ଚାଲାଣ ସଂଶୋଧନ ଅନୁରୋଧ ସମ୍ବନ୍ଧିତ ଉପଭୋକ୍ତା ମାନୁଆଲ୍
1. ଅବଲୋକନ
ଆୟକର ଇ-ଫାଇଲିଂ ପୋର୍ଟାଲ ବର୍ତ୍ତମାନ PAN ଧାରକମାନଙ୍କୁ କର ପରିଶୋଧ ସମୟରେ ଭୁଲବଶତଃ ଭରାଯାଇଥିବା ଚାଲାଣର ଗୁରୁତ୍ୱପୂର୍ଣ୍ଣ ବିବରଣୀଗୁଡ଼ିକର ସଂଶୋଧନ/ସୁଧାର ପାଇଁ ସିଧାସଳଖ ଅନୁରୋଧ କରିବାର ସୁବିଧା ପ୍ରଦାନ କରୁଛି।
ଏହି ସୁବିଧା ମାଧ୍ୟମରେ, କରଦାତାମାନେ ନିମ୍ନଲିଖିତ ପରି ଗୁରୁତ୍ୱପୂର୍ଣ୍ଣ ବିବରଣୀଗୁଡ଼ିକରେ ସଂଶୋଧନ କରିପାରିବେ:
- କର ବର୍ଷ,
- ମୂଲ୍ୟାୟନ ବର୍ଷ (A.Y.),
- ପ୍ରଯୁଜ୍ୟ କର (ମେଜର୍ ହେଡ୍), ଏବଂ
- ପୈଠର ପ୍ରକାର (ମାଇନର୍ ହେଡ୍)
ଏହି ସଂଶୋଧନ ବିକଳ୍ପଗୁଡ଼ିକ ଚାଲାଣଗୁଡ଼ିକୁ କରଦାତାଙ୍କ ଆକାଉଣ୍ଟ ସହ ସଠିକ ଭାବରେ ସଂଯୋଜିତ କରିବାରେ ସହାୟତା କରେ, ଯାହାଫଳରେ କର ଜମା ହେବାରେ ଅନାବଶ୍ୟକ ବିଳମ୍ବ ବିନା ସମୟୋପଯୋଗୀ ଭାବରେ ପ୍ରତିଫଳିତ ହେବା ସହ ପ୍ରକ୍ରିୟାକରଣ ସୁଚାରୁ ଭାବରେ ସମ୍ପନ୍ନ ହୁଏ। ଦୟାକରି ଧ୍ୟାନ ଦିଅନ୍ତୁ: ITNS281N ର ସଂଶୋଧନ (TAN ମାଧ୍ୟମରେ ସଂଶୋଧନ) TRACES ପୋର୍ଟାଲରେ ଉପଲବ୍ଧ। (www.tdscpc.gov.in)
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ
ଚାଲାଣ ସଂଶୋଧନ ଅନୁରୋଧ କେବଳ ଲଗ୍-ଇନ୍ ପରବର୍ତ୍ତୀ (ଇ-ଫାଇଲିଂ ପୋର୍ଟାଲରେ ଲଗ୍-ଇନ୍ କରିବା ପରେ) ସୁବିଧା ମାଧ୍ୟମରେ ଦାଖଲ କରାଯାଇପାରିବ।
|
ପ୍ରାକ୍ ଆବଶ୍ୟକତାଗୁଡ଼ିକ |
|
ଟିପ୍ପଣୀ:
- ବର୍ତ୍ତମାନ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମୂଲ୍ୟାୟନ ବର୍ଷ 2020-21 ଏବଂ ତା’ ପରବର୍ତ୍ତୀ ବର୍ଷଗୁଡ଼ିକ ସମ୍ବନ୍ଧୀୟ ଚାଲାଣଗୁଡ଼ିକର ସଂଶୋଧନ କରାଯାଇପାରିବ। ପୂର୍ବବର୍ଷଗୁଡ଼ିକ ସମ୍ବନ୍ଧୀୟ ଚାଲାଣ ସଂଶୋଧନ ପାଇଁ ଦୟାକରି ଆପଣଙ୍କ କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।
- ଇ-ଫାଇଲିଂ ପୋର୍ଟାଲରେ ଦାଖଲ ହୋଇଥିବା ଯେକୌଣସି ଚାଲାଣ ପାଇଁ ଚାଲାଣ ସଂଶୋଧନ ଅନୁରୋଧ କେବଳ ଥରେ ମାତ୍ର ଅନୁମତିପ୍ରାପ୍ତ ହେବ। ଯଦି ୟୁଜର୍ ଚାଲାଣରେ ଅଧିକ ସଂଶୋଧନ କରିବାକୁ ଚାହାନ୍ତି, ତେବେ ସେ ତାଙ୍କର କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ।
- ଇ-ଫାଇଲିଂ ପୋର୍ଟାଲରେ ମେଜର୍ ହେଡ୍ (ପ୍ରଯୁଜ୍ୟ କର) ଏବଂ ମାଇନର୍ ହେଡ୍ (ପୈଠର ପ୍ରକାର) ପରିବର୍ତ୍ତନ ପାଇଁ କରଦାତାଙ୍କ ଦ୍ୱାରା ଚାଲାଣ ସଂଶୋଧନ ଅନୁରୋଧ ଦାଖଲ କରିବାର ସମୟସୀମା, ଚାଲାଣ ଜମା ତାରିଖଠାରୁ 30 ଦିନ ମଧ୍ୟରେ ରହିବ।
- ଇ-ଫାଇଲିଂ ପୋର୍ଟାଲରେ ମୂଲ୍ୟାୟନ ବର୍ଷ/କର ବର୍ଷ ପରିବର୍ତ୍ତନ ପାଇଁ କରଦାତାଙ୍କ ଦ୍ୱାରା ଚାଲାଣ ସଂଶୋଧନ ଅନୁରୋଧ ଦାଖଲ କରିବାର ସମୟସୀମା, ଚାଲାଣ ଜମା ତାରିଖଠାରୁ 7 ଦିନ ମଧ୍ୟରେ ରହିବ।
3. ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା
|
ଚାଲାଣ ସଂଶୋଧନ ଅନୁରୋଧ ସୃଷ୍ଟି କରନ୍ତୁ |
ଧାରା 3.1 ଦେଖନ୍ତୁ |
|
ଚାଲାଣ ସଂଶୋଧନ ଅନୁରୋଧର ସ୍ଥିତି ଯାଞ୍ଚ କରନ୍ତୁ |
ଧାରା 3.2 ଦେଖନ୍ତୁ |
3.1. ଚାଲାଣ ସଂଶୋଧନ ଅନୁରୋଧ ସୃଷ୍ଟି କରନ୍ତୁ (ଲଗ୍-ଇନ୍ ପରେ)
ସୋପାନ 1: ଉପଭୋକ୍ତା ID ଏବଂ ପାସୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍-ଇନ୍ କରନ୍ତୁ।
ବ୍ୟକ୍ତିବିଶେଷ ୟୁଜରମାନଙ୍କ ପାଇଁ, ଯଦି PAN ଆଧାର ସହ ସଂଯୁକ୍ତ ହୋଇନଥାଏ, ତେବେ ଏକ ପପ୍-ଅପ୍ ସନ୍ଦେଶ ପ୍ରଦର୍ଶିତ ହେବ ଯେ ଆପଣଙ୍କ PAN ଆଧାର ସହ ସଂଯୁକ୍ତ ନ ଥିବାରୁ ଅକାମୀ ହୋଇଯାଇଛି।
PAN କୁ ଆଧାର ସହ ସଂଯୁକ୍ତ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍ରେ କ୍ଲିକ୍ କରନ୍ତୁ; ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଡ୍ୟାସବୋର୍ଡରେ ସେବାଗୁଡିକ> ଏବଂ ଚାଲାଣ ସଂଶୋଧନ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3: ଚାଲାଣ ସଂଶୋଧନ ପୃଷ୍ଠାରେ, ଏକ ନୂଆ ଚାଲାଣ ସଂଶୋଧନ ଅନୁରୋଧ କରିବା ପାଇଁ“+ ଚାଲାଣ ସଂଶୋଧନ ଅନୁରୋଧ ସୃଷ୍ଟି କରନ୍ତୁ” ଉପରେ କ୍ଲିକ୍ କରନ୍ତୁ।
ସୋପାନ 4: ଚାଲାଣରେ ସଂଶୋଧନ ପାଇଁ ଆପଣଙ୍କୁ ପ୍ରାସଙ୍ଗିକ ବିବରଣୀ ଚୟନ କରିବାକୁ ପଡ଼ିବ। ଉପଯୁକ୍ତ ବିକଳ୍ପ ଚୟନ କରନ୍ତୁ (ପ୍ରଯୁଜ୍ୟ ଅନୁଯାୟୀ ଏକାଧିକ ବିକଳ୍ପ ଚୟନ କରାଯାଇପାରିବ) ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଚାଲାଣ ସଂଶୋଧନ ପାଇଁ ବିବରଣୀଗୁଡ଼ିକର ଚୟନ ନିମ୍ନରେ ପ୍ରଦତ୍ତ ସାରଣୀ ଆଧାରରେ ୟୁଜର୍ କରିପାରିବେ।
|
ଚାଲାଣ ସଂଶୋଧନ ପାଇଁ ବିବରଣୀଗୁଡ଼ିକ |
ବିକଳ୍ପଗୁଡ଼ିକ |
ନିର୍ଦ୍ଦେଶାବଳୀ |
ସଂଶୋଧନ ପାଇଁ ଅନୁମୋଦିତ ସମୟସୀମା |
|
କରାଧାନ ବର୍ଷର ସ୍ଥିତିରେ ପରିବର୍ତ୍ତନ |
କର ବର୍ଷ (TY) କିମ୍ବା ମୂଲ୍ୟାୟନ ବର୍ଷ (AY) |
ଯଦି ଆପଣ ମୂଳତଃ କର ବର୍ଷ ଆଧାରରେ ଜେନେରେଟ୍ ହୋଇଥିବା ଚାଲାଣରେ ସଂଶୋଧନ କରିବାକୁ ଚାହୁଁଛନ୍ତି, ତେବେ କର ବର୍ଷରେ ପରିବର୍ତ୍ତନ ଚୟନ କରନ୍ତୁ। ସେହିପରି, ଯଦି ଆପଣ ମୂଳତଃ ମୂଲ୍ୟାୟନ ବର୍ଷ ଆଧାରରେ ଜେନେରେଟ୍ ହୋଇଥିବା ଚାଲାଣରେ ସଂଶୋଧନ କରିବାକୁ ଚାହୁଁଛନ୍ତି, ତେବେ ମୂଲ୍ୟାୟନ ବର୍ଷରେ ପରିବର୍ତ୍ତନ ଚୟନ କରନ୍ତୁ। |
ଚାଲାଣ ଜମା ତାରିଖ, ଅର୍ଥାତ୍ CIN ସୃଷ୍ଟି ତାରିଖଠାରୁ 7 ଦିନ ମଧ୍ୟରେ |
|
ପ୍ରଯୁଜ୍ୟ କରରେ ପରିବର୍ତ୍ତନ |
100 |
ଚାଲାଣ ସଂଶୋଧନ ଅନୁରୋଧ କେବଳ ମାଇନର ହେଡ୍ଗୁଡ଼ିକ ପାଇଁ ଦାଖଲ କରାଯାଇପାରିବ 100 (ଅଗ୍ରୀମ କର), 300 (ସ୍ୱ-ନିର୍ଦ୍ଧାରିତ କର) 400 (ନିୟମିତ ନିର୍ଦ୍ଧାରଣ କର ଭାବରେ ଦାବି ପୈଠ) 100, 300 ଏବଂ 400 ବ୍ୟତୀତ ଅନ୍ୟ ମାଇନର ହେଡ୍ଗୁଡ଼ିକ ପାଇଁ ଦୟାକରି ଚାଲାଣ ସଂଶୋଧନ ଅନୁରୋଧ ଆପଣଙ୍କ କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀଙ୍କ ନିକଟରେ ଦାଖଲ କରନ୍ତୁ। |
ଚାଲାଣ ଜମା ତାରିଖଠାରୁ 30 ଦିନ ମଧ୍ୟରେ
|
|
ପ୍ରଯୁଜ୍ୟ କରରେ ପରିବର୍ତ୍ତନ (ମେଜର ହେଡ୍) |
ଚୟନ କରାଯାଇଥିବା ମାଇନର ହେଡ୍ ସହ ସମ୍ପର୍କିତ ଉପଯୁକ୍ତ ମେଜର ହେଡ୍ ଚୟନ କରନ୍ତୁ (ଉଦାହରଣ ସ୍ୱରୂପ: 0020, 0021, 0034, 0023, 0028, 0026, 0023 ଇତ୍ୟାଦି)।
|
ଦୟାକରି ଚାଲାଣ ଅନୁଯାୟୀ ପ୍ରଯୁଜ୍ୟ ମେଜର ହେଡ୍ ଚୟନ କରନ୍ତୁ |
ଚାଲାଣ ଜମା ତାରିଖଠାରୁ 30 ଦିନ ମଧ୍ୟରେ
|
ସୋପାନ 5: ଚାଲାଣ ସଂଶୋଧନ ଅନୁରୋଧ ସୃଷ୍ଟି କରିବା ପାଇଁ ଆପଣଙ୍କୁ କର ବର୍ଷ /ମୂଲ୍ୟାୟନ ବର୍ଷ କିମ୍ବା ଚାଲାଣ ପରିଚୟ ସଂଖ୍ୟା (CIN) ଚୟନ କରିବାକୁ ପଡ଼ିବ। ଆପଣଙ୍କ ଚୟନ ଆଧାରରେ, ସଂଶୋଧନ ପାଇଁ ଉପଲବ୍ଧ ଅବ୍ୟବହୃତ ଚାଲାଣଗୁଡ଼ିକ ପ୍ରଦର୍ଶିତ ହେବ। ଆଗକୁ ବଢ଼ିବା ପାଇଁ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:ପୂର୍ବ ସ୍କ୍ରିନ୍ରେ ୟୁଜର୍ ଯଦି ଚୟନ କରିଥାଆନ୍ତି ଯେ ଚାଲାଣଟି ମୂଳତଃ କର ବର୍ଷ ଆଧାରରେ ସୃଷ୍ଟି କରାଯାଇଥିଲା, ତେବେ ଏହି ସ୍କ୍ରିନ୍ରେ କର ବର୍ଷ ଏବଂ CIN ବିକଳ୍ପ ସକ୍ରିୟ ରହିବ। ସେହିପରି, ଯଦି ଚାଲାଣଟି ମୂଳତଃ ମୂଲ୍ୟାୟନ ବର୍ଷ (AY) ଆଧାରରେ ସୃଷ୍ଟି କରାଯାଇଥିଲା, ତେବେ ମୂଲ୍ୟାୟନ ବର୍ଷ ଏବଂ CIN ବିକଳ୍ପ ଚୟନ ପାଇଁ ଉପଲବ୍ଧ ରହିବ। ୟୁଜର୍ ସିଧାସଳଖ CIN (ଚାଲାଣ ପରିଚୟ ସଂଖ୍ୟା) ପ୍ରବେଶ କରିପାରିବେ କିମ୍ବା ଯେଉଁ ମୂଲ୍ୟାୟନ ବର୍ଷ/କର ବର୍ଷ ପାଇଁ ସଂଶୋଧନ କରିବାକୁ ଚାହୁଁଛନ୍ତି, ସେହି ଆଧାରରେ ସମ୍ପର୍କିତ ଚାଲାଣ ଚୟନ କରିପାରିବେ। ଯଦି ଆପଣ କୌଣସି ବିବରଣୀ ଉପରେ କ୍ଲିକ୍ କରନ୍ତି ଏବଂ ସିଷ୍ଟମ୍ ଅବ୍ୟବହୃତ ଚାଲାଣ ସମ୍ବନ୍ଧୀୟ ତଥ୍ୟ ଖୋଜିପାରେ ନାହିଁ, ତେବେ ଏକ ତ୍ରୁଟି ବାର୍ତ୍ତା ପ୍ରଦର୍ଶିତ ହେବ।
"ଦୟାକରି ନିଶ୍ଚିତ ହୁଅନ୍ତୁ ଯେ ସଂଶୋଧନ ଅନୁରୋଧ କେବଳ ଅବ୍ୟବହୃତ ଚାଲାଣଗୁଡ଼ିକ ପାଇଁ ଦାଖଲ କରାଯାଉଛି, କାରଣ ବ୍ୟବହୃତ ଚାଲାଣଗୁଡ଼ିକ ପାଇଁ ଅନଲାଇନ୍ ସଂଶୋଧନର ସୁବିଧା ଉପଲବ୍ଧ ନାହିଁ।"
ସୋପାନ 6: ସମ୍ପର୍କିତ ଚାଲାଣ ଚୟନ କରାଯିବା ପରେ, ଚାଲାଣରେ ସଂଶୋଧନ ପୃଷ୍ଠା ଖୋଲିବ। ଏହି ପୃଷ୍ଠାରେ ୟୁଜର୍ ଆବଶ୍ୟକ ଚାଲାଣ ବିବରଣୀଗୁଡ଼ିକରେ ସଂଶୋଧନ କରିପାରିବେ ଏବଂ ତା’ପରେ ଜାରି ରଖନ୍ତୁ ଉପରେ କ୍ଲିକ୍ କରିପାରିବେ।
ଏହି ପୃଷ୍ଠା ମାଧ୍ୟମରେ ୟୁଜର୍ ନିମ୍ନଲିଖିତ ପ୍ରକାରର ସଂଶୋଧନ କରିପାରିବେ:
1. ଯଦି ମୂଳ ଚାଲାଣଟି ମୂଲ୍ୟାୟନ ବର୍ଷ ଆଧାରରେ ସୃଷ୍ଟି କରାଯାଇଥାଏ → ୟୁଜର୍ ମୂଲ୍ୟାୟନ ବର୍ଷ (AY) କୁ କର ବର୍ଷ (TY) କିମ୍ବା ମୂଲ୍ୟାୟନ ବର୍ଷ (AY) ଭାବରେ ପରିବର୍ତ୍ତନ କରିପାରିବେ, ଚାଲାଣଟି ଯେଉଁ ବର୍ଷ ପାଇଁ ପୈଠ କରାଯାଇଥିଲା ସେଥିରେ (ଆବଶ୍ୟକ ହେଲେ) ସଂଶୋଧନ କରିପାରିବେ ଏବଂ ପ୍ରଯୁଜ୍ୟ ଅନୁଯାୟୀ ମେଜର ହେଡ୍ ଓ ମାଇନର ହେଡ୍ ଅପଡେଟ୍ କରିପାରିବେ।
2. ଯଦି ମୂଳ ଚାଲାଣଟି କର ବର୍ଷ ଆଧାରରେ ସୃଷ୍ଟି କରାଯାଇଥାଏ → ୟୁଜର୍ କର ବର୍ଷ (TY) କୁ କର ବର୍ଷ (TY) କିମ୍ବା ମୂଲ୍ୟାୟନ ବର୍ଷ (AY) ଭାବରେ ପରିବର୍ତ୍ତନ କରିପାରିବେ, ଚାଲାଣଟି ଯେଉଁ ବର୍ଷ ପାଇଁ ପୈଠ କରାଯାଇଥିଲା ସେଥିରେ (ଆବଶ୍ୟକ ହେଲେ) ସଂଶୋଧନ କରିପାରିବେ ଏବଂ ପ୍ରଯୁଜ୍ୟ ଅନୁଯାୟୀ ମେଜର ହେଡ୍ ଓ ମାଇନର ହେଡ୍ ଅପଡେଟ୍ କରିପାରିବେ।
ଦୟାକରି ଧ୍ୟାନ ଦିଅନ୍ତୁ: ସଂଶୋଧନର ବିକଳ୍ପଗୁଡ଼ିକ ସୋପାନ ସଂଖ୍ୟା 4 ରେ ଚୟନ କରାଯାଇଥିବା ବିକଳ୍ପ ଆଧାରରେ ସକ୍ରିୟ ହେବ।
ସୋପାନ 7: ସଂଶୋଧନଗୁଡ଼ିକର ସାରାଂଶ ଯାଞ୍ଚ କରନ୍ତୁ ଏବଂ ଯଦି ସଂଶୋଧନଗୁଡ଼ିକ ସଠିକ୍ ଭାବରେ ଅପଡେଟ ହୋଇଥାଏ, ତେବେ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 8 :ବର୍ତ୍ତମାନ ଆପଣଙ୍କୁ ଆଧାର, OTP, DSC, EVC କିମ୍ବା ଅନ୍ୟାନ୍ୟ ବିକଳ୍ପ ମାଧ୍ୟମରେ ଚାଲାଣ ସଂଶୋଧନ ଅନୁରୋଧର ଇ-ଯାଞ୍ଚ କରିବାକୁ ପଡ଼ିବ।
ଅଧିକ ସୂଚନା ପାଇଁ ଦୟାକରି କିପରି ୟୁଜର୍ ମାନୁଆଲ୍ ଇ-ଭେରିଫାଏ କରିବେ |ଆୟକର ବିଭାଗ ଦେଖନ୍ତୁ।
ସୋପାନ9: ଇ-ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ, ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହେବ। ଚାଲାଣ ସଂଶୋଧନର ସ୍ଥିତି ଜାଣିବା ପାଇଁ ଆପଣ 'ଚାଲାଣ ସଂଶୋଧନର ସ୍ଥିତି ଦେଖନ୍ତୁ' ଉପରେ କ୍ଲିକ୍ କରିପାରିବେ।
ସୋପାନ 10: ଚାଲାଣ ସଂଶୋଧନ ଅନୁରୋଧର ସ୍ଥିତି ଯାଞ୍ଚ କରିବା ପାଇଁ, ଦୟାକରି ସୋପାନ 1 ରୁ ସୋପାନ 3 ପର୍ଯ୍ୟନ୍ତ ପୁନରାବୃତ୍ତି କରନ୍ତୁ। ଚାଲାଣ ସଂଶୋଧନ ପୃଷ୍ଠାରେ, “ଆପଣଙ୍କ ଦ୍ୱାରା ଉଠାଯାଇଥିବା ଚାଲାଣ ସଂଶୋଧନ ଅନୁରୋଧଗୁଡ଼ିକର ବିବରଣୀ ଆପଣ ଦେଖିପାରିବେ ଏବଂ ସେଗୁଡ଼ିକର ସ୍ଥିତି ଯାଞ୍ଚ କରିପାରିବେ”। ଆପଣଙ୍କ ଦୃଷ୍ଟାନ୍ତ ପାଇଁ ଦୟାକରି ନିମ୍ନରେ ଦିଆଯାଇଥିବା ସ୍କ୍ରିନ୍କୁ ଦେଖନ୍ତୁ।
ଟିପ୍ପଣୀ: ପୋର୍ଟାଲରେ ଚାଲାଣ ସଂଶୋଧନର ସ୍ଥିତି ଅପଡେଟ ହେବାକୁ 7–20 ଦିନ ସମୟ ଲାଗିପାରେ।