ଫର୍ମ 10BB (A.Y. 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ)
ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ) ବାରମ୍ବାର ପଚରାଯାଉଥିବା ପ୍ରଶ୍ନତ୍ତର (FAQs)
1. କେଉଁ ମୂଲ୍ୟାୟନ ବର୍ଷ ଠାରୁ ପୁନଃ-ଅଧିସୂଚିତ ଫର୍ମ 10BB ଲାଗୁ ହେବ?
21 ଫେବୃଆରୀ 2023 ତାରିଖର ବିଜ୍ଞପ୍ତି ସଂଖ୍ୟା 7/2023 ମାଧ୍ୟମରେ ଅଧିସୂଚିତ କରାଯାଇଥିବା ଫର୍ମ 10BB, ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଲାଗୁ ହେବ।
2. ବିଜ୍ଞପ୍ତି ସଂଖ୍ୟା 7/2023 ଜାରି ହେବା ପୂର୍ବରୁ ଯେଉଁ ଫର୍ମ 10BB ଦାଖଲ କରାଯାଉଥିଲା, ତାହା ଏବେ ମଧ୍ୟ ଇ-ଫାଇଲିଂ ପୋର୍ଟାଲ୍ରେ ଉପଲବ୍ଧ ଅଛି କି?
ବର୍ତ୍ତମାନ ପ୍ରଚଳିତ ଥିବା ଫର୍ମ 10BB ପୋର୍ଟାଲ୍ରେ ଉପଲବ୍ଧ ଅଛି ଏବଂ ଏହା କେବଳ ମୂଲ୍ୟାୟନ ବର୍ଷ 2022-23 ପର୍ଯ୍ୟନ୍ତ ଲାଗୁ ହେବ।
ମୂଲ୍ୟାୟନ ବର୍ଷ 2022-23 ପର୍ଯ୍ୟନ୍ତ ରିଟର୍ଣ୍ଣ ଦାଖଲ ପାଇଁ, ଫର୍ମ 10BB ଇ-ଫାଇଲିଂ ପୋର୍ଟାଲ୍ରେ ଉପଲବ୍ଧ ଅଛି ଏବଂ ଏହାକୁ ନିମ୍ନଲିଖିତ ପଥ ମାଧ୍ୟମରେ ଦେଖାଯାଇପାରିବ–
“ଇ-ଫାଇଲ୍ -----> ଆୟକର ଫର୍ମ ----> ଆୟକର ଫର୍ମ ଦାଖଲ କରନ୍ତୁ ----> ଆୟକର ଅଧିନିୟମ ୧୯୬୧ ଅନୁଯାୟୀ ଫର୍ମ ----> ଫର୍ମ 10BB" ଚାଟାର୍ଡ ଆକାଉଣ୍ଟାଣ୍ଟ(CA)ଙ୍କୁ ଦାୟିତ୍ୱ ଅର୍ପଣ କରିବା ପାଇଁ ।
କିମ୍ବା
ବିକଳ୍ପ ସ୍ୱରୂପ, "ମାଇଁ ସିଏ" (ମୋ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ) ଦକ୍ଷତା ବ୍ୟବହାର କରି ମଧ୍ୟ ଏହି ଫର୍ମ ଦାୟିତ୍ୱ ପ୍ରଦାନ କରାଯାଇପାରିବ।
3. ବିଜ୍ଞପ୍ତି ସଂଖ୍ୟା 7/2023 ମାଧ୍ୟମରେ ଅଧିସୂଚିତ ହୋଇଥିବା ଫର୍ମ 10BB ଜଣେ ଅଡିଟିଙ୍କୁ କେବେ ଦାଖଲ କରିବାକୁ ପଡ଼ିବ?
ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ, ପୁନଃ-ଅଧିସୂଚିତ ଫର୍ମ 10B ସେତେବେଳେ ଲାଗୁ ହେବ ଯେତେବେଳେ ନିମ୍ନରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ପୂରଣ ହେଉଥିବ-
- ଉଲ୍ଲେଖିତ ଧାରା/ସେକ୍ସନ୍ ର ପ୍ରାବଧାନଗୁଡ଼ିକୁ ଲାଗୁ ନକରି, ଅଡିଟି ଙ୍କ ମୋଟ ଆୟ, ଯେପରି ପ୍ରଯୁଜ୍ୟ ହେବ-
- ଧାରା 10 ର ଖଣ୍ଡ 23C ର ଉପ-ଖଣ୍ଡ (iv), (v), (vi) ଏବଂ (via)
- ଅଧିନିୟମର ଧାରା 11 ଏବଂ 12
ପୂର୍ବବର୍ତ୍ତୀ ବର୍ଷ ମଧ୍ୟରେ ପାଞ୍ଚ କୋଟି ଟଙ୍କାରୁ ଅଧିକ ହୋଇଥାଏ
- ଅଡିଟି ପୂର୍ବବର୍ତ୍ତୀ ବର୍ଷ ମଧ୍ୟରେ କୌଣସି ବୈଦେଶିକ ଯୋଗୋଦାନ ଗ୍ରହଣ କରିଛନ୍ତି
- ଅଡିଟି ପୂର୍ବ ବର୍ଷରେ ତା’ର ଆୟର କୌଣସି ଅଂଶକୁ ଭାରତ ବାହାରେ ବ୍ୟବହାର କରିଛି।
ଅନ୍ୟ ସମସ୍ତ କ୍ଷେତ୍ର ପାଇଁ, ପୁନଃ-ବିଜ୍ଞପ୍ତିପ୍ରାପ୍ତ ଫର୍ମ ସଂଖ୍ୟା 10BB ପ୍ରଯୋଜ୍ୟ।
ଅଧିକ ବିବରଣୀ ପାଇଁ, ଆପଣ ଆୟକର ନିୟମାବଳୀ, 1962 ର ନିୟମ 16CC ଏବଂ ନିୟମ 17B ର ସହାୟତା ନେଇପାରିବେ ।
4. (ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ) ଇ-ଫାଇଲିଂ ପୋର୍ଟାଲ୍ରେ ଫର୍ମ 10BB ଦାଖଲ କରିବାର ପ୍ରକ୍ରିୟା କଣ?
(ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ )ଫର୍ମ 10BB ଦାଖଲ କରିବାର ପଦକ୍ଷେପଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା:
ସୋପାନ 1) କରଦାତା ଲଗ୍ଇନ୍ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଫର୍ମ ଦାୟିତ୍ୱ ପ୍ରଦାନ କରନ୍ତୁ। ଏହି ଫର୍ମ ଦୁଇଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏ ମାଧ୍ୟମରେ ପ୍ରଦାନ କରାଯାଇପାରିବ-
- ଇ-ଫାଇଲ୍ -----> ଆୟକର ଫର୍ମ ----> ଆୟକର ଫର୍ମ ଦାଖଲ କରନ୍ତୁ ----> ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମ ----> ଫର୍ମ 10BB - (ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ)
- ଅଥରାଇଜ୍ଡ ପାର୍ଟନର୍ସ ----->; ମୋ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ---->; ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଯୋଗ କରନ୍ତୁ -( ଯଦି ପୂର୍ବରୁ ଯୋଗ କରାଯାଇନାହିଁ) ----->; ଆୟକର ଅଧିନିୟମ 1961 ଅନୁଯାୟୀ ଫର୍ମ --->; ଫର୍ମ 10BB ଦାୟିତ୍ୱ ପ୍ରଦାନ କରନ୍ତୁ - (ମୂଲ୍ୟାୟନ ବର୍ଷ 2023-24 ଏବଂ ତା' ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ)
ସୋପାନ 2)ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଲଗ୍ଇନ୍ : ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପ୍ରଦତ୍ତ ଦାୟିତ୍ୱକୁ ସ୍ୱୀକାର କରିବେ ଏବଂ ୱର୍କଲିଷ୍ଟ୍ (Worklist) ର "ଆପଣଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ" ଟ୍ୟାବ୍ ମାଧ୍ୟମରେ ଫର୍ମଟିକୁ ଅପଲୋଡ୍ କରିବେ।
ସୋପାନ 3) କରଦାତା ଲଗ୍ଇନ୍:ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ କରଦାତା ୱର୍କଲିଷ୍ଟ୍ (Worklist) ର "ଆପଣଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ" ଟ୍ୟାବ୍ ମାଧ୍ୟମରେ ସ୍ୱୀକାର କରିବେ।
ବିଳମ୍ବରେ ଫାଇଲ୍ କରିବାର ପରିଣାମ ବା ଅସୁବିଧାରୁ ବଞ୍ଚିବା ପାଇଁ, ଦୟାକରି ନିଶ୍ଚିତ କରନ୍ତୁ ଯେ ଫର୍ମଟି ଧାରା 44AB ରେ ଉଲ୍ଲେଖିତ ନିର୍ଦ୍ଦିଷ୍ଟ ତାରିଖ ଅର୍ଥାତ୍ ଧାରା 139 ର ଉପ-ଧାରା (1) ଅଧୀନରେ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖର ଏକ ମାସ ପୂର୍ବରୁ ଅପଲୋଡ୍ ଏବଂ ସ୍ୱୀକାର କରାଯାଇଛି।
5. ଉପରୋକ୍ତ ପ୍ରଶ୍ନ ସଂଖ୍ୟା 3 ରେ ଉଲ୍ଲେଖ କରାଯାଇଥିବା "ଅଡିଟି" ର ଅର୍ଥ କଣ ବା ଏହା କାହାକୁ ବୁଝାଏ?
ଅଧିନିୟମର ଧାରା 10 ର ଖଣ୍ଡ (23C) ର ଉପ-ଖଣ୍ଡ (iv), (v), (vi) କିମ୍ବା (via) ରେ ଉଲ୍ଲେଖିତ କୌଣସି ବି ପାଣ୍ଠି , ଅନୁଷ୍ଠାନ, ଟ୍ରଷ୍ଟ , ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, କିମ୍ବା କୌଣସି ଡାକ୍ତରଖାନା ବା ଅନ୍ୟାନ୍ୟ ଚିକିତ୍ସା ଅନୁଷ୍ଠାନ, ଅଥବା ଅଧିନିୟମର ଧାରା 11 କିମ୍ବା 12 ରେ ଉଲ୍ଲେଖିତ କୌଣସି ଟ୍ରଷ୍ଟ ବା ପ୍ରତିଷ୍ଠାନକୁ ଏହି ଫର୍ମରେ "ଅଡିଟି" ବୋଲି କୁହାଯିବ।
6. ପୁନଃ-ଅଧିସୂଚିତ ଫର୍ମ 10BB ର ପ୍ରସଙ୍ଗରେ ପ୍ରଶ୍ନ ସଂଖ୍ୟା 3 ରେ ଉଲ୍ଲେଖ କରାଯାଇଥିବା "ବୈଦେଶିକ ଯୋଗୋଦାନ" ର ପ୍ରକୃତ ଅର୍ଥ କଣ?
ନିୟମ 16CC ଏବଂ ନିୟମ 17B ପାଇଁ, "ବିଦେଶୀ ଯୋଗୋଦାନ" ଶବ୍ଦର ସେହି ସମାନ ଅର୍ଥ ରହିବ ଯାହା ବୈଦେଶିକ ଯୋଗୋଦାନ(ବିନିମୟ) ଅଧିନିୟମ, 2010 (2010 ର 42) ର ଧାରା 2 ର ଉପ-ଧାରା (1) ର ଖଣ୍ଡ (h) ରେ ଦିଆଯାଇଛି ।
7. ଫର୍ମ 10BB ଦାଖଲ କରିବାର ଶେଷ ତାରିଖ (କର ମୂଲ୍ୟାୟନ ବର୍ଷ 2023-24 ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ) କେବେ?
ଧାରା 44AB ରେ ଉଲ୍ଲେଖ କରାଯାଇଥିବା ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ଫର୍ମ 10BB ଦାଖଲ କରିବାକୁ ହେବ, ଅର୍ଥାତ୍ ଧାରା 139(1) ଅଧୀନରେ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖର ଏକ ମାସ ପୂର୍ବରୁ ଏହାକୁ ଦାଖଲ କରିବା ଆବଶ୍ୟକ।
8. ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ଓ ତା’ପରଠାରୁ) ଦାଖଲ ପ୍ରକ୍ରିୟା କେବେ ସମ୍ପୂର୍ଣ୍ଣ ହୋଇଛି ବୋଲି ଧରାଯିବ?
ଫର୍ମ ଦାଖଲ ପ୍ରକ୍ରିୟା କେବଳ ସେତିକିବେଳେ ସମ୍ପୂର୍ଣ୍ଣ ହୋଇଛି ବୋଲି ଧରାଯିବ, ଯେତେବେଳେ କରଦାତା ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କରିବେ ଏବଂ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ସକ୍ରିୟ ଡିଜିଟାଲ୍ ସିଗ୍ନେଚର୍ ସାର୍ଟିଫିକେଟ୍(DSC) କିମ୍ବା ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ କୋଡ୍(EVC) ଜରିଆରେ ତାହାକୁ ସତ୍ୟାପନ କରିବେ।
9. ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ଓ ତା’ପରଠାରୁ) ପାଇଁ ସତ୍ୟାପନର କେଉଁ କେଉଁ ମାଧ୍ୟମ ଉପଲବ୍ଧ ଅଛି?
ଫର୍ମ 10BB ପାଇଁ ସତ୍ୟାପନର ମାଧ୍ୟମ (ମୂଲ୍ୟାୟନ ବର୍ଷ 2023-24 ଓ ତା’ପରଠାରୁ):
- ଚାଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କ ପାଇଁ, ଫର୍ମ ଅପଲୋଡ୍ କରିବା ପାଇଁ କେବଳ DSC (ଡିଜିଟାଲ୍ ସିଗ୍ନେଚର୍ ସାର୍ଟିଫିକେଟ୍) ବିକଳ୍ପ ହିଁ ଉପଲବ୍ଧ ଅଛି।
- କମ୍ପାନୀଗୁଡ଼ିକୁ ବାଦ୍ ଦେଇ ଅନ୍ୟ କରଦାତାମାନଙ୍କ (ଯେଉଁମାନଙ୍କର ଅଡିଟ୍ ହେଉଛି) ପାଇଁ, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କରିବା ପାଇଁ ଡିଜିଟାଲ୍ ସିଗ୍ନେଚର୍ ସାର୍ଟିଫିକେଟ୍(DSC) ଏବଂ ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ କୋଡ୍(EVC) ଦୁଇଟିଯାକ ବିକଳ୍ପ ଉପଲବ୍ଧ ଅଛି।
- କମ୍ପାନୀଗୁଡ଼ିକ ପାଇଁ, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଫର୍ମକୁ ଗ୍ରହଣ କରିବା ପାଇଁ କେବଳ DSC (ଡିଜିଟାଲ୍ ସିଗ୍ନେଚର୍ ସାର୍ଟିଫିକେଟ୍) ବିକଳ୍ପ ହିଁ ଉପଲବ୍ଧ ଅଛି।
10. ମୁଁ ଗତବର୍ଷ ଫର୍ମ 10BB ଦାଖଲ କରିଥିଲି। ମୂଲ୍ୟାୟନ ବର୍ଷ 2023-24 କିମ୍ବା ତା’ପରବର୍ତ୍ତୀ ମୂଲ୍ୟାୟନ ବର୍ଷଗୁଡ଼ିକ ପାଇଁ ମତେ କେଉଁ ଫର୍ମ ଦାଖଲ କରିବାକୁ ହେବ ଫର୍ମ 10B ନା ଫର୍ମ 10BB?
ଆୟକର ସଂଶୋଧନ (ତୃତୀୟ ସଂଶୋଧନ) ନିୟମାବଳୀ, 2023 ଦ୍ୱାରା ନିୟମ 16CC ଏବଂ ନିୟମ 17B ରେ ସଂଶୋଧନ କରାଯାଇଛି। ପୂର୍ବ ମୂଲ୍ୟାୟନ ବର୍ଷଗୁଡ଼ିକରେ ଆପଣ ଯେଉଁ ଫର୍ମ ବି ଦାଖଲ କରିଥାନ୍ତୁ ନା କାହିଁକି, ମୂଲ୍ୟାୟନ ବର୍ଷ 2023-24 ଓ ତା’ପରଠାରୁ ଫର୍ମ 10B ଏବଂ ଫର୍ମ 10BB ର ପ୍ରଯୁଜ୍ୟତା , ସଂଶୋଧିତ ନିୟମ 16CC ଏବଂ ନିୟମ 17B ଆଧାରରେ ହିଁ ସ୍ଥିର କରାଯିବ।
11: ଯେଉଁ ସେଡ୍ୟୁଲ୍ ଗୁଡ଼ିକରେ ସାରଣୀ ରହିଛି, ଅର୍ଥାତ୍ ଯେଉଁଠାରେ “ବିବରଣୀ ଯୋଡ଼ନ୍ତୁ” ଏବଂ “ସି.ଏସ.ଭି(CSV) ଫାଇଲ୍ ଅପଲୋଡ୍ କରନ୍ତୁ” ଦୁଇଟିଯାକ ବିକଳ୍ପ ଏକାଠି ଉପଲବ୍ଧ ଅଛି, ସେଗୁଡ଼ିକ ପାଇଁ ରେକର୍ଡ (ତଥ୍ୟ) କିପରି ପ୍ରଦାନ କରାଯିବ?
କ୍ରମିକ ସଂଖ୍ୟା 23(vii), କ୍ରମିକ ସଂଖ୍ୟା 23(viii) ଏବଂ କ୍ରମିକ ସଂଖ୍ୟା 32 ରେ ଥିବା ସମସ୍ତ ଅନୁସୂଚୀ ପାଇଁ ଦୟାକରି ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ:-
- 50 ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟା ପାଇଁ: ସାରଣୀ କିମ୍ବା ସି.ଏସ.ଭି(CSV) ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିକୁ ବ୍ୟବହାର କରାଯାଇପାରିବ। ଉଭୟ କ୍ଷେତ୍ରରେ, ଡାଟା ଟେବୁଲ୍ରେ ପ୍ରଦର୍ଶିତ ହେବ।
- 50 ରୁ ଅଧିକ ରେକର୍ଡ ସଂଖ୍ୟା ପାଇଁ: କେବଳ ସି.ଏସ.ଭି (CSV) ବିକଳ୍ପ ହିଁ ବ୍ୟବହାର କରାଯାଇପାରିବ। ଏହି ଡାଟା କେବଳ ଏକ ସି.ଏସ.ଭି (CSV) ସଂଲଗ୍ନ(attachment) ଭାବରେ ଦେଖାଯିବ।
- ସି.ଏସ.ଭି(CSV) ଅପ୍ଲୋଡ୍ ବିକଳ୍ପ ବ୍ୟବହାର କରିବା ସମୟରେ, ନିମ୍ନଲିଖିତ ପର୍ଯ୍ୟାୟଗୁଡ଼ିକ ଅନୁସରଣ କରିବାକୁ ହେବ:-
"ଏକ୍ସେଲ୍ ଟେମ୍ପଲେଟ୍ ଡାଉନଲୋଡ୍ କରନ୍ତୁ -> ରେକର୍ଡ ଯୋଡ଼ନ୍ତୁ -> ଏକ୍ସେଲ୍ ଟେମ୍ପଲେଟ୍କୁ .ସି.ଏସ.ଭି(csv) ଫାଇଲ୍ରେ ପରିବର୍ତ୍ତନ କରନ୍ତୁ -> .ସି.ଏସ.ଭି(csv) ଫାଇଲ୍ ଅପ୍ଲୋଡ୍ କରନ୍ତୁ"
- ଯେତେବେଳେ ବି ଏକ ନୂଆ ସି.ଏସ.ଭି (CSV) ଫାଇଲ୍ ଅପ୍ଲୋଡ୍ କରାଯିବ, ଏହା ପୂର୍ବରୁ ଥିବା ସମସ୍ତ ରେକର୍ଡ/ଡାଟାକୁ ବଦଳାଇ (overlap) ଦେବ। ପୁରୁଣା ରେକର୍ଡଗୁଡ଼ିକ ହଟିଯିବ ଏବଂ ଶେଷ ଅପ୍ଲୋଡ୍ ହୋଇଥିବା ସି.ଏସ.ଭି (CSV) ଫାଇଲ୍ର ରେକର୍ଡଗୁଡ଼ିକୁ ହିଁ ମାନ୍ୟତା ଦିଆଯିବ।
12. ଦାଖଲ କରାଯାଇଥିବା ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ରୁ ଆଗକୁ) କୁ ସଂଶୋଧନ କରାଯାଇପାରିବ କି?
ହଁ, ଦାଖଲ କରାଯାଇଥିବା ଫର୍ମ 10BB ପାଇଁ ସଂଶୋଧନ ବିକଳ୍ପ ଉପଲବ୍ଧ ଅଛି।
13. ଫର୍ମ ପୂରଣ କରିବା ପାଇଁ କୌଣସି ଅନୁଦେଶ କିମ୍ବା ମାର୍ଗଦର୍ଶିକା ଉପଲବ୍ଧ ଅଛି କି?
ଥରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏହି ଦାୟିତ୍ୱକୁ ଗ୍ରହଣ କରିବା ପରେ ଏବଂ ନିଜ ଏ.ଆର୍.ସି.ଏ(ARCA)ଲଗ୍ଇନ୍ ଜରିଆରେ ଫର୍ମ ପୂରଣ କରିବାକୁ ଆଗକୁ ବଢ଼ିଲେ, ସେ ସ୍କ୍ରିନ୍ର ସବୁଠାରୁ ଉପରେ ଏକ ଇନ୍ଷ୍ଟ୍ରକସନ୍ ଫାଇଲ୍ ଡାଉନଲୋଡ୍ କରିପାରିବେ, ଯାହାକି ଫର୍ମ 10BB (କର ମୂଲ୍ୟାୟନ ବର୍ଷ 2023-24 ଏବଂ ତା’ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ) ପ୍ୟାନେଲ୍ରେ ଉପଲବ୍ଧ ଅଛି।
ଉଲ୍ଲେଖ କରାଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରି, ଆପଣ ନିର୍ଦ୍ଦେଶାବଳୀ ଫାଇଲ୍ଟିକୁ ଡାଉନଲୋଡ୍ କରିପାରିବେ।
14: ଫର୍ମ ଦାଖଲ କରିବା ସମୟରେ କୌଣସି ଆଟାଚ୍ମେଣ୍ଟ (ସଂଲଗ୍ନ ଫାଇଲ୍) ଯୋଡ଼ିବା ଆବଶ୍ୟକ କି?
ହଁ, ଫର୍ମର “ସଂଲଗ୍ନକ” ପ୍ୟାନେଲ୍ ଅଧୀନରେ ନିମ୍ନଲିଖିତ ଆଟାଚ୍ମେଣ୍ଟ (ସଂଲଗ୍ନ ଫାଇଲ୍) ଗୁଡ଼ିକୁ ଯୋଡ଼ିବା ବାଧ୍ୟତାମୂଳକ ଅଟେ -
- ଆୟ ଓ ବ୍ୟୟ ହିସାବଖାତା / ଲାଭ ଏବଂ କ୍ଷତି ହିସାବଖାତା
- ବିତ୍ତୀୟ ସ୍ଥିତି ବିବରଣୀ
ଏଥିସହିତ “ବିବିଧ ସଂଲଗ୍ନକ” ନାମରେ ଏକ ବୈକଳ୍ପିକ ସଂଲଗ୍ନର ସୁବିଧା ମଧ୍ୟ ରହିଛି, ଯେଉଁଠାରେ ଆପଣ ଅନ୍ୟ କୌଣସି ସୁସଙ୍ଗତ ଦସ୍ତାବିଜ ସଂଲଗ୍ନ କରିପାରିବେ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ପ୍ରତ୍ୟେକ ଆଟାଚ୍ମେଣ୍ଟ (ସଂଲଗ୍ନ ଫାଇଲ୍) ର ଆକାର 5MB ରୁ ଅଧିକ ହେବା ଉଚିତ ନୁହେଁ। ସମସ୍ତ ଆଟାଚ୍ମେଣ୍ଟ କେବଳ PDF କିମ୍ବା ZIP ଫର୍ମାଟ୍ରେ ହିଁ ହେବା ଆବଶ୍ୟକ ଏବଂ ZIP ଫାଇଲ୍ ଭିତରେ ଥିବା ସମସ୍ତ ଫାଇଲ୍ କେବଳ PDF ଫର୍ମାଟ୍ରେ ହିଁ ରହିବା ଉଚିତ।
15: ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ଓ ତା’ପରଠାରୁ) ଦାଖଲ କରିବା ପରେ, ଦାଖଲ ହୋଇଥିବା ଫର୍ମର ବିବରଣୀ କେଉଁଠାରେ ଦେଖିବାକୁ ମିଳିବ?
ଦାଖଲ କରାଯାଇଥିବା ଫର୍ମର ସମସ୍ତ ବିବରଣୀ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଟିକସଦାତାଙ୍କ ଲଗ୍ଇନ୍ରେ, ଈ-ଫାଇଲ୍ ଟ୍ୟାବ୍ --->; ଆୟକର ଫର୍ମଗୁଡ଼ିକ --->; ଦାଖଲ ହୋଇଥିବା ଫର୍ମଗୁଡ଼ିକୁ ଦେଖନ୍ତୁ --->; ଆୟକର ଅଧିନିୟମ, 1961 ଅନୁଯାୟୀ ଫର୍ମଗୁଡ଼ିକ ଅଧୀନରେ ଦେଖାଯାଇପାରିବ।
16: ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ଓ ତା’ପରଠାରୁ) ର ଅଫ୍ଲାଇନ୍ ଉପଯୋଗୀତା ମୁଁ କିପରି ଡାଉନଲୋଡ୍ କରିପାରିବି?
ଆୟକର ବିଭାଗର ମୁଖ୍ୟ ପୃଷ୍ଠାକୁ ଯାଆନ୍ତୁ --->; ଡାଉନଲୋଡ୍ସକୁ ଯାଆନ୍ତୁ --->; ଆୟକର ଫର୍ମଗୁଡ଼ିକକୁ ଯାଆନ୍ତୁ --->; ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ରୁ ଆଗକୁ) କୁ ଯାଆନ୍ତୁ --->; ଫର୍ମ ୟୁଟିଲିଟି ଉପରେ କ୍ଲିକ୍ କରନ୍ତୁ।
ବିକଳ୍ପସ୍ୱରୂପ, ଚାଟାର୍ଡ ଆକାଉଣ୍ଟାଣ୍ଟ ଫର୍ମ ଅପଲୋଡ୍ କରିବା ସମୟରେ ଅଫ୍ଲାଇନ୍ ଫାଇଲିଂ ବିକଳ୍ପ ଅଧୀନରେ ଥିବା “ଡାଉନଲୋଡ୍” ବଟନ୍ ଉପରେ କ୍ଲିକ୍ କରି ମଧ୍ୟ ଏହି ରାସ୍ତା ପାଇପାରିବେ।
ଟିପ୍ପଣୀ: ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣ ସର୍ବଦା ଇ-ଫାଇଲିଂ ପୋର୍ଟାଲ୍ରେ ଉପଲବ୍ଧ ଉପଯୋଗିତାର ସଦ୍ୟତମ ସଂସ୍କରଣ ହିଁ ବ୍ୟବହାର କରୁଛନ୍ତି।
17. ଫର୍ମ 10BB (ମୂଲ୍ୟାୟନ ବର୍ଷ 2023-24 ରୁ ଆଗକୁ) କୁ ଇ.ଆର୍.ଆଇ(ERI)ଅର୍ଥାତ୍ ତୃତୀୟ ପକ୍ଷ ସଫ୍ଟୱେର୍ ମାଧ୍ୟମରେ ଦାଖଲ କରାଯାଇପାରିବ କି?
ହଁ, ଏହି ଫର୍ମକୁ “ଅଫ୍ଲାଇନ୍” ଫାଇଲିଂ ମାଧ୍ୟମ ବ୍ୟବହାର କରି(ERI) ଇ.ଆର୍.ଆଇ(ଇ-ରିଟର୍ଣ୍ଣ ଇଣ୍ଟରମିଡିଆରୀ) ଗୁଡ଼ିକ ଜରିଆରେ ମଧ୍ୟ ଦାଖଲ କରାଯାଇପାରିବ।
18: ଯଦି ମୋର ଆୟ ମୌଳିକ ଛାଡ଼ ସୀମା ଠାରୁ କମ୍ ରହିଛି, ତେବେ ମଧ୍ୟ ଫର୍ମ 10BB ଦାଖଲ କରିବା ଆବଶ୍ୟକ କି?
ଫର୍ମ 10BB ଆପଣଙ୍କ ପାଇଁ ଲାଗୁ ହେବ କି ନାହିଁ, ତାହା ଜାଣିବା ପାଇଁ ଦୟାକରି ଆୟକର ଅଧିନିୟମ, 1961 ର ଧାରା 10 ର ଖଣ୍ଡ (23C) ର ଦଶମ ନିୟମ ର ଖଣ୍ଡ(b), ଏବଂ ଧାରା 12A(1) ର ଖଣ୍ଡ (b) ର ଉପ-ଖଣ୍ଡ (ii) ସହିତ ଆୟକର ନିୟମାବଳୀ, 1962 ର ନିୟମ 16CC ଏବଂ ନିୟମ 17B ର ପ୍ରାସଙ୍ଗିକ ବ୍ୟବସ୍ଥାଗୁଡ଼ିକୁ ଦେଖନ୍ତୁ।
19. ଫର୍ମ 10BB ର ରିପୋର୍ଟ ଅଫ୍ ଆକାଉଣ୍ଟାଣ୍ଟ ପ୍ୟାନେଲ୍ ଅଧୀନରେ "ସମାଜ/ କମ୍ପାନୀ/ ଅଣ-ଲାଭକାରୀ ସଂସ୍ଥା / ଇତ୍ୟାଦି" ଚୟନ କରିବା ପାଇଁ କୌଣସି ବିକଳ୍ପ ନାହିଁ। ମୁଁ କେଉଁ ବିକଳ୍ପ ବାଛିବି?
ଫର୍ମ 10BB ର "ରିପୋର୍ଟ ଫ୍ରମ୍ ଆନ୍ ଆକାଉଣ୍ଟାଣ୍ଟ" ପ୍ୟାନେଲ୍ ଅଧୀନରେ ଅଡିଟ୍ ହେଉଥିବା ସଂସ୍ଥାର ବିବରଣୀ ଚୟନ କରିବା ପାଇଁ ନିମ୍ନଲିଖିତ ବିକଳ୍ପଗୁଡ଼ିକ ଦିଆଯାଇଛି - ପାଣ୍ଠି , ଟ୍ରଷ୍ଟ, ଅନୁଷ୍ଠାନ , ବିଶ୍ୱବିଦ୍ୟାଳୟ , ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ କିମ୍ବା ଅନ୍ୟାନ୍ୟ ଚିକିତ୍ସା ଅନୁଷ୍ଠାନ।
ଅଡିଟ୍ ହେଉଥିବା ସଂସ୍ଥା ପାଇଁ ଯେଉଁ ବିକଳ୍ପଟି ଉପଯୁକ୍ତ, ଆପଣ ତାହାକୁ ବାଛିପାରିବେ। ଏହି ଚୟନ, ସଂସ୍ଥାକୁ ମିଳିଥିବା ଅସ୍ଥାୟୀ/ଅନ୍ତିମ ପଞ୍ଜୀକରଣର ପ୍ରକାର ଅନୁଯାୟୀ, ସଂସ୍ଥା ଦ୍ୱାରା କରାଯାଉଥିବା କାର୍ଯ୍ୟକଳାପର ସ୍ୱରୂପ ଅନୁସାରେ କିମ୍ବା ଆଧାର ଭାବେ ଗ୍ରହଣ କରାଯାଇପାରୁଥିବା ଅନ୍ୟ କୌଣସି ପ୍ରାସଙ୍ଗିକ କାରଣକୁ ଭିତ୍ତି କରି କରାଯାଇପାରିବ।
20. ଫର୍ମ ଦାଖଲ କରିବା ସମୟରେ ମୋତେ ସମସ୍ୟା ହେଉଛି। ସିଷ୍ଟମ୍ରେ ଅବୈଧ ସମ୍ପୂର୍ଣ୍ଣ ନାମ , ଚିହ୍ନ, ଇନପୁଟ୍ , ପ୍ରତିଶତ , ଫ୍ଲାଟ୍ , ଠିକଣା ଏବଂ ପିନ୍ କୋଡ୍ ଭଳି ତ୍ରୁଟି ବା ଏରର୍ ଦେଖାଉଛି। ଏହି ସମସ୍ୟାର ସମାଧାନ ପାଇଁ ମୁଁ କଣ କରିବା ଉଚିତ?
ଦୟାକରି ନିଶ୍ଚିତ କରନ୍ତୁ ଯେ ଟିକସଦାତା ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପ୍ରୋଫାଇଲ୍ରେ ମୁଖ୍ୟ ବ୍ୟକ୍ତିଙ୍କ ବିବରଣୀ ସହିତ ସମସ୍ତ ଅନିବାର୍ଯ୍ୟ କ୍ଷେତ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଛି। ଏହା ସମ୍ପୂର୍ଣ୍ଣ ହେବା ପରେ, ପୁରୁଣା ଡ୍ରାଫ୍ଟକୁ ଡିଲିଟ୍ କରନ୍ତୁ ଏବଂ ଏକ ନୂଆ ଫର୍ମ ପୂରଣ କରି ପୁନର୍ବାର ଦାଖଲ କରିବାକୁ ଚେଷ୍ଟା କରନ୍ତୁ।
21. ଧାରା 13 ର ଉପଧାରା (1) ର ଖଣ୍ଡ(c) କିମ୍ବା ଉପଧାରା (2) ରେ ଉଲ୍ଲେଖ ଥିବା ସର୍ତ୍ତ/ମାପଦଣ୍ଡଗୁଡ଼ିକ ଲାଗୁ ହେଉ ନଥିଲେ ମଧ୍ୟ, ଫର୍ମ 10BB ର କ୍ରମିକ ସଂଖ୍ୟା 28 ରେ ଧାରା 13(3) ଅନୁଯାୟୀ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ କି?
କ୍ରମିକ ସଂଖ୍ୟା 28 ରେ ମଗାଯାଇଥିବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ। ଏହି ବିଷୟରେ ଅଧିକ ଜାଣିବା ପାଇଁ ଆପଣ 9 ଅକ୍ଟୋବର 2023 ତାରିଖର ପରିପତ୍ର ସଂଖ୍ୟା 17/2023 ଦେଖିପାରିବେ ଏବଂ ସେହି ବ୍ୟକ୍ତିମାନଙ୍କର ଯେଉଁସବୁ ବିବରଣୀ ଉପଲବ୍ଧ ଅଛି, ତାହା ପ୍ରଦାନ କରିପାରିବେ।
22: ମୂଲ୍ୟାୟନ ବର୍ଷ 2023-24 ପାଇଁ ଫର୍ମ 10BB ର ୟୁନିକ୍ ଡକ୍ୟୁମେଣ୍ଟ ଆଇଡେଣ୍ଟିଫିକେସନ୍ ନମ୍ବର(UDIN) କିପରି ଜେନେରେଟ୍ କରାଯିବ?
ଦୟାକରି ଧ୍ୟାନ ଦିଅନ୍ତୁ ଯେ କର ମୂଲ୍ୟାୟନ ବର୍ଷ 2023-24 ଏବଂ ଏହା ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଲାଗୁ ହେଉଥିବା ପୁନଃ-ଅଧିସୂଚିତ ଫର୍ମ 10BB ନିମନ୍ତେ, “UDIN ବିବରଣୀ ଦେଖନ୍ତୁ / ଅପ୍ଡେଟ୍ କରନ୍ତୁ” ପ୍ୟାନେଲ୍ରେ ଯାଇ ଫର୍ମର ନାମ "ଫର୍ମ 10BB - ଧାରା ଦଶମ ପ୍ରାବଧାନ(23C)(b)(iv)/(v)/(vi)/(via) ଏବଂ ଧାରା 12A(1)(b)(ii)" ଚୟନ କରି UDIN ନମ୍ବର ଜେନେରେଟ୍ କରିବା ଆବଶ୍ୟକ।"