Do not have an account?
Already have an account?

ପ୍ରଥମ ଥର ପାଇଁ ପଞ୍ଜୀକରଣ ବ୍ୟବହାରକାରୀଙ୍କ ପାଇଁ ଏକ ଝଲକ

(ଆପଣଙ୍କ ପାଇଁ କର ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା)

(ଆପଣଙ୍କ ପାଇଁ କର ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା)

Frequently Asked Questions

ପ୍ରଥମ ଥର ପଞ୍ଜୀକରଣ କରୁଥିବା ୟୁଜର୍‌ଙ୍କ ପାଇଁ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଗୁଡ଼ିକର ଶୀଘ୍ର ଅବଲୋକନ

1. ମୁଁ ଇ-ଫାଇଲିଂ ରେ ପଞ୍ଜୀକୃତ ଜଣେ ବେତନଭୋଗୀ କର୍ମଚାରୀ। ମୁଁ ଇ-ଫାଇଲିଂ ପୋର୍ଟାଲରେ ମୋର ସମସ୍ତ କର ସମ୍ବନ୍ଧୀୟ ସୂଚନା କେଉଁଠାରେ ଦେଖିପାରିବି?

ଆପଣ ଆପଣଙ୍କର ଇ-ଫାଇଲିଂ ଡ୍ୟାସବୋର୍ଡ ରେ ଆପଣଙ୍କର ସମସ୍ତ କର ସମ୍ବନ୍ଧୀୟ ସୂଚନା ଏବଂ କରିବାକୁ ଥିବା କାର୍ଯ୍ୟଗୁଡ଼ିକର ବିବରଣୀ ପାଇପାରିବେ। ଆପଣଙ୍କର ଆୟକର ଯାତ୍ରା ସମୟରେ ଆପଣଙ୍କୁ ଆବଶ୍ୟକ ହେଉଥିବା ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକର ଲିଙ୍କ୍ ଏହି ଡ୍ୟାସବୋର୍ଡରେ ରହିଛି। ଆପଣ ଏହାକୁ ଏକ ନଜରରେ ଦେଖିପାରିବେ:

  • ଆପଣଙ୍କର ପ୍ରୋଫାଇଲ୍‌କୁ ସର୍ବଦା ବୈଧ PAN, ଆଧାର ଏବଂ ନିଜର ଫଟୋ ସହିତ ଅପ୍‌ଡେଟ୍ ରଖନ୍ତୁ।
  • ଆପଣଙ୍କର ଆଧାର ଏବଂ PANକୁ ଲିଙ୍କ କରନ୍ତୁ।
  • ଆପଣଙ୍କର ଯୋଗାଯୋଗ ବିବରଣୀ ଦେଖନ୍ତୁ ଏବଂ ଏହାକୁ ଅପ୍‌ଡେଟ୍‌ କରନ୍ତୁ।
  • ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବା ବ୍ୟବହାର କରି ଆପଣଙ୍କ ଆକାଉଣ୍ଟକୁ ଅଧିକ ସୁରକ୍ଷିତ କରନ୍ତୁ।
  • ଆପଣଙ୍କର ବକେୟା ଅବଶିଷ୍ଟ ରାଶି ଦାବି ଦେଖନ୍ତୁ ଏବଂ ଏହାର ଜବାବ ଦିଅନ୍ତୁ।
  • ଏକାଧିକ ମୂ.ବ./ ନି.ବ. ପାଇଁ ଆପଣଙ୍କର ଆୟକର ଆକାଉଣ୍ଟ ଦେଖନ୍ତୁ।
  • ଆୟକର ରିଟର୍ଣ୍ଣ ଦାଖଲ ସମ୍ବନ୍ଧୀୟ ଆପଣଙ୍କର ବାକି ଥିବା ଜରୁରୀ କାର୍ଯ୍ୟଗୁଡ଼ିକ ଦେଖନ୍ତୁ ଏବଂ ସେଗୁଡ଼ିକର ସମ୍ପାଦନ କରନ୍ତୁ।
  • ଆପଣଙ୍କର ଆୟକର ରିଟର୍ଣ୍ଣ ଦାଖଲର ସ୍ଥିତି ଦେଖନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବାକୁ ଥିବା ରିଫଣ୍ଡ ଏବଂ ଆକଳିତ ଦାବିର ବିବରଣୀ ସାମିଲ ଅଛି।
  • ସଂଶୋଧିତ ରିଟର୍ଣ୍ଣ ଦାଖଲ କରନ୍ତୁ ଏବଂ ଦାଖଲ ହୋଇସାରିଥିବା ରିଟର୍ଣ୍ଣଗୁଡ଼ିକୁ ଡାଉନ୍‌ଲୋଡ୍‌ କରନ୍ତୁ।
  • ଆପଣଙ୍କର ଜମା ହୋଇଥିବା କରର ବିବରଣୀ ଦେଖନ୍ତୁ ଯେପରିକି TDS, ଅଗ୍ରୀମ ଟ୍ୟାକ୍ସ ଏବଂ ସ୍ୱ-ମୂଲ୍ୟାୟନ କର।
  • ଆପଣଙ୍କର କାର୍ଯ୍ୟତାଲିକାରେ ବକେୟା କାର୍ଯ୍ୟଗୁଡ଼ିକ ସମ୍ପାଦନ କରନ୍ତୁ।
  • ଗତ 3 ବର୍ଷର ରିଟର୍ଣ୍ଣ ଏବଂ ନିକଟରେ ଦାଖଲ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ।
  • ଆପଣଙ୍କର ଅଭିଯୋଗ ବିବରଣୀ ଦେଖନ୍ତୁ।

2. ମୁଁ ଜଣେ କରଦାତା। ମୋ ଇ-ଫାଇଲିଂ କାର୍ଯ୍ୟତାଲିକାରେ ମୋ ପାଇଁ କେଉଁ ସେବାଗୁଡ଼ିକ ଉପଲବ୍ଧ ଅଛି?

ଜଣେ ବ୍ୟକ୍ତିଗତ କରଦାତା,ଏଚ୍.ୟୁ.ଏଫ(HUF), କମ୍ପାନୀ, ଫାର୍ମ, ଟ୍ରଷ୍ଟ,ଏ.ଜେ.ପି(AJP),ଏ.ଓ.ପି(AOP),ବି.ଓ.ଆଇ(BOI), ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସରକାରୀ ସଂସ୍ଥାମାନେ ସେମାନଙ୍କର ଇ-ଫାଇଲିଂ କାର୍ଯ୍ୟତାଲିକାରେ ନିମ୍ନଲିଖିତ ସେବାଗୁଡ଼ିକର ଲାଭ ଉଠାଇପାରିବେ:

  • ଆପଣଙ୍କ କାର୍ଯ୍ୟ ପାଇଁ:
    • ସ୍ୱୀକୃତି ପାଇଁ ବକେୟା ଫର୍ମଗୁଡ଼ିକ
    • ରିଫଣ୍ଡ ଏପର୍ଯ୍ୟନ୍ତ ଅଣପୈଠ ଅଛି
    • ITDREIN ଅନୁରୋଧ
    • ବକେୟା ଇ-ସତ୍ୟାପନ/ ITR-V ମିଳିନାହିଁ / ଅସ୍ୱୀକୃତ
    • ଆପଣଙ୍କୁ ଜଣେ ଅଧିକୃତ ସ୍ୱାକ୍ଷରକାରୀ ଭାବରେ ଯୋଡ଼ିବା ପାଇଁ ବକେୟା ଅନୁରୋଧ (କେବଳ ବ୍ୟକ୍ତିଗତ କରଦାତାଙ୍କ ପାଇଁ)
    • ଆପଣଙ୍କୁ ଜଣେ ଅଧିସ୍ୱୀକୃତ ପ୍ରତିନିଧି ଭାବରେ ଯୋଡ଼ିବା ପାଇଁ ବକେୟା ଅନୁରୋଧ (କେବଳ ବ୍ୟକ୍ତିଗତ କରଦାତାଙ୍କ ପାଇଁ)
    • ନିର୍ଦ୍ଧାରିତ ତାରିଖ ପରେ ପ୍ରାପ୍ତ ITR-V
    • ଫାଇଲିଂ ପାଇଁ ବକେୟା
    • କର ରିହାତିକାରୀ ଏବଂ କଲେକ୍ଟରର ପଞ୍ଜୀକରଣ ଅନୁମୋଦନ ଏବଂ ସଂଶୋଧନ (ସଂଗଠନର PAN ପାଇଁ)
  • ଆପଣଙ୍କ ସୂଚନା ପାଇଁ
    • ଅପ୍‌ଲୋଡ୍‌ ହୋଇଥିବା ଫର୍ମ ବିବରଣୀଗୁଡିକ ଦେଖନ୍ତୁ
    • ପ୍ରତିନିଧି କରଦାତା ଭାବରେ ଯୋଡ଼ିବା ପାଇଁ ଦାଖଲ ହୋଇଥିବା ଅନୁରୋଧଗୁଡ଼ିକ।
    • ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଭାବରେ ଯୋଡ଼ିବା ପାଇଁ ଦାଖଲ ହୋଇଥିବା ଅନୁରୋଧଗୁଡ଼ିକ।
    • ଅଧିସ୍ୱୀକୃତ ପ୍ରତିନିଧି ଭାବରେ ଯୋଡ଼ିବା ପାଇଁ ଦାଖଲ ହୋଇଥିବା ଅନୁରୋଧଗୁଡ଼ିକ
    • ମିଳିଥିବା ଅଧିସ୍ୱୀକୃତ ସ୍ୱାକ୍ଷରକାରୀ ଅନୁରୋଧଗୁଡ଼ିକ (କେବଳ ବ୍ୟକ୍ତିଗତ କରଦାତାଙ୍କ ପାଇଁ)
    • ମିଳିଥିବା ଅଧିସ୍ୱୀକୃତ ପ୍ରତିନିଧି ଅନୁରୋଧଗୁଡ଼ିକ (କେବଳ ବ୍ୟକ୍ତିଗତ କରଦାତାଙ୍କ ପାଇଁ)
    • ITDREIN ଅନୁରୋଧର ବିବରଣୀ ଦେଖନ୍ତୁ (ରିପୋର୍ଟିଂ ସଂସ୍ଥା ଦ୍ୱାରା ଅଧିକୃତ PAN ଭାବରେ ଯୋଡ଼ାଯାଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ)
    • ଅନୁମୋଦିତ କିମ୍ବା ଅସ୍ୱୀକୃତ ହୋଇଥିବା TAN ପଞ୍ଜୀକରଣର ବିବରଣୀ ଦେଖନ୍ତୁ (ସଂଗଠନର PAN ପାଇଁ)

3. ମୋ ଡ୍ୟାସ୍‌ବୋର୍ଡ ଦେଖିବା ପାଇଁ ମୋତେ ଲଗ୍ଇନ୍ କରିବା ଆବଶ୍ୟକ କି?

ହଁ, ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରିବା ପରେ ହିଁ ଡ୍ୟାସ୍‌ବୋର୍ଡ ଦେଖାଯାଇପାରିବ ଏବଂ ଏଥିରେ କେବଳ ସେହି ନିର୍ଦ୍ଦିଷ୍ଟ PAN ସହିତ ଜଡ଼ିତ ସୂଚନା ଥାଏ ଯାହା ମାଧ୍ୟମରେ ଲଗ୍ଇନ୍ କରାଯାଇଛି।

4. ନୂଆ ଇ-ଫାଇଲିଂ ପୋର୍ଟାଲ୍‌ର ଡ୍ୟାସ୍‌ବୋର୍ଡରେ କଣ ନୂଆ ରହିଛି?

ପୂର୍ବର ଇ-ଫାଇଲିଂ ପୋର୍ଟାଲ୍‌ରେ କରଦାତାଙ୍କ ପାଇଁ କେବଳ ଦୁଇଟି ମୁଖ୍ୟ ସୁବିଧା ଥିଲା: ଆୟକର ରିଟର୍ଣ୍ଣ ଦାଖଲ କରିବା ଏବଂ ଦାଖଲ ହୋଇଥିବା ରିଟର୍ଣ୍ଣ/ଫର୍ମ ଦେଖିବା। କିନ୍ତୁ ନୂଆ ଇ-ଫାଇଲିଂ ପୋର୍ଟାଲ୍‌ର ଡ୍ୟାସ୍‌ବୋର୍ଡରେ ଏବେ ଏହାଠାରୁ ଅନେକ ଅଧିକ ସେବା ଉପଲବ୍ଧ ଅଛି। ଏହା ସହିତ ଏହାକୁ ବହୁତ ସହଜ କରାଯାଇଛି, କାରଣ ଏହା ଆପଣଙ୍କ ପ୍ରୋଫାଇଲ୍, ପଞ୍ଜୀକୃତ ଯୋଗାଯୋଗ ବିବରଣୀ, ରିଟର୍ଣ୍ଣର ସ୍ଥିତି, ଜମା ହୋଇଥିବା ଆୟକର, ବକେୟା କାର୍ଯ୍ୟାନୁଷ୍ଠାନ, ସାମ୍ପ୍ରତିକ ଫାଇଲିଂ ଏବଂ ଅଭିଯୋଗଗୁଡ଼ିକର ସମସ୍ତ ସୂଚନା ସାମ୍ନାରେ ହିଁ ସ୍ପଷ୍ଟ ଭାବରେ ଦେଖାଇଥାଏ।

5. ମୋ PAN ନିଷ୍କ୍ରିୟ ଅଛି କିମ୍ବା ଆଧାର ସହିତ ଲିଙ୍କ୍ ହୋଇନାହିଁ। ଏଭଳି ସ୍ଥିତିରେ ମଧ୍ୟ ମୁଁ ଡ୍ୟାସ୍‌ବୋର୍ଡରେ ଉପଲବ୍ଧ ବିଭିନ୍ନ ସେବାଗୁଡ଼ିକର ଲାଭ ଉଠାଇ ପାରିବି କି?

ଯଦି ଦାଖଲ କରାଯାଇଥିବା PAN ନିଷ୍କ୍ରିୟ ଥାଏ, ତେବେ କିଛି ସେବା ବା ସୁବିଧା ସୀମିତ ହୋଇଯାଇପାରେ। ଏଭଳି ନିଷ୍କ୍ରିୟ PAN ମାଧ୍ୟମରେ ଲଗ୍ଇନ୍ କରିବା ପରେ ଡ୍ୟାସ୍‌ବୋର୍ଡରେ ଏହି ଚେତାବନୀ ପପ୍ଅପ୍ ଦେଖାଯିବ: 'ଆପଣଙ୍କ ଆଧାର ସହିତ ଲିଙ୍କ୍ ହୋଇନଥିବାରୁ ଆପଣଙ୍କ PANକୁ ନିଷ୍କ୍ରିୟ କରିଦିଆଯାଇଛି। ଏଥିଯୋଗୁଁ କିଛି ସେବାର ବ୍ୟବହାର ସୀମିତ ହୋଇପାରେ। ଆପଣ ଧାର୍ଯ୍ୟ ଦେୟ ଜମା କରି ଧାରା 234H ଅନୁଯାୟୀ ନିଜ PANକୁ ଆଧାର ସହ ଲିଙ୍କ୍ କରି ପୁଣିଥରେ ସକ୍ରିୟ କରିପାରିବେ।'

6. PAN ନିଷ୍କ୍ରିୟ ହେଲେ କରଦାତା କିଭଳି ସୂଚନା ପାଇବେ?

କରଦାତା ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରିବା ମାତ୍ରେ କିମ୍ବା ଡ୍ୟାସ୍‌ବୋର୍ଡ ପୃଷ୍ଠାକୁ ଯିବା କ୍ଷଣି ସ୍କ୍ରିନ୍‌ ଉପରେ ଏକ ପପ୍ଅପ୍ ଏବଂ ଟିକର୍ ସନ୍ଦେଶ ଦେଖାଯିବ, ଯେଉଁଥିରେ ଲେଖାଥିବ: 'ଆପଣଙ୍କ ଆଧାର ସହିତ ଲିଙ୍କ୍ ହୋଇନଥିବାରୁ ଆପଣଙ୍କ PANକୁ ନିଷ୍କ୍ରିୟ କରାଯାଇଛି।'

Detailed guides and documentation