ଫର୍ମ 10A U/S 12A ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ
ଧାରା 12A ଅଧୀନରେ ଫର୍ମ 10A ଦାଖଲରେ ବିଳମ୍ବ ଜନିତ କ୍ଷମା ପ୍ରାର୍ଥନା ଆବେଦନ ସମ୍ବନ୍ଧୀୟ ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକ
1. ମୁଁ କଣ ଅଫ୍ଲାଇନ୍ ମାଧ୍ୟମରେ ଫର୍ମ 10A ଦାଖଲ ପାଇଁ କ୍ଷମା ପ୍ରାର୍ଥନା ଆବେଦନ କରିପାରିବି?
ନାହିଁ, ଫର୍ମ 10A ପାଇଁ କ୍ଷମା ପ୍ରାର୍ଥନା ଆବେଦନ ଅଫ୍ଲାଇନ୍ ମାଧ୍ୟମରେ ଦାଖଲ କରାଯାଇପାରିବ ନାହିଁ, ଏଥିପାଇଁ କେବଳ ଅନ୍ଲାଇନ୍ ମାଧ୍ୟମର ବିକଳ୍ପ ହିଁ ଉପଲବ୍ଧ ଅଛି।
2: କ୍ଷମା ଅନୁରୋଧ ଦାଖଲ କରିବା ସମୟରେ କୌଣସି ବାଧ୍ୟତାମୂଳକ ସଂଲଗ୍ନକ ଆବଶ୍ୟକ କି?
ଯଦି କରଦାତା କ୍ରମିକ ସଂଖ୍ୟା 2(f)ର ପ୍ରଶ୍ନ "ଫର୍ମଟି ପୂର୍ବରୁ ଦାଖଲ ହୋଇସାରିଛି କି?" ର ଉତ୍ତରରେ ‘ହଁ ’ ଚୟନ କରନ୍ତି, ତେବେ ଦାଖଲ ହୋଇଥିବା ସେହି ଫର୍ମର PDF ଅପଲୋଡ୍ କରିବା ବାଧ୍ୟତାମୂଳକ ଅଟେ।
3: ଜଣେ କରଦାତା ଦାଖଲ ହୋଇଥିବା କ୍ଷମା ଅନୁରୋଧ ଫର୍ମ କିପରି ଡାଉନଲୋଡ୍ କରିପାରିବେ?
କ୍ଷମା ଅନୁରୋଧ ଦାଖଲ କରିଥିବା ଜଣେ କରଦାତା ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ଫର୍ମଟିକୁ ଡାଉନଲୋଡ୍ କରିପାରିବେ: ଡ୍ୟାସବୋର୍ଡ --> ସେବା ସମୂହ --> କ୍ଷମା ଅନୁରୋଧ --> ବୈଧାନିକ ଫର୍ମ ପାଇଁ ଆବେଦନ --> ଦାଖଲ ହୋଇଥିବା କ୍ଷମା ଅନୁରୋଧ ସମ୍ମୁଖରେ ଥିବା ଭ୍ୟୁ ଡିଟେଲ୍ସ ବଟନ୍ --> ଫର୍ମ ଡାଉନଲୋଡ୍ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।
4: ଜଣେ କରଦାତା କ୍ଷମା ଆବେଦନର ମଞ୍ଜୁର କିମ୍ବା ନାମଞ୍ଜୁର ସମ୍ବନ୍ଧୀୟ ଆଦେଶପତ୍ର କିପରି ଦେଖିପାରିବେ?
କରଦାତା ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରି ମଞ୍ଜୁର/ନାମଞ୍ଜୁର ସମ୍ବନ୍ଧୀୟ ଆଦେଶପତ୍ର ପାଇପାରିବେ:
ଡ୍ୟାସବୋର୍ଡ --> ସେବା ସମୂହ --> କ୍ଷମା ଅନୁରୋଧ --> ବୈଧାନିକ ଫର୍ମ ପାଇଁ ଆବେଦନ --> ମଞ୍ଜୁର/ନାମଞ୍ଜୁର ହୋଇଥିବା କ୍ଷମା ଆବେଦନ ସମ୍ମୁଖରେ ଥିବା ସୂଚନାରେ କ୍ଲିକ୍ ହିଅର୍ ବଟନ୍ ଉପରେ କ୍ଲିକ୍ କରନ୍ତୁ - -> ଆପଣଙ୍କ ସୂଚନା ପାଇଁ --> କ୍ଲୋଜର ଅର୍ଡର ବଟନ୍ ଡାଉନଲୋଡ୍ କରନ୍ତୁ।
5: ଜଣେ କରଦାତା ଏକାଧିକ କ୍ଷମା ଆବେଦନ ଦାଖଲ କରିପାରିବେ କି?
ହଁ, ଜଣେ କରଦାତା ଭିନ୍ନ ଭିନ୍ନ ମୂଲ୍ୟାୟନ ବର୍ଷ ଏବଂ ଧାରା କୋଡ୍ର ସଂଯୋଜନ ପାଇଁ ଏକାଧିକ କଣ୍ଡୋନେସନ୍ ଆବେଦନ ଦାଖଲ କରିପାରିବେ।
6: କ୍ଷମା ଅନୁରୋଧ ମଞ୍ଜୁର ହେବା ପରେ ଫର୍ମ 10A କିପରି ଦାଖଲ କରିବେ?
କ୍ଷମା ଆବେଦନ ମଞ୍ଜୁର ହେବା ପରେ, ଫର୍ମ 10A ଦାଖଲ କରିବା ପାଇଁ କରଦାତାଙ୍କୁ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଅନୁସରଣ କରିବାକୁ ହେବ:
ଡ୍ୟାସବୋର୍ଡ --> ଆୟକର ଫର୍ମ --> ଆୟକର ଫର୍ମ ଦାଖଲ -->
ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମ --> ଫର୍ମ 10A --> ବର୍ତ୍ତମାନ ଦାଖଲ କରନ୍ତୁ କୁ ଯାଆନ୍ତୁ
ଏହାପରେ ଆପଣ ଫର୍ମ 10Aର ମୁଖ୍ୟ ପୃଷ୍ଠାକୁ ଯିବେ:
A) ଦାଖଲ ପ୍ରକାରରେ ଏବଂ କ୍ଷମା ପ୍ରକାରରେ “ପୂର୍ବରୁ ସ୍ୱୀକୃତ ହୋଇଥିବା କ୍ଷମା ଆବେଦନ” ଚୟନ କରନ୍ତୁ
B) “ଦଲିଲ ଚିହ୍ନଟ ନମ୍ବର ପ୍ରାପ୍ତ କରନ୍ତୁ” ବଟନ୍ ଉପରେ କ୍ଲିକ୍ କରନ୍ତୁ
C) ମଞ୍ଜୁର ହୋଇଥିବା କ୍ଷମା ଆବେଦନର DIN ନମ୍ବରଗୁଡ଼ିକ ଡ୍ରପ୍-ଡାଉନ୍ ମେନୁରେ ଦେଖାଯିବ।
D) DIN ନମ୍ବର ଚୟନ କରିବା ପରେ, ମଞ୍ଜୁରପ୍ରାପ୍ତ କ୍ଷମା DIN ନମ୍ବର ଆଧାରରେ କ୍ଷମା ବର୍ଷ ସ୍ୱତଃ ପୂରଣ ହୋଇଯିବ। ଏହାପରେ ଆପଣ ଫର୍ମ 10A ଦାଖଲ କରିବା ପାଇଁ ଆଗକୁ ବଢ଼ିପାରିବେ।
ଟିପ୍ପଣୀ : ମଞ୍ଜୁର ହୋଇଥିବା କ୍ଷମା ଅନୁରୋଧ ସହ ଜଡ଼ିତ ଏକ DIN ନମ୍ବର ବ୍ୟବହାର କରି ଥରେ ଫର୍ମ 10A ଦାଖଲ ହୋଇଗଲା ପରେ, ସେହି ସମାନ DIN ନମ୍ବର ବ୍ୟବହାର କରି ଏହାକୁ ପୁନର୍ବାର ଦାଖଲ କରାଯାଇପାରିବ ନାହିଁ; କେବଳ ଫର୍ମ 10A ପ୍ରତ୍ୟାହାର କରିବା ସ୍ଥିତିକୁ ବାଦ୍ ଦେଇ।
ଦୟାକରି ନିମ୍ନରେ ଦିଆଯାଇଥିବା ସ୍କ୍ରିନସଟ୍ ଦେଖନ୍ତୁ:

ଶବ୍ଦକୋଷ
| ସଂକ୍ଷେପ/ସଂକ୍ଷିପ୍ତ ରୂପ | ବିବରଣୀ/ପୂର୍ଣ୍ଣ ସ୍ୱରୂପ |
| AO | ମୂଲ୍ୟାୟନ ଅଧିକାରୀ |
| AY | ମୂଲ୍ୟାୟନ ବର୍ଷ |
| CA | ଚାର୍ଟର୍ଡ ଆକାଉଣ୍ଟାଣ୍ଟ |
| CPC | କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର |
| EVC | ଇଲେକ୍ଟ୍ରୋନିକ ଭେରିଫିକେସନ୍ କୋଡ୍ |