ଫର୍ମ 152 ଉପଭୋକ୍ତା ମାନୁଆଲ୍‌

1.ସମୀକ୍ଷା:

ଯେତେବେଳେ ଜଣେ ବ୍ୟକ୍ତି ଧାରା 407(2)/407(5) ଅଧୀନରେ ଅଗ୍ରୀମ କର ଦେୟ ପାଇଁ ଆୟକର ଅଧିନିୟମ 2025ର ଧାରା 289 ଅନୁଯାୟୀ ଏକ ଦାବି ପତ୍ର ଗ୍ରହଣ କରନ୍ତି, ସେତେବେଳେ ଫର୍ମ 152 ଦାଖଲ କରାଯାଏ । ଏହା ହେଉଛି ଏକ ଅବଗତି ପତ୍ର, ଯାହା ମୂଲ୍ୟାୟନ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥବା ଫର୍ମ 151ର ପ୍ରତ୍ୟୁତ୍ତରରେ ଅଗ୍ରୀମ କରର କମ୍ ଦେୟତା ପାଇଁ ଫାଇଲ୍ କରାଯାଏ ।

2.ଫର୍ମ ଫାଇଲିଂ ପାଇଁ ପ୍ରାକ୍ ଆବଶ୍ୟକତାଗୁଡିକ

  • ୟୁଜର୍ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜିକରଣ କରିବା ଆବଶ୍ୟକ
  • ଫର୍ମ ଫାଇଲିଂ କରିବା ପାଇଁ କରଦାତାଙ୍କ PAN ଏବଂ ଆଧାର ଲିଙ୍କ୍ ହେବା ନିହାତି ଆବଶ୍ୟକ ।
  • କରଦାତାଙ୍କ ପାଇଁ ଧାରା 289 ଅନୁଯାୟୀ ଆଦେଶ ଜାରି କରାଯିବା ଉଚିତ୍ ଏବଂ ସେହି ଆଦେଶର DIN ରହିବା ଆବଶ୍ୟକ ।
  • ଯଦି DSC ପଦ୍ଧତି ମାଧ୍ୟମରେ ସତ୍ୟାପନ କରାଯାଏ, ତେବେ କରଦାତାଙ୍କ ପାଖରେ ଏକ ବୈଧ ଏବଂ ସକ୍ରିୟ DSC ନିହାତି ଥିବା ଆବଶ୍ୟକ ।
  • ଯଦି ଆଧାର OTP ମାଧ୍ୟମରେ ଫର୍ମ ଦାଖଲ କରାଯାଏ, ତେବେ ମୋବାଇଲ ନମ୍ବରଟି ଆଧାର ସହିତ ଲିଙ୍କ୍ ହେବା ଉଚିତ୍ ।

3. ଫର୍ମ ସମ୍ବନ୍ଧୀୟ ସୂଚନା

କ)ଫର୍ମର ଉଦ୍ଦେଶ୍ୟ: 
ଯେତେବେଳେ ଜଣେ କରଦାତା ଆୟକର ଅଧିନିୟମ, 2025ର ଧାରା 407(2) କିମ୍ବା 407(5) ଅନୁସାରେ ଗୋଟିଏ ଡିମାଣ୍ଡ୍ ନୋଟିସ୍ ଧାରା 289 ଅଧୀନରେ ଗ୍ରହଣ କରିଛନ୍ତି ସେତେବେଳେ ମୂଲ୍ୟାୟନ ଅଧିକାରୀ (AO)ଙ୍କୁ ଅଗ୍ରୀମ କର ବିଷୟରେ ଫର୍ମ 152 ଗୋଟିଏ ବୈଧାନିକ ଅବଗତି ପତ୍ର ହେବ । ସରଳରେ କହିଲେ, ଏହା ବିଭାଗ ଦ୍ୱାରା ଉତ୍ଥାପିତ ଅଗ୍ରୀମ କର ଦାବି ବିଷୟରେ କରଦାତାଙ୍କ ସ୍ଥିତି କିମ୍ବା ଆପତ୍ତିଗୁଡିକ AOଙ୍କୁ ସୂଚନା ଦେବା ପାଇଁ ବ୍ୟବହାର କରାଯାଏ ।

ଖ) ଏହାକୁ କିଏ ଫାଇଲ୍ କରିପାରିବେ ?
ଫର୍ମ 152 ସେହି ବ୍ୟକ୍ତିଙ୍କ ଦ୍ୱାରା ଫାଇଲ୍ କରାଯାଇଥାଏ, ଯିଏ ପୈଠ ହୋଇସାରିଥିବା ଅଗ୍ରୀମ କର ଉପରେ ଏକ ଦାବି ନୋଟିସ୍ ପାଇଥାନ୍ତି ଏବଂ ସେ ଏହା ସ୍ପଷ୍ଟ କରିବାକୁ ଚାହାଁନ୍ତି ଯେ, " ଦାବି ନୋଟିସ୍‌ରେ ଦର୍ଶାଯାଇଥିବା କରର ପରିମାଣ ଠିକ୍ ନାହିଁ" ।

4. ଫର୍ମର ସଂକ୍ଷିପ୍ତ ଅବଲୋକନ

ଫର୍ମ 152ରେ 3ଟି ପ୍ୟାନେଲ୍ ରହିଛି ଯଥା,

  • ମୂଲ୍ୟାୟନ ଅଧିକାରୀ, ନୋଟିସ୍‌ ଏବଂ ଅବଗତି ପତ୍ର
  • ଆୟର ଆକଳନ
  • ଆଟାଚ୍‌ମେଣ୍ଟସ୍ ।

5. ପର୍ଯ୍ୟାୟ କ୍ରମିକ ନିର୍ଦ୍ଦେଶିକା:

ଆପଣ ଫର୍ମ 152କୁ ଅନ୍‌ଲାଇନ୍ ପଦ୍ଧତିରେ – କେବଳ ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ ପୂରଣ ଓ ଦାଖଲ କରିପାରିବେ ।

ପଦକ୍ଷେପ 1: ଆପଣଙ୍କର ୟୁଜର୍ ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ ।

Data responsive

ପଦକ୍ଷେପ 2:ଆପଣଙ୍କର ୟୁଜର୍ ID (PAN) ଏବଂ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ ।

Data responsive

ପଦକ୍ଷେପ 3: ଇ-ଫାଇଲ୍ > ଆୟକର ଫର୍ମ > ଆୟକର ଫର୍ମ ଫାଇଲ୍ କରନ୍ତୁକୁ ଯାଆନ୍ତୁ ।

Data responsive

ପଦକ୍ଷେପ 4: ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମ ଟ୍ୟାବ୍‌କୁ ଚୟନ କରନ୍ତୁ, ସେଥିରୁ ଫର୍ମ 152କୁ ଚୟନ କିମ୍ବା ଖୋଜନ୍ତୁ, ଓ ବର୍ତ୍ତମାନ ଫାଇଲ୍ କରନ୍ତୁକୁ କ୍ଲିକ୍ କରନ୍ତୁ ।

Data responsive

ପଦକ୍ଷେପ 5: ପ୍ରଯୋଜ୍ୟ କର ବର୍ଷ (T.Y)କୁ ଚୟନ କରନ୍ତୁ ଓ ଜାରି ରଖନ୍ତୁ ବଟନ୍‌କୁ କ୍ଲିକ୍ କରନ୍ତୁ ।

Data responsive

ପଦକ୍ଷେପ 6. ଚାଲନ୍ତୁ ଆରମ୍ଭ କରିବା ବଟନ୍ ଉପରେ କ୍ଲିକ୍ କରନ୍ତୁ ।

Data responsive

ପଦକ୍ଷେପ 7:ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରିବା ମାତ୍ରେ, ୟୁଜର୍ ପ୍ୟାନେଲ୍ ସ୍କ୍ରିନ୍‌କୁ ଚାଲିଯିବେ । ପ୍ରଥମ ପ୍ୟାନେଲ୍: କର ମୂଲ୍ୟାୟନ ଅଧିକାରୀ, ନୋଟିସ୍ ଏବଂ ଅବଗତି ପତ୍ରକୁ ଚୟନ କରନ୍ତୁ ।

Data responsive

ପଦକ୍ଷେପ 8: ଆବଶ୍ୟକୀୟ ତଥ୍ୟଗୁଡ଼ିକୁ ପୂରଣ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ ।

ଟିପ୍ପଣୀ: ଏହି ପ୍ୟାନେଲ୍‌ରେ ମୂଲ୍ୟାୟନ ଅଧିକାରୀଙ୍କ ବିବରଣୀ, ଆଦେଶ ନମ୍ବର (DIN), ଆଦେଶ ତାରିଖ ସହିତ ଫର୍ମ 151ର ପ୍ରତ୍ୟୁତ୍ତରରେ ଫର୍ମ ଫାଇଲିଂର କାରଣ ଅନ୍ତର୍ଭୁକ୍ତ ଥାଏ ।

 

Data responsiveData responsive

ପଦକ୍ଷେପ 9:ପ୍ରଥମ ପ୍ୟାନେଲ୍‌ଟିକୁ ସେଭ୍ କରିବା ପରେ, ଦ୍ୱିତୀୟ ପ୍ୟାନେଲ୍: ଆୟର ଆକଳନ
କୁ ଚୟନ କରନ୍ତୁ ।

Data responsive

ପଦକ୍ଷେପ 10:ଆୟର ଆକଳନ ପ୍ୟାନେଲ୍ ଅନ୍ତର୍ଗତ ସମସ୍ତ ତଥ୍ୟଗୁଡ଼ିକୁ ପୂରଣ ଓ ସତ୍ୟାପନ କରନ୍ତୁ ଏହାପରେ ସେଭ୍ କ୍ଲିକ୍ କରନ୍ତୁ ।

ଟିପ୍ପଣୀ:
a) ଏହି ପ୍ୟାନେଲ୍‌ରେ ଆକଳନ କରାଯାଇଥିବା ଆୟର ଉତ୍ସର ସମ୍ପୂର୍ଣ୍ଣ ବିବରଣୀ ରହିଥାଏ ।
b) ପଏଣ୍ଟ ସଂଖ୍ୟା 3ର କ୍ରମିକ ସଂଖ୍ୟା 4ରେ, ଫାର୍ମର ସେୟାର୍ ସହିତ ବ୍ୟବସାୟ କିମ୍ବା ବୃତ୍ତିରୁ ମିଳୁଥିବା ଲାଭ ଓ ପ୍ରାପ୍ତି ମାଧ୍ୟମରେ ଆୟର ବିବରଣୀ ସାମିଲ ଅଟେ ।
c) ପଏଣ୍ଟ ସଂଖ୍ୟା 6, ଆୟର TDS ବିବରଣୀ ସହ ସମ୍ବନ୍ଧିତ ।
d) ପଏଣ୍ଟ ସଂଖ୍ୟା 11, ବାକି ଥିବା କର ଦେୟତା ବିଷୟରେ ସୂଚନା ଦିଏ ।

Data responsive

ଟିପ୍ପଣୀ: ପଏଣ୍ଟ ସଂଖ୍ୟା 3ର କ୍ରମିକ ସଂଖ୍ୟା 4(a) ଏବଂ 4(ଖ)ରେ ଥିବା “ତଥ୍ୟ ଯୋଡ଼ନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ, ବ୍ୟବସାୟ କିମ୍ବା ବୃତ୍ତିରୁ ହେଉଥିବା ଆୟ ଏବଂ କୌଣସି ଫାର୍ମରୁ ସେୟାର୍ ବାବଦରେ ମିଳୁଥିବା ଆୟ ସମ୍ବନ୍ଧୀୟ ଆବଶ୍ୟକ ତଥ୍ୟ ପ୍ରବେଶ କରିବାକୁ ହେବ ।
a)କ୍ରମିକ ସଂଖ୍ୟା 4(a)ରେ ଯଦି ବ୍ୟବସାୟରେ କୌଣସି କ୍ଷତି ହୁଏ, ତେବେ ୟୁଜର୍ ଏଠାରେ ଋଣାତ୍ମକ ମୂଲ୍ୟ ଲେଖିପାରିବେ ।
b) କ୍ରମିକ ସଂଖ୍ୟା 4(b)ରେ କୌଣସି ଋଣାତ୍ମକ ମୂଲ୍ୟ ଲେଖିବା ପାଇଁ ଅନୁମତି ଦିଆଯିବ ନାହିଁ ।

Data responsive

ପଏଣ୍ଟ ସଂଖ୍ୟା 3ର କ୍ରମିକ ସଂଖ୍ୟା 5ରେ ଅନ୍ୟ ଉତ୍ସଗୁଡିକରୁ ଆୟ ସହ ସମ୍ବନ୍ଧିତ ତଥ୍ୟ ଯେଉଁଠାରେ ଯଦି ୟୁଜର୍‌‌ଙ୍କର ଅନ୍ୟ କୌଣସି ମାଧ୍ୟମରୁ ଆୟ ଯଥା ସୁଧ, ଲାଭାଂଶ କିମ୍ବା ଲଟେରୀ ଆଦି ଭଳି ଆୟ ରହିଛି ତେବେ ତାହା ଏହି କ୍ରମିକ ସଂଖ୍ୟାରେ ଘୋଷଣା କରିବାର ଆବଶ୍ୟକତା ରହିଛି ।

ଏହା ସହିତ, ଯଦି ପୂର୍ବ ବର୍ଷର କୌଣସି କ୍ଷତି କିମ୍ବା କର ରିହାତିକୁ ଆଗକୁ ଅଣାଯାଇଥାଏ, ତେବେ ୟୁଜର୍ ସେହି ମୂଲ୍ୟଗୁଡ଼ିକୁ କ୍ରମିକ ସଂଖ୍ୟା 5ର ଠିକ୍ ପରବର୍ତ୍ତୀ ଘରଗୁଡ଼ିକରେ ପ୍ରବେଶ କରିବା ଉଚିତ ।

Data responsive

ପଏଣ୍ଟ ନମ୍ବର 4(a)(i) ଏବଂ (ii)ରେ ସେହିସବୁ ଆୟର ବିବରଣୀ ଅନ୍ତର୍ଭୁକ୍ତ ଥାଏ, ଯାହା ଅଗ୍ରୀମ କର ଅଧୀନରେ ଆସିଲେ ମଧ୍ୟ ସେଥିପାଇଁ କୌଣସି କର ଦେବାକୁ ପଡ଼ିନଥାଏ । ଯେପରିକି ଅଣ-ପଞ୍ଜୀକୃତ ଫାର୍ମରୁ ମିଳୁଥିବା ଆୟର ଭାଗ ଯେଉଁ ଆୟ ଉପରେ ସମ୍ପୃକ୍ତ ଫାର୍ମ ନିଜେ କର ପୈଠ କରିସାରିଛନ୍ତି ଏବଂ AOP କିମ୍ବା BOIରୁ ମିଳୁଥିବା ଆୟର ଭାଗ ଯେଉଁ ଆୟ ଉପରେ ସମ୍ପୃକ୍ତ ସଂଗଠନ କିମ୍ବା ସଂସ୍ଥା ନିଜେ କର ପୈଠ କରିସାରିଛି ।

ପଏଣ୍ଟ ନମ୍ବର 4(a)(iv)ରେ ଅନ୍ୟାନ୍ୟ ବିଷୟଗୁଡିକ ରହିଥାଏ ଯେଉଁଥିରେ ୟୁଜର୍ ଯୋଡନ୍ତୁ ବିବରଣୀ ଉପରେ କ୍ଲିକ୍ କରି ଏକାଧିକ ଧାଡ଼ି ଯୋଡ଼ି ନିଜର ଅନ୍ୟାନ୍ୟ ତଥ୍ୟ ଗୁଡ଼ିକୁ ପ୍ରବେଶ କରିପାରିବେ ।

Data responsive


ମୋଟ ପୈଠ କରାଯାଇଥିବା TDSର ବିବରଣୀ ପଏଣ୍ଟ ସଂଖ୍ୟା: ୬ ସହ ସମ୍ବନ୍ଧିତ, ଯାହାକୁ ଅଗ୍ରୀମ କରର ପରିସଂଖ୍ୟାନ କରିବା ସମୟରେ ବିଚାରକୁ ନିଆଯାଇଥାଏ ।

Data responsiveData responsive

ପଦକ୍ଷେପ 11: ଦ୍ୱିତୀୟ ପ୍ୟାନେଲ୍‌ଟିକୁ ସେଭ୍ କରିବା ପରେ, ତୃତୀୟ ପ୍ୟାନେଲ୍:ଆଟାଚ୍‌ମେଣ୍ଟସ୍ କୁ ଯାଆନ୍ତୁ ।

Data responsive

ପଦକ୍ଷେପ 12: ଆବଶ୍ୟକୀୟ ସୁସଙ୍ଗତ ଦସ୍ତାବିଜ୍‌ଗୁଡ଼ିକୁ ସଲଗ୍ନ କରନ୍ତୁ ଏବଂ ସେଭ୍କୁ କ୍ଲିକ୍ କରନ୍ତୁ ।

ଟିପ୍ପଣୀ: କରଦାତାଙ୍କୁ ଏଠାରେ ସେହି ସମସ୍ତ ସୁସଙ୍ଗତ ଦସ୍ତାବିଜ୍‌ ସଲଗ୍ନ କରିବାକୁ ହେବ, ଯାହା ପ୍ରମାଣିତ କରୁଥିବ ଯେ ମୂଲ୍ୟାୟନ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ଅଗ୍ରୀମ କର ଗଣନାରେ ତ୍ରୁଟି ରହିଛି । ଏହା ସହିତ, ଏହି ପ୍ୟାନେଲ୍‌ରେ ଅଗ୍ରୀମ କରର ଆକଳନ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେବାକୁ ପଡ଼ିଥାଏ, ଯାହାଙ୍କୁ ସତ୍ୟାପନକାରୀ କୁହାଯାଏ, ଯିଏ ଏହି ଫର୍ମକୁ ସତ୍ୟାପନ କରୁଛନ୍ତି କିମ୍ବା ଦାଖଲ କରୁଛନ୍ତି ।

Data responsive

                                

Data responsive

ପଦକ୍ଷେପ 13ତୃତୀୟ ପ୍ୟାନେଲ୍‌ଟିକୁ ସେଭ୍ କରିବା ପରେ, ପ୍ରାକ୍‌ ଦୃଶ୍ୟ
ଉପରେ କ୍ଲିକ୍ କରନ୍ତୁ ।

Data responsive

ପଦକ୍ଷେପ 14: ସମସ୍ତ ବିବରଣୀକୁ ୟୁଜର୍ ଆଉଥରେ ଭଲଭାବେ ସମୀକ୍ଷା କରିପାରିବେ ଏବଂ ପ୍ରାକ୍‌ ଦୃଶ୍ୟ ପେଜ୍‌ରେ ଥିବା ଡାଉନଲୋଡ୍ ବଟନ୍ ଉପରେ କ୍ଲିକ୍ କରି ପ୍ରାକ୍‌ ଦୃଶ୍ୟ PDFକୁ ଡାଉନ୍ ଲୋଡ୍ କରିପାରିବେ ଓ ଇ-ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ ।

ଟିପ୍ପଣୀ:UI ସ୍କ୍ରିନ୍‌ରେ ପୂରଣ କରାଯାଇଥିବା ସମସ୍ତ ବିବରଣୀ ଠିକ୍ ଅଛି କି ନାହିଁ, ୟୁଜର୍ ତାହା ସତ୍ୟାପନ କରିପାରିବେ । ଯଦି କୌଣସି ତଥ୍ୟ ବାଦ୍ ପଡ଼ିଯାଇଥାଏ କିମ୍ବା ଭୁଲ୍ ଥାଏ, ତେବେ ୟୁଜର୍ ସମ୍ପାଦନ କରନ୍ତୁ ବଟନ୍ ଉପରେ କ୍ଲିକ୍ କରି ସେହି ତଥ୍ୟକୁ ସଂଶୋଧନ କରିପାରିବେ ।

Data responsive

  

Data responsive

ପଦକ୍ଷେପ 15: ପ୍ରାକ୍‌ ଦୃଶ୍ୟ ସ୍କ୍ରିନ୍‌‌ରେ ଯେତେବେଳେ ୟୁଜର୍ "ଇ-ସତ୍ୟାପନ ପାଇଁ ଆଗକୁ ବଢନ୍ତୁ" ଉପରେ କ୍ଲିକ୍ କରିବେ, ସେତେବେଳେ ହଁ ଏବଂ ନାଁ ବିକଳ୍ପ ସହିତ ଏକ ନିଶ୍ଚିତକରଣ ପପ୍ଅପ୍ ଦେଖାଯିବ । ଆଗକୁ ଜାରି ରହିବା ଏବଂ ଫର୍ମ ଦାଖଲ କରିବା ପାଇଁ ୟୁଜର୍‌ଙ୍କୁ “ହଁ” ଚୟନ କରିବାକୁ ହେବ ।

 

Data responsive

ପଦକ୍ଷେପ: 16: “ହଁ ” ଚୟନ କରିବା ପରେ, ୟୁଜର୍‌ ଇ-ସତ୍ୟାପନ ପେଜ୍‌କୁ ଚାଲିଯିବେ, ଯେଉଁଠାରେ ଆଧାର OTP, DSC ଏବଂ ଅନ୍ୟାନ୍ୟ EVC ମାଧ୍ୟମରେ ଫର୍ମଟିକୁ ସଫଳତାର ସହ ଦାଖଲ କରାଯାଇପାରିବ ।

ଟିପ୍ପଣୀ:ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ୟୁଜର୍ ମାନୁଆଲ୍‌ର ସହାୟତା ନିଅନ୍ତୁ ।

Data responsive

ପଦକ୍ଷେପ 17: ସଫଳତାର ସହ ଇ-ସତ୍ୟାପନ ସରିବା ପରେ, ସ୍କ୍ରିନ୍‌ରେ ଏକ ସଫଳତା ସନ୍ଦେଶ ସହିତ ଏକ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବର ଦେଖାଯିବ । ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବରକୁ ଟିପ୍ପଣୀ କରି ରଖନ୍ତୁ । ଏହା ସହିତ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କର ଇ-ମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ଆପଣ ପାଇବେ ।

ପ୍ରାପ୍ତିସ୍ୱୀକାର ରସିଦକୁ ଡାଉନ୍‌ଲୋଡ୍ କରିବା ପାଇଁ ଡାଉନ୍‌ଲୋଡ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

Data responsive

ଫର୍ମ 152 ସଫଳତାର ସହ ଦାଖଲ ହେବା ପରେ, ୟୁଜର୍ ନିଜର ଦାଖଲ ହୋଇଥିବା ଫର୍ମକୁ ଏହିପରି ଦେଖିପାରିବେ - ଆପଣଙ୍କ ଡ୍ୟାସ୍‌ବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମସ > ଫାଇଲ୍ କରାଯାଇଥିବା ଫର୍ମ ଦେଖନ୍ତୁ > ଆୟକର ଅଧିନିୟମ 2025 ଅଧୀନରେ ଫାଇଲ୍ ହୋଇଥିବା ଫର୍ମ ଦେଖନ୍ତୁ ।

ଟିପ୍ପଣୀ:ଅଧିକ ଜାଣିବା ପାଇଁ ଫାଇଲ୍ କରାଯାଇଥିବା ଫର୍ମ ଦେଖନ୍ତୁ ୟୁଜର୍ ମାନୁଆଲ୍‌ର ସହାୟତା ନିଅନ୍ତୁ ।

6. ସମ୍ପର୍କିତ ବିଷୟମାନ

  • ଲଗ୍‌ଇନ୍‌ କରନ୍ତୁ
  • ଡ୍ୟାଶ୍‌ବୋର୍ଡ
  • ଇ-ସତ୍ୟାପନ କିପରି କରିବେ
  • DSC ପଞ୍ଜିକରଣ କରନ୍ତୁ


7.ଶବ୍ଦାବଳୀ

ସଂକ୍ଷିପ୍ତ ରୂପ / ସଂକ୍ଷେପଣ ବିବରଣୀ/ପୂର୍ଣ୍ଣ ରୂପ
DSC ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର
EVC ଇଲେକ୍ଟ୍ରୋନିକ୍ ସତ୍ୟାପନ ପ୍ରମାଣପତ୍ର
ARN ପ୍ରାପ୍ତିସ୍ୱୀକାର ରସିଦ ନମ୍ବର
TY କର ବର୍ଷ