ତୁଳନା ଦେଖନ୍ତୁ ଉପଭୋକ୍ତା ମାନୁଆଲ୍‌

 

1.ସମୀକ୍ଷା

ଆୟକର କାଲକୁଲେଟରର ସୁବିଧା, ଉଭୟ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ଇ-ଫାଇଲିଂ ବ୍ୟବହାରକାରୀଙ୍କୁ ସେମାନଙ୍କ ଦ୍ୱାରା ଅର୍ଜିତ ଆୟ ଏବଂ ନିୟମାନୁସାରେ ଦାବି କରାଯାଇଥିବା ରିହାତିର ସୂଚନା ଦେଇ, ଆୟକର ଅଧିନିୟମ, ଆୟକର ନିୟମାବଳୀ ଏବଂ ସରକାରୀ ବିଜ୍ଞପ୍ତିର ପ୍ରାବଧାନ ଅନୁଯାୟୀ ଟ୍ୟାକ୍ସ ହିସାବ କରିବାରେ ସହାୟତା କରିଥାଏ।

ଏହି ସେବା ମାଧ୍ୟମରେ ପୁରୁଣା କିମ୍ବା ନୂତନ କର ବ୍ୟବସ୍ଥା ଅଧୀନରେ କର ହିସାବ କରିବା ସହ ଉଭୟ ବ୍ୟବସ୍ଥାର ଏକ ତୁଳନାତ୍ମକ ଚିତ୍ର ମଧ୍ୟ ପାଇପାରିବେ।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା

ଇ-ଫାଇଲିଂ ପୋର୍ଟାଲ୍‌ର ଆକ୍ସେସ୍।

3. ସୋପାନ ଅନୁସାରେ ମାର୍ଗଦର୍ଶନ

ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍‌ର ମୂଳପୃଷ୍ଠାକୁ ଯାଆନ୍ତୁ।

Data responsive

ସୋପାନ 2: କ୍ୱିକ୍‌ ଲିଙ୍କ୍‌ସ' ଧାରାରେ ଥିବା 'ଆୟକର କାଲକୁଲେଟର' ଉପରେ କ୍ଲିକ୍ କରନ୍ତୁ। 

Data responsive

ଆପଣଙ୍କ ସ୍କ୍ରିନ୍‌ରେ ‘ଆୟକର କାଲକୁଲେଟର’ ପେଜ୍‌ଟି ଖୋଲିଯିବ।
ଯେଉଁଠାରେ ଆପଣ ଆୟକର ଅଧିନିୟମ, 2025 ଏବଂ ଆୟକର ଅଧିନିୟମ, 1961 ଉଭୟ ଅନୁଯାୟୀ ନିଜର କର ଗଣନା କରିପାରିବେ।

ଏଠାରେ ଦୁଇଟି ଟ୍ୟାବ୍‌ ରହିଛି –

1.ମୌଳିକ କାଲକୁଲେଟର' ଏବଂ
2.ଏଡଭାନ୍ସଡ୍ କାଲକୁଲେଟର'।

‘ମୌଳିକ କାଲକୁଲେଟର’ ଟ୍ୟାବ୍‌ଟି ପୂର୍ବନିର୍ଦ୍ଧାରିତ ଭାବେ ଚୟନ ହୋଇ ରହିଥାଏ।

ଦୟାକରି ଧ୍ୟାନ ଦିଅନ୍ତୁ:
• ଆୟକର ଅଧିନିୟମ, 2025 ସ୍ୱତଃପ୍ରବୃତ୍ତ ଭାବେ ଚୟନ ହୋଇଯିବ ଏବଂ କର ବର୍ଷ କେବଳ 2026–27 ଭାବେ ଉପଲବ୍ଧ ହେବ।
• ଯଦି ଆପଣ ଆୟକର ଅଧିନିୟମ, 1961 ଅନୁଯାୟୀ କର ହିସାବ କରିବାକୁ ଚାହୁଁଛନ୍ତି, ତେବେ ପ୍ରଯୁଜ୍ୟ ଅଧିନିୟମ ଭାବେ ଆୟକର ଅଧିନିୟମ, 1961 ଚୟନ କରନ୍ତୁ ଏବଂ ନିଜର ମୂଲ୍ୟାୟନ ବର୍ଷ ବାଛନ୍ତୁ।

Data responsive

ସୋପାନ 3a: 'ମୌଳିକ କାଲକୁଲେଟର' ଟ୍ୟାବ୍‌ରେ, ଆବଶ୍ୟକୀୟ ବିବରଣୀ ଭରନ୍ତୁ, ଯେପରିକି ପ୍ୟାନ୍‌, କରଦାତାଙ୍କ ନାମ, ପ୍ରଯୁଜ୍ୟ ଅଧିନିୟମ (ଆୟକର ଅଧିନିୟମ 2025 କିମ୍ବା ଆୟକର ଅଧିନିୟମ 1961), କର ବର୍ଷ / ମୂଲ୍ୟାୟନ ବର୍ଷ, କରଦାତାଙ୍କ ବର୍ଗ, ବୟସ, ଆବାସିକ ସ୍ଥିତି, ମୋଟ ବାର୍ଷିକ ଆୟ, ମୋଟ ଭତ୍ତା / କର ଛାଡ଼ ଏବଂ ପୁରୁଣା କର ବ୍ୟବସ୍ଥା ଅଧୀନରେ ଥିବା ଅଧ୍ୟାୟ VIA/VIIIAର ରିହାତି । ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ କର ହିସାବର ବିବରଣୀ 'କର ସଂକ୍ଷିପ୍ତ' ବିଭାଗରେ ଦେଖାଯିବ।

Data responsiveData responsive

ଟିପ୍ପଣୀ 1:ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆପଣ ବାଛିଥିବା କରଦାତାଙ୍କ ବର୍ଗ ଏବଂ ଆବାସିକ ସ୍ଥିତି ଆଧାରରେ ହିଁ କର କାଲକୁଲେଟର ସ୍କ୍ରିନ୍‌ରେ ଥିବା ସମ୍ବନ୍ଧିତ ଘରଗୁଡ଼ିକ ତଥ୍ୟ ଲେଖିବା ପାଇଁ ସକ୍ରିୟ କିମ୍ବା ନିଷ୍କ୍ରିୟ ହେବ। ଉଦାହରଣ ସ୍ୱରୂପ, ଯଦି ଉପରୋକ୍ତ ସ୍କ୍ରିନ୍‌ରେ କରଦାତାଙ୍କ ଶ୍ରେଣୀ ଭାବେ HUF ଏବଂ ଆବାସିକ ସ୍ଥିତି ଭାବେ ନିବାସୀ ଚୟନ କରାଯାଏ, ତେବେ ବୟସ ସମ୍ବନ୍ଧୀୟ ସର୍ତ୍ତଟି ନିଷ୍କ୍ରିୟ ହୋଇଯିବ।
କର କାଲକୁଲେଟର ବ୍ୟବହାର କରିବା ପୂର୍ବରୁ, କରଦାତାମାନେ ସଠିକ୍ ବର୍ଗ ଏବଂ ଆବାସିକ ସ୍ଥିତି ଚୟନ କରିବା ଆବଶ୍ୟକ।

ଟିପ୍ପଣୀ 2: ପୁରୁଣା ଏବଂ ନୂଆ କର ବ୍ୟବସ୍ଥା ଅଧୀନରେ ଥିବା କରର ଏକ ବିସ୍ତୃତ ତୁଳନାତ୍ମକ ଚିତ୍ର ଦେଖିବା ପାଇଁ 'ତୁଳନା ଦେଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।

Data responsiveData responsive

ସୋପାନ 3b:ଯଦି ଆପଣ ଏଡଭାନ୍ସଡ୍ କାଲକୁଲେଟର ଚୟନ କରୁଛନ୍ତି, ତେବେ ନିମ୍ନଲିଖିତ ବିବରଣୀ ଭରନ୍ତୁ:
ପ୍ୟାନ୍‌, କରଦାତାଙ୍କ ନାମ, ପ୍ରଯୁଜ୍ୟ ଅଧିନିୟମ (ଆୟକର ଅଧିନିୟମ 2025 କିମ୍ବା ଆୟକର ଅଧିନିୟମ 1961), ଆଇଟିଆର୍ (ITR)ର ପ୍ରକାର (ଅପ୍‌ଡେଟେଡ୍ ରିଟର୍ଣ୍ଣ କିମ୍ବା ଅପ୍‌ଡେଟେଡ୍ ରିଟର୍ଣ୍ଣ ବ୍ୟତୀତ ଅନ୍ୟାନ୍ୟ), ପସନ୍ଦର କର ବ୍ୟବସ୍ଥା, କର ବର୍ଷ / ମୂଲ୍ୟାୟନ ବର୍ଷ, କରଦାତାଙ୍କ ଶ୍ରେଣୀ, ବୟସ, ଆବାସିକ ସ୍ଥିତି , ରିଟର୍ଣ୍ଣ ଦାଖଲର ନିର୍ଦ୍ଧାରିତ ତାରିଖ ଏବଂ ପ୍ରକୃତ ଦାଖଲ ତାରିଖ।

ଦୟାକରି ଧ୍ୟାନ ଦିଅନ୍ତୁ:
• ଆୟକର ଅଧିନିୟମ, 2025 ସ୍ୱତଃପ୍ରବୃତ୍ତ ଭାବେ ଚୟନ ହୋଇଯିବ, ଏବଂ କର ବର୍ଷ କେବଳ 2026-27 ଭାବେ ଉପଲବ୍ଧ ହେବ।
• ଯଦି ଆପଣ ଆୟକର ଅଧିନିୟମ, 1961 ଅନୁଯାୟୀ କର ହିସାବ କରିବାକୁ ଚାହୁଁଛନ୍ତି, ତେବେ ପ୍ରଯୁଜ୍ୟ ଅଧିନିୟମ ଆୟକର ଅଧିନିୟମ, 1961 ଚୟନ କରନ୍ତୁ
•ଯଦି ଆପଣ ଅପ୍‌ଡେଟେଡ୍ ରିଟର୍ଣ୍ଣ ପାଇଁ କର ହିସାବ କରିବାକୁ ଚାହୁଁଛନ୍ତି, ତେବେ ପ୍ରଯୁଜ୍ୟ ଅଧିନିୟମ ଭାବେ ଆୟକର ଅଧିନିୟମ, 1961 ଚୟନ କରନ୍ତୁ ଏବଂ ତା'ପରେ ଅପ୍‌ଡେଟେଡ୍ ରିଟର୍ଣ୍ଣ ପାଇଁ ପ୍ରଯୁଜ୍ୟ ମୂଲ୍ୟାୟନ ବର୍ଷ ଚୟନ କରନ୍ତୁ। କର ବର୍ଷ 2026-27 ପାଇଁ ଅପ୍‌ଡେଟେଡ୍ ରିଟର୍ଣ୍ଣ ଦଖଲ ପ୍ରକ୍ରିୟା 01/01/2028 ପରେ ଲାଗୁ ହେବ, ସେହି ଅନୁଯାୟୀ ଏହି ବିକଳ୍ପଟି ପୋର୍ଟାଲ୍‌ରେ ସକ୍ରିୟ କରାଯିବ।

ଆୟ ଏବଂ କର ଗଣନା ବିବରଣୀ ଅଧୀନରେ, ଆବଶ୍ୟକୀୟ ତଥ୍ୟ ଭରନ୍ତୁ:
• ଦରମା ଶୀର୍ଷକ ଅଧୀନରେ ଥିବା ଆୟ 
• ଗୃହ ସମ୍ପତ୍ତିଶୀର୍ଷକ ଅଧୀନରେ ଥିବା ଆୟ
• ପୁଞ୍ଜିଗତ ଲାଭଶୀର୍ଷକ ଅଧୀନରେ ଥିବା ଆୟ
• ବ୍ୟବସାୟ କିମ୍ବା ବୃତ୍ତି ଶୀର୍ଷକ ଅଧୀନରେ ଥିବା ଆୟ, ଏବଂ 
• ଅନ୍ୟାନ୍ୟ ଉତ୍ସ ଶୀର୍ଷକ ଅଧୀନରେ ଥିବା ଆୟ।

‘କର ରିହାତିର ବିବରଣୀ’ ଅଧୀନରେ, ଆପଣଙ୍କ ପାଇଁ ପ୍ରଯୁଜ୍ୟ ଥିବା ପ୍ରାସଙ୍ଗିକ ଛାଡ଼ର ବିବରଣୀ ପ୍ରବେଶ କରନ୍ତୁ; ଏଥିରେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ, ଭାରତୀୟ ଜୀବନ ବୀମା ନିଗମ, ଆବାସ ଋଣ, ରାଷ୍ଟ୍ରୀୟ ପେନସନ୍ ପ୍ରଣାଳୀ, ମେଡିକଲେମ୍ ଏବଂ ଉଚ୍ଚଶିକ୍ଷା ପାଇଁ ଋଣ ଇତ୍ୟାଦି ଅନ୍ତର୍ଭୁକ୍ତ, କିନ୍ତୁ ଏହା କେବଳ ଏତିକି ମଧ୍ୟରେ ସୀମିତ ନୁହେଁ।

‘କରଯୋଗ୍ୟ ଆୟ’ ଅଧୀନରେ, ଆପଣଙ୍କର TDS/TCS/MAT/AMT ଜମା ଏବଂ ସ୍ୱୟଂ-ନିର୍ଦ୍ଧାରିତ କର / ଅଗ୍ରୀମ କରର ବିବରଣୀ ଭରନ୍ତୁ।

Data responsiveData responsive

ଆପଣଙ୍କ ଦ୍ୱାରା ଦେୟ ଥିବା ସମୁଦାୟ କର ଏବଂ ସୁଧର ପରିମାଣ ପୃଷ୍ଠା ବା ପେଜ୍‌ର ଶେଷରେ ଦେଖାଯିବ।

ସୋପାନ 4: 'ଡାଉନଲୋଡ୍' ବଟନ୍ ଉପରେ କ୍ଲିକ୍ କରି ଆପଣ ଆୟକର ଗଣନାର PDF ଫାଇଲ୍‌କୁ ଡାଉନଲୋଡ୍ କରିପାରିବେ।

Data responsive

ସୋପାନ 5: କର ଗଣନାର ଏକ PDF ଫାଇଲ୍ ଡାଉନଲୋଡ୍ ହୋଇଯିବ।

Data responsiveData responsiveData responsiveData responsiveData responsiveData responsiveData responsiveData responsiveData responsiveData responsive