ଫର୍ମ 10BD-BE ୟୁଜର୍ ମାନୁଆଲ୍
1.ସଂକ୍ଷିପ୍ତ ବିବରଣୀ
ଆୟକର ଅଧିନିୟମ, 1961ର ଧାରା 80G ଅଧୀନରେ ଅନୁମୋଦିତ ହୋଇଥିବା ଏକ ଟ୍ରଷ୍ଟ କିମ୍ବା ପ୍ରତିଷ୍ଠାନ କିମ୍ବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଆୟକର କର୍ତ୍ତୃପକ୍ଷଙ୍କ ନିକଟରେ ଫର୍ମ 10BD ସଂଲଗ୍ନ କରାଯିବା ଆବଶ୍ୟକ ହୋଇଥାଏ, ଆୟକର ଅଧିନିୟମ, 1962ର ଅଧିନିୟମ 18AB ସୂଚିତ କରେ ଯେ ଦାନ ଗ୍ରହଣ କରୁଥିବା ଜଣେ ବ୍ୟକ୍ତି ଫର୍ମ ନମ୍ବର 10BDରେ ଦାନର ବିବରଣୀ ସଂଲଗ୍ନ କରିବେ, ଯାହା ପାଇଁ ଦାତା ଏହି ଅଧିନିୟମର ଧାରା 80G ଅଧିନରେ କର ଛାଡ଼ ଲାଭ କରିବେ।
ଏହି ୟୁଜର୍ସ (ସୂଚିତ କରିବା ସଂସ୍ଥା) ନିକଟରେ ପ୍ରତ୍ୟକ୍ଷ ଭାବରେ ଫର୍ମ 10BD ଫାଇଲ୍ କରିବା ଏବଂ ଦାତାଙ୍କ ପାଇଁ ସିଷ୍ଟମ୍ରୁ ଉତ୍ପନ୍ନ ହେଉଥିବା ଫର୍ମ 10BE ପ୍ରମାଣପତ୍ର ଜେନେରେଟ୍ କରିବାର ବିକଳ୍ପ (ଫର୍ମ 10BD ଫାଇଲ୍ କରିବାର 24 ଘଣ୍ଟା ପରେ) କିମ୍ବା ଦାତାଙ୍କ ପାଇଁ ଫର୍ମ 10BEର ମାନୁଆଲ୍ ଜାରି କରିବା ପାଇଁ ପ୍ରି-ଆକନଲେଜମେଣ୍ଟ ନମ୍ବର୍ସ (ପ୍ରି-ARN’s) ଜେନେରେଟ୍ କରିବାର ବିକଳ୍ପ ରହିଥାଏ।
ସୂଚିତ କରିବା ସଂସ୍ଥା (ଟ୍ରଷ୍ଟ କିମ୍ବା ଏକ ପ୍ରତିଷ୍ଠାନ କିମ୍ବା ସ୍ୱେଚ୍ଛାସେବୀ ସଙ୍ଗଠନ) ଫର୍ମ 10BD ପୂରଣ କରିବା ବ୍ୟତୀତ 1000 ସଂଖ୍ୟକ ପର୍ଯ୍ୟନ୍ତ ଫର୍ମ 10BE ପାଇଁ ପ୍ରି-ARN’ ଜେନେରେଟ୍ କରିପାରିବେ। ପ୍ରି-ଆକନଲେଜମେଣ୍ଟ ନମ୍ବର ଏକ ସ୍ୱତନ୍ତ୍ର ନମ୍ବର ହେବ ଯାହାକୁ କି ଦାନ ଗ୍ରହଣ କରିବା ସମୟରେ ଦାତାଙ୍କୁ ଜାରି କରାଯାଉଥିବା ମାନୁଆଲ୍ ଦାନ ପ୍ରମାଣପତ୍ରରେ ଲେଖାଯିବ। ଏପରି ପ୍ରି-ARN’ ସହିତ ଜାରି କରାଯାଇଥିବା ସମସ୍ତ ମାନୁଆଲ୍ ପ୍ରମାଣପତ୍ର ବିବରଣୀ ଫର୍ମ 10BD ଫାଇଲ୍ କରିବା ସମୟରେ ଅନିବାର୍ଯ୍ୟ ଭାବରେ ପୂରଣ କରାଯିବ।
ଫର୍ମ 10BD ଫାଇଲ୍ କରିବା ଦ୍ୱାରା ପୂର୍ବରୁ ଜେନେରେଟ୍ ହୋଇଥିବା ସମସ୍ତ ପ୍ରି-ARN ଶେଷ ହେବା ପରେ ଏହି ସୂଚିତ କରିବା ସଂସ୍ଥା ଦାନ ପ୍ରମାଣପତ୍ରର ମାନୁଆଲ ଆବଣ୍ଟନ ପାଇଁ 1000ର ପରବର୍ତ୍ତୀ ସେଟ୍ର ପ୍ରି-ARN ଉତ୍ପନ୍ନ କରିପାରିବେ।
ଫର୍ମ 10BDରେ ଦାନର ବିବରଣୀ ଫାଇଲ୍ କରିବା ପରେ, ସୂଚିତ କରିବା ସଂସ୍ଥା ଫର୍ମ 10BEରେ ଦାନର ପ୍ରମାଣପତ୍ର ଡାଉନଲୋଡ୍ କରିବା ଏବଂ ଆବଣ୍ଟନ କରିବା ଆବଶ୍ୟକ ଯାହାକି ଅନୁଷ୍ଠାନର ବିବରଣୀ ଯେପରିକି PAN ଏବଂ ନାମ, 80G ଏବଂ 35(1) ଅଧୀନରେ ଅନୁମୋଦନ ନମ୍ବର ସହିତ ଦାନର ଓ ଦାତାଙ୍କର ବିବରଣୀ ଧାରଣ କରିଥାଏ।
ଏହି ୟୁଜର୍ ମାନୁଆଲ୍ ସୋପାନ ଅନୁଯାୟୀ ପ୍ରକ୍ରିୟା ଧାରଣ କରେ-
• ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର କିପରି ଜେନେରେଟ୍ କରିବେ। (ଧାରା 4.1)
• ଜେନେରେଟ୍ ହୋଇଥିବା ପୂର୍ବବର୍ତ୍ତୀ ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଦେଖନ୍ତୁ (ଧାରା 4.2)
• କିପରି ଭାବରେ ଫର୍ମ 10 BD ଫାଇଲ୍ କରିବେ (ଦାନ ଏବଂ ଦାତାଙ୍କ ବିବୃତିର ବିଶେଷତା) (ଧାରା 4.3)
• ଫର୍ମ 10BD ଫାଇଲ୍ କରିବା ପରେ ଫର୍ମ 10BE କିପରି ଜେନେରେଟ୍ କରିବେ (ଧାରା 4.4)
• ସଂଶୋଧିତ ଫର୍ମ 10 BD କିପରି ଫାଇଲ୍ କରିବେ (ଧାରା 4.5)
• ସଂଶୋଧିତ ଫର୍ମ 10 BD କିପରି ଦେଖିବେ (ଧାରା 4.6)
• ସଂଶୋଧିତ ଫର୍ମ 10 BE କିପରି ଦେଖିବେ (ଧାରା 4.7)
2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ
• କରଦାତା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥାନ୍ତି।
• କରଦାତାଙ୍କର ଇ-ଫାଇଲିଂ 2.0 ପୋର୍ଟାଲରେ ଏକ ବୈଧ ୟୁଜର୍ ନେମ୍ (PAN) ଏବଂ ପାସ୍ୱାର୍ଡ ରହିଥାଏ
• କରଦାତାଙ୍କର PANର ସ୍ଥିତି PAN ଡାଟାବେସ୍ ଅନୁଯାୟୀ ‘‘ସକ୍ରିୟ’’ ରହିଥାଏ
• ଯଦି ଏହି କରଦାତା DSC ମାଧ୍ୟମରେ ସତ୍ୟାପନ କରିବାକୁ ଚାହାଁନ୍ତି, ତାଙ୍କର ଏକ ବୈଧ DSC ରହିଥିବା ଉଚିତ୍। ଏହା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଉଚିତ୍ ଏବଂ ଅବଧି ଶେଷ ହୋଇନଥିବ
3. ଏହି ଫର୍ମ ସମ୍ପର୍କରେ
3.1 ଉଦ୍ଦେଶ୍ୟ
ଧାରା 80G(5)(viii) ଏବଂ 35(1A)(i) ପରାମର୍ଶ ଦିଏ ଯେ ସୂଚିତ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ପ୍ରତି ଆର୍ଥିକ ବର୍ଷ ବାବଦକୁ ଆର୍ଥିକ ବର୍ଷ 2021-22ର ଆରମ୍ଭଠାରୁ ବିବୃତିର ବିଶେଷତା ସଂଯୁକ୍ତ କରାଯିବ। ଦାନର ବିବୃତି(ଫର୍ମ 10BDରେ) ଫାଇଲ୍ କରିବା ଅନିବାର୍ଯ୍ୟ ଅଟେ।
3.2 ଏହାକୁ କିଏ ବ୍ୟବହାର କରିପାରିବେ?
ଆୟକର ଅଧିନିୟମର ଧାରା 80G ଅଧୀନରେ ଅନୁମୋଦିତ ଏକ ଟ୍ରଷ୍ଟ କିମ୍ବା ଏକ ସଂସ୍ଥା କିମ୍ବା ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଦ୍ୱାରା ଆୟକର କର୍ତ୍ତୃପକ୍ଷଙ୍କ ନିକଟରେ ଫର୍ମ 10BD ସଂଲଗ୍ନ କରାଯିବା ଆବଶ୍ୟକ ହୋଇଥାଏ।
3.3 ଫର୍ମର ସଂକ୍ଷିପ୍ତ ଅବଲୋକନ
ଫର୍ମ 10 BDର ନିମ୍ନଲିଖିତ 3ଟି ଅଂଶ ରହିଛି -
1 . ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଜେନେରେଟ୍ କରନ୍ତୁ
2. ଜେନେରେଟ୍ ହୋଇଥିବା ପୂର୍ବବର୍ତ୍ତୀ ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଦେଖନ୍ତୁ
3. ଧାରା 80G(5)/35(1A) (i) ଅନୁଯାୟୀ ବିବୃତି ପ୍ରଦାନକାରୀ ବ୍ୟକ୍ତିଙ୍କ ଦ୍ୱାରା ପୂରଣ କରାଯିବାକୁ ଥିବା ନିର୍ଦ୍ଦିଷ୍ଟ ବିବୃତି [ଫର୍ମ 10BD] ଦାଖଲ କରନ୍ତୁ
4. ସୋପାନ ଅନୁଯାୟୀ ମାର୍ଗଦର୍ଶିକା
4.1 . ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଜେନେରେଟ୍ କରନ୍ତୁ
(ଫର୍ମ 10BEର ମାନୁଆଲ୍ ଆବଣ୍ଟନ ପାଇଁ ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଜେନେରେଟ୍ କରିବା ନିର୍ଦ୍ଧାରଣ ବର୍ଷ 2022-23 ପାଇଁ ଫାଇଲିଂରୁ ଉପଲବ୍ଧ ରହିଛି। ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2021-22 ପାଇଁ ଫର୍ମ 10BD ଫାଇଲ୍ କରୁଥାନ୍ତି ଆପଣ ପ୍ରଥମ ଦୁଇଟି ପ୍ୟାନେଲ୍ ‘‘ପୂର୍ବବର୍ତ୍ତୀ ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଜେନେରେଟ୍ କରନ୍ତୁ ବା ଦେଖନ୍ତୁ’’ ଦେଖିବେ ନାହିଁ)
ସୋପାନ 1: ଆପଣଙ୍କର ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ
ସୋପାନ 2: ୟୁଜର୍ ID (PAN) ଏବଂ ପାସ୍ୱାର୍ଡ ପ୍ରବେଶ କରନ୍ତୁ।
ସୋପାନ 3: ଇ-ଫାଇଲ୍> ଆୟକର ଫର୍ମସ > ଆୟକର ଫର୍ମସ ଫାଇଲ୍ କରନ୍ତୁ’କୁ ଯାଆନ୍ତୁ
ସୋପାନ 4: ଆୟକର ଅଧିନିୟମ 1961 ଟ୍ୟାବ୍ ଅନୁଯାୟୀ ଫର୍ମଗୁଡ଼ିକ ଅଧୀନରେ ଫର୍ମ 10BD ଚୟନ କରନ୍ତୁ/ ସନ୍ଧାନ କରନ୍ତୁ।
ସୋପାନ 5: ଡ୍ରପ୍ ଡାଉନ୍ ମେନ୍ୟୁରୁ ଫାଇଲିଂ ପ୍ରକାର ଏବଂ ଆର୍ଥିକ ବର୍ଷ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 6: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।
ସୋପାନ 7: ପ୍ରି-ARN ଜେନେରେଟ୍ କରିବା ପାଇଁ ‘ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଜେନେରଟ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।
ସୂଚନା: ଯଦି ଆପଣ ସିଧାସଳଖ ଭାବରେ 10BD ଫାଇଲ୍ କରିବାକୁ ଚାହାଁନ୍ତି ଏବଂ ସିଷ୍ଟମ୍ରୁ ଜେନେରେଟ୍ ହେଉଥିବା ଫର୍ମ 10BE ପ୍ରମାଣପତ୍ର ଜେନେରେଟ୍ କରିବାକୁ ଚାହାଁନ୍ତି ତେବେ ଦୟାକରି ‘‘ସୂଚିତ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଧାରା 80G(5)/35(1A)(i) [ଫର୍ମ 10BD] ଅଧୀନରେ ଫାଇଲ୍ କରାଯିବା ପାଇଁ ବିବୃତିର ବିଶେଷତା ଫାଇଲ୍ କରନ୍ତୁ’’ ପ୍ୟାନେଲ୍ ଚୟନ କରନ୍ତୁ ଏବଂ ଫାଇଲ୍ କରିବା ଜାରି ରଖନ୍ତୁ।
ସୋପାନ 8: ୟୁଜର୍ ଜେନେରେଟ୍ କରିବାକୁ ଚାହୁଁଥିବା ପ୍ରି-ARN ନମ୍ବରଗୁଡ଼ିକ ପ୍ରବେଶ କରାନ୍ତୁ ଏବଂ ପ୍ରି-ARN ଜେନେରେଟ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଆପଣ ଫର୍ମ 10BD ଫାଇଲ୍ କରିବା ପୂର୍ବରୁ 100 ପର୍ଯ୍ୟନ୍ତ ପ୍ରି-ARN ଜେନେରେଟ୍ କରିପାରିବେ। ଆପଣ ମଧ୍ୟ ସେହି ତାରିଖରେ ଉକ୍ତ ଆର୍ଥିକ ବର୍ଷ ପାଇଁ ବ୍ୟବହାର ହୋଇନଥିବା ପ୍ରି-ARN ଦେଖିପାରିବେ।
ଟିପ୍ପଣୀ: ଏକ ସୁନିଶ୍ଚିତକରଣ ସନ୍ଦେଶ ପ୍ରଦର୍ଶିତ ହୋଇ ବ୍ୟାଖ୍ୟା କରିବ ‘‘ଦୟାକରି ପ୍ରି-ARN ଜେନେରେଟ୍ କରିବାକୁ ସୁନିଶ୍ଚିତ କରନ୍ତୁ। ପରାମର୍ଶ ଦିଆଯାଉଛି ଯେ ପ୍ରଥମେ ବ୍ୟବହୃତ ହୋଇନଥିବା ARN ଗୁଡ଼ିକ ବ୍ୟବହାର କରନ୍ତୁ।”
ସୋପାନ 9: ବର୍ତ୍ତମାନ ଆପଣ ଏକ ସଫଳ ବାର୍ତ୍ତା ଦେଖିବେ “ପ୍ରି ARNs ସଫଳତାର ସହ ଜେନେରେଟ୍ ହୋଇଛି। ଦୟାକରି ARN ଗୁଡ଼ିକର ତାଲିକା ପାଇବା ପାଇଁ 'ଏକ୍ସେଲ୍କୁ ଏକ୍ସପୋର୍ଟ' କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।”
ଜେନେରେଟ୍ ହୋଇଥିବା ARN ଗୁଡ଼ିକର ତାଲିକା ପାଇବା ପାଇଁ 'ଏକ୍ସେଲ୍କୁ ଏକ୍ସପୋର୍ଟ କରନ୍ତୁ' ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:
• ଦାନଗ୍ରାହୀ ଦାନ ପ୍ରାପ୍ତ କରିବା ସମୟରେ ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରିବାର ଆବଶ୍ୟକତା ବ୍ୟତୀତ ତତ୍କାଳ ଦାତାଙ୍କୁ ମାନୁଆଲ୍ 10BE' ଆବଣ୍ଟନ କରିପାରିବେ। ପ୍ରତିଟି ମାନୁଆଲ୍ ରସିଦ୍ରେ ଦାନଗ୍ରାହୀଙ୍କ ଦ୍ୱାରା ପ୍ରି-ARN ଲେଖାଯିବ।
• ଜେନେରେଟ୍ କରାଯାଇଥିବା ପ୍ରି-ARN ବ୍ୟବହାର ହୋଇଯିବା ପରେ ଦାନଗ୍ରାହୀ ପୁନର୍ବାର ଅଧିକ ପ୍ରି-ARN ଜେନେରେଟ୍ କରିପାରିବେ ଏବଂ ମାନୁଆଲ୍ ରସିଦ୍ ଆବଣ୍ଟନ କରିପାରିବେ। ଆପଣ 1000ଟି ପ୍ରି-ARN ପାଇଁ ଏହି ସମାନ ପ୍ରକ୍ରିୟା ଜାରି ରଖିପାରିବେ।
• ଦାନଗ୍ରାହୀ 1000 ଟି ପ୍ରି-ARN ଏଣ୍ଟ୍ରି (ଅବ୍ୟବହୃତ) ବ୍ୟବହାର କରିବା ପରେ ତାଙ୍କୁ ସେହି 1000ଟି ପ୍ରି-ARN ଏଣ୍ଟ୍ରିର ବିବରଣୀ ସହିତ ଫର୍ମ 10BD ଫାଇଲ୍ କରିବାକୁ ହେବ। ଥରେ ଫାଇଲ୍ ହେବା ପରେ 1000ଟି ପ୍ରି-ARN ବ୍ୟବହୃତ ହେବ।
• ଫର୍ମ 10BD ଫାଇଲ୍ କରିବା ଦ୍ୱାରା ପୂର୍ବରୁ ଜେନେରେଟ୍ ହୋଇଥିବା ସମସ୍ତ ପ୍ରି-ARN ବ୍ୟବହାର କରିବା ପରେ ହିଁ କେବଳ ଏହି ଦାନଗ୍ରାହୀ 1000ର ପରବର୍ତ୍ତୀ ସେଟ୍ର ପ୍ରି-ARN ଜେନେରେଟ୍ କରିପାରିବେ।
4.2. ଜେନେରେଟ୍ ହୋଇଥିବା ପୂର୍ବବର୍ତ୍ତୀ ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଦେଖନ୍ତୁ
ସୋପାନ 1:ପୂର୍ବରୁ ଜେନେରେଟ୍ ହୋଇଥିବା ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବରଗୁଡ଼ିକୁ ଦେଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 2: ଏଠାରେ ଆପଣ ସମସ୍ତ ଜେନେରେଟ୍ ହୋଇଥିବା ପ୍ରି-ARNsର ସ୍ଥିତି (ବ୍ୟବହୃତ, ଅବ୍ୟବହୃତ, ଅବଧି ଶେଷ ଏବଂ ବିଲୋପିତ) ଦେଖିପାରିବେ ଏବଂ ଯାଞ୍ଚ କରିପାରିବେ।
ଟିପ୍ପଣୀ: ପ୍ରତି ଚାରି ଘଣ୍ଟାରେ ପ୍ରି-ARNର ସ୍ଥିତି ଅପଡେଟ୍ ହେବ।
ସୋପାନ 2(a): ଆପଣ ଫିଲ୍ଟର୍ ବିକଳ୍ପ ପ୍ରୟୋଗ କରି ନିର୍ଦ୍ଦିଷ୍ଟ ARN ସ୍ଥିତିର ବିବରଣୀ ଦେଖିପାରିବେ/ ଯାଞ୍ଚ କରିପାରିବେ।
ଉପରେ ଡାହାଣ କୋଣରେ ଥିବା ଫିଲ୍ଟର୍ରେ କ୍ଲିକ୍ କରନ୍ତୁ, ଜେନେରେସନର ସ୍ଥିତି ଓ ତାରିଖ ଚୟନ କରନ୍ତୁ (ଠାରୁ- ପର୍ଯ୍ୟନ୍ତ) ଏବଂ ତାହା ପରେ ପ୍ରୟୋଗ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 3: ବର୍ତ୍ତମାନ ଆପଣ ଜେନେରେଟ୍ ହୋଇଥିବା ପ୍ରି-ARNsର ସ୍ଥିତିର ବିବରଣୀ ଯାଞ୍ଚ କରିପାରିବେ।
4.3 ଧାରା 80G(5)/35(1A) (i) ଅଧୀନରେ [ଫର୍ମ 10BD] ଦ୍ୱାରା ସୂଚିତ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଫାଇଲ୍ କରାଯିବାକୁ ଥିବା ବିବୃତିର ବିଶେଷତା ଫାଇଲ୍ କରନ୍ତୁ
ସୋପାନ 1: ଧାରା 80G(5)/35(1A) (i) ଅଧୀନରେ ସୂଚିତ କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ଫାଇଲ୍ କରାଯିବାକୁ ଥିବା ବିବୃତିର ବିଶେଷତା ଫାଇଲ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ
ସୋପାନ 2: ଏହି ମୁଖ୍ୟ ଫର୍ମ 10BD ଖୋଲିବ। ଏଥିରେ ତିନୋଟି ଟ୍ୟାବ୍ ରହିଛି।
• ଟ୍ୟାବ୍ 1: ମୌଳିକ ସୂଚନା - PAN ଏବଂ ସୂଚିତ କରିବା ପାଇଁ ଅବଧି ଧାରଣ କରେ।
• ଟ୍ୟାବ୍ 2: ଦାନଗ୍ରହିତା ଏବଂ ଦାନର ବିବରଣୀ - ଦାତାଙ୍କର ନାମ, ଠିକଣା ଇତ୍ୟାଦି ଧାରଣ କରେ।
• ଟ୍ୟାବ୍ 3: ସତ୍ୟାପନ
ସୋପାନ 3: ମୌଳିକ ସୂଚନା ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 4: ଏହି PAN, ସୂଚିତ କରିବା ପାଇଁ ଅବଧି (01-ଏପ୍ରିଲ୍-202X ରୁ 31-ମାର୍ଚ୍ଚ-202X), ସୂଚିତ କରୁଥିବା ବ୍ୟକ୍ତିଙ୍କର ନାମ ଏବଂ ସମ୍ପୂର୍ଣ୍ଣ ଠିକଣା ମୋ ପ୍ରୋଫାଇଲରୁ ପ୍ରାକ୍ ପୂରଣ ହୋଇଯିବ। ବିବରଣୀ ଯାଞ୍ଚ କରନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ
ଟିପ୍ପଣୀ : ୟୁଜର୍ ଯୋଗାଯୋଗ ବିବରଣୀ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ‘‘ମୋ ପ୍ରୋଫାଇଲ୍’’ କୁ ଏକ ହାଇପରଲିଙ୍କ୍ ପ୍ରଦାନ କରାଯାଇଥାଏ।
ସୋପାନ 5: ‘ମୌଳିକ ସୂଚନା’ରେ ଏକ ସବୁଜ ଟିକ୍ ଚିହ୍ନ ସହିତ ସ୍ଥିତି ‘ସମ୍ପୂର୍ଣ୍ଣ ହୋଇଛି’ ରହିବ।
ସୋପାନ 6: ବର୍ତ୍ତମାନ, ଦାତା ଏବଂ ଦାନର ବିବରଣୀ ଉପରେ କ୍ଲିକ୍ କରନ୍ତୁ। ଏକ୍ସେଲ ଫାଇଲ୍ ଡାଉନଲୋଡ୍ କରିବା ପାଇଁ ଟେମ୍ପଲେଟ୍ ଡାଉନଲୋଡ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଏହି ଏକ୍ସେଲ ଫାଇଲରେ 12ଟି କ୍ଷେତ୍ର କିମ୍ବା ସ୍ତମ୍ଭ ରହିଛି ତାହା ମଧ୍ୟରୁ ଚାରିଟି କ୍ଷେତ୍ର ବା ସ୍ତମ୍ଭରେ ଡ୍ରପ୍ ଡାଉନ୍ - ସ୍ତମ୍ଭ Cରେ ID କୋଡ୍, ସ୍ତମ୍ଭ Eରେ ଧାରା କୋଡ୍, ସ୍ତମ୍ଭ Jରେ ଦାନର ପ୍ରକାର ଏବଂ ସ୍ତମ୍ଭ Kରେ ପ୍ରାପ୍ତିର ମାଧ୍ୟମ ରହିଥାଏ।
ୟୁଜର୍ ସେହି ଅନୁଯାୟୀ ତଥ୍ୟ ପୂରଣ କରିବା ଆବଶ୍ୟକ ହୋଇଥାଏ।
ଟିପ୍ପଣୀ:
• ଦୟାକରି ଅପଲୋଡ୍ କରିବା ପୂର୍ବରୁ ଏହି ଫାଇଲ୍କୁ .csv ରେ ରୂପାନ୍ତରିତ କରନ୍ତୁ।
• CSV ଫାଇଲ୍ରେ ସର୍ବାଧିକ 25000 ସଂଖ୍ୟକ ଧାଡ଼ି ଯୋଗ କରାଯାଇପାରିବ, ଅଧିକ ରେକର୍ଡ ଯୋଗ କରିବା ପାଇଁ ଆପଣ ଆଉ ଏକ ଫର୍ମ 10BD ଫାଇଲ୍ କରିବା ଆବଶ୍ୟକ।
• ସମାନ ଆର୍ଥିକ ବର୍ଷ ପାଇଁ ଏକାଧିକ ଥର ଫର୍ମ 10BD ଫାଇଲ୍ କରିବା ପାଇଁ ଅନୁମତି ଦିଆଯାଇଥାଏ।
• ଫର୍ମ 10BEର ମାନୁଆଲ୍ ଆବଣ୍ଟନ ପାଇଁ ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର ଜେନେରେଟ୍ କରିବା ନିର୍ଦ୍ଧାରଣ ବର୍ଷ 2022-23 ରୁ ଉପଲବ୍ଧ ରହିଛି। ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2021-22 ପାଇଁ ଫର୍ମ 10BD ଫାଇଲ୍ କରୁଥାନ୍ତି ଆପଣ ଅପଲୋଡ୍ ହୋଇଥିବା CSV ଫାଇଲ୍ରେ ‘‘ପ୍ରି-ଆକ୍ନଲେଜ୍ମେଣ୍ଟ ନମ୍ବର’ କ୍ଷେତ୍ର ଶୂନ୍ୟ ଛାଡ଼ି ଦେଇପାରନ୍ତି।
ସୋପାନ-7: ଡାଉନ୍ଲୋଡ୍ ହୋଇଥିବା ଏକ୍ସେଲ ଟେମ୍ପଲେଟ୍ରେ ତଥ୍ୟ ପୂରଣ କରିବା ପରେ, ଏକ୍ସେଲ ଟେମ୍ପଲେଟରେ ତଥ୍ୟ ସେଭ୍ କରନ୍ତୁ।
ତାହା ପରେ ଫାଇଲ୍ >ସେଭ୍ ଆଜ୍ ଉପରେ କ୍ଲିକ୍ କରନ୍ତୁ। ସେଭ୍ ଆଜ୍ ପ୍ରକାରରେ ଡ୍ରପ୍ ଡାଉନ୍ରୁ ‘CSV’ (କମା ଡିଲିମିଟେଡ୍) ଚୟନ କରନ୍ତୁ ଏବଂ ତାହା ପରେ ସେଭ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ଏକ୍ସେଲ ଫାଇଲ୍ରେ ଥିବା ଫାଇଲ୍ CSV ଫର୍ମାଟରେ ସେଭ୍ ହୋଇଯିବ। CSV ଫର୍ମାଟ ଏହି ପୋର୍ଟାଲରେ ଅପଲୋଡ୍ ହେବା ଆବଶ୍ୟକ।

ସୋପାନ 8: CSV ଫାଇଲ୍ ଅପଲୋଡ୍ କରିବା ପାଇଁ CSV ଫାଇଲ୍ ଅପଲୋଡ୍ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ସେଭ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 9: ଦାତା ଏବଂ ଦାନର ବିବରଣୀରେ ଏକ ସବୁଜ ଟିକ୍ ଚିହ୍ନ ସହିତ ସ୍ଥିତି ସମ୍ପୂର୍ଣ୍ଣ ହୋଇଛି ରହିବ।
ବର୍ତ୍ତମାନ, ଫର୍ମ 10BD ସତ୍ୟାପନ କରନ୍ତୁ ଉପରେ କ୍ଲିକ କରନ୍ତୁ।
ସୋପାନ 10: ଏହି ବିବରଣୀ ପୂରଣ କରନ୍ତୁ: ପିତା/ମାତାଙ୍କର ନାମ ଏବଂ ଏହି ଫର୍ମ ଯାଞ୍ଚ କରୁଥିବା ବ୍ୟକ୍ତିଙ୍କର କ୍ଷମତା ଯଥା:- ଟ୍ରଷ୍ଟି, ସଦସ୍ୟ, ନିର୍ଦ୍ଦେଶକ ଇତ୍ୟାଦି। ଏହି ଫିଲ୍ଡରେ ଏହି ଫର୍ମ ଯେଉଁଠାରୁ ଫାଇଲ୍ କରାଯାଇଛି ସେହି ‘ସ୍ଥାନ’ ପୂରଣ କରନ୍ତୁ।
ଟିପ୍ପଣୀ: କୌଣସି ବି ସୂଚନା ଅସମ୍ପୂର୍ଣ୍ଣ ରହିଲେ ସିଷ୍ଟମ୍ ଏକ ତ୍ରୁଟି ଦେଖାଇବ ଏବଂ ଆପଣଙ୍କୁ ଫର୍ମ ସେଭ୍ କରିବାକୁ ଅନୁମତି ଦେବ ନାହିଁ।
ସୋପାନ 11: ମୌଳିକ ସୂଚନା, ଦାତା ଏବଂ ଦାନର ବିବରଣୀ ଏବଂ ସତ୍ୟାପନରେ ଏକ ସବୁଜ ଟିକ୍ ଚିହ୍ନ ସହିତ ସ୍ଥିତି ସମ୍ପୂର୍ଣ୍ଣ ହୋଇଛି ପ୍ରଦର୍ଶିତ ହେବ।
ବର୍ତ୍ତମାନ ପ୍ରାକ୍ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 12: ଇ-ସତ୍ୟାପନ କରିବାକୁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ। ଆପଣ ଯେକୌଣସି ସତ୍ୟାପନ ମାଧ୍ୟମରେ ଏହି ଫର୍ମ ଇ-ସତ୍ୟାପନ କରିପାରିବେ।
ସୋପାନ 13: ଇ-ସତ୍ୟାପନ ପରେ ଆପଣ ସ୍କ୍ରିନ୍ରେ ସଫଳ ସନ୍ଦେଶ ଦେଖିବେ ଯେ ଏହି ଫର୍ମ ସଫଳତାର ସହ ଦାଖଲ ହୋଇଛି।
ଟିପ୍ପଣୀ: ଆପଣ ଫର୍ମ 10BD ଫାଇଲ୍ କରିବା ସମୟଠାରୁ 24 ଘଣ୍ଟା ପରେ ଫର୍ମ 10BE ଡାଉନଲୋଡ୍ କରିପାରିବେ।
4.4 ଫର୍ମ 10BEରେ ଦାନର ପ୍ରମାଣପତ୍ର (ଦାତାଙ୍କ ପାଇଁ)
ଫର୍ମ 10BDରେ ଦାନର ବିବରଣୀ ଫାଇଲ୍ କରିବା ପରେ, ଫର୍ମ 10BEରେ ଦାନର ପ୍ରମାଣପତ୍ର ଡାଉନଲୋଡ୍ କରିବା ଏବଂ ଆବଣ୍ଟନ କରିବା ଆବଶ୍ୟକ ଯାହାକି ସ୍ୱେଚ୍ଛାସେବୀ ସଙ୍ଗଠନର ବିବରଣୀ ଯେପରିକି PAN ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନର ନାମ, 80G ଏବଂ 35(1) ଅଧୀନରେ ଅନୁମୋଦନ ନମ୍ବର ସହିତ ଦାନର ଓ ଦାତାଙ୍କର ବିବରଣୀ ଧାରଣ କରିଥାଏ।
ସୋପାନ 1: ଆପଣଙ୍କର ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ
ସୋପାନ 2: ୟୁଜର୍ ID (PAN) ଏବଂ ପାସ୍ୱାର୍ଡ ପ୍ରବେଶ କରନ୍ତୁ।
ସୋପାନ 3: ଇ ଫାଇଲ୍> ଆୟକର ଫର୍ମସ > ଆୟକର ଫର୍ମସ ଦେଖନ୍ତୁ> ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍କୁ ଯାଆନ୍ତୁ
ସୋପାନ-4: ଡ୍ରପ୍ଡାଉନ୍ 10BE PDFs ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:ଫର୍ମ 10BD ଫାଇଲ୍ କରାଯିବା ସମୟଠାରୁ 24 ଘଣ୍ଟା ପରେ ଫର୍ମ 10BE ଡାଉନ୍ଲୋଡ୍ ପାଇଁ ଉପଲବ୍ଧ ହେବ।
ସୋପାନ-5: ବର୍ତ୍ତମାନ PDF (ଫର୍ମ 10BE) ଡାଉନ୍ଲୋଡ୍ କରାଯାଇଛି ଏବଂ ଦାତାମାନଙ୍କୁ ଜାରି କରାଯାଇପାରିବ।
4.5 ସଂଶୋଧିତ ଫର୍ମ 10BD ଫାଇଲ୍ କରିବା
ସୋପାନ 1: ଆପଣଙ୍କର ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ
ସୋପାନ 2: ୟୁଜର୍ ID (PAN) ଏବଂ ପାସ୍ୱାର୍ଡ ପ୍ରବେଶ କରନ୍ତୁ।
ସୋପାନ 3: ଇ-ଫାଇଲ୍> ଆୟକର ଫର୍ମସ > ଆୟକର ଫର୍ମସ ଫାଇଲ୍ କରନ୍ତୁ’କୁ ଯାଆନ୍ତୁ
ସୋପାନ 4: ଆୟକର ଅଧିନିୟମ 1961 ଟ୍ୟାବ୍ ଅନୁଯାୟୀ ଫର୍ମଗୁଡ଼ିକ ଅଧୀନରେ ଫର୍ମ 10BD ଚୟନ କରନ୍ତୁ/ ସନ୍ଧାନ କରନ୍ତୁ।
ସୋପାନ 5: ଡ୍ରପ୍ ଡାଉନ୍ ମେନ୍ୟୁରୁ ଆର୍ଥିକ ବର୍ଷ ଏବଂ ସଂଶୋଧନ କରାଯାଇଥିବା ଅନୁଯାୟୀ ଫାଇଲିଂ ପ୍ରକାର ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 6: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।
ସୋପାନ 7: ଏହି ମୁଖ୍ୟ ଫର୍ମ 10BD ଖୋଲିବ, ଏଥିରେ 3ଟି ଟ୍ୟାବ୍ ରହିଥାଏ।
1. ଟ୍ୟାବ୍ 1: ମୌଳିକ ସୂଚନା - PAN ଏବଂ ସୂଚିତ କରିବା ଅବଧି ରହିଥାଏ।
2. ଟ୍ୟାବ୍ 2: ଦାନଗ୍ରହିତା ଏବଂ ଦାନର ବିବରଣୀ - ଦାତାଙ୍କର ନାମ, ଠିକଣା ଇତ୍ୟାଦି ରହିଥାଏ।
3. ଟ୍ୟାବ୍ 3: ସତ୍ୟାପନ
ସୋପାନ-8: ମୌଳିକ ସୂଚନା ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 9: ଏହି PAN, ସୂଚିତ କରିବା ପାଇଁ ଅବଧି (01-ଏପ୍ରିଲ୍-202X ରୁ 31-ମାର୍ଚ୍ଚ-202X), ସୂଚିତ କରୁଥିବା ବ୍ୟକ୍ତିଙ୍କର ନାମ ଏବଂ ସମ୍ପୂର୍ଣ୍ଣ ଠିକଣା ମୋ ପ୍ରୋଫାଇଲରୁ ପ୍ରାକ୍ ପୂରଣ ହୋଇଯିବ। ବିବରଣୀ ଯାଞ୍ଚ୍ କରନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଉପରେ କ୍ଲିକ୍ କରନ୍ତୁ
ଟିପ୍ପଣୀ: ୟୁଜର୍ ଯୋଗାଯୋଗ ବିବରଣୀ ଅପଡେଟ୍ କରିବା ଆବଶ୍ୟକ କରିବା ଘଟଣାରେ ‘‘ମୋ ପ୍ରୋଫାଇଲ୍’’ କୁ ଏକ ହାଇପରଲିଙ୍କ୍ ପ୍ରଦାନ କରାଯାଇଥାଏ।
ସୋପାନ 10: ମୌଳିକ ସୂଚନା ଟ୍ୟାବ୍ ସୁନିଶ୍ଚିତ ହୋଇଛି ବର୍ତ୍ତମାନ, ଦାତା ଏବଂ ଦାନର ବିବରଣୀ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 11: ବର୍ତ୍ତମାନ, ଦାତା ଏବଂ ଦାନର ବିବରଣୀ ଉପରେ କ୍ଲିକ୍ କରନ୍ତୁ। ଜେନେରେଟ୍ ହୋଇଥିବା 10BE’s କୁ CSVରେ ଏକ୍ସପୋର୍ଟ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଏକ୍ସେଲ ଫାଇଲ୍ରେ ଜେନେରେଟ୍ ହୋଇଥିବା 10BEsର ବିବରଣୀ।
ସୋପାନ 12: ଏକ୍ସେଲ ଟେମ୍ପଲେଟ୍ ଡାଉନଲୋଡ୍ କରିବା ପାଇଁ ଟେମ୍ପଲେଟ୍ ଡାଉନଲୋଡ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଆପଣ ସଂଶୋଧନ (ଦାତାଙ୍କର ନାମ ପରିବର୍ତ୍ତନ କରିବା, ଦାତାଙ୍କର ଠିକଣା, ପରିମାଣ ଇତ୍ୟାଦି ପରିବର୍ତ୍ତନ/ ଯୋଗ କରିବା) କିମ୍ବା ବିଲୋପ କରିପାରିବେ। ସଂଶୋଧିତ ବିବରଣୀ ଏକ୍ସେଲ ସିଟ୍ରେ ପ୍ରବେଶ କରାନ୍ତୁ ଏବଂ ସ୍ଥିତି ସ୍ତମ୍ଭ Mରେ ସଂଶୋଧିତ କିମ୍ବା ବିଲୋପିତ ଭାବରେ ଚୟନ କରନ୍ତୁ।
10BEs ମୂଳ ନକଲରୁ ସଂଶୋଧିତ କରାଯିବ:
|
10 BE |
ଆବଶ୍ୟକ କାର୍ଯ୍ୟାନୁଷ୍ଠାନ |
|
ARN ପାଇଁ: DEEFB1996A05221000011 |
ନାମ ରୋହନରୁ ରାଜୀବକୁ ପରିବର୍ତ୍ତନ କରନ୍ତୁ ଏବଂ ଠିକଣା ଯୋଗ କରନ୍ତୁ। |
|
ARN ପାଇଁ: DEEFB1996A05221000012 |
ଏହି ଏଣ୍ଟ୍ରିଗୁଡ଼ିକ ବିଲୋପ କରନ୍ତୁ |
ଏକ୍ସେଲ୍ ଫାଇଲ୍ରେ ଏହି ପରିବର୍ତ୍ତନ ପ୍ରବେଶ କରାନ୍ତୁ ଏବଂ ବିବରଣୀ ବିଲୋପ କରନ୍ତୁ।
ସୋପାନ 13: ଡାଉନଲୋଡ୍ ହୋଇଥିବା ଏକ୍ସେଲ୍ ଟେମ୍ପଲେଟ୍ରେ ସଂଶୋଧିତ ତଥ୍ୟ ପୂରଣ କରିବା ପରେ, ଏକ୍ସେଲ୍ ଟେମ୍ପଲେଟ୍ରେ ତଥ୍ୟ ସେଭ୍ କରନ୍ତୁ।
ତାହା ପରେ ଫାଇଲ୍ > ସେଭ୍ ଆଜ୍ କିମ୍ବା Alt+F+Aରେ କ୍ଲିକ୍ କରନ୍ତୁ। ସେଭ୍ ଆଜ୍ ପ୍ରକାରରେ ଡ୍ରପ୍ ଡାଉନ୍ରୁ ‘CSV’ (କମା ଡିଲିମିଟେଡ୍) ଚୟନ କରନ୍ତୁ ଏବଂ ତାହା ପରେ ସେଭ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ଏକ୍ସେଲ ଫାଇଲ୍ରେ ଥିବା ଫାଇଲ୍ CSV ଫର୍ମାଟରେ ସେଭ୍ ହୋଇଯିବ। CSV ଫର୍ମାଟ ଏହି ପୋର୍ଟାଲରେ ଅପଲୋଡ୍ ହେବା ଆବଶ୍ୟକ।
ସୋପାନ 14: CSV ଫାଇଲ୍ ଅପଲୋଡ୍ କରନ୍ତୁ ବଟନ୍ ଉପରେ କ୍ଲିକ୍ କରି CSV ଫାଇଲ୍ ଅପଲୋଡ୍ କରନ୍ତୁ ଏବଂ ସେଭ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।


ସୋପାନ 15: ‘ଦାତା ଏବଂ ଦାନର ବିବରଣୀରେ ଏକ ସବୁଜ ଟିକ୍ ଚିହ୍ନ ସହିତ ସ୍ଥିତି ‘ସମ୍ପୂର୍ଣ୍ଣ ହୋଇଛି’ ରହିବ।
ବର୍ତ୍ତମାନ ଫର୍ମ 10BD ସତ୍ୟାପନ କରିବାକୁ ସତ୍ୟାପନ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 16: ଏହି ବିବରଣୀ ପୂରଣ କରନ୍ତୁ: ପିତା/ମାତାଙ୍କର ନାମ ଏବଂ ଏହି ଫର୍ମ ଯାଞ୍ଚ କରୁଥିବା ବ୍ୟକ୍ତିଙ୍କର କ୍ଷମତା ଯଥା:- ଟ୍ରଷ୍ଟି, ସଦସ୍ୟ, ନିର୍ଦ୍ଦେଶକ ଇତ୍ୟାଦି। ଏହି ଫିଲ୍ଡରେ ଏହି ଫର୍ମ ଯେଉଁଠାରୁ ଫାଇଲ୍ କରାଯାଇଛି ସେହି ‘ସ୍ଥାନ’ ପୂରଣ କରନ୍ତୁ।
ସୋପାନ 17: ମୌଳିକ ସୂଚନା, ଦାତା ଏବଂ ଦାନର ବିବରଣୀ ଏବଂ ସତ୍ୟାପନରେ ଏକ ସବୁଜ ଟିକ୍ ଚିହ୍ନ ସହିତ ସ୍ଥିତି ‘ସମ୍ପୂର୍ଣ୍ଣ ହୋଇଛି’ ରହିବ। ବର୍ତ୍ତମାନ ପ୍ରାକ୍ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 18: ଏହା ହେଉଛି ଫର୍ମ 10BDର ପ୍ରାକ୍ ଦୃଶ୍ୟ ସତ୍ୟାପନ କରିବାକୁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।
ସୋପାନ 19: ସତ୍ୟାପନ କରିବାକୁ ହଁ’ରେ କ୍ଲିକ୍ କରନ୍ତୁ
ସୋପାନ 20: ଇ- ସତ୍ୟାପନ ପଦ୍ଧତି ଚୟନ କରନ୍ତୁ।
ସୋପାନ 21: ଇ-ସତ୍ୟାପନ ପରେ ଆପଣ ସ୍କ୍ରିନ୍ରେ ସଫଳ ସନ୍ଦେଶ ଦେଖିବେ ଯେ ଏହି ଫର୍ମ ସଫଳତାର ସହ ଦାଖଲ ହୋଇଛି।
4.6 ସଂଶୋଧିତ ଫର୍ମ 10 BD ଦେଖନ୍ତୁ
ସୋପାନ 1: ଇ ଫାଇଲ୍> ଆୟକର ଫର୍ମସ > ଆୟକର ଫର୍ମ ଫାଇଲ୍ କରନ୍ତୁ > ଫାଇଲ୍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ > ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍କୁ ଯାଆନ୍ତୁ >10BD ସନ୍ଧାନ କରନ୍ତୁ/ ଚୟନ କରନ୍ତୁ> ଫର୍ମ ଡାଉନଲୋଡ୍ କରନ୍ତୁ
ସୋପାନ 2: ସଂଶୋଧିତ ଫର୍ମ PDF।
4.7 ସଂଶୋଧିତ ଫର୍ମ 10 BE ଦେଖନ୍ତୁ
ସୋପାନ 1: ଇ ଫାଇଲ୍>ଆୟକର ଫର୍ମ ଫାଇଲ୍ କରନ୍ତୁ > ଫାଇଲ୍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ > ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍ କୁ ଯାଆନ୍ତୁ >10BDସନ୍ଧାନ କରନ୍ତୁ/ ଚୟନ କରନ୍ତୁ> 10BE PDFs ଡାଉନଲୋଡ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଫର୍ମ 10BD ଫାଇଲ୍ କରାଯିବା ସମୟଠାରୁ 24 ଘଣ୍ଟା ପରେ ପୋର୍ଟାଲ୍ରେ ସଂଶୋଧିତ ଫର୍ମ 10BE ଉପଲବ୍ଧ ହେବ।
ସୋପାନ 2: ସଂଶୋଧିତ PDFs ଆପଣଙ୍କ ସିଷ୍ଟମରେ ଡାଉନଲୋଡ୍ ହୋଇଥାଏ ଦେଖିବା ପାଇଁ ପିଡିଏଫ୍ ଫାଇଲ୍ ଉପରେ କ୍ଲିକ୍ କରନ୍ତୁ।
ସୋପାନ 3: ବର୍ତ୍ତମାନ ସଂଶୋଧିତ PDF ଖୋଲନ୍ତୁ ଆପଣ ସଂଶୋଧିତ ଫର୍ମ 10BE ଦେଖିପାରିବେ