ଫର୍ମ 2 ଉପଭୋକ୍ତା ମାନୁଆଲ୍
1.ସମୀକ୍ଷା
ଏକ ସଂସ୍ଥା ଯିଏ ଭିତ୍ତିଭୂମି ମୂଳଧନ କମ୍ପାନୀ କିମ୍ବା ଭିତ୍ତିଭୂମି ମୂଳଧନ ପାଣ୍ଠି କିମ୍ବା ଭିତ୍ତିଭୂମି ଋଣ ପାଣ୍ଠି କିମ୍ବା ପବ୍ଲିକ୍ ସେକ୍ଟର କମ୍ପାନୀ ହୋଇ ଅଧିନିୟମ ଧାରା 2(112)ରେ କୌଣସି ସାଇଫର୍ କୁପନ୍ ବଣ୍ଡ୍ ବିଜ୍ଞପ୍ତି ପାଇଁ ଫର୍ମ ସଂଖ୍ୟ 2ରେ ଗୋଟିଏ ଦରଖାସ୍ତ ଫାଇଲ୍ କରିବେ ।
2. ଏହି ସେବା ଉପଲବ୍ଧ କରିବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡିକ
• ଇ-ଫାଇଲିଂ ପୋର୍ଟାଲ୍ରେ ଆପଣ ଜଣେ ପଞ୍ଜିକୃତ ୟୁଜର୍ ହେବା ଉଚିତ୍
• କରଦାତାଙ୍କ PANର ସ୍ଥିତି "ସକ୍ରିୟ" ରହିବା ଆବଶ୍ୟକ
• ଡି.ଏସ୍.ସି ପଦ୍ଧତିରେ ଫର୍ମ ଯାଞ୍ଚ କରିବାକୁ ଆପଣଙ୍କ ପାଖରେ ଏକ ବୈଧ ଡି.ଏସ୍.ସି ରହିବା ଉଚିତ୍, ଓ ଏହା ଇ-ଫାଇଲିଂ ପୋର୍ଟାଲ୍ରେ ନିଶ୍ଚୟ ପଞ୍ଜୀକୃତ ହୋଇଥିବ ଓ ଏହାର ବୈଧତା ଶେଷ ହୋଇନଥିବ
3. ଫର୍ମ ସମ୍ବନ୍ଧୀୟ ସୂଚନା
3.1 ଉଦ୍ଦେଶ୍ୟ
କେନ୍ଦ୍ର ସରକାରଙ୍କ ଅଧିକାରିକ ରାଜପତ୍ର ଦ୍ୱାରା ପ୍ରସ୍ତୁତ ଅଧିନିୟମ ଧାରା 2(112) ଅଧୀନରେ ସାଇଫର୍ କୁପନ୍ ବଣ୍ଡ୍ର ବିଜ୍ଞପ୍ତି ପାଇଁ ଏହି ଫର୍ମ କରଦାତାଙ୍କୁ ଆବେଦନ କରିବାକୁ ସକ୍ଷମ କରେ ।
3.2 ଏହାକୁ କିଏ ବ୍ୟବହାର କରିପାରିବେ ?
ଫର୍ମ 2 ହେଉଛି ଏକ ଆବେଦନ-ଭିତ୍ତିକ ଫର୍ମ ଯାହା ଏକ ସଂସ୍ଥା ଯିଏ ଭିତ୍ତିଭୂମି ମୂଳଧନ କମ୍ପାନୀ କିମ୍ବା ଭିତ୍ତିଭୂମି ମୂଳଧନ ପାଣ୍ଠି କିମ୍ବା ଭିତ୍ତିଭୂମି ଋଣ ପାଣ୍ଠି କିମ୍ବା ପବ୍ଲିକ୍ ସେକ୍ଟର କମ୍ପାନୀ ହୋଇଥିବେ ଓ ସେମାନଙ୍କ ଦ୍ୱାରା ଅଧିନିୟମ ଧାରା 2(112)ରେ ଏହି ଫର୍ମ ଫାଇଲ୍ ହୋଇଥିବ । ଏହା ଯେକୌଣସି ସାଇଫର୍ କୁପନ୍ ବଣ୍ଡ୍ ବିଜ୍ଞପ୍ତି ପାଇଁ ସେହି ବଣ୍ଡ୍ ଆବଣ୍ଟନର ଅନ୍ତତଃ ତିନି ମାସ ପୂର୍ବରୁ ଆବଣ୍ଟନ ହେବାକୁ ଉଦ୍ଦେଶିତ ହୋଇଥିବ ।
3.3 ଫର୍ମର ସଂକ୍ଷିପ୍ତ ଅବଲୋକନ
ଫର୍ମ 2ରେ ଚାରୋଟି ପ୍ୟାନେଲ୍ ରହିଛି:
1. ଅଂଶ A - ଆବେଦକଙ୍କ ବିବରଣୀ
2. ଅଂଶ B- ଆବଣ୍ଟିତ ହେବାକୁ ଥିବା ସାଇଫର୍ କୁପନ୍ ବଣ୍ଡ୍ର ବିବରଣୀ
3. ଆଟାଚ୍ମେଣ୍ଟସ୍
4. ଘୋଷଣାନାମା
4.ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା
ସୋପାନ 1: ଆପଣଙ୍କର ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ ।
ସୋପାନ 2: ଆପଣଙ୍କର ୟୁଜର୍ ID (PAN) ଏବଂ ପାସ୍ୱାର୍ଡ ପ୍ରବେଶ କରନ୍ତୁ ।
ସୋପାନ 3: ଇ-ଫାଇଲ୍ > ଆୟକର ଫର୍ମସ୍> ଆୟକର ଫର୍ମସ୍ ଫାଇଲ୍ କରନ୍ତୁକୁ ଯାଆନ୍ତୁ ।
ସୋପାନ 4: ତିନୋଟି ଟ୍ୟାବ୍ରୁ ଆୟ କର ଅଧିନିୟମ 2025 ଅନୁଯାୟୀ ଫର୍ମସ୍ ଟ୍ୟାବ୍କୁ ଚୟନ କରନ୍ତୁ, ଫର୍ମ 2 ପାଇଁ ଚୟନ କିମ୍ବା ସନ୍ଧାନ କରନ୍ତୁ, ଓ ବର୍ତ୍ତମାନ ଫାଇଲ୍ କରନ୍ତୁ ବଟନ୍କୁ କ୍ଲିକ୍ କରନ୍ତୁ ।
ସୋପାନ 5: PAN, ଦାଖଲ ପଦ୍ଧତି, ଫାଇଲିଂ ପ୍ରକାର ଯାଞ୍ଚ କରନ୍ତୁ ଏବଂ ପ୍ରଯୋଜ୍ୟ କର ବର୍ଷ (ଟି.ୱାଇ.) ଚୟନ କରନ୍ତୁ ଓ ଜାରି ରଖନ୍ତୁ ବଟନ୍ରେ କ୍ଲିକ୍ କରନ୍ତୁ।
ସୋପାନ 6: ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ ।
ସୋପାନ 7: "ଚାଲନ୍ତୁ ଆରମ୍ଭ କରିବା" ଉପରେ କ୍ଲିକ୍ କରିବା ପରେ, ୟୁଜର୍ ପ୍ୟାନେଲ୍ ସ୍କ୍ରିନ୍କୁ ଚାଲିଯିବେ । ସେଠାରେ ପ୍ରଥମ ପ୍ୟାନେଲ୍ ଅଂଶ A - ଆଗକୁ ବଢିବା ପାଇଁ ଆବେଦକଙ୍କ ବିବରଣୀ ଚୟନ କରନ୍ତୁ । ସୁସଙ୍ଗତ କ୍ଷେତ୍ର ପୂରଣ କରନ୍ତୁ, ଯାଞ୍ଚ କରନ୍ତୁ, ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ ।
ଟିପ୍ପଣୀ:
1. ଦୟାକରି ନିଶ୍ଚିନ୍ତ ହୁଅନ୍ତୁ ଯେ, "ମୋ ପ୍ରୋଫାଇଲ୍" ବିଭାଗରେ ଠିକଣା ସହିତ ସମସ୍ତ ଅନିବାର୍ଯ୍ୟ ବିବରଣୀ ସମ୍ପୂର୍ଣ୍ଣ ହୋଇଛି । "ମୋ ପ୍ରୋଫାଇଲ୍" ହାଇପର୍ଲିଙ୍କ୍ରେ କ୍ଲିକ୍ କରି ଆପଣ ଆପଣଙ୍କ ଯୋଗାଯୋଗ ଓ ଠିକଣା ଅପ୍ ଡେଟ୍ କରିପାରିବେ ।
2. କ୍ଷେତ୍ର 2 ଅଧୀନରେ ଦୟାକରି ଡ୍ରପ୍ଡାଉନ୍ରୁ ଏକ ବର୍ଗ ଚୟନ କରନ୍ତୁ । ଡ୍ରପ୍ଡାଉନ୍ର ମୂଲ୍ୟଗୁଡିକ ନିମ୍ନାନୁସାରେ -
• ଭିତ୍ତିଭୂମି ମୂଳଧନ କମ୍ପାନୀ
• ଭିତ୍ତିଭୂମି ମୂଳଧନ ଫଣ୍ଡ୍
• ଭିତ୍ତିଭୂମି ଋଣ ଫଣ୍ଡ୍
• ପବ୍ଲିକ୍ ସେକ୍ଟର୍ କମ୍ପାନୀ
ସୋପାନ 8: ପ୍ରଥମ ପ୍ୟାନେଲ୍ ସଞ୍ଚୟ କରିବା ପରେ, ଦ୍ୱିତୀୟ ପ୍ୟାନେଲ୍ ଅଂଶ B - ଆବଣ୍ଟିତ ହେବାକୁ ଥିବା ସାଇଫର୍ କୁପନ୍ ବଣ୍ଡ୍ର ବିବରଣୀ ଚୟନ କରନ୍ତୁ । ସୁସଙ୍ଗତ କ୍ଷେତ୍ର ପୂରଣ କରନ୍ତୁ, ଯାଞ୍ଚ କରନ୍ତୁ, ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ ।
ଟିପ୍ପଣୀ:
1. କ୍ରମିକ ସଂ. 8ରେ ଥିବା ନିବେଶର ବିବରଣୀ ଅଧୀନରେ, ସୁସଙ୍ଗତ କ୍ଷେତ୍ର ପୂରଣ କରନ୍ତୁ, ଓ ଆଗକୁ ବଢିବା ପାଇଁ 'ଯୋଗ କରନ୍ତୁ' ଉପରେ କ୍ଲିକ୍ କରନ୍ତୁ ।
2. କ୍ରମିକ ସଂ.6 ରେ ଥିବା ବଣ୍ଡ୍ର ସମୟ ସୀମା ଅଧୀନରେ ବଣ୍ଡ୍ର ସର୍ବାଧିକ ସମୟ ସୀମା କେବଳ 20 ବର୍ଷ ହୋଇପାରିବ ।
କ୍ଷେତ୍ର 8ର ଉପଶିର୍ଷକ "A" ଅଧୀନରେ ଯେଉଁ ସଂସ୍ଥା ପାଇଁ ନିବେଶ ଉଦ୍ଦେଶିତ ସେମାନଙ୍କ ବିବରଣୀ ଯେପରି ନାମ, ସଂସ୍ଥାର ପ୍ରକାର, ଏହାର ସ୍ଥାୟୀ ଆକାଉଣ୍ଟ ନମ୍ବର, ଠିକଣା ଓ ବ୍ୟବସାୟର ପ୍ରକାର ଦୟାକରି ଯୋଗାଇ ଦେବେ ।
କ୍ଷେତ୍ର 8ର ଉପଶିର୍ଷକ "B" ଅଧୀନରେ ପ୍ରକଳ୍ପ ବିବରଣୀ - ଆବଶ୍ୟକୀୟ କ୍ଷେତ୍ର ଯେପରି ପ୍ରକଳ୍ପର ଠିକଣା/ସ୍ଥାନର ବିବରଣୀ ଓ ପ୍ରକଳ୍ପର ସ୍ଥିରିକୃତ ଆରମ୍ଭ ତାରିଖ ଓ ଅପରେସନ୍ ପୂରଣ କରନ୍ତୁ ଓ ଆଗକୁ ବଢିବା ପାଇଁ 'ଯୋଡନ୍ତୁ' ଉପରେ କ୍ଲିକ୍ କରନ୍ତୁ ।
କ୍ଷେତ୍ର 8ର ଉପଶିର୍ଷକ "C" ଅଧୀନରେ ନିବେଶର ଉତ୍ସ - ସୁସଙ୍ଗତ କ୍ଷେତ୍ର ପୂରଣ କରନ୍ତୁ, ଯାଞ୍ଚ କରନ୍ତୁ, ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ ।
କ୍ଷେତ୍ର 8ର ଉପଶିର୍ଷକ "D" ଅଧୀନରେ ପ୍ରକଳ୍ପର ସମ୍ପାଦନ ପାଇଁ ଦାୟିତ୍ୱଧୀନ ପରିଚାଳକଙ୍କ ବିବରଣୀରେ - ଦୟାକରି ପଦବୀ ବିଷୟରେ ବିବରଣୀ, ନାମ, ଏହାର ସ୍ଥାୟୀ ଆକାଉଣ୍ଟ ନମ୍ବର, ଯୋଗ୍ୟତା ଓ ଅନୁଭବ ଏବଂ ପରିଚାଳନାର କାର୍ଯ୍ୟଦକ୍ଷତା ଯୋଗଇ ଦିଅନ୍ତୁ ।
କ୍ଷେତ୍ର 8ର ଉପଶିର୍ଷକ "D" ଅଧୀନରେ ସାଇଫର୍ କୁପନ୍ ବଣ୍ଡ୍ର ଆବଣ୍ଟନ ଦ୍ୱାରା ମୁକ୍ତ ହୋଇଥିବା ଫଣ୍ଡ୍ର ପରିମାଣ ଯାହା ପ୍ରକଳ୍ପ ଅନୁଯାୟୀ ନିବେଶିତ - ସୁସଙ୍ଗତ କ୍ଷେତ୍ର ପୂରଣ କରନ୍ତୁ, ଯାଞ୍ଚ କରନ୍ତୁ, ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 9: ଦ୍ୱିତୀୟ ପ୍ୟାନେଲ୍ ସଞ୍ଚୟ କରିବା ପରେ, ତୃତୀୟ ପ୍ୟାନେଲ୍:ଆଟାଚ୍ମେଣ୍ଟ୍ ଚୟନ କରନ୍ତୁ । ଦୟାକରି ଏହି "ଆଟାଚ୍ମେଣ୍ଟ୍" ପ୍ୟାନେଲ୍ରେ ସୁସଙ୍ଗତ ଦସ୍ତାବିଜ ସଂଲଗ୍ନ କରନ୍ତୁ ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 10: ତୃତୀୟ ପ୍ୟାନେଲ୍ ସଞ୍ଚୟ କରିବା ପରେ, "ଘୋଷଣାନାମା" ପ୍ୟାନେଲ୍ ଚୟନ କରନ୍ତୁ । ଘୋଷଣାନାମା ପ୍ୟାନେଲ୍ ପ୍ରତିଜ୍ଞାନ କରନ୍ତୁ ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 11:ଘୋଷଣାନାମା ପ୍ୟାନେଲ୍ ସଞ୍ଚୟ କରିବା ପରେ, ପ୍ୟାନେଲ୍ର ସ୍ଥିତି ସମ୍ପୂର୍ଣ୍ଣ ବୋଲି ପ୍ରଦର୍ଶିତ ହେବ ତାପରେ ପ୍ରାକ୍ ଦୃଶ୍ୟ ବଟନ୍ ସକ୍ଷମ ହୋଇଯିବ ।
ସୋପାନ 12: ପ୍ରାକ୍ ଦୃଶ୍ୟ ପେଜ୍ରେ, ବିବରଣୀ ଯାଞ୍ଚ କରନ୍ତୁ ଓ ଇ-ଯାଞ୍ଚ ପାଇଁ ଆଗକୁ ବଢନ୍ତୁ ଉପରେ କ୍ଲିକ୍ କରନ୍ତୁ ।
ଟିପ୍ପଣୀ: "ଡାଉନ୍ ଲୋଡ୍" ବଟନ୍ କ୍ଲିକ୍ କରିବା ଦ୍ୱାରା, ୟୁଜର୍ ପ୍ରାକ୍ ଦୃଶ୍ୟ PDF ଡାଉନ୍ ଲୋଡ୍ କରିପାରିବେ ଓ ଇ-ସତ୍ୟାପନ କରିବା ପୂର୍ବରୁ ବିବରଣୀ ଯାଞ୍ଚ କରନ୍ତୁ ।
ସୋପାନ 13: ଇ-ସତ୍ୟାପନ କରିବାକୁ ଆଗକୁ ବଢନ୍ତୁ ବଟନ୍ କ୍ଲିକ୍ କରିବା ପରେ, ଆପଣ ଇ-ଯାଞ୍ଚ ପାଇଁ ଆଗକୁ ବଢ଼ିବାକୁ ଚାହୁଁଛନ୍ତି କି ନାହିଁ ବୋଲି ଏକ ପପ୍ଅପ୍ ନିଶ୍ଚିତକରଣ ସନ୍ଦେଶ ପ୍ରଦର୍ଶିତ ହେବ । ହଁ ଉପରେ କ୍ଲିକ୍ କରନ୍ତୁ ।
ସୋପାନ 14: ହଁ ଉପରେ କ୍ଲିକ୍ କରିବା ପରେ, ଆପଣ ଇ-ଯାଞ୍ଚ ପେଜ୍କୁ ଚାଲିଯିବେ ଯେଉଁଠାରେ କେବଳ ଡି.ଏସ୍.ସି. ବ୍ୟବହାର କରି ଆପଣ ଫର୍ମ 2କୁ ଯାଞ୍ଚ କରିପାରିବେ ।
ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ଯାଞ୍ଚ କିପରି କରିବେ ୟୁଜର୍ ମାନୁଆଲ୍ ଦେଖନ୍ତୁ ।
ସୋପାନ 15: ସଫଳତାର ସହ ଇ-ସତ୍ୟାପନ ହେବା ପରେ, ସ୍କ୍ରିନ୍ରେ ସଫଳତା ସନ୍ଦେଶ ସହିତ ଏକ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବର ପ୍ରଦର୍ଶିତ ହେବ । ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବରକୁ ଟିପି ରଖନ୍ତୁ । ଆପଣ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ନିଜର ଇମେଲ୍ ID(ଗୁଡିକ) ଏବଂ ମୋବାଇଲ୍ ନମ୍ବର(ଗୁଡିକ)ରେ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପାଇବେ ।
ଡାଉନ୍ ଲୋଡ୍ ବଟନ୍ ଉପରେ କ୍ଲିକ୍ କରି ପ୍ରାପ୍ତିସ୍ୱୀକାର ରସିଦ ଡାଉନ୍ ଲୋଡ୍ କରନ୍ତୁ
ଫର୍ମ 2ର ସଫଳ ଦାଖଲ ପରେ, ୟୁଜର୍ ପୂରଣ ହୋଇଥିବା ଫର୍ମକୁ - ଆପଣଙ୍କ ଡ୍ୟାଶବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମସ୍ ଫାଇଲ୍ କରନ୍ତୁ > ଫାଇଲ୍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ > ଆୟକର ଅଧିନିୟମ 2025 ଅଧୀନରେ ଥିବା ଫାଇଲ୍ ହୋଇଥିବା ଫର୍ମ ଦେଖନ୍ତୁ ଟ୍ୟାବ୍କୁ କ୍ଲିକ୍ କରନ୍ତୁ ମାଧ୍ୟମରେ ଦେଖିପାରିବେ ।
ଟିପ୍ପଣୀ: ଅଧିକ ଜାଣିବା ପାଇଁ ଫାଇଲ୍ଡ ଫର୍ମ ୟୁଜର୍ ମାନୁଆଲ୍କୁ ଦେଖନ୍ତୁ ।.
5.ସମ୍ପର୍କିତ ବିଷୟମାନ
- ଲଗ୍ଇନ୍ କରନ୍ତୁ
- ଡ୍ୟାଶ୍ବୋର୍ଡ
- କିପରି ଇ-ଯାଞ୍ଚ କରିବେ
- ଡି.ଏସ୍.ସି.ପଞ୍ଜିକରଣ କରନ୍ତୁ
6. ଶବ୍ଦାବଳୀ
| ସଂକ୍ଷିପ୍ତ ରୂପ/ସଂକ୍ଷିପ୍ତକରଣ | ବର୍ଣ୍ଣନା/ପୂର୍ଣ୍ଣ ରୂପ |
| ଡି.ଏସ୍.ସି. | ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର |
| ଇ.ଭି.ସି. | ଇଲେକ୍ଟ୍ରୋନିକ୍ ସତ୍ୟାପନ ପ୍ରମାଣପତ୍ର |
| ଏ.ଆର୍.ଏନ. | ପ୍ରାପ୍ତିସ୍ୱୀକାର ରସିଦ ନମ୍ବର |
| ପି.ଆର୍. | ପୂର୍ବ ବର୍ଷ |
| ଏଫ୍.ୱାଇ | ବିତ୍ତୀୟ ବର୍ଷ |
| ଟି.ୱାଇ | କର ବର୍ଷ |