ଫର୍ମ 52A
ଫର୍ମ 52A ବାରମ୍ବାର ପଚରାଯାଉଥିବା ପ୍ରଶ୍ନ
1. ଇ-ଫାଇଲିଂ ପୋର୍ଟାଲ୍ରେ ଫର୍ମ 52A ଫାଇଲ୍ କରିବା ପାଇଁ କାହାକୁ ଆବଶ୍ୟକ?
ଯେକୌଣସି ବ୍ୟକ୍ତି ଯିଏକି କୌଣସି ବିତ୍ତୀୟ ବର୍ଷର ସମଗ୍ର ସମୟ କିମ୍ବା କୌଣସି ଅଂଶ ପାଇଁ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ଉତ୍ପାଦନ କରୁଛନ୍ତି କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ଏହି ଫର୍ମ ଦାଖଲ କରିବାକୁ ପଡିବ। ଏଥିରେ ସେମାନେ ଉତ୍ପାଦନ କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କୁ ଦେଇଥିବା କିମ୍ବା ଦେବାକୁ ଥିବା ପଚାଶ ହଜାର ଟଙ୍କାରୁ ଅଧିକ ପରିମାଣର ସମସ୍ତ ପୈଠର ବିବରଣୀ ଦାଖଲ କରିବା ଆବଶ୍ୟକ।
2. ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପଗୁଡିକ କ’ଣ?
ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ଅର୍ଥାତ୍ କାର୍ଯ୍ୟକ୍ରମ ପରିଚାଳନା, ଡକ୍ୟୁମେଣ୍ଟାରୀ ଉତ୍ପାଦନ, ଟେଲିଭିଜନ୍ରେ ପ୍ରସାରଣ ପାଇଁ ପ୍ରୋଗ୍ରାମ୍ର ଉତ୍ପାଦନ କିମ୍ବା ଓଭର୍ ଦ ଟପ୍ ପ୍ଲାଟଫର୍ମରେ ପ୍ରସାରଣ ପାଇଁ ପ୍ରୋଗ୍ରାମ ତିଆରି କରିବା କିମ୍ବା ସେପରି ଅନ୍ୟକୌଣସି ପ୍ଲାଟ୍ଫର୍ମ, କ୍ରୀଡ଼ା ସମ୍ବନ୍ଧୀୟ ପରିଚାଳନା, ଅନ୍ୟାନ୍ୟ ପ୍ରଦର୍ଶନ କଳା କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ସରକାରୀ ଅଧିକାରିକ ରାଜପତ୍ର ମାଧ୍ୟମରେ ନିର୍ଦ୍ଦିଷ୍ଟ କରାଯାଇଥିବା ଅନ୍ୟ କୌଣସି କାର୍ଯ୍ୟକଳାପ।
3. ଫର୍ମ 52A ଫାଇଲ୍ କରିବାର ନିର୍ଦ୍ଧିଷ୍ଟ ତାରିଖ କେବେ?
ପୂର୍ବ ବର୍ଷ ଶେଷ ହେବାର 60 ଦିନ ମଧ୍ୟରେ ଫର୍ମ 52A ଦାଖଲ କରିବା ଆବଶ୍ୟକ।
4. ଫର୍ମ 52A ଫାଇଲ୍ କରିବା ପାଇଁ କ’ଣ ପ୍ରାକ୍ ଆବଶ୍ୟକତାଗୁଡିକ?
ଫର୍ମ 52A ଫାଇଲିଂ କରିବା ପାଇଁ ନିମ୍ନଲିଖିତଗୁଡ଼ିକ ପ୍ରାକ୍ ଆବଶ୍ୟକତାଗୁଡିକ:
- କରଦାତାଙ୍କର PAN ଥିବା ଆବଶ୍ୟକ
- କରଦାତାଙ୍କ PAN ସକ୍ରିୟ ଏବଂ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ
5. ଇ-ଫାଇଲିଂ ପୋର୍ଟାଲ୍ରେ ଫର୍ମ 52A ଦାଖଲ କରିବାର ପ୍ରକ୍ରିୟା କ’ଣ?
ଇ-ଫାଇଲିଂ ପୋର୍ଟାଲ୍ରେ ଅନଲାଇନ୍ ଫର୍ମ 52A ଫାଇଲ୍ କରିବାର ସୋପାନଗୁଡ଼ିକ ନିମ୍ନରେ ଦିଆଗଲା:
ସୋପାନ 1:କରଦାତା www.incometax.gov.inରେ PANକୁ ୟୁଜର୍ ଆଇଡି ଭାବରେ ବ୍ୟବହାର କରି ଲଗ୍ଇନ୍ କରନ୍ତୁ
ସୋପାନ 2:ଇ-ଫାଇଲ୍ > ଆୟକର ଫର୍ମସ୍ > ଆୟକର ଫର୍ମସ୍ ଫାଇଲ୍ କରନ୍ତୁ > ଆୟ କର ଅଧିନିୟମ 1961 ଅନୁଯାୟୀ ଫର୍ମସ୍ > ଫର୍ମ 52Aକୁ ଯାଆନ୍ତୁ
ସୋପାନ 3: "ମୌଳିକ ସୂଚନା", "ଅଂଶ - A", "ଅଂଶ - B", "ସତ୍ୟାପନ" ଏହି 4ଟି ପ୍ୟାନେଲରେ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ଏବଂ ଯେଉଁଠାରେ ପ୍ରଯୁଜ୍ୟ, CSV ଫାଇଲଗୁଡ଼ିକୁ ଯୋଡନ୍ତୁ
ସୋପାନ 4:ପ୍ରାକ୍ ଦୃଶ୍ୟ ସ୍କ୍ରିନରେ ସମସ୍ତ ବିବରଣୀ ସମୀକ୍ଷା କରନ୍ତୁ ଏବଂ ଯଦି ସବୁକିଛି ସଠିକ୍ ଭାବରେ ଦିଆଯାଇଛି, ତେବେ ଫର୍ମକୁ ଇ-ଯାଞ୍ଚ କରିବା ପାଇଁ ଆଗକୁ ବଢ଼ନ୍ତୁ
6. ଫର୍ମ 52A କିପରି ଯାଞ୍ଚ କରାଯାଇପାରିବ?
ଆପଣ EVC କିମ୍ବା DSC ବ୍ୟବହାର କରି ଫର୍ମ 52Aକୁ ଇ-ଯାଞ୍ଚ କରିପାରିବେ।
ଅଧିକ ଜାଣିବା ପାଇଁ ଆପଣ ଇ-ଯାଞ୍ଚ କିପରି କରିବେ(https://www.incometax.gov.in/iec/foportal//help/how-to-e-verify- your-e-filing-return) ୟୁଜର୍ ମାନୁଆଲ୍ ଦେଖିପାରିବେ।
7. ଇ-ଫାଇଲିଂ ପୋର୍ଟାଲ୍ରେ ଫର୍ମ 52A ଫାଇଲ୍ କରିବା ପାଇଁ କେଉଁ ସୂଚନା / ବିବରଣୀ ଆବଶ୍ୟକ?
ଫର୍ମ 52A ଫାଇଲ୍ କରିବା ପାଇଁ ନିମ୍ନଲିଖିତ ସୂଚନା / ବିବରଣୀ ଆବଶ୍ୟକ:
- ପୂର୍ବ ବର୍ଷରେ ନିର୍ମିତ ସମସ୍ତ ସିନେମାଟୋଗ୍ରାଫ୍ ଫିଲ୍ମ କିମ୍ବା କରାଯାଇଥିବା ନିର୍ଦିଷ୍ଟ କାର୍ଯ୍ୟକଳାପ, ଅଥବା ଉଭୟର ବିବରଣୀ, ଯେପରିକି ନିର୍ମିତ ସିନେମାଟୋଗ୍ରାଫ୍ ଫିଲ୍ମର ନାମ କିମ୍ବା କରାଯାଇଥିବା ନିର୍ଦ୍ଧିଷ୍ଟ କାର୍ଯ୍ୟକଳାପ କିମ୍ବା ଉଭୟ, ଆରମ୍ଭ ତାରିଖ ଏବଂ ଯଦି ସମ୍ପୂର୍ଣ୍ଣ ହୋଇଥାଏ, ସମାପ୍ତି ତାରିଖ
- ସିନେମାଟୋଗ୍ରାଫ୍ ଫିଲ୍ମ ନିର୍ମାଣ କିମ୍ବା କରାଯାଇଥିବା ନିର୍ଦିଷ୍ଟ କାର୍ଯ୍ୟକଳାପ କିମ୍ବା ଉଭୟରେ ନିୟୋଜିତ ବ୍ୟକ୍ତିମାନଙ୍କୁ Rs. 50,000 ଟଙ୍କାରୁ ଅଧିକ ଦେୟ ଦିଆଯାଇଥିବା / ଦେୟ ବାକି ଥିବା ବ୍ୟକ୍ତିମାନଙ୍କର ନାମ, PAN, ଆଧାର (ଯଦି ଉପଲବ୍ଧ), ଠିକଣା
- ସେହି ବ୍ୟକ୍ତିମାନଙ୍କୁ ନଗଦ ପୈଠ / ନଗଦ ବ୍ୟତୀତ ଅନ୍ୟ ଉପାୟରେ ଦିଆଯାଇଥିବା ରାଶି / ବାକି ଥିବା ରାଶି
- ସେହି ବ୍ୟକ୍ତିମାନଙ୍କୁ ଦିଆଯାଇଥିବା / ଦେୟ ବାକି ଥିବା ରାଶି ବିରୁଦ୍ଧରେ ଉତ୍ସରୁ କଟାଯାଇଥିବା ଟିକସର ବିବରଣୀ, ଯେପରିକି କଟାଯାଇଥିବା ଟିକସର ପରିମାଣ ଏବଂ କେଉଁ ଧାରା ଅନୁଯାୟୀ
8. ମୁଁ ଫର୍ମ 52Aର ଅଂଶ – A ରେ ବିବରଣୀ କିପରି ପୂରଣ କରିବି?
ବର୍ଷରେ ନିର୍ମିତ ସିନେମାଟୋଗ୍ରାଫ୍ ଫିଲ୍ମ କିମ୍ବା କରାଯାଇଥିବା ନିର୍ଦିଷ୍ଟ କାର୍ଯ୍ୟକଳାପର ବିବରଣୀ ଦେବା ପାଇଁ କରଦାତାଙ୍କ ପାଖରେ 2ଟି ବିକଳ୍ପ ଅଛି:
- ବିବରଣୀ ଯୋଡ଼ନ୍ତୁ:
- କରଦାତା ପ୍ରତ୍ୟେକ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ଏକ ପୃଥକ ଧାଡ଼ି ଯୋଡ଼ି, ସେମାନଙ୍କ ଦ୍ୱାରା ନିର୍ମିତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ନାମ କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପଗୁଡ଼ିକୁ ଟେବୁଲ୍ରେ ନିଜେ ଉଲ୍ଲେଖ କରିବେ ବୋଲି ଆଶା କରାଯାଏ ।
- ମୌଳିକ ସୂଚନା ପ୍ୟାନେଲ୍ରେ ଉଲ୍ଲେଖ କରାଯାଇଥିବା ଅନୁଯାୟୀ, ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ବିବରଣୀ ପ୍ରଦାନ କରାଯିବା ପରେ ହିଁ ଭାଗ–କ ସେଭ୍ କରିବା ପାଇଁ “ସେଭ୍” ବଟନ୍ ସକ୍ରିୟ ହେବ ।
- ଭାଗ – Aରେ ପ୍ରଦାନ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପଗୁଡ଼ିକର ବିବରଣୀକୁ ମୌଳିକ ସୂଚନା ପ୍ୟାନେଲ୍ରେ ଉଲ୍ଲେଖ ଥିବା ନିର୍ମିତ ହୋଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା କରାଯାଇଥିବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ସଂଖ୍ୟା ସହିତ ଯାଞ୍ଚ କରାଯିବ।
ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ବିବରଣୀ ଦିଆସରିବା ପରେ “ବିବରଣୀ ଯୋଡ଼ନ୍ତୁ” ବଟନ୍ଟି ନିଷ୍କ୍ରିୟ ହୋଇଯିବ। ଯଦି ଆପଣ ଅଧିକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ଯୋଡ଼ିବାକୁ ଚାହାଁନ୍ତି, ତେବେ ନୂତନ ବିବରଣୀ ଯୋଡ଼ିବା ପାଇଁ ଦୟାକରି ପ୍ରଥମେ 'ମୌଳିକ ସୂଚନା'ରେ ଥିବା ସଂଖ୍ୟାଟିକୁ ସଂଶୋଧନ କରନ୍ତୁ।
- CSV ଯୋଡ଼ନ୍ତୁ:
- କରଦାତା ଏକ ଏକ୍ସେଲ୍ ଟେମ୍ପଲେଟ୍ରେ ଉତ୍ପାଦିତ ହୋଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ରର ନାମ କିମ୍ବା ନିର୍ଦ୍ଧିଷ୍ଟ କାର୍ଯ୍ୟକଳାପଗୁଡ଼ିକ ବିଷୟରେ ଉଲ୍ଲେଖ କରିବେ ବୋଲି ଆଶା କରାଯାଏ ।
- ଏକ୍ସେଲ୍ ଟେମ୍ପଲେଟ୍ରେ ସମସ୍ତ ବିବରଣୀ ପୂରଣ କରିବା ପରେ, ଏହାକୁ csv ଫର୍ମାଟ୍ରେ ରୂପାନ୍ତରିତ କରନ୍ତୁ ଏବଂ ତା’ପରେ csv ଫାଇଲ୍ଟିକୁ ଅପଲୋଡ୍ କରନ୍ତୁ।
- ଅପ୍ଲୋଡ୍ କରାଯାଇଥିବା csv ଫାଇଲ୍ଟି ବିନା କୌଣସି ତ୍ରୁଟିରେ ଯାଞ୍ଚ ହେବା ପରେ ହିଁ “ସେଭ୍” ବଟନ୍ ସକ୍ରିୟ ହେବ ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି କରଦାତା "ବିବରଣୀ ଯୋଡନ୍ତୁ" ଚୟନ କରି କିଛି ସିନେମାଟୋଗ୍ରାଫ୍ ଫିଲ୍ମ କିମ୍ବା ନିର୍ଦିଷ୍ଟ କାର୍ଯ୍ୟକଳାପର ବିବରଣୀ ସେଭ୍ କରିବା ପରେ "ଯୋଡନ୍ତୁ CSV" ଚୟନ କରନ୍ତି କିମ୍ବା ଏହାର ଓଲଟା କରନ୍ତି, ତେବେ ପୂର୍ବରୁ ଚୟନ କରାଯାଇଥିବା ବିକଳ୍ପ ପାଇଁ ସେଭ୍ ହୋଇଥିବା ଡାଟା ଡିଲିଟ୍ ହୋଇଯିବ। କରଦାତାଙ୍କୁ ପୁଣି ବିବରଣୀ ପୂରଣ କରି ଅଂଶ - A ସେଭ୍ କରିବାକୁ ପଡିବ।
9. ଅଂଶ– A ପାଇଁ CSV ଅପଲୋଡ୍ କରିବା ସମୟରେ ମୁଁ କିଛି ତ୍ରୁଟି ପାଉଛି, ଏହାର କାରଣ ଏବଂ ସମାଧାନ କ’ଣ?
CSVରେ ସମସ୍ତ ଆବଶ୍ୟକ ସଂଶୋଧନ କରିବା ପରେ, ଆପଣ ତାହାକୁ ପୁନର୍ବାର ଅପଲୋଡ୍ କରିବାକୁ ଚେଷ୍ଟା କରିପାରିବେ। |
10. Part – B ପାଇଁ csv ଅପଲୋଡ୍ କରିବା ସମୟରେ ମୋତେ “ଅଂଶ B CSVରେ ପ୍ରତ୍ୟେକ ସିନେମାଟୋଗ୍ରାଫ୍ ଫିଲ୍ମ /କରାଯାଇଥିବା ନିର୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ଅତି କମରେ ଗୋଟିଏ ଆଡ୍ମିଶନ ରହିବା ଆବଶ୍ୟକ” ଏହି ତ୍ରୁଟି ମିଳୁଛି। ଏହାର ଅର୍ଥ କ’ଣ ଏବଂ ମୁଁ ଏହାକୁ କିପରି ସଂଶୋଧନ କରିବି?
ଆପଣ ନିମ୍ନଲିଖିତ 2ଟି ପରିସ୍ଥିତିରେ ଏହି ତ୍ରୁଟି ପାଇପାରନ୍ତି:
କ୍ର.ସଂ. | ପରିସ୍ଥିତି | ସମାଧାନ / ଆବଶ୍ୟକ ପଦକ୍ଷେପ |
1. | ଅଂଶ – Aରେ ସିନେମାଟୋଗ୍ରାଫ୍ ଫିଲ୍ମ / ନିର୍ଦିଷ୍ଟ କାର୍ଯ୍ୟକଳାପର ନାମ ଉଲ୍ଲେଖ କରାଯାଇଛି କିନ୍ତୁ ସେଥିପାଇଁ ଅଂଶ – B CSVରେ କୌଣସି ବିବରଣୀ ଦିଆଯାଇ ନାହିଁ | ଦୟାକରି ଧ୍ୟାନ ଦିଅନ୍ତୁ ଯେ ସିନେମାଟୋଗ୍ରାଫ୍ ଫିଲ୍ମ ନିର୍ମାଣ କିମ୍ବା କରାଯାଇଥିବା ନିର୍ଦିଷ୍ଟ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିମାନଙ୍କୁ Rs. 50,000ରୁ ଅଧିକ କରାଯାଇଥିବା ଦେୟର ବିବରଣୀ ପାଇଁ ଅତି କମରେ ଗୋଟିଏ ଆଡ୍ମିଶନ ରହିବା ଉଚିତ। ଅନୁଗ୍ରହ କରି ଅଂଶ – Aରେ ଉଲ୍ଲେଖ କରାଯାଇଥିବା ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ଅଂଶ – B CSVରେ ବିବରଣୀ ପ୍ରଦାନ କରିବାକୁ ନିଶ୍ଚିତ କରନ୍ତୁ। |
2. | ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ଉତ୍ପାଦନ କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କୁ Rs. 50,000 ଟଙ୍କାରୁ ଅଧିକ ପରିମାଣର କରାଯାଇଥିବା ପୈଠର ବିବରଣୀ ଅଂଶ - B CSV ରେ ଦିଆଯାଇଛି, କିନ୍ତୁ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ନାମ ଅଂଶ – A ରେ ଉଲ୍ଲେଖ କରାଯାଇ ନାହିଁ | ଦୟାକରି ଧ୍ୟାନ ଦିଅନ୍ତୁ ଯେ ଅଂଶ – Aରେ ଉଲ୍ଲେଖ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ନାମଗୁଡ଼ିକୁ ଅଂଶ – Bରେ ଉଲ୍ଲେଖ କରାଯାଇଥିବା ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ନାମ ସହିତ ବୈଧିକରଣ କରାଯିବ। ଦୟାକରି ନିଶ୍ଚିତ କରନ୍ତୁ ଯେ ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ନାମ ଅଂଶ – A ଏବଂ ଅଂଶ – B ଉଭୟରେ ପ୍ରଦାନ କରାଯାଇଛି। |
11. ଯଦି ମୁଁ ମୌଳିକ ସୂଚନା ପ୍ୟାନେଲରେ କୌଣସି ପରିବର୍ତ୍ତନ କରେ, ତେବେ ଅଂଶ - A କିମ୍ବା ଅଂଶ - Bରେ ସଂଲଗ୍ନ କରାଯାଇଥିବା CSV କାହିଁକି ବିଲୋପ ହୋଇଯାଉଛି?
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଉତ୍ପାଦିତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ସଂଖ୍ୟା ଏବଂ ବିବରଣୀ ତିନୋଟିଯାକ ପ୍ୟାନେଲ ଅର୍ଥାତ୍ "ମୌଳିକ ସୂଚନା", "ଅଂଶ – A" ଏବଂ "ଅଂଶ– B"ରେ ଯାଞ୍ଚ କରାଯାଉଛି। ଯଦି କରଦାତା ମୌଳିକ ସୂଚନା କିମ୍ବା ଅଂଶ – A ପ୍ୟାନେଲରେ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ସମ୍ବନ୍ଧୀୟ ବିବରଣୀରେ କୌଣସି ପରିବର୍ତ୍ତନ କରନ୍ତି, ତେବେ ଅଂଶ – A ଏବଂ ଅଂଶ – Bରେ କରଦାତାଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ବିଲୋପ ହୋଇଯିବ। କରଦାତାଙ୍କୁ ଅଂଶ – A ଏବଂ ଅଂଶ – Bରେ ପୁନର୍ବାର ବିବରଣୀ ଭରିବାକୁ କିମ୍ବା CSV ଫାଇଲ୍ ସଂଲଗ୍ନ କରିବାକୁ ପଡ଼ିବ
12. ପୂର୍ବ ବର୍ଷରେ ଉତ୍ପାଦିତ ପ୍ରତ୍ୟେକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ମୋତେ କ’ଣ ଅଲଗା ଭାବରେ ଫର୍ମ 52A ଦାଖଲ କରିବାକୁ ପଡ଼ିବ?
ନା, ପୂର୍ବ ବର୍ଷ ମଧ୍ୟରେ ଉତ୍ପାଦିତ ପ୍ରତ୍ୟେକ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ପାଇଁ ଆପଣଙ୍କୁ ଅଲଗା ଭାବରେ ଫର୍ମ 52A ଫାଇଲ୍ କରିବାର ଆବଶ୍ୟକତା ନାହିଁ। ପୂର୍ବ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ସିନେମାଟୋଗ୍ରାଫ୍ ଚଳଚ୍ଚିତ୍ର ଏବଂ/କିମ୍ବା ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପର ବିବରଣୀକୁ ପ୍ରତ୍ୟେକ TAN ପାଇଁ ଏକତ୍ର କରିବାକୁ ପଡ଼ିବ ଏବଂ ପ୍ରତ୍ୟେକ TAN ପଞ୍ଜୀକରଣ ପାଇଁ ଏକ ସ୍ୱତନ୍ତ୍ର ଫର୍ମ 52A ଦାଖଲ କରିବାକୁ ପଡ଼ିବ।
13. ଅଂଶ – A କିମ୍ବା ଅଂଶ – Bରେ CSV ଅପଲୋଡ୍ କରିବା ପରେ ମୁଁ ଏକ ତ୍ରୁଟି ଫାଇଲ୍ ପାଉଛି, ଏହାର କାରଣ କ’ଣ?
ଅଂଶ – A କିମ୍ବା ଅଂଶ – Bରେ CSV ଅପଲୋଡ୍ କରିବା ପରେ, ପ୍ରଦାନ କରାଯାଇଥିବା ବିବରଣୀଗୁଡ଼ିକୁ ଯାଞ୍ଚ କରାଯିବ ଏବଂ ଯଦି କୌଣସି ତ୍ରୁଟି ମିଳେ, ତେବେ ସେହି ତ୍ରୁଟିଗୁଡ଼ିକର ବିବରଣୀ ଆପଣଙ୍କୁ ଏକ ଏକ୍ସେଲ ଫାଇଲ୍ ମାଧ୍ୟମରେ ପ୍ରଦାନ କରାଯିବ। ଉଲ୍ଲେଖ କରାଯାଇଥିବା ଧାଡ଼ିଗୁଡ଼ିକରେ ହୋଇଥିବା ତ୍ରୁଟି ପାଇଁ ଦୟାକରି ସେହି ଏକ୍ସେଲ ଫାଇଲକୁ ଦେଖନ୍ତୁ ଏବଂ ସେଗୁଡ଼ିକୁ ସୁଧାରନ୍ତୁ। ସମସ୍ତ ଆବଶ୍ୟକୀୟ ସଂଶୋଧନ କରାଯିବା ପରେ, ଆପଣ ସେହି ଫାଇଲକୁ ପୁନର୍ବାର ଅପଲୋଡ୍ କରିବାକୁ ଚେଷ୍ଟା କରିପାରିବେ।
ପ୍ରତ୍ୟେକ ଫିଲ୍ଡ ପାଇଁ କେଉଁ ସୂଚନା ବାଧ୍ୟତାମୂଳକ ଭାବେ ଆବଶ୍ୟକ ଏବଂ କେଉଁ ଫର୍ମାଟ ଗ୍ରହଣଯୋଗ୍ୟ, ସେ ସମ୍ବନ୍ଧୀୟ ବିବରଣୀ ପାଇଁ ଆପଣ ଅଂଶ – A ଏବଂ ଅଂଶ – B ଉଭୟରେ ଦିଆଯାଇଥିବା CSV ନିର୍ଦେଶାବଳୀ ଫାଇଲ୍କୁ ଦେଖିପାରିବେ ।