ଆଧାର ଲିଙ୍କ୍ କରନ୍ତୁ
(ଆଧାର ଲିଙ୍କ୍ କରନ୍ତୁ। ଆପଣଙ୍କର ଟିକସ ଯାତ୍ରାକୁ ସରଳ କରନ୍ତୁ)
(ଆଧାର ଲିଙ୍କ୍ କରନ୍ତୁ। ଆପଣଙ୍କର ଟିକସ ଯାତ୍ରାକୁ ସରଳ କରନ୍ତୁ)
ଆଧାର ଲିଙ୍କ ସାଧାରଣ ପ୍ରଶ୍ନଗୁଡିକ
1. କାହା ପାଇଁ ଆଧାର ଏବଂ PAN ଲିଙ୍କ୍ କରିବା ଜରୁରୀ?
ଆୟକର ଅଧିନିୟମ, 1961ର ଧାରା 139AA(2A) ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ଯାହାଙ୍କୁ 1 ଜୁଲାଇ 2017 ସୁଦ୍ଧା ଏକ PAN ନମ୍ବର ପ୍ରଦାନ କରାଯାଇଛି ଏବଂ ସେ ଆଧାର କାର୍ଡ ପାଇବା ପାଇଁ ଯୋଗ୍ୟ ଅଟନ୍ତି, ସେମାନେ ନିର୍ଦ୍ଧାରିତ ନିୟମ ଅନୁସାରେ ନିଜର ଆଧାର ନମ୍ବର ବିଷୟରେ (ଆୟକର ବିଭାଗକୁ) ଅବଗତ କରାଇବା ବାଧ୍ୟତାମୂଳକ ଅଟେ।
ପ୍ରାରମ୍ଭିକ ନିୟମ ଅନୁଯାୟୀ, ଯଦି 30 ଜୁନ୍ 2023 ସୁଦ୍ଧା PANକୁ ଆଧାର ସହିତ ଲିଙ୍କ୍ କରାଯାଇ ନଥାନ୍ତା, ତେବେ PAN କାର୍ଡ ଅଚଳ ହୋଇଯିବାର ପ୍ରାବଧାନ ରହିଥିଲା।
ପରବର୍ତ୍ତୀ ସମୟରେ ଏହି ଶେଷ ତାରିଖକୁ 31 ମେ 2024 ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା, କିନ୍ତୁ ଏଥିପାଇଁ ବିଳମ୍ବ ଶୁଳ୍କ ବାବଦକୁ ନିର୍ଦ୍ଧାରିତ ₹1,000 ଦେବାକୁ ପଡ଼ିବାର ପ୍ରାବଧାନ ରଖାଯାଇଥିଲା।
ପରବର୍ତ୍ତୀ ରିହାତି (ବିଜ୍ଞପ୍ତି ସଂ 26/2025, ତାରିଖ 3 ଏପ୍ରିଲ 2025):
ଯେଉଁ ବ୍ୟକ୍ତିମାନଙ୍କୁ ଆଧାର ନାମାଙ୍କନ ID ଆଧାରରେ PAN ପ୍ରଦାନ କରାଯାଇଥିଲା, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ସମୟସୀମା ବୃଦ୍ଧିର ସୁବିଧା ଦିଆଯାଇଛି। ଏହିଭଳି ବ୍ୟକ୍ତିମାନେ 31 ଡିସେମ୍ବର 2025 କିମ୍ବା ତା’ ପୂର୍ବରୁ ନିଜର ପ୍ରକୃତ ଆଧାର ନମ୍ବର ବ୍ୟବହାର କରି PAN-ଆଧାର ଲିଙ୍କ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ବାଧ୍ୟତାମୂଳକ ଅଟେ।
ଯଦି ଆପଣ ଏହି ନିୟମ ପାଳନ କରିବାରେ ବିଫଳ ହୁଅନ୍ତି (ଅର୍ଥାତ୍ ଲିଙ୍କ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରନ୍ତି), ତେବେ 1 ଜାନୁଆରୀ 2026 ଠାରୁ ଆପଣଙ୍କର PAN କାର୍ଡ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯିବ।
ତେବେ, ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ମାଧ୍ୟମରେ ଛାଡ଼ ପ୍ରାପ୍ତ ଶ୍ରେଣୀଭୁକ୍ତ ହୋଇଥିବା ବ୍ୟକ୍ତିବିଶେଷ, PAN କାର୍ଡ ଅଚଳ ହେବାର ଏହି ନିୟମ ଦ୍ୱାରା ପ୍ରଭାବିତ ହେବେ ନାହିଁ।
ଦୟାକରି ଧ୍ୟାନ ଦିଅନ୍ତୁ:
ସରକାର ପୂର୍ବରୁ ପ୍ରକୃତ ଆଧାର ନମ୍ବର ବଦଳରେ ଆଧାର ନାମାଙ୍କନ ID ବ୍ୟବହାର କରି PAN କାର୍ଡ ପାଇବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ, କେନ୍ଦ୍ରୀୟ ବଜେଟ୍ 2025ରେ ଏହି ବ୍ୟବସ୍ଥାକୁ 1 ଅକ୍ଟୋବର 2024 ଠାରୁ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଛି। ଆର୍ଥିକ କାରବାରରେ ସ୍ୱଚ୍ଛତା ଆଣିବା ଏବଂ ଜାଲିଆତି ରୋକିବା ପାଇଁ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ବର୍ତ୍ତମାନ ଏହିପରି ସମସ୍ତ PAN କାର୍ଡଧାରୀଙ୍କୁ ସେମାନଙ୍କର ରେକର୍ଡ ଅପ୍ଡେଟ୍ କରିବା ଆବଶ୍ୟକ କରିଛନ୍ତି।
ଅଧିକ ସୂଚନା ପାଇଁ, ଦୟାକରି 3 ଏପ୍ରିଲ 2025 ତାରିଖରେ ଜାରି କରାଯାଇଥିବା ର ସହାୟତା ନିଅନ୍ତୁ। ବିଜ୍ଞପ୍ତି ସଂଖ୍ୟା 26/2025
2. କାହା ପାଇଁ ଆଧାର-PAN ଲିଙ୍କ୍ କରିବା ବାଧ୍ୟତାମୂଳକ ନୁହେଁ ?
ଆଧାର-PAN ଲିଙ୍କ୍ କରିବାର ନିୟମ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କ ପାଇଁ ଲାଗୁ ହେବ ନାହିଁ:
- ଆସାମ, ଜମ୍ମୁ-କାଶ୍ମୀର ଏବଂ ମେଘାଳୟ ରାଜ୍ୟରେ ବାସ କରୁଥିବା ବ୍ୟକ୍ତିବିଶେଷ;
- ଆୟକର ଅଧିନିୟମ, 1961 ଅନୁଯାୟୀ ଜଣେ ଅଣ ବାସିନ୍ଦା;
- ପ୍ରାକ୍ ଆର୍ଥିକ ବର୍ଷର କୌଣସି ବି ସମୟରେ ଯେଉଁମାନଙ୍କ ବୟସ 80 ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇସାରିଛି; କିମ୍ବା
- ଯେଉଁମାନେ ଭାରତର ନାଗରିକ ନୁହନ୍ତି
ଟିପ୍ପଣୀ:
- ଏହି ନିୟମରେ ପ୍ରଦାନ କରାଯାଇଥିବା ସମସ୍ତ ଛାଡ଼, ପରବର୍ତ୍ତୀ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ସୂଚନା ବା ବିଜ୍ଞପ୍ତି ଅନୁଯାୟୀ ପରିବର୍ତ୍ତନ ସାପେକ୍ଷ ଅଟେ।
- ଏ ସମ୍ବନ୍ଧୀୟ ଅଧିକ ବିସ୍ତୃତ ବିବରଣୀ ପାଇଁ, ଦୟାକରି ରାଜସ୍ୱ ବିଭାଗ ଦ୍ୱାରା 11ମେ 2017 ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା 37/2017ର ସହାୟତା ନିଅନ୍ତୁ।
- ତେବେ, ଉପରୋକ୍ତ ଯେକୌଣସି ଛାଡ଼ ପ୍ରାପ୍ତ ଶ୍ରେଣୀ ମଧ୍ୟରେ ଆସୁଥିବା ଉପଭୋକ୍ତା/କରଦାତା ଯଦି ସ୍ୱେଚ୍ଛାକୃତ ଭାବେ ଆଧାର ସହିତ PAN ଲିଙ୍କ୍ କରିବାକୁ ଚାହାନ୍ତି, ତେବେ ସେଥିପାଇଁ ସେମାନଙ୍କୁ ନିର୍ଦ୍ଧାରିତ ଶୁଳ୍କ ଜମା କରିବାକୁ ପଡ଼ିବ।
3. ଆଧାର ଏବଂ PANକୁ କିପରି ଲିଙ୍କ୍ କରିବେ?
ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍ରେ ଉଭୟ ପଞ୍ଜୀକୃତ ଏବଂ ଅଣ-ପଞ୍ଜୀକୃତ ଉପଭୋକ୍ତାମାନେ, ବିନା ଲଗ୍-ଇନ୍ କରି ମଧ୍ୟ ନିଜର ଆଧାର ଏବଂ PAN ଲିଙ୍କ୍ କରିପାରିବେ। ଆଧାର ଏବଂ PANକୁ ଲିଙ୍କ୍ କରିବା ପାଇଁ ଆପଣ ଇ-ଫାଇଲିଂ ହୋମ୍ ପେଜ୍ରେ ଥିବା କୁଇକ୍ ଲିଙ୍କ୍ ‘ଆଧାର ଲିଙ୍କ୍ କରନ୍ତୁ’ର ବ୍ୟବହାର କରିପାରିବେ।
4. ଯଦି ମୁଁ ଆଧାର ଏବଂ PAN ଲିଙ୍କ୍ ନ କରେ, ତେବେ କଣ ହେବ?
ଯଦି ଆପଣ 30 ଜୁନ୍ 2023 ସୁଦ୍ଧା ନିଜର PAN କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାନ୍ତି, ତେବେ ଆପଣଙ୍କର PAN କାର୍ଡଟି ଅଚଳ ହୋଇଯିବ ଏବଂ ଏହା ହେତୁ ଆପଣଙ୍କୁ ନିମ୍ନଲିଖିତ ପରିଣାମଗୁଡ଼ିକର ସମ୍ମୁଖୀନ ହେବାକୁ ପଡ଼ିବ:
- ଆୟକର ଅଧିନିୟମର ନିୟମ ଅନୁଯାୟୀ, କୌଣସି ବି ପ୍ରକାରର ବାକି ଥିବା କର ଫେରସ୍ତ କିମ୍ବା ତାହାର କୌଣସି ଅଂଶ ସେମାନଙ୍କୁ ପ୍ରଦାନ କରାଯିବ ନାହିଁ;
- ନିୟମ 114AAA ର ଉପ-ନିୟମ (4) ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ତାରିଖଠାରୁ ଆରମ୍ଭ କରି, ଏହା ପୁଣିଥରେ ସକ୍ରିୟ ହେବା ତାରିଖ ମଧ୍ୟରେ ଥିବା ସମୟସୀମା ପାଇଁ, ଉକ୍ତ କର ଫେରସ୍ତ ଉପରେ କୌଣସି ପ୍ରକାରର ସୁଧ ପ୍ରଦାନ କରାଯିବ ନାହିଁ;
- ଯଦି ଉକ୍ତ ବ୍ୟକ୍ତିଙ୍କ ଆୟ ଉପରେ ଅଧ୍ୟାୟ XVII-B ଅନୁଯାୟୀ କର ରିହାତିଯୋଗ୍ୟ ପ୍ରାବଧାନ ଥାଏ, ତେବେ ଧାରା 206AAର ନିୟମ ଅନୁସାରେ ସେହି କର ଅଧିକ ହାରରେ କଟାଯିବ;
- ଯଦି ଉକ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧ୍ୟାୟ XVJJ-BB ଅନୁଯାୟୀ ଉତ୍ସରୁ କର ସଂଗ୍ରହ କରିବାର ପ୍ରାବଧାନ ଥାଏ, ତେବେ ଧାରା 206CCର ନିୟମ ଅନୁସାରେ ସେହି କର ଅଧିକ ହାରରେ ସଂଗ୍ରହ କରାଯିବ;
ଏ ସମ୍ବନ୍ଧୀୟ ଅଧିକ ବିସ୍ତୃତ ସୂଚନା ପାଇଁ, ଦୟାକରି 28<sup> </sup>ମାର୍ଚ୍ଚ 2023 ତାରିଖରେ ଜାରି କରାଯାଇଥିବା ପରିପତ୍ର ସଂଖ୍ୟା 03/2023 ଏବଂ 03<sup> </sup>ଅପ୍ରେଲ 2025 ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା 26/2025ର ସହାୟତା ନିଅନ୍ତୁ।
5. ମୋର ଆଧାର ଏବଂ PAN କାର୍ଡରେ ମୋର ନାମ/ମୋବାଇଲ୍ ନମ୍ବର/ଜନ୍ମ ତାରିଖ ଭିନ୍ନ ଥିବାରୁ ମୁଁ ଦୁଇଟିକୁ ଲିଙ୍କ୍ କରିପାରୁ ନାହିଁ। ଏଥିପାଇଁ ମତେ କଣ କରିବାକୁ ହେବ?
ନିଜର PAN କିମ୍ବା ଆଧାର ଡାଟାବେସ୍ରେ ଥିବା ଭୁଲ୍ ତଥ୍ୟକୁ ସଂଶୋଧନ କରନ୍ତୁ, ଯେପରିକି ଉଭୟ ଦସ୍ତାବିଜ୍ରେ ଆପଣଙ୍କର ସମସ୍ତ ବିବରଣୀ ସମ୍ପୂର୍ଣ୍ଣ ଭାବେ ମେଳ ଖାଇବ।
ଆପଣଙ୍କ PAN କାର୍ଡରେ ନିଜର ନାମ ଅପ୍ଡେଟ୍ କରିବା ପାଇଁ,ଦୟାକରି Protean ସହିତ ଏହି ୱେବସାଇଟ୍ https://www.onlineservices.nsdl.com/paam/endUserRegisterContact.html ମାଧ୍ୟମରେ କିମ୍ବା orUTIITSL ସହିତ ଏହି ୱେବସାଇଟ୍ https://www.pan.utiitsl.com/. ମାଧ୍ୟମରେ ଯୋଗାଯୋଗ କରନ୍ତୁ।
ଆପଣଙ୍କ ଆଧାର କାର୍ଡରେ ନିଜର ନାମ ଅପ୍ଡେଟ୍ କରିବା ପାଇଁ, ଦୟାକରି UIDAI ସହିତ ଏହି ୱେବସାଇଟ୍ https://uidai.gov.in/en/my-aadhaar/updateaadhaar.html. ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆପଣ ନିଜର ଆଧାର ନମ୍ବର ସମ୍ବନ୍ଧିତ ତଥ୍ୟ ବାହାର କରିବା ପାଇଁ ବିଶେଷ ଭାବେ ଅନୁରୋଧ କରି UIDAI ହେଲ୍ପଡେସ୍କ୍ କୁ ଇମେଲ୍(authsupport@uidai.net.in)ମଧ୍ୟ ପଠାଇପାରିବେ।
ଯଦି ଆପଣଙ୍କର ଆଧାର-PAN ଲିଙ୍କ୍ ଅନୁରୋଧ ବାରମ୍ବାର ବିଫଳ ହେଉଛି, ତେବେ ଆପଣଙ୍କୁ PAN ସେବା ପ୍ରଦାନକାରୀ ସଂସ୍ଥାର ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକୁ ଯାଇ ବାୟୋମେଟ୍ରିକ୍ ଆଧାରିତ ଯାଞ୍ଚ ବିକଳ୍ପର ସହାୟତା ନେବାକୁ ପରାମର୍ଶ ଦିଆଯାଉଛି। ଏହି ସୁବିଧା ପାଇଁ ଆପଣ ନିଜ ସହିତ PAN କାର୍ଡ, ଆଧାର କାର୍ଡ ଏବଂ ପୂର୍ବରୁ ଜମା କରିଥିବା ₹1000 ଶୁଳ୍କର ଚାଲାଣ କପି ନେଇ ସେହି କେନ୍ଦ୍ରକୁ ଯାଆନ୍ତୁ ଏବଂ ସେଠାରେ ଧାର୍ଯ୍ୟ କରାଯାଇଥିବା ବାୟୋମେଟ୍ରିକ୍ ଶୁଳ୍କ ଦେଇ ଏହି ସେବା ପାଇପାରିବେ। ବାୟୋମେଟ୍ରିକ୍ ଯାଞ୍ଚ ପାଇଁ ଅଧିକୃତ ସେବା କେନ୍ଦ୍ରଗୁଡ଼ିକର ସୂଚନା ନିମନ୍ତେ Protean କିମ୍ବା UTIITSL ର ଅଫିସିଆଲ୍ ୱେବସାଇଟ୍କୁ ଦେଖନ୍ତୁ।
6. ଯଦି ମୋର PAN କାର୍ଡ ଅଚଳ ହୋଇଯାଏ, ତେବେ ମତେ କଣ କରିବାକୁ ହେବ?
ଅଚଳ PAN କାର୍ଡ ହେତୁ ହେବାକୁ ଥିବା ଏହି ସମସ୍ତ ପରିଣାମ 1 ଜୁଲାଇ 2023 ଠାରୁ ଲାଗୁ ହେବ ଏବଂ ଆପଣଙ୍କର PAN କାର୍ଡ ପୁଣିଥରେ ସକ୍ରିୟ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ନିଜର ଆଧାର ନମ୍ବର ବିଷୟରେ ସୂଚନା ଦେଇ PAN କାର୍ଡକୁ ପୁଣିଥରେ ସକ୍ରିୟ କରିବା ପାଇଁ ଏକ ହଜାର ଟଙ୍କାର ଶୁଳ୍କ ପୂର୍ବଭଳି ଲାଗୁ ରହିବ।
ଏ ସମ୍ବନ୍ଧୀୟ ଅଧିକ ବିସ୍ତୃତ ସୂଚନା ପାଇଁ, ଦୟାକରି 28 ମାର୍ଚ୍ଚ 2023 ତାରିଖରେ ଜାରି କରାଯାଇଥିବା ପରିପତ୍ର ସଂଖ୍ୟା 03/2023 ଏବଂ 03 ଅପ୍ରେଲ 2025 ତାରିଖରେ ଜାରି କରାଯାଇଥିବା ବିଜ୍ଞପ୍ତି ସଂଖ୍ୟା 26/2025ର ସହାୟତା ନିଅନ୍ତୁ।
ବୈଧାନିକ ସତର୍କବାଣୀ:
ଏହି ସାଧାରଣ ପ୍ରଶ୍ନଗୁଡ଼ିକ କେବଳ ସାଧାରଣ ସୂଚନା ଏବଂ ମାର୍ଗଦର୍ଶନ ପାଇଁ ଜାରି କରାଯାଇଛି। କରଦାତାମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ସେମାନଙ୍କ ମାମଲା ସହିତ ଜଡ଼ିତ ସଠିକ ସୂଚନା, ନିୟମର ବ୍ୟାଖ୍ୟା ଏବଂ ସ୍ପଷ୍ଟୀକରଣ ପାଇଁ ସମ୍ବନ୍ଧିତ ସର୍କୁଲାର୍, ବିଜ୍ଞପ୍ତି, ନିୟମ ଏବଂ I.T. ଅଧିନିୟମର ପ୍ରାବଧାନଗୁଡ଼ିକର ସହାୟତା ନିଅନ୍ତୁ। ଏହି ସାଧାରଣ ପ୍ରଶ୍ନଗୁଡ଼ିକ ଆଧାରରେ ଗ୍ରହଣ କରାଯାଇଥିବା କୌଣସି ପଦକ୍ଷେପ କିମ୍ବା ନିଆଯାଇଥିବା ନିଷ୍ପତ୍ତି ପାଇଁ ଆୟକର ବିଭାଗ ଦାୟୀ ରହିବ ନାହିଁ।