1. ମୋତେ ମୋର ପାସ୍‌ୱାର୍ଡ ରିସେଟ୍‌ କରିବା କାହିଁକି ଆବଶ୍ୟକ?

ଯଦି ଆପଣ ନିଜର ଇ-ଫାଇଲିଂ ପୋର୍ଟାଲ୍ ପାସ୍‌ୱାର୍ଡ ଭୁଲିଯାଇଛନ୍ତି କିମ୍ବା କୌଣସି କାରଣରୁ ଆପଣଙ୍କୁ ନିଜ ପାସୱାର୍ଡ ଜଣାନାହିଁ, ତେବେ ଆପଣ ଏହି ସେବା ମାଧ୍ୟମରେ ଏହାକୁ ରିସେଟ୍ କରିପାରିବେ।

2. ମୋର ପାସ୍‌ୱାର୍ଡ ସଫଳତାର ସହ ରିସେଟ୍ ହୋଇଛି ବୋଲି ମୁଁ କେମିତି ଜାଣିବି?

ଆପଣଙ୍କ ପାସ୍‌ୱାର୍ଡ ସଫଳତାର ସହ ରିସେଟ୍ ହେବା ପରେ, ଏକ ବିନିମୟ ID ତିଆରି ହେବ। ଏହା ସହିତ, ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରକୁ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପଠାଯିବ।

3.DSC ସାହାଯ୍ୟରେ ପାସ୍‌ୱାର୍ଡ ରିସେଟ୍ କରିବା ସମୟରେ ମୋତେ ଅବୈଧ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ସନ୍ଦେଶ ଆସୁଛି,ମୁଁ କ'ଣ କରିବି?

ଯଦି ଆପଣ DSC ସାହାଯ୍ୟରେ ନିଜର ପାସ୍‌ୱାର୍ଡ ରିସେଟ୍ କରୁଛନ୍ତି, ତେବେ ଆପଣଙ୍କୁ ଏକ ସକ୍ରିୟ ଲେଭଲ୍-2 କିମ୍ବା ତା’ଠାରୁ ଉପର ସ୍ତରର DSC ଅପ୍‌ଲୋଡ୍‌ କରିବାକୁ ପଡ଼ିବ, ଯାହା ପ୍ରମାଣପତ୍ର ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଆବଶ୍ୟକ।

4. ମୁଁ କେଉଁ କେଉଁ ଉପାୟରେ ମୋର ପାସ୍‌ୱାର୍ଡ ରିସେଟ୍ କରିପାରିବି?

ଆପଣ ନିମ୍ନଲିଖିତ ମାଧ୍ୟମଗୁଡ଼ିକ ସାହାଯ୍ୟରେ ନିଜର ପାସ୍‌ୱାର୍ଡ ରିସେଟ୍ କରିପାରିବେ:
ଇ-ଫାଇଲିଂ OTP:(ଯାହା ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ମୋବାଇଲ୍ ନମ୍ବରକୁ ଆସିବ)
ଆଧାର OTP:(ଯାହା ଆପଣଙ୍କ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରକୁ ଆସିବ)
DSC

5. ମୁଁ କେଉଁଠାରେ EVC ପ୍ରାପ୍ତ କରିବି?

ଆପଣ ବାଛିଥିବା ବିକଳ୍ପ ଅନୁଯାୟୀ, ଆପଣଙ୍କର ପ୍ରାକ୍‌ ବୈଧିକୃତ ବ୍ୟାଙ୍କ/ ଡିମାଟ୍ ଆକାଉଣ୍ଟ୍ ସହିତ ଲିଙ୍କ୍ ଥିବା ମୋବାଇଲ୍ ନମ୍ବରରେ ଆପଣ EVC ପାଇବେ।

6. ମୁଁ ବ୍ୟାଙ୍କ ଆକାଉଣ୍ଟ EVC ସାହାଯ୍ୟରେ ମୋର ପାସ୍‌ୱାର୍ଡ ରିସେଟ୍ କରିବାକୁ ଚାହୁଁଛି, କିନ୍ତୁ ସେଭଳି କୌଣସି ବିକଳ୍ପ ତାଲିକାରେ ନାହିଁ। ମୁଁ କ'ଣ କରିପାରିବି?

ଆପଣ ନିଜର ଇ-ଫାଇଲିଂ ଆକାଉଣ୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବା ମାଧ୍ୟମରେ ଯେଉଁ ବିକଳ୍ପଗୁଡ଼ିକୁ ବାଛିଥିବେ, କେବଳ ସେହି ବିକଳ୍ପଗୁଡ଼ିକ ହିଁ ଏଠାରେ ଦେଖାଯିବ। ଯଦି ଆପଣ ବ୍ୟାଙ୍କ୍ ଆକାଉଣ୍ଟ୍ EVC କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପାସ୍‌ୱାର୍ଡ ରିସେଟ୍ କରିବାକୁ ଚାହୁଁଛନ୍ତି କିନ୍ତୁ ତାହା ବିକଳ୍ପ ଭାବେ ଦେଖାଉନାହିଁ, ତେବେ ଆପଣ ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା ସେବାକୁ ଯାଇ ସେହି ବିକଳ୍ପକୁ ଯୋଡ଼ିପାରିବେ।

7. ମୁଁ କୌଣସି ଉପାୟରେ ମୋର ପାସ୍‌ୱାର୍ଡ ରିସେଟ୍ କରିପାରୁନାହିଁ। ମୁଁ କ'ଣ କରିବି?

ଅଧିକ ସହାୟତା ପାଇଁ ଆପଣ ଆମର ହେଲ୍‌ପ ଡେସ୍କ ନମ୍ବର 1800 103 0025ରେ ଯୋଗାଯୋଗ କରିପାରିବେ।