ଫର୍ମ I-SWF ୟୁଜର୍ ମାନୁଆଲ୍

 

1. ସଂକ୍ଷିପ୍ତ ବିବରଣୀ

ସୋଭରେନ୍ ୱେଲଥ୍ ଫଣ୍ଡ ସେମାନଙ୍କର ଲାଭାଂଶ, ସୁଧ, ଅନ୍ୟ କୌଣସି ଅର୍ଥରାଶି ଯାହା ଆୟକର ଅଧିନିୟମ, 2025ର ଧାରା 92(2)(k)ରେ ଉଲ୍ଲେଖିତ ଏବଂ ଭାରତରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଋଣ, ସେୟାର୍ ପୁଞ୍ଜି କିମ୍ବା ୟୁନିଟ୍ ରୂପରେ କରାଯାଇଥିବା ନିବେଶରୁ ଉତ୍ପନ୍ନ ପୁଞ୍ଜିଗତ ଲାଭ ଉପରେ 100% କର ଛାଡ଼ ପାଇବା ପାଇଁ ଫର୍ମ I-SWF ଫାଇଲ୍ କରନ୍ତି ।

2. ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତାଗୁଡ଼ିକ

  • କରଦାତା ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ।
  • କରଦାତାଙ୍କ ପାଖରେ ଇ-ଫାଇଲିଂ 2.0 ପୋର୍ଟାଲର ବୈଧ ୟୁଜରନେମ୍ (PAN) ଏବଂ ପାସୱାର୍ଡ ଥିବା ଆବଶ୍ୟକ।
  • ପ୍ୟାନ୍‌ ଡାଟାବେସ୍ ଅନୁଯାୟୀ କରଦାତାଙ୍କ PANର ସ୍ଥିତି "ସକ୍ରିୟ" ଥିବା ଆବଶ୍ୟକ।
  • DSC ପଦ୍ଧତି ମାଧ୍ୟମରେ ଫର୍ମ ଯାଞ୍ଚ କରିବା ପାଇଁ କରଦାତାଙ୍କ ପାଖରେ ଏକ ବୈଧ DSC ଥିବା ଆବଶ୍ୟକ। ଏହା ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବ ଓ ଏହାର ମିଆଦ ଶେଷ ହୋଇନଥିବା ଆବଶ୍ୟକ।

3. ଫର୍ମ ସମ୍ପର୍କରେ

3.1 ଉଦ୍ଦେଶ୍ୟ

ଏହି ଫର୍ମ ଦାଖଲ କରିବାର ଉଦ୍ଦେଶ୍ୟ ହେଉଛି ଲାଭାଂଶ, ସୁଧ, ଆୟକର ଅଧିନିୟମ, 2025ର ଧାରା 92(2)(k) ରେ ଉଲ୍ଲେଖିତ ଯେକୌଣସି ରାଶି ଏବଂ ଭାରତରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଋଣ, ସେୟାର୍ ପୁଞ୍ଜି କିମ୍ବା ୟୁନିଟ୍ ରୂପରେ କରାଯାଇଥିବା ନିବେଶରୁ ଉତ୍ପନ୍ନ ପୁଞ୍ଜିଗତ ଲାଭ ଉପରେ 100% କର ଛାଡ଼ ପାଇବା।

3.2 ଏହାକୁ କିଏ ବ୍ୟବହାର କରିପାରିବେ?

ଆୟକର ଅଧିନିୟମ, 2025ର ଅନୁସୂଚୀ V [ସାରଣୀ: କ୍ରମିକ ସଂଖ୍ୟା 7, ଟିପ୍ପଣୀ 5(a)(ii)(G)] ଅନୁଯାୟୀ ଫର୍ମ I SWF ଏକ ସୋଭରେନ୍ ୱେଲଥ୍ ଫଣ୍ଡ ଦ୍ୱାରା ଫାଇଲ୍ କରାଯାଏ। ଏହି ସୋଭରେନ୍ ୱେଲଥ୍ ଫଣ୍ଡ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପର ଲିଖିତ ଉଦ୍ଦେଶ୍ୟ ପାଇଁ ଅଧିସୂଚନା ମାଧ୍ୟମରେ ନିର୍ଦ୍ଦିଷ୍ଟ ହୋଇଥିବ ଏବଂ ସେହି ଅଧିସୂଚନାରେ ଉଲ୍ଲେଖିତ ସର୍ତ୍ତାବଳୀ ପୂରଣ କରିଥିବା ଆବଶ୍ୟକ।

3.3 ଫର୍ମର ଏକ ଝଲକ

ଫର୍ମ I SWFରେ ଚାରୋଟି ପ୍ୟାନେଲ୍ ରହିଛି:
  1. ପାର୍ଟ A - ସୋଭରେନ୍ ୱେଲଥ୍ ଫଣ୍ଡର ସବିଶେଷ ବିବରଣୀ
  2. ପାର୍ଟ B - ସର୍ତ୍ତାବଳୀ ପୂରଣ ସମ୍ବନ୍ଧୀୟ ପ୍ରମାଣୀକରଣ
  3. ସଂଲଗ୍ନ
  4. ଭେରିଫିକେସନ୍
Data responsive

 

4.ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା

ସୋପାନ 1: ନିଜର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ ।

Data responsive

 

ସୋପାନ 2: ଉପଭୋକ୍ତା ID (PAN) ଏବଂ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ।

Data responsive

 

ସୋପାନ 3: ଯାଆନ୍ତୁ ଇ-ଫାଇଲ୍ > ଆୟକର ଫର୍ମଗୁଡ଼ିକ > ଆୟକର ଫର୍ମ ଫାଇଲ୍ କରନ୍ତୁ

Data responsive

 

ସୋପାନ 4: ତିନୋଟି ଟ୍ୟାବ୍ ମଧ୍ୟରୁ ଆୟକର ଅଧିନିୟମ 2025 ଅନୁଯାୟୀ ଫର୍ମଗୁଡ଼ିକ ଟ୍ୟାବ୍‌କୁ ଚୟନ କରନ୍ତୁ, ପରେ ଫର୍ମ I SWFକୁ ଚୟନ କିମ୍ବା ସନ୍ଧାନ କରନ୍ତୁ, ଏବଂ ଫାଇଲ୍ ନାଓ ବଟନ୍‌ରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 5: PAN, ଦାଖଲ ପଦ୍ଧତି, ଫାଇଲିଂ ପ୍ରକାର ଯାଞ୍ଚ କରନ୍ତୁ ଏବଂ ପ୍ରଯୋଜ୍ୟ କର ବର୍ଷ (T.Y.) ଚୟନ କରି ଜାରି ରଖନ୍ତୁ ବଟନ୍‌ରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 6: "ଆସନ୍ତୁ ଆରମ୍ଭ କରବା" ଉପରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 7: "ଆସନ୍ତୁ ଆରମ୍ଭ କରିବା" ଉପରେ କ୍ଲିକ୍ କରିବା ପରେ, ୟୁଜର୍‌ଙ୍କୁ ପ୍ୟାନେଲ୍ ସ୍କ୍ରିନ୍‌କୁ ଚାଲିଯିବେ। ଆଗକୁ ବଢ଼ିବା ପାଇଁ ପ୍ରଥମ ପ୍ୟାନେଲ୍: ଭାଗ A - ସୋଭରେନ୍ ୱେଲଥ୍ ଫଣ୍ଡର ସବିଶେଷ ବିବରଣୀ ଚୟନ କରନ୍ତୁ। ଆବଶ୍ୟକ ବିବରଣୀ ପୂରଣ କରନ୍ତୁ, ଯାଞ୍ଚ କରନ୍ତୁ ଏବଂ ସଞ୍ଚୟ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: ଦୟାକରି ନିଶ୍ଚିତ ହୁଅନ୍ତୁ ଯେ "ମୋ ପ୍ରୋଫାଇଲ୍" ବିଭାଗ ଅଧୀନରେ ଠିକଣା ସମେତ ସମସ୍ତ ଆବଶ୍ୟକୀୟ ବିବରଣୀ ପୂରଣ ହୋଇଛି। “ମୋ ପ୍ରୋଫାଇଲ୍” ହାଇପର୍‌ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ନିଜର ଯୋଗାଯୋଗ ଏବଂ ଠିକଣା ସମ୍ବନ୍ଧୀୟ ବିବରଣୀ ଅପ୍‌ଡେଟ୍ କରିପାରିବେ।

Data responsiveData responsive

 

ସୋପାନ 8: ପ୍ରଥମ ପ୍ୟାନେଲ୍ ସଞ୍ଚୟ କରିବା ପରେ, ଦ୍ୱିତୀୟ ପ୍ୟାନେଲ୍: ଭାଗ B – ସର୍ଟିଫିକେସନ୍ ଚୟନ କରନ୍ତୁ।

ଦୟାକରି ଚେକ୍‌ବକ୍ସରେ କ୍ଲିକ୍ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 9: ଦ୍ୱିତୀୟ ପ୍ୟାନେଲ୍ ସଞ୍ଚୟ କରିବା ପରେ, ତୃତୀୟ ପ୍ୟାନେଲ୍ : ସଂଲଗ୍ନ ଚୟନ କରନ୍ତୁ। ସଂଲଗ୍ନରେ ଆବଶ୍ୟକୀୟ ଦସ୍ତାବେଜଗୁଡିକ ସଂସଗ୍ନ କରନ୍ତୁ ଓ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 10: ତୃତୀୟ ପ୍ୟାନେଲ୍ ସଞ୍ଚୟ କରିବା ପରେ, "ସତ୍ୟାପନ" ପ୍ୟାନେଲ୍‌କୁ ଚୟନ କରନ୍ତୁ। ସତ୍ୟାପନ ବିବରଣୀକୁ ନିଶ୍ଚିତ କରନ୍ତୁ ଏବଂ ସେଭ୍ ଉପରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 11: ସତ୍ୟାପନ ପ୍ୟାନେଲ୍ ସଞ୍ଚୟ କରିବା ପରେ, ପ୍ୟାନେଲ୍‌ର ସ୍ଥିତି କମ୍ପ୍ଲିଟେଡ୍ ବୋଲି ପ୍ରଦର୍ଶିତ ହେବ ଏବଂ ପ୍ରିଭ୍ୟୁ ବଟନ୍ ସକ୍ରିୟ ହେବ।

Data responsive

 

ସୋପାନ 12: ପ୍ରିଭ୍ୟୁ ପୃଷ୍ଠାରେ, ବିବରଣୀଗୁଡ଼ିକୁ ଯାଞ୍ଚ କରନ୍ତୁ ଏବଂ ପ୍ରୋସିଡ୍ ଟୁ ଇ-ସତ୍ୟାପନ ଉପରେ କ୍ଲିକ୍ କରନ୍ତୁ।

ଟିପ୍ପଣୀ: “ଡାଉନ୍‌ଲୋଡ୍” ବଟନ୍‌ରେ କ୍ଲିକ୍ କରି ୟୁଜର୍ ପ୍ରିଭ୍ୟୁ PDF ଡାଉନ୍‌ଲୋଡ୍ କରିପାରିବେ ଏବଂ ଇ-ସତ୍ୟାପନ କରିବା ପୂର୍ବରୁ ବିବରଣୀଗୁଡ଼ିକୁ ଯାଞ୍ଚ କରିପାରିବେ।

Data responsive

 

ସୋପାନ 13: "ପ୍ରୋସିଡ୍ ଟୁ ଇ-ସତ୍ୟାପନ ବଟନ୍‌ରେ କ୍ଲିକ୍ କରିବା ପରେ, ଇ-ସତ୍ୟାପନ ପାଇଁ ଆପଣ ଆଗକୁ ବଢ଼ିବାକୁ ଚାହୁଁଛନ୍ତି କି ନାହିଁ ବୋଲି ଏକ ପପ୍‌ଅପ୍ ନିଶ୍ଚିତକରଣ ସନ୍ଦେଶ ପ୍ରଦର୍ଶିତ ହେବ। ହଁ ଉପରେ କ୍ଲିକ୍ କରନ୍ତୁ।

Data responsive

 

ସୋପାନ 14: ହଁ ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ ଇ-ସତ୍ୟାପନ ପୃଷ୍ଠାକୁ ଚାଲିଯିବେ ଯେଉଁଠାରେ ଆପଣ DSC/EVC ବ୍ୟବହାର କରି ଫର୍ମ I SWFର ଯାଞ୍ଚ କରିପାରିବେ।

ଟିପ୍ପଣୀ: ଅଧିକ ସୂଚନା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍‌କୁ ଦେଖନ୍ତୁ।

ସୋପାନ 15: ସଫଳ ଇ-ଭେରିଫିକେସନ୍ ପରେ, ଏକ ସଫଳତା ସନ୍ଦେଶ ସହିତ ବିନିମୟ ID ଏବଂ ପ୍ରାପ୍ତସ୍ୱୀକାର ରସିଦ ନମ୍ବର ପ୍ରଦର୍ଶିତ ହେବ। ଭବିଷ୍ୟତ ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଏବଂ ପ୍ରାପ୍ତସ୍ୱୀକାର ରସିଦ ନମ୍ବର ଟିପ୍ପଣୀ କରି ରଖନ୍ତୁ। ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଆପଣଙ୍କ ଇମେଲ୍ ID(ଗୁଡିକ) ଏବଂ ମୋବାଇଲ୍ ନମ୍ବରକୁ(ଗୁଡିକୁ) ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପଠାଯିବ।

ପ୍ରାପ୍ତିସ୍ୱୀକାର ରସିଦ ଡାଉନଲୋଡ୍ କରିବା ପାଇଁ ଡାଉନ୍‌ଲୋଡ୍ ବଟନ୍‌ରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ:

  1. ଆପଣଙ୍କ ଡ୍ୟାଶବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମ ଫାଇଲ୍ କରନ୍ତୁ > ଫାଇଲ୍ ହୋଇଥିବା ଫର୍ମଗୁଡ଼ିକ ଦେଖନ୍ତୁ > ଆୟକର ଅଧିନିୟମ 2025 ଅଧୀନରେ ଥିବା ଫାଇଲ୍ ହୋଇଥିବା ଫର୍ମ ଦେଖନ୍ତୁ ଟ୍ୟାବ୍‌କୁ କ୍ଲିକ୍ କରନ୍ତୁ।
  2. ଅଧିକ ସୂଚନା ପାଇଁ "ଫିଲ୍ଡ ଫର୍ମ ଉପଭୋକ୍ତା ମାନୁଆଲ୍‌"କୁ ଦେଖନ୍ତୁ।

6. ଶବ୍ଦାବଳୀ

ସଂକ୍ଷିପ୍ତ ରୂପ / ସଂକ୍ଷିପ୍ତିକରଣ ବିବରଣୀ / ପୂର୍ଣ୍ଣ ରୂପ
DSC ଡିଜିଟାଲ୍ ସିଗ୍ନେଚର୍ ସର୍ଟିଫିକେଟ୍
EVC ଇଲେକ୍ଟ୍ରୋନିକ୍ ଭେରିଫିକେସନ୍ ସର୍ଟିଫିକେଟ୍
ARN ପ୍ରାପ୍ତିସ୍ୱୀକାର ରସିଦ ନମ୍ବର
PY ପୂର୍ବ ବର୍ଷ
FY ଆର୍ଥିକ ବର୍ଷ
TY କର ବର୍ଷ