ଧାରା 12A ଅଧୀନରେ ଫର୍ମ 10A ଦାଖଲରେ ହୋଇଥିବା ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା ଆବେଦନ

1. ସଂକ୍ଷିପ୍ତ ବିବରଣୀ

ଯଦି କରଦାତାମାନେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଫର୍ମ 10A ଦାଖଲ କରିନାହାନ୍ତି, ତେବେ ଫର୍ମ 10A ଦାଖଲରେ ହୋଇଥିବା ବିଳମ୍ବକୁ ଛାଡ଼ କରିବା ପାଇଁ ଇ-ଫାଇଲିଂ ପୋର୍ଟାଲରେ କୌଣସି ବ୍ୟବସ୍ଥା ନଥିଲା। ବର୍ତ୍ତମାନ, କରଦାତାମାନେ ଧାରା 12A ଅନ୍ତର୍ଗତ ଫର୍ମ 10A ଦାଖଲ କରିବା ପାଇଁ ଇ-ଫାଇଲିଂ ପୋର୍ଟାଲରେ ବିଳମ୍ବ କ୍ଷମା ପ୍ରାର୍ଥନା ଆବେଦନ କରିପାରିବେ।

ଅର୍ଥ (ନଂ. 2) ଅଧିନିୟମ, 2024 ଅନୁଯାୟୀ, ଆୟକର ଅଧିନିୟମ, 1961ରେ ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁସାରେ, ଧାରା 12A(1)ର କ୍ଲଜ୍‌/ଖଣ୍ଡ (ac)ର ନିୟମ/ପ୍ରାବଧାନ ଭିତ୍ତିରେ ଫର୍ମ 10A ଦାଖଲରେ ହୋଇଥିବା ବିଳମ୍ବକୁ କ୍ଷମା କରିବା ପାଇଁ ପ୍ରିନ୍ସିପାଲ୍ କମିଶନର କିମ୍ବା କମିଶନରଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ଏହି ଉପଭୋକ୍ତା ମାନୁଆଲ୍ ରେ, ଆମେ ବିଳମ୍ବ ଜନିତ କ୍ଷମା ପ୍ରାର୍ଥନା ଆବେଦନ ଦାଖଲ କରିବାର ପଦକ୍ଷେପ-କ୍ରମିକ ପ୍ରକ୍ରିୟା ଏବଂ ଏହା ସହିତ ଜଡ଼ିତ କେତେକ ସାଧାରଣ ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଆଲୋଚନା କରିବା।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା

• ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ

• ଫର୍ମ 10A ଦାଖଲର ନିର୍ଦ୍ଧାରିତ ସମୟସୀମା ଶେଷ ହୋଇଯାଇଛି।

• ବିଳମ୍ବର ବୈଧ କାରଣ

3.ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା

3.1 ଧାରା 12A ଅଧୀନରେ ଫର୍ମ 10A ଦାଖଲରେ ହୋଇଥିବା ବିଳମ୍ବ ପାଇଁ କ୍ଷମା ପ୍ରାର୍ଥନା ଆବେଦନ ଉପଭୋକ୍ତା ମାନୁଆଲ୍

ସମ୍ପୃକ୍ତ କର ନିର୍ଦ୍ଧାରଣ ବର୍ଷଗୁଡ଼ିକ ପାଇଁ ବିଳମ୍ବ ଜନିତ କ୍ଷମା ପ୍ରାର୍ଥନା ନିମନ୍ତେ PCIT/CIT(E)ଙ୍କ ନିକଟରେ ଆବେଦନ।

(ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଫର୍ମ 10Aର ବିଳମ୍ବ ଜନିତ କ୍ଷମା ପ୍ରାର୍ଥନା ଆବେଦନ କେବଳ ଅନଲାଇନ୍‌ ମାଧ୍ୟମରେ ହିଁ ଦାଖଲ କରାଯାଇପାରିବ, ଅଫଲାଇନ୍‌ ଦାଖଲର କୌଣସି ବିକଳ୍ପ ଉପଲବ୍ଧ ନାହିଁ)

ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍‌ ହୋମପେଜ୍‌କୁ ଯାଆନ୍ତୁ ଏବଂ ଲଗ୍‌ଇନ୍‌ ଉପରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 2: ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ଭରନ୍ତୁ।

Data responsive

ସୋପାନ 3: ସେବାଗୁଡ଼ିକ > ବିଳମ୍ବ କ୍ଷମା ଅନୁରୋଧ > ବୈଧାନିକ ଫର୍ମଗୁଡ଼ିକ ପାଇଁ ଆବେଦନକୁ ଯାଆନ୍ତୁ।

Data responsive

ସୋପାନ 4: +କ୍ରିଏଟ୍ କଣ୍ଡୋନେସନ୍ ରିକ୍ଵେଷ୍ଟ ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣ ପୂର୍ବରୁ ପଠାଯାଇଥିବା ଆବେଦନଗୁଡ଼ିକୁ ଦେଖିବାକୁ ଚାହାଁନ୍ତି, ତେବେ "ଭ୍ୟୁ ଡିଟେଲ୍ସ" ଉପରେ କ୍ଲିକ୍ କରନ୍ତୁ

Data responsive

ସୋପାନ 5: ନୂତନ ଆବେଦନ ଆରମ୍ଭ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ବିଳମ୍ବ ଜନିତ କ୍ଷମା ପ୍ରାର୍ଥନା ଆବେଦନ ଫର୍ମ ପୂରଣ କରନ୍ତୁ:

1. କରଦାତାଙ୍କ ବିବରଣୀ

2. ଫର୍ମର ବିବରଣୀ।

• ଯେଉଁ ଧାରା ଅଧୀନରେ କ୍ଷମା ପ୍ରାର୍ଥନା ଆବେଦନ କରାଯାଉଛି ତାହା ଚୟନ କରନ୍ତୁ, ଏବଂ ଫର୍ମର ନାମ, ଧାରା କୋଡ୍, ମୂଲ୍ୟାୟନ ବର୍ଷ ଓ ଉକ୍ତ ଫର୍ମ ଦାଖଲ କରିବାର ସେହି ନିର୍ଦ୍ଧାରିତ ଶେଷ ତାରିଖ ଉଲ୍ଲେଖ କରନ୍ତୁ ଯେଉଁଦିନ ଏହି ନିୟମାନୁପାଳନ ପ୍ରଯୁଜ୍ୟ ହେବାର ଥିଲା।

• ଯଦି ଫର୍ମ 10A ପୂର୍ବରୁ ଦାଖଲ ସରିଛି, ତେବେ ଫର୍ମ 10Aର ଆକନଲେଜମେଣ୍ଟ ନମ୍ବର ଏବଂ ଦାଖଲ କରିଥିବା ତାରିଖ ଭରନ୍ତୁ।

• ଫର୍ମ 10A ଦାଖଲ କରିବାରେ ବିଳମ୍ବ ହେବାର କାରଣ ଭରନ୍ତୁ।

3. ଆଟାଚ୍‌ମେଣ୍ଟ: ଯଦି ଆପଣ "ଫର୍ମଟି ପୂର୍ବରୁ ଦାଖଲ ସରିଛି କି?" କ୍ଷେତ୍ର/ଫିଲ୍ଡ ପାଇଁ ହଁ ଚୟନ କରନ୍ତି, ତେବେ ଦାଖଲ ହୋଇଥିବା ଫର୍ମ 10Aର PDF ଅପ୍‌ଲୋଡ୍‌ କରିବା ବାଧ୍ୟତାମୂଳକ ଅଟେ। ଏହାଛଡ଼ା, ଯଦି ଆପଣ ଅନ୍ୟ କୌଣସି ଦସ୍ତାବେଜ୍‌ ସଂଲଗ୍ନ କରିବାକୁ ଚାହାଁନ୍ତି, ତେବେ ଦୟାକରି ସେହି ସଂଲଗ୍ନକର ବିବରଣୀ ପ୍ରଦାନ କରି ଅନ୍ୟ ଆଟାଚ୍‌ମେଣ୍ଟ୍‌ କ୍ଷେତ୍ରରେ ସଂଲଗ୍ନ କରନ୍ତୁ।

4. ଇ-ଭେରିଫାଏ କରିବା ପାଇଁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ

Data responsiveData responsiveData responsive

ସୋପାନ 7: ଇ-ଯାଞ୍ଚର ମାଧ୍ୟମ ଚୟନ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 8: ଇ-ଯାଞ୍ଚ ସଫଳ ହେବା ପରେ ଆପଣଙ୍କ ଫର୍ମଟି ଦାଖଲ ହୋଇଯିବ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDକୁ ନୋଟ୍ କରି ରଖନ୍ତୁ।

Data responsive