ITR-V ସମ୍ବନ୍ଧିତ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ / ରିଟର୍ଣ୍ଣର ଇ-ସତ୍ୟାପନ ପାଇଁ 30 ଦିନର ସମୟ ସୀମା

Frequently Asked Questions

ITR-V ସମ୍ବନ୍ଧିତ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ / ରିଟର୍ଣ୍ଣର ଇ-ସତ୍ୟାପନ ପାଇଁ 30 ଦିନର ସମୟ ସୀମା

1. ଇ-ସତ୍ୟାପନ କିମ୍ବା ITR-V ଦାଖଲ କରିବାର ସମୟ ସୀମା କେତେ?

ITR ଦାଖଲ କରିବା ତାରିଖଠାରୁ 30 ଦିନ ମଧ୍ୟରେ ସତ୍ୟାପନ କିମ୍ବା ITR-V ଦାଖଲ କରିବା ବାଧ୍ୟତାମୂଳକ।
(ଅଧିକ ଜାଣିବା ପାଇଁ ଦୟାକରି ଦେଖନ୍ତୁ: ବିଜ୍ଞପ୍ତି ସଂଖ୍ୟା 2/2024, ତାରିଖ 31.03.2024, ଯାହା 01/04/2024 ଠାରୁ ଲାଗୁ ହୋଇଛି)

2. ଯଦି ଡାଟା ଟ୍ରାନ୍ସମିଶନ୍ (ଅପ୍‌ଲୋଡ୍) କରିବାର 30 ଦିନ ମଧ୍ୟରେ ITR-V ଦାଖଲ କରାଯାଏ, ତେବେ ଆୟକର ରିଟର୍ଣ୍ଣ ଦାଖଲର ପ୍ରକୃତ ତାରିଖ କ'ଣ ହେବ?

ଯଦି ITR ଅପ୍‌ଲୋଡ୍ କରିବାର 30 ଦିନ ମଧ୍ୟରେ ITR-V ଦାଖଲ କରାଯାଏ, ତେବେ ସେହି ଅପ୍‌ଲୋଡ୍ କରିବାର ତାରିଖକୁ ହିଁ ରିଟର୍ଣ୍ଣ ଦାଖଲର ପ୍ରକୃତ ତାରିଖ ବୋଲି ଗ୍ରହଣ କରାଯିବ।

ITR ସତ୍ୟାପନର ସମୟ ସୀମା ହ୍ରାସ ପାଇବା ଫଳରେ କଣ ପ୍ରଭାବ ପଡ଼ିବ, ତାହାର ଏକ ଉଦାହରଣ ନିମ୍ନରେ ଦିଆଗଲା।

ITR ଅପ୍‌ଲୋଡ୍ କରିବାର ତାରିଖITR ସତ୍ୟାପନ ତାରିଖITR ଦାଖଲ/ଫାଇଲିଂ ପାଇଁ ବିଚାର କରାଯାଇଥିବା ତାରିଖ
5 ଜୁଲାଇ 202510 ଜୁଲାଇ 20255 ଜୁଲାଇ 2025
5 ଜୁଲାଇ 202510 ଅଗଷ୍ଟ 202510 ଅଗଷ୍ଟ 2025

 

(ଅଧିକ ଜାଣିବା ପାଇଁ ଦୟାକରି ଦେଖନ୍ତୁ: ବିଜ୍ଞପ୍ତି ସଂଖ୍ୟା 2/2024, ତାରିଖ 31.03.2024, ଯାହା 01/04/2024 ଠାରୁ କାର୍ଯ୍ୟକାରୀ ହୋଇଛି)

3. ଯଦି 30 ଦିନର ସମୟ ସୀମା ପରେ ଇ-ସତ୍ୟାପନ କରାଯାଏ କିମ୍ବା ITR-V ଦାଖଲ କରାଯାଏ, ତେବେ କ'ଣ ହେବ?

ଯେଉଁ କ୍ଷେତ୍ରରେ ଆୟକ ରିଟର୍ଣ୍ଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅପଲୋଡ୍ କରାଯାଇଛି, କିନ୍ତୁ ଅପଲୋଡ୍ କରିବାର 30 ଦିନ ପରେ ଇ-ସତ୍ୟାପିତ କରାଯାଇଛି କିମ୍ବା ITR-V ଦାଖଲ କରାଯାଇଛି, ସେହିଭଳି କ୍ଷେତ୍ରରେ ଇ-ସତ୍ୟାପନ /ITR-V ଦାଖଲ କରିଥିବା ତାରିଖକୁ ହିଁ ରିଟର୍ଣ୍ଣ ଦାଖଲର ପ୍ରକୃତ ତାରିଖ ଭାବେ ଗ୍ରହଣ କରାଯିବ। ଏବଂ ଆୟକର ଅଧିନିୟମ ଅନୁଯାୟୀ ବିଳମ୍ବରେ ରିଟର୍ଣ୍ଣ ଦାଖଲ କରିବାର ସମସ୍ତ ପରିଣାମ ବା ଜରିମାନା, ନିୟମ ମୁତାବକ ଲାଗୁ ହେବ। ଏହି 30 ଦିନର ସମୟସୀମା ଧାର୍ଯ୍ୟ କରିବା ପାଇଁ, CPC ଠାରେ ସଠିକ୍ ଭାବେ ଯାଞ୍ଚ ହୋଇଥିବା ITR-V ପହଞ୍ଚିବାର ତାରିଖକୁ ହିଁ ବିଚାରକୁ ନିଆଯିବ। ଏହା ମଧ୍ୟ ସ୍ପଷ୍ଟ କରାଯାଉଛି କି, ଯଦି ଅପଲୋଡ୍ କରିବା ପରେ ଆୟକର ରିଟର୍ଣ୍ଣର ସତ୍ୟାପନ କରାଯାଇ ନାହିଁ, ତେବେ ସେହି ରିଟର୍ଣ୍ଣକୁ ଅବୈଧ ବୋଲି ଧରାଯିବ। ତେବେ ଉପଯୁକ୍ତ ବା ପ୍ରକୃତ କାରଣ ଯୋଗୁଁ ବିଳମ୍ବ ହୋଇଥିଲେ, ଏଥିପାଇଁ ଏକ କ୍ଷମା ପ୍ରାର୍ଥନା ଆବେଦନ ଦାଖଲ କରାଯାଇପାରିବ।

ITR ଯାଞ୍ଚର ସମୟ ସୀମା ହ୍ରାସ ପାଇବା ଫଳରେ କ'ଣ ପ୍ରଭାବ ପଡ଼ିବ ତାହାର ଏକ ଉଦାହରଣ ନିମ୍ନରେ ଦିଆଗଲା।

ITR ଅପ୍‌ଲୋଡ୍ କରିବାର ତାରିଖITR ସତ୍ୟାପନର ତାରିଖITR ଦାଖଲ/ଫାଇଲିଂ ପାଇଁ ବିଚାର କରାଯାଇଥିବା ତାରିଖ
5 ଜୁଲାଇ 202510 ଜୁଲାଇ 20255 ଜୁଲାଇ 2025
5 ଜୁଲାଇ 202510 ଅଗଷ୍ଟ 202510 ଅଗଷ୍ଟ 2025

 

(ଅଧିକ ଜାଣିବା ପାଇଁ ଦୟାକରି ଦେଖନ୍ତୁ: ବିଜ୍ଞପ୍ତି ସଂଖ୍ୟା 2/2024, ତାରିଖ 31.03.2024, ଯାହା 01/04/2024 ଠାରୁ ଲାଗୁ ହୋଇଛି)

4. ITR-V ଫର୍ମକୁ କେଉଁ ଠିକଣାରେ ପଠାଇବାକୁ ହେବ?

ସଠିକ୍ ଭାବେ ସତ୍ୟାପିତ ହୋଇଥିବା ITR-V ଫର୍ମକୁ ନିର୍ଦ୍ଧାରିତ ଫର୍ମାଟ୍ ଏବଂ ନିୟମ ଅନୁଯାୟୀ ସାଧାରଣ ଡାକ, ସ୍ପିଡ୍ ପୋଷ୍ଟ କିମ୍ବା ଅନ୍ୟ କୌଣସି ମାଧ୍ୟମରେ କେବଳ ନିମ୍ନଲିଖିତ ଠିକଣାକୁ ପଠାଯିବ:
କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର, ଆୟକର ବିଭାଗ, ବେଙ୍ଗାଲୁରୁ - 560500, କର୍ଣ୍ଣାଟକ।

(ଅଧିକ ଜାଣିବା ପାଇଁ ଦୟାକରି ଦେଖନ୍ତୁ: ବିଜ୍ଞପ୍ତି ସଂଖ୍ୟା 2/2024, ତାରିଖ 31.03.2024, ଯାହା 01/04/2024 ଠାରୁ ଲାଗୁ ହୋଇଛି)

5. ଯଦି ITR-V ଫର୍ମକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଏ, ତେବେ କେଉଁ ତାରିଖକୁ ସତ୍ୟାପନର ତାରିଖ ଭାବେ ଗ୍ରହଣ କରାଯିବ?

30 ଦିନର ସମୟ ସୀମା ନିର୍ଦ୍ଧାରଣ କରିବା ପାଇଁ, CPCରେ ସଠିକ୍ ଭାବେ ସତ୍ୟାପିତ ହୋଇଥିବା ITR-V ଫର୍ମ ପହଞ୍ଚିବା ତାରିଖକୁ ହିଁ ଗ୍ରହଣ କରାଯିବ।

(ଅଧିକ ଜାଣିବା ପାଇଁ ଦୟାକରି ଦେଖନ୍ତୁ: ବିଜ୍ଞପ୍ତି ସଂଖ୍ୟା 2/2024, ତାରିଖ 31.03.2024, ଯାହା 01/04/2024 ଠାରୁ ଲାଗୁ ହୋଇଛି)

6. ITR ସତ୍ୟାପନ କରିବାର ବିଭିନ୍ନ ପଦ୍ଧତିଗୁଡ଼ିକ କଣ କଣ?

ITR ସତ୍ୟାପନ ପ୍ରକ୍ରିୟାକୁ ନିମ୍ନଲିଖିତ ଯେକୌଣସି ପଦ୍ଧତି ମାଧ୍ୟମରେ ଇଲେକ୍ଟ୍ରୋନିକ୍ କିମ୍ବା ମାନୁଆଲ୍ ଭାବେ ସମ୍ପୂର୍ଣ୍ଣ କରାଯାଇପାରିବ:

ଇ-ସତ୍ୟାପନ

  • ପ୍ୟାନ୍ ସହ ଲିଙ୍କ୍ ହୋଇଥିବା ଆଧାର କାର୍ଡରେ ପଞ୍ଜୀକୃତ କରଦାତାଙ୍କ ମୋବାଇଲ୍ ନମ୍ବରକୁ ପଠାଯାଇଥିବା ଓଟିପି
  • ଅନଲାଇନ୍ ପ୍ରାକ୍‌ ବୈଧିକୃତ ବ୍ୟାଙ୍କ ଆକାଉଣ୍ଟ୍, ଡିମାଟ୍ ଆକାଉଣ୍ଟ, ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଇଲେକ୍ଟ୍ରୋନିକ୍ ସତ୍ୟାପନ କୋଡ୍ (EVC)
  • ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର (DSC)

ମାନୁଆଲ୍ ସତ୍ୟାପନ

ସ୍ୱାକ୍ଷରିତ ଫର୍ମ ITR-V କୁ ସେଣ୍ଟ୍ରାଲାଇଜ୍‌ଡ୍ କାର୍ଯ୍ୟପଦ୍ଧତି କେନ୍ଦ୍ରକୁ ପଠାଇବା