ଫର୍ମ 15CC ଉପଭୋକ୍ତା ମାନୁଆଲ୍‌

1. ସଂକ୍ଷିପ୍ତ ବିବରଣୀ

ଆୟକର ଅଧିନିୟମ, 1961ର ଧାରା 195 ଏବଂ ଆୟକର ନିୟମାବଳୀ, 1962ର ନିୟମ 37BB ଅନୁଯାୟୀ, ଯଦି କୌଣସି ଅଧିସ୍ୱୀକୃତ ଡିଲର୍ ଜଣେ ଅଣ-ବାସିନ୍ଦା, ଯିଏ କୌଣସି କମ୍ପାନୀ ନୁହନ୍ତି କିମ୍ବା କୌଣସି ବିଦେଶୀ କମ୍ପାନୀକୁ କୌଣସି ଅର୍ଥ ପ୍ରଦାନ କରୁଛନ୍ତି, ତେବେ ସେହିପରି ସମସ୍ତ ଦେୟର ବିବରଣୀ ଫର୍ମ 15CC ମାଧ୍ୟମରେ ଦାଖଲ କରିବା ବାଧ୍ୟତାମୂଳକ ଅଟେ।

ଏହି ବିବୃତିଟି ଆର୍ଥିକ ବର୍ଷର ସମ୍ପୃକ୍ତ ତ୍ରୈମାସିକ ଶେଷ ହେବାର 15 ଦିନ ମଧ୍ୟରେ ଆୟକର ବିଭାଗର ସକ୍ଷମ ପ୍ରାଧିକାରୀଙ୍କ ପାଖରେ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ଦାଖଲ କରିବା ବାଧ୍ୟତାମୂଳକ ଅଟେ।

ଫର୍ମ 15CC କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ଦାଖଲ କରାଯାଇପାରିବ।


2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ

ଉପଭୋକ୍ତା ପ୍ରାକ୍ ଆବଶ୍ୟକତାଗୁଡ଼ିକ
ସୂଚିତ କରିବା ସଂସ୍ଥା
  • ଇ-ଫାଇଲିଂ ପୋର୍ଟାଲରେ ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ପଞ୍ଜିକୃତ ହୋଇଥିବା ଉପଭୋକ୍ତା
  • RBI ଅନୁମୋଦିତ ତାଲିକା ଅନୁଯାୟୀ ଅଧିସ୍ୱୀକୃତ ଡିଲରବୃନ୍ଦ
  • ITDREIN ଜେନେରେଟ୍ ହୋଇଛି
  • PAN / TAN ସକ୍ରିୟ ରହିଛି
ଅଧିସ୍ୱୀକୃତ ବ୍ୟକ୍ତିମାନେ
  • ଇ-ଫାଇଲିଂ ପୋର୍ଟାଲରେ ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ପଞ୍ଜିକୃତ ଉପଭୋକ୍ତା
  • ITDREIN ସକ୍ରିୟ ଏବଂ ବୈଧ ରହିଛି
  • PAN / TAN ସକ୍ରିୟ ରହିଛି
  • ବୈଧ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର
  • ଜେନେରେଟ୍ ହୋଇଥିବା ITDREIN ସହିତ ମେଳକ କରାଯାଇଛି
  • ଫର୍ମ 15CC ଫାଇଲ୍ କରିବା ପାଇଁ ITDREIN ଆକାଉଣ୍ଟ ଅନୁରୋଧ ସକ୍ରିୟ କରାଯାଇଛି


3. ଫର୍ମ ସମ୍ବନ୍ଧୀୟ ସୂଚନା

3.1. ଉଦ୍ଦେଶ୍ୟ

ନିୟମ 37BB ଆବଶ୍ୟକ କରେ ଯେ ଅଧିସ୍ୱୀକୃତ ଡିଲର୍‌ମାନେ ଫର୍ମ 15CCରେ ପ୍ରତି ତ୍ରୟମାସ ପାଇଁ କରାଯାଇଥିବା ଅର୍ଥପ୍ରେରଣ ବାବଦକୁ ଏକ ତ୍ରୈମାସିକ ବିବରଣୀ ସଂଲଗ୍ନ କରିବେ।  

ଫର୍ମ 15CC ଫାଇଲ୍ କରିବା ପୂର୍ବରୁ, ଏହି ସୂଚିତ କରୁଥିବା ସଂସ୍ଥା ଇ-ଫାଇଲିଂ ପୋର୍ଟାଲ୍‌ରେ ITDREIN (ଫର୍ମ 15CC ଓ ଫର୍ମ V ଦାଖଲ କରିବା ପାଇଁ ଆୟକର ବିଭାଗ ଦ୍ୱାରା ଜାରି କରାଯାଉଥିବା ଏକ ସ୍ୱତନ୍ତ୍ର ID) ଜେନେରେଟ୍ କରିବା ଆବଶ୍ୟକ ହୋଇଥାଏ। ସଫଳତାର ସହ ITDREIN ଜେନେରେଟ୍ ହେବା ପରେ, ସୂଚିତ କରୁଥିବା ସଂସ୍ଥା ଜଣେ ଅଧିସ୍ୱୀକୃତ ବ୍ୟକ୍ତିଙ୍କୁ ଜେନେରେଟ୍ ହୋଇଥିବା ITDREIN ନମ୍ବର ବାବଦକୁ ଫର୍ମ 15CC ଫାଇଲ୍ କରିବା ପାଇଁ ଯୋଗ କରିବା ଆବଶ୍ୟକ ହୋଇଥାଏ।

3.2. କିଏ ଏହାକୁ ବ୍ୟବହାର କରିପାରିବେ?

ITDREIN ନମ୍ବର ଜେନେରେଟ୍ ହେବା ପରେ ସୂଚିତ କରୁଥିବା ସଂସ୍ଥା ଦ୍ୱାରା ଅଧିସ୍ୱୀକୃତ ବ୍ୟକ୍ତିମାନଙ୍କୁ ଯୋଗ କରାଯାଇଥାଏ।

3.3. ଫର୍ମର ସଂକ୍ଷିପ୍ତ ଅବଲୋକନ

ଫର୍ମ 15CCର ତିନୋଟି ବିଭାଗ ରହିଛି:

  1. ଅଧିସ୍ୱୀକୃତ ଡିଲର୍‌ଙ୍କର ବିବରଣୀ
  2. ଅର୍ଥ ପ୍ରେରଣ ବିବରଣୀ
  3. ସତ୍ୟାପନ
Data responsive

4. ସୋପାନ ଅନୁଯାୟୀ ମାର୍ଗଦର୍ଶିକା

ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।

Data responsive

ସୋପାନ 2: ITDREIN, ଆପଣଙ୍କର ଉପଭୋକ୍ତା

 

 

 

ID (PAN) ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।

Data responsive

ସୋପାନ 3: ଇ-ଫାଇଲ୍> ଆୟକର ଫର୍ମସ > ଆୟକର ଫର୍ମସ ଫାଇଲ୍ କରନ୍ତୁ’କୁ ଯାଆନ୍ତୁ।

Data responsive

ସୋପାନ 4: ଆୟକର ଅଧିନିୟମ 1961 ଟ୍ୟାବ୍ ଅନୁଯାୟୀ ଫର୍ମଗୁଡ଼ିକ ଅଧୀନରେ ଫର୍ମ 15CC ଚୟନ କରନ୍ତୁ/ ସନ୍ଧାନ କରନ୍ତୁ।

Data responsive

ସୋପାନ 5: ଫାଇଲିଂ ପ୍ରକାର ଏବଂ ଆର୍ଥିକ ବର୍ଷ (F.Y.), ତ୍ରୟମାସ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7.1.a: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କଲେ ଫର୍ମ 15CC ପ୍ରଦର୍ଶିତ ହେବ। ‘ଅଧିସ୍ୱୀକୃତ ଡିଲର୍‌ ବିବରଣୀ’ ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7.1.b: ଏହି ଅଂଶ ଅଧିସ୍ୱୀକୃତ ଡିଲର୍‌ଙ୍କର ବିବରଣୀ ଧାରଣ କରେ।
ବିବରଣୀ ଯାଞ୍ଚ କରନ୍ତୁ ଏବଂ ସେଭ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: ମୋ ପ୍ରୋଫାଇଲ୍ ବିଭାଗରୁ ଅଧିସ୍ୱୀକୃତ ଡିଲର୍‌ଙ୍କର ବିବରଣୀ ପୂର୍ବରୁ ପୂରଣ ହୋଇଯିବ।

Data responsive

ସୋପାନ 7.2.a: ବର୍ତ୍ତମାନ ଅଧିସ୍ୱୀକୃତ ଡିଲର୍ ଟ୍ୟାବ୍ ସୁନିଶ୍ଚିତ ହୋଇଛି, ‘‘ଅର୍ଥ ପ୍ରେରଣ ବିବରଣୀ’’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 7.2.b: ଏହି ବିଭାଗରେ ଆପଣ ଅର୍ଥପ୍ରେରଣକାରୀ, ପ୍ରାପକ ଏବଂ କେଉଁ ଅବସ୍ଥାନରେ ପ୍ରେରଣ ସମ୍ପୂର୍ଣ୍ଣ କରାଯାଇଛି ବିବରଣୀ ପୂରଣ କରିପାରିବେ।

ଆପଣ ଏକ ଟେମ୍ପଲେଟ୍ (ସମାନ ପୃଷ୍ଠାରେ ଉପଲବ୍ଧ) ବ୍ୟବହାର କରି ଏକାଧିକ ଅର୍ଥ ପ୍ରେରଣର ବିବରଣୀ ଅପ୍‌ଲୋଡ୍‌ କରିବା ପାଇଁ ଏକ .csv ଫାଇଲ୍ ବ୍ୟବହାର କରିପାରିବେ। CSV ଟେମ୍ପଲେଟ୍ ଡାଉନ୍‌ଲୋଡ୍‌ କରିବା ପାଇଁ ଏକ ଶୂନ୍ୟ ଟେମ୍ପଲେଟ୍ ଡାଉନ୍‌ଲୋଡ୍‌ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ଏହି csv ଫାଇଲ୍ ଅପ୍‌ଡେଟ୍‌ କରିବା ପରେ ବିବରଣୀ ଅପ୍‌ଲୋଡ୍‌ କରିବା ପାଇଁ CSV ଫାଇଲ୍ ସଂଲଗ୍ନ କରନ୍ତୁ ଉପରେ କ୍ଲିକ୍ କରନ୍ତୁ। ଦୟାକରି csv ଟେମ୍ପଲେଟ୍ ପୂରଣ କରିବା ପାଇଁ ଅଧିକ ସୂଚନା ନିମନ୍ତେ ନିର୍ଦ୍ଦେଶାବଳି ଡାଉନ୍‌ଲୋଡ୍‌ କରନ୍ତୁ ଏବଂ ସେଭ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7.3.a: ଅର୍ଥ ପ୍ରେରଣ ବିବରଣୀ ଟ୍ୟାବ୍ ସୁନିଶ୍ଚିତ ହୋଇଛି, ବର୍ତ୍ତମାନ ‘‘ସତ୍ୟାପନ’’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7.3.b: ଅବସ୍ଥିତି ପ୍ରବେଶ କରାନ୍ତୁ ଏବଂ ‘ସେଭ୍ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 8: ବର୍ତ୍ତମାନ ସମସ୍ତ ଟ୍ୟାବ୍ ସୁନିଶ୍ଚିତ ହୋଇଛି। ପ୍ରାକ୍‌ ଦୃଶ୍ୟ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 9: ଏହା ହେଉଛି ଫର୍ମର ପ୍ରାକ୍‌ ଦୃଶ୍ୟ। ଯଦି ପ୍ରାକ୍‌ ଦୃଶ୍ୟରେ ବିବରଣୀ ସଠିକ୍ ରହିଥାଏ ଇ-ଯାଞ୍ଚ କରିବାକୁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ, ଅନ୍ୟଥା ଆପଣ ବିବରଣୀ ସମ୍ପାଦନ କରିପାରିବେ।

Data responsive

ସୋପାନ 10:  ଦାଖଲ କରିବାକୁ 'ହଁ' ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 11:  'ହଁ'ରେ କ୍ଲିକ୍ କଲେ ଆପଣଙ୍କୁ ଇ-ଯାଞ୍ଚ ପୃଷ୍ଠାକୁ ନିଆଯିବ ଯେଉଁଠାରେ ଆପଣ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ବ୍ୟବହାର କରି ଯାଞ୍ଚ କରିପାରିବେ।

Data responsive

ଇ-ସତ୍ୟାପନ ପରେ 15CC ଦାଖଲ ହୋଇଯିବ। ଆକ୍‌ନଲେଜ୍‌ମେଣ୍ଟ ନମ୍ବର ଜେନେରେଟ୍ ହେବ ଏବଂ ପଞ୍ଜିକୃତ ଇମେଲ୍ ID ମୋବାଇଲ୍ ନମ୍ବରରେ ଜଣାଇ ଦିଆଯିବ।

Data responsive

5. ଫାଇଲ୍ ହୋଇଥିବା ଫର୍ମଗୁଡ଼ିକ କିପରି ଦେଖିବେ??

ଇ ଫାଇଲ୍> ଆୟକର ଫର୍ମସ > ଫାଇଲ୍ ହୋଇଥିବା ଫର୍ମସ ଦେଖନ୍ତୁ> ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମସ୍‌କୁ ଯାଆନ୍ତୁ

Data responsive

ଫାଇଲ୍‌ କରାଯାଇଥିବା ଫର୍ମ ଏଠାରେ ପ୍ରଦର୍ଶିତ ହେବ।

Data responsive