ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ପରେ ITR ଫାଇଲ କରିବା

Frequently Asked Questions

ବିଳମ୍ବ କ୍ଷମା ପ୍ରାର୍ଥନା ପରେ ITR ଦାଖଲ କରିବା ସମ୍ବନ୍ଧୀୟ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

1. କେଉଁ କେଉଁ କାରଣରୁ ବିଳମ୍ବ କ୍ଷମା ପ୍ରାର୍ଥନା ଆବେଦନ ଅସ୍ୱୀକୃତ ହୋଇପାରେ?

ଆପଣଙ୍କର ବିଳମ୍ବ କ୍ଷମା ପ୍ରାର୍ଥନା ଅନୁରୋଧ ଯେ ଗ୍ରହଣ କରାଯିବ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଆୟକର ବିଭାଗର ବିବେକ ଉପରେ ନିର୍ଭର କରେ। ଯଦି ଆୟକର ବିଭାଗ ଆପଣଙ୍କ ବିଳମ୍ବର କାରଣକୁ ଯଥାର୍ଥ ଏବଂ ସତ୍ୟ ବୋଲି ମନେକରେ, ତେବେ ଆପଣଙ୍କୁ ବିଳମ୍ବ କ୍ଷମା ପ୍ରାର୍ଥନା ପ୍ରଦାନ କରାଯାଇପାରେ।

ଆୟକର ଅଧିକାରୀ ନିମ୍ନଲିଖିତ କେତେକ କାରଣ ଯୋଗୁଁ ଆପଣଙ୍କର ବିଳମ୍ବ ପାଇଁ କ୍ଷମା ନ କରିପାରନ୍ତି:

  1. ଯଦି କରଦାତା ବିଳମ୍ବ ହେବାର କୌଣସି ବୈଧ ଏବଂ ଯୁକ୍ତିଯୁକ୍ତ କାରଣ ଦର୍ଶାଇବାରେ ବିଫଳ ହୁଅନ୍ତି;
  2. ଯଦି କରଦାତା ବାରମ୍ବାର ନିୟମ ଉଲ୍ଲଂଘନ କରୁଥାନ୍ତି କିମ୍ବା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ରିଟର୍ଣ୍ଣ ଦାଖଲ କରିବା ପାଇଁ କୌଣସି ପ୍ରଚେଷ୍ଟା କରିନଥାନ୍ତି କିମ୍ବା ସମୟ ଅନୁଯାୟୀ କର ଜମା କରିବାରେ ବିଫଳ ହୋଇଥାନ୍ତି;
  3. ଯଦି କରଦାତା ବିଳମ୍ବ କ୍ଷମା ପ୍ରାର୍ଥନା ଆବେଦନ ସହିତ ଆବଶ୍ୟକୀୟ ସହାୟକ ଦସ୍ତାବିଜ୍ ବା ପ୍ରମାଣ ଦାଖଲ ନ କରନ୍ତି, ତେବେ ଆବେଦନଟି ଅସ୍ୱୀକୃତ ହୋଇପାରେ। ତେଣୁ ବିଳମ୍ବର ପ୍ରକୃତ କାରଣ ଦର୍ଶାଉଥିବା ସମସ୍ତ ଜରୁରୀ ପ୍ରମାଣପତ୍ର ଓ ଦସ୍ତାବିଜ୍ ଆବେଦନ ସହିତ ଯୋଡ଼ିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

2. ଆୟକର ଅଧିକାରୀଙ୍କଠାରୁ ବିଳମ୍ବ କ୍ଷମା ପ୍ରାର୍ଥନାର ସ୍ୱୀକୃତି ପାଇବା ପରେ କରଦାତା କଣ କରିବା ଉଚିତ୍‌?

ଆୟକର ଅଧିକାରୀଙ୍କଠାରୁ ବିଳମ୍ବ କ୍ଷମା ପ୍ରାର୍ଥନା ଅନୁରୋଧର ସ୍ୱୀକୃତି ଆଦେଶ ମିଳିବା ପରେ, କରଦାତାଙ୍କୁ ନିଜର ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ହେବ।

3. ବିଳମ୍ବ କ୍ଷମା ପ୍ରାର୍ଥନା ଅନୁରୋଧ ମଞ୍ଜୁର ହେବା ପରେ ITR ଦାଖଲ କରିବାର ପଦକ୍ଷେପଗୁଡ଼ିକ କଣ?

ଥରେ ଆପଣଙ୍କର ବିଳମ୍ବ କ୍ଷମା ପ୍ରାର୍ଥନା ଅନୁରୋଧ ଗ୍ରହଣ ହୋଇଯିବା ପରେ, ଆପଣ ଆଗକୁ ବଢ଼ିବା ପାଇଁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରିପାରିବେ:

  • ଆପଣଙ୍କର ଆୟକର ରିଟର୍ଣ୍ଣ ଅପ୍‌ଲୋଡ୍ କରନ୍ତୁ।
  • ଅପ୍‌ଲୋଡ୍ ହୋଇଥିବା ରିଟର୍ଣ୍ଣକୁ ଇ-ଯାଞ୍ଚ କରନ୍ତୁ।