ଫର୍ମ 174

1. ସମୀକ୍ଷା

ପେନ୍‌ସନ୍ ଫଣ୍ଡ ଦ୍ୱାରା ଫର୍ମ୍ 174 ଦାଖଲ କରାଯାଏ, ଯାହା ମାଧ୍ୟମରେ ଆୟକର ଅଧିନିୟମ, 2025ର ଧାରା 92(2)(k)ରେ ଉଲ୍ଲେଖିତ ଡିଭିଡେଣ୍ଡ, ସୁଧ, ଯେକୌଣସି ରାଶି ଏବଂ ଭାରତରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ନିବେଶରୁ ଉତ୍ପନ୍ନ ପୁଞ୍ଜି ଲାଭ ଉପରେ 100% କର ଛାଡ଼ ପାଇବା ପାଇଁ। ଏହି ନିବେଶ ଋଣ ପୁଞ୍ଜି, ଶେୟାର୍ ପୁଞ୍ଜି କିମ୍ବା ୟୁନିଟ୍‌ର ରୂପରେ ହୋଇପାରେ।

2. ଏହି ସେବା ଉପଲବ୍ଧ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ

• କରଦାତା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ।
• କରଦାତାଙ୍କ ପାଖରେ ଇ-ଫାଇଲିଂ 2.0 ପୋର୍ଟାଲର ବୈଧ ୟୁଜରନେମ୍ (ପ୍ୟାନ୍‌) ଏବଂ ପାସୱାର୍ଡ ଥିବା ଆବଶ୍ୟକ।
• ପ୍ୟାନ୍‌ ଡାଟାବେସ୍ ଅନୁସାରେ କରଦାତାଙ୍କ ପ୍ୟାନ୍‌ର ସ୍ଥିତି "ସକ୍ରିୟ" ହୋଇଥିବା ଆବଶ୍ୟକ।
• DSC ପଦ୍ଧତି ମାଧ୍ୟମରେ ଫର୍ମ୍‌କୁ ଭେରିଫାଏ କରିବା ପାଇଁ କରଦାତାଙ୍କ ପାଖରେ ଏକ ବୈଧ DSC ଥିବା ଆବଶ୍ୟକ। ଏହା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଏବଂ ଏହାର ବୈଧତା ଅବଧି ସମାପ୍ତ ହୋଇନଥିବା ଆବଶ୍ୟକ।

3. ଫର୍ମ୍ ସମ୍ବନ୍ଧୀୟ ସୂଚନା

3.1 ଉଦ୍ଦେଶ୍ୟ

ଏହି ଫର୍ମ୍ ଦାଖଲ କରିବାର ଉଦ୍ଦେଶ୍ୟ ହେଉଛି ଆୟକର ଅଧିନିୟମ, 2025ର ଧାରା 92(2)(k)ରେ ଉଲ୍ଲେଖିତ ଡିଭିଡେଣ୍ଡ, ସୁଧ, ଯେକୌଣସି ରାଶି ଏବଂ ଭାରତରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଋଣ ପୁଞ୍ଜି, ଶେୟାର୍ ପୁଞ୍ଜି କିମ୍ବା ୟୁନିଟ୍‌ର ରୂପରେ କରାଯାଇଥିବା ନିବେଶରୁ ଉତ୍ପନ୍ନ ପୁଞ୍ଜି ଲାଭ ଉପରେ 100% କର ଛାଡ଼ ପ୍ରାପ୍ତ କରିବା।

3.2 କିଏ ଏହାର ବ୍ୟବହାର କରିପାରିବେ?

ଫର୍ମ୍ 174 ଏକ ପେନ୍‌ସନ୍ ଫଣ୍ଡ ଦ୍ୱାରା ଦାଖଲ କରାଯାଏ, ଯାହା ଆୟକର ଅଧିନିୟମ, 2025ର ଅନୁସୂଚୀ V [ତାଲିକା: କ୍ରମ ସଂଖ୍ୟା 7, ଟିପ୍ପଣୀ 5(a)(iii)(D)] ଅନୁସାରେ ଯୋଗ୍ୟ ଅଟେ। ଏହି ଉଦ୍ଦେଶ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ମାଧ୍ୟମରେ ନିର୍ଦ୍ଦିଷ୍ଟ କରାଯାଇଥିବା ଏବଂ ସେହି ବିଜ୍ଞପ୍ତିରେ ଉଲ୍ଲେଖିତ ସର୍ତ୍ତଗୁଡ଼ିକ ପୂରଣ କରୁଥିବା, ତଥା ନିର୍ଦ୍ଦିଷ୍ଟ ଅନ୍ୟାନ୍ୟ ସର୍ତ୍ତଗୁଡ଼ିକ ପାଳନ କରୁଥିବା ପେନ୍‌ସନ୍ ଫଣ୍ଡ ଏହି ଫର୍ମ୍‌ର ବ୍ୟବହାର କରିପାରିବ।

3.3 ଫର୍ମ୍‌ର ଏକ ଝଲକ

ଫର୍ମ୍ 174ରେ ଚାରୋଟି ପ୍ୟାନେଲ୍ ରହିଛି:

  1. ଭାଗ A - ପେନ୍‌ସନ୍ ଫଣ୍ଡର ବିବରଣୀ
  2. ଭାଗ B - ପ୍ରମାଣୀକରଣ
  3. ଅଟାଚ୍‌ମେଣ୍ଟସ୍
  4. ଭେରିଫିକେସନ୍‌
Data responsive

4. ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା

ସୋପାନ 1:ଆପଣଙ୍କ ୟୁଜର୍ ID ଏବଂ ପାସୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ।

Data responsive

ସୋପାନ 2: ୟୁଜର୍ ID (ପ୍ୟାନ୍‌) ଏବଂ ପାସୱାର୍ଡ ଦାଖଲ କରନ୍ତୁ।

Data responsive

ସୋପାନ 3: ଇ-ଫାଇଲ୍ > ଆୟକର ଫର୍ମ୍‌ଗୁଡ଼ିକ > ଆୟକର ଫର୍ମ୍ ଦାଖଲ କରନ୍ତୁ କୁ ଯାଆନ୍ତୁ।

Data responsive

ସୋପାନ 4: ତିନୋଟି ଟ୍ୟାବ୍‌ ମଧ୍ୟରୁ ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମ୍‌ଗୁଡ଼ିକ ଟ୍ୟାବ୍‌କୁ ଚୟନ କରନ୍ତୁ, ଫର୍ମ୍ 174କୁ ଚୟନ କରନ୍ତୁ କିମ୍ବା ଖୋଜନ୍ତୁ, ଏବଂ ଏବେ ଫାଇଲ୍ କରନ୍ତୁ ବଟନ୍‌ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 5: ପ୍ୟାନ୍‌, ଦାଖଲ ପଦ୍ଧତି ଏବଂ ଫାଇଲିଂ ପ୍ରକାର ଯାଞ୍ଚ କରନ୍ତୁ। ପରେ ପ୍ରଯୋଜ୍ୟ କର ବର୍ଷ ଚୟନ କରି କଣ୍ଟିନ୍ୟୁ ବଟନ୍‌ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 6:  ଆରମ୍ଭ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 7: ଆରମ୍ଭ କରନ୍ତୁ ଉପରେ କ୍ଲିକ୍ କରିବା ପରେ, ବ୍ୟବହାରକାରୀଙ୍କୁ ପ୍ୟାନେଲ୍ ସ୍କ୍ରିନ୍‌କୁ ନିଆଯିବ। ଆଗକୁ ବଢ଼ିବା ପାଇଁ ଭାଗ A - ପେନ୍‌ସନ୍ ଫଣ୍ଡର ବିବରଣୀ ପ୍ୟାନେଲ୍‌କୁ ଚୟନ କରନ୍ତୁ। ପ୍ରଯୋଜ୍ୟ ବିବରଣୀଗୁଡ଼ିକ ପୂରଣ କରନ୍ତୁ, ଭେରିଫାଏ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: ଦୟାକରି ନିଶ୍ଚିତ କରନ୍ତୁ ଯେ “ମୋ ପ୍ରୋଫାଇଲ୍” ବିଭାଗ ଅନ୍ତର୍ଗତ ଠିକଣା ସମେତ ସମସ୍ତ ଅନିବାର୍ଯ୍ୟ ବିବରଣୀ ପୂରଣ ହୋଇଛି। “ମୋ ପ୍ରୋଫାଇଲ୍” ହାଇପରଲିଙ୍କ୍‌ ଉପରେ କ୍ଲିକ୍ କରି ଆପଣ ଆପଣଙ୍କ ଯୋଗାଯୋଗ ଏବଂ ଠିକଣା ବିବରଣୀ ଅପଡେଟ୍ କରିପାରିବେ।

Data responsive

ସୋପାନ 8: ପ୍ରଥମ ପ୍ୟାନେଲ୍‌କୁ ସେଭ୍ କରିବା ପରେ, ଭାଗ B– ପ୍ରମାଣୀକରଣ ନାମକ ଦ୍ୱିତୀୟ ପ୍ୟାନେଲ୍‌କୁ ଚୟନ କରନ୍ତୁ।

ଚେକ୍‌ବକ୍ସ ଉପରେ କ୍ଲିକ୍ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 9: ଦ୍ୱିତୀୟ ପ୍ୟାନେଲ୍‌କୁ ସେଭ୍ କରିବା ପରେ, ତୃତୀୟ ପ୍ୟାନେଲ୍: ଆଟାଚମେଣ୍ଟ୍‌ଗୁଡ଼ିକ ଚୟନ କରନ୍ତୁ। ଏହି “ଆଟାଚମେଣ୍ଟ୍‌ଗୁଡ଼ିକ” ପ୍ୟାନେଲ୍‌ରେ ସମ୍ପର୍କିତ ଦସ୍ତାବିଜଗୁଡ଼ିକ ଆଟାଚ୍ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 10: ତୃତୀୟ ପ୍ୟାନେଲ୍‌କୁ ସେଭ୍ କରିବା ପରେ, “ଭେରିଫିକେସନ୍” ପ୍ୟାନେଲ୍ ଚୟନ କରନ୍ତୁ। ଭେରିଫିକେସନ୍ ପ୍ୟାନେଲ୍‌କୁ ନିଶ୍ଚିତ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 11: ଭେରିଫିକେସନ୍ ପ୍ୟାନେଲ୍‌କୁ ସେଭ୍ କରିବା ପରେ, ପ୍ୟାନେଲ୍‌ର ସ୍ଥିତି ସମ୍ପୂର୍ଣ୍ଣ ହେଲା ଭାବରେ ପ୍ରଦର୍ଶିତ ହେବ ଏବଂ ପ୍ରିଭ୍ୟୁ ବଟନ୍ ସକ୍ରିୟ ହୋଇଯିବ।

Data responsive

ସୋପାନ 12: ପ୍ରିଭ୍ୟୁ ପୃଷ୍ଠାରେ ବିବରଣୀଗୁଡ଼ିକୁ ଯାଞ୍ଚ କରନ୍ତୁ ଏବଂ ଇ-ଭେରିଫାଏକୁ ଅଗ୍ରସର ହୁଅନ୍ତୁ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: “ଡାଉନଲୋଡ୍” ବଟନ୍‌ରେ କ୍ଲିକ୍ କରି, ୟୁଜର୍ ପ୍ରିଭ୍ୟୁ PDF ଡାଉନଲୋଡ୍ କରିପାରିବେ ଏବଂ ଇ- ଭେରିଫିକେସନ୍ ଅଗ୍ରସର ହେବା ପୂର୍ବରୁ ବିବରଣୀଗୁଡ଼ିକୁ ଯାଞ୍ଚ କରିପାରିବେ।

Data responsive

ସୋପାନ 13: ଇ-ଭେରିଫାଏକୁ ଅଗ୍ରସର ହୁଅନ୍ତୁ ବଟନ୍‌ରେ କ୍ଲିକ୍ କରିବା ପରେ, ଏକ ପପ୍-ଅପ୍ ନିଶ୍ଚିତକରଣ ବାର୍ତ୍ତା ପ୍ରଦର୍ଶିତ ହେବ, ଯେଉଁଥିରେ ଆପଣ ଇ-ଭେରିଫାଏକୁ ଅଗ୍ରସର ହେବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ ଥିବ। ହଁ ଉପରେ କ୍ଲିକ୍ କରନ୍ତୁ।

Data responsive

ସୋପାନ 14: ହଁ ଉପରେ କ୍ଲିକ୍ କରିବା ପରେ, ଆପଣ ଇ-ଭେରିଫାଏ ପୃଷ୍ଠାକୁ ଯିବେ, ଯେଉଁଠାରେ ଆପଣ DSC/EVC ବ୍ୟବହାର କରି ଫର୍ମ 174କୁ ଭେରିଫାଏ କରିପାରିବେ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ଭେରିଫାଏ କିପରି କରିବେ ୟୁଜର୍ ମାନୁଆଲ୍‌କୁ ଦେଖନ୍ତୁ।

ସୋପାନ 15: ସଫଳ ଭାବରେ ଇ-ଭେରିଫିକେସନ୍ ସମ୍ପୂର୍ଣ୍ଣ ହେବା ପରେ, ଏକ ସଫଳତା ସନ୍ଦେଶ ସହିତ ଟ୍ରାଞ୍ଜାକ୍ସନ୍ ID ଏବଂ ଆକ୍ନଲେଜମେଣ୍ଟ ରିସିପ୍ଟ ନମ୍ବର ଦେଖାଯିବ। ଭବିଷ୍ୟତ ସନ୍ଦର୍ଭ ପାଇଁ ଟ୍ରାଞ୍ଜାକ୍ସନ୍ ID ଏବଂ ଆକ୍ନଲେଜମେଣ୍ଟ ରସିଦ ନମ୍ବର ଲେଖି ରଖନ୍ତୁ। ଆପଣଙ୍କୁ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ଇମେଲ୍ ଆଇଡି(ଗୁଡ଼ିକ) ଏବଂ ମୋବାଇଲ୍ ନମ୍ବର(ଗୁଡ଼ିକ) ଉପରେ ମଧ୍ୟ ନିଶ୍ଚିତି ସନ୍ଦେଶ ମିଳିବ।

ପ୍ରାପ୍ତିସ୍ୱୀକାର ରସିଦ ଡାଉନଲୋଡ୍ କରିବା ପାଇଁ ଡାଉନଲୋଡ୍ ବଟନ୍‌ ଉପରେ କ୍ଲିକ୍ କରନ୍ତୁ।

Data responsive

ଫର୍ମ୍ 189 ସଫଳତାପୂର୍ବକ ଦାଖଲ କରିବା ପରେ, ବ୍ୟବହାରକାରୀ ଭରାଯାଇଥିବା ଫର୍ମ୍‌କୁ ଦେଖିପାରିବେ— ଆପଣଙ୍କ ଡ୍ୟାଶବୋର୍ଡରେ ଯାଇ ଇ-ଫାଇଲ୍ > ଆୟକର ଫର୍ମ୍‌ଗୁଡ଼ିକ ଦାଖଲ କରନ୍ତୁ > ଦାଖଲ କରାଯାଇଥିବା ଫର୍ମ୍‌ଗୁଡ଼ିକ ଦେଖନ୍ତୁ > ଆୟକର ଅଧିନିୟମ 2025 ଅନୁଯାୟୀ ଦାଖଲ କରାଯାଇଥିବା ଫର୍ମ୍‌ଗୁଡ଼ିକ ଦେଖନ୍ତୁ ଟ୍ୟାବ୍‌ରେ ଯାଇ।

ଟିପ୍ପଣୀ: ଅଧିକ ଜାଣିବା ପାଇଁ ପୂରଣ କରାଯାଇଥିବା ଫର୍ମ ଦେଖିବାର ବ୍ୟବହାରକାରୀ ମାନୁଆଲ୍ ପଢ଼ନ୍ତୁ।

5.ସମ୍ବନ୍ଧିତ ବିଷୟଗୁଡ଼ିକ

  • ଲଗ୍‌ଇନ୍‌ କରନ୍ତୁ
  • ଡ୍ୟାଶ୍‌ବୋର୍ଡ
  • ଇ-ଭେରିଫାଏ କିପରି କରିବେ
  • DSC ପଞ୍ଜିକରଣ କରନ୍ତୁ

6.ଶବ୍ଦାବଳୀ

ସଂକ୍ଷିପ୍ତ/ସଂକ୍ଷେପ ବିବରଣୀ / ପୂର୍ଣ୍ଣ ରୂପ
DSC ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର
EVC ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ ପ୍ରମାଣପତ୍ର
ARN ପ୍ରାପ୍ତିସ୍ୱୀକାର ରସିଦ ନମ୍ବର
PY ପୂର୍ବ ବର୍ଷ
FY ଆର୍ଥିକ ବର୍ଷ
TY କର ବର୍ଷ