1. ଆୟକର ଅଧିନିୟମ, 2025 ଅନୁଯାୟୀ ବ୍ୟକ୍ତିମାନଙ୍କ ପାଇଁ ମୌଳିକ ନିବାସ ସ୍ଥିତି ନିର୍ଣ୍ଣୟ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇଛି କି?

ବ୍ୟକ୍ତିଙ୍କ ନିବାସ ସ୍ଥିତି ନିର୍ଦ୍ଧାରଣ କରିବା ପାଇଁ ମୌଳିକ ସର୍ତ୍ତଗୁଡ଼ିକରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଆୟକର ଅଧିନିୟମ, 2025ର ଧାରା 6 ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ସମ୍ବନ୍ଧିତ କର ବର୍ଷରେ 182 ଦିନ କିମ୍ବା ତା’ଠାରୁ ଅଧିକ ସମୟ ଭାରତରେ ରହନ୍ତି, କିମ୍ବା ସେହି କର ବର୍ଷରେ 60 ଦିନ କିମ୍ବା ତା’ଠାରୁ ଅଧିକ ସମୟ ଭାରତରେ ରହିଥାନ୍ତି ଏବଂ ପୂର୍ବବର୍ତ୍ତୀ ଚାରି ବର୍ଷରେ ମୋଟ 365 ଦିନ କିମ୍ବା ତା’ଠାରୁ ଅଧିକ ସମୟ ଭାରତରେ ରହିଥାନ୍ତି, ତେବେ ସେ କର ଉଦ୍ଦେଶ୍ୟରେ ଭାରତର କର ବାସିନ୍ଦା ଭାବରେ ବିବେଚିତ ହେବେ। ଏହି ସର୍ତ୍ତଗୁଡ଼ିକ ଆୟକର ଅଧିନିୟମ, 1961ର ଧାରା 6(1) ରେ ଥିବା ସର୍ତ୍ତଗୁଡ଼ିକ ସହ ସମାନ।

2.1961 ଅଧିନିୟମ ଅନୁଯାୟୀ ଥିବା ସେହି ବିଶେଷ ରିହାତି ପ୍ରଯୁଜ୍ୟ ହେବା ଜାରି ରହିଛି କି, ଯାହା ଯାହା ଅଧୀନରେ ବିଦେଶରେ ଚାକିରି ପାଇଁ ଭାରତ ଛାଡ଼ି ଯାଉଥିବା ଭାରତୀୟ ନାଗରିକ କିମ୍ବା ଭାରତୀୟ ଜାହାଜର କ୍ରୁ ସଦସ୍ୟ ଭାବରେ କାର୍ଯ୍ୟରତ ବ୍ୟକ୍ତି, ଯେ କି କେବଳ ଯଦି ଭାରତରେ 182 ଦିନ କିମ୍ବା ତା’ଠାରୁ ଅଧିକ ସମୟ ରହନ୍ତି ତାଙ୍କୁ ତେବେ ବାସିନ୍ଦା ଭାବରେ ବିବେଚିତ ହୁଅନ୍ତି?

ହଁ, ଏହି ବିଶେଷ ରିହାତି କୌଣସି ପରିବର୍ତ୍ତନ ବିନା ଜାରି ରହିଛି। ଯଦି ଜଣେ ଭାରତୀୟ ନାଗରିକ ବିଦେଶରେ ଚାକିରି ପାଇଁ କିମ୍ବା ଭାରତୀୟ ଜାହାଜର କ୍ରୁ ସଦସ୍ୟ ଭାବରେ କାର୍ଯ୍ୟ କରିବା ପାଇଁ ଭାରତ ଛାଡ଼ି ଯାଆନ୍ତି, ତେବେ ସମ୍ବନ୍ଧିତ କର ବର୍ଷରେ କେବଳ ଯଦି ତାଙ୍କର ଭାରତରେ ରହିବାର ଅବଧି 182 ଦିନ କିମ୍ବା ତା’ଠାରୁ ଅଧିକ ହୁଏ ତେବେ ସେ ବାସିନ୍ଦା ଭାବରେ ବିବେଚିତ ହେବେ। ଏପରି ମାମଲାରେ, ସମ୍ବନ୍ଧିତ କର ବର୍ଷରେ
60 ଦିନ ରହିବା ସହିତ ପୂର୍ବବର୍ତ୍ତୀ ଚାରି କର ବର୍ଷରେ ମୋଟ 365 ଦିନ ରହିବାର ସର୍ତ୍ତ ପ୍ରଯୁଜ୍ୟ ହୁଏ ନାହିଁ।

3. ନୂତନ ଅଧିନିୟମରେ ଭାରତ ପରିଦର୍ଶନ କରୁଥିବା ଭାରତୀୟ ନାଗରିକ କିମ୍ବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ପାଇଁ ଥିବା ନିୟମରେ କୌଣସି ପରିବର୍ତ୍ତନ କରାଯାଇଛି କି?

ନା। ଆୟକର ଅଧିନିୟମ, 2025 ଅନୁଯାୟୀ ଏହି ନିୟମ ଅପରିବର୍ତ୍ତିତ ରହିଛି। ଭାରତ ପରିଦର୍ଶନ କରୁଥିବା ଜଣେ ଭାରତୀୟ ନାଗରିକ କିମ୍ବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଯଦି କୌଣସି କର ବର୍ଷରେ ମୋଟ 182 ଦିନରୁ ଅଧିକ ସମୟ ଭାରତରେ ରହନ୍ତି, ତେବେ ସେହି କର ବର୍ଷରେ ତାଙ୍କୁ ବାସିନ୍ଦା ଭାବରେ ବିବେଚିତ କରାଯିବ। ଯେଉଁ ବ୍ୟକ୍ତିମାନଙ୍କର କର ବର୍ଷରେ ବିଦେଶୀ ଉତ୍ସରୁ ପ୍ରାପ୍ତ ଆୟ ବ୍ୟତୀତ ଅନ୍ୟ ଆୟ 15 ଲକ୍ଷ ଟଙ୍କାରୁ ଅଧିକ ଥାଏ, ସେମାନଙ୍କ ପାଇଁ ନୂତନ ଅଧିନିୟମର ଧାରା 6(2)(b) ଅନୁଯାୟୀ ବିକଳ୍ପ ସର୍ତ୍ତ ମଧ୍ୟ ପ୍ରଯୁଜ୍ୟ ହେବ। ତେବେ, ଏହି ଧାରାରେ ଉଲ୍ଲେଖିତ ‘60 ଦିନ’ କୁ ‘120 ଦିନ’ ଭାବରେ ପଢ଼ାଯିବ ଏବଂ ଏହା ସହିତ ସମ୍ବନ୍ଧିତ କର ବର୍ଷ ପୂର୍ବରୁ ଥିବା ଚାରି କର ବର୍ଷରେ ମୋଟ 365 ଦିନ କିମ୍ବା ତା’ଠାରୁ ଅଧିକ ସମୟ ଭାରତରେ ରହିଥିବା ଆବଶ୍ୟକ।

4. ବାସିନ୍ଦା ଭାବରେ ବିବେଚିତ ହେବା’ର ଅର୍ଥ କ’ଣ? ଆୟକର ଅଧିନିୟମ, 1961ର ‘ବିବେଚିତ ନିବାସ ସ୍ଥିତି’ ବିଧାନରେ କୌଣସି ପରିବର୍ତ୍ତନ ହୋଇଛି କି?

ଆୟକର ଅଧିନିୟମ, 1961ର ଧାରା 6(1A) ଅନୁଯାୟୀ, ଯଦି କୌଣସି ଭାରତୀୟ ନାଗରିକଙ୍କର ମୋଟ ଆୟ 15 ଲକ୍ଷ ଟଙ୍କାରୁ ଅଧିକ ଥାଏ (ବିଦେଶୀ ଉତ୍ସରୁ ପ୍ରାପ୍ତ ଆୟ ବ୍ୟତୀତ ଅନ୍ୟ) ଏବଂ ସେ ଅଧିବାସ, ନିବାସସ୍ଥାନ କିମ୍ବା ସମାନ ମାନଦଣ୍ଡ ଆଧାରରେ ଅନ୍ୟ କୌଣସି ଦେଶରେ କର ଦେବାକୁ ଉତ୍ତରଦାୟୀ ନୁହନ୍ତି, ତେବେ ସେ ବାସିନ୍ଦା ଭାବରେ ବିବେଚିତ ହେବେ। ଏହି ନିବେଶ ସ୍ଥାନ ବିବେଚନା ନିୟମ ଆୟକର ଅଧିନିୟମ, 2025ରେ ମଧ୍ୟ ବଜାୟ ରଖାଯାଇଛି। ଆୟକର ଅଧିନିୟମ, 2025ର ଧାରା 6(7), ଆୟକର ଅଧିନିୟମ, 1961ର ଧାରା 6(1A) ସଦୃଶ ରହିଛି। ଏହି ପରିସ୍ଥିତିରେ, ବ୍ୟକ୍ତି କେତେ ଦିନ ଭାରତରେ ରହିଛନ୍ତି, ତାହାର କୌଣସି ଗୁରୁତ୍ୱ ନଥାଏ।

5. ନୂତନ ଅଧିନିୟମ ଅନୁଯାୟୀ ‘ସାଧାରଣତଃ ବାସିନ୍ଦା ନୁହନ୍ତି (NOR)’ ଧାରଣାରେ କୌଣସି ପରିବର୍ତ୍ତନ କରାଯାଇଛି କି?

NOR ପାଇଁ ଥିବା ମାନଦଣ୍ଡରେ କୌଣସି ପରିବର୍ତ୍ତନ କରାଯାଇନାହିଁ। କୌଣସି ବ୍ୟକ୍ତି କର ବର୍ଷରେ ସାଧାରଣତଃ ବାସିନ୍ଦା ନୁହଁନ୍ତି (NOR) ଭାବରେ ବିବେଚିତ ହେବେ, ଯଦି ସେ ପୂର୍ବବର୍ତ୍ତୀ ଦଶ କର ବର୍ଷ ମଧ୍ୟରୁ ନଅଟି କର ବର୍ଷରେ ପ୍ରବାସୀ ଥିଲେ କିମ୍ବା ପୂର୍ବବର୍ତ୍ତୀ ସାତ କର ବର୍ଷରେ ଭାରତରେ ତାଙ୍କର ମୋଟ ରହିବାର ଅବଧି 729 ଦିନ କିମ୍ବା ତା’ଠାରୁ କମ୍ ଥିଲା। ଆୟକର ଅଧିନିୟମ, 2025ର ଧାରା 6(13), ଆୟକର ଅଧିନିୟମ, 1961ର ଧାରା 6(6) ସଦୃଶ ରହିଛି।

6. ଆୟକର ଅଧିନିୟମ, 2025 ଅନୁଯାୟୀ କମ୍ପାନୀ ପାଇଁ ନିବାସ ସ୍ଥିତି ନିର୍ଦ୍ଧାରଣ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇଛି କି?

ନା, ଆୟକର ଅଧିନିୟମ, 2025 ଅନୁସାରେ ଏକ କମ୍ପାନୀ ପାଇଁ ନିବାସ ପରୀକ୍ଷାରେ ପରିବର୍ତ୍ତନ କରାଯାଇନାହିଁ। ଉଭୟ ଆୟକର ଅଧିନିୟମ, 1961 ଏବଂ ଆୟକର ଅଧିନିୟମ, 2025 ଅନୁସାରେ ଏକ କମ୍ପାନୀକୁ ଭାରତରେ ବାସିନ୍ଦା ଭାବେ ଗଣାଯାଏ ଯଦି ଏହା ଏକ ଭାରତୀୟ କମ୍ପାନୀ ହୋଇଥାଏ କିମ୍ବା ସମ୍ବନ୍ଧିତ ବର୍ଷରେ ତାହାର ପ୍ରଭାବଶାଳୀ ପରିଚାଳନାର ସ୍ଥାନ (POEM) ଭାରତରେ ଥାଏ।

7. 1 ଏପ୍ରିଲ୍ 2026 ପୂର୍ବରୁ ଥିବା କର ବର୍ଷଗୁଡ଼ିକ ପାଇଁ ନିବାସ ସ୍ଥିତି କେଉଁ ଅଧିନିୟମ ଅନୁସାରେ ନିର୍ଦ୍ଧାରଣ କରାଯିବ?

1 ଏପ୍ରିଲ୍ 2026 ପୂର୍ବରୁ ଆରମ୍ଭ ହୋଇଥିବା କୌଣସି କର ବର୍ଷ ପାଇଁ ନିବାସ ସ୍ଥିତି ଆୟକର ଅଧିନିୟମ, 1961ର ଧାରା 6 ଅନୁସାରେ ନିର୍ଦ୍ଧାରଣ କରାଯିବା ଜାରି ରହିବ, ଏପରିକି ଯଦି ଆୟକର ଅଧିନିୟମ, 2025 ଆରମ୍ଭ ହେବା ପରେ ମଧ୍ୟ ମୂଲ୍ୟାଙ୍କନ କିମ୍ବା ପୁନଃମୂଲ୍ୟାଙ୍କନ ହୁଏ। ଏହା ବଳବତ୍ତର ରହିଥିବା ଖଣ୍ଡଗୁଡ଼ିକରୁ ଆସିଛି, ଯାହା ପୂର୍ବବର୍ତ୍ତୀ କର ବର୍ଷଗୁଡ଼ିକ ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ପାଇଁ ଆୟକର ଅଧିନିୟମ, 1961ର ପ୍ରଯୁଜ୍ୟତାକୁ ସଂରକ୍ଷିତ ରଖେ।

8. ଯଦି AY 2025 -26 ପାଇଁ ପୁନଃମୂଲ୍ୟାଙ୍କନ 1 ଏପ୍ରିଲ୍ 2026 ପରେ ଆରମ୍ଭ ହୁଏ, ତେବେ କୌଣସି ବ୍ୟକ୍ତିଙ୍କର କର-ନିବାସ ନିର୍ଦ୍ଧାରଣ ପାଇଁ କେଉଁ ବିଧାନ ଲାଗୁ ହେବ?

ଏପରିକି ଯଦି AY 2025 -26 ପାଇଁ ପୁନଃମୂଲ୍ୟାୟନ ପାଇଁ ବିଜ୍ଞପ୍ତି 1 ଏପ୍ରିଲ୍ 2026 ପରେ ଜାରି କରାଯାଏ, ବାସସ୍ଥାନ ସ୍ଥିତି କଡ଼ାକଡ଼ି ଭାବରେ ଆୟକର ଅଧିନିୟମ, 1961ର ଧାରା 6 ଅନୁସାରେ ନିର୍ଦ୍ଧାରଣ କରାଯିବ, କାରଣ ସମ୍ପୃକ୍ତ କର ବର୍ଷ 1 ଏପ୍ରିଲ୍ 2026 ପୂର୍ବରୁ ଆରମ୍ଭ ହୋଇଛି। ନୂତନ ଅଧିନିୟମର ଧାରା 536 ସ୍ପଷ୍ଟଭାବେ ବ୍ୟବସ୍ଥା କରେ ଯେ ଏହିପରି କର ବର୍ଷ ସମ୍ବନ୍ଧୀୟ ପ୍ରକ୍ରିୟାଗୁଡ଼ିକ ପୁରୁଣା ଅଧିନିୟମ ଅନୁସାରେ ହେବ, ଯେପରି ନୂତନ ଅଧିନିୟମ ପ୍ରବର୍ତ୍ତିତ ହୋଇନଥାନ୍ତା। ତେଣୁ, 1 ଏପ୍ରିଲ୍ 2026 ପୂର୍ବରୁ ଆରମ୍ଭ ହୋଇଥିବା କୌଣସି କର ବର୍ଷ ପାଇଁ କର-ନିବାସ ନିର୍ଦ୍ଧାରଣରେ ଆୟକର ଅଧିନିୟମ, 2025 ଲାଗୁ ହୁଏ ନାହିଁ।

9. କେଉଁ ବର୍ଷଠାରୁ ନିବାସ ସ୍ଥିତି ଆୟକର ଅଧିନିୟମ, 2025 ଦ୍ୱାରା ନିୟନ୍ତ୍ରିତ ହେବ?

ଆୟକର ଆଇନ, 2025ର ଧାରା 6 ଅନୁସାରେ ନିବାସ ସ୍ଥିତି କେବଳ 1 ଏପ୍ରିଲ୍ 2026 କିମ୍ବା ତାହା ପରେ ଆରମ୍ଭ ହେଉଥିବା କର ବର୍ଷଗୁଡ଼ିକ ପାଇଁ ଲାଗୁ ହେବ। ଏହିପରି ବର୍ଷଗୁଡ଼ିକ ପାଇଁ ବାସିନ୍ଦା, ପ୍ରବାସୀ, ବିବେଚିତ ବାସିନ୍ଦା ଏବଂ ସାଧାରଣ ବାସିନ୍ଦା ହୋଇନଥିବା ନିର୍ଦ୍ଧାରଣ ସମ୍ପୂର୍ଣ୍ଣ ଭାବେ ନୂତନ ଅଧିନିୟମ ଅନୁସାରେ ହେବ। ସମାନ କର ବର୍ଷ ପାଇଁ ଦୁଇଟି ଅଧିନିୟମର ଓଭରଲ୍ୟାପିଂ ପ୍ରୟୋଗ ନାହିଁ। ଏହି ବିଭାଜନକାରୀ ସୀମା ହେଉଛି କର ବର୍ଷ ଆରମ୍ଭ ତାରିଖ, କାର୍ଯ୍ୟ ପ୍ରକ୍ରିୟାର ତାରିଖ ନୁହେଁ।

10. ଯଦି କୌଣସି ବ୍ୟକ୍ତିଙ୍କ ଭାରତରେ ରହିବା ସମୟ ଅବଧି ଏପରି ବ୍ୟାପୀଥାଏ, ଯେଉଁଠାରେ ଉଭୟ ଅଧିନିୟମ ବଳବତ୍ତର ହେଉଥାଏ, ତେବେ ନିବାସ ସ୍ଥିତି କିପରି ନିର୍ଦ୍ଧାରଣ କରାଯିବ?

ନିବାସ ସ୍ଥିତି ପ୍ରତ୍ୟେକ କର ବର୍ଷ ପାଇଁ ପୃଥକ ଭାବେ ମୂଲ୍ୟାୟନ କରାଯାଏ। ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କର ଭାରତରେ ରହିବା ସମୟ ଆର୍ଥିକ ବର୍ଷ 2025 –26 ଏବଂ 2026 –27କୁ ସମ୍ପ୍ରସାରିତ ହୋଇଥାଏ, ସେଥିରେ ଆର୍ଥିକ ବର୍ଷ 2025 –26 (ମୂଲ୍ୟାୟନ ବର୍ଷ 2026 –27) ପାଇଁ କର-ନିବାସ ନିର୍ଣ୍ଣୟ 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ରହିବା ସମୟ ଆଧାରରେ ଆୟକର ଅଧିନିୟମ, 1961ର ବ୍ୟବସ୍ଥା ଅନୁଯାୟୀ କରାଯିବ।
ଆର୍ଥିକ ବର୍ଷ 2026 –27 ପାଇଁ ନିବାସ ସ୍ଥିତି ଆୟକର ଅଧିନିୟମ, 2025ର ବ୍ୟବସ୍ଥା ଅନୁଯାୟୀ ନିର୍ଣ୍ଣୟ ହେବ, ଏବଂ 1 ଏପ୍ରିଲ୍ 2026 ପରେ ଥିବା ରହିବା ସମୟକୁ ଏହି ଉଦ୍ଦେଶ୍ୟରେ ବିଚାର କରାଯିବ। ତଥାପି, “60 ଦିନ (ସମ୍ପର୍କିତ କର ବର୍ଷରେ ରହିବା ସମୟ) + 365 ଦିନ (ପୂର୍ବରୁ ଥିବା ଚାରିଟି କର ବର୍ଷରେ ରହିବା ସମୟ)” ପରୀକ୍ଷା ପ୍ରୟୋଗ କରିବା ସମୟରେ, ଆର୍ଥିକ ବର୍ଷ 2025 –26 ଏବଂ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକର ରହିବା ସମୟକୁ ମଧ୍ୟ ସମ୍ପର୍କିତ ଭାବେ ଗଣନା କରାଯିବ।

11. ସାଧାରଣ ବାସିନ୍ଦା ନୁହନ୍ତି’ ସ୍ଥିତି ସମ୍ବନ୍ଧୀୟ ନିରନ୍ତରତା ସର୍ତ୍ତଗୁଡ଼ିକୁ ଏହି ପ୍ରତ୍ୟାଖ୍ୟାନ ପ୍ରଭାବିତ କରେ କି?

ନା, ନିରନ୍ତରତା ଆଧାରିତ ପରୀକ୍ଷାଗୁଡ଼ିକ ଯେପରି କି “ପୂର୍ବବର୍ତ୍ତୀ ଦଶ ବର୍ଷରୁ ନଅ ବର୍ଷ” କିମ୍ବା “ପୂର୍ବବର୍ତ୍ତୀ ଥିବା ସାତ ବର୍ଷରେ 729 ଦିନ” ଭଳି ସର୍ତ୍ତଗୁଡ଼ିକ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ମଧ୍ୟ ଚାଲୁ ରହିବ, ଯଦିଓ ସେହି ବର୍ଷଗୁଡ଼ିକ ଆୟକର ଆଇନ, 1961 ଅନୁସାରେ ପରିଚାଳିତ ହେଉଥିଲା। 01.04.26 କିମ୍ବା ତାହା ପରେ ଆରମ୍ଭ ହେଉଥିବା କର ବର୍ଷ ପାଇଁ ଆୟକର ଅଧିନିୟମ, 2025ର ଧାରା 6 ପ୍ରୟୋଗ କରିବା ସମୟରେ, ପୂର୍ବବର୍ତ୍ତୀ ବର୍ଷଗୁଡ଼ିକରେ ପ୍ରତ୍ୟାଖ୍ୟାନ ହୋଇଥିବା ଅଧିନିୟମ ଅଧୀନରେ ଥିବା ବର୍ଷଗୁଡ଼ିକ ମଧ୍ୟ ସମ୍ମିଳିତ ହୋଇପାରେ।

12. ବିବେଚିତ ନିବାସ ସ୍ଥିତି ପ୍ରତ୍ୟାଖ୍ୟାନ ହୋଇଥିବା ଖଣ୍ଡ ସହ କିପରି ଏକାଠି କାମ କରେ?

1 ଏପ୍ରିଲ୍ 2026 ପୂର୍ବରୁ ଥିବା କର ବର୍ଷଗୁଡ଼ିକ ପାଇଁ, ଅନ୍ୟ କୌଣସି ସ୍ଥାନରେ କର ପାଇଁ ଉତ୍ତରଦାୟୀ ନଥିବା ଏବଂ ଯାହାଙ୍କର ଆୟ 15 ଲକ୍ଷ ଟଙ୍କାରୁ ଅଧିକ, ସେହି ଭାରତୀୟ ନାଗରିକମାନଙ୍କର ବିବେଚିତ ନିବାସ ସ୍ଥିତି ଆୟକର ଆଇନ, 1961ର ଧାରା 6(1A) ଅନୁସାରେ ପରିଚାଳିତ ହେବ। 1 ଏପ୍ରିଲ୍ 2026 କିମ୍ବା ତାହା ପରେ ଆରମ୍ଭ ହେଉଥିବା କର ବର୍ଷଗୁଡ଼ିକ ପାଇଁ, ଆୟକର ଅଧିନିୟମ, 2025ର ଧାରା 6(7)ର ସମ୍ପର୍କିତ ବିବେଚିତ ନିବାସ ସ୍ଥିତି ବିଧାନ ପ୍ରୟୋଗ ହେବ। ଏହି ପ୍ରତ୍ୟାଖ୍ୟାକ ଖଣ୍ଡ ସୁନିଶ୍ଚିତ କରେ ଯେ ପୂର୍ବବର୍ତ୍ତୀ କର ବର୍ଷଗୁଡ଼ିକ ପାଇଁ ବିବେଚିତ ନିବାସ ସ୍ଥିତିକୁ ନୂତନ ବିଧାନ ଅନୁସାରେ ପରୀକ୍ଷା କରାଯାଇପାରିବ ନାହିଁ।

13. ଯଦି କୌଣସି ବ୍ୟକ୍ତିଙ୍କୁ ଆୟକର ଅଧିନିୟମ, 1961 ଅନୁସାରେ ଏକ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ବାସିନ୍ଦା ଭାବେ ଗଣାଯାଇଥାଏ, ସେହି ସ୍ଥିତିକୁ ଆୟକର ଅଧିନିୟମ, 2025 ଅନୁସାରେ ପୁନଃ ଖୋଲାଯାଇପାରିବ କି?

ନା, ଆୟକର ଅଧିନିୟମ, 1961 ଅନୁସାରେ କୌଣସି କର ବର୍ଷ ପାଇଁ ଥରେ ନିର୍ଦ୍ଧାରଣ ହୋଇଥିବା ନିବାସ ସ୍ଥିତି କେବଳ ସେହି ଅଧିନିୟମର ବିଧାନ ଅନୁଯାୟୀ ପୁନଃ ଖୋଲାଯାଇପାରିବ।

14. ଆୟକର ଅଧିନିୟମ, 1961ର ଧାରା 115D, 115E ଏବଂ 115Fରେ ଥିବା NRIମାନଙ୍କ ପାଇଁ ରିହାତିପ୍ରାପ୍ତ କର ବ୍ୟବସ୍ଥା ସମ୍ପର୍କିତ ବିଧାନଗୁଡ଼ିକରେ ଆୟକର ଅଧିନିୟମ, 2025 ଅନୁସାରେ କୌଣସି ପରିବର୍ତ୍ତନ ହୋଇଛି କି?

ନା। ପ୍ରବାସୀଙ୍କ ବିଶେଷ କରାଧାନ ବ୍ୟବସ୍ଥାର ମୂଳ ବୈଶିଷ୍ଟ୍ୟଗୁଡ଼ିକ ଅପରିବର୍ତ୍ତିତ ରହିଛି।
ଆୟକର ଅଧିନିୟମ, 1961 ଅନୁସାରେ:
• ଧାରା 115D ଅନୁସାରେ ପ୍ରବାସୀ ଭାରତୀୟ (NRI)ଙ୍କ ନିବେଶ ଆୟ ଗଣନା ସମୟରେ କୌଣସି ବ୍ୟୟ କିମ୍ବା ଭତ୍ତାର ରିହାତି ଅନୁମତି ଦିଆଯାଇନଥିଲା ଏବଂ ଏପରି ଆୟ ଥିଲେ ଅଧ୍ୟାୟ VI-Aର ରିହାତି ସୀମିତ କରାଯାଇଥିଲା।
• ଧାରା 115E ଅନୁସାରେ ନିବେଶ ଆୟ ଉପରେ 20% ରିହାତିପ୍ରାପ୍ତ କର ହାର ଏବଂ ଦୀର୍ଘମିଆଦୀ ପୁଞ୍ଜି ଲାଭ ଉପରେ ସ୍ଥାନାନ୍ତର ତାରିଖ ଅନୁଯାୟୀ 10%/12.5% କର ହାର ବ୍ୟବସ୍ଥା ଥିଲା।
• ଧାରା 115F ଅନୁସାରେ ବୈଦେଶିକ ବିନିମୟ ସମ୍ପତ୍ତି ସ୍ଥାନାନ୍ତରରୁ ମିଳୁଥିବା ନେଟ୍ ରାଶିକୁ ନିର୍ଦ୍ଦିଷ୍ଟ ସମ୍ପତ୍ତିରେ ଛଅ ମାସ ମଧ୍ୟରେ ପୁନଃନିବେଶ କରାଗଲେ ପୁଞ୍ଜି ଲାଭ ଛାଡ଼ ମିଳୁଥିଲା, ଯାହାକି ଆନୁପାତିକ ସୂତ୍ର ଏବଂ ତିନି ବର୍ଷର ଲକ୍-ଇନ୍ ଅବଧି ସହିତ ଅପରିପକ୍ୱ ସ୍ଥାନାନ୍ତର ଘଟଣାରେ ଛାଡ଼ ପୁନର୍ବାର ଆଦାୟ ବ୍ୟବସ୍ଥା ସହ ଥିଲା।

ଏହା ସହିତ ସମ୍ବନ୍ଧିତ ଆୟକର ଅଧିନିୟମ, 2025ର ଧାରା 213, 214 ଏବଂ 215 ଏହି ବ୍ୟବସ୍ଥାଗୁଡ଼ିକୁ ବହୁମାତ୍ରାରେ ପରିବର୍ତ୍ତନ କରାଯାଇଛି। ତେଣୁ ରିହାତି ଉପରେ ପ୍ରତିବନ୍ଧକ, ରିହାତିପ୍ରାପ୍ତ କର ବ୍ୟବସ୍ଥା, ପୁନଃନିବେଶ ଛାଡ଼ (A = B × C / D ସୂତ୍ର ସହିତ), ଲକ୍-ଇନ୍ ସର୍ତାବଳି ଏବଂ ପୁନର୍ବାର ଆଦାୟ ବ୍ୟବସ୍ଥା ନୂତନ ଅଧିନିୟମରେ ମୂଳତଃ ଅପରିବର୍ତ୍ତିତ ରହିଛି।

15. ଆୟକର ଅଧିନିୟମ, 1961ର ଧାରା 115G ଅନୁସାରେ ପ୍ରବାସୀମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲିଂ ଛାଡ଼କୁ ଆୟକର ଅଧିନିୟମ, 2025ରେ ମଧ୍ୟ ଜାରି ରଖାଯାଇଛି କି?

ହଁ। ଆୟକର ଅଧିନିୟମ, 1961ର ଧାରା 115G ଅନୁସାରେ ଯେଉଁ କ୍ଷେତ୍ରରେ NRIଙ୍କର ମୋଟ ଆୟ କେବଳ ନିବେଶ ଆୟ କିମ୍ବା ଦୀର୍ଘମିଆଦୀ ପୁଞ୍ଜି ଲାଭ କିମ୍ବା ଉଭୟରୁ ଗଠିତ ଥାଏ ଏବଂ TDS ଲାଗୁ ହୋଇଥାଏ, ସେଠାରେ ରିଟର୍ଣ୍ଣ ଫାଇଲ୍ କରିବାରୁ ଛାଡ଼ ଦିଆଯାଇଥିଲା। ଆୟକର ଅଧିନିୟମ, 2025ର ଧାରା 216 ଏହି ରିହାତି ସମାନ ସର୍ତ୍ତରେ ଜାରି ରଖିଛି, ଯାହା ଅନୁପାଳନ ସରଳୀକରଣ ବିଧି ବଜାୟ ରଖିଛି। ସର୍ତ୍ତଗୁଡ଼ିକ — ସୀମିତ ଆୟ ବର୍ଗ ଏବଂ ଉତ୍ସରୁ ଯଥାର୍ଥ କର କାଟ୍ — ପୂର୍ବବତ୍ ଅପରିବର୍ତ୍ତିତ ରହିଛି।

16. ପୁରୁଣା ଅଧିନିୟମର ଧାରା 115H ଅନୁସାରେ ବାସିନ୍ଦା ହେବା ପରେ ମଧ୍ୟ ଲାଭଗୁଡ଼ିକ ଜାରି ରଖିବା ଆୟକର ଅଧିନିୟମ, 2025ରେ ସଂରକ୍ଷିତ ରଖାଯାଇଛି କି?

ଆୟକର ଅଧିନିୟମ, 1961 ର ଧାରା 115H ଅନୁସାରେ ଯେଉଁ ପ୍ରବାସୀ ପରେ ବାସିନ୍ଦା ହୋଇଯାନ୍ତି, ସେମାନେ ଏକ ଘୋଷଣାପତ୍ର ଦାଖଲ କ୍ରମେ କିଛି ବୈଦେଶିକ ବିନିମୟ ସମ୍ପତ୍ତି (ସେୟାର୍‌ଗୁଡ଼ିକ ବ୍ୟତୀତ ଅନ୍ୟାନ୍ୟ) ଉପରେ ରିହାତିପ୍ରାପ୍ତ କରାଧାନ ଉପଭୋଗ କରିବା ଜାରି ରଖିପାରୁଥିଲେ। ଆୟକର ଅଧିନିୟମ, 2025ର ଧାରା 217 ଏହି ସୁବିଧାର ନିରନ୍ତରତା ସଂରକ୍ଷିତ ରଖିଛି। ରିଟର୍ଣ୍ଣ ସହ ଘୋଷଣାପତ୍ର ଦାଖଲ କରିବାର ଆବଶ୍ୟକତା ଏବଂ ସମ୍ପତ୍ତି ବିକ୍ରୟ କିମ୍ବା ରୂପାନ୍ତର ପର୍ଯ୍ୟନ୍ତ ଏହି ଲାଭ ଜାରି ରହିବାର ସର୍ତ୍ତ ଅପରିବର୍ତ୍ତିତ ରହିଛି। ଏହିପରି ଭାବରେ ସୁବିଧାର ନିରନ୍ତରତାକୁ ପ୍ରତ୍ୟାହାର କରାଯାଇନାହିଁ।

17. ଆୟକର ଅଧିନିୟମ, 1961ର ଧାରା 115-I ଅନୁସାରେ ଥିବା ଏହି ନିର୍ବାଚିତ ବ୍ୟବସ୍ଥା, ଯାହା ପ୍ରବାସୀଙ୍କୁ ବିଶେଷ ରିହାତିପ୍ରାପ୍ତ କର ବ୍ୟବସ୍ଥାରୁ ବାହାରି ସାଧାରଣ ବିଧାନ ଅନୁସାରେ କର ଦେବାକୁ ଅନୁମତି ଦେଉଥିଲା, ଆୟକର ଅଧିନିୟମ, 2025ରେ ମଧ୍ୟ ଜାରି ରଖାଯାଇଛି କି?

ଆୟକର ଅଧିନିୟମ, 1961ର ଧାରା 115-I ଅନୁସାରେ ଜଣେ ପ୍ରବାସୀ କୌଣସି ମୂଲ୍ୟାୟନ ବର୍ଷ ପାଇଁ ବିଶେଷ ରିହାତିପ୍ରାପ୍ତ କର ବ୍ୟବସ୍ଥାରୁ ବାହାରି ସାଧାରଣ ବିଧାନ ଅନୁସାରେ କର ଦେବାର ବିକଳ୍ପ ଚୟନ କରିପାରୁଥିଲେ। ଆୟକର ଅଧିନିୟମ, 2025 ଏହି ବିକଳ୍ପ ବ୍ୟବସ୍ଥାକୁ ଜାରି ରଖିଛି, ଯାହା ଅନୁସାରେ କରଦାତା ବ୍ୟକ୍ତି ରିଟର୍ଣ୍ଣରେ ଘୋଷଣା କରିପାରିବେ ଯେ ବିଶେଷ ବିଧାନଗୁଡ଼ିକ ତାଙ୍କ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଏହିପରି ଘୋଷଣା ପରେ କର ନିର୍ଦ୍ଧାରଣ ସାଧାରଣ ବିଧାନ ଅନୁସାରେ ହେବ। ତେଣୁ ବିଶେଷ ରିହାତିପ୍ରାପ୍ତ କର ବ୍ୟବସ୍ଥାର ସ୍ୱେଚ୍ଛାକୃତ ପ୍ରକୃତି ଅକ୍ଷୂର୍ଣ୍ଣ ରହିଛି।

18. ଯଦି କୌଣସି ପ୍ରବାସୀ ଆୟକର ଅଧିନିୟମ, 1961ର ଧାରା 115-I ଅନୁସାରେ ରିହାତିପ୍ରାପ୍ତ କର ବ୍ୟବସ୍ଥାରୁ ବାହାରିବା ପାଇଁ ବିକଳ୍ପ ଚୟନ କରିଥାନ୍ତି, ତେବେ ପ୍ରତ୍ୟାଖ୍ୟାନ କରାଯିବା ପରେ ସେହି ଚୟନ ବୈଧ ରହିବ କି?

ହଁ, ପ୍ରତ୍ୟାଖ୍ୟାନ କରାଯିବା ଏବଂ କାଏମ ରହିବା ଖଣ୍ଡ ଆୟକର ଅଧିନିୟମ, 1961 ଅନୁସାରେ ସଠିକ୍ ଭାବେ ବ୍ୟବହାର କରାଯାଇଥିବା ବିକଳ୍ପ ନିର୍ବାଚନଗୁଡ଼ିକୁ ସମ୍ପର୍କିତ ମୂଲ୍ୟାୟନ ବର୍ଷ ପାଇଁ ସଂରକ୍ଷିତ ରଖେ। ଧାରା 115-I ଅଧିନରେ ଏହି ବିକଳ୍ପ ଯେହେତୁ ବର୍ଷ-ନିର୍ଦ୍ଦିଷ୍ଟ ଥିଲା, ତେଣୁ ପ୍ରତ୍ୟାଖ୍ୟାନ ପରେ ମଧ୍ୟ ସେହି ନିର୍ଦ୍ଦିଷ୍ଟ ବର୍ଷ ପାଇଁ ତାହାର ପ୍ରଭାବ ଜାରି ରହିବ। ଆୟକର ଅଧିନିୟମ, 2025 ଦ୍ୱାରା ପରିଚାଳିତ କର ବର୍ଷଗୁଡ଼ିକ ପାଇଁ ସମ୍ପର୍କିତ ବିକଳ୍ପ ଅଗ୍ରାହ୍ୟ ହେବାର ବିଧାନ ବୈଶିଷ୍ଟ୍ୟଯୁକ୍ତ ଭାବରେ ଲାଗୁ ହେବ। ଏହି ପ୍ରତ୍ୟାଖ୍ୟାନ ବ୍ୟବସ୍ଥା ପୂର୍ବରୁ ବ୍ୟବହାର କରାଯାଇଥିବା ବିକଳ୍ପକୁ ଅବୈଧ କରେ ନାହିଁ। ତେଣୁ ପ୍ରତ୍ୟେକ କର ବର୍ଷକୁ ସେହି ବର୍ଷ ପାଇଁ ଲାଗୁ ହୋଇଥିବା ଆଇନ ଏବଂ କରଦାତାଙ୍କ ଚୟନ ଆଧାରରେ ପୃଥକ ଭାବେ ମୂଲ୍ୟାୟନ କରାଯିବ।

19. ଆୟକର ଅଧିନିୟମ, 1961ର ଧାରା 115F ଅନୁସାରେ ଜଣେ ପ୍ରବାସୀ ଛାଡ଼ ଦାବି କରିଥିଲେ। ସେ 01.04.2026 ପରେ (ଅର୍ଥାତ୍ ଆୟକର ଅଧିନିୟମ, 2025 ଆରମ୍ଭ ପରେ) କିନ୍ତୁ ତିନି ବର୍ଷର ଲକ୍-ଇନ୍ ଅବଧି ମଧ୍ୟରେ ନୂତନ ସମ୍ପସତ୍ତିକୁ ସ୍ଥାନାନ୍ତର କରନ୍ତି, ତେବେ ପୁନର୍ବାର ଆଦାୟ ପାଇଁ କେଉଁ ଅଧିନିୟମ ଲାଗୁ ହେବ?

ଯଦି ନୂତନ ସମ୍ପତ୍ତି 01.04.2026 ପରେ କିନ୍ତୁ ତିନି ବର୍ଷର ଲକ୍-ଇନ୍ ଅବଧି ମଧ୍ୟରେ ସ୍ଥାନାନ୍ତର କରାଯାଏ, ତେବେ ପୂର୍ବରୁ ଦିଆଯାଇଥିବା ଛାଡ଼ ପୁନର୍ବାର ଆଦାୟ ଦାୟିତ୍ୱ ଆୟକର ଅଧିନିୟମ, 1961ର ଧାରା 115F(2) ଅନୁସାରେ ଉତ୍ପନ୍ନ ହେବ, କାରଣ ସେହି ଅଧିନିୟମରେ ହିଁ ମୂଳ ଛାଡ଼ ପ୍ରଦାନ କରାଯାଇଥିଲା। ଆୟକର ଅଧିନିୟମ, 2025ର ପ୍ରତ୍ୟାଖ୍ୟାନ ଏବଂ କାଏମ ରହିବା ବ୍ୟବସ୍ଥା ଏହି ଛାଡ଼ ସମ୍ବନ୍ଧୀୟ ଦାୟିତ୍ୱକୁ ସଂରକ୍ଷିତ ରଖେ, ଯାହା ଅନୁସାରେ ଏହାର ଅଧିକାର ଏବଂ ସର୍ତ୍ତଗୁଡ଼ିକ 1961 ଅଧିନିୟମ ଦ୍ୱାରା ନିୟନ୍ତ୍ରିତ ରହେ। ତଥାପି, କର ଲାଗୁ ହେବାର ବର୍ଷ ହେଉଛି ସେହି କର ବର୍ଷ ଯେଉଁ ବର୍ଷରେ ନୂତନ ସମ୍ପତ୍ତି ସ୍ଥାନାନ୍ତର କରାଯାଏ। ଯଦି ଏହା 01.04.2026 ପରେ ଘଟେ, ତେବେ ସେହି ସ୍ଥାନାନ୍ତର ଆୟକର ଅଧିନିୟମ, 2025ର ଅଧୀନରେ ଆସିବ ଏବଂ ସେହି ବର୍ଷର ମୂଲ୍ୟାୟନ ତାହାର ବ୍ୟବସ୍ଥା ଅନୁସାରେ ହେବ।

20. ଜଣେ ପ୍ରବାସୀ ବାସିନ୍ଦା ହେବା ପରେ ରିହାତିପ୍ରାପ୍ତ କର ବ୍ୟବସ୍ଥା ଜାରି ରଖିବା ପାଇଁ ଆୟକର ଅଧିନିୟମ, 1961ର ଧାରା 115H ଅନୁସାରେ ଯେଉଁ ଘୋଷଣାପତ୍ର ଦାଖଲ କରିଥାନ୍ତି, ସେହି ଘୋଷଣାପତ୍ର ଆୟକର ଅଧିନିୟମ, 2025ରେ ମଧ୍ୟ ବୈଧ ରହିଛି କି?

ଆୟକର ଅଧିନିୟମ, 1961ର ଧାରା 115H ଅନୁସାରେ ପ୍ରବାସୀ ବାସିନ୍ଦା ହେବା ପରେ ରିହାତିପ୍ରାପ୍ତ କର ବ୍ୟବସ୍ଥା ଜାରି ରଖିବା ପାଇଁ ଯଦି ଘୋଷଣାପତ୍ର ଦାଖଲ କରିଥାନ୍ତି, ତେବେ ସେହି ଘୋଷଣାପତ୍ର ନୂତନ ଅଧିନିୟମରେ ଆୟକର ଅଧିନିୟମ, 2025ର ଧାରା 536(2)(f)ରେ ପ୍ରଦତ୍ତ ଉଦ୍ଦେଶ୍ୟରେ ବୈଧ ଘୋଷଣାପତ୍ର ଭାବେ ଗଣାଯିବ।

21. ପୁରୁଣା ଅଧିନିୟମ ପ୍ରତ୍ୟାଖ୍ୟାନ ହେବା ପରେ ଧାରା 115C–115Iକୁ ଜଡ଼ିତ କରୁଥିବା ପଡ଼ିରହିଥିବା ମୂଲ୍ୟାୟନ କିମ୍ବା ପୁନଃମୂଲ୍ୟାୟନଗୁଡ଼ିକ କିପରି ବିଚାର କରାଯାଇଥାଏ?

ଆୟକର ଅଧିନିୟମ, 1961 ଦ୍ୱାରା ପରିଚାଳିତ କର ବର୍ଷଗୁଡ଼ିକ ସମ୍ବନ୍ଧୀୟ ମୂଲ୍ୟାୟନଗୁଡ଼ିକରେ କାଏମ ରହିଥିବା ଖଣ୍ଡ ଅଧିନରେ ସେହି ଅଧିନିୟମ ଅନୁସାରେ ଜାରି ରହିବ। ଏହି ପ୍ରତ୍ୟାଖ୍ୟାନ ପୁରୁଣା ଅଧିନିୟମର ବ୍ୟବସ୍ଥା ଅନୁସାରେ ସମାପ୍ତ କାର୍ଯ୍ୟ ପ୍ରକ୍ରିୟା କିମ୍ବା ଚାଲୁଥିବା ପୁନଃମୂଲ୍ୟାଙ୍କନ କାର୍ଯ୍ୟକୁ ଅବୈଧ କରେ ନାହିଁ। ତେଣୁ ଧାରା 115D ଅନୁସାରେ ରିହାତିପ୍ରାପ୍ତ କର ହାର, ରିହାତି ନାମଞ୍ଜୁର କରାଯିବା, କିମ୍ବା ଧାରା 115F ଅନୁସାରେ ଛାଡ଼ ସମ୍ବନ୍ଧୀୟ ବିବାଦଗୁଡ଼ିକ ସେହି କର ବର୍ଷ ପାଇଁ ପୁରୁଣା ଅଧିନିୟମ ଅନୁସାରେ ନିର୍ଦ୍ଧାରଣ କରାଯିବ। ନୂତନ ଅଧିନିୟମ କେବଳ 1 ଏପ୍ରିଲ୍ 2026 କିମ୍ବା ତାହା ପରେ ଆରମ୍ଭ ହେଉଥିବା କର ବର୍ଷଗୁଡ଼ିକ ପାଇଁ ବୈଶିଷ୍ଟ୍ୟଯୁକ୍ତ ଭାବେ ପ୍ରଯୁଜ୍ୟ ହୁଏ।

22. ପୁରୁଣା ବ୍ୟବସ୍ଥା ଅନୁସାରେ ଅର୍ଜିତ ସମ୍ପତ୍ତିଗୁଡ଼ିକ ପାଇଁ “ବିଦେଶୀ ମୁଦ୍ରା ସମ୍ପତ୍ତି”ର ପରିଭାଷାକୁ ପ୍ରତ୍ୟାଖ୍ୟାନ କରାଯିବା ପ୍ରଭାବିତ କରେ କି?

ନା, ଆୟକର ଅଧିନିୟମ, 1961ର ଧାରା 115C ଅନୁସାରେ “ବିଦେଶୀ ମୁଦ୍ରା ସମ୍ପତ୍ତି” ଭାବେ ଅର୍ଜିତ ସମ୍ପତ୍ତିଗୁଡ଼ିକ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକର କର ନିର୍ଦ୍ଧାରଣ ପାଇଁ ସେହି ବୈଶିଷ୍ଟ୍ୟକୁ ଅକ୍ଷୁର୍ଣ୍ଣ ରଖେ। ଆୟକର ଅଧିନିୟମ, 2025ର ଧାରା 212ରେ ସମାନ ପରିଭାଷା ଗ୍ରହଣ କରାଯାଇଥିବାରୁ ବର୍ଗୀକରଣରେ କୌଣସି ବିଚ୍ଛିନ୍ନତା ନାହିଁ। କାଏମ ରହିଥିବା ଖଣ୍ଡ ସୁନିଶ୍ଚିତ କରେ ଯେ ପୁରୁଣା ଆଇନ ଅଧିନରେ ନିର୍ଦ୍ଧାରିତ ସମ୍ପତ୍ତିର ବୈଶିଷ୍ଟ୍ୟ ନିର୍ଦ୍ଧାରଣ ଏବଂ କରାଧାନ ଉପାୟ ବ୍ୟବହାର ବୈଧ ରହିବ।

23. ଆୟକର ଅଧିନିୟମ, 1961ର ଧାରା 10(4)(ii) ଅନୁସାରେ ଉପଲବ୍ଧ NRE ଆକାଉଣ୍ଟର ସୁଧ ଉପରେ ଛାଡ଼ ଆୟକର ଅଧିନିୟମ, 2025ରେ ମଧ୍ୟ ଜାରି ରଖାଯାଇଛି କି?

ଆୟକର ଅଧିନିୟମ, 1961 ର ଧାରା 10(4)(ii) ଅନୁସାରେ FEMA ଅନୁଯାୟୀ ରଖାଯାଇଥିବା ପ୍ରବାସୀ (ବାହ୍ୟ) ଆକାଉଣ୍ଟରୁ (NRE) ମିଳୁଥିବା ସୁଧ ଉପରେ ଛାଡ଼ ଦିଆଯାଇଥିଲା, ଯଦି ସମ୍ବନ୍ଧିତ ବ୍ୟକ୍ତି FEMA ଅନୁସାରେ “ଭାରତ ବାହାରେ ବାସିନ୍ଦା ବ୍ୟକ୍ତି” ହୋଇଥାନ୍ତି କିମ୍ବା RBI ଦ୍ୱାରା ସେହି ଆକାଉଣ୍ଟ ରଖିବାକୁ ଅନୁମତି ପାଇଥାନ୍ତି। ଆୟକର ଅଧିନିୟମ, 2025ରେ ଏହି ଛାଡ଼କୁ ଅନୁସୂଚୀ IVରେ ରଖାଯାଇଛି। ମୂଳ ସର୍ତ୍ତଗୁଡ଼ିକ ସେହିଭଳି ରହିଛି—ଯୋଗ୍ୟତା FEMA ଅନୁସାରେ ପ୍ରବାସୀ ସ୍ଥିତି ଏବଂ RBI ଅନୁମତି ଉପରେ ନିର୍ଭର କରେ। ଏହି ଛାଡ଼ର କୌଣସି ପ୍ରତ୍ୟାହାର କିମ୍ବା ହ୍ରାସ ହୋଇନାହିଁ।

24. ଆୟକର ଅଧିନିୟମ, 2025ରେ ପୁରୁଣା ଅଧିନିୟମର ଧାରା 10(4)(ii) ଅଧୀନରେ FEMA ନିବାସ ସ୍ଥିତି ଏବଂ ଆୟକର ଛାଡ଼ ମଧ୍ୟରେ ଥିବା ସମ୍ପର୍କରେ ପରିବର୍ତ୍ତନ ହୋଇଛି କି?

ଆୟକର ଅଧିନିୟମ, 1961 ଅନୁସାରେ ପୁରୁଣା ଅଧିନିୟମର ଧାରା 10(4)(ii) ରେ ଦିଆଯାଇଥିବା ଛାଡ଼ “ଭାରତ ବାହାରେ ବାସିନ୍ଦା ବ୍ୟକ୍ତି”ଙ୍କର FEMA ପରିଭାଷା ଉପରେ ଆଧାରିତ ଥିଲା, ଯାହା ଆୟକର ଅଧିନିୟମ ଅନୁସାରେ କର-ନିବାସ ସ୍ଥିତି ଉପରେ ନୁହେଁ। ଆୟକର ଅଧିନିୟମ, 2025 ମଧ୍ୟ ଏହି ପାର୍ଥକ୍ୟକୁ ଜାରି ରଖିଛି।

25. ଆୟକର ଅଧିନିୟମ, 2025 ଅଧିନରେ ଆୟକର ଅଧିନିୟମ, 1961ର ଧାରା 48ର ପ୍ରଥମ ଅନୁବିଧି ଅନୁସାରେ ଥିବା ବ୍ୟବସ୍ଥାକୁ ଜାରି ରଖାଯାଇଛି କି, ଯାହାକି ପ୍ରବାସୀଙ୍କୁ ଶେୟାର୍‌ଗୁଡ଼ିକ କିମ୍ବା ଡିବେଞ୍ଚର୍‌ରେ ପୁଞ୍ଜି ଲାଭକୁ ମୂଳ ବିଦେଶୀ ମୁଦ୍ରାରେ ଗଣନା କରିବା ଏବଂ ପରେ ତାହାକୁ ପୁନଃ ରୂପାନ୍ତର କରିବାର ସୁବିଧା ଦେଉଥିଲା?

ଆୟକର ଅଧିନିୟମ, 1961ର ଧାରା 48ର ପ୍ରଥମ ଅନୁବିଧି ଅନୁସାରେ ଭାରତୀୟ କମ୍ପାନୀର ଶେୟାର୍‌ଗୁଡ଼ିକ କିମ୍ବା ଡିବେଞ୍ଚର୍‌ର ସ୍ଥାନାନ୍ତର ଉପରେ ପୁଞ୍ଜି ଲାଭ ହିସାବ କରୁଥିବା ପ୍ରବାସୀମାନେ, ସେମାନଙ୍କର ନିବେଶ କରାଯାଇଥିବା ସେହି ମୂଳ ବିଦେଶୀ ମୁଦ୍ରାରେ ହିଁ ଲାଭ ହିସାବ କରିବେ ଏବଂ ନେଟ୍ ଲାଭକୁ ଭାରତୀୟ ମୁଦ୍ରାରେ ପୁନଃ ରୂପାନ୍ତର କରିବାକୁ ଅନୁମତି ଦିଆଯାଇଥିଲା। ଏହା ମୁଦ୍ରା ବିନିମୟ ହାରର ହ୍ରାସବୃଦ୍ଧିର ପ୍ରଭାବକୁ ନିଷ୍କ୍ରିୟ କରୁଥିଲା। ଆୟକର ଅଧିନିୟମ, 2025ରେ ଧାରା 72 ଅନୁସାରେ ପ୍ରବାସୀମାନଙ୍କ ପାଇଁ ଏହି ବ୍ୟବସ୍ଥାକୁ ଜାରି ରଖାଯାଇଛି।