତ କରିବା ପରେ CA ଏହି ଫର୍ମ ତାଙ୍କର କାର୍ଯ୍ୟତାଲିକାରେ ଆକ୍ସେସ କରିପାରିବେ।
10.ଏହି ଫର୍ମ ଦାଖଲ କରିବା ସମୟରେ ଏହି ପୃଷ୍ଠା ‘‘ଅବୈଧ ମେଟାଡାଟା’’ ତ୍ରୁଟି ପ୍ରଦର୍ଶନ କରୁଛି। ମୁଁ କ’ଣ କରିବା ଉଚିତ୍?
ଏପରି ଏକ ତ୍ରୁଟି ଲାଗିରହିବା ଘଟଣାରେ, ଏକ ସମ୍ଭାବନା ରହିଛି ଯେ କରଦାତା ଚୟନ କରିଥିବା କିମ୍ବା ଫାଇଲିଂ ପ୍ରକାର (ମୂଳ/ସଂଶୋଧିତ) ମଧ୍ୟରେ ଏକ ଅମେଳ ରହିଛି କିମ୍ବା ମୂଲ୍ୟାୟନ ବର୍ଷ ଆପଣଙ୍କର ଲଗ୍ ଇନ୍ କ୍ରେଡେନସିଆଲ୍ ସହିତ ସିଙ୍କ୍ ହୋଇନାହିଁ। ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ସୁନିଶ୍ଚିତ କରନ୍ତୁ ଯେ ଦର୍ଶାଯାଇଥିବା ମାନଦଣ୍ଡଗୁଡ଼ିକ ସମ୍ପର୍କିତ କୌଣସି ଅମେଳ ନାହିଁ।
11. ମୁଁ ମୂଲ୍ୟାୟନ ବର୍ଷ 2021-22 ପାଇଁ ଫର୍ମ 29B ଫାଇଲ୍ କରିବାକୁ ଅସମର୍ଥ। ଏହି ପୃଷ୍ଠା ନିମ୍ନଲିଖିତ ତ୍ରୁଟି ‘‘ଦାଖଲ ବିଫଳ: ଅବୈଧ ଇନପୁଟ୍’’ ପ୍ରଦର୍ଶନ କରୁଛି। ମୁଁ କ’ଣ କରିବା ଉଚିତ୍?
ଯେତେବେଳେ “ଆକାଉଣ୍ଟାଣ୍ଟଙ୍କର ରିପୋର୍ଟ” ର ଭାଗ 3 କ୍ଷେତ୍ର ଶୂନ୍ୟ ଛାଡ଼ି ଦିଆଯାଇଥାଏ ଏହି ସମସ୍ୟା ଉତ୍ପନ୍ନ ହୋଇଥାଏ। ଏହି କ୍ଷେତ୍ର ପ୍ରଯୁଜ୍ୟ ନ ହେବା ଘଟଣାରେ, ଆପଣ ‘‘ଆକାଉଣ୍ଟାଣ୍ଟଙ୍କ ପାଇଁ ରିପୋର୍ଟ’’ର ତଳେ ଦିଆଯାଇଥିବା ଅନୁଚ୍ଛେଦ 3ରେ ପାଠ୍ୟ ବକ୍ସରେ “NA” ପ୍ରବେଶ କରାଇପାରିବେ ଏବଂ ଏହି ଫର୍ମ ପୁନର୍ବାର ଦାଖଲ କରିବାକୁ ଚେଷ୍ଟା କରିପାରିବେ।
12. ମୁଁ ମୂଲ୍ୟାୟନ ବର୍ଷ 2021 -22 ପାଇଁ ଫର୍ମ 29B ଫାଇଲ୍ କରିବାକୁ ଅସମର୍ଥ। ଏହି ପୃଷ୍ଠା ନିମ୍ନଲିଖିତ ତ୍ରୁଟି ‘‘ARN ପାଇଁ ଅବୈଧ ତ୍ରୁଟି’’ ପ୍ରଦର୍ଶନ କରୁଛି। ମୁଁ କ’ଣ କରିବା ଉଚିତ୍?
ଯେତେବେଳେ ବ୍ୟବହାରକାରୀଙ୍କର “ପ୍ରୋଫାଇଲ୍” ସଠିକ୍ ଭାବରେ ଅପଡେଟ୍ କରାଯାଇନଥାଏ,ଏହା ଅନୁଧ୍ୟାନ କରାଯାଇଥାଏ। ଦୟାକରି ସୁନିଶ୍ଚିତ କରନ୍ତୁ ଯେ ଏହି ଫର୍ମରେ ପୂରଣ କରାଯାଇଥିବା ସୂଚନା ଓ ଆପଣଙ୍କ ପ୍ରୋଫାଇଲରେ କୌଣସି ଅମେଳ ନାହିଁ। ଆପଣଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବା ପରେ, ଇ-ଫାଇଲିଂ ପୋର୍ଟାଲରେ ପୁଣି ଥରେ ଲଗ୍ ଇନ୍ କରନ୍ତୁ ଏବଂ ପୁଣି ଥରେ ଚେଷ୍ଟା କରନ୍ତୁ।
13.ଫର୍ମ 29B ଫାଇଲ୍ କରିବା ସମୟରେ, ଭାଗ C (ପରିମାଣ ବୃଦ୍ଧି କରାଯିବା କିମ୍ବା ହ୍ରାସ କରାଯିବା ଆବଶ୍ୟକ ତାହାର ବିବରଣୀ), ମୁଁ ସେହି ପରିମାଣ ପ୍ରବେଶ କରାଇବାକୁ ଚେଷ୍ଟା କରୁଛି ଯାହା ଦ୍ୱାର ଅର୍ଜିତ ଲାଭ ବଢ଼ିପାରିବ କିମ୍ବା କମିପାରିବ। ଅବଶ୍ୟ ଏହି ଫର୍ମ ବିଯୁକ୍ତାତ୍ମକ ମୂଲ୍ୟ ସ୍ୱୀକାର କରୁନାହିଁ। ମୁଁ କ’ଣ କରିବା ଉଚିତ୍?
ଏହା ହୋଇପାରେ ଯେ ଆପଣ ଫର୍ମ 29Bର ପୁରୁଣା ଡ୍ରାଫ୍ଟ ଉପରେ କାମ କରୁଛନ୍ତି। ଦୟାକରି ଏହି ଡ୍ରାଫ୍ଟ ବିଲୋପ କରନ୍ତୁ ଏବଂ ଏକ ନୂତନ ଫର୍ମ ଫାଇଲ୍ କରନ୍ତୁ।
14. ଧାରା 10AA ଅଧୀନରେ ଫର୍ମ 56F ଫାଇଲ୍ କରିବା ସମୟରେ, ଏହି ପୃଷ୍ଠା ତ୍ରୁଟି ପ୍ରଦର୍ଶନ କରୁଛି। ଡିସେମ୍ବର 29 ତାରିଖର ବିଜ୍ଞପ୍ତି ଆଧାରରେ, 56F ଅପସାରଣ କରାଯାଇଛି ଏବଂ ତାହା ସ୍ଥାନରେ 56FF ସ୍ଥାପନ କରାଯାଇଛି (କେବଳ ପୁନଃନିବେଶ ବିବରଣୀ ପାଇଁ)। ଅବଶ୍ୟ, ଧାରା 10AA କୁ 10A ସହିତ ପଢ଼ାଯିବାରେ କୌଣସି ପରିବର୍ତ୍ତନ ନାହିଁ। ମୁଁ 56F ଫାଇଲ୍ କରିବା ଆବଶ୍ୟକ କି?
ଉଭୟେ ଫର୍ମ ପୋର୍ଟାଲରେ ଉପଲବ୍ଧ ରହିଛି। ଆପଣ ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ମାର୍ଗଦର୍ଶିକା ଆଧାରରେ ଏବଂ ଅଧିନିୟମ /ନିୟମାବଳିର ପ୍ରଯୁଜ୍ୟ ବିଧାନ ଅନୁଯାୟୀ ଏହି ଫର୍ମ ଫାଇଲ୍ କରିପାରନ୍ତି।
15. ମୁଁ କେବେ ଫର୍ମ 10E ଫାଇଲ୍ କରାଯିବା ଉଚିତ୍?
ଆୟକର ରିଟର୍ଣ୍ଣ ଫାଇଲ୍ କରାଯିବା ପୂର୍ବରୁ 10E ଫାଇଲ୍ କରାଯିବ।
16. ଫର୍ମ 10E ଫାଇଲ୍ କରିବା ବାଧ୍ୟତାମୂଳକ ହୋଇଥାଏ କି?
ହଁ, ଫର୍ମ 10E ଫାଇଲ୍ କରିବା ବାଧ୍ୟତାମୂଳକ ହୋଇଥାଏ ଯଦି ଆପଣ ଆପଣଙ୍କର ଅବଶିଷ୍ଟ ରାଶି/ଅଗ୍ରୀମ ଆୟ ଉପରେ କର ରିହାତି ଦାବି କରିବାକୁ ଚାହୁଁଥାନ୍ତି।
17. ଯଦି ମୁଁ ଫର୍ମ 10E ଫାଇଲ୍ କରିବାରେ ବିଫଳ ହୁଏ, କିନ୍ତୁ ମୋର ITRରେ ଧାରା 89 ଅଧୀନରେ କର ରିହାତି ଦାବି କରେ ତେବେ କ’ଣ ହେବ?
ଯଦି ଆପଣ ଫର୍ମ 10E ଫାଇଲ୍ କରିବାରେ ବିଫଳ ହୁଅନ୍ତି, କିନ୍ତୁ ITRରେ ଧାରା 89 ଅଧୀନରେ କର ରିହାତି ଦାବି କରନ୍ତି, ଆପଣଙ୍କର ITR ପ୍ରକ୍ରିୟାକରଣ ହେବ ଅବଶ୍ୟ ଧାରା 89 ଅଧୀନରେ ଦାବି କରାଯାଇଥିବା ରିହାତି ପାଇଁ ଅନୁମତି ଦିଆଯିବ ନାହିଁ।
18. ମୁଁ କିପରି ଜାଣିବି ଯେ ମୋର ITRରେ ମୋ ଦ୍ୱାରା ଦାବି କରାଯାଇଥିବା ରିହାତି ପାଇଁ ITD ଅନୁମତି ଦେଇନାହିଁ?
ଧାରା 89 ଅଧୀନରେ ଦାବି କରାଯାଇଥିବା ରିହାତି ପାଇଁ ଅନୁମତି ଦିଆନଯିବା ଘଟଣାରେ, ଏ ବିଷୟରେ ଆୟକର ବିଭାଗ ଦ୍ୱାରା ଅବଗତି ପତ୍ର ମାଧ୍ୟମରେ ଆପଣଙ୍କର ITR ପ୍ରକ୍ରିୟାକରଣ ପରେ ଧାରା 143(1) ଅଧୀନରେ ଜଣାଇ ଦିଆଯିବ।
19. ମୁଁ ଆର୍ଥିକ ବର୍ଷ 2019- 20 ପାଇଁ ଫର୍ମ 10E ଫାଇଲ୍ କରିବା ସମୟରେ ଆୟ ବିବରଣୀ ଯୋଗ କରିବା ପାଇଁ ଅସମର୍ଥ। ମୁଁ କ’ଣ କରିବା ଉଚିତ୍?
ଏହା ନିଶ୍ଚିତ କରନ୍ତୁ ଯେ ଆପଣ କର ନିର୍ଦ୍ଧାରଣ ବର୍ଷ 2021-22 ପାଇଁ ଫର୍ମ 10ଇ ଦାଖଲ କରୁଛନ୍ତି। କର ନିର୍ଦ୍ଧାରଣ ବର୍ଷ 2021-22 ପାଇଁ ଫର୍ମ 10ଇ ଦାଖଲ କରିବାକୁ ହେଲେ, ଇ-ଫାଇଲ୍ > ଇନକମ୍ ଟ୍ୟାକ୍ସ ଫର୍ମସ୍ > ଫାଇଲ୍ ଇନକମ୍ ଟ୍ୟାକ୍ସ ଫର୍ମସ୍ > ଫର୍ମସ୍ ଆଜ୍ ପର ଇନକମ୍ ଟ୍ୟାକ୍ସ ଆକ୍ଟ 1961 > ଫର୍ମ 10ଇ > ଫାଇଲ୍ ନାଓ ଉପରେ କ୍ଲିକ୍ କରନ୍ତୁ। କର ନିର୍ଦ୍ଧାରଣ ବର୍ଷ ଭାବରେ 2021-22 ଚୟନ କରନ୍ତୁ ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ।
20.ମୁଁ ମୂଲ୍ୟାୟନ ବର୍ଷ 2021-22 ପାଇଁ ITR ଫାଇଲ୍ କରୁଛି। 10E ଫାଇଲ୍ କରିବା ସମୟରେ ମୁଁ ମୂଲ୍ୟାୟନ ବର୍ଷ ଭାବରେ କ’ଣ ବାଛିବା ଉଚିତ୍?
ଯଦି ଆପଣ ମୂଲ୍ୟାୟନ ବର୍ଷ 2021-22 ପାଇଁ ଆୟକର ରିଟର୍ଣ୍ଣ ଫାଇଲ୍ କରୁଛନ୍ତି, ଆପଣ ଫର୍ମ 10E ଦାଖଲ କରିବା ସମୟରେ ମୂଲ୍ୟାୟନ ବର୍ଷ 2021-22 ଚୟନ କରିବା ଆବଶ୍ୟକ।
21. ଫର୍ମ 10E ପୂରଣ କରିବା ସମୟରେ, ମୁଁ ମୂଲ୍ୟାୟନ ବର୍ଷ ପାଇଁ ପ୍ରଯୁଜ୍ୟ କର ଦେଖିବାକୁ ଅସମର୍ଥ। ମୁଁ କିପରି ଆଗକୁ ବଢ଼ିବା ଉଚିତ୍?
ଏହା ନିଶ୍ଚିତ କରନ୍ତୁ ଯେ ଆପଣ ସମସ୍ତ ଆୟର ବିବରଣୀ ପୂରଣ କରିଛନ୍ତି (ଟେବୁଲ୍ ଏ - ରେ ଥିବା ପୂର୍ବ ବର୍ଷର ଆୟର ବିବରଣୀକୁ ଅନ୍ତର୍ଭୁକ୍ତ କରି)। ସ୍ଲାବ୍ ରେଟ୍ ଆଧାରରେ ଟ୍ୟାକ୍ସ ସ୍ୱୟଂଚାଳିତ ଭାବେ ଦେଖାଯିବ। ପୋର୍ଟାଲ୍ରେ ଉପଲବ୍ଧ ବିବରଣୀ ଅନୁଯାୟୀ ଆୟ, ଆପଣଙ୍କ ଗଣନା ସହିତ ମେଳ ଖାଉଛି କି ନାହିଁ ତାହା ଯାଞ୍ଚ କରନ୍ତୁ ଏବଂ ସମ୍ବନ୍ଧିତ ଟେବୁଲ୍ରେ ଟ୍ୟାକ୍ସର ପରିମାଣ ପ୍ରବେଶ କରନ୍ତୁ।
22. ଫର୍ମ 10BA ଦାଖଲ କରିବା ସମୟରେ, ଏହି ପୃଷ୍ଠା ତ୍ରୁଟି ଦର୍ଶାଉଛି: “ତ୍ରୁଟି: ଦୟାକରି ବୈଧ ମୂଲ୍ୟଗୁଡ଼ିକ ପ୍ରବେଶ କରାନ୍ତୁ”। ମୁଁ କ’ଣ କରିବା ଉଚିତ୍?
ଆପଣ ଏହି ଫର୍ମ ଦାଖଲ କରିବା ସମୟରେ ଏପରି ସମସ୍ୟାର ସମ୍ମୁଖୀନ ହେବା ଘଟଣାରେ, ସୁନିଶ୍ଚିତ କରନ୍ତୁ ଯେ ପ୍ରୋଫାଇଲ ଅପଡେଟ୍ କରିବା ପାଇଁ ଦର୍ଶାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପୂର୍ଣ୍ଣ ହୋଇଛି। ଅତିରିକ୍ତ ଭାବରେ “ଡ୍ରାଫ୍ଟ ବିଲୋପ କରନ୍ତୁ”.ଉପରେ କ୍ଲିକ୍ କରି ଫର୍ମର ପୁରୁଣା ଡ୍ରାଫ୍ଟ ବିଲୋପ କରନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପୁଣି ଥରେ ଲଗ୍ ଇନ୍ କରନ୍ତୁ ଏବଂ ପୁଣି ଥରେ ଚେଷ୍ଟା କରନ୍ତୁ।
23. ଫର୍ମ 35 ଦାଖଲ କରିବା ସମୟରେ, ଆବେଦନ ଫି ଚାଲାଣ ବିବରଣୀ ପ୍ରବେଶ କରାଇବା ସମୟରେ, ଏହି ପୃଷ୍ଠା ତ୍ରୁଟି ପ୍ରଦର୍ଶନ କରେ ‘‘ପୈଠ କରାଯାଇଥିବା ଆବେଦନ ଦେୟ ହେବା ଉଚିତ୍ ଘଟଣା ଅନୁଯାୟୀ 250, 500 କିମ୍ବା 1000 ଟଙ୍କା ମଧ୍ୟରୁ କୌଣସିଟି ହେବା ଉଚିତ୍’’। ମୁଁ କ’ଣ କରିବା ଉଚିତ୍?
ଏହି 4ର୍ଥପ୍ୟାନେଲ୍, ଯଥା:- "ଆବେଦନ ବିବରଣୀ” ଖୋଲନ୍ତୁ
- ଦୟାକରି ଏହି ବାଧ୍ୟତାମୂଳକ କ୍ଷେତ୍ରଗୁଡ଼ିକ ଯେପରିକି ‘‘ନିର୍ଦ୍ଧାରଣ କରାଯାଇଥିବା ଆୟର ପରିମାଣ’’ ଇତ୍ୟାଦି ଅପଡେଟ୍ ହୋଇଛି ସୁନିଶ୍ଚିତ କରନ୍ତୁ।
- TDS ଆବେଦନ ଘଟଣାରେ, ଏହାକୁ ‘‘ପ୍ରଯୁଜ୍ୟ ନୁହେଁ’’ ଭାବରେ ଚୟନ କରାଯାଇପାରେ।
ଥରେ ଏହି କ୍ଷେତ୍ରଗୁଡ଼ିକ ଅପଡେଟ୍ ହୋଇଯିବା ପରେ 7ମ ପ୍ୟାନେଲ୍ ଯଥା:- ‘‘ଆବେଦନ ଫାଇଲ୍ କରିବା ବିବରଣୀ’’କୁ ଯାଆନ୍ତୁ ଏବଂ ବିଲୋପ କରିବାକୁ ଓ ଚାଲାଣ ବିବରଣୀ ପୁନର୍ବାର ପ୍ରବେଶ କରାଇବାକୁ ଚେଷ୍ଟା କରନ୍ତୁ।
24. ଫର୍ମ 10IC ପୂରଣ କରିବା ସମୟରେ, ମୁଁ ‘‘ଫର୍ମ 10-IBରେ ଧାରା 115BA(4) ଅଧୀନରେ ଏହି ବିକଳ୍ପ ପ୍ରୟୋଗ କରାଯାଇଛି କି?’’ ପାଇଁ ‘‘ହଁ’’ ଚୟନ କରିଥିଲି ?” ଏପରିକି ତାହା ପରେ, ପୂର୍ବରୁ ପୂରଣ କରାଯାଇଥିବା ‘‘ପୂର୍ବବର୍ତ୍ତୀ ବର୍ଷ’’ ଏବଂ ‘‘ଫର୍ମ 10-IB ପୂରଣ କରାଯିବାର ତାରିଖ” କ୍ଷେତ୍ର ସେଠାରେ ନଥିଲା। ମୁଁ କ’ଣ କରିବା ଉଚିତ୍?
ଆପଣ ‘‘ଫାଇଲ୍ ଇନକମ୍ ଟ୍ୟାକ୍ସ ଫର୍ମସ’’ରେ ଅଦ୍ୟାବଧି ସଞ୍ଚୟ ହୋଇଥିବା ‘ଡ୍ରାଫ୍ଟ’ 10-IC ବିଲୋପ କରିବା ଉଚିତ୍ ଏବଂ ନୂଆ କରି ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।
25. ଫର୍ମ 10IC ଫାଇଲ୍ କରିବା ସମୟରେ ମୁଁ ଫର୍ମ ‘‘10-IBରେ ଧାରା ଅଧୀନରେ ବିକଳ୍ପ ପ୍ରୟୋଗ କରାଯାଇଛି କି?’’ ପାଇଁ ‘‘ହଁ’’ ଚୟନ କରିଛି, ‘‘ଧାରା 115BA(4) ଅଧୀନରେ ପ୍ରୟୋଗ କରାଯାଇଥିବା ବିକଳ୍ପ ମୁଁ ଏତଦ୍ୱାରା ପ୍ରତ୍ୟାହାର କରୁଛି...’’ସଞ୍ଚୟ ହେଉନାହିଁ। ମୁଁ କ’ଣ କରିବା ଉଚିତ୍?
ଆପଣ ଅଦ୍ୟାବଧି ‘‘ଫାଲଇ୍ ଆୟକର ଫର୍ମସ’’ରେ ସଞ୍ଚୟ ହୋଇଥିବା ‘ଡ୍ରାଫ୍ଟ’ ଫର୍ମ 10-IC ବିଲୋପ କରିବା ଉଚିତ୍ ଏବଂ ନୂତନ ଫର୍ମ ଫାଇଲିଂ ଆରମ୍ଭ କରିବା ଉଚିତ୍।
26. ଫର୍ମ 10-IB ଫାଇଲ୍ କରିବା ସମୟରେ, କମ୍ପାନିର ମୌଳିକ ବିବରଣୀ ‘‘ମୋ ପ୍ରୋଫାଇଲ୍’’ରୁ ସଠିକ୍ ଭାବରେ ସ୍ୱତଃ ପୂରଣ ହୋଇନଥିଲା। ମୁଁ କ’ଣ କରିବା ଉଚିତ୍?
ଆପଣ ‘ଡ୍ରାଫ୍ଟ’ ଫର୍ମ 10-IB ବିଲୋପ କରିବା ଉଚିତ୍ ଯାହାକି ଅଦ୍ୟାବଧି ‘ଫାଇଲ୍ ଆୟକର ଫର୍ମସ’’ ରେ ସଞ୍ଚୟ ହୋଇଛି ଏବଂ ନୂଆ କରି ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।
27. ଫର୍ମ 10-ID ଫାଇଲ୍ କରିବା ସମୟରେ, ‘‘ମୋ ପ୍ରୋଫାଇଲ୍’ରୁ ଏହି “ମୂଲ୍ୟାୟନ ଅଧିକାରୀ”ଙ୍କର ବିବରଣୀ ସ୍ୱତଃ ପୂରଣ ହେଉନଥିଲା। ମୁଁ କ’ଣ କରିବା ଉଚିତ୍?
ଆପଣ ‘ଡ୍ରାଫ୍ଟ’ ଫର୍ମ 10-ID ବିଲୋପ କରିବା ଉଚିତ୍ ଯାହାକି ଅଦ୍ୟାବଧି ‘ଫାଇଲ୍ ଆୟକର ଫର୍ମସ’’ ରେ ସଞ୍ଚୟ ହୋଇଛି ଏବଂ ନୂଆ କରି ଫର୍ମ ଫାଇଲ୍ କରିବା ଆରମ୍ଭ କରିବା ଉଚିତ୍।
28. ନିମ୍ନଲିଖିତ ତ୍ରୁଟି ସନ୍ଦେଶ ‘ଦାଖଲ ବିଫଳ ହୋଇଛି’ ଦେଖାଯିବା କାରଣରୁ ମୁଁ ଫର୍ମ 10DA ଦାଖଲ କରିବାକୁ ଅସମର୍ଥ। ମୁଁ କିପରି ଆଗକୁ ବଢ଼ିବା ଉଚିତ୍?
ଆପଣ ଅଦ୍ୟାବଧି ‘‘ଫାଇଲ୍ ଆୟକର ଫର୍ମସ’’ରେ ସଞ୍ଚୟ ହୋଇଥିବା ପୁରୁଣା ଫର୍ମଗୁଡ଼ିକ ପ୍ରତ୍ୟାହାର/ବିଲୋପ କରିବା ଉଚିତ୍ ଏବଂ ନୂଆ ଫର୍ମ ପୂରଣ କରିବା ଆରମ୍ଭ କରିବା ଉଚିତ୍। ସୁନିଶ୍ଚିତ କରନ୍ତୁ ଯେ ଠିକଣା କ୍ଷେତ୍ରଗୁଡ଼ିକ ସହିତ ସମସ୍ତ କ୍ଷେତ୍ର ଯାଞ୍ଚକରଣ ପ୍ୟାନେଲରେ ସମ୍ପୂର୍ଣ୍ଣ ଭାବରେ ଅଦ୍ୟତନ ହୋଇଛି ଏବଂ ଏହି ଫର୍ମ ଦାଖଲ କରି ପୁଣି ଥରେ ଚେଷ୍ଟା କରନ୍ତୁ।
29. ମୋର PAN କର୍ଣ୍ଣାଟକ କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଆକ୍ଟ, 1959 ଅଧୀନରେ ଏକ କ୍ରେଡିଟ କୋପରେଟିଭ୍ ବ୍ୟାଙ୍କ୍ ବା ସମବାୟ ବ୍ୟାଙ୍କ୍ ଭାବରେ ପଞ୍ଜିକୃତ ହୋଇଛି ମୁଁ ଧାରା 115BAD ଅଧୀନରେ ଅପେକ୍ଷାକୃତ ଭାବେ କମ୍ କର ହାର ବାଛିବାକୁ ଇଚ୍ଛା କରୁଛି, ଯଦିଓ ସମସ୍ତ ସର୍ତ୍ତାବଳି ପୂରଣ କରୁଛି, ମୁଁ ଫର୍ମ 10-IF ଫାଇଲ୍ କରିବା ପାଇଁ ଅସମର୍ଥ। ମୁଁ କ’ଣ କରିବା ଉଚିତ୍?
ଧାରା 115BADର ସୁବିଧାଗୁଡ଼ିକ ଏହି ଧାରା ଅନୁଯାୟୀ କେବଳ ସମବାୟ ସମିତିଗୁଡ଼ିକ ପାଇଁ ଅନୁମତି ଦିଆଯାଇଥାଏ। ଏହା ହୋଇପାରେ ଯେ ଆପଣ ଏକ କୃତ୍ରିମ ନ୍ୟାୟିକ ବ୍ୟକ୍ତି ଆଧାରରେ ପଞ୍ଜିକୃତ ହୋଇଛନ୍ତି ଏବଂ ଏକ AOP ଭାବରେ ନୁହେଁ। ଏଣୁ ଫର୍ମ 10IF ଫାଇଲିଂ ପାଇଁ ଉପଲବ୍ଧ ହେଉନାହିଁ। ଏପରି ଏକ ଘଟଣାରେ ଆପଣଙ୍କୁ ଅନୁରୋଧ କରାଯାଉଛି ଯେ NSDL ମାଧ୍ୟମରେ ଏହି ବିବରଣୀ ଅପଡେଟ୍ କରାଇ ନିଅନ୍ତୁ।