Do not have an account?
Already have an account?

ମୋର ପ୍ରୋଫାଇଲ୍ ସମୀକ୍ଷା

(ଆପଣଙ୍କ ପ୍ରୋଫାଇଲ୍‌ର ଏକ ସହଜ ସ୍ନାପସଟ୍)

(ଆପଣଙ୍କ ପ୍ରୋଫାଇଲ୍‌ର ଏକ ସହଜ ସ୍ନାପସଟ୍)

Frequently Asked Questions

ମୋ ପ୍ରୋଫାଇଲ୍ ସମ୍ବନ୍ଧୀୟ ସାଧାରଣତଃ ପଚରାଯାଉଥିବା ପ୍ରଶ୍ନ

1. ମୋ ପ୍ରୋଫାଇଲ୍ ଇ-ଫାଇଲିଂ ପୋର୍ଟାଲ୍‌ରେ ଅପଡେଟ୍ ହୋଇଛି କି ନାହିଁ ମୁଁ କେମିତି ଜାଣିବି?

ଯଦି ଆପଣଙ୍କ ପ୍ରୋଫାଇଲ୍‌ରେ କୌଣସି ସୂଚନା ଅପଡେଟ୍ ହୁଏ, ତେବେ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ପ୍ରାଥମିକ ଇମେଲ୍ ID ଏକ ଇମେଲ୍ ପଠାଯିବ।

2. ମୁଁ ଜଣେ NRI ଏବଂ ମୋ ପାଖରେ କୌଣସି ଭାରତୀୟ ମୋବାଇଲ୍ ନମ୍ବର ନାହିଁ। ମୋର ଯୋଗାଯୋଗ ବିବରଣୀ ଯାଞ୍ଚ କରିବା ପାଇଁ ମୁଁ OTP କେମିତି ପାଇବି?

ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ଆଇଡିରେ ଆପଣ OTP ପାଇପାରିବେ।

3. ପ୍ରୋଫାଇଲ୍ ଅପଡେଟ୍ କରିବା କଣ ବାଧ୍ୟତାମୂଳକ?

ନା, ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବା ବାଧ୍ୟତାମୂଳକ ନୁହେଁ। କିନ୍ତୁ, ଉନ୍ନତ ଉପଭୋକ୍ତା ଅନୁଭୂତି (ପ୍ରି-ଫିଲିଂ ବା ପୂର୍ବରୁ ଫର୍ମ ପୂରଣ ହେବା ସୁବିଧା ସହିତ) ଏବଂ ଆୟକର ବିଭାଗ ପକ୍ଷରୁ ସମୟୋଚିତ ସୂଚନା ପାଇବା ପାଇଁ ଆପଣଙ୍କ ପ୍ରୋଫାଇଲ୍‌କୁ ଅପଡେଟ୍ ରଖିବାକୁ ପରାମର୍ଶ ଦିଆଯାଉଛି।

4. ପ୍ରୋଫାଇଲ୍ ଅପଡେଟ୍ କରିବା ଦ୍ୱାରା କଣ ଲାଭ ମିଳିବ?

ଆପଣଙ୍କ ଦ୍ୱାରା ଅପଡେଟ୍ କରାଯାଇଥିବା ପ୍ରୋଫାଇଲ୍ ବିବରଣୀ ଆୟକର ବିଭାଗ (ITD)କୁ ଆବଶ୍ୟକ ସମୟରେ ଆପଣଙ୍କ ସହ ତୁରନ୍ତ ଯୋଗାଯୋଗ କରିବାରେ ସାହାଯ୍ୟ କରିବ। ଏହାସହ, ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣଙ୍କ ପାଇଁ ପ୍ରଯୁଜ୍ୟ ଥିବା ବିଭିନ୍ନ ଫର୍ମ ଏବଂ ITR ଗୁଡ଼ିକୁ ପୂର୍ବରୁ ପୂରଣ କରିବା ପାଇଁ ଏହି ତଥ୍ୟ ବ୍ୟବହାର କରାଯିବ।

5. ମୁଁ ମୋ ପ୍ରୋଫାଇଲ୍ ଜରିଆରେ କେଉଁ ସବୁ ବିବରଣୀ ସଂଶୋଧନ / ଅପଡେଟ୍ କରିପାରିବି?

ଆପଣ ଆପଣଙ୍କ ପ୍ରୋଫାଇଲ୍ ଜରିଆରେ ନିମ୍ନଲିଖିତ ବିବରଣୀଗୁଡ଼ିକୁ ଅପଡେଟ୍ କିମ୍ବା ସଂଶୋଧନ କରିପାରିବେ:

  • ଆୟର ଉତ୍ସ ସମ୍ବନ୍ଧୀୟ ବିବରଣୀ
  • ବ୍ୟାଙ୍କ ଆକାଉଣ୍ଟ ଏବଂ ଡିମାଟ୍ ଆକାଉଣ୍ଟ ବିବରଣୀ
  • DSC ପଞ୍ଜୀକରଣ କରନ୍ତୁ
  • Contact details (through OTP authentication), Key Persons Details 
    • If you are logged in as a taxpayer - You can edit your basic profile details such as Residential Status and Passport Number; contact details such as primary and secondary mobile number, email ID and address.
    • If you are logged in as ERI - You can edit your basic profile details such as Type of External Agency, Type of Services, PAN of Organization, TAN of organization; contact details; manage certificates, update principal contact details, add or remove ERI, change ERI type.
    • If you are logged in as External Agency - You can update contact details, manage certificates, add or remove key persons and add or remove services.
    • If you are logged in as TIN 2.0 stakeholder - You can update contact details, manage certificates and update or add new technical SPOC details.

6. ମୋ ପ୍ରୋଫାଇଲ୍ ଅନୁଯାୟୀ ମୁଁ ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ଯୋଗାଯୋଗ ବିବରଣୀରେ ITD ପକ୍ଷରୁ ସୂଚନା ପାଇପାରିବି କି?

ହଁ, ଆପଣଙ୍କ ଇ-ଫାଇଲିଂ ପ୍ରୋଫାଇଲ୍‌ରେ ଯୋଡ଼ାଯାଇଥିବା ଉଭୟ ପ୍ରାଥମିକ ଏବଂ ମାଧ୍ୟମିକ ଯୋଗାଯୋଗ ବିବରଣୀରେ ଆପଣ ITD ପକ୍ଷରୁ ସୂଚନା ବା ମେସେଜ୍ ପାଇପାରିବେ।

7. ମୋର DSC ପଞ୍ଜୀକୃତ ହୋଇଛି କି ନାହିଁ ମୁଁ କେମିତି ଜାଣିବି?

ଆପଣ ନିଜ ପ୍ରୋଫାଇଲ୍‌କୁ ଯାଇ ସ୍ଥିତି ଦେଖିବା ପାଇଁ DSC ପଞ୍ଜୀକରଣ କରନ୍ତୁ ଉପରେ କ୍ଲିକ୍ କରିପାରିବେ। ଚାର୍ଟର୍ଡ ଆକାଉଣ୍ଟାଣ୍ଟ / କମ୍ପାନୀ / ERI ମାନଙ୍କ କ୍ଷେତ୍ରରେ, ଯଦି ପ୍ୟାନ୍‌ / ପ୍ରଧାନ ଯୋଗାଯୋଗ ବ୍ୟକ୍ତିଙ୍କ DSC ପଞ୍ଜୀକୃତ ହୋଇନଥାଏ କିମ୍ବା ଏହାର ଅବଧି ଶେଷ ହୋଇଯାଇଥାଏ, ତେବେ ଲଗଇନ୍ କରିବା ପରେ ପ୍ରୋଫାଇଲ୍‌ରେ ଏହି ସମ୍ବନ୍ଧୀୟ ଏକ ସୂଚନା/ମେସେଜ୍ ଦେଖାଯିବ। ଏହା ସହିତ, ଅଧିକ ଜାଣିବା ପାଇଁ ଆପଣ DSC ପଞ୍ଜୀକରଣ ଉପଭୋକ୍ତା ମାନୁଆଲ୍ ସହାୟତା ନେଇପାରିବେ।

Detailed guides and documentation