1. ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ମୋତେ ଜାରି କରାଯାଇଥିବା ନୋଟିସ୍/ଆଦେଶକୁ ମୁଁ କାହିଁକି ପ୍ରାମାଣିକରଣ କରିବା ଆବଶ୍ୟକ?

ଅକ୍ଟୋବର 2019 କିମ୍ବା ତା’ପରେ ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ପ୍ରତ୍ୟେକ ଯୋଗାଯୋଗରେ ଏକ ନିଆରା 'ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର'(DIN) ରହିବା ବାଧ୍ୟତାମୂଳକ। ଆପଣଙ୍କୁ ମିଳିଥିବା ନୋଟିସ୍/ଆଦେଶ କିମ୍ବା ଯେକୌଣସି ଯୋଗାଯୋଗ ବାସ୍ତବିକ ଏବଂ ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଛି କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ଆପଣ ଏହି ସେବା ବ୍ୟବହାର କରି ପାରିବେ।

2. ଯଦି ଆୟକର ବିଭାଗ(ITD) ନୋଟିସ୍/ଆଦେଶରେ'ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର'(DIN)ନଥାଏ, ତେବେ କଣ ହେବ? 2.ଯଦି ଆୟକର ବିଭାଗ(ITD) ନୋଟିସ୍/ଆଦେଶରେ'ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର'(DIN)ନଥାଏ, ତେବେ କଣ ହେବ? 2.ଯଦି ଆୟକର ବିଭାଗ(ITD) ନୋଟିସ୍/ଆଦେଶରେ'ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର'(DIN)ନଥାଏ, ତେବେ କଣ ହେବ? 2.ଯଦି ଆୟକର ବିଭାଗ(ITD) ନୋଟିସ୍/ଆଦେଶରେ'ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର'(DIN)ନଥାଏ, ତେବେ କଣ ହେବ?

ଏପରି କ୍ଷେତ୍ରରେ, ଆପଣଙ୍କୁ ମିଳିଥିବା ନୋଟିସ୍/ଆଦେଶ/ଚିଠି ଅବୈଧ ବୋଲି ବିବେଚନା କରାଯିବ ଏବଂ ଆଇନଗତ ଭାବେ ଏହାର କୌଣସି ମୂଲ୍ୟ ରହିବ ନାହିଁ ବା ଏହା ଜାରି ହୋଇନାହିଁ ବୋଲି ଧରି ନିଆଯିବ। ଏଭଳି ଯୋଗାଯୋଗ ପାଇଁ ଆପଣଙ୍କୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କିମ୍ବା ଉତ୍ତର ଦେବା ଆବଶ୍ୟକ ନାହିଁ।

3.ମୁଁ ଆୟକର ବିଭାଗ (ITD) ଦ୍ୱାରା ଜାରି କରାଯାଇଥିବା ଆଦେଶକୁ କେଉଁଠାରେ ପ୍ରାମାଣିକରଣ କରିପାରିବି?

ଆପଣ ଇ-ଫାଇଲିଂ ପୋର୍ଟାଲରେ ପ୍ରାମାଣିକରଣ ନୋଟିସ୍‌ / ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶ ସେବା ବ୍ୟବହାର କରି ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶକୁ ଯାଞ୍ଚ କରିପାରିବେ।

4.ଆୟକର ବିଭାଗ(ITD) ଦ୍ୱାରା ମୋତେ ଜାରି କରାଯାଇଥିବା ନୋଟିସ୍ ପ୍ରାମାଣିକରଣ କରିବା ପାଇଁ ମୋତେ ଲଗ୍ ଇନ୍ କରିବାକୁ ପଡିବ କି?

ନାହିଁ, ନୋଟିସ୍/ଆଦେଶ ଯାଞ୍ଚ କରିବା ପାଇଁ ଆପଣଙ୍କୁ ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରିବା ଆବଶ୍ୟକ ନାହିଁ। ଆପଣ ଇ-ଫାଇଲିଂ ପୋର୍ଟାଲରେ ଉପଲବ୍ଧ ପ୍ରାମାଣିକରଣ ନୋଟିସ୍‌ / ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶ ଲିଙ୍କ୍ ଉପରେ କ୍ଲିକ୍ କରି ନୋଟିସ୍ ଯାଞ୍ଚ କରିପାରିବେ।

5. ନୋଟିସ୍ ପ୍ରାମାଣିକରଣ କରିବା ପାଇଁ ମୋତେ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ସମାନ ମୋବାଇଲ୍ ନମ୍ବର ଦେବାକୁ ପଡିବ କି?

ନା, ଆୟକର ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସ୍/ଚିଠି ବା ଯେକୌଣସି ଯୋଗାଯୋଗକୁ ପ୍ରାମାଣିକରଣ କରିବା ପାଇଁ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ମୋବାଇଲ୍ ନମ୍ବର ଦେବା ବାଧ୍ୟତାମୂଳକ ନୁହେଁ। ଆପଣ ମୋବାଇଲ୍ ନମ୍ବର ଟେକ୍ସବକ୍ସରେ ନିଜର ଯେକୌଣସି ଚଳନ୍ତି ମୋବାଇଲ୍ ନମ୍ବର ପ୍ରବେଶ କରି OTP ପ୍ରାପ୍ତ କରିପାରିବେ।

6.ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର(DIN) କଣ?

DIN ର ଅର୍ଥ ହେଉଛି 'ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର'। ଏହା ଏକ କମ୍ପ୍ୟୁଟର ଜେନେରେଟେଡ୍ ଅନନ୍ୟ ପରିଚୟ ସଂଖ୍ୟା, ଯାହା ଆୟକର କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରତ୍ୟେକ ଯୋଗାଯୋଗ (ଚିଠି/ନୋଟିସ୍/ଆଦେଶ/ଅନ୍ୟ ଯେକୌଣସି ପତ୍ର ବିନିମୟ) ଉପରେ ଉଲ୍ଲେଖ ରହିବା ବାଧ୍ୟତାମୂଳକ।