ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଯୋଡ଼ନ୍ତୁ - ଉପଭୋକ୍ତା ମାନୁଆଲ୍
1.ସମୀକ୍ଷା
ଏହି ସେବା ଇ-ଫାଇଲିଂ ପୋର୍ଟାଲର ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ। ଏହା ସେହି ୟୁଜରମାନଙ୍କୁ ସକ୍ଷମ କରେ ଯେଉଁମାନେ ଦେଶ ବାହାରେ ଥିବା, ଅନାବାସୀ ହେବା, କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ଆଇ.ଟି.ଆର. ଗୁଡିକ, ଫର୍ମ, କିମ୍ବା ସେବା ଅନୁରୋଧଗୁଡ଼ିକୁ ଯାଞ୍ଚ କରିପାରୁ ନାହାନ୍ତି – ଅନ୍ୟ ଜଣେ ବ୍ୟକ୍ତିକୁ ସେମାନଙ୍କ ତରଫରୁ ସତ୍ୟାପନ ସମ୍ପୂର୍ଣ୍ଣ କରିବା ପାଇଁ ଅନୁମୋଦନ ଦେବାକୁ। ଏହି ସେବା ଉପଭୋକ୍ତାମାନଙ୍କୁ କୁଟନୈତିକ ପ୍ରତିନିଧି କରଦାତା ଭାବେ ପଞ୍ଜୀକରଣ କରି ଅନ୍ୟ ଜଣେ ବ୍ୟକ୍ତି ତରଫରୁ କାର୍ଯ୍ୟ କରିବାକୁ ମଧ୍ୟ ଅନୁମତି ଦିଏ।
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା
-
ବୈଧ ଉପଭୋକ୍ତା ଆଇଡି ଏବଂ ପାସୱାର୍ଡ
-
PAN ଆଧାର ସଂଖ୍ୟା ସହିତ ଲିଙ୍କ୍ ହୋଇଛି
3.ପ୍ରକ୍ରିୟା/ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା
3.1 ଅନ୍ୟ ବ୍ୟକ୍ତିଙ୍କ ପାଇଁ କାର୍ଯ୍ୟ କରିବାକୁ ପଞ୍ଜୀକରଣ କରନ୍ତୁ
ସୋପାନ 1: ଇ-ଫାଇଲିଂ ପୋର୍ଟାଲର ହୋମ୍ପେଜ୍କୁ ଯାଆନ୍ତୁ।
ସୋପାନ 2: ଉପଭୋକ୍ତା ଆଇଡି ଏବଂ ପାସୱାର୍ଡ ପ୍ରବେଶ କରନ୍ତୁ।
ସୋପାନ 3: ଅଧିସ୍ୱୀକୃତ ସହଯୋଗୀ କୁ ଯାଆନ୍ତୁ ଏବଂ ନିଜ ତରଫରୁ ଅନ୍ୟ ବ୍ୟକ୍ତିଙ୍କୁ କାର୍ଯ୍ୟ କରିବା ପାଇଁ ଅଧିସ୍ୱୀକୃତି ଦିଅନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 4: "ଆସନ୍ତୁ ଆରମ୍ଭ କରିବା" ଉପରେ କ୍ଲିକ୍ କରନ୍ତୁ ।
ସୋପାନ 5: ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ +
ସୋପାନ 6: ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଯୋଡିବାର କାରଣ ଚୟନ କରନ୍ତୁ, ଅଧିସ୍ୱୀକୃତ ସ୍ୱାକ୍ଷରକାରୀଙ୍କ PAN ପ୍ରବେଶ କରନ୍ତୁ ଏବଂ ଅବଧି (ଆରମ୍ଭ ତାରିଖ -ଠାରୁ- ଶେଷ ତାରିଖ) କିମ୍ବା କାର୍ଯ୍ୟ ଚୟନ କରନ୍ତୁ ଯେଉଁ ପାଇଁ ଅନୁମତି ଦେଉଛନ୍ତି।
ଟିପ୍ପଣୀ:
ନିମ୍ନଲିଖିତ କାର୍ଯ୍ୟଗୁଡ଼ିକ ପାଇଁ ଅଧିସ୍ୱୀକୃତ ସ୍ଵାକ୍ଷରକାରୀ ଯୋଡ଼ାଯାଇପାରିବ:
- ଆୟକର ରିଟର୍ଣ୍ଣ ଦାଖଲ ଓ ସତ୍ୟାପନ
- ଆୟ ବିବରଣୀର ସତ୍ୟାପନ
- ଫର୍ମ ଦାଖଲ
- ସେବା ଅନୁରୋଧ ଦାଖଲ
ସୋପାନ 7: ଅନୁରୋଧକୁ ଯାଞ୍ଚ କରିବା ପାଇଁ ପଞ୍ଜୀକୃତ ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ରେ ପ୍ରାପ୍ତ 6-ଅଙ୍କ ବିଶିଷ୍ଟ OTP ଭରନ୍ତୁ।
ସୋପାନ 8: ଆପଣଙ୍କ ଅନୁରୋଧ ସଫଳତାର ସହିତ ଦାଖଲ ହୋଇସାରିଛି। ବର୍ତ୍ତମାନ ଅଧିସ୍ୱୀକୃତ ସ୍ୱାକ୍ଷରକାରୀ 7 ଦିନ ମଧ୍ୟରେ ଅନୁରୋଧ ଗ୍ରହଣ କରିବେ। ଏହା ପରେ ଆୟକର ବିଭାଗ ଦ୍ୱାରା 7 ଦିନ ମଧ୍ୟରେ ପ୍ରକ୍ରିୟାକରଣ କରାଯିବ।
ଅନୁରୋଧ ଦେଖିବା ପାଇଁ ଅନୁରୋଧ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
3.2 ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ବ୍ୟକ୍ତିଙ୍କ ଦ୍ୱାରା ଅନୁରୋଧ ଗ୍ରହଣ:
ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍ ହୋମ୍ପେଜ୍କୁ ଯାଆନ୍ତୁ।
ସୋପାନ 2: ଉପଭୋକ୍ତା ଆଇଡି ଏବଂ ପାସୱାର୍ଡ ପ୍ରବେଶ କରନ୍ତୁ।
ସୋପାନ 3: ବାକିଥିବା କାର୍ଯ୍ୟ କୁ ଯାଆନ୍ତୁ ଏବଂ କାର୍ଯ୍ୟତାଲିକା ଉପରେ କ୍ଲିକ୍ କରନ୍ତୁ
ସୋପାନ 4: କାର୍ଯ୍ୟତାଲିକା ଖୋଲିବ, ଯେଉଁଠାରେ ଆପଣ କରଦାତାଙ୍କ ଦ୍ୱାରା ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଯୋଡନ୍ତୁ ପାଇଁ କରାଯାଇଥିବା ଅନୁରୋଧ ଦେଖିପାରିବେ। ଅନୁରୋଧଟି ଗ୍ରହଣ କରିବା ପାଇଁ ଗ୍ରହଣ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 5: ବର୍ତ୍ତମାନ ଫାଇଲ୍ ସଂଲଗ୍ନ କରନ୍ତୁ ଉପରେ କ୍ଲିକ୍ କରି ପାୱାର୍ ଅଫ୍ ଆଟର୍ଣ୍ଣି ସଂଲଗ୍ନ କରନ୍ତୁ ଏବଂ ଯାଞ୍ଚ ପାଇଁ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:
1) ସର୍ବାଧିକ ଫାଇଲ୍ ଆକାର 5 MB ହୋଇପାରେ।
2)କେବଳ PDF ଫାଇଲ୍ ଅପଲୋଡ୍ ହୋଇପାରିବ।
ସୋପାନ 6: ବର୍ତ୍ତମାନ ତଳେ ଦିଆଯାଇଥିବା ଯାଞ୍ଚ ପଦ୍ଧତି ମାଧ୍ୟମରେ ଅନୁରୋଧକୁ ଯାଞ୍ଚ କରନ୍ତୁ:

ସୋପାନ 7: ଆଧାର ବିବରଣୀ ଯାଞ୍ଚ କରନ୍ତୁ ଉପରେ କ୍ଲିକ୍ କରନ୍ତୁ, ଆଧାର OTP ଜେନେରେଟ୍ କରନ୍ତୁ, ଚୟନ କରନ୍ତୁ ଏବଂ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରେ ଆସିଥିବା OTP ଭରନ୍ତୁ।

Step 8: ସଫଳ ଇ-ସତ୍ୟାପନ ପରେ ଏକ ନିଶ୍ଚିତକରଣ ସନ୍ଦେଶ ଦେଖାଯିବ। ଏବଂ ଫର୍ମ ଦାଖଲ କରିବା ପାଇଁ ହଁ ଉପରେ କ୍ଲିକ୍ କରନ୍ତୁ।
ସତ୍ୟାପନ ପରେ, ଆୟକର ବିଭାଗ ଅନୁରୋଧକୁ ପ୍ରକ୍ରିୟାକରଣ କରିବ ଏବଂ ଅଧିପ୍ରାମାଣିକିକରଣ କାର୍ଯ୍ୟକାରୀ ହେବା ପାଇଁ 24 ରୁ 72 ଘଣ୍ଟା ସମୟ ଲାଗିବ।
ସମ୍ପର୍କିତ ବିଷୟଗୁଡ଼ିକ
- ଲଗ୍ଇନ୍
- PAN ଆଧାର ଲିଙ୍କ
- ଡ୍ୟାସ୍ବୋର୍ଡ
- ହୋମ ପେଜ୍
- ଇ-ଭେରିଫାଇ କିପରି କରିବେ
ଶବ୍ଦାବଳୀ
|
ସଂକ୍ଷିପ୍ତ ଶବ୍ଦ / ସଂକ୍ଷିପ୍ତକରଣ |
ବର୍ଣ୍ଣନା / ପୂର୍ଣ୍ଣ ରୂପ |
|
AO |
ମୂଲ୍ୟାୟନ ଅଧିକାରୀ |
|
AY |
ମୂଲ୍ୟାୟନ ବର୍ଷ |
|
AOP |
ଆସୋସିଏସନ୍ ଅଫ୍ ପର୍ସନ୍ସ |
|
ବି.ଓ.ଆଇ(BOI) |
ବଡି ଅଫ ଇଣ୍ଡିଭିଜୁଆଲ୍ସ |
|
ସି.ଏ (CA) |
ଚାର୍ଟର୍ଡ ଆକାଉଣ୍ଟାଣ୍ଟ |
|
ସି.ପି.ସି(CPC) |
ସେଣ୍ଟ୍ରାଲାଇଜଡ ପ୍ରୋସେସିଂ ସେଣ୍ଟର |
|
ଇ.ଆର.ଆଇ |
ଇ-ରିଟର୍ଣ୍ଣ ଇଣ୍ଟରମିଡିଆରୀ(ଇ-ରିଟର୍ନ ମଧ୍ୟସ୍ଥ) |
|
ଏଲ.ଏ (LA) |
ସ୍ଥାନୀୟ କର୍ତ୍ତୃପକ୍ଷ |
|
ଟି.ଡି.ଏସ୍ |
ଟ୍ୟାକ୍ସ ଡିଡକ୍ଟେଡ ଆଟ ସୋର୍ସ |
|
EXTA |
ଏକ୍ସଟର୍ନାଲ ଏଜେନ୍ସି(ବାହ୍ୟ ସଂସ୍ଥା) |
|
ଆଇ.ଟି.ଡି.ଆର.ଇ.ଆଇ.ଏନ ITDREIN |
ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ରିପୋର୍ଟିଂ ଏଣ୍ଟିଟି ଆଇଡେଣ୍ଟିଫିକେସନ ନମ୍ବର(ଆୟକର ବିଭାଗ ସୂଚନା ପ୍ରଦାନକାରୀ ସଂସ୍ଥା ଚିହ୍ନଟ ନମ୍ବର) |
|
ଏଚ.ୟୁ.ଏଫ(HUF) |
ହିନ୍ଦୁ ଅନଡିଭାଇଡେଡ ଫ୍ୟାମିଲି(ହିନ୍ଦୁ ଅବିଭକ୍ତ ପରିବାର) |
|
ଇ.ଭି.ସି(EVC) |
ଇଲେକ୍ଟ୍ରୋନିକ ଭେରିଫିକେସନ କୋଡ( ଇଲେକ୍ଟ୍ରୋନିକ୍ ସତ୍ୟାପନ କୋଡ୍) |
|
ଡି.ଏସ୍.ସି(DSC) |
ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ(ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର) |
|
ଆଇ.ଟି.ଡି.(ITD) |
ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ(ଆୟକର ବିଭାଗ) |
|
ଆଇ.ଟି.ଆର.(ITR) |
ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ(ଆୟକର ରିଟର୍ଣ୍ଣ) |