ଫର୍ମ 29B ଉପଭୋକ୍ତା ମାନୁଆଲ୍
1. ସଂକ୍ଷିପ୍ତ ବିବରଣୀ
ଫର୍ମ 29B କମ୍ପାନୀମାନଙ୍କୁ ଆୟକର ଅଧିନିୟମ, 1961ର ଧାରା 115JB ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ମୂଲ୍ୟାୟନ ବର୍ଷ ପାଇଁ ଜଣେ CAଙ୍କ ଦ୍ୱାରା ପ୍ରମାଣିତ ଅର୍ଜିତ ଲାଭ ଘୋଷଣା କରିବାକୁ ସକ୍ଷମ କରେ । ଏହି ଫର୍ମକୁ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ଉଭୟ ମାଧ୍ୟମରେ ଫାଇଲ୍ କରାଯାଇପାରିବ । ଫର୍ମ 29Bକୁ ଧାରା 139(1) ଅଧୀନରେ ଆୟକର ରିଟର୍ଣ୍ଣ ଦାଖଲ କରିବାର ନିର୍ଦ୍ଧାରିତ ତାରିଖର ଏକ ମାସ ପୂର୍ବରୁ କିମ୍ବା ଧାରା 142(1)(i) ଅଧୀନରେ ଜାରି କରାଯାଇଥିବା ନୋଟିସ୍ର ଉତ୍ତରରେ ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣ ସହିତ ଦାଖଲ କରିବା ଉଚିତ ।
2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ
- କରଦାତା ଏବଂ CA ଇ-ଫାଇଲିଂ ପୋର୍ଟାଲ୍ରେ ବୈଧ ଉପଭୋକ୍ତା ID ଏବଂ ପାସ୍ୱାର୍ଡ ସହିତ ପଞ୍ଜୀକୃତ ହୋଇଥିବା ଆବଶ୍ୟକ
- କରଦାତା ଏବଂ CAଙ୍କ PANର ସ୍ଥିତି ସକ୍ରିୟ ଥିବା ଆବଶ୍ୟକ
- କରଦାତାଙ୍କୁ ଫର୍ମ 29B ପାଇଁ ମୋ CA ବିଭାଗ ଅଧୀନରେ ଜଣେ CAଙ୍କୁ ନିଯୁକ୍ତ କରିଥିବା ଆବଶ୍ୟକ
- CAଙ୍କର ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ଏକ ବୈଧ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର (DSC) ଥିବା ଆବଶ୍ୟକ, ଯାହାର ବୈଧତା ସମାପ୍ତ ହୋଇନଥିବ
3. ଫର୍ମ ସମ୍ବନ୍ଧୀୟ ସୂଚନା
3.1 ଉଦ୍ଦେଶ୍ୟ
ସମସ୍ତ କମ୍ପାନୀଙ୍କୁ ଫର୍ମ 29Bରେ ଜଣେ ଅଧିସ୍ୱୀକୃତ CAଙ୍କ ଠାରୁ ଏକ ରିପୋର୍ଟ ପ୍ରାପ୍ତ କରିବାକୁ ହେବ, ଯାହା ଦ୍ୱାରା ଆୟକର ଅଧିନିୟମ, 1961ର ବ୍ୟବସ୍ଥା ଅନୁଯାୟୀ ଅର୍ଜିତ ଲାଭ ସଂଗଣିତ କରାଯାଇଥିବାର ପ୍ରମାଣୀକରଣ କରାଯାଏ ।
3.2 କିଏ ଏହାକୁ ବ୍ୟବହାର କରିପାରିବେ ?
କମ୍ପାନୀମାନଙ୍କୁ (ଲଗ୍ଇନ୍ ପରେ ମୋ CA ସେବା) ମାଧ୍ୟମରେ ଜଣେ CAଙ୍କୁ ନିଯୁକ୍ତ କରିବାକୁ ହେବ, ଯିଏ ଫର୍ମ 29B ରୂପରେ ଏକ ଅଡିଟ୍ ରିପୋର୍ଟ ଦାଖଲ କରିବେ । ଏହା ପରେ, ପଞ୍ଜୀକୃତ CA ଅଡିଟ୍ ରିପୋର୍ଟ ଦାଖଲ କରିବା ପାଇଁ ଆସିଥିବା ଅନୁରୋଧକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବେ । ଯଦି ଅନୁରୋଧ ଗ୍ରହଣ କରାଯାଏ, ତେବେ CAଙ୍କୁ ଫର୍ମ 29B ପ୍ରସ୍ତୁତ କରି ଦାଖଲ କରିବାକୁ ହେବ ।
4. ଫର୍ମର ସଂକ୍ଷିପ୍ତ ବିବରଣୀ
ଫର୍ମ 29Bରେ ତିନୋଟି ଅଂଶ ରହିଛି — ଅଂଶ A, ଅଂଶ B / ଅଂଶ C ଏବଂ ଏକ ଅଡିଟ୍ ରିପୋର୍ଟ । ଏହି ଫର୍ମରେ ତିନୋଟି ଅଂଶ ବିଶିଷ୍ଟ ଅନୁବନ୍ଧ ମଧ୍ୟ ରହିଛି । ପ୍ରଥମ ଅଂଶଟି ସମସ୍ତ କମ୍ପାନୀଙ୍କ ପାଇଁ ପ୍ରଯୋଜ୍ୟ, ଯେତେବେଳେ ଦ୍ୱିତୀୟ ଏବଂ ତୃତୀୟ ଅଂଶ କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲା ପରେ ପ୍ରଯୋଜ୍ୟ ହୁଏ ।
ଫର୍ମ ପୂରଣ ଆରମ୍ଭ କରିବା ପୂର୍ବରୁ, ପଞ୍ଜୀକୃତ CAଙ୍କୁ ଅଂଶ B ଓ ଅଂଶ C ପ୍ରଯୋଜ୍ୟ କି ନୁହେଁ ସେ ବିଷୟରେ ପଚରାଯିବ । ସେହି ଅନୁଯାୟୀ, ପ୍ରଯୋଜ୍ୟ ଅଂଶଗୁଡ଼ିକ ଫାଇଲିଂ ପାଇଁ ଉପଲବ୍ଧ କରାଯିବ ।
4.1 ଅଂଶ A
ପ୍ରଥମ ଅଂଶରେ ଅର୍ଜିତ ଲାଭ ସମ୍ବନ୍ଧୀୟ ସାଧାରଣ ବିବରଣୀ ରହିଥାଏ, ଯାହା ସମସ୍ତ କମ୍ପାନୀଙ୍କ ପାଇଁ ପ୍ରଯୋଜ୍ୟ ।
4.2 ଅଂଶ B / ଅଂଶ C
ଅଂଶ Bରେ ଧାରା 115JBର ଉପଧାରା (2A) ଅନୁଯାୟୀ ବୃଦ୍ଧି କିମ୍ବା ହ୍ରାସ କରିବାକୁ ଥିବା ରାଶିର ବିବରଣୀ ରହିଥାଏ । ଅଂଶ Cରେ ଧାରା 115JBର ଉପଧାରା (2C) ଅନୁଯାୟୀ ବୃଦ୍ଧି କିମ୍ବା ହ୍ରାସ କରିବାକୁ ଥିବା ରାଶିର ବିବରଣୀ ରହିଥାଏ ।
4.3 ହିସାବରକ୍ଷକଙ୍କ ରିପୋର୍ଟ
ଶେଷ ଅଂଶଟି ହେଉଛି CAଙ୍କ ଦ୍ୱାରା ପ୍ରସ୍ତୁତ ଅଡିଟ୍ ରିପୋର୍ଟ ।
5. କିପରି ଆକ୍ସେସ୍ ଓ ଦାଖଲ କରିବେ
ଫର୍ମ 29Bକୁ ନିମ୍ନଲିଖିତ ପଦ୍ଧତିଗୁଡ଼ିକ ମାଧ୍ୟମରେ ପୂରଣ ଏବଂ ଦାଖଲ କରାଯାଇପାରିବ:
- ଅନ୍ଲାଇନ୍ ପଦ୍ଧତି – ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ
- ଅଫ୍ଲାଇନ୍ ପଦ୍ଧତି - ଅଫ୍ଲାଇନ୍ ଉପଯୋଗୀତା ମାଧ୍ୟମରେ
ଟିପ୍ପଣୀ: ଅଧିକ ସୂଚନା ପାଇଁ ଅଫ୍ଲାଇନ୍ ଉପଯୋଗୀତା (ବୈଧାନିକ ଫର୍ମସ୍) ଉପଭୋକ୍ତା ମାନୁଆଲ୍କୁ ଅନୁସରଣ କରନ୍ତୁ ।
ଅନ୍ଲାଇନ୍ ପଦ୍ଧତି ମାଧ୍ୟମରେ ଫର୍ମ 29B ପୂରଣ ଏବଂ ଦାଖଲ କରିବା ପାଇଁ ନିମ୍ନୋକ୍ତ ସୋପାନଗୁଡ଼ିକୁ ଅନୁସରଣ କରନ୍ତୁ ।
5.1. କରଦାତାଙ୍କ ଦ୍ୱାରା ଫର୍ମ 29B ନ୍ୟସ୍ତ କରିବା
ସୋପାନ 1: ଆପଣଙ୍କ ଉପଭୋକ୍ତା ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ ।
ସୋପାନ 2: ଆପଣଙ୍କ ଡ୍ୟାସବୋର୍ଡରେ , ଇ-ଫାଇଲ୍ > ଆୟକର ଫର୍ମସ୍ > ଆୟକର ଫର୍ମସ୍ ଫାଇଲ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3: ଆୟକର ଅଧିନିୟମ, 1961 ଅନୁଯାୟୀ ଥିବା ଫର୍ମଗୁଡ଼ିକ ମଧ୍ୟରୁ ଫର୍ମ 29Bକୁ ଚୟନ/ସନ୍ଧାନ କରନ୍ତୁ ।
ମୋ CA ସେବା ବ୍ୟବହାର କରି ଜଣେ CAଙ୍କୁ ନ୍ୟସ୍ତ କରନ୍ତୁ (ଯଦି ଆପଣ ପୂର୍ବରୁ କୌଣସି CAଙ୍କୁ ନ୍ୟସ୍ତ କରିନାହାନ୍ତି)।
ଟିପ୍ପଣୀ: ଅଧିକ ସୂଚନା ପାଇବା ପାଇଁ ମୋ CA ଉପଭୋକ୍ତା ମାନୁଆଲ୍କୁ ଅନୁସରଣ କରନ୍ତୁ।
ସୋପାନ 4: ମୂଲ୍ୟାୟନ ବର୍ଷ ପ୍ରଦାନ କରନ୍ତୁ ଏବଂ ମୋ CA ସେବା ବ୍ୟବହାର କରି ଜଣେ CAଙ୍କୁ ନ୍ୟସ୍ତ କରନ୍ତୁ । ସମର୍ଥନକାରୀ ଦସ୍ତାବିଜଗୁଡ଼ିକ ସଂଲଗ୍ନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

ଫର୍ମଟି ସଫଳତାର ସହିତ CAଙ୍କ ନିକଟକୁ ଦାଖଲ କରାଯାଇଛି । ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ । ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଟିପ୍ପଣୀ କରି ରଖନ୍ତୁ ।
5.2. CAଙ୍କ ଦ୍ୱାରା ଫର୍ମ 29B ଫାଇଲିଂ କରିବା
ସୋପାନ 1: ଆପଣଙ୍କ ଉପଭୋକ୍ତା ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ।
ସୋପାନ 2:ଆପଣଙ୍କଡ୍ୟାସବୋର୍ଡରେ,ବକେୟା କାର୍ଯ୍ୟଗୁଡ଼ିକ>କାର୍ଯ୍ୟତାଲିକାଉପରେ କ୍ଲିକ୍ କରନ୍ତୁ।
ସୋପାନ 3:ଫର୍ମ 29B ଫାଇଲିଂ କରିବା ପାଇଁ ଥିବା ଅନୁରୋଧକୁ ଗ୍ରହଣ କରନ୍ତୁକିମ୍ବାଅସ୍ଵୀକାର କରନ୍ତୁଉପରେ କ୍ଲିକ୍ କରନ୍ତୁ ।
ଟିପ୍ପଣୀ:
- ଯଦି ଆପଣ ଅସ୍ଵୀକାର କରିବାକୁ ବାଛନ୍ତି, ତେବେ ଆପଣ ତାହାର ସମ୍ପର୍କିତ କାରଣ ପ୍ରଦାନ କରିପାରିବେ ।
- ଅସ୍ଵୀକାର ହେବା ପରେ, ଅସ୍ଵୀକାରର କାରଣ ସମ୍ବନ୍ଧୀୟ ବିବରଣୀକୁ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଇମେଲ୍ ଏବଂ ମୋବାଇଲ୍ ନମ୍ବରରେ କରଦାତାଙ୍କ ନିକଟକୁ ସୂଚନା ପଠାଯିବ ।
ସ୍ୱୀକୃତି ପରେ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହୋଇଯିବ ।
ସୋପାନ 4:ଆପଣଙ୍କକାର୍ଯ୍ୟତାଲିକାରେଫର୍ମ ଫାଇଲ କରନ୍ତୁବିକଳ୍ପକୁ ଚୟନ କରନ୍ତୁ ।
ସୋପାନ 5:ବିବରଣୀଗୁଡ଼ିକୁ ଯାଞ୍ଚ କରନ୍ତୁ ଏବଂଜାରି ରଖନ୍ତୁଉପରେ କ୍ଲିକ୍ କରନ୍ତୁ ।
ସୋପାନ 6: ନିର୍ଦ୍ଦେଶାବଳୀ ପେଜ୍ରେ ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ ।
ସୋପାନ 7:ସମ୍ପର୍କିତ ବିକଳ୍ପଗୁଡ଼ିକ ଉପରେ କ୍ଲିକ୍ କରି ଫର୍ମ 29Bର ଅଂଶ B ଏବଂ ଅଂଶ Cର ପ୍ରଯୁଜ୍ୟତା ଚୟନ କରନ୍ତୁ ଏବଂଆଗକୁ ବଢନ୍ତୁଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:ଆପଣଙ୍କ ଚୟନ ଅନୁଯାୟୀ କେବଳ ପ୍ରଯୋଜ୍ୟ ଅଂଶଗୁଡ଼ିକ ଫର୍ମ ନମ୍ବର 29B ପୃଷ୍ଠାରେ ପ୍ରଦର୍ଶିତ ହେବ ।
ସୋପାନ 8:ପ୍ରଯୋଜ୍ୟ ବିଭାଗଗୁଡ଼ିକ — ଅଂଶ A, ଅଂଶ B / ଅଂଶ C ଏବଂ ହିସାବରକ୍ଷକଙ୍କ ରିପୋର୍ଟ — ପାଇଁ ଆବଶ୍ୟକ ସମସ୍ତ କ୍ଷେତ୍ର ପୂରଣ କରନ୍ତୁ ଏବଂପ୍ରାକ୍ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 9:ପ୍ରାକ୍ ଦୃଶ୍ୟ ପୃଷ୍ଠାରେଇ-ଯାଞ୍ଚ ପାଇଁ ଆଗକୁ ବଢନ୍ତୁଉପରେ କ୍ଲିକ୍ କରନ୍ତୁ ।
ସୋପାନ 10: ନିଶ୍ଚିତ କରିବା ପାଇଁହଁ ଉପରେ କ୍ଲିକ୍ କରନ୍ତୁ ।< br>
ସୋପାନ 11: ହଁ ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ ଇ-ଯାଞ୍ଚ ପୃଷ୍ଠାକୁ ନିଆଯିବ ।
ଟିପ୍ପଣୀ: ଅଧିକ ସୂଚନା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍କୁ ଅନୁସରଣ କରନ୍ତୁ ।
ସଫଳ ଇ-ସତ୍ୟାପନ ପରେ, ଏକ ସଫଳତା ସନ୍ଦେଶ ବିନିମୟ ID ସହିତ ପ୍ରଦର୍ଶିତ ହେବ । ସଫଳ ଦାଖଲ ପରେ, କରଦାତାଙ୍କୁ ଗ୍ରହଣ / ଅସ୍ଵୀକାର ପାଇଁ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ କରଦାତାଙ୍କ ଇମେଲ୍ ଏବଂ ମୋବାଇଲ୍ ନମ୍ବରକୁ ଏକ ନିଶ୍ଚିତକରଣ ସନ୍ଦେଶ ପଠାଯିବ ।
5.3. କରଦାତାଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ଫର୍ମ 29Bର ସ୍ୱୀକୃତି
ସୋପାନ 1: ଉପଭୋକ୍ତା ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ ରେ ଲଗ୍ଇନ୍ କରନ୍ତୁ ।
ସୋପାନ 2:ଆପଣଙ୍କଡ୍ୟାସବୋର୍ଡରେ,ବକେୟା କାର୍ଯ୍ୟଗୁଡ଼ିକ>କାର୍ଯ୍ୟତାଲିକାଉପରେ କ୍ଲିକ୍ କରନ୍ତୁ ।
ସୋପାନ 3:CAଙ୍କ ଦ୍ୱାରା ଅପ୍ଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କରିବା ପାଇଁଗ୍ରହଣ କରନ୍ତୁଚୟନ କରନ୍ତୁ, କିମ୍ବା ଫର୍ମକୁ ପ୍ରତ୍ୟାଖ୍ୟାନ କରିବା ପାଇଁଅସ୍ୱୀକାର କରନ୍ତୁଚୟନ କରି ଏବଂ ପ୍ରତ୍ୟାଖ୍ୟାନ ସମ୍ବନ୍ଧୀୟ ମତାମତ ପ୍ରଦାନ କରନ୍ତୁ ।
ଟିପ୍ପଣୀ:
- ଯଦି ଆପଣ ପ୍ରତ୍ୟାଖ୍ୟାନ କରିବାକୁ ବାଛନ୍ତି, ତେବେ ଆପଣ ସେଥିପାଇଁ ସମ୍ପର୍କିତ କାରଣ ପ୍ରଦାନ କରିପାରିବେ ।
- ପ୍ରତ୍ୟାଖ୍ୟାନ ହେଲେ, ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ CAଙ୍କ ଇମେଲ୍ ଏବଂ ମୋବାଇଲ୍ ନମ୍ବରକୁ ପ୍ରତ୍ୟାଖ୍ୟାନର କାରଣ ସମ୍ବନ୍ଧୀୟ ବିବରଣୀ ପଠାଯିବ।
ସୋପାନ 5: ଗ୍ରହଣ କରନ୍ତୁ ଚୟନ କରିବା ପରେ, ଆପଣଙ୍କୁ ଇ-ଯାଞ୍ଚ ପୃଷ୍ଠାକୁ ନିଆଯିବ, ଯେଉଁଠାରେ ଆପଣ ଅପ୍ଲୋଡ୍ କରାଯାଇଥିବା ଫର୍ମକୁ ଯାଞ୍ଚ କରିପାରିବେ ।
ଟିପ୍ପଣୀ: ଅଧିକ ସୂଚନା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍କୁ ଅନୁସରଣ କରନ୍ତୁ।
ସଫଳ ଇ-ସତ୍ୟାପନ ପରେ, ପ୍ରାପ୍ତିସ୍ୱୀକାର ରସିଦ ନମ୍ବର ସହିତ ଏକ ସଫଳତା ସନ୍ଦେଶ ପ୍ରଦର୍ଶିତ ହେବ । ଆପଣଙ୍କ ଫର୍ମ ସଫଳତାର ସହିତ ଦାଖଲ ହୋଇଥିବାର ପ୍ରତିଜ୍ଞାନ ଇ-ମେଲ୍ ମାଧ୍ୟମରେ କରଦାତାଙ୍କୁ ଏବଂ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ CAଙ୍କ ଇ-ମେଲ୍ ଏବଂ ମୋବାଇଲ୍ ନମ୍ବରକୁ ପଠାଯିବ ।