ମୋ ପ୍ରୋଫାଇଲ୍ - ଉପଭୋକ୍ତା ମାନୁଆଲ୍
1.ସମୀକ୍ଷା
ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପରେ, ସମସ୍ତ ପଞ୍ଜୀକୃତ ୟୁଜର୍ ନିଜର ପ୍ରୋଫାଇଲ୍ ବିବରଣୀ ଦେଖିବା ଏବଂ ଏଡିଟ୍ / ଅପଡେଟ୍ କରିବା ପାଇଁ ମୋ ପ୍ରୋଫାଇଲ୍ / ପ୍ରୋଫାଇଲ୍ ଅପଡେଟ୍ ସେବା ଉପଲବ୍ଧ। ଏହି ସେବା ମାଧ୍ୟମରେ ଆପଣ ନିଜର ୟୁଜର୍ ଟାଇପ୍ ଅନୁଯାୟୀ ନିଜ ପ୍ରୋଫାଇଲ୍ ବିବରଣୀ ଏଡିଟ୍ ବା ଅପଡେଟ୍ କରିପାରିବେ:
- ଆପଣଙ୍କର ବ୍ୟକ୍ତିଗତ ବିବରଣୀ ଯେପରିକି PAN ବିବରଣୀ, ଟି.ଏ.ଏନ୍ ବିବରଣୀ ଏବଂ ଆଧାର ନମ୍ବର ଦେଖନ୍ତୁ
- ଆପଣଙ୍କର ଯୋଗାଯୋଗ ବିବରଣୀ ଯେପରିକି ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ଠିକଣା ଦେଖନ୍ତୁ / ଅପଡେଟ୍ କରନ୍ତୁ
- View / Update your other details such as:
- Bank Account and Demat Account details
- Register DSC
- e-Filing Vault Higher Security
- PAN – JAO Jurisdiction details
- Details of Representative Assessee and Authorized signatories for Income Tax Returns / Forms
- Source of Income details
- Registrations and Certificates
- Appreciations and Rewards
- Portuguese Civil Code Applicability
- Bank Account and Demat Account details
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା
- ବୈଧ ୟୁଜର୍ ଆଇଡି ଏବଂ ପାସୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ୟୁଜର୍
3.ପର୍ଯ୍ୟାୟ କ୍ରମିକ ଭାବରେ
ସୋପାନ 1: ଆପଣଙ୍କର ୟୁଜର୍ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରନ୍ତୁ।
ସୋପାନ 2: ଡ୍ୟାସବୋର୍ଡ ପେଜ୍ର ଉପର ଡାହାଣ କୋଣରେ ଥିବା ଆପଣଙ୍କ ନାମ ଉପରେ କ୍ଲିକ୍ କରନ୍ତୁ ଏବଂ ମୋ ପ୍ରୋଫାଇଲ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3:ମୋ ପ୍ରୋଫାଇଲ୍ ପେଜ୍ରେ ଆପଣ ନିମ୍ନଲିଖିତ ବିବରଣୀ ଦେଖିପାରିବେ ଏବଂ / କିମ୍ବା ଅପଡେଟ୍ କରିପାରିବେ:
|
ବ୍ୟକ୍ତିଗତ ବିବରଣୀ ଯେପରିକି ନାଗରିକତା, ଆବାସିକ ବିବରଣୀ ଏବଂ ପାସପୋର୍ଟ ନମ୍ବର |
ଧାରା 3.1 ଦେଖନ୍ତୁ |
|
ଯୋଗାଯୋଗ ବିବରଣୀ ଯେପରିକି ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ ଠିକଣା |
ଧାରା 3.2 ଦେଖନ୍ତୁ |
|
ଆୟର ଉତ୍ସ ବିବରଣୀ |
ଧାରା 3.3 ଦେଖନ୍ତୁ |
|
ପର୍ତ୍ତୁଗୀଜ୍ ନାଗରିକ ସଂହିତା ପ୍ରଯୁଜ୍ୟତା |
ଧାରା 3.4 ଦେଖନ୍ତୁ |
|
ଆୟକର ରିଟର୍ଣ୍ଣ / ଫର୍ମ ପାଇଁ ଅଧିକୃତ ସ୍ବାକ୍ଷରକାରୀ |
ଆୟକର ରିଟର୍ଣ୍ଣ / ଫର୍ମ ପାଇଁ ଅଧିକୃତ ସ୍ବାକ୍ଷରକାରୀ ଉପରେ କ୍ଲିକ୍ କରନ୍ତୁ। ବିବରଣୀ ଅପଡେଟ୍ କରିବା ପାଇଁ ଏଡିଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ। ଟିପ୍ପଣୀ: ଜଣେ ଅଧିକୃତ ପ୍ରତିନିଧି / ସ୍ବାକ୍ଷରକାରୀଙ୍କୁ କିପରି ପଞ୍ଜୀକୃତ କରାଯିବ ସେ ବିଷୟରେ ଜାଣିବା ପାଇଁ ପ୍ରତିନିଧି ଭାବରେ ଅନୁମୋଦିତ ଏବଂ ପଞ୍ଜୀକୃତ କରନ୍ତୁ ୟୁଜର୍ ମାନୁଆଲ୍ ଦେଖନ୍ତୁ। |
|
ପ୍ରତିନିଧି କରଦାତା |
ପ୍ରତିନିଧି କରଦାତା ଉପରେ କ୍ଲିକ୍ କରନ୍ତୁ। ବିବରଣୀ ଅପଡେଟ୍ କରିବା ପାଇଁ ଏଡିଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ। ଟିପ୍ପଣୀ: ଜଣେ ପ୍ରତିନିଧି କରଦାତାଙ୍କୁ କିପରି ପଞ୍ଜୀକୃତ କରାଯିବ ସେ ବିଷୟରେ ଜାଣିବା ପାଇଁ ପ୍ରତିନିଧି ଭାବରେ ଅନୁମୋଦିତ ଏବଂ ପଞ୍ଜୀକୃତ କରନ୍ତୁ ୟୁଜର୍ ମାନୁଆଲ୍ ଦେଖନ୍ତୁ। |
|
ସୁରକ୍ଷିତ ପ୍ରବେଶ ବାର୍ତ୍ତା ସେଟ୍ କରନ୍ତୁ |
ସୁରକ୍ଷିତ ପ୍ରବେଶ ବାର୍ତ୍ତା ଉପରେ କ୍ଲିକ୍ କରନ୍ତୁ। ସୁରକ୍ଷିତ ପ୍ରବେଶ ବାର୍ତ୍ତା ପେଜ୍ରେ, ଟେକ୍ସଟ୍ ବକ୍ସ ମଧ୍ୟରେ ନିଜର ବ୍ୟକ୍ତିଗତ ବାର୍ତ୍ତା ଲେଖନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ। |
|
ଆଧାର ଓଟିପି ଲଗ୍ଇନ୍ କରନ୍ତୁ |
ସିଙ୍ଗଲ୍ ଫ୍ୟାକ୍ଟର୍ ପ୍ରାମାଣିକରଣ ପାଇଁ ଆଧାର ଓଟିପି ମାଧ୍ୟମରେ ନିଜର ଲଗ୍ଇନ୍ ସକ୍ରିୟ କରିବାକୁ, ଆଧାର ଓଟିପି ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଆଧାର ଓଟିପି ଲଗ୍ଇନ୍ ପେଜ୍ରେ, ହଁ ଚୟନ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ; ଏହାଦ୍ୱାରା ଆଧାର ଓଟିପି ମାଧ୍ୟମରେ ଲଗ୍ଇନ୍ କରିବା ସୁବିଧା ସକ୍ରିୟ ହୋଇଯିବ। |
|
କ୍ଷେତ୍ରାଧିକାର ବିବରଣୀ |
କ୍ଷେତ୍ରାଧିକାର ବିବରଣୀ ଦେଖିବା ପାଇଁ କ୍ଷେତ୍ରାଧିକାର ବିବରଣୀ ଉପରେ କ୍ଲିକ୍ କରନ୍ତୁ |
|
ପଞ୍ଜୀକରଣ ଏବଂ ପ୍ରମାଣପତ୍ର |
ଇ-ପ୍ୟାନ୍ ବିବରଣୀ, ଷ୍ଟାର୍ଟଅପ୍ ସ୍ୱୀକୃତି ବିବରଣୀ ଏବଂ ଇ-ଫାଇଲ୍ ହୋଇଥିବା ଫର୍ମଗୁଡ଼ିକର ବିବରଣୀ ଦେଖିବା ଏବଂ ଡାଉନଲୋଡ୍ କରିବା ପାଇଁ ପଞ୍ଜୀକରଣ ଏବଂ ପ୍ରମାଣପତ୍ର ଉପରେ କ୍ଲିକ୍ କରନ୍ତୁ। |
|
ପ୍ରଶଂସା ଏବଂ ପୁରସ୍କାର |
ପ୍ରଶଂସାପତ୍ର ଡାଉନଲୋଡ୍ କରିବା ପାଇଁ ପ୍ରଶଂସା ଏବଂ ପୁରସ୍କାର ଉପରେ କ୍ଲିକ୍ କରନ୍ତୁ |
|
ବ୍ୟାଙ୍କ ଆକାଉଣ୍ଟ ବିବରଣୀ |
ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଉପରେ କ୍ଲିକ୍ କଲେ, ଆପଣ ବ୍ୟାଙ୍କ ଆକାଉଣ୍ଟ ସର୍ଭିସ୍ ପେଜ୍କୁ ଯିବେ, ଯେଉଁଠାରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ସହିତ ଇଭିସି ଯୋଗ/କାଟି ପାରିବେ କିମ୍ବା ଏହାକୁ ସକ୍ରିୟ/ନିଷ୍କ୍ରିୟ କରିପାରିବେ। |
|
ଡିମାଟ୍ ଆକାଉଣ୍ଟ ବିବରଣୀ |
ଡିମାଟ୍ ଆକାଉଣ୍ଟ ବିବରଣୀ ଉପରେ କ୍ଲିକ୍ କଲେ, ଆପଣ ଡିମାଟ୍ ଆକାଉଣ୍ଟ ସର୍ଭିସ୍ ପେଜ୍କୁ ଯିବେ, ଯେଉଁଠାରେ ଆପଣ ନିଜ ଡିମାଟ୍ ଆକାଉଣ୍ଟ ସହିତ ଇଭିସି ଯୋଗ/କାଟି ପାରିବେ କିମ୍ବା ଏହାକୁ ସକ୍ରିୟ/ନିଷ୍କ୍ରିୟ କରିପାରିବେ। |
|
ଡି.ଏସ.ସି ପଞ୍ଜିକରଣ କରନ୍ତୁ କିମ୍ବା ଡି.ଏସ.ସି ଦେଖନ୍ତୁ ଏବଂ ଅପଡେଟ୍ କରନ୍ତୁ |
ଡିଏସସି ପଞ୍ଜୀକରଣ କରନ୍ତୁ ଉପରେ କ୍ଲିକ୍ କଲେ, ଆପଣ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ପଞ୍ଜୀକରଣ ପେଜ୍କୁ ଯିବେ; ଯେଉଁଠାରେ ଆପଣ:
ଟିପ୍ପଣୀ: ଅଧିକ ଜାଣିବା ପାଇଁ ଡିଏସସି (DSC) ପଞ୍ଜୀକରଣ ୟୁଜର୍ ମାନୁଆଲ୍ ଦେଖନ୍ତୁ। |
|
ଇ-ଫାଇଲିଂ ଭଲ୍ଟ - ଉଚ୍ଚତର ସୁରକ୍ଷା |
ଇ-ଫାଇଲିଂ ଭଲ୍ଟ - ଉଚ୍ଚତର ସୁରକ୍ଷାଉପରେ କ୍ଲିକ୍ କଲେ, ଆପଣ 'ଇ-ଫାଇଲିଂ ଭଲ୍ଟ - ଅଧିକ ସୁରକ୍ଷା ପେଜ୍କୁ ଯିବେ; ଯେଉଁଠାରେ ଆପଣ ନିଜ ଇ-ଫାଇଲିଂ ଆକାଉଣ୍ଟ ପାଇଁ ଏକ ଅତିରିକ୍ତ ସ୍ତରର ପ୍ରମାଣୀକରଣ ଯୋଗ କରିପାରିବେ। |
|
ଷ୍ଟାଟିକ୍ ପାସ୍ୱାର୍ଡ |
ଷ୍ଟାଟିକ୍ ପାସୱାର୍ଡ ଜେନେରେଟ୍ କରିବା ପାଇଁ ଷ୍ଟାଟିକ୍ ପାସୱାର୍ଡ ଉପରେ କ୍ଲିକ୍ କରନ୍ତୁ। |
ଟିପ୍ପଣୀ:
- ବାହ୍ୟ ସଂସ୍ଥା ଗୁଡ଼ିକ ନିଜର ବ୍ୟକ୍ତିଗତ ବିବରଣୀ ସଂଶୋଧନ / ଅପଡେଟ୍ କରିପାରିବେ, ଯେପରିକି - ବାହ୍ୟ ସଂସ୍ଥାର ପ୍ରକାର, ସେବାର ପ୍ରକାର, ସଂଗଠନର ପ୍ୟାନ୍ , ସଂଗଠନର ଟାନ୍ , ଲ୍ୟାଣ୍ଡଲାଇନ୍ ନମ୍ବର ଏବଂ ଇମେଲ୍ ଆଇଡି।
- ଇ.ଆର.ଆଇ (ERI) ଏବଂ ଟିନ୍ 2.0 ପଞ୍ଜୀକରଣ ହିତାଧିକାରୀମାନେ କେବଳ ନିଜର ବ୍ୟକ୍ତିଗତ ବିବରଣୀ ଦେଖିପାରିବେ ଏବଂ କୌଣସି ବ୍ୟକ୍ତିଗତ ବିବରଣୀ ସଂଶୋଧନ / ଅପଡେଟ୍ କରିପାରିବେ ନାହିଁ।
- ଇ.ଆର.ଆଇ (ERI), ବାହ୍ୟ ସଂସ୍ଥା ଏବଂ ଟିନ୍ 2.0 ପଞ୍ଜୀକରଣ ହିତାଧିକାରୀମାନେ ନିଜର ଯୋଗାଯୋଗ ବିବରଣୀ ଅପଡେଟ୍ କରିପାରିବେ।
- ଇ.ଆର.ଆଇ (ERI) ଏବଂ ବାହ୍ୟ ସଂସ୍ଥା ଗୁଡ଼ିକ ନିଜ ନିଜ ପ୍ରୋଫାଇଲ୍ ମାଧ୍ୟମରେ ସେବାଗୁଡ଼ିକୁ ଯୋଗ କିମ୍ବା ବାଦ୍ ଦେଇପାରିବେ।
- ଅଧିକ ଜାଣିବା ପାଇଁ ସମ୍ପୃକ୍ତ ୟୁଜର୍ ମାନୁଆଲ୍ ଦେଖନ୍ତୁ।
3.1 ବ୍ୟକ୍ତିଗତ ବିବରଣୀ ଅପଡେଟ୍ କରିବା ପାଇଁ
ସୋପାନ 1: ବ୍ୟକ୍ତିଗତ ବିବରଣୀ ଅପଡେଟ୍ କରିବା ପାଇଁ ମୋ ପ୍ରୋଫାଇଲ୍ ପେଜ୍ରେ ଥିବା ଏଡିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: କେବଳ ନାଗରିକତା ଏବଂ ଆବାସିକ ସ୍ଥିତି ବଦଳାଯାଇପାରିବ।
ସୋପାନ 2: ଆବଶ୍ୟକ ବିବରଣୀ ସଂଶୋଧନ କରିବା ପରେ, ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
ଟିପ୍ପଣୀ: ଦୟାକରି ମନେରଖନ୍ତୁ ଯେ ୟୁଜର୍ଙ୍କ ପ୍ରକାର ଅନୁଯାୟୀ କେତେକ ବିବରଣୀ ବଦଳାଯାଇ ନପାରେ।
3.2 ପ୍ରାଥମିକ ଏବଂ ମାଧ୍ୟମିକ ଯୋଗାଯୋଗ ବିବରଣୀ (ମୋବାଇଲ୍ ନମ୍ବର ଏବଂ ଇମେଲ୍ ଆଇଡି) ଅପଡେଟ୍ କରିବା ପାଇଁ
(ଆପଣ ଆଧାର, ପ୍ୟାନ୍ କିମ୍ବା ବ୍ୟାଙ୍କ୍ ବିବରଣୀ ଅନୁଯାୟୀ ମଧ୍ୟ ନିଜର ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ)
ସୋପାନ 1: ଯୋଗାଯୋଗ ବିବରଣୀ ଅପଡେଟ୍ କରିବା ପାଇଁମୋ ପ୍ରୋଫାଇଲ୍ପେଜ୍ରେ ଥିବା ଏଡିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ବ୍ୟାଙ୍କ୍ / ଆଧାର / ପ୍ୟାନ୍ ବିବରଣୀ ଅନୁଯାୟୀ ନିଜର ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ଏବଂ ଇ-ଯାଞ୍ଚ ପାଇଁ ଆଗକୁ ବଢ଼ନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3a: ଆପଣଙ୍କ ଯୋଗାଯୋଗ ବିବରଣୀ ଯାଞ୍ଚ କରନ୍ତୁ ପେଜ୍ରେ, ପ୍ରାଥମିକ ଓ ମାଧ୍ୟମିକ ମୋବାଇଲ୍ ନମ୍ବର ଏବଂ ପ୍ରାଥମିକ ଓ ମାଧ୍ୟମିକ ଇମେଲ୍ ଆଇଡି କୁ ପଠାଯାଇଥିବା ଦୁଇଟି ପୃଥକ 6-ଅଙ୍କ ବିଶିଷ୍ଟ ଓଟିପି ପ୍ରବେଶ କରନ୍ତୁ। ଓଟିପି ଗୁଡ଼ିକୁ ପ୍ରବେଶ କରିବା ପରେ “ଦାଖଲ କରନ୍ତୁ ଏବଂ ଯାଞ୍ଚ ପାଇଁ ଆଗକୁ ବଢ଼ନ୍ତୁ”ବଟନ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3b: ଇ-ଭେରିଫାଇ ପେଜ୍ରେ, ଆପଣ ଯେଉଁ ବିକଳ୍ପ ମାଧ୍ୟମରେ ରିଟର୍ଣ୍ଣକୁ ଇ-ଭେରିଫାଇ କରିବାକୁ ଚାହୁଁଛନ୍ତି ତାହା ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଯଦି ଆପଣ ଜଣେ ଅଣ-ଆବାସିକ ୟୁଜର୍ ହୋଇଥିବେ, ଯାହାଙ୍କ ପାଖରେ ପ୍ୟାନ୍ ନାହିଁ ଏବଂ ପ୍ୟାନ୍ ରହିବା ଆବଶ୍ୟକ ନୁହେଁ, ତେବେ ଆପଣଙ୍କ ପାଇଁ ଷ୍ଟେପ୍ 3B ପ୍ରଯୁଜ୍ୟ ହେବ ନାହିଁ।
3.3. ଆୟର ଉତ୍ସ ଅପଡେଟ୍ କରିବା ପାଇଁ (କେବଳ କରଦାତାମାନଙ୍କ ପାଇଁ)
ସୋପାନ 1: ମୋ ପ୍ରୋଫାଇଲ୍ ପେଜ୍ରେ ଥିବା ଆୟର ଉତ୍ସ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଯଦି କୌଣସି ବିବରଣୀ ଯୋଡ଼ା ଯାଇନାହିଁ, ତେବେ ବିବରଣୀଯୋଡ଼ନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଯଦି ଆୟର ଉତ୍ସ ପୂର୍ବରୁ ପୂରଣ କରାଯାଇଛି ଏବଂ ଆପଣ ସେହି ବିବରଣୀ ଅପଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ଏଡିଟ୍ ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣ ପୂର୍ବରୁ ଯୋଡ଼ା ଯାଇଥିବା କୌଣସି ଆୟର ଉତ୍ସକୁ ହଟାଇବାକୁ ଚାହୁଁଛନ୍ତି, ତେବେ ବିଲୋପ ଉପରେ କ୍ଲିକ୍ କରନ୍ତୁ ଏବଂ ଏହି ବିବରଣୀ ଆପଣଙ୍କ ପ୍ରୋଫାଇଲ୍ରୁ ହଟିଯିବ।
ଟିପ୍ପଣୀ 3: ଡ୍ରପ୍ଡାଉନ୍ ମେନୁରୁ ଆୟର ଉତ୍ସ (ବେତନ ପ୍ରାପ୍ତ/ ପେନସନଭୋଗୀ, ଗୃହ ସମ୍ପତ୍ତି,ବ୍ୟବସାୟ / ବୃତ୍ତି,କୃଷି,ଅନ୍ୟାନ୍ୟ) ଚୟନ କରନ୍ତୁ।
ସୋପାନ 4: ଡ୍ରପ୍ଡାଉନ୍ ମେନୁରୁ ଏକ ବିକଳ୍ପ ଚୟନ କରିବା ପରେ, ଆବଶ୍ୟକ ବିବରଣୀ ପ୍ରବେଶ କରନ୍ତୁ ଏବଂ ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ।
- ଯଦି ଆପଣବେତନ ପ୍ରାପ୍ତ / ପେନସନଭୋଗୀଚୟନ କରନ୍ତି, ତେବେ ନିଯୁକ୍ତିଦାତାଙ୍କ ଟାନ୍(TAN / ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷ, ନିଯୁକ୍ତିର ପ୍ରକାର, ନିଯୁକ୍ତିଦାତା / ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନାମ ଏବଂ ନିଯୁକ୍ତି ଅବଧି ଭଳି ବିବରଣୀ ପ୍ରବେଶ କରନ୍ତୁ।
- ଯଦି ଆପଣ ବ୍ୟବସାୟ / ବୃତ୍ତି ଚୟନ କରନ୍ତି, ତେବେ ଆପଣ ବ୍ୟବସାୟ/ବୃତ୍ତି ସହିତ ଆସୋସିଏସନର ପ୍ରକାର ଚୟନ କରିପାରିବେ, ବୃତ୍ତିଗତ ବିବରଣୀ ଏବଂ ବ୍ୟବସାୟିକ ଠିକଣା ପ୍ରବେଶ କରିପାରିବେ।
- ଯଦି ଆପଣ ଗୃହ ସମ୍ପତ୍ତି ଚୟନ କରନ୍ତି, ତେବେ ଆପଣ ସମ୍ପତ୍ତିର ମାଲିକାନା (ଯେପରିକି ନିଜର), ଠିକଣା, ଗୃହ ସମ୍ପତ୍ତିର ପ୍ରକାର (ନିଜେ ରହୁଥିବା / ଭଡ଼ାରେ ଦିଆଯାଇଥିବା / ଭଡ଼ାରେ ଦିଆଯାଇଥିବା ଭଳି ଗଣ୍ୟ), ମାଲିକାନା ପ୍ରତିଶତ, ଅନ୍ୟ ସହ-ମାଲିକଙ୍କ ସଂଖ୍ୟା ଏବଂ ସହ-ମାଲିକଙ୍କ ବିବରଣୀ ଯେପରିକି ଆବାସିକ ସ୍ଥିତି, ପ୍ୟାନ୍ ବିବରଣୀ, ଆଧାର ବିବରଣୀ, ନାମ ଏବଂ ମାଲିକାନା ପ୍ରତିଶତ ଭଳି ବିବରଣୀ ପ୍ରବେଶ କରିପାରିବେ।
ଟିପ୍ପଣୀ: ଆପଣ ଏକାଧିକ ଆୟର ଉତ୍ସ ଯୋଡ଼ିପାରିବେ। ସମସ୍ତ ଆୟର ଉତ୍ସ ଯୋଡ଼ିବା ପାଇଁ ବିବରଣୀ ଯୋଡ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।
3.4. ପର୍ତ୍ତୁଗୀଜ୍ ନାଗରିକ ସଂହିତା ପ୍ରଯୁଜ୍ୟତା ଅପଡେଟ୍ କରିବା ପାଇଁ
ସୋପାନ 1: ମୋ ପ୍ରୋଫାଇଲ୍ ପେଜ୍ରେ ଥିବା ପର୍ତ୍ତୁଗୀଜ୍ ନାଗରିକ ସଂହିତା ପ୍ରଯୁଜ୍ୟତା ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଏହା ଆପଣଙ୍କ ପାଇଁ ପ୍ରଯୁଜ୍ୟ କି ନାହିଁ ଜାଣିବା ପାଇଁ ପର୍ତ୍ତୁଗୀଜ୍ ସିଭିଲ୍ କୋଡ୍ କଣ? ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଯଦି ଆପଣ ଧାରା 5A ଅନୁଯାୟୀ ପର୍ତ୍ତୁଗୀଜ୍ ସିଭିଲ୍ କୋଡ୍ ଦ୍ୱାରା ପରିଚାଳିତ, ତେବେ ହଁ ଚୟନ କରନ୍ତୁ।
ସୋପାନ 3: ପ୍ୟାନ୍, ଆଧାର ଏବଂ ଆପଣଙ୍କ ଜୀବନସାଥୀଙ୍କ ନାମ ଭଳି ବିବରଣୀ ପ୍ରବେଶ କରନ୍ତୁ ଏବଂ ଯୋଡନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ବ୍ୟକ୍ତିଗତ କରଦାତାଙ୍କ ବ୍ୟତୀତ ଅନ୍ୟ କରଦାତାମାନେ ମଧ୍ୟ ସେମାନଙ୍କ ପ୍ରୋଫାଇଲ୍ରେ ନିମ୍ନଲିଖିତ ବିବରଣୀ ପ୍ରବେଶ / ଅପଡେଟ୍ କରିପାରିବେ:
|
କରଦାତା ଶ୍ରେଣୀ |
ବିବରଣୀ |
|
ଏଚୟୁଏଫ୍ / ହିନ୍ଦୁ ଅନଡିଭାଇଡେଡ୍ ଫ୍ୟାମିଲି (HUF) |
ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ |
|
ଫାର୍ମ |
ପରିଚାଳନା ସହଭାଗୀ / ମନୋନୀତ ସହଭାଗୀଙ୍କ ବିବରଣୀ |
|
କମ୍ପାନୀ |
ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ , ପଦବୀ, ପ୍ରଧାନ ଯୋଗାଯୋଗ ବ୍ୟକ୍ତି , ଅଂଶୀଦାରଙ୍କ ବିବରଣୀ |
|
ଏଓପି / ଆସୋସିଏସନ୍ ଅଫ୍ ପର୍ସନ୍ସ(AOP) |
ସଦସ୍ୟଙ୍କ ବିବରଣୀ , ପ୍ରଧାନ ଅଧିକାରୀଙ୍କ ବିବରଣୀ |
|
ଟ୍ରଷ୍ଟ |
ଟ୍ରଷ୍ଟିଙ୍କ ବିବରଣୀ |
|
ଏ.ଜେ.ପି (କୃତ୍ରିମ ନ୍ୟାୟିକ ବ୍ୟକ୍ତି), ସ୍ଥାନୀୟ କର୍ତ୍ତୃପକ୍ଷ, ଟିକସ କାଟ ଏବଂ ଆଦାୟକାରୀ, ସରକାର |
ପ୍ରଧାନ ଅଧିକାରୀଙ୍କ ବିବରଣୀ |
|
ସିଏ / ଚାର୍ଟର୍ଡ ଆକାଉଣ୍ଟାଣ୍ଟ(CA) |
ବ୍ୟବସାୟିକ / ବୃତ୍ତିଗତ ବିବରଣୀ , ଯେଉଁଥିରେ ସଦସ୍ୟତା ସଂଖ୍ୟା ଏବଂ ନାମଲେଖା ତାରିଖ ସାମିଲ ଅଛି |
4.ସମ୍ପର୍କିତ ବିଷୟବସ୍ତୁ
- ଲଗ୍ଇନ୍ କରନ୍ତୁ
- ପଞ୍ଜୀକରଣ
- ଡ୍ୟାଶ୍ବୋର୍ଡ ଏବଂ କାର୍ଯ୍ୟତାଲିକା
- ପ୍ରତିନିଧି ଭାବରେ ଅନୁମୋଦିତ ଏବଂ ପଞ୍ଜୀକୃତ କରନ୍ତୁ
- ଡିଏସସି (DSC) ପଞ୍ଜୀକରଣ କରନ୍ତୁ
- ମୋର ବ୍ୟାଙ୍କ ଆକାଉଣ୍ଟ