ଫର୍ମ 10E ୟୁଜର୍ ମାନୁଆଲ୍‌

 

1. ସମୀକ୍ଷା

ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ଅର୍ଜନ କରିଥିବା ସମୁଦାୟ ଆୟ ଉପରେ ସମୁଦାୟ ଆୟକର ପୈଠ ଗଣନା କରାଯାଏ। ତଥାପି, ଯଦି ଏକ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ଅଗ୍ରୀମ କିମ୍ବା ଅବଶିଷ୍ଟ ରାଶି ପୈଠ ବାବଦରେ ଆୟ ହୁଏ, ତେବେ ଆୟ କର ଅଧିନିୟମ ଧାରା 89 ଅଧୀନରେ କର ପୈଠର ଅତିରିକ୍ତ ଦାୟିତ୍ୱ ପାଇଁ ରିଲିଫ୍ ପ୍ରଦାନ କରାଯାଏ।

ସେପରି ରିହାତି ଦାବି କରିବା ପାଇଁ ଫର୍ମ 10E ପୂରଣ କରିବାର ଆବଶ୍ୟକତା ରହିଛି। ଏହା ପରାମର୍ଶ ଦିଆଯାଇଥାଏ ଯେ ଆୟକର ରିଟର୍ଣ୍ଣ ଫାଇଲ୍ କରିବା ପୂର୍ବରୁ ଫର୍ମ 10E ପୂରଣ କରିବେ। ଏହି ଫର୍ମଟି ଇ-ଫାଇଲିଂ ପୋର୍ଟାଲ୍‌ରେ ଉପଲବ୍ଧ। ଯଦି ଫର୍ମ 10E ପୂରଣ ହୋଇନାହିଁ ଓ କରଦାତା ଧାରା 89 ଅଧୀନରେ ରିହାତି ଦାବି କରିଥାନ୍ତି, ତେବେ ଫାଇଲ୍ ହୋଇଥିବା ITR ପ୍ରକ୍ରିୟାକରଣ ହେବ କିନ୍ତୁ ଦାବି କରାଯାଇଥିବା ରିହାତି ପାଇଁ ଅନୁମତି ଦିଆଯିବ ନାହିଁ। ବେତନ ଅଧୀନରେ ଅବଶିଷ୍ଟ ରାଶି/ଅଗ୍ରୀମ ଆୟ ଉପରେ ରିହାତି ଦାବି କରିବା ପାଇଁ ଫର୍ମ 10E ଫାଇଲ୍ କରିବା ଅନିବାର୍ଯ୍ୟ ଅଟେ। ଫର୍ମ 10E କେବଳ ଅନ୍‌ଲାଇନ୍‌ ପଦ୍ଧତି ମାଧ୍ୟମରେ ଦାଖଲ ହୋଇପାରିବ।

2.ଏହି ସେବାର ଲାଭ ନେବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ

  • ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣ ଜଣେ ପଞ୍ଜୀକୃତ ୟୁଜର୍ ହୋଇଥିବା ଉଚିତ୍।
  • କରଦାତାଙ୍କର PANର ସ୍ଥିତି "ସକ୍ରିୟ" ଥିବା ଉଚିତ୍।

3. ଫର୍ମ ସମ୍ବନ୍ଧୀୟ ସୂଚନା

3.1 ଉଦ୍ଦେଶ୍ୟ

ଏକ ଆର୍ଥିକ ବର୍ଷରେ କରଦାତା କୌଣସି ବେତନ କିମ୍ବା ପାରିବାରିକ ପେନ୍‌ସନ୍‌, ଆନୁତୋଷିକ, କଟୌତୀ କ୍ଷତିପୂରଣ କିମ୍ବା ପରିବର୍ତ୍ତିତ ପେନ୍‌ସନ୍‌କୁ ଅଗ୍ରୀମ କିମ୍ବା ଅବଶିଷ୍ଟ ରାଶି ଭାବେ ଗ୍ରହଣ କରିଛନ୍ତି ତେବେ ଆୟ କର ଅଧିନିୟମ ଧାରା 89 ଅଧୀନରେ ରିହାତି ପ୍ରଦାନ କରାଯିବ । ଅନ୍ୟ କୌଣସି କର ନିର୍ଦ୍ଧାରିତ ହାରଠାରୁ ଉଚ୍ଚତର ହାରରେ ସମୁଦାୟ ଆୟ ନିର୍ଦ୍ଧାରିତ ହେଲେହେଁ ଏହି ରିହାତିକୁ ମଞ୍ଜୁର କରାଯାଇଥାଏ । ଆପଣଙ୍କ ଆୟ ସମ୍ବନ୍ଧୀୟ ବିବରଣୀ ଫର୍ମ 10Eରେ ସଂଲଗ୍ନ କରି ଏପରି ରିହାତି ପାଇଁ ଦାବି କରିପାରିବେ।

3.2 କିଏ ଏହାକୁ ବ୍ୟବହାର କରିପାରିବେ?

ସମସ୍ତ ପଞ୍ଜୀକୃତ ୟୁଜର୍, ବ୍ୟକ୍ତିବିଶେଷ ଇ-ଫାଇଲିଂ ପୋର୍ଟାଲ୍‌ରେ ଫର୍ମ 10Eରେ ସେମାନଙ୍କ ଆୟର ବିବରଣୀ ସଂଲଗ୍ନ କରି ଆୟକର ଅଧିନିୟମ 1961ର ଧାରା 89 ଅନୁଯାୟୀ ରିହାତି ଦାବି କରିପାରିବେ।

3.3 ଫର୍ମର ସଂକ୍ଷିପ୍ତ ଅବଲୋକନ

ଫର୍ମ 10Eରେ ସାତଟି ଭାଗ ରହିଛି:

  1. ଅନୁବନ୍ଧ I - ଅବଶିଷ୍ଟ ରାଶି ଭାବରେ ପ୍ରାପ୍ତ ବେତନ / ପାରିବାରିକ ପେନ୍‌ସନ୍।
  2. ଅନୁବନ୍ଧ I - ଅଗ୍ରୀମ ଭାବେ ପ୍ରାପ୍ତ ବେତନ/ପାରିବାରିକ ପେନ୍‌ସନ୍।
  3. ଅନୁବନ୍ଧ II ଓ IIA - ପୂର୍ବ ସେବା ବାବଦକୁ ଆନୁତୋଷିକ ଭାବେ ପ୍ରାପ୍ତ ପୈଠ।
  4. ଅନୁବନ୍ଧ III - ନିଯୁକ୍ତିଦାତା କିମ୍ବା ପୂର୍ବ ନିଯୁକ୍ତିଦାତା କିମ୍ବା 3 ବର୍ଷରୁ ଅଧିକ ହୋଇନଥିବା ନିରନ୍ତର ସେବା ପ୍ରଦାନ କରି ଚାକିରିରୁ ବହିଷ୍କାର ଭିତ୍ତିକ କିମ୍ବା ଯେଉଁଠି ନିୟୋଜନର ଅବଧି ଶେଷ ହୋଇନଥିବା ଅଂଶ 3 ବର୍ଷଠାରୁ କମ୍ ନୁହେଁ ସେହି ପ୍ରକାର କ୍ଷତିପୂରଣ ଭିତ୍ତିକ ଦେୟ।
  5. ଅନୁବନ୍ଧ IV - ପେନ୍‌ସନ୍‌ର ବିନିମୟ

ପ୍ରାପ୍ତ ପରିମାଣର ପ୍ରକୃତି ଉପରେ ଆଧାରିତ, ଫର୍ମ 10E ଫାଇଲିଂ ସମୟରେ ଉପଯୁକ୍ତ ଅନୁବନ୍ଧ ଚୟନ କରିବାର ଆବଶ୍ୟକତା ରହିଛି ।

4. ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା

ସୋପାନ 1: ଆପଣଙ୍କ ୟୁଜର୍‌ ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।

Data responsive

ସୋପାନ 2:ୟୁଜର୍ ID (PAN) ଏବଂ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ।

Data responsive

ସୋପାନ 3: ଇ-ଫାଇଲ୍ > ଆୟକର ଫର୍ମସ୍ > ଆୟକର ଫର୍ମସ୍ ଫାଇଲ୍ କରନ୍ତୁ’କୁ ଯାଆନ୍ତୁ।

Data responsive

ସୋପାନ 4: ଆୟକର ଅଧିନିୟମ 1961 ଟ୍ୟାବ୍ ଅନୁଯାୟୀ ଫର୍ମସ୍ ଅଧୀନରେ ଫର୍ମ 10Eକୁ ଚୟନ/ସନ୍ଧାନ କରନ୍ତୁ।

Data responsive

ସୋପାନ 5: ମୂ.ବ. ଚୟନ କରନ୍ତୁ ଓ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7: ଆୟର ନିର୍ଦ୍ଧିଷ୍ଟ ବିବରଣୀ ସମ୍ବନ୍ଧୀୟ ପ୍ରଯୁଜ୍ୟ ବିଷୟଗୁଡ଼ିକ ଚୟନ କରନ୍ତୁ।

Data responsive

ସୋପାନ 8: ବ୍ୟକ୍ତିଗତ ସୂଚନା ଉପରେ କ୍ଲିକ୍‌ କରନ୍ତୁ ଓ ବ୍ୟକ୍ତିଗତ ସୂଚନା ସୁନିଶ୍ଚିତ କରନ୍ତୁ ଓ ସେଭ୍ କରନ୍ତୁ ଉପରେ କ୍ଲିକ୍‌ କରନ୍ତୁ।

ଟିପ୍ପଣୀ:ଦୟାକରି ନିଶ୍ଚିନ୍ତ ହୁଅନ୍ତୁ ଯେ "ମୋ ପ୍ରୋଫାଇଲ୍‌" ବିଭାଗ ଅଧୀନରେ ଆବାସିକ ସ୍ଥିତି ସହିତ ସମସ୍ତ ଅନିବାର୍ଯ୍ୟ ବିବରଣୀ ସମ୍ପୂର୍ଣ୍ଣ ହୋଇଛି। "ମୋ ପ୍ରୋଫଇଲ୍" ହାଇପର୍‌ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ଆପଣଙ୍କ ଯୋଗାଯୋଗ ବିବରଣୀ ଓ ଆବାସିକ ସ୍ଥିତି ପରିବର୍ତ୍ତନ କରିପାରିବେ।

Data responsive

ସୋପାନ 9.1.a: ବର୍ତ୍ତମାନ ବ୍ୟକ୍ତିଗତ ସୂଚନା ଟ୍ୟାବ୍ ସୁନିଶ୍ଚିତ ହୋଇଛି, ଅବଶିଷ୍ଟ ରାଶି ବେତନ/ପାରିବାରିକ ପେନ୍‌ସନ୍‌ ଉପରେ କ୍ଲିକ୍‌ କରନ୍ତୁ (ଯଦି ଆପଣଙ୍କ ପାଇଁ ପ୍ରଯୁଜ୍ୟ)।

Data responsive

ସୋପାନ 9.1.b: ଏହି ଅଂଶ ଅବଶିଷ୍ଟ ରାଶି ଆକାରରେ ପ୍ରାପ୍ତ କରାଯାଇଥିବା ବେତନ/ପାରିବାରିକ ପେନ୍‌ସନ୍‌ର ସାଧାରଣ ବିବରଣୀ ଧାରଣ କରେ।

ବିବରଣୀ ପ୍ରବେଶ କରନ୍ତୁ ଓ ସେଭ୍ କ୍ଲିକ୍‌ କରନ୍ତୁ।

"ଅବଶିଷ୍ଟ ରାଶି ଆକାରରେ ପ୍ରାପ୍ତ ବେତନ/ପାରିବାରିକ ପେନ୍‌ସନ୍" ଫିଲ୍ଡର ବିବରଣୀ, ସାରଣୀ Aରେ ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ସ୍ୱତଃ ପୂରଣ ହୋଇଯିବ, ଯାହାକି କ୍ର.ସଂ. 6 "ଭିନ୍ନ ପୂର୍ବ ବର୍ଷଗୁଡ଼ିକ ସହିତ ସମ୍ପର୍କିତ ଅବଶିଷ୍ଟ ରାଶି ଆକାରରେ ପ୍ରାପ୍ତ ବେତନ/ପାରିବାରିକ ପେନ୍‌ସନ୍ ବିବରଣୀ" ପରେ ଯୋଗ କରାଯିବ।

ଟିପ୍ପଣୀ: ଏହି ବ୍ୟବସ୍ଥା ଅନୁଯାୟୀ ମୂ.ବ. 2024-25 ପାଇଁ କର ହିସାବ କରାଯାଇଛି ଏବଂ ତା'ପରଠାରୁ ଧାରା 115BAC(1A) ଅନୁଯାୟୀ ପୂର୍ବନିର୍ଦ୍ଧାରିତ ନୂତନ କର ବ୍ୟବସ୍ଥା ଅଧୀନରେ କର ହିସାବ କରାଯାଇଛି, ଯେତେବେଳେ କି ମୂ.ବ. 2023-24 ପର୍ଯ୍ୟନ୍ତ ସମସ୍ତ ମୂଲ୍ୟାୟନ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥା ଅନୁଯାୟୀ କର ହିସାବ କରାଯାଇଛି।

Data responsive

ସୋପାନ 9.2.a: ଅବଶିଷ୍ଟ ରାଶି ବେତନ ଟ୍ୟାବ୍ ବର୍ତ୍ତମାନ ସୁନିଶ୍ଚିତ ହୋଇଛି, ଅଗ୍ରୀମ ବେତନ ଉପରେ କ୍ଲିକ୍‌ କରନ୍ତୁ (ଯଦି ଆପଣଙ୍କ ପାଇଁ ପ୍ରଯୁଜ୍ୟ)।

Data responsive

ସୋପାନ 9.2.b: ଏହି ଅଂଶଟି ଅଗ୍ରୀମ ଆକାରରେ ପ୍ରାପ୍ତ କରାଯାଇଥିବା ବେତନ / ପାରିବାରିକ ପେନ୍‌ସନ୍‌ର ସାଧାରଣ ବିବରଣୀ ଧାରଣ କରେ।

ବିବରଣୀ ପ୍ରବେଶ କରନ୍ତୁ ଓ ସେଭ୍ ଉପରେ କରନ୍ତୁ।

"ଅଗ୍ରୀମ ଆକାରରେ ପ୍ରାପ୍ତ ବେତନ" କ୍ଷେତ୍ରର ବିବରଣୀ ସାରଣୀ Aରେ ଦିଆଯାଇଥିବା ସୂଚନା ଆଧାରରେ ସ୍ୱତଃ ପୂରଣ ହେବ ଯାହାକି କ୍ରମିକ ସଂଖ୍ୟା 6 "ଭିନ୍ନ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକ ସହିତ ସମ୍ପର୍କିତ ଅବଶିଷ୍ଟ ରାଶି ଆକାରରେ ପ୍ରାପ୍ତ ବେତନ/ପାରିବାରିକ ପେନ୍‌ସନ୍ ବିବରଣୀ" ପରେ ଯୋଗ କରାଯିବ।

ଟିପ୍ପଣୀ : ଏହି ବ୍ୟବସ୍ଥା ଅନୁଯାୟୀ ମୂ.ବ. 2024-25 ପାଇଁ କର ହିସାବ କରାଯାଇଛି ଏବଂ ତା'ପରଠାରୁ ଧାରା 115BAC(1A) ଅନୁଯାୟୀ ପୂର୍ବନିର୍ଦ୍ଧାରିତ ନୂତନ କର ବ୍ୟବସ୍ଥା ଅଧୀନରେ କର ହିସାବ କରାଯାଇଛି, ଯେତେବେଳେ କି ମୂ.ବ. 2023-24 ପର୍ଯ୍ୟନ୍ତ ସମସ୍ତ ମୂଲ୍ୟାୟନ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥା ଅନୁଯାୟୀ କର ହିସାବ କରାଯାଇଛି।

Data responsive

ସୋପାନ 9.3.a: ଅଗ୍ରୀମ ବେତନ ଟ୍ୟାବ୍ ବର୍ତ୍ତମାନ ସୁନିଶ୍ଚିତ ହୋଇଛି, ଆନୁତୋଷିକ ଉପରେ କ୍ଲିକ୍‌ କରନ୍ତୁ (ଯଦି ଆପଣଙ୍କ ପାଇଁ ପ୍ରଯୁଜ୍ୟ)।

Data responsive

ସୋପାନ 9.3.b: ଏହି ଅଂଶଟି ପୂର୍ବ ସେବା ଅନୁଯାୟୀ ଆନୁତୋଷିକ ରୂପରେ ପ୍ରାପ୍ତ ପୈଠ ଉପରେ ସାଧାରଣ ବିବରଣୀ ଧାରଣ କରେ।

ବିବରଣୀ ପ୍ରବେଶ କରନ୍ତୁ ଓ ସେଭ୍ ଉପରେ କ୍ଲିକ୍‌ କରନ୍ତୁ।

ଟିପ୍ପଣୀ: ଏହି ବ୍ୟବସ୍ଥା ଅନୁଯାୟୀ ମୂ.ବ. 2024-25 ପାଇଁ କର ହିସାବ କରାଯାଇଛି ଏବଂ ତା'ପରଠାରୁ ଧାରା 115BAC(1A) ଅନୁଯାୟୀ ପୂର୍ବନିର୍ଦ୍ଧାରିତ ନୂତନ କର ବ୍ୟବସ୍ଥା ଅଧୀନରେ କର ହିସାବ କରାଯାଇଛି, ଯେତେବେଳେ କି ମୂ.ବ. 2023-24 ପର୍ଯ୍ୟନ୍ତ ସମସ୍ତ ମୂଲ୍ୟାୟନ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥା ଅନୁଯାୟୀ କର ହିସାବ କରାଯାଇଛି।

Data responsive

ସୋପାନ 9.4.a: ବର୍ତ୍ତମାନ ଆନୁତୋଷିକ ଟ୍ୟାବ୍ ସୁନିଶ୍ଚିତ ହୋଇସାରିଛି, ଚାକିରିରୁ ବହିଷ୍କାର ଜନିତ କ୍ଷତିପୂରଣ ଟ୍ୟାବ୍ ଉପରେ କ୍ଲିକ୍‌ କରନ୍ତୁ (ଯଦି ଆପଣଙ୍କ ପାଇଁ ପ୍ରଯୁଜ୍ୟ)।

Data responsive

ସୋପାନ 9.4.b: ଏହି ଅଂଶରେ ନିଯୁକ୍ତିଦାତା କିମ୍ବା ପୂର୍ବ ନିଯୁକ୍ତିଦାତାଙ୍କଠାରୁ ଚାକିରି ରୁ ବହିଷ୍କାର ସମୟରେ କିମ୍ବା ଏହା ସହ ଜଡ଼ିତ ମିଳିଥିବା କ୍ଷତିପୂରଣର ସାଧାରଣ ବିବରଣୀ ରହିଛି, ଯେଉଁଠାରେ ନିରବଚ୍ଛିନ୍ନ ସେବା 3 ବର୍ଷରୁ ଅଧିକ ନୁହେଁ କିମ୍ବା ଚାକିରିର ଅବଶିଷ୍ଟ ସମୟ 3 ବର୍ଷରୁ କମ୍ ନୁହେଁ।

ବିବରଣୀ ପ୍ରବେଶ କରନ୍ତୁ ଓ ସେଭ୍ ଉପରେ କ୍ଲିକ୍‌ କରନ୍ତୁ।

ଟିପ୍ପଣୀ : ଏହି ବ୍ୟବସ୍ଥା ଅନୁଯାୟୀ ମୂ.ବ. 2024-25 ପାଇଁ କର ହିସାବ କରାଯାଇଛି ଏବଂ ତା'ପରଠୁ ଧାରା 115BAC(1A) ଅନୁଯାୟୀ ପୂର୍ବନିର୍ଦ୍ଧାରିତ ନୂତନ କର ବ୍ୟବସ୍ଥା ଅଧୀନରେ କର ହିସାବ କରାଯାଇଛି, ଯେତେବେଳେ କି ମୂ.ବ. 2023-24 ପର୍ଯ୍ୟନ୍ତ ସମସ୍ତ ମୂଲ୍ୟାୟନ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥା ଅନୁଯାୟୀ କର ହିସାବ କରାଯାଇଛି।

Data responsive

ସୋପାନ 9.5.a: ଚାକିରିରୁ ବହିଷ୍କାର ଜନିତ କ୍ଷତିପୂରଣ ଟ୍ୟାବ୍ ବର୍ତ୍ତମାନ ସୁନିଶ୍ଚିତ ହୋଇସାରିଛି, ପେନ୍‌ସନ୍‌ରେ ପରିବର୍ତ୍ତନ ଟ୍ୟାବ୍ ଉପରେ କ୍ଲିକ୍‌ କରନ୍ତୁ (ଯଦି ଆପଣଙ୍କ ପାଇଁ ପ୍ରଯୁଜ୍ୟ)।

Data responsive

ସୋପାନ 9.5.b: ଏହି ଅଂଶ ପେନ୍‌ସନ୍‌ର ବିନିମୟରେ ପୈଠର ସାଧାରଣ ବିବରଣୀ ଧାରଣ କରେ।

ବିବରଣୀ ପ୍ରବେଶ କରନ୍ତୁ ଓ ସେଭ୍ କ୍ଲିକ୍‌ କରନ୍ତୁ।

ଟିପ୍ପଣୀ : ଏହି ବ୍ୟବସ୍ଥା ଅନୁଯାୟୀ ମୂ.ବ. 2024-25 ପାଇଁ କର ହିସାବ କରାଯାଇଛି ଏବଂ ତା'ପର ଠାରୁ ଧାରା 115BAC(1A) ଅନୁଯାୟୀ ପୂର୍ବନିର୍ଦ୍ଧାରିତ ନୂତନ କର ବ୍ୟବସ୍ଥା ଅଧୀନରେ କର ହିସାବ କରାଯାଇଛି, ଯେତେବେଳେ କି ମୂ.ବ. 2023-24 ପର୍ଯ୍ୟନ୍ତ ସମସ୍ତ ମୂଲ୍ୟାୟନ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥା ଅନୁଯାୟୀ କର ହିସାବ କରାଯାଇଛି।

Data responsive

ସୋପାନ 10: ବର୍ତ୍ତମାନ ପେନ୍‌ସନ୍‌ରେ ପରିବର୍ତ୍ତନ ଟ୍ୟାବ୍ ସୁନିଶ୍ଚିତ ହୋଇଛି, ଯାଞ୍ଚ ଟ୍ୟାବ୍ ଉପରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 11: ଚେକ୍ ବକ୍ସ ଚୟନ କରନ୍ତୁ, ଅବସ୍ଥିତି ଭରନ୍ତୁ ଏବଂ ସେଭ୍ କରନ୍ତୁ ଉପରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 12: ବର୍ତ୍ତମାନ ସମସ୍ତ ଟ୍ୟାବ୍ ସୁନିଶ୍ଚିତ ହୋଇଛି, ପ୍ରାକ୍‌ ଦୃଶ୍ୟ ଉପରେ କ୍ଲିକ୍‌ କରନ୍ତୁ।

Data responsive

ସୋପାନ 13: ଏହା ଫର୍ମର ପ୍ରାକ୍‌ ଦୃଶ୍ୟ । ଯଦି ବିବରଣୀ ପ୍ରାକ୍‌ ଦୃଶ୍ୟ ପୃଷ୍ଠାରେ ଠିକ୍ ଅଛି, ତେବେ ଇ-ଯାଞ୍ଚ ପାଇଁ ଆଗକୁ ବଢନ୍ତୁ ଉପରେ କ୍ଲିକ୍‌ କରନ୍ତୁ, ଅନ୍ୟଥା ଆପଣ ବିବରଣୀ ସମ୍ପାଦନ କରିପାରିବେ।

Data responsive

ସୋପାନ 14:ଯାଞ୍ଚ କରିବାର ଯେକୌଣସି ପଦ୍ଧତି ମାଧ୍ୟମରେ ଆପଣ ଫର୍ମର ଇ-ଯାଞ୍ଚ କରିପାରିବେ।

Data responsive

ଇ-ଯାଞ୍ଚ ପରେ, ଫର୍ମ 10E ଦାଖଲ ହୋଇଯିବ। ଆକ୍‌ନଲେଜ୍‌ମେଣ୍ଟ ସଂଖ୍ୟା ଜେନେରେଟ୍ ହୋଇଯିବ ଓ ପଞ୍ଜୀକୃତ ଇମେଲ୍‌ ID ଓ ମୋବାଇଲ ନମ୍ବରରେ ପଠାଇଦିଆଯିବ।

5. ଫାଇଲ୍ କରାଯାଇଥିବା ଫର୍ମକୁ ଦେଖିପାରିବେ?

ଇ-ଫାଇଲ୍ > ଆୟକର ଫର୍ମସ୍ > ଫାଇଲ୍ ହୋଇଥିବା ଫର୍ମସ୍ ଦେଖନ୍ତୁ > ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍‌କୁ ଯାଆନ୍ତୁ।

Data responsive

ଫାଇଲ୍‌ କରାଯାଇଥିବା ଫର୍ମ ଏଠାରେ ପ୍ରଦର୍ଶିତ ହେବ।

Data responsive