AIS - ବାର୍ଷିକ ସୂଚନା ବିବୃତ୍ତି

(ଏକ ନଜରରେ ବିସ୍ତୃତ କର ସୂଚନା)

(ଏକ ନଜରରେ ବିସ୍ତୃତ କର ସୂଚନା)

Frequently Asked Questions

AIS - ବାର୍ଷିକ ସୂଚନା ବିବରଣୀ

1. ବାର୍ଷିକ ସୂଚନା ବିବରଣୀ (AIS) କ'ଣ?

ବାର୍ଷିକ ସୂଚନା ବିବରଣୀ (AIS) ହେଉଛି କରଦାତାଙ୍କ ସୂଚନାର ଏକ ବିସ୍ତୃତ ବିବରଣୀ।

AISର ଉଦ୍ଦେଶ୍ୟଗୁଡ଼ିକ ହେଲା:

  • ଆୟକର ରିଟର୍ଣ୍ଣ ଫାଇଲିଂ କରିବା ପୂର୍ବରୁ କରଦାତାଙ୍କୁ ସମ୍ପୂର୍ଣ୍ଣ ସୂଚନା ପ୍ରଦର୍ଶନ କରିବା ଏବଂ ଅନଲାଇନ୍ ମତାମତ ଦେବାର ସୁବିଧା ପ୍ରଦାନ କରିବା
  • ସ୍ବେଚ୍ଛାକୃତ ଅନୁପାଳନକୁ ପ୍ରୋତ୍ସାହିତ କରିବା ଏବଂ ରିଟର୍ଣ୍ଣର ସହଜ ପ୍ରି-ଫିଲିଂ କୁ ସକ୍ଷମ କରିବା
  • ପରିହାରକରଣକୁ ନିରୁତ୍ସାହିତ କରିବା

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ।

2. ବାର୍ଷିକ ସୂଚନା ବିବରଣୀ (AIS)ର ଉପାଦାନଗୁଡ଼ିକ କ'ଣ?

AISରେ ପ୍ରଦର୍ଶିତ ସୂଚନାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି:

ଭାଗ A - ସାଧାରଣ ସୂଚନା: ଭାଗ Aରେ ଆପଣଙ୍କ ସମ୍ବନ୍ଧୀୟ ସାଧାରଣ ସୂଚନା ପ୍ରଦର୍ଶିତ ହୁଏ, ଯେପରିକି ପ୍ୟାନ୍‌, ଆଂଶିକ ଭାବେ ଲୁଚାଯାଇଥିବା ଆଧାର ସଂଖ୍ୟା, କରଦାତାଙ୍କ ନାମ, ଜନ୍ମ ତାରିଖ/ଆରମ୍ଭ ହେବା/ଗଠନ ତାରିଖ, ମୋବାଇଲ୍ ନମ୍ବର, ଇମେଲ୍‌ ଆଡ୍ରେସ୍‌ ଏବଂ କରଦାତାଙ୍କ ଠିକଣା।

ଭାଗ B - TDS/TCS ସୂଚନା: ଏହି ଭାଗରେ ଉତ୍ସରେ କଟାଯାଇଥିବା/ଆଦାୟ କରାଯାଇଥିବା କର (TDS/TCS) ସମ୍ବନ୍ଧୀୟ ସୂଚନା ପ୍ରଦର୍ଶିତ ହୁଏ। ଏଥିରେ TDS/TCS ସୂଚନା କୋଡ୍, ସୂଚନାର ବିବରଣୀ ଏବଂ ସୂଚନାର ମୂଲ୍ୟ ପ୍ରଦର୍ଶିତ ହୁଏ।

• SFT ସୂଚନା: ଏହି ଶୀର୍ଷକ ଅଧୀନରେ ଆର୍ଥିକ ବିନିମୟ ବିବରଣୀ (SFT) ଅନୁଯାୟୀ ସୂଚିତ ସଂସ୍ଥାମାନଙ୍କଠାରୁ ପ୍ରାପ୍ତ ସୂଚନା ପ୍ରଦର୍ଶିତ ହୁଏ। ଏଥିରେ SFT କୋଡ୍, ସୂଚନାର ବିବରଣୀ ଏବଂ ସୂଚନାର ମୂଲ୍ୟ ଉପଲବ୍ଧ ହୋଇଥାଏ।

• କର ପୈଠ: ଏହି ଭାଗରେ ଆର୍ଥିକ ବର୍ଷ ସମୟରେ ବିଭିନ୍ନ ଶୀର୍ଷକ ଅଧୀନରେ କରାଯାଇଥିବା କର ପୈଠ ସମ୍ବନ୍ଧୀୟ ସୂଚନା, ଯେପରିକି ଅଗ୍ରୀମ କର ଏବଂ ସ୍ୱ-ମୂଲ୍ୟାଙ୍କନ କର ପ୍ରଦର୍ଶିତ ହୁଏ।

• ଦାବି ଏବଂ ଫେରସ୍ତ: ଏହି ଭାଗରେ ଆପଣ ଆର୍ଥିକ ବର୍ଷ ମଧ୍ୟରେ ଉଠାଯାଇଥିବା କର ଦାବି ଏବଂ ଆରମ୍ଭ କରାଯାଇଥିବା କର ଫେରସ୍ତର ବିବରଣୀ (ମୂଲ୍ୟାୟନ ବର୍ଷ (ମୁ.ବ) ଏବଂ ପରିମାଣ) ଦେଖିପାରିବେ। (ବର୍ତ୍ତମାନ କର ଦାବି ସମ୍ବନ୍ଧୀୟ ବିବରଣୀ ଉପଲବ୍ଧ ନାହିଁ।)

• ଅନ୍ୟାନ୍ୟ ସୂଚନା: ଏହି ଭାଗରେ ଅନ୍ୟ ଉତ୍ସଗୁଡ଼ିକରୁ ପ୍ରାପ୍ତ ସୂଚନାର ବିବରଣୀ ପ୍ରଦର୍ଶିତ ହୁଏ, ଯେପରିକି ଅନୁବନ୍ଧ-II ବେତନ ସମ୍ବନ୍ଧୀୟ ତଥ୍ୟ, କର ଫେରସ୍ତ ଉପରେ ସୁଧ, ବିଦେଶକୁ ପଠାଯାଇଥିବା ରାଶି, ବିଦେଶୀ ମୁଦ୍ରା କ୍ରୟ ଇତ୍ୟାଦି।

ଏହା ସହିତ, କରଦାତା AISରେ ପ୍ରଦର୍ଶିତ ସୂଚନା ଉପରେ ନିଜର ମତାମତ ପ୍ରଦାନ କରିପାରିବେ। AISର ପ୍ରତ୍ୟେକ ବିଭାଗ (ଯେପରିକି TDS, SFT, ଅନ୍ୟାନ୍ୟ ସୂଚନା) ଅଧୀନରେ ରିପୋର୍ଟ ହୋଇଥିବା ମୂଲ୍ୟ ଏବଂ ସଂଶୋଧିତ ମୂଲ୍ୟ (ଅର୍ଥାତ୍ କରଦାତାଙ୍କ ମତାମତ କିମ୍ବା କରଦାତାଙ୍କ ମତାମତ ଉପରେ ଉତ୍ସ ପକ୍ଷରୁ ମିଳିଥିବା ନିଶ୍ଚିତକରଣକୁ ବିଚାର କରିବା ପରେ ଯେଉଁ ମୂଲ୍ୟ ନିର୍ଦ୍ଧାରିତ ହୁଏ) ଉଭୟ ପ୍ରଦର୍ଶିତ ହୁଏ।

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ

3. ଆୟକର ରିଟର୍ଣ୍ଣ ଫାଇଲିଂ କରିବା ପାଇଁ କରଦାତାଙ୍କର ସମସ୍ତ ସୂଚନା AISରେ ଉପଲବ୍ଧ ଥାଏ କି?

ବାର୍ଷିକ ସୂଚନା ବିବରଣୀ (AIS)ରେ ବର୍ତ୍ତମାନ ଆୟକର ବିଭାଗ ନିକଟରେ ଉପଲବ୍ଧ ଥିବା ସୂଚନା ଅନ୍ତର୍ଭୁକ୍ତ ଥାଏ। କରଦାତାଙ୍କ ସହ ସମ୍ବନ୍ଧିତ ଅନ୍ୟ କେତେକ ବିନିମୟ ଥାଇପାରେ, ଯାହା ବର୍ତ୍ତମାନ AISରେ ପ୍ରଦର୍ଶିତ ହେଉନଥାଇପାରେ। ସେଥିପାଇଁ କରଦାତା ସମସ୍ତ ସମ୍ପର୍କିତ ସୂଚନା ଯାଞ୍ଚ କରି ଆୟକର ରିଟର୍ଣ୍ଣରେ ସମ୍ପୂର୍ଣ୍ଣ ଏବଂ ସଠିକ୍ ସୂଚନା ଉଲ୍ଲେଖ କରିବେ ବୋଲି ଆଶା କରାଯାଏ।

4. AIS ଅଧୀନରେ କରଦାତା ସୂଚନା ସାରାଂଶ (TIS)ରେ କ'ଣ ରହିଥାଏ?

କରଦାତା ସୂଚନା ସାରାଂଶ (TIS) ହେଉଛି କରଦାତାଙ୍କ ସୂଚନାର ବର୍ଗୀକୃତ ସମନ୍ୱିତ ସାରାଂଶ। ଏଥିରେ ପ୍ରତ୍ୟେକ ସୂଚନା ବର୍ଗ (ଯେପରିକି ବେତନ, ସୁଧ, ଲାଭାଂଶ ଇତ୍ୟାଦି) ଅଧୀନରେ ନିମ୍ନଲିଖିତ ଦୁଇଟି ମୂଲ୍ୟ ପ୍ରଦର୍ଶିତ ହୁଏ: ସିଷ୍ଟମ୍‌ ଦ୍ୱାରା ପ୍ରକ୍ରିୟାକୃତ ମୂଲ୍ୟ - ପୂର୍ବନିର୍ଦ୍ଧାରିତ ନିୟମ ଅନୁଯାୟୀ ସଦୃଶ ସୂଚନାକୁ ବାଦ ଦେବା ପରେ ସିଷ୍ଟମ୍‌ ଦ୍ୱାରା ଜେନେରେଟ ହୋଇଥିବା ମୂଲ୍ୟ, ଏବଂ କରଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା/ଉତ୍ସ ଦ୍ୱାରା ନିଶ୍ଚିତ କରାଯାଇଥିବା ମୂଲ୍ୟ - କରଦାତାଙ୍କ ମତାମତ କିମ୍ବା ସେହି ମତାମତ ଉପରେ ଉତ୍ସ ପକ୍ଷରୁ ମିଳିଥିବା ନିଶ୍ଚିତକରଣକୁ ବିଚାର କରି, ସିଷ୍ଟମ୍‌ ଦ୍ୱାରା ପ୍ରକ୍ରିୟାକୃତ ମୂଲ୍ୟ ସହ ସମନ୍ୱୟ କରି ନିର୍ଦ୍ଧାରିତ ମୂଲ୍ୟ। ପ୍ରଯୁଜ୍ୟ କ୍ଷେତ୍ରରେ, TISରେ କରଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କିମ୍ବା ଉତ୍ସ ଦ୍ୱାରା ନିଶ୍ଚିତ କରାଯାଇଥିବା ସୂଚନାକୁ ଆୟକର ରିଟର୍ଣ୍ଣର ପ୍ରି-ଫିଲିଂ ପାଇଁ ବ୍ୟବହାର କରାଯିବ।

କରଦାତା ସୂଚନା ସାରାଂଶ (TIS)ରେ ଆପଣ ନିମ୍ନଲିଖିତ ବିବରଣୀଗୁଡ଼ିକ ଦେଖିପାରିବେ:

  • ସୂଚନା ବର୍ଗ
  • ସିଷ୍ଟମ୍‌ ଦ୍ୱାରା ପ୍ରକ୍ରିୟାକୃତ ମୂଲ୍ୟ
  • କରଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା/ଉତ୍ସ ଦ୍ୱାରା ନିଶ୍ଚିତ କରାଯାଇଥିବା ମୂଲ୍ୟ

ଏହା ସହିତ, ପ୍ରତ୍ୟେକ ସୂଚନା ବର୍ଗ ଅଧୀନରେ ନିମ୍ନଲିଖିତ ସୂଚନା ପ୍ରଦର୍ଶିତ ହୁଏ:

ଯେଉଁ ଭାଗ ମାଧ୍ୟମରେ ସୂଚନା ପ୍ରାପ୍ତ ହୋଇଛି

  • ସୂଚନାର ବିବରଣୀ
  • ସୂଚନାର ଉତ୍ସ
  • ବିବରଣୀ ପରିମାଣ
  • ରାଶି (ଉତ୍ସ ଦ୍ୱାରା ରିପୋର୍ଟ କରାଯାଇଥିବା, ସିଷ୍ଟମ୍‌ ଦ୍ୱାରା ପ୍ରକ୍ରିୟାକୃତ, କରଦାତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା/ଉତ୍ସ ଦ୍ୱାରା ନିଶ୍ଚିତ କରାଯାଇଥିବା)

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ।

5. AIS ଏବଂ ଫର୍ମ 26AS (ବାର୍ଷିକ କର ବିବରଣୀ) ମଧ୍ୟରେ ପାର୍ଥକ୍ୟ କ'ଣ?

ବାର୍ଷିକ କର ବିବରଣୀ (ଫର୍ମ 26AS), ଯାହା TRACES ପୋର୍ଟାଲରେ ଉପଲବ୍ଧ, ସେଥିରେ କେବଳ କରଦାତାଙ୍କ TDS/TCS ସମ୍ବନ୍ଧୀୟ ତଥ୍ୟ ପ୍ରଦର୍ଶିତ ହୁଏ। କରଦାତାଙ୍କ ସହ ସମ୍ବନ୍ଧିତ ଅନ୍ୟାନ୍ୟ ବିବରଣୀ AIS (ବାର୍ଷିକ ସୂଚନା ବିବରଣୀ)ରେ ଉପଲବ୍ଧ ଥାଏ। 
ଏହା ସହିତ, AIS କରଦାତାଙ୍କୁ ରିପୋର୍ଟ କରାଯାଇଥିବା ବିନିମୟଗୁଡ଼ିକ ଉପରେ ମତାମତ ପ୍ରଦାନ କରିବାର ସୁବିଧା ମଧ୍ୟ ଦେଇଥାଏ। ଅଧିକନ୍ତୁ, AIS ଅଧୀନରେ ଥିବା TIS (କରଦାତା ସୂଚନା ସାରାଂଶ)ରେ ସୂଚନା ଉତ୍ସ ସ୍ତରରେ କାରବାରଗୁଡ଼ିକର ସମନ୍ୱିତ ବିବରଣୀ ମଧ୍ୟ ପ୍ରଦର୍ଶିତ ହୁଏ।
ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ

6. ମୁଁ ବାର୍ଷିକ ସୂଚନା ବିବରଣୀ (AIS) କିପରି ଦେଖିପାରିବି?

ନିମ୍ନଲିଖିତ ସୋପାନଗୁଡ଼ିକ ଅନୁସରଣ କରି ଆପଣ ବାର୍ଷିକ ସୂଚନା ବିବରଣୀ (AIS) ଦେଖିପାରିବେ:

  • ସୋପାନ 1: URLରେ ଲଗଇନ୍ କରନ୍ତୁhttps://www.incometax.gov.in/.
  • ସୋପାନ 2:ଲଗ୍‌ଇନ୍ କରିବା ପରେ ଡ୍ୟାଶ୍‌ବୋର୍ଡ ରେ ଥିବା ବାର୍ଷିକ ସୂଚନା ବିବରଣୀ (AIS) ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ।
  • ସୋପାନ 3:ଆଗକୁ ବଢନ୍ତୁ ବଟନ୍‌ରେ କ୍ଲିକ୍ କରନ୍ତୁ। ଏହା ଆପଣଙ୍କୁ AIS ପୋର୍ଟାଲକୁ ନେଇଯିବ। ସେଠାରେ AIS ଶୀର୍ଷକ ଉପରେ କ୍ଲିକ୍ କରି ବାର୍ଷିକ ସୂଚନା ବିବରଣୀ (AIS) ଦେଖନ୍ତୁ।

ବିକଳ୍ପ ଭାବରେ,

  • ସୋପାନ 1: URLରେ ଲଗଇନ୍ କରନ୍ତୁ https://www.incometax.gov.in/.
  • ସୋପାନ 2: ଲଗ୍‌ଇନ୍ କରିବା ପରେ ଇ-ଫାଇଲ ମେନ୍ୟୁ ଉପରେ କ୍ଲିକ୍ କରନ୍ତୁ।
  • ସୋପାନ 3: ଆୟକର ରିଟର୍ଣ୍ଣ > AIS ଦେଖନ୍ତୁଉପରେ କ୍ଲିକ୍ କରନ୍ତୁ।
  • ସୋପାନ 4:ଆଗକୁ ବଢନ୍ତୁ ବଟନ୍‌ରେ କ୍ଲିକ୍ କରନ୍ତୁ। ଏହା ଆପଣଙ୍କୁ AIS ପୋର୍ଟାଲକୁ ପୁନଃନିର୍ଦ୍ଦେଶିତ କରିବ। ସେଠାରେ AIS ଶୀର୍ଷକ ଉପରେ କ୍ଲିକ୍ କରି ବାର୍ଷିକ ସୂଚନା ବିବରଣୀ ଦେଖନ୍ତୁ।

7. ମୁଁ AISରେ ଗତିବିଧିର ଇତିହାସ ଟ୍ରାକ୍ କରିପାରିବି କି?

ହଁ, ଆପଣ AIS ମୁଖ୍ୟପୃଷ୍ଠାରେ ଥିବା ଗତିବିଧିର ଇତିହାସ ବଟନ୍‌ରେ କ୍ଲିକ୍ କରି AISରେ କାର୍ଯ୍ୟକଳାପ ଇତିହାସ ଟ୍ରାକ୍ କରିପାରିବେ। ଏହା ମାଧ୍ୟମରେ ଅନୁପାଳନ ପୋର୍ଟାଲ୍‌ରେ କରାଯାଇଥିବା କାର୍ଯ୍ୟକଳାପ/ଗତିବିଧିଗୁଡ଼ିକର ଏକ ସାରାଂଶ ଦୃଶ୍ୟ ଆପଣଙ୍କୁ ପ୍ରଦାନ କରାଯିବ। ପ୍ରତ୍ୟେକ ଗତିବିଧି ପାଇଁ ସିଷ୍ଟମ୍‌ ଦ୍ୱାରା ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଜେନେରେଟ୍ କରାଯିବ। ଏହି ଟ୍ୟାବ୍‌ରେ ଗତିବିଧିର ତାରିଖ, ଗତିବିଧିର ବିବରଣୀ ଏବଂ କାର୍ଯ୍ୟକଳାପର ସବିଶେଷ ବିବରଣୀ ପ୍ରଦର୍ଶିତ ହେବ।

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ।

8. ମୁଁ ମୋର AIS କେଉଁ କେଉଁ ଫାଇଲ୍ ଫର୍ମାଟ୍‌ରେ ଡାଉନଲୋଡ୍ କରିପାରିବି?

ଆପଣ ବାର୍ଷିକ ସୂଚନା ବିବରଣୀ (AIS)କୁ PDF, JSON ଏବଂ CSV ଫାଇଲ୍ ଫର୍ମାଟ୍‌ରେ ଡାଉନଲୋଡ୍ କରିପାରିବେ।

9. ମୁଁ ସୂଚନା ଉପରେ ମତାମତ କିପରି ଦାଖଲ କରିପାରିବି?

ଆପଣ TDS/TCS ସୂଚନା, SFT ସୂଚନା କିମ୍ବା ଅନ୍ୟାନ୍ୟ ସୂଚନା ଅଧୀନରେ ପ୍ରଦର୍ଶିତ ସକ୍ରିୟ ସୂଚନା ଉପରେ ନିମ୍ନଲିଖିତ ସୋପାନଗୁଡ଼ିକ ଅନୁସରଣ କରି ମତାମତ ଦାଖଲ କରିପାରିବେ:

• ସୋପାନ 1: ସମ୍ପର୍କିତ ସୂଚନା ଉପରେ କ୍ଲିକ୍ କରନ୍ତୁ। ତା'ପରେ ମତାମତ ସ୍ତମ୍ଭରେ ଥିବା ବିକଳ୍ପ ବଟନ୍‌ରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣ ମତାମତ ଦିଅନ୍ତୁ ସ୍କ୍ରିନ୍‌କୁ ନେଇଯିବ।
• ସୋପାନ 2: ଉପଯୁକ୍ତ ମତାମତ ବିକଳ୍ପ ବାଛନ୍ତୁ ଏବଂ ସେହି ବିକଳ୍ପ ଅନୁଯାୟୀ ମତାମତର ବିବରଣୀ ପ୍ରବେଶ କରନ୍ତୁ।
• ସୋପାନ 3: ମତାମତ ଦାଖଲ କରିବା ପାଇଁ ଦାଖଲ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ।

10. ମୁଁ ମତାମତ ଦାଖଲ କରିବା ପରେ କ'ଣ ହେବ?

AISରେ ଥିବା ସୂଚନା ଉପରେ ମତାମତ ସଫଳତାର ସହିତ ଦାଖଲ କରିବା ପରେ, ସେହି ମତାମତ ସମ୍ପର୍କିତ ସୂଚନା ସହିତ ପ୍ରଦର୍ଶିତ ହେବ। ଆକ୍ଟିଭିଟି ହିଷ୍ଟ୍ରି ଟ୍ୟାବ୍‌ ମଧ୍ୟ ଅପଡେଟ୍ ହେବ ଏବଂ ଆପଣ

ପ୍ରାପ୍ତିସ୍ୱୀକାର ରସିଦ ଡାଉନଲୋଡ୍ କରିପାରିବେ। ମତାମତ ଦାଖଲର ପୁଷ୍ଟିକରଣ ପାଇଁ ଇମେଲ୍ ଏବଂ ଏସ୍‌ଏମ୍‌ଏସ୍ ମଧ୍ୟ ପଠାଯିବ।

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ।

11. AISରେ ମତାମତ ଦାଖଲ କରିବା ପରେ ମୁଁ କୌଣସି ନିଶ୍ଚିତକରଣ ପାଇବି କି?

ହଁ। AISରେ ଥିବା ସୂଚନା ଉପରେ ଆପଣଙ୍କ ମତାମତ ସଫଳତାର ସହିତ ଦାଖଲ ହେବା ପରେ, ଆକ୍ଟିଭିଟି ହିଷ୍ଟ୍ରି ଟ୍ୟାବ୍‌ ଅପଡେଟ ହେବ ଏବଂ ଆପଣ ସେହି ମତାମତର ପ୍ରାପ୍ତିସ୍ୱୀକୃତି ରସିଦ ଡାଉନଲୋଡ୍ କରିପାରିବେ। ମତାମତ ଦାଖଲ ହେବାର ନିଶ୍ଚିତକରଣ ସମ୍ବନ୍ଧୀୟ ଇ-ମେଲ୍ ଏବଂ ଏସ୍‌ଏମ୍‌ଏସ୍ ମଧ୍ୟ ଆପଣଙ୍କୁ ପଠାଯିବ।

12. AIS ସମନ୍ୱିତ ମତାମତ ଫାଇଲ୍ କ'ଣ?

AIS ସମନ୍ୱିତ ମତାମତ ଫାଇଲ୍ (ACF) କରଦାତାଙ୍କୁ ସେମାନଙ୍କର AIS ସମ୍ବନ୍ଧୀୟ ସମସ୍ତ ମତାମତ (‘ସୂଚନା ସଠିକ ଅଛି’ ମତାମତକୁ ବାଦ ଦେଇ) ଏକମାତ୍ର PDF ଫାଇଲ୍‌ରେ ଦେଖିବାର ସୁବିଧା ପ୍ରଦାନ କରେ, ଯାହାଫଳରେ ସୂଚନାକୁ ସହଜରେ ବୁଝିହେବ। AISରେ ମତାମତ ଦାଖଲ କରିବା ପରେ, ଆପଣ AIS ସମନ୍ୱିତ ମତାମତ ଫାଇଲ୍ (PDF) ଡାଉନଲୋଡ୍ କରିପାରିବେ।

ଅଧିକ ସୂଚନା ପାଇଁ, ଲଗ୍‌ଇନ୍ କରିବା ପରେ ଇ-ଫାଇଲ୍ / AIS ମେନ୍ୟୁ ଅଧୀନରେ ଥିବା AISକୁ ଯାଆନ୍ତୁ।

13. ମୁଁ ପୂର୍ବରୁ ଦେଇଥିବା ମତାମତକୁ କେତେଥର ସଂଶୋଧନ କରିପାରିବି? ଏଥିପାଇଁ କୌଣସି ସୀମା ଅଛି କି?

ବର୍ତ୍ତମାନ, ପୂର୍ବରୁ ଦିଆଯାଇଥିବା ମତାମତଗୁଡ଼ିକୁ ସଂଶୋଧନ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ।

14. ମୁଁ AISରେ GST ଟର୍ନଓଭର୍‌ ଯାଞ୍ଚ କରିପାରିବି କି?

ହଁ। AISରେ ସୂଚନା କୋଡ୍ (EXC-GSTR3B) ଅଧୀନରେ GST ଟର୍ନଓଭର୍‌ ସମ୍ବନ୍ଧୀୟ ସୂଚନା ପ୍ରଦର୍ଶିତ ହୁଏ। ଏହି ସୂଚନା AISର ଅନ୍ୟାନ୍ୟ ସୂଚନା ଟ୍ୟାବ୍‌ରେ ଦେଖିପାରିବେ।

15. AIS ପାଇଁ କୌଣସି ଭିଡିଓ ମାର୍ଗଦର୍ଶିକା (ଟ୍ୟୁଟୋରିଆଲ୍) ଉପଲବ୍ଧ ଅଛି କି?

ହଁ। AIS ସମ୍ବନ୍ଧୀୟ ଏକ ସୂଚନାମୂଳକ ଭିଡିଓ ୟୁଟ୍ୟୁବ୍ ରେ ଉପଲବ୍ଧ ଅଛି। ଏହି ଭିଡିଓକୁ ଏଠାରେ ଦେଖିପାରିବେ।

https://www.youtube.com/watch?v=zbGa6uvisBE