ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଲଗଇନ୍ - ବ୍ୟବହାରକାରୀ ମାନୁଆଲ୍

 

1. ସମୀକ୍ଷା

ଲଗ୍‌ଇନ୍ ସେବା ଇ-ଫାଇଲିଂ ପୋର୍ଟାଲ୍‌ର ଜଣେ ପଞ୍ଜୀକୃତ ବ୍ୟବହାରକାରୀଙ୍କୁ ଇ-ଫାଇଲିଂ ପୋର୍ଟାଲ୍ ଏବଂ ଏଥିରେ ଉପଲବ୍ଧ ସମସ୍ତ ସେବା ବ୍ୟବହାର କରିବା ପାଇଁ ଅନୁମତି ଦେଇଥାଏ।

ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରିବା ପାଇଁ ବିଭିନ୍ନ ପଦ୍ଧତି ରହିଛି। ସମସ୍ତ ଲଗ୍‌ଇନ୍ ପଦ୍ଧତି ଏବଂ ସେଥିପାଇଁ ଆବଶ୍ୟକ ହେଉଥିବା ପ୍ରମାଣପତ୍ର ଗୁଡ଼ିକର ତାଲିକା ତଳେ ଦିଆଯାଇଛି:
 

ଲଗ୍‌ଇନ୍ ପଦ୍ଧତି ପ୍ରବେଶ କରାଯିବାକୁ ଥିବା ପ୍ରମାଣପତ୍ର

ନେଟ୍‌ବ୍ୟାଙ୍କିଙ୍ଗ

(ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ସକ୍ଷମ କରାଯାଇନାହିଁ)
ନେଟ୍‌ବ୍ୟାଙ୍କିଙ୍ଗ ୟୁଜର୍ ID ଏବଂ ପାସ୍‌ୱାର୍ଡ

ନେଟ୍‌ବ୍ୟାଙ୍କିଙ୍ଗ

(ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ସକ୍ଷମ କରାଯାଇଛି)
ୟୁଜର୍ ID (PAN) ଓ ପାସ୍‌ୱାର୍ଡ+ ନେଟ୍ ବ୍ୟାଙ୍କିଙ୍ଗ୍ ୟୁଜର୍ ID ଏବଂ ପାସ୍‌ୱାର୍ଡ ଦ୍ଵିତୀୟ ସ୍ତରର ପ୍ରମାଣୀକରଣ ପାଇଁ

ବ୍ୟାଙ୍କ/ଡିମାଟ୍ ଆକାଉଣ୍ଟ EVC

(ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ସକ୍ଷମ କରାଯାଇଛି)
ୟୁଜର୍ ID (PAN) ଓ; ପାସ୍‌ୱାର୍ଡ + 2ୟସ୍ତରର ପ୍ରମାଣୀକରଣ ପାଇଁ ବ୍ୟାଙ୍କ EVC
DSC ୟୁଜର୍ ID (PAN) ଓ; ପାସ୍‌ୱାର୍ଡ + 2ୟସ୍ତରର ପ୍ରମାଣୀକରଣ ପାଇଁ DSC
ୟୁଜର୍ ID ବ୍ୟବହାର କରି ଲଗ୍‌ଇନ୍‌ – CA, TAN ୟୁଜର୍, ERI, ବାହ୍ୟ ଏଜେନ୍ସି , ITDREIN ୟୁଜର୍‌ଙ୍କ ପାଇଁ ୟୁଜର୍ ID ଏବଂ;ପାସ୍‌ୱାର୍ଡ

ଅଧିକାଂଶ ପ୍ରମୁଖ ବ୍ୟାଙ୍କ ଆପଣଙ୍କୁ ସେମାନଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ସେବା ମାଧ୍ୟମରେ ଇ-ଫାଇଲିଂ ପୋର୍ଟାଲ୍ ବ୍ୟବହାର କରିବାର ସୁବିଧା ଦେଇଥାନ୍ତି। କର ସମ୍ବନ୍ଧୀୟ ସେବା
ପାଇଁ ଇ-ଫାଇଲିଂ ଆକାଉଣ୍ଟରେ ଲଗ୍‌ଇନ୍‌ କରିବାର ଏହା ଏକ ସୁରକ୍ଷିତ ଏବଂ ସହଜ ଉପାୟ। ଆପଣଙ୍କ ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁଛି କି ନାହିଁ ଯାଞ୍ଚ କରିବା ପାଇଁ, ଆପଣ ଆୟକର ଇ-ଫାଇଲିଂ ୱେବସାଇଟ୍‌ରେ
'ନେଟ୍ ବ୍ୟାଙ୍କିଙ୍ଗ୍' ବିକଳ୍ପ ଦେଖିପାରିବେ। ଏହି ୟୁଜର୍ ମାନୁଆଲ୍‌ରେ ଆମେ ଆଲୋଚନା କରିବା ଯେ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କିପରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରିବେ (ଯଦି ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ସକ୍ରିୟ ଥାଏ/ନଥାଏ)।

2.ପ୍ରାକ୍ ଆବଶ୍ୟକୀୟ ସର୍ତ୍ତାବଳୀ:

1.ଇ-ଫାଇଲିଂ ୟୁଜର୍ ID ଏବଂ ପାସ୍‌ୱାର୍ଡ (ଯଦି ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଲଗ୍‌ଇନ୍‌ କରିବା ପାଇଁ ଇ-ଫାଇଲିଂ ଭଲ୍ଟ ସକ୍ରିୟ ଥାଏ)
2.ବ୍ୟାଙ୍କ ଆକାଉଣ୍ଟଗୁଡିକ ଇ-ଫାଇଲିଂ ପୋର୍ଟାଲ୍‌ରେ ଯାଞ୍ଚ ହୋଇଥିବା ଆବଶ୍ୟକ ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଲଗ୍‌ଇନ୍‌ କରିବା ପାଇଁ ମନୋନୀତ ହୋଇଥିବା ଆବଶ୍ୟକ।
3.ନେଟ୍ ବ୍ୟାଙ୍କିଙ୍ଗ୍ ୟୁଜର୍ ID ଏବଂ ପାସ୍‌ୱାର୍ଡ।
4.ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଇ-ଫାଇଲିଂ ଆକାଉଣ୍ଟରେ ଲଗ୍‌ଇନ୍‌ କରିବା ପୂର୍ବରୁ କରଦାତା ଅନ୍ତତଃ ପକ୍ଷେ ଥରେ ନିଜ ନେଟ୍ ବ୍ୟାଙ୍କିଙ୍ଗ୍‌ରେ ଲଗ୍‌ଇନ୍‌ କରିଥିବା ଉଚିତ।

3.ପର୍ଯ୍ୟାୟକ୍ରମିକ ପ୍ରକ୍ରିୟା:

ପର୍ଯ୍ୟାୟ 1: ଇ-ଫାଇଲିଂ ପୋର୍ଟାଲ୍‌ର ହୋମ୍‌ପେଜ୍‌କୁ ଯାଆନ୍ତୁ। 'ଲଗ୍‌ଇନ୍‌' ଉପରେ କ୍ଲିକ୍ କରନ୍ତୁ।

Data responsive

ପର୍ଯ୍ୟାୟ 2: ଲଗ୍‌ଇନ୍‌ ପେଜ୍‌ରେ, 'ନେଟ୍‌ ବ୍ୟାଙ୍କିଙ୍ଗ' ଉପରେ କ୍ଲିକ୍ କରନ୍ତୁ।

Data responsive

ଦୟାକରି ଧ୍ୟାନ ଦିଅନ୍ତୁ:
1. ଯଦି ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗ୍‌ଇନ୍‌ କରିବା ପାଇଁ 'ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା' ସକ୍ରିୟ ଥାଏ - ତେବେ ପ୍ରଥମେ ଆପଣଙ୍କୁ ଇ-ଫାଇଲିଂ ୟୁଜର୍ ID ଏବଂ ପାସ୍‌ୱାର୍ଡ ଦେବାକୁ ହେବ, ତା'ପରେ ନେଟ୍ ବ୍ୟାଙ୍କିଙ୍ଗ ବ୍ୟାଙ୍କ ଚୟନ କରିବାକୁ ହେବ।
2. ଯଦି ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗ୍‌ଇନ୍‌ କରିବା ପାଇଁ 'ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା' ସକ୍ରିୟ ନଥାଏ - ତେବେ ଲଗ୍‌ଇନ୍‌ ପେଜ୍‌ରେ ଥିବା 'ନେଟ୍ ବ୍ୟାଙ୍କିଙ୍ଗ' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

ପର୍ଯ୍ୟାୟ 3: ନେଟ୍‌ ବ୍ୟାଙ୍କିଙ୍ଗ ସହିତ ଲଗ୍‌ଇନ୍‌ ପେଜ୍‌ରେ ନିଜର ବ୍ୟାଙ୍କ ଚୟନ କରନ୍ତୁ।

Data responsive

ପର୍ଯ୍ୟାୟ 4: ବ୍ୟାଙ୍କ ଚୟନ କରିବା ମାତ୍ରେ, ଏକ ପପ୍-ଅପ୍ ବାର୍ତ୍ତା ଆସିବ ଯେ – “ଆପଣ ଇ-ଫାଇଲିଂ ପୋର୍ଟାଲ୍ ଛାଡି ଅନ୍ୟ ପକ୍ଷ ଦ୍ୱାରା ପରିଚାଳିତ ୱେବସାଇଟ୍‌ରେ ପ୍ରବେଶ କରୁଛନ୍ତି।” 'ଜାରି ରଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।

Data responsive

ପର୍ଯ୍ୟାୟ 5: ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ପ୍ରମାଣପତ୍ର ବ୍ୟବହାର କରି ନେଟ୍ ବ୍ୟାଙ୍କିଙ୍ଗ୍ ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

Data responsive

ଦୟାକରି ଧ୍ୟାନ ଦିଅନ୍ତୁ: ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟାଙ୍କ ଆକାଉଣ୍ଟଟି ଇ-ଫାଇଲିଂ ପୋର୍ଟାଲ୍‌ରେ ଯାଞ୍ଚ ହୋଇଥିବା ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଲଗ୍‌ଇନ୍‌ ପାଇଁ ମନୋନୀତ ହୋଇଥିବା ଆବଶ୍ୟକ।

ପର୍ଯ୍ୟାୟ 6: ବ୍ୟାଙ୍କ ୱେବ୍‌ସାଇଟ୍‌ରେ 'ଆୟକର ଇ-ଫାଇଲିଂ' ଟ୍ୟାବ୍‌ଟି ଖୋଜନ୍ତୁ (ବ୍ୟାଙ୍କ ଅନୁସାରେ ୱେବସାଇଟ୍‌ର ନେଭିଗେସନ୍ ଭିନ୍ନ ଭିନ୍ନ ହୋଇଥାଏ)। ବ୍ୟାଙ୍କ ୱେବ୍‌ସାଇଟ୍‌ରେ ଥିବା 'ଆୟକର ଇ-ଫାଇଲିଂରେ ଲଗ୍‌ଇନ୍‌ କରନ୍ତୁ' ଉପରେ କ୍ଲିକ୍ କରନ୍ତୁ।

Data responsive

ପର୍ଯ୍ୟାୟ 7: ଆପଣ ଏଠାରୁ ସିଧାସଳଖ ଇ-ଫାଇଲିଂ ୱେବସାଇଟ୍‌କୁ ପନଃର୍ନିଦ୍ଦେଶିତ ହୋଇଯିବେ।

Data responsive