ଫର୍ମ 10-IEA ୟୁଜର୍ ମାନୁଆଲ୍‌

 

1.ସଂକ୍ଷିପ୍ତ ବିବରଣୀ

ମୂଲ୍ୟାୟନ ବର୍ଷ (A.Y) 2024-25 ଠାରୁ, ନୂତନ ଟିକସ ବ୍ୟବସ୍ଥାକୁ ଡିଫଲ୍ଟ ଟିକସ ବ୍ୟବସ୍ଥା ଭାବରେ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ହେଉଛି, ଯଦି କରଦାତା ପୁରୁଣା ବ୍ୟବସ୍ଥା ବାଛିବା ପାଇଁ ନିଜର ଆଗ୍ରହ ପ୍ରକାଶ ନ କରନ୍ତି, ତେବେ ନୂତନ ବ୍ୟବସ୍ଥା ଅନୁଯାୟୀ ଆୟକର ଦେୟ ହେବ।

ଧାରା 115BAC(6)(ii) ଅନୁଯାୟୀ, ବୃତ୍ତିଗତ କିମ୍ବା ବ୍ୟବସାୟିକ ଆୟ ନଥିବା କରଦାତାମାନେ ଟିକସ ରିଟର୍ଣ୍ଣ ଦାଖଲ ସମୟରେ ସିଧାସଳଖ ନୂତନ କର ବ୍ୟବସ୍ଥାରୁ ଓହରି ଯାଇପାରିବେ।

ତଥାପି, ବ୍ୟବସାୟ ଏବଂ ବୃତ୍ତିରୁ ଆୟ କରୁଥିବା ବ୍ୟକ୍ତିବିଶେଷ, HUF, AOP (ସମବାୟ ସମିତି ବ୍ୟତୀତ), BOI ଏବଂ କୃତ୍ରିମ ନ୍ୟାୟିକ ବ୍ୟକ୍ତି (AJP)ଙ୍କ ପାଇଁ,ପୁରୁଣା ଟିକସ ବ୍ୟବସ୍ଥା ପ୍ରତି ପସନ୍ଦ ଜଣାଇବା ପାଇଁ ଫର୍ମ 10-IEA ଦାଖଲ କରିବା ଆବଶ୍ୟକ । ଯଦି ଏପରି ବ୍ୟକ୍ତିମାନେ ନୂତନ କର ବ୍ୟବସ୍ଥାରୁ ପୁରୁଣା ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି କିମ୍ବା ପୁନର୍ବାର ନୂତନ ଯୋଜନାରେ ପ୍ରବେଶ କରିବାକୁ ଚାହାଁନ୍ତି, ତେବେ ଧାରା 139(1) ଅଧୀନରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫର୍ମ 10-IEA ଦାଖଲ କରିବା ବାଧ୍ୟତାମୂଳକ।

2.ଫର୍ମ ଦାଖଲ ପାଇଁ ପ୍ରାକ୍ ଆବଶ୍ୟକତା ଗୁଡିକ

  • ବୈଧ ଉପଭୋକ୍ତା ଆଇଡି ଏବଂ ପାସୱାର୍ଡ
  • କରଦାତାଙ୍କ ମୋଟ ଆୟରେ ବ୍ୟବସାୟିକ ଆୟ ଅନ୍ତର୍ଭୁକ୍ତ।

3. ଫର୍ମ ସମ୍ବନ୍ଧୀୟ ସୂଚନା

3.1.ଉଦ୍ଦେଶ୍ୟ.

ବ୍ୟବସାୟିକ କ୍ଷେତ୍ର ପାଇଁ, ଫର୍ମ 10-IEA (21 ଜୁନ୍ 2023 ର ବିଜ୍ଞପ୍ତି ନଂ. 43/2023) ଅଧୀନରେ ବିଜ୍ଞପିତ ହୋଇଛି, ଯାହା କରଦାତାଙ୍କୁ ପୁରୁଣା ବା ନୂତନ ବ୍ୟବସ୍ଥା ମଧ୍ୟରୁ ବାଛିବାର ଅଧିକାର ପ୍ରଦାନ କରେ। ଏହି ଫର୍ମ ଜୀବନକାଳରେ ଦୁଇଥର ଦାଖଲ କରାଯାଇପାରିବ ଥରେ ନୂତନ ଟିକସ ବ୍ୟବସ୍ଥାରୁ ଓହରିବା ପାଇଁ ଏବଂ ଥରେ ନୂତନ ଟିକସ ବ୍ୟବସ୍ଥାରେ ପୁନର୍ବାର ପ୍ରବେଶ କରିବା ପାଇଁ।

3.2.କିଏ ବ୍ୟବହାର କରିପାରିବେ?

ବ୍ୟବସାୟିକ ଆୟ ଥିବା କରଦାତା ନୂତନ କର ବ୍ୟବସ୍ଥାରୁ "ଓହରିବା କିମ୍ବା ପୁନର୍ବାର ପ୍ରବେଶ କରିବା" ପାଇଁ ଫର୍ମ 10-IEA ବ୍ୟବହାର କରିପାରିବେ।

4.ଫର୍ମର ସଂକ୍ଷିପ୍ତ ବିବରଣୀ

ଫର୍ମ 10-IEA ତିନୋଟି ଭାଗରେ ବିଭକ୍ତ:

  1. ମୌଳିକ ସୂଚନା,
  2. ଅତିରିକ୍ତ ସୂଚନା
  3. ଘୋଷଣାନାମା ଏବଂ ସତ୍ୟାପନ
Data responsive

ଏଠାରେ ଫର୍ମ 10 IEA ର ବିଭାଗଗୁଡ଼ିକର ଏକ ସ୍ୱଳ୍ପ ଭ୍ରମଣ ବା ସଂକ୍ଷିପ୍ତ ସୂଚନା ଦିଆଯାଇଛି:

4.1.ମୌଳିକ ସୂଚନା 

ଭାଗ 1 ହେଉଛି ମୌଳିକ ସୂଚନା (କରଦାତାଙ୍କ ନାମ PAN, AY ଏବଂ ବ୍ୟକ୍ତିଙ୍କ ସ୍ଥିତି) ଯାହା ଫର୍ମରେ ପୂର୍ବରୁ ପୂରଣ ହୋଇ ରହିବ । ଯଦି ଏହି ଫର୍ମ ପ୍ରଥମ ଥର ପାଇଁ ଦାଖଲ କରାଯାଉଥାଏ,ତେବେ ବାଦ୍ ଦେବା ବିକଳ୍ପଟି ସ୍ୱତଃ-ଚୟନ ହୋଇଯିବ ଏବଂ ଯଦି ସିଷ୍ଟମ୍ ପାଖରେ ବାଦ୍ ଦେବା ବିକଳ୍ପ ସହିତ ଏକ ବୈଧ ଫର୍ମ ଥାଏ,ତେବେ ପୁନଃ-ପ୍ରବେଶ ବିକଳ୍ପଟି ସ୍ୱତଃ-ଚୟନ ହୋଇଯିବ ।

Data responsive

4.2.ଅତିରିକ୍ତ ସୂଚନା

ଭାଗ 2 ଟି ଅତିରିକ୍ତ ସୂଚନା ସହିତ ଜଡ଼ିତ, ଯେଉଁଠାରେ କରଦାତାଙ୍କୁ IFSC ୟୁନିଟ୍ ସମ୍ବନ୍ଧୀୟ ଅତିରିକ୍ତ ସୂଚନା (ଯଦି କିଛି ଥାଏ) ଦେବାକୁ ପଡ଼ିବ।

ଦୟାକରି ଧ୍ୟାନ ଦିଅନ୍ତୁ: ଯଦି ଆପଣ ନୂତନ କର ବ୍ୟବସ୍ଥା ରୁ ବାଦ୍ ପଡ଼ିବାକୁ ଚାହୁଁଛନ୍ତି, ତେବେ ଏହି ଅତିରିକ୍ତ ସୂଚନା ପ୍ୟାନେଲ୍ ଟି ନିଷ୍କ୍ରିୟ ବା ଧୂସର ରଙ୍ଗ ହୋଇଯିବ।

Data responsive

4.3.ଘୋଷଣାନାମା ଏବଂ ସତ୍ୟାପନ

ଭାଗ 3 ହେଉଛି କରଦାତାଙ୍କ ଦ୍ୱାରା ନୂତନ କର ବ୍ୟବସ୍ଥାରୁ ବାହାରିଯିବାକିମ୍ବାସେଥିରେ ପୁନଃପ୍ରବେଶକରିବା ପାଇଁ ଘୋଷଣାନାମା ଏବଂ ସତ୍ୟାପନ।

Data responsive

5. କିପରି ଆକ୍ସେସ୍ ଓ ଦାଖଲ କରିବେ

5.1. କରଦାତାଙ୍କ ଦ୍ୱାରା ଫର୍ମ 10-IEA ଦାଖଲ

ସୋପାନ 1: ଇ-ଫାଇଲିଂ ପୋର୍ଟାଲ୍‌କୁ ଯାଆନ୍ତୁ ଏବଂ ଲଗ୍‌ଇନ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 2: ଲଗ୍‌ଇନ୍ ପୃଷ୍ଠା ରେ ଆପଣଙ୍କର ଉପଭୋକ୍ତା ଆଇଡି ଏବଂ ପାସୱାର୍ଡ ପ୍ରବେଶ କରନ୍ତୁ।

Data responsive

ସୋପାନ 3: ଆପଣଙ୍କ ଡ୍ୟାଶବୋର୍ଡ ରେ, ଇ- ଫାଇଲ୍ ମେନୁ > ଆୟକର ଫର୍ମ > ଆୟକର ଫର୍ମ ଦାଖଲ କରନ୍ତୁ କୁ ଯାଆନ୍ତୁ।

Data responsive

ସୋପାନ 4: ଆୟକର ଫର୍ମ ଦାଖଲ ପୃଷ୍ଠାରେ, ' ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମ ଟ୍ୟାବ୍ ଅଧୀନରେ ଫର୍ମ-10-IEA କୁ ଚୟନ କରନ୍ତୁ। ବିକଳ୍ପ ସ୍ୱରୂପ, ଫର୍ମ ଦାଖଲ କରିବା ପାଇଁ ସର୍ଚ୍ଚ ବକ୍ସରେ ଫର୍ମ 10-IEA ପ୍ରବେଶ କରନ୍ତୁ।

Data responsive

ସୋପାନ 5: ଫର୍ମ 10-IEA ପୃଷ୍ଠାରେ, ପ୍ରାସଙ୍ଗିକ ମୂଲ୍ୟାୟନ ବର୍ଷ ଚୟନ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଫର୍ମ ଦାଖଲ କରିବା ପାଇଁ ଆବଶ୍ୟକ ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରନ୍ତୁ ଏବଂ ଆସନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7: ଯଦି ମୂଲ୍ୟାୟନ ବର୍ଷ ମଧ୍ୟରେ ଆପଣଙ୍କର "ବ୍ୟବସାୟ କିମ୍ବା ବୃତ୍ତିରୁ ଲାଭ ଏବଂ ସୁଫଳ" ଶୀର୍ଷକ ଅଧୀନରେ ଆୟ ଅଛି, ତେବେ ହଁ ଚୟନ କରନ୍ତୁ .

Data responsive

ଦୟାକରି ଧ୍ୟାନ ଦିଅନ୍ତୁ:

  • ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ ଥିବା ବ୍ୟକ୍ତିବିଶେଷ, HUF, AOP (ସମବାୟ ସମିତି ବ୍ୟତୀତ), BOI ଏବଂ AJP ମାନଙ୍କ ପାଇଁ ନୂତନ କର ବ୍ୟବସ୍ଥା ରୁ ବାହାରିବା କିମ୍ବା ପୁନର୍ବାର ପ୍ରବେଶ କରିବା ନିମନ୍ତେ ଫର୍ମ 10-IEA ଦାଖଲ କରିବା ବାଧ୍ୟତାମୂଳକ ଅଟେ।
  • କୌଣସି ବ୍ୟବସାୟ କିମ୍ବା ବୃତ୍ତିଗତ ଆୟ ନଥିବା ବ୍ୟକ୍ତିବିଶେଷ ଏବଂ HUF ମାନେ ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ସିଧାସଳଖ ଭାବରେ ନୂତନ କର ବ୍ୟବସ୍ଥା ରୁ ବାହାରି ପାରିବେ କିମ୍ବା ପୁନର୍ବାର ନୂତନ କର ବ୍ୟବସ୍ଥାରେ ପ୍ରବେଶ କରିପାରିବେ।
Data responsive

ସୋପାନ 8: ଆୟକର ରିଟର୍ଣ୍ଣ ଦାଖଲ ପାଇଁ ପ୍ରଯୁଜ୍ୟ ଶେଷ ତାରିଖ ଚୟନ କରନ୍ତୁ ଏବଂ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ: ପ୍ରଯୁଜ୍ୟ ଶେଷ ତାରିଖ ଚୟନ କରିବାରେ ସହାୟତା ପାଇଁ ଆପଣ 'ସହାୟତା ଦସ୍ତାବିଜ୍' ର ହାଇପରଲିଙ୍କ୍ ଉପରେ କ୍ଲିକ୍ କରି “ସହାୟତା ଦସ୍ତାବିଜ୍” ର ବ୍ୟବହାର ମଧ୍ୟ କରିପାରିବେ।

ସୋପାନ 9: କର ବ୍ୟବସ୍ଥାର ଚୟନକୁ ପ୍ରତିଜ୍ଞାନ କରନ୍ତୁ।

Data responsive

ସୋପାନ 10: ଫର୍ମରେ ତିନୋଟି ବିଭାଗ ଅଛି - ପ୍ରତ୍ୟେକ ବିଭାଗକୁ ପ୍ରତିଜ୍ଞାନ କରନ୍ତୁ। ମୌଳିକ ସୂଚନା ବିଭାଗ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 11: ମୌଳିକ ସୂଚନା ବିଭାଗରେ, ଆପଣଙ୍କର ମୌଳିକ ସୂଚନା ପୂର୍ବରୁ ପୂରଣ ହୋଇ ରହିଥିବ। ଯଦି ଆପଣ ପ୍ରଥମ ଥର ପାଇଁ ଫର୍ମ ଦାଖଲ କରୁଛନ୍ତି, ତେବେ ବାହାରିବା ବିକଳ୍ପ ସ୍ୱତଃ-ଚୟନ ହୋଇଯିବ ଏବଂ ଯଦି ସିଷ୍ଟମରେ ପୂର୍ବରୁ ବାହାରିବା ବିକଳ୍ପ ସହିତ ଏକ ବୈଧ ଫର୍ମ ଥିବ, ତେବେ ପୁନର୍ବାର ପ୍ରବେଶ କରିବା ବିକଳ୍ପ ସ୍ୱତଃ-ହୋଇଯିବ। ସେଭ୍ ଉପରେ କ୍ଲିକ୍ କରନ୍ତୁ।

ବାହାରିବା :

Data responsive

ପୁନର୍ବାର ପ୍ରବେଶ କରିବା :

Data responsive

ସୋପାନ 12: IFSC ୟୁନିଟ୍ ସମ୍ବନ୍ଧୀୟ (ଯଦି କିଛି ଥାଏ) ଆବଶ୍ୟକୀୟ ବିବରଣୀ ଗୁଡ଼ିକୁ ଅତିରିକ୍ତ ସୂଚନା ବିଭାଗରେ ପୂରଣ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ଯଦି ଆପଣ ନୂତନ କର ବ୍ୟବସ୍ଥା ରୁ ବାହାରିବାକୁ ଚୟନ କରୁଛନ୍ତି, ତେବେ ଏହି ଅତିରିକ୍ତ ସୂଚନା ପ୍ୟାନେଲ୍ ଟି ନିଷ୍କ୍ରିୟ ବା ଧୂସର ରଙ୍ଗ ହୋଇଯିବ।"

Data responsive

ସୋପାନ 13: ଫର୍ମର ଘୋଷଣାନାମା ଏବଂ ସତ୍ୟାପନ ବିଭାଗରେ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 14:  ଫର୍ମରେ ଦିଆଯାଇଥିବା ସମସ୍ତ ବିବରଣୀ ଯାଞ୍ଚ କରନ୍ତୁ। ଆପଣ ସମ୍ପାଦନ କରନ୍ତୁ ବଟନ୍ ଉପରେ କ୍ଲିକ୍ କରି ବିବରଣୀଗୁଡ଼ିକୁ ସମ୍ପାଦନ କରିପାରିବେ, ନଚେତ୍ ଇ-ସତ୍ୟାପନ କୁ ଆଗେଇବା ବଟନ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 15: ଫର୍ମକୁ ଯାଞ୍ଚ କରିବା ପାଇଁ ତଳେ ଦିଆଯାଇଥିବା ବିକଳ୍ପଗୁଡ଼ିକ ମଧ୍ୟରୁ ସତ୍ୟାପନ କରିବାର ପଦ୍ଧତି ବାଛନ୍ତୁ।

Data responsive

ସୋପାନ 16: ସତ୍ୟାପନ ସମ୍ପୂର୍ଣ୍ଣ ହେବା ପରେ ଫର୍ମ ଦାଖଲ କରିବାକୁ "ହଁ" ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 17: ବର୍ତ୍ତମାନ ଫର୍ମ ସଫଳତାର ସହିତ ଦାଖଲ ହୋଇଯାଇଛି। ଭବିଷ୍ୟତରେ ସନ୍ଦର୍ଭ ପାଇଁ ବିନିମୟ ID କୁ ଟିପି ରଖନ୍ତୁ।

Data responsive

ବର୍ତ୍ତମାନ, ଯଦି କରଦାତା ଦାଖଲ ହୋଇଥିବା ଫର୍ମ ଦେଖିବାକୁ ଚାହାଁନ୍ତି, ତେବେ ଇ-ଦାଖଲ ମେନୁ > ଦାଖଲ ହୋଇଥିବା ଫର୍ମ ଦେଖନ୍ତୁ > ଆୟକର ଅଧିନିୟମ 1961 ଅନୁସାରେ ଫର୍ମ > ଫର୍ମ 10-IEA କୁ ଯାଆନ୍ତୁ। ଆପଣ ଫର୍ମ ଏବଂ ରସିଦ୍ ଡାଉନଲୋଡ୍ କରିପାରିବେ। ଫର୍ମର ଜୀବନ ଚକ୍ର ଦେଖିବା ପାଇଁ ବିବରଣୀ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsiveData responsiveData responsive