ଆଧାର ଲିଙ୍କ୍ କରିବା ସମ୍ବନ୍ଧିତ ଉପଭୋକ୍ତା ମାନୁଆଲ୍

1. ସଂକ୍ଷିପ୍ତ ବିବରଣୀ

ଆୟକର ଅଧିନିୟମ 1961ର ଧାରା 139AA କିମ୍ବା ଆୟକର ଅଧିନିୟମ 2025ର ଧାରା 262ଅନୁଯାୟୀ ଆଧାର ସହିତ PAN ଲିଙ୍କ୍ କରିବା ବାଧ୍ୟତାମୂଳକ ହୋଇଥାଏ। PAN କାର୍ଡ ପାଇଁ ନୂତନ ଆବେଦନକାରୀଙ୍କ ନିମନ୍ତେ, ଆଧାର PAN ଲିଙ୍କ୍ କରିବା ସ୍ୱତଃ ଆବେଦନପର୍ଯ୍ୟାୟରେ କରାଯାଇଥାଏ। ପୂର୍ବରୁ ବିଦ୍ୟମାନ PANଧାରୀଙ୍କ ପାଇଁ, ଯେଉଁମାନଙ୍କୁ 01-07-20217ରେ କିମ୍ବା ପୂର୍ବରୁ PAN ନ୍ୟସ୍ତ କରାଯାଇଛି, ସେମାନଙ୍କ ପାଇଁ ଆଧାର ସହିତ PAN ଲିଙ୍କ୍ କରିବା ବାଧ୍ୟତାମୂଳକ ହୋଇଥାଏ। ଏହି ଆଧାର ଲିଙ୍କ୍ କରିବା ସେବା ଇ-ଫାଇଲିଂ ପୋର୍ଟାଲରେ ବ୍ୟକ୍ତିଗତ କରଦାତାଙ୍କ ପାଇଁ ଉପଲବ୍ଧ ରହିଛି (ଉଭୟେ ପଞ୍ଜିକୃତ ଏବଂ ଅଣ ପଞ୍ଜିକୃତ) (www.incometax.gov.in)। ଯଦି ଆପଣ ଆଧାର ସହିତ PAN ଲିଙ୍କ୍ କରନ୍ତି ନାହିଁ, ଆପଣଙ୍କର ପ୍ୟାନ୍ ଅକାମୀ ହୋଇଯିବ। ଅବଶ୍ୟ, କେତେକ ବ୍ୟକ୍ତି ଯେଉଁମାନେ କି ଛାଡ଼ ହୋଇଥିବା ବର୍ଗ ଅଧୀନରେ ଆସନ୍ତି ସେମାନଙ୍କ ଉପରେ PAN ଅକାମୀ ହେବାର ପ୍ରଭାବ ପଡ଼ିବ ନାହିଁ।

ଆଧାର ସହିତ PAN ଲିଙ୍କ୍ କରିବାର ମୁଖ୍ୟତଃ ଦୁଇଟି ପର୍ଯ୍ୟାୟ ରହିଛି।

1. ଇ-ଫାଇଲିଂ ପୋର୍ଟାଲରେ ଆଧାର PAN ଲିଙ୍କ ଦେୟ ପୈଠ କରିବା (ମୁଖ୍ୟ ଶିରୋନାମା 0021ରେ ଗୌଣ ଶିରୋନାମା 500 ଅଧୀନରେ ଗୋଟିଏ ଚାଲାଣରେ)

2. ଇ-ଫାଇଲିଂ ପୋର୍ଟାଲରେ ଆଧାର ସହିତ PAN ଲିଙ୍କ୍ କରନ୍ତୁ।

ଆଧାର ସହିତ PAN ଲିଙ୍କ୍ କରିବା ପରେ ଆପଣ ଆଧାର ସ୍ଥିତି କାର୍ଯ୍ୟକାରିତା ଲିଙ୍କ୍ ବ୍ୟବହାର କରି ସ୍ଥିତି ଯାଞ୍ଚ୍ କରିପାରିବେ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ:

  • ବୈଧ PAN
  • ଆଧାର ନମ୍ବର
  • ବୈଧ ମୋବାଇଲ୍ ନମ୍ବର

3. କିପରି ଭାବରେ ଇ-ଫାଇଲିଂ ପୋର୍ଟାଲରେ ଆଧାର-PAN ଲିଙ୍କ୍ କରିବା ଦେୟ ପୈଠ କରିପାରିବେ।

ସୋପାନ 1: ଇ -ଫାଇଲିଂ ପୋର୍ଟାଲର ମୂଳ ପୃଷ୍ଠାକୁ ଭିଜିଟ୍ କରନ୍ତୁ।

Data responsive

ଦ୍ରୁତ ଲିଙ୍କ ବିଭାଗରେ ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ। ଏହାର ବିକଳ୍ପ ସ୍ୱରୂପ, ଇ-ଫାଇଲିଂ ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ ଏବଂ ‘ପ୍ରୋଫାଇଲ୍’ ବିଭାଗରେ ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsiveData responsive

ସୋପାନ 2: ଆଧାର ଲିଙ୍କ୍ କରନ୍ତୁ ବିଭାଗରେ ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆଧାର ଏବଂ PAN ପ୍ରବେଶ କରନ୍ତୁ ଏବଂ ‘ସତ୍ୟାପନ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: C ‘ଇ-ପେ ଶୁଳ୍କ ମାଧ୍ୟମରେ ପୈଠ କରିବା ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ପ୍ରଯୁଜ୍ୟ ଆୟକର ଅଧିନିୟମ 2025 ଚୟନ କରନ୍ତୁ ଏବଂ ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଆପଣଙ୍କର PAN ପ୍ରବେଶ କରନ୍ତୁ, PAN ସୁନିଶ୍ଚିତ କରନ୍ତୁ ଏବଂ OTP ପ୍ରାପ୍ତ କରିବା ପାଇଁ ବୈଧ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ।

Data responsive

ସୋପାନ 7: OTP ସତ୍ୟାପନ ପରେ, ଆପଣଙ୍କୁ ଇ-ପେ କର ପୃଷ୍ଠାକୁ ନିଆଯିବ। ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 8: ‘ଆୟକର’ ଶୀର୍ଷକରେ ‘ଆଗକୁ ବଢ଼ନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 9:ପ୍ରାସଙ୍ଗିକ କର ବର୍ଷ , ଅନ୍ୟାନ୍ୟ ପ୍ରାପ୍ତି ଭାବରେ ପୈଠର ପ୍ରକାର (500), ପୈଠର ଉପ ପ୍ରକାର (ଆଧାର ସହିତ ପ୍ୟାନ୍ ଲିଙ୍କ୍ କରିବାରେ ବିଳମ୍ବ ପାଇଁ ଦେୟ) ଚୟନ କରନ୍ତୁ ଏବଂ ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 10:ପ୍ରଯୁଜ୍ୟ ପରିମାଣ ଅନ୍ୟାନ୍ୟ ସହିତ ପୂର୍ବରୁ ପୂରଣ ହୋଇଯିବ। ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ବର୍ତ୍ତମାନ, ଚାଲାଣ ଜେନେରେଟ୍ ହେବ। ପରବର୍ତ୍ତୀ ସ୍କ୍ରିନ୍‌ରେ, ଆପଣ ପୈଠର ମାଧ୍ୟମ ଚୟନ କରିବା ଆବଶ୍ୟକ। ପୈଠର ମାଧ୍ୟମ ଚୟନ କରିବା ପରେ, ଆପଣଙ୍କୁ ବ୍ୟାଙ୍କ୍ ୱେବସାଇଟକୁ ପୁନଃ ନିର୍ଦ୍ଦେଶିତ କରାଯିବ, ଯେଉଁଠାରେ ଆପଣ ପୈଠ କରିପାରିବେ।

ଦେୟ ପୈଠ କରାଯିବା ପରେ, ଆପଣ ଇ-ଫାଇଲିଂ ପୋର୍ଟାଲରେ ଆପଣଙ୍କର ଆଧାର ସହିତ PAN ଲିଙ୍କ୍ କରିପାରିବେ।

4. ଦେୟ ପୈଠ କରିବା ପରେ କିପରି ଭାବରେ ଆଧାର PAN ଲିଙ୍କ୍ କରିବା ପାଇଁ ଅନୁରୋଧ ଦାଖଲ କରିବେ।

ଆଧାର PAN ଲିଙ୍କ୍ କରିବା ପାଇଁ ଅନୁରୋଧ ଉଭୟେ ଲଗ୍ ଇନ୍ କରିବା ପରେ ତଥା ପ୍ରାକ୍- ଲଗ୍ ଇନ୍ ମାଧ୍ୟମରେ କରାଯାଇପାରିବ।

ପ୍ରତିଟି ମାଧ୍ୟମ ପାଇଁ ପର୍ଯ୍ୟାୟଗୁଡ଼ିକ ନିମ୍ନରେ ବିସ୍ତୃତରେ ଗୋଟି ଗୋଟି କରି ଦିଆଯାଇଛି:

ଆଧାର PAN ଲିଙ୍କ୍ କରିବା ପାଇଁ ଅନୁରୋଧ ଦାଖଲ କରନ୍ତୁ (ଲଗ୍ ଇନ୍ କରିବା ପରେ):

ପର୍ଯ୍ୟାୟ 1: ଇ-ଫାଇଲିଂ ପୋର୍ଟାଲକୁ ଯାଆନ୍ତୁ> ‘ଲଗଇନ୍ କରନ୍ତୁ’ > ଡ୍ୟାସବୋର୍ଡରେ, ପ୍ରୋଫାଇଲ୍ ବିଭାଗ ଅଧୀନରେ PAN ସହିତ ଆଧାର ଲିଙ୍କ୍ କରନ୍ତୁ ବିକଳ୍ପ ଅଧୀନରେ, ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

କିମ୍ବା ବିକଳ୍ପ ଭାବରେ ବ୍ୟକ୍ତିଗତ ବିବରଣୀ ବିଭାଗରେ ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ପର୍ଯ୍ୟାୟ 2: ଆପଣଙ୍କର ଆଧାର ସଂଖ୍ୟା ପ୍ରବେଶ କରନ୍ତୁ ଏବଂ ‘ସତ୍ୟାପନ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ଆଧାର PAN ଲିଙ୍କ୍ କରିବା ପାଇଁ ଅନୁରୋଧ ଦାଖଲ କରନ୍ତୁ (ଲଗ୍ ଇନ୍ କରିବା ପୂର୍ବରୁ):

ସୋପାନ 1: ଇ-ଫାଇଲିଂ ପୋର୍ଟାଲରେ ମୂଳ ପୃଷ୍ଠାକୁ ଯାଆନ୍ତୁ ଏବଂ ‘ଦ୍ରୁତ ଲିଙ୍କ୍’ ଅଧୀନରେ ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆଧାର ଲିଙ୍କ୍ କରନ୍ତୁ ବିଭାଗରେ ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆଧାର ଏବଂ PAN ପ୍ରବେଶ କରନ୍ତୁ ଏବଂ ‘ସତ୍ୟାପନ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ଯଦି ଆପଣ ଆଧାର PAN ଲିଙ୍କ୍ କରିବା ପାଇଁ ଦେୟ ପୈଠ କରିଛନ୍ତି, ପୈଠ ବିବରଣୀ ସତ୍ୟାପନ କରାଯିବ। 'ଜାରି ରଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 4: ଆବଶ୍ୟକତା ଅନୁଯାୟୀ ବାଧ୍ୟତାମୂଳକ ବିବରଣୀ ପ୍ରବେଶ କରନ୍ତୁ ଏବଂ ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଦର୍ଶାଯାଇଥିବା ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୋଇଥିବା 6 ଅଙ୍କ ବିଶିଷ୍ଟ ଓଟିପି ପ୍ରବେଶ କରନ୍ତୁ ଏବଂ ‘ସତ୍ୟାପନ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6:ଆଧାର ଲିଙ୍କ୍ କରିବା ପାଇଁ ଅନୁରୋଧ ସଫଳତାର ସହ ଦାଖଲ ହୋଇଛି, ବର୍ତ୍ତମାନ ଆପଣ ଆଧାର -PAN ଲିଙ୍କ୍ ସ୍ଥିତି ଯାଞ୍ଚ କରିପାରିବେ।

Data responsive

ପରିସ୍ଥିତି 1: ଯଦି ଇ -ଫାଇଲିଂ ପୋର୍ଟାଲରେ ପୈଠ ବିବରଣୀ ସତ୍ୟାପିତ ହୋଇ ନାହିଁ।

ପର୍ଯ୍ୟାୟ 1:  PAN କାର୍ଡର ଏବଂ ଆଧାରର ସତ୍ୟାପନ ପରେ ଆପଣ ଏକ ପପ୍ -ଅପ୍ ସନ୍ଦେଶ ଦେଖିବେ ଯେ

‘ପୈଠ ବିବରଣୀ ମିଳିଲା ନାହିଁ’। ଆଧାର PAN ଲିଙ୍କ୍ କରିବା ପାଇଁ ଅନୁରୋଧ ଦାଖଲ କରିବା ପାଇଁ ପ୍ରାକ୍ ଆବଶ୍ୟକତା ଭାବରେ ଦେୟ ପୈଠ କରିବା ନିମନ୍ତେ ଦେୟ ପୈଠ କରିବାକୁ ‘ଇ-ପେ ଶୁଳ୍କ ମାଧ୍ୟମରେ ପୈଠ ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ: ଯଦି ଆପଣ ଅଦ୍ୟାବଧି ଦେୟ ପୈଠ କରି ସାରିଛନ୍ତି, 4-5 କାର୍ଯ୍ୟଦିବସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତାହା ପରେ, ଆପଣ ଅନୁରୋଧ ଦାଖଲ କରିପାରିବେ।

ଟିପ୍ପଣୀ: ଦୟାକରି ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କର PAN ସହିତ ଆପଣଙ୍କର ସଠିକ୍ ଆଧାରକୁ ଲିଙ୍କ୍ କରିଛନ୍ତି।

ଯଦି ଆଧାର ଏବଂ PAN ଅଦ୍ୟାବଧି ଲିଙ୍କ୍ ହୋଇଥାଏ କିମ୍ବା PAN ଅନ୍ୟ କୌଣସି ଆଧାର ସହିତ ଲିଙ୍କ୍ ହୋଇଥାଏ କିମ୍ବା ଏହାର ବିପରୀତ ହୋଇଥାଏ, ଆପଣ ନିମ୍ନଲିଖିତ ତ୍ରୁଟିଗୁଡ଼ିକ ପାଇବେ:

ପରିସ୍ଥିତି 2: PAN ଅଦ୍ୟାବଧି ଆଧାର ସହିତ କିମ୍ବା ଅନ୍ୟ କୌଣସି ଆଧାର ସହିତ ଲିଙ୍କ୍ ହୋଇଛି::

Data responsive

ଆପଣଙ୍କୁ ଆପଣଙ୍କ କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପଡିପାରେ ଏବଂ ଭୁଲ PAN ସହିତ ଲିଙ୍କ ହୋଇଥିବା ଆଧାରକୁ ଡିଲିଙ୍କ୍ କରିବା ପାଇଁ ଏକ ଅନୁରୋଧ ଦାଖଲ କରିବାକୁ ପଡିପାରେ।

ଆପଣଙ୍କର ଜେଏଓ (JAO)ଙ୍କର ଯୋଗାଯୋଗ ବିବରଣୀ ଜାଣିବା ପାଇଁ, ଭିଜିଟ୍ କରନ୍ତୁ https://eportal.incometax.gov.in/iec/foservices/#/pre-login/knowYourAO(ଲଗ୍ ଇନ୍ ପୂର୍ବରୁ)

କିମ୍ବା https://eportal.incometax.gov.in/iec/foservices/#/dashboard/myProfile/jurisdictionDetail (ଲଗ୍ ଇନ୍ ପରେ)

ପରିସ୍ଥିତି 3: ଯଦି ଆପଣ ଚାଲାଣ ପୈଠ କରିସାରିଛନ୍ତି ଏବଂ ପୈଠ ଓ ବିବରଣୀ ଇ-ଫାଇଲିଂ ପୋର୍ଟାଲରେ ସତ୍ୟାପନ ହୋଇସାରିଛି।।

ସୋପାନ1: ଆପଣ PAN ଏବଂ ଆଧାର ସତ୍ୟାପନ କରିବା ପରେ ଏକ ପପ୍ ଅପ୍ ସନ୍ଦେଶ ଦେଖିବେ ଯାହାକି ‘ଆପଣଙ୍କର ପୈଠ ବିବରଣୀ ସତ୍ୟାପନ ହୋଇଛି’। ଆଧାର PAN ଲିଙ୍କ୍ କରିବା ଅନୁରୋଧ ଦାଖଲ କରିବା ପାଇଁ ପପ୍ - ଅପ୍ ସନ୍ଦେଶ ଉପରେ ‘ଜାରି ରଖନ୍ତୁ’ରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଆବଶ୍ୟକୀୟ ବିବରଣୀ ପ୍ରବେଶ କରନ୍ତୁ ଏବଂ 'ଲିଙ୍କ ଆଧାର' ବଟନ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3: ଆଧାର PAN ଲିଙ୍କ୍ କରିବା ପାଇଁ ଅନୁରୋଧ ସଫଳତାର ସହ ଦାଖଲ ହୋଇଛି, ବର୍ତ୍ତମାନ ଆପଣ ଆଧାର -PAN ଲିଙ୍କ୍ ସ୍ଥିତି ଯାଞ୍ଚ କରିପାରିବେ।

Data responsive

5.ଆଧାର ଲିଙ୍କ୍ ସ୍ଥିତି ଦେଖନ୍ତୁ (ପ୍ରାକ୍- ଲଗ୍ଇନ୍)

ସୋପାନ1: ଇ-ଫାଇଲଂ ପୋର୍ଟାଲରେ ମୂଳ ପୃଷ୍ଠାରେ ‘ଦ୍ରୁତ ଲିଙ୍କଗୁଡ଼ିକ’ ଅଧୀନରେ, ‘ଆଧାର ଲିଙ୍କ୍ କରନ୍ତୁ/ ସ୍ଥିତି ଦେଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ‘ସ୍ଥିତି ଦେଖନ୍ତୁ’ ଟାଇଲରେ ‘ଜାରି ରଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 3:ଆପଣଙ୍କର ଆଧାର ଏବଂ PAN ନମ୍ବର ପ୍ରବେଶ କରନ୍ତୁ ଏବଂ ‘ଆଧାର ଲିଙ୍କ୍ ଦେଖନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସଫଳତାର ସହ ସତ୍ୟାପନ ପରେ ଆପଣଙ୍କର ଆଧାର ଲିଙ୍କ୍ ସ୍ଥିତି ବିଷୟରେ ଏକ ସନ୍ଦେଶ ପ୍ରଦର୍ଶିତ ହେବ।

ଯଦି ଏହି ଆଧାର - PAN ଲିଙ୍କ୍ କରିବା ଅଗ୍ରଗତିରେ ରହିଛି:

Data responsive

ଯଦି ଏହି ଆଧାର - PAN ଲିଙ୍କ୍ କରିବା ସଫଳ ହୋଇଛି:

Data responsive

6. ଆଧାର -PAN ଲିଙ୍କ୍ ସ୍ଥିତି ଦେଖନ୍ତୁ ( ଲଗ୍ ଇନ୍ ପରେ)

ସୋପାନ 1: ଲଗ୍ ଇନ୍ କରିବା ପରେ ଆପଣଙ୍କ ଡ୍ୟାସବୋର୍ଡରେ, ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ବିକଳ୍ପ ଭାବରେ ଆପଣ ‘ମୋ ପ୍ରୋଫାଇଲ୍’ > ‘ଆଧାର ସ୍ଥିତି ଲିଙ୍କ୍ କରନ୍ତୁ’କୁ ଯାଇପାରନ୍ତି।

(ଯଦି ଆଧାର ଅଦ୍ୟାବଧି ଲିଙ୍କ୍ ହୋଇଥାଏ ‘ଆଧାର ନମ୍ବର ପ୍ରଦର୍ଶିତ ହେବ। ଯଦି ଆଧାର ଲିଙ୍କ୍ ହୋଇନଥାଏ ‘ଆଧାର ଲିଙ୍କ୍ ହୋଇଥିବା ସ୍ଥିତି’ ପ୍ରଦର୍ଶିତ ହୋଇଥାଏ।)

Data responsive

ସୋପାନ:

  • ଯଦି ଏହି ସତ୍ୟାପନ ବିଫଳ ହୁଏ, ‘ସ୍ଥିତି’ ପୃଷ୍ଠାରେ ‘ଆଧାର ଲିଙ୍କ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ PAN ଏବଂ ଆଧାର ଲିଙ୍କ୍ କରିବା ପାଇଁ ପର୍ଯ୍ୟାୟଗୁଡ଼ିକ ଦୋହରାଇବା ଆବଶ୍ୟକ ହେବ।
  • ଯଦି ଆପଣଙ୍କର PAN ଏବଂ ଆଧାର ଲିଙ୍କ୍ କରିବା ପାଇଁ ଅନୁରୋଧ ସତ୍ୟାପନ ନିମନ୍ତେ UIDAI ନିକଟରେ ବକେୟା ରହିଥାଏ, ଆପଣ ପରେ ଏହି ସ୍ଥିତି ଯାଞ୍ଚ କରିବା ଆବଶ୍ୟକ ହେବ।
  • ଆଧାର ଏବଂ ପ୍ୟାନ୍ ଡିଲିଙ୍କ୍ କରିବା ପାଇଁ ଆପଣ କ୍ଷେତ୍ରାଧିକାରୀ ଏ.ଓ ଙ୍କ ସହିତ ଯୋଗାଯୋଗ କରିବା ଆବଶ୍ୟକ ହୋଇପାରେ ଯଦି:
    • ଆପଣଙ୍କ ଆଧାର ଅନ୍ୟ କୌଣସି ପ୍ୟାନ୍ ସହିତ ଲିଙ୍କ୍ ହୋଇଛି
    • ଆପଣଙ୍କ ପ୍ୟାନ୍ ଅନ୍ୟ କୌଣସି ଆଧାର ସହିତ ଲିଙ୍କ୍ ହୋଇଛି

ସଫଳତାର ସହ ସତ୍ୟାପନ ପରେ ଆପଣଙ୍କର ଆଧାର ଲିଙ୍କ୍ ସ୍ଥିତି ବିଷୟରେ ଏକ ସନ୍ଦେଶ ପ୍ରଦର୍ଶିତ ହେବ।

Data responsive

ଅସ୍ୱୀକରଣ:

ଏହି ବ୍ୟବହାରକାରୀ ସହାୟିକା ପୁସ୍ତିକା କେବଳ ସୂଚନା ଓ ସାଧାରଣ ମାର୍ଗଦର୍ଶନ ଉଦ୍ଦେଶ୍ୟରେ ଜାରି କରାଯାଇଛି। କରଦାତାମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସୂକ୍ଷ୍ମ ସୂଚନା, ବ୍ୟାଖ୍ୟା ସେମାନଙ୍କ ଘଟଣାରେ ପ୍ରଯୁଜ୍ୟ ସ୍ପଷ୍ଟୀକରଣ ପାଇଁ ଆଇଟି ଅଧିନିୟମର ପ୍ରାସଙ୍ଗିକ ସର୍କୁଲାର, ବିଜ୍ଞପ୍ତି, ସୂଚନା, ନିୟମ ଏବଂ ବିଧାନ ଦେଖନ୍ତୁ। ଏହି ବ୍ୟବହାରକାରୀ ସହାୟତା ପୁସ୍ତିକା ଆଧାରରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏବଂ /କିମ୍ବା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ବିଭାଗ ଦାୟୀ ହେବ ନାହିଁ।