ଇ-ପେ ଟ୍ୟାକ୍ସ ରେ କର ଦେୟ ଉପାୟ

1.    ସମୀକ୍ଷା

ଇ-ଫାଇଲିଂ ପୋର୍ଟାଲ (www.incometax.gov.in) ଏକୀକୃତ କର ଇ-ପୈଠ କର ସେବା ପ୍ରଦାନ କରେ, ଯାହା କରଦାତାମାନଙ୍କୁ ସୁଗମ ଭାବରେ ପ୍ରତ୍ୟକ୍ଷ କର ପୈଠ କରିବାକୁ ସକ୍ଷମ କରେ।

ପୈଠ ଆୟକର ଅଧିନିୟମ, 1961 କିମ୍ବା ଆୟକର ଅଧିନିୟମ, 2025 ସମ୍ବନ୍ଧୀୟ ହୋଇଥିବା ନିର୍ବିଶେଷରେ, ଉପଲବ୍ଧ କର ପୈଠ ପଦ୍ଧତିଗୁଡ଼ିକ ଅପରିବର୍ତ୍ତିତ ରହିଥାଏ।

ପ୍ଲାଟଫର୍ମଟି ନିମ୍ନଲିଖିତ ପାଞ୍ଚଟି ମାଧ୍ୟମରେ ପୈଠ ପଦ୍ଧତିକୁ ସମର୍ଥନ କରେ:

  • ନେଟ୍‌ବ୍ୟାଙ୍କିଙ୍ଗ – ବ୍ୟାଙ୍କର ନେଟ୍‌ବ୍ୟାଙ୍କିଙ୍ଗ ଲଗ୍‌ଇନ୍‌ ବ୍ୟବହାର କରି।
  • ଡେବିଟ କାର୍ଡ – ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ଏଟିଏମ/ଡେବିଟ କାର୍ଡ ବ୍ୟବହାର କରି।
  • ବ୍ୟାଙ୍କ୍ କାଉଣ୍ଟରରେ ପୈଠ କରନ୍ତୁ (OTC) – ନଗଦ, ଚେକ୍, କିମ୍ବା ଡିମାଣ୍ଡ୍ ଡ୍ରାଫ୍ଟ।
  • RTGS/NEFT – ଜେନେରେଟ ହୋଇଥିବା ମାଣ୍ଡେଟ୍‌ ଫର୍ମ ବ୍ୟବହାର କରି ଯେକୌଣସି ବ୍ୟାଙ୍କରୁ।
  • ପେମେଣ୍ଟ ଗେଟ୍‌ୱେ – କ୍ରେଡିଟ କାର୍ଡ, ଡେବିଟ କାର୍ଡ, UPI କିମ୍ବା ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍-ଆବଶ୍ୟକତାଗୁଡ଼ିକ

ଆପଣ ଉଭୟେ ପ୍ରାକ୍-ଲଗ୍‌ଇନ୍‌ (ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରିବା ପୂର୍ବରୁ) କିମ୍ବା ଲଗ୍‌ଇନ୍‌-ପରବର୍ତ୍ତୀ (ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରିବା ପରେ) ପଦ୍ଧତି ବ୍ୟବହାର କରି କର ପୈଠ କରିପାରିବେ।

ଉପରୋକ୍ତ 5ଟି ପୈଠ ବିକଳ୍ପ ମଧ୍ୟରୁ ଯେକୌଣସି ପଦ୍ଧତି ବ୍ୟବହାର କରି ପୈଠ କରିବା ପାଇଁ ସାଧାରଣ ପ୍ରାକ୍ ଆବଶ୍ୟକତାଗୁଡ଼ିକ:

ପ୍ରାକ୍-ଲଗ୍‌ଇନ୍‌

  • ଯେଉଁ PAN/TAN ପାଇଁ କର ପୈଠ କରିବାକୁ ହେବ, ତାହା ବୈଧ ହୋଇଥିବା ଆବଶ୍ୟକ
  • ୱାନ-ଟାଇମ ପାସ୍‌ୱାର୍ଡ ପାଇବା ପାଇଁ ବୈଧ ମୋବାଇଲ୍ ନମ୍ବର।

 

ଲଗ୍‌ଇନ୍ ପରବର୍ତ୍ତୀ

  • ଇ-ଫାଇଲିଂ ପୋର୍ଟାଲ (www.incometax.gov.in)ରେ ପଞ୍ଜୀକୃତ ୟୁଜର୍

 

3. ସାଧାରଣ ସୋପାନଗୁଡ଼ିକ (ପୈଠ ପଦ୍ଧତି ଚୟନ କରିବା ପୂର୍ବରୁ) – ଉଭୟ ପ୍ରାକ୍ ଓ ଲଗ୍‌ଇନ୍‌ ପରବର୍ତ୍ତୀ ପାଇଁ

3.1 ଚାଲାଣ ଫର୍ମ ଜେନେରେଟ୍ କରନ୍ତୁ (CRN) (ଲଗ୍‌ଇନ୍ ପରବର୍ତ୍ତୀ)

ଆପଣଙ୍କ ୟୁଜର୍ ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରନ୍ତୁ।

Data responsive

3.2 ଡ୍ୟାଶ୍‌ବୋର୍ଡରେ ଇ-ଫାଇଲ > କର ଇ-ପୈଠ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ୟୁଜର୍‌ଙ୍କୁ ଆକ୍ଟ ସିଲେକ୍ସନ ସ୍କ୍ରିନ୍‌କୁ ନିଆଯିବ। ଉପଯୁକ୍ତ ବିକଳ୍ପ ଚୟନ କରିବା ପରେ, ଜାରି ରଖନ୍ତୁ ବଟନ୍‌ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କୁ କର ଇ-ପୈଠ କରନ୍ତୁ ପୃଷ୍ଠାକୁ ନିଆଯିବ।

କର ଇ-ପୈଠ କରନ୍ତୁ ପୃଷ୍ଠାରେ, ଅନ୍‌ଲାଇନ୍‌ କର ପୈଠ ଆରମ୍ଭ କରିବା ପାଇଁ ନୂତନ ପୈଠ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

Data responsiveData responsive

3.3 ନୂତନ ପୈଠ ପୃଷ୍ଠାରେ, ଆପଣଙ୍କ ପାଇଁ ପ୍ରଯୁଜ୍ୟ କର ପୈଠ ଶୀର୍ଷକରେ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ। ପ୍ରଯୁଜ୍ୟ ଶୀର୍ଷକ ଚୟନ କରିବା ପାଇଁ PAN ଲଗ୍‌ଇନ୍‌/TAN ଲଗ୍‌ଇନ୍‌ ମାଧ୍ୟମରେ ଚାଲାଣ ଉତ୍ପନ୍ନ ସମ୍ବନ୍ଧୀୟ ୟୁଜର୍ ମାନୁଆଲ୍‌ ଦେଖନ୍ତୁ।

3.4 ପ୍ରଯୁଜ୍ୟ କର ପୈଠ ଶୀର୍ଷକ ଚୟନ କରିବା ପରେ, ଉପଯୁକ୍ତ ବର୍ଷ (ମୂଲ୍ୟାୟନ ବର୍ଷ/କର ବର୍ଷ), ଲଘୁ ଶୀର୍ଷକ ଏବଂ ଅନ୍ୟାନ୍ୟ ବିବରଣୀ (ପ୍ରଯୁଜ୍ୟ ଅନୁଯାୟୀ) ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.5 କର ବିଭାଜନ ବିବରଣୀ ଯୋଗ କରନ୍ତୁ ପୃଷ୍ଠାରେ, କର ପୈଠର ସମୁଦାୟ ପରିମାଣର ବିଭାଜନ ବିବରଣୀ ଯୋଡ଼ନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.6 ପୈଠ ପଦ୍ଧତି ଚୟନ କରନ୍ତୁ ପୃଷ୍ଠାରେ ପୈଠ ପଦ୍ଧତି ଚୟନ କରନ୍ତୁ ଏବଂ ସମ୍ବନ୍ଧିତ ବିଭାଗଗୁଡ଼ିକରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ପୈଠ ସମ୍ପୂର୍ଣ୍ଣ କରନ୍ତୁ

କ୍ର.ସ.

ପୈଠ ମାଧ୍ୟମ

ଦେଖନ୍ତୁ ବିଭାଗ

1

ନେଟ୍‌ ବ୍ୟାଙ୍କିଙ୍ଗ

ବିବରଣୀ ପାଇଁ ବିଭାଗ 4 ଦେଖନ୍ତୁ

2

ଡେବିଟ୍ କାର୍ଡ

ବିବରଣୀ ପାଇଁ ବିଭାଗ 5 ଦେଖନ୍ତୁ

3

ବ୍ୟାଙ୍କ୍ କାଉଣ୍ଟରରେ ପୈଠ କରନ୍ତୁ

ବିବରଣୀ ପାଇଁ ବିଭାଗ 6 ଦେଖନ୍ତୁ

4

RTGS/NEFT

ବିବରଣୀ ପାଇଁ ବିଭାଗ 7 ଦେଖନ୍ତୁ

5

ପେମେଣ୍ଟ ଗେଟ୍‌ୱେ

ବିବରଣୀ ପାଇଁ ବିଭାଗ 8 ଦେଖନ୍ତୁ

3.7 ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ ନ କରି ପୈଠ କରନ୍ତୁ – ପ୍ରାକ୍-ଲଗ୍‌ଇନ୍‌ ସେବା

3.7.1 ଇ-ଫାଇଲିଂ ପୋର୍ଟାଲ www.incometax.gov.inକୁ ଯାଆନ୍ତୁ ଏବଂ କର ଇ-ପୈଠ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.7.2 କର ଇ-ପୈଠ କରନ୍ତୁ ପୃଷ୍ଠାରେ, ନିମ୍ନରେ ଦିଆଯାଇଥିବା ସ୍କ୍ରିନ୍‌ସଟ୍‌ ଅନୁଯାୟୀ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.7.3 OTP ଯାଞ୍ଚ ପୃଷ୍ଠାରେ, ସୋପାନ 2ରେ ପ୍ରବେଶ କରାଯାଇଥିବା ମୋବାଇଲ୍ ନମ୍ବରରେ ପ୍ରାପ୍ତ 6 ଅଙ୍କ ବିଶିଷ୍ଟ OTP ପ୍ରବେଶ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.7.4 OTP ଯାଞ୍ଚ ସମ୍ପୂର୍ଣ୍ଣ ହେବା ପରେ, ଆପଣଙ୍କ PAN/TAN ଏବଂ ଆଂଶିକ ଭାବେ ଲୁଚାଯାଇଥିବା ନାମ ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ। ଆଗକୁ ବଢ଼ିବା ପାଇଁ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

3.7.5 କର ଇ-ପୈଠ କରନ୍ତୁ ପୃଷ୍ଠାରେ, ଆପଣଙ୍କ ପାଇଁ ପ୍ରଯୁଜ୍ୟ କର ପୈଠ ବର୍ଗରେ ଆଗକୁ ବଢନ୍ତୁ ଉପରେ କ୍ଲିକ୍ କରନ୍ତୁ।

  • ମୂଲ୍ୟାୟନ ବର୍ଷ 2026–27 ପର୍ଯ୍ୟନ୍ତ ଏବଂ ତା’ପୂର୍ବ ବର୍ଷଗୁଡ଼ିକ ପାଇଁ ପୈଠ କରିବାକୁ “ଆୟକର ଅଧିନିୟମ 1961” ରେଡିଓ ବଟନ୍‌ ଚୟନ କରନ୍ତୁ
  • କ.ବ. 2026–27 ଏବଂ ଏହା ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ପୈଠ କରିବା ପାଇଁ ‘‘ଆୟକର ଅଧିନିୟମ 2025’’ ବିକଳ୍ପ ଚୟନ କରନ୍ତୁ।

3.7.6 ପରବର୍ତ୍ତୀ ସୋପାନଗୁଡ଼ିକ ବିଭାଗ 3.3 ରୁ 3.6 ପର୍ଯ୍ୟନ୍ତ ସନ୍ଦର୍ଭିତ କରାଯାଇଥିବା ପରି ସମାନ ରହିବ

4. ପଦ୍ଧତି 1 - ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ପୈଠ

ଇ-ଫାଇଲିଂ ପୋର୍ଟାଲ (କର ଇ-ପୈଠ କରନ୍ତୁ ସେବା) ମାଧ୍ୟମରେ ନେଟ୍‌ବ୍ୟାଙ୍କିଙ୍ଗ ପଦ୍ଧତିରେ କର ପୈଠ ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଉପଲବ୍ଧ। ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ତାଲିକା (01 ଏପ୍ରିଲ 2026 ସୁଦ୍ଧା) ପାଇଁ ସଂଯୋଜନ 1 ଦେଖନ୍ତୁ। ଅନ୍ୟ ବ୍ୟାଙ୍କଗୁଡ଼ିକ ପାଇଁ, ଦୟାକରି ପେମେଣ୍ଟ ଗେଟ୍‌ୱେ କିମ୍ବା RTGS/NEFT ବିକଳ୍ପ ବ୍ୟବହାର କରନ୍ତୁ।

4.1 ପୈଠର ମାଧ୍ୟମ ଚୟନ କରନ୍ତୁ ପୃଷ୍ଠାରେ, ନେଟବ୍ୟାଙ୍କିଙ୍ଗ୍ ପଦ୍ଧତି ଚୟନ କରନ୍ତୁ, ବିକଳ୍ପଗୁଡ଼ିକରୁ ବ୍ୟାଙ୍କର ନାମ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

4.2 ପ୍ରାକ ଦୃଶ୍ୟ ଏବଂ ପୈଠ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ଯାଞ୍ଚ କରନ୍ତୁ ଏବଂ ବର୍ତ୍ତମାନ ପୈଠ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

4.3 ଜାରି ରଖନ୍ତୁ ଉପରେ କ୍ଲିକ୍ କରିବା ପରେ, ପପ୍‌-ଅପ୍‌ରେ ନିର୍ଦ୍ଦିଷ୍ଟ କରାଯାଇଥିବା ନିୟମ ଏବଂ ସର୍ତ୍ତାବଳୀ ପଢ଼ନ୍ତୁ ଏବଂ ଆଗକୁ ବଢ଼ିବା ପାଇଁ ଚେକ୍‌ବକ୍ସ ଚୟନ କରନ୍ତୁ

Data responsive

4.4 ଜାରି ରଖନ୍ତୁ ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ ବ୍ୟାଙ୍କର ଲଗ୍‌ଇନ୍‌ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରାଯିବ, ଯେଉଁଠାରେ ୟୁଜର୍‌ଙ୍କୁ ଅଧିସ୍ୱୀକୃତ ବ୍ୟାଙ୍କର ନେଟ୍‌ବ୍ୟାଙ୍କିଙ୍ଗ ଲଗ୍‌ଇନ୍‌ କ୍ରେଡେନସିଆଲ୍ ପ୍ରବେଶ କରି ପୈଠ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ

4.5 ସଫଳ ପୈଠ ପରେ, ଇ-ଫାଇଲିଂଗ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ଇ-ମେଲ୍‌ ଏବଂ SMS ପ୍ରାପ୍ତ କରିବେ। ପୈଠ ସଫଳ ହେବା ପରେ, ପୈଠର ବିବରଣୀ ଏବଂ ଚାଲାଣ ରସିଦ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠର ଇତିହାସ ଟ୍ୟାବ୍‌ ଅଧୀନରେ ଉପଲବ୍ଧ ହୋଇଥାଏ।

5. ପଦ୍ଧତି 2 – ଡେବିଟ କାର୍ଡ ମାଧ୍ୟମରେ ପୈଠ

ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ଡେବିଟ କାର୍ଡ ମାଧ୍ୟମରେ କର ପୈଠ ବିକଳ୍ପ ସମସ୍ତ କରଦାତାଙ୍କ ପାଇଁ ଉପଲବ୍ଧ। ଏହି ସେବା ମାଧ୍ୟମରେ, ଆପଣ ଇ-ଫାଇଲିଂଗ ପୋର୍ଟାଲରେ ଅନ୍‌ଲାଇନ୍‌ କର ପୈଠ କରିବା ପାଇଁ ଉପଲବ୍ଧ ଅଧିସ୍ୱୀକୃତ ବ୍ୟାଙ୍କର ଡେବିଟ କାର୍ଡ ବ୍ୟବହାର କରି (ପ୍ରାକ୍ ଲଗ୍‌ଇନ୍ କିମ୍ବା ଲଗ୍‌ଇନ୍ ପରବର୍ତ୍ତୀ ମାଧ୍ୟମରେ) ଅନଲାଇନ୍‌ରେ କର ପୈଠ କରିପାରିବେ।

5.1 ଡେବିଟ କାର୍ଡ ପଦ୍ଧତି ଚୟନ କରନ୍ତୁ, ବିକଳ୍ପଗୁଡ଼ିକରୁ ବ୍ୟାଙ୍କର ନାମ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ:

  • ଦୟାକରି ଧ୍ୟାନ ଦିଅନ୍ତୁ, ଅଧିସ୍ୱୀକୃତ ବ୍ୟାଙ୍କ (ଇ-ଫାଇଲିଂଗ ପୋର୍ଟାଲରେ ଡେବିଟ କାର୍ଡ ମାଧ୍ୟମରେ କର ପୈଠ ସୁବିଧା ପ୍ରଦାନ କରୁଥିବା) ଦ୍ୱାରା ଜାରି କରାଯାଇଥିବା ଡେବିଟ କାର୍ଡ ଥିବା କରଦାତାମାନେ କର ପୈଠ ପାଇଁ ଏହି ପଦ୍ଧତି ବ୍ୟବହାର କରିପାରିବେ।
  • ଏହି ପଦ୍ଧତିରେ କର ପୈଠ କରିବା ପାଇଁ କୌଣସି କାରବାର ଦେୟ ଲାଗୁ ହୁଏ ନାହିଁ। ବର୍ତ୍ତମାନ, କାନାରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେବିଟ କାର୍ଡଗୁଡ଼ିକ ଇ-ଫାଇଲିଂଗ ପୋର୍ଟାଲରେ (କର ଇ-ପୈଠ କରନ୍ତୁ ସେବା) ଡେବିଟ କାର୍ଡ ପଦ୍ଧତି ମାଧ୍ୟମରେ କର ପୈଠ ପାଇଁ ଉପଲବ୍ଧ ଅଛି। ଅନ୍ୟ ବ୍ୟାଙ୍କଗୁଡ଼ିକ ପାଇଁ, ଦୟାକରି ପେମେଣ୍ଟ ଗେଟ୍‌ୱେ ପଦ୍ଧତି ଚୟନ କରନ୍ତୁ।

5.2 ପ୍ରାକ ଦୃଶ୍ୟ ଏବଂ ପୈଠ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ଯାଞ୍ଚ କରନ୍ତୁ ଏବଂ ବର୍ତ୍ତମାନ ପୈଠ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

5.3 ବର୍ତ୍ତମାନ ପୈଠ କରନ୍ତୁ ଉପରେ କ୍ଲିକ୍ କରିବା ପରେ, ୟୁଜର୍‌ଙ୍କୁ ନିୟମ ଏବଂ ସର୍ତ୍ତାବଳୀ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରାଯିବ। ଆଗକୁ ବଢ଼ିବା ପାଇଁ ୟୁଜର୍‌ଙ୍କୁ ନିୟମ ଏବଂ ସର୍ତ୍ତାବଳୀ ଚେକ୍‌ବକ୍ସ ଚୟନ କରି ବ୍ୟାଙ୍କରେ ଦାଖଲ କରନ୍ତୁ ବଟନ୍‌ ଉପରେ କ୍ଲିକ୍ କରିବାକୁ ହେବ।

Data responsive

5.4 ବ୍ୟାଙ୍କରେ ଦାଖଲ କରନ୍ତୁ ବଟନ୍‌ ଉପରେ କ୍ଲିକ୍ କରିବା ପରେ, ୟୁଜର୍‌ଙ୍କୁ ବ୍ୟାଙ୍କର ୱେବସାଇଟ୍‌କୁ ନିଆଯିବ। ସେଠାରେ, ବ୍ୟାଙ୍କର ପୃଷ୍ଠାରେ ଆବଶ୍ୟକ ବିବରଣୀ, ଯେପରିକି କାର୍ଡ ସୂଚନା, ପ୍ରବେଶ କରିବାକୁ ହେବ। ବିବରଣୀ ପ୍ରବେଶ କରି OTP ଦାଖଲ କରିବା ପରେ, ୟୁଜର୍‌ଙ୍କୁ ପୁଣି ଇ-ଫାଇଲିଂ ୱେବସାଇଟ୍‌କୁ ପୁନଃନିର୍ଦ୍ଦେଶିତ କରାଯିବ।

5.5 ସଫଳ ପୈଠ ପରେ, ଇ-ଫାଇଲିଂଗ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ଇ-ମେଲ୍‌ ଏବଂ SMS ପ୍ରାପ୍ତ କରିବେ। ପୈଠ ସଫଳ ହେବା ପରେ, ପୈଠର ବିବରଣୀ ଏବଂ ଚାଲାଣ ରସିଦ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠର ଇତିହାସ ଟ୍ୟାବ୍‌ (ଲଗଇନ୍-ପରବର୍ତ୍ତୀ) ଅଧୀନରେ ଉପଲବ୍ଧ ହେବ।

6. ପଦ୍ଧତି 3 –କାଉଣ୍ଟର ମାଧ୍ୟମରେ ପୈଠ କରନ୍ତୁ ପଦ୍ଧତି ମାଧ୍ୟମରେ ପୈଠ

“ବ୍ୟାଙ୍କ କାଉଣ୍ଟରରେ ପୈଠ କରନ୍ତୁ” ବ୍ୟବହାର କରି କର ପୈଠ ସୁବିଧା ଇ-ଫାଇଲିଂଗ ପୋର୍ଟାଲ www.incometax.gov.inରେ (ପ୍ରାକ୍-ଲଗ୍‌ଇନ୍‌ କିମ୍ବା ଲଗ୍‌ଇନ୍‌-ପରବର୍ତ୍ତୀ ପଦ୍ଧତି) ସମସ୍ତ କରଦାତାଙ୍କ ପାଇଁ ଉପଲବ୍ଧ। ଏହି ସେବା ମାଧ୍ୟମରେ, ଆପଣ ଚାଲାଣ ଫର୍ମ (CRN) ଜେନେରେଟ କରିବା ସମୟରେ ଚୟନ କରିଥିବା ବ୍ୟାଙ୍କର କାଉଣ୍ଟରରେ (ନଗଦ / ଚେକ୍‌ / ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ) ପୈଠ କରି କର ପୈଠ କରିପାରିବେ।

ଆପଣ ପ୍ରାକ୍-ଲଗ୍‌ଇନ୍‌ (ଇ-ଫାଇଲିଂଗ ପୋର୍ଟାଲରେ ଲଗ୍‌ଇନ୍‌ କରିବା ପୂର୍ବରୁ) କିମ୍ବା ଲଗ୍‌ଇନ୍‌-ପରବର୍ତ୍ତୀ (ଇ-ଫାଇଲିଂ ପୋର୍ଟାଲରେ ଲଗ୍‌ଇନ୍‌ କରିବା ପରେ) ପଦ୍ଧତିରେ ‘‘ବ୍ୟାଙ୍କ କାଉଣ୍ଟରରେ ପୈଠ କରନ୍ତୁ’’ ବ୍ୟବହାର କରି କର ପୈଠ କରିପାରିବେ।

ଆୟକର ଅଧିନିୟମ, 2026ର ନିୟମ 333 ଅନୁଯାୟୀ, କମ୍ପାନୀ କିମ୍ବା ଧାରା 63ର ବିଧାନଗୁଡ଼ିକ ଲାଗୁ ହେଉଥିବା (କମ୍ପାନୀ ବ୍ୟତୀତ) ବ୍ୟକ୍ତି ଏହି ବିକଳ୍ପ ବ୍ୟବହାର କରିପାରିବେ ନାହିଁ।

କରଦାତା ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର କାଉଣ୍ଟରରେ କର ପୈଠ କରିବା ପାଇଁ ଏହି ପଦ୍ଧତିର ଲାଭ ଉଠାଇପାରିବେ।

  • ପୈଠ କରିବା ପାଇଁ ସ୍ୱାକ୍ଷରିତ ଚାଲାଣ ଫର୍ମର ଏକ ନକଲ ସହିତ ପୈଠ ସାଧନ (ନଗଦ, ଚେକ୍‌ କିମ୍ବା ଡିମାଣ୍ଡ ଡ୍ରାଫ୍ଟ) ଚୟନିତ ଅଧିସ୍ୱୀକୃତ ବ୍ୟାଙ୍କର ଶାଖାରେ ଦାଖଲ କରିବାକୁ ପଡ଼ିବ।
  • ଏହି ପଦ୍ଧତିରେ ₹10,000/-ରୁ (ଦଶ ହଜାର ଟଙ୍କା ମାତ୍ର) ଅଧିକ କର ପୈଠ ନଗଦରେ କରିବାକୁ ଅନୁମତି ଦିଆଯାଏ ନାହିଁ।
  • ଏହି ପଦ୍ଧତିରେ କର ପୈଠ କରିବା ପାଇଁ କୌଣସି କାରବାର ଦେୟ/ଶୁଳ୍କ ଲାଗୁ ହୁଏ ନାହିଁ।

6.1 ପୈଠର ମାଧ୍ୟମ ଚୟନ କରନ୍ତୁ ପୃଷ୍ଠାରେ, ବ୍ୟାଙ୍କ କାଉଣ୍ଟରରେ ପୈଠ କରନ୍ତୁ ପଦ୍ଧତି ଚୟନ କରନ୍ତୁ, ଚେକ୍‌, ନଗଦ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପୈଠ ବିକଳ୍ପ ଚୟନ କରନ୍ତୁ, ତା’ପରେ ବିକଳ୍ପଗୁଡ଼ିକରୁ ବ୍ୟାଙ୍କର ନାମ ଚୟନ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

6.2 ପ୍ରାକ୍‌ ଦୃଶ୍ୟ ଏବଂ ଚାଲାଣ ଫର୍ମ ଡାଉନଲୋଡ୍ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ଯାଞ୍ଚ କରି ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

6.3 ଚାଲାଣ ଫର୍ମ ସଫଳତାର ସହିତ ଜେନେରେଟ ହେବ। ଚାଲାଣ ଫର୍ମ (CRN)କୁ ପ୍ରିଣ୍ଟ କରନ୍ତୁ ଏବଂ ପୈଠ କରିବା ପାଇଁ ଚୟନିତ ବ୍ୟାଙ୍କର ଯେକୌଣସି ଶାଖାକୁ ଯାଆନ୍ତୁ।

Data responsive

6.4 ସଫଳ ପୈଠ ପରେ, ଇ-ଫାଇଲିଂଗ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ଇ-ମେଲ୍‌ ଏବଂ SMS ପ୍ରାପ୍ତ କରିବେ। ପୈଠ ସଫଳ ହେବା ପରେ, ଭବିଷ୍ୟତ ସନ୍ଦର୍ଭ ପାଇଁ ଚାଲାଣ ରସିଦ ଡାଉନଲୋଡ୍ କରାଯାଇପାରିବ। ପୈଠର ବିବରଣୀ ଏବଂ ଚାଲାଣ ରସିଦ ଲଗ୍‌ଇନ୍‌ ପରବର୍ତ୍ତୀ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠର ଇତିହାସ ଟ୍ୟାବ୍‌ ଅଧୀନରେ ମଧ୍ୟ ଉପଲବ୍ଧ ହେବ।

7. ପଦ୍ଧତି 4 – RTGS/NEFT ପଦ୍ଧତି ମାଧ୍ୟମରେ ପୈଠ

“RTGS/NEFT” ବ୍ୟବହାର କରି କର ପୈଠ ସୁବିଧା ଇ-ଫାଇଲିଂ ପୋର୍ଟାଲ www.incometax.gov.inରେ (ପ୍ରାକ୍-ଲଗ୍‌ଇନ୍‌ କିମ୍ବା ଲଗ୍‌ଇନ୍‌-ପରବର୍ତ୍ତୀ ପଦ୍ଧତିରେ) ସମସ୍ତ କରଦାତାଙ୍କ ପାଇଁ ଉପଲବ୍ଧ। ଏହି ସେବା ମାଧ୍ୟମରେ, ଆପଣ RTGS/NEFT ଦ୍ୱାରା କର ପୈଠ କରିପାରିବେ

ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:

  • ଏହି କରଦାତା ଯେ କୌଣସି ବ୍ୟାଙ୍କ୍ ମାଧ୍ୟମରେ RTGS/NEFT ପଦ୍ଧତି ବ୍ୟବହାର କରି ମଧ୍ୟ ପୈଠ କରିପାରିବେ।
  • ଏହି ସୁବିଧା କେବଳ ଇ-ଫାଇଲିଂ ପୋର୍ଟାଲର କର ଇ-ପୈଠ କରନ୍ତୁ ସେବା ବ୍ୟବହାର କରି CRN ଜେନେରେଟ୍ କରିବା ପରେ ହିଁ ଉପଲବ୍ଧ କରାଯାଇପାରିବ।

7.1 ପୈଠର ମାଧ୍ୟମ ଚୟନ କରନ୍ତୁ ପୃଷ୍ଠାରେ, RTGS/NEFT ପଦ୍ଧତି ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

7.2 ପ୍ରାକ ଦୃଶ୍ୟ ଏବଂ ମାଣ୍ଡେଟ୍‌ ଫର୍ମ ଡାଉନଲୋଡ୍ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ଯାଞ୍ଚ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

7.3 ମାଣ୍ଡେଟ୍‌ ଫର୍ମ ସଫଳତାର ସହିତ ଜେନେରେଟ ହେବ। ମାଣ୍ଡେଟ୍‌ ଫର୍ମକୁ (CRN) ପ୍ରିଣ୍ଟ କରନ୍ତୁ ଏବଂ ପୈଠ କରିବା ପାଇଁ RTGS/NEFT ସୁବିଧା ପ୍ରଦାନ କରୁଥିବା ଯେକୌଣସି ବ୍ୟାଙ୍କ ଶାଖାକୁ ଯାଆନ୍ତୁ। ଆପଣ ବ୍ୟାଙ୍କର ନେଟ୍‌ବ୍ୟାଙ୍କିଙ୍ଗ ସୁବିଧା ବ୍ୟବହାର କରି ମଧ୍ୟ କର ରାଶି ପଠାଇପାରିବେ [ଏଥିପାଇଁ ମାଣ୍ଡେଟ୍‌ ଫର୍ମରେ ଉପଲବ୍ଧ ହିତାଧିକାରୀଙ୍କ ବିବରଣୀ ବ୍ୟବହାର କରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ହିତାଧିକାରୀଙ୍କୁ ଯୋଡ଼ିବାକୁ ପଡ଼ିବ ଏବଂ ଯୋଡ଼ାଯାଇଥିବା ଆକାଉଣ୍ଟକୁ କର ରାଶି ସ୍ଥାନାନ୍ତର କରିବାକୁ ପଡ଼ିବ]।

Data responsive

7.4 ସଫଳ ପୈଠ ପରେ, ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ଇ-ମେଲ୍‌ ଏବଂ SMS ପ୍ରାପ୍ତ କରିବେ। ପୈଠ ସଫଳ ହେବା ପରେ, ପୈଠର ବିବରଣୀ ଏବଂ ଚାଲାଣ ରସିଦ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠର ଇତିହାସ ଟ୍ୟାବ୍‌ ଅଧୀନରେ ଉପଲବ୍ଧ ହେବ।

8. ପଦ୍ଧତି 5 – ପେମେଣ୍ଟ ଗେଟ୍‌ୱେ ପଦ୍ଧତି ମାଧ୍ୟମରେ ପୈଠ

ଇ-ଫାଇଲିଂ ପୋର୍ଟାଲ www.incometax.gov.inରେ ପେମେଣ୍ଟ ଗେଟ୍‌ୱେ ମାଧ୍ୟମରେ କର ପୈଠ ବିକଳ୍ପ ସମସ୍ତ କରଦାତାଙ୍କ ପାଇଁ ଉପଲବ୍ଧ। ଏହି ସେବା ମାଧ୍ୟମରେ, ଆପଣ ପେମେଣ୍ଟ ଗେଟ୍‌ୱେ ବ୍ୟବହାର କରି (ପ୍ରାକ୍-ଲଗ୍‌ଇନ୍‌ କିମ୍ବା ଲଗ୍‌ଇନ୍‌ ପରବର୍ତ୍ତୀ ପଦ୍ଧତିରେ) ଅନ୍‌ଲାଇନ୍‌ କା ପୈଠ କରିପାରିବେ, ଯାହା ଆପଣଙ୍କୁ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ନେଟ୍‌ବ୍ୟାଙ୍କିଙ୍ଗ ଏବଂ UPI ମାଧ୍ୟମରେ କର ପୈଠ କରିବାର ସୁବିଧା ପ୍ରଦାନ କରେ। ଚୟନ କରାଯାଇଥିବା ପେମେଣ୍ଟ ଗେଟ୍‌ୱେ ଆପଣଙ୍କୁ ତାହାର ନିଜସ୍ୱ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରିବ ଏବଂ ସେହି ଗେଟ୍‌ୱେରେ ଉପଲବ୍ଧ ସମସ୍ତ ବିକଳ୍ପ ପ୍ରଦର୍ଶନ କରିବ। ଏହି ପଦ୍ଧତିରେ, କର ରାଶି ସହିତ ସଂଯୋଜନ 2 ଅନୁଯାୟୀ କାରବାର ଦେୟ ଅତିରିକ୍ତ ଭାବରେ ଲାଗୁ ହେବ।

ବର୍ତ୍ତମାନ, ଇ-ଫାଇଲିଂଗ ପୋର୍ଟାଲରେ (କର ଇ-ପୈଠ କରନ୍ତୁ ସେବା) ପେମେଣ୍ଟ ଗେଟ୍‌ୱେ ପଦ୍ଧତି ମାଧ୍ୟମରେ କର ପୈଠ କେବଳ ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଉପଲବ୍ଧ ରହିଛି

8.1 ପୈଠ ପଦ୍ଧତି ଚୟନ କରନ୍ତୁ ପୃଷ୍ଠାରେ, ପେମେଣ୍ଟ ଗେଟ୍‌ୱେ ପଦ୍ଧତି ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

8.2 ପ୍ରାକ ଦୃଶ୍ୟ ଏବଂ ପୈଠ କରନ୍ତୁ ପୃଷ୍ଠାରେ, ବିବରଣୀ ଏବଂ କର ବିଭାଜନ ବିବରଣୀ ଯାଞ୍ଚ କରନ୍ତୁ ଏବଂ ବର୍ତ୍ତମାନ ପୈଠ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

8.3 ନିୟମ ଏବଂ ସର୍ତ୍ତାବଳୀ ପଢ଼ନ୍ତୁ, ଚୟନ କରନ୍ତୁ ଏବଂ ବ୍ୟାଙ୍କରେ ଦାଖଲ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। (ଆପଣଙ୍କୁ ପେମେଣ୍ଟ ଗେଟ୍‌ୱେର ୱେବସାଇଟ୍‌କୁ ପୁନଃନିର୍ଦ୍ଦେଶିତ କରାଯିବ, ଯେଉଁଠାରେ ଆପଣ ଲଗ୍‌ଇନ୍‌ କରିପାରିବେ କିମ୍ବା ନେଟ୍‌ବ୍ୟାଙ୍କିଙ୍ଗ / ଡେବିଟ କାର୍ଡ / କ୍ରେଡିଟ କାର୍ଡ / UPI ର ବିବରଣୀ ପ୍ରବେଶ କରି ପୈଠ କରିପାରିବେ।)

(ପୈଠ ବିକଳ୍ପ ଚୟନ କରିବା ପୂର୍ବରୁ ଆପଣ ପାଞ୍ଚଟି ପେମେଣ୍ଟ ଗେଟ୍‌ୱେର କାରବାର ଦେୟଗୁଡ଼ିକ (ସଂଯୋଜନ 2 ଅନୁଯାୟୀ) ତୁଳନା କରିପାରନ୍ତି)

8.4 ସଫଳ ପୈଠ ପରେ, ଇ-ଫାଇଲିଂଗ ପୋର୍ଟାଲରେ ପଞ୍ଜୀକୃତ ଇ-ମେଲ୍‌ ID ଏବଂ ମୋବାଇଲ୍‌ ନମ୍ବରରେ ଆପଣ ଏକ ନିଶ୍ଚିତକରଣ ଇ-ମେଲ୍‌ ଏବଂ SMS ପ୍ରାପ୍ତ କରିବେ। ପୈଠ ସଫଳ ହେବା ପରେ, ପୈଠର ବିବରଣୀ ଏବଂ ଚାଲାଣ ରସିଦ କର ଇ-ପୈଠ କରନ୍ତୁ ପୃଷ୍ଠାର ପୈଠର ଇତିହାସ ଟ୍ୟାବ୍‌ ଅଧୀନରେ ଉପଲବ୍ଧ ହେବ।

ଅନୁବନ୍ଧ 1: ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକର ତାଲିକା (01 ଏପ୍ରିଲ 2026 ସୁଦ୍ଧା)

କ୍ର. ସଂ.

ବ୍ୟାଙ୍କର ନାମ

1

ଆକ୍ସିସ୍ ବ୍ୟାଙ୍କ

2

ବନ୍ଧନ ବ୍ୟାଙ୍କ

3

ବ୍ୟାଙ୍କ ଅଫ୍ ବରୋଦା

4

ବ୍ୟାଙ୍କ ଅଫ୍ ଇଣ୍ଡିଆ

5

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର

6

କାନାରା ବ୍ୟାଙ୍କ

7

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

8

ସିଟି ୟୁନିଅନ୍ ବ୍ୟାଙ୍କ

9

ଡିସିବି ବ୍ୟାଙ୍କ

10

ଫେଡେରାଲ୍ ବ୍ୟାଙ୍କ

11

ଏଚ୍‌ଡିଏଫ୍‌ସି ବ୍ୟାଙ୍କ

12

ଆଇସିଆଇସିଆଇ ବ୍ୟାଙ୍କ

13

ଆଇଡିବିଆଇ ବ୍ୟାଙ୍କ

14

ଇଣ୍ଡିଆନ୍ ବ୍ୟାଙ୍କ

15

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ

16

ଇଣ୍ଡସ୍ଇଣ୍ଡ ବ୍ୟାଙ୍କ

17

ଜମ୍ମୁ ଆଣ୍ଡ୍ କାଶ୍ମୀର ବ୍ୟାଙ୍କ

18

କରୁର ବୈଶ୍ୟ ବ୍ୟାଙ୍କ

19

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ

20

ପଞ୍ଜାବ ଆଣ୍ଡ୍ ସିନ୍ଧ ବ୍ୟାଙ୍କ

21

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ

22

ଆର୍‌ବିଏଲ୍ ବ୍ୟାଙ୍କ

23

ସାଉଥ୍ ଇଣ୍ଡିଆନ୍ ବ୍ୟାଙ୍କ

24

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

25

ୟୁକୋ ବ୍ୟାଙ୍କ

26

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

27

ଧନଲକ୍ଷ୍ମୀ ବ୍ୟାଙ୍କ

28

ଆଇଡିଏଫ୍‌ସି ଫାର୍ଷ୍ଟ ବ୍ୟାଙ୍କ

29

କର୍ଣ୍ଣାଟକ ବ୍ୟାଙ୍କ

30

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

31

ତାମିଲନାଡ୍ ମର୍କାଣ୍ଟାଇଲ୍ ବ୍ୟାଙ୍କ

32

ୟେସ୍ ବ୍ୟାଙ୍କ

33

ଡିବିଏସ ବ୍ୟାଙ୍କ ଇଣ୍ଡିଆ ଲିମିଟେଡ

ସଂଯୋଜନ 2: କାରବାର ଶୁଳ୍କଗୁଡିକ

ପେମେଣ୍ଟ ଗେଟ୍‌ୱେ ଶୁଳ୍କଗୁଡିକ – ଫେଡେରାଲ ବ୍ୟାଙ୍କ

 

ପୈଠ ପଦ୍ଧତି

କାରବାର ଶୁଳ୍କଗୁଡିକ (INR)

ନେଟ୍‌ ବ୍ୟାଙ୍କିଙ୍ଗ

ସୁବିଧା ଶୁଳ୍କ 

ଏଚ୍‌ଡିଏଫ୍‌ସି ବ୍ୟାଙ୍କ - INR 12*

ଆଇସିଆଇସିଆଇ ବ୍ୟାଙ୍କ - INR 9*

ଏସବିଆଇ ବ୍ୟାଙ୍କ - INR 7*

ଆକ୍ସିସ୍ ବ୍ୟାଙ୍କ - INR 7*

ଅନ୍ୟାନ୍ୟ ବ୍ୟାଙ୍କଗୁଡିକ (ଫେଡେରାଲ୍ ବ୍ୟାଙ୍କ ସମେତ) - INR 5*

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ < 2,000)

NIL 

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ > 2,000)

NIL 

କ୍ରେଡିଟ୍ କାର୍ଡ (ଫେଡେରାଲ୍ ବ୍ୟାଙ୍କ)

0.85%*

କ୍ରେଡିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ)

0.85% *

RuPay ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ

ଶୂନ୍ୟ

ୟୁନିଫାଏଡ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (UPI) (BHIM-UPI)

ଶୂନ୍ୟ

ୟୁନିଫାଏଡ ପେମେଣ୍ଟସ୍‌ ଇଣ୍ଟରଫେସ୍‌ କୁଇକ ରେସପନ୍ସ କୋଡ୍‌ (UPI QR କୋଡ୍‌) (BHIM-UPI QR କୋଡ୍‌) 

ଶୂନ୍ୟ

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

 

ପେମେଣ୍ଟ ଗେଟ୍‌ୱେ ଶୁଳ୍କ – କାନାରା ବ୍ୟାଙ୍କ 

 

ପୈଠ ପଦ୍ଧତି

କାରବାର ଶୁଳ୍କଗୁଡିକ (INR)

ନେଟ୍‌ବ୍ୟାଙ୍କିଙ୍ଗ (ଏଚଡିଏଫସି/ଆଇସିଆଇସିଆଇ/ୟେସ ବ୍ୟାଙ୍କ)

INR 14*

ନେଟ୍‌ବ୍ୟାଙ୍କିଙ୍ଗ (ଅନ୍ୟ ବ୍ୟାଙ୍କ)

INR 6*

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ < 2,000)

ଶୂନ୍ୟ

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ > 2,000)

ଶୂନ୍ୟ

କ୍ରେଡିଟ କାର୍ଡ (କାନାରା ବ୍ୟାଙ୍କ)

0.90%*

କ୍ରେଡିଟ କାର୍ଡ (ଅନ୍ୟ ବ୍ୟାଙ୍କ)

0.90%*

RuPay ଦ୍ୱାରା ପରିଚାଳିତ ଡେବିଟ କାର୍ଡ

ଶୂନ୍ୟ

ୟୁନିଫାଏଡ଼୍ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (UPI) (BHIM-UPI)

ଶୂନ୍ୟ

ୟୁନିଫାଏଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ କ୍ୱିକ୍ ରେସ୍ପନ୍ସ କୋଡ୍ (UPI QR କୋଡ୍‌) (BHIM-UPI QR କୋଡ୍‌)

ଶୂନ୍ୟ

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

ପେମେଣ୍ଟ ଗେଟ୍‌ୱେ ଚାର୍ଜେସ୍ – କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ

ପୈଠର ପଦ୍ଧତି

କାରବାର ଦେୟଗୁଡ଼ିକ (INR)

ନେଟ୍‌ବ୍ୟାଙ୍କିଙ୍ଗ (ଆକ୍ସିସ୍/ଏଚଡିଏଫସି/ଆଇସିଆଇସିଆଇ/କୋଟାକ୍/ଏସବିଆଇ)

INR 7*

ନେଟ୍‌ବ୍ୟାଙ୍କିଙ୍ଗ (ଅନ୍ୟ ବ୍ୟାଙ୍କ)

INR 5*

ଡେବିଟ କାର୍ଡସ୍ (VISA/ ମାଷ୍ଟରକାର୍ଡ) - ₹ 2000 ପର୍ଯ୍ୟନ୍ତ

ଶୂନ୍ୟ

ଡେବିଟ କାର୍ଡସ୍ (VISA/ ମାଷ୍ଟରକାର୍ଡ) - ₹ 2000 ରୁ ଅଧିକ

ଶୂନ୍ୟ

ଡେବିଟ କାର୍ଡସ୍ (RuPay)/ UPI / UPI QR 

ଶୂନ୍ୟ

କ୍ରେଡିଟ କାର୍ଡସ୍ (ମାଷ୍ଟର/VISA/RuPay)

0.80%*

କ୍ରେଡିଟ କାର୍ଡସ୍ (ଆନ୍ତର୍ଜାତୀୟ)

2.75%*

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

ପେମେଣ୍ଟ ଗେଟ୍‌ୱେ ଚାର୍ଜେସ୍ – ଏସବିଆଇ ବ୍ୟାଙ୍କ

ପୈଠର ପଦ୍ଧତି

କାରବାର ଦେୟଗୁଡ଼ିକ (INR)

ନେଟ୍‌ବ୍ୟାଙ୍କିଙ୍ଗ (ଅନ୍ୟ ବ୍ୟାଙ୍କ)

INR 5.08*

ଡେବିଟ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ < ₹2,000)

ଶୂନ୍ୟ

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ > 2,000)

ପ୍ରଯୁଜ୍ୟ ନୁହେଁ

କ୍ରେଡିଟ୍ କାର୍ଡ (ଏସବିଆଇ ବ୍ୟାଙ୍କ)

ପ୍ରଯୁଜ୍ୟ ନୁହେଁ

କ୍ରେଡିଟ କାର୍ଡ (ଅନ୍ୟ ବ୍ୟାଙ୍କ)

ପ୍ରଯୁଜ୍ୟ ନୁହେଁ

RuPay ଦ୍ୱାରା ପରିଚାଳିତ ଡେବିଟ କାର୍ଡ

ପ୍ରଯୁଜ୍ୟ ନୁହେଁ

ୟୁନିଫାଏଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ (UPI) (BHIM-UPI)

ଶୂନ୍ୟ

ୟୁନିଫାଏଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ କ୍ୱିକ୍ ରିସ୍ପୋନ୍ସ କୋଡ୍ (UPI QR କୋଡ୍‌) (BHIM-UPI QR କୋଡ୍‌)

ଶୂନ୍ୟ

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

ପେମେଣ୍ଟ ଗେଟ୍‌ୱେ ଶୁଳ୍କ - ଏଚ୍‌ଡିଏଫ୍‌ସି ବ୍ୟାଙ୍କ

ପୈଠର ପଦ୍ଧତି 

କାରବାର ଦେୟଗୁଡ଼ିକ (INR)

ନେଟ୍‌ବ୍ୟାଙ୍କିଙ୍ଗ (ଅନ୍ୟ ବ୍ୟାଙ୍କ)

ପ୍ରଯୁଜ୍ୟ ନୁହେଁ

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ < 2,000)

ଶୂନ୍ୟ

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ > 2,000)

ଶୂନ୍ୟ

କ୍ରେଡିଟ କାର୍ଡ (ଏଚ୍‌ଡିଏଫ୍‌ସି ବ୍ୟାଙ୍କ)

0.72%*

କ୍ରେଡିଟ କାର୍ଡ (ଅନ୍ୟ ବ୍ୟାଙ୍କ)

0.80%*

RuPay ଦ୍ୱାରା ପରିଚାଳିତ ଡେବିଟ କାର୍ଡ

ଶୂନ୍ୟ

ୟୁନିଫାଏଡ଼୍ ପେମେଣ୍ଟସ୍‌ ଇଣ୍ଟରଫେସ୍‌ (UPI) (BHIM-UPI)

ଶୂନ୍ୟ

ୟୁନିଫାଏଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ କ୍ୱିକ୍ ରେସ୍ପନ୍ସ କୋଡ୍ (UPI QR କୋଡ୍‌) (BHIM-UPI QR କୋଡ୍‌)

ଶୂନ୍ୟ

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

ପେମେଣ୍ଟ ଗେଟ୍‌ୱେ ଶୁଳ୍କ - ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର

ପୈଠର ପଦ୍ଧତି 

ବିନିମୟ ଶୁଳ୍କ (INR) 

ନେଟ୍‌ବ୍ୟାଙ୍କିଙ୍ଗ

INR 15*

ଡେବିଟ କାର୍ଡ - ₹2000 ରୁ କମ୍

0.40%*

ଡେବିଟ କାର୍ଡ - ₹2000ରୁ ଅଧିକ

0.90%*

କ୍ରେଡିଟ କାର୍ଡ - ₹2000ରୁ ଅଧିକ

1.00%*

ଡେବିଟ କାର୍ଡ EMI- ମାଷ୍ଟର/Visa/RuPay 

1.00%*

ୟୁନିଫାଏଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ (UPI)

ଶୂନ୍ୟ

ୟୁନିଫାଏଡ୍ ପେମେଣ୍ଟସ୍‌ ଇଣ୍ଟରଫେସ୍ କ୍ୱିକ୍ ରେସ୍ପନ୍ସ କୋଡ୍ (UPI QR କୋଡ୍)

ଶୂନ୍ୟ

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

ପେମେଣ୍ଟ ଗେଟ୍‌ୱେ ଶୁଳ୍କ- ବନ୍ଧନ ବ୍ୟାଙ୍କ

ପୈଠର ପଦ୍ଧତି 

କାରବାର ଦେୟଗୁଡ଼ିକ (INR)

ନେଟ୍‌ବ୍ୟାଙ୍କିଙ୍ଗ (ଏଚ୍‌ଡିଏଫ୍‌ସି / ଆଇସିଆଇସିଆଇ / ୟେସ୍‌)

INR 12*

ନେଟ୍‌ବ୍ୟାଙ୍କିଙ୍ଗ (ଅନ୍ୟ ବ୍ୟାଙ୍କ)

INR 8* 

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ < 2,000)

ଶୂନ୍ୟ

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ) (କାରବାର ମୂଲ୍ୟ > 2,000)

ଶୂନ୍ୟ

କ୍ରେଡିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ)

1.00% (ସୁବିଧା ଶୁଳ୍କ)

RuPay ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ

ଶୂନ୍ୟ

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ

 

ପେମେଣ୍ଟ ଗେଟ୍‌ୱେ ଶୁଳ୍କ- ଆଇସିଆଇସିଆଇ

ପୈଠ ପଦ୍ଧତି 

କାରବାର ଶୁଳ୍କ (INR) 

ନେଟ୍‌ବ୍ୟାଙ୍କିଙ୍ଗ (ଆକ୍ସିସ୍ / ଏଚ୍‌ଡିଏଫ୍‌ସି / ଆଇସିଆଇସିଆଇ / କୋଟାକ୍ / ଏସ୍‌ବିଆଇ / ୟେସ୍‌ ବ୍ୟାଙ୍କ)

INR 7*

ନେଟ୍‌ବ୍ୟାଙ୍କିଙ୍ଗ (ଅନ୍ୟ ବ୍ୟାଙ୍କ)

INR 5*

RuPay ଦ୍ୱାରା ପରିଚାଳିତ ଡେବିଟ୍ କାର୍ଡ

ଶୂନ୍ୟ

ଡେବିଟ୍ କାର୍ଡ (ଅନ୍ୟ ବ୍ୟାଙ୍କ)

INR 12/- + 0.15%

ରିଟେଲ କ୍ରେଡିଟ୍ କାର୍ଡ

0.85%

କର୍ପୋରେଟ୍ କ୍ରେଡିଟ୍ କାର୍ଡ

0.78%

*ଅତିରିକ୍ତ GST @18% ହାରରେ ଆରୋପିତ କରାଯିବ