ସ୍ଥିତି ଯାଞ୍ଚ କରନ୍ତୁ ଉପଭୋକ୍ତା ମାନୁଆଲ୍

1. ସମୀକ୍ଷା

ଆୟକର ରିଫଣ୍ଡ ବୋଲି କୁହାଯାଏ ସେହି ରାଶିକୁ, ଯାହା କରଦାତାଙ୍କ ଦ୍ୱାରା ଦିଆଯାଇଥିବା ମୋଟ କର (TDS, TCS, ଅଗ୍ରୀମ କର କିମ୍ବା ସ୍ୱ-ମୂଲ୍ୟାୟନ କର ମାଧ୍ୟମରେ) ପ୍ରକୃତ ଦେୟ କରଠାରୁ ଅଧିକ ହେଲେ ଆୟକର ବିଭାଗ ଫେରସ୍ତ କରିଥାଏ। ଆୟକର ବିଭାଗ ଦ୍ୱାରା ମୂଲ୍ୟାୟନ ସମୟରେ ସମସ୍ତ ରିହାତି ଏବଂ ଛାଡ଼କୁ ବିଚାରକୁ ନେଇ କରର ପରିମାଣ ଗଣନା କରାଯାଏ।

କରଦାତାଙ୍କ ଦ୍ୱାରା ରିଟର୍ଣ୍ଣ ଇ-ଭେରିଫାଏ ହେବା ପରେ ହିଁ ଆୟକର ବିଭାଗ ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରେ। ସାଧାରଣତଃ, ରିଫଣ୍ଡ କରଦାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବାକୁ 4 ରୁ 5 ସପ୍ତାହ ସମୟ ଲାଗେ। ତେବେ, ଏହି ସମୟ ମଧ୍ୟରେ ଯଦି ରିଫଣ୍ଡ ମିଳେନାହିଁ, ତେବେ କରଦାତା ITRରେ କୌଣସି ଅସଙ୍ଗତି ସମ୍ବନ୍ଧୀୟ ସୂଚନା ମିଳିଛି କି ନାହିଁ ଯାଞ୍ଚ କରିବା ଉଚିତ। ଏଥିସହ, ରିଫଣ୍ଡ ସମ୍ବନ୍ଧରେ ଆୟକର ବିଭାଗ ପକ୍ଷରୁ କୌଣସି ଇମେଲ୍ ବିଜ୍ଞପ୍ତି ଆସିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରନ୍ତୁ। କରଦାତା ନିମ୍ନରେ ବର୍ଣ୍ଣିତ ପ୍ରକ୍ରିୟା ଅନୁସରଣ କରି ଇ-ଫାଇଲିଂଗ ପୋର୍ଟାଲ୍‌ରେ ମଧ୍ୟ ରିଫଣ୍ଡ ସ୍ଥିତି ଯାଞ୍ଚ କରିପାରିବେ।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା

  • ବୈଧ ୟୁଜର୍ ID ଏବଂ ପାସ୍‌ୱାର୍ଡ
  • ଆଧାର ସଂଖ୍ୟା ସହିତ PAN ଲିଙ୍କ୍ ହୋଇଥିବା ଆବଶ୍ୟକ
  • ରିଫଣ୍ଡ ଦାବି କରି ITR ଦାଖଲ କରାଯାଇଥିବା ଆବଶ୍ୟକ

3. ପ୍ରକ୍ରିୟା / ସୋପାନ-ଅନୁଯାୟୀ ମାର୍ଗଦର୍ଶିକା

3.1 ରିଫଣ୍ଡ ସ୍ଥିତି

ସୋପାନ 1: ଇ-ଫାଇଲିଂଗ ପୋର୍ଟାଲ୍‌ର ହୋମପେଜ୍‌କୁ ଯାଆନ୍ତୁ।

Data responsive


ସୋପାନ 2: ୟୁଜର୍ ID ଏବଂ ପାସ୍‌ୱାର୍ଡ ଭରନ୍ତୁ।

Data responsive

 

ବ୍ୟକ୍ତିଗତ ୟୁଜର୍‌ମାନଙ୍କ ପାଇଁ, ଯଦି ଆଧାର ସହିତ PAN ଲିଙ୍କ ହୋଇନଥାଏ, ତେବେ ଆପଣଙ୍କ PAN ଆଧାର ସହ ଲିଙ୍କ ନ ଥିବାରୁ ନିଷ୍କ୍ରିୟ ହୋଇଯାଇଛି ବୋଲି ଏକ ପପ୍-ଅପ୍ ବାର୍ତ୍ତା ପ୍ରଦର୍ଶିତ ହେବ।

ଆଧାର ସହ PAN ଲିଙ୍କ୍ କରିବା ପାଇଁ ବର୍ତ୍ତମାନ ଲିଙ୍କ କରନ୍ତୁ ବଟନ୍‌ରେ କ୍ଲିକ୍ କରନ୍ତୁ, ଅନ୍ୟଥା ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3: ଇ-ଫାଇଲ୍ କରନ୍ତୁ ଟ୍ୟାବ୍‌ > ଆୟକର ରିଟର୍ଣ୍ଣ > ଦାଖଲ ହୋଇଥିବା ରିଟର୍ଣ୍ଣ ଦେଖନ୍ତୁକୁ ଯାଆନ୍ତୁ।

Data responsive


ସୋପାନ 4: ବର୍ତ୍ତମାନ ଆପଣ ଇଚ୍ଛିତ ମୂଲ୍ୟାୟନ ବର୍ଷ ପାଇଁ ରିଫଣ୍ଡ ସ୍ଥିତି ଯାଞ୍ଚ କରିପାରିବେ।

ବିବରଣୀ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଦାଖଲ ହୋଇଥିବା ITRର ଜୀବନ ଚକ୍ର ମଧ୍ୟ ଯାଞ୍ଚ କରିପାରିବେ।

 

Data responsive

ସ୍ଥିତି 1: ଯେତେବେଳେ ରିଫଣ୍ଡ ଜାରି କରାଯାଏ:

Data responsive

ସ୍ଥିତି 2: ଯେତେବେଳେ ରିଫଣ୍ଡ୍ ଆଂଶିକ ଭାବରେ ବ୍ୟବସ୍ଥିତ କରାଯାଏ:

Data responsive

ସ୍ଥିତି 3: ଯେତେବେଳେ ସମ୍ପୂର୍ଣ୍ଣ ରିଫଣ୍ଡ୍ ବ୍ୟବସ୍ଥିତ କରାଯାଏ:

Data responsive

ସ୍ଥିତି 4: ଯେତେବେଳେ ରିଫଣ୍ଡ୍ ବିଫଳ ହୁଏ:

Data responsive

ଟିପ୍ପଣୀ: ଯଦି ଆପଣଙ୍କର PAN ନିଷ୍କ୍ରିୟ ଥାଏ, ତେବେ ଆପଣଙ୍କର ରିଫଣ୍ଡ୍ ବିଫଳ ହେବ ଏବଂ PAN କୁ ଆଧାର ସହ ଲିଙ୍କ କରିବା ପାଇଁ ଏକ ସତର୍କବାର୍ତ୍ତା ପ୍ରଦର୍ଶିତ ହେବ।

Data responsive

ରିଫଣ୍ଡ୍ ବିଫଳ ହେବାର ଅନ୍ୟାନ୍ୟ କାରଣ:

ଉପରୋକ୍ତ କାରଣ ସହିତ, ଆୟକର ବିଭାଗ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ରିଫଣ୍ଡ୍ ନିମ୍ନଲିଖିତ କାରଣଗୁଡ଼ିକ ପାଇଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବାରେ ବିଫଳ ହୋଇପାରେ:

1. ଯଦି ବ୍ୟାଙ୍କ ଆକାଉଣ୍ଟ ପ୍ରାକ୍‌-ସତ୍ୟାପନ ହୋଇନଥାଏ। ବର୍ତ୍ତମାନ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାକ୍‌-ସତ୍ୟାପନ କରିବା ଅନିବାର୍ଯ୍ୟ।

2. ବ୍ୟାଙ୍କ ଆକାଉଣ୍ଟରେ ଉଲ୍ଲେଖ ଥିବା ନାମ PAN କାର୍ଡର ବିବରଣୀ ସହ ମେଳ ଖାଉ ନାହିଁ।

3. ଯଦି IFSC କୋଡ୍ ଅବୈଧ ଥାଏ।

4. ଯଦି ଆପଣ ITRରେ ଉଲ୍ଲେଖ କରିଥିବା ଆକାଉଣ୍ଟ ବନ୍ଦ ହୋଇଯାଇଥାଏ।