ଦାଖଲ ହୋଇଥିବା ଫର୍ମ ଦେଖନ୍ତୁ
(ଆପଣଙ୍କର ଦାଖଲ ହୋଇଥିବା ଫର୍ମଗୁଡ଼ିକୁ ତୁରନ୍ତ ଆକ୍ସେସ୍ କରନ୍ତୁ)
ଫାଇଲ୍ କରାଯାଇଥିବା ଫର୍ମଗୁଡିକୁ ଦେଖନ୍ତୁ
1. ମୁଁ ମୋର ଫାଇଲ୍ କରାଯାଇଥିବା ଫର୍ମକୁ ଡାଉନ୍ ଲୋଡ୍ କରିପାରିବି କି ?
ହଁ । ଆପଣ ଇ-ଫାଇଲିଂ ପୋର୍ଟାଲରେ ଇ-ଫାଇଲ୍ > ଆୟକର ଫର୍ମ > ଫାଇଲ୍ କରାଯାଇଥିବା ଫର୍ମ ଦେଖନ୍ତୁ ପଥକୁ ଯାଇ ଫାଇଲ୍ କରାଯାଇଥିବା ଫର୍ମର PDF ସଂସ୍କରଣ ଡାଉନ୍ଲୋଡ୍ କରିପାରିବେ ।
2. ଫାଇଲ୍ କରାଯାଇଥିବା ଫର୍ମଗୁଡ଼ିକୁ କିଏ ଦେଖିପାରିବେ ?
ଯେକୌଣସି ବ୍ୟକ୍ତି ଯିଏ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଅଛନ୍ତି, ସେ ନିଜ ଦ୍ୱାରା କିମ୍ବା ନିଜ ପକ୍ଷରୁ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ଫର୍ମଗୁଡ଼ିକୁ ଦେଖିପାରିବେ ।
3. ଜଣେ CA ପୂର୍ବରୁ ଫାଇଲ୍ କରାଯାଇଥିବା ଫର୍ମ 15CA / 15CB କିପରି ଦେଖିପାରିବେ ?
CA ଲଗ୍ଇନ୍ କିମ୍ବା TAN ଲଗ୍ଇନ୍ ଥିବା ଉପଭୋକ୍ତାମାନେ ଇ-ଫାଇଲିଂ ପୋର୍ଟାଲର ଫାଇଲ୍ ହୋଇଥିବା ଫର୍ମ ଦେଖନ୍ତୁସେବା ମାଧ୍ୟମରେ ଫର୍ମ 15CA / 15CB ଦେଖିପାରିବେ ।
4. ଫାଇଲ୍ କରାଯାଇଥିବା ଫର୍ମସ୍ ଦେଖନ୍ତୁ ଅଧୀନରେ ମୁଁ କେଉଁ ଫର୍ମସ୍ ଦେଖିପାରିବି ?
ଆପଣ ନିଜେ କିମ୍ବା ଆପଣଙ୍କ ପକ୍ଷରୁ ଅଧିକୃତ ପ୍ରତିନିଧିଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ସମସ୍ତ ବୈଧାନିକ ଫର୍ମ ଦେଖିପାରିବେ । ଆପଣଙ୍କ ପକ୍ଷରୁ CAଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ଫର୍ମଗୁଡ଼ିକ ଉଭୟ ଆପଣଙ୍କୁ ଏବଂ CAଙ୍କୁ ଦେଖାଯିବ ।
5. ମୁଁ ଇ-ଫାଇଲିଂ ପୋର୍ଟାଲ୍ରେ ପୂର୍ବରୁ ମାନୁଆଲ୍ ଭାବରେ ଫାଇଲ୍ କରିଥିବା ଫର୍ମକୁ ଦେଖିପାରିବି କି ?
ନା । ଆପଣ ଇ-ଫାଇଲିଂ ପୋର୍ଟାଲ୍ରେ ମାନୁଆଲ୍ ଭାବରେ ଫାଇଲ୍ କରିଥିବା ପୂର୍ବର ଫର୍ମଗୁଡ଼ିକୁ ଦେଖିପାରିବେ ନାହିଁ ।
6. ମୁଁ ମୋର ଫାଇଲ୍ କରାଯାଇଥିବା ଫର୍ମକୁ କିପରି ସମ୍ପାଦନ କରିପାରିବି ?
ଆପଣ ଥରେ ଫର୍ମ ଫାଇଲ୍ କରିସାରିବା ପରେ ତାହାକୁ ସମ୍ପାଦନ କରିପାରିବେ ନାହିଁ । କିନ୍ତୁ, ଯଦି ଆୟକର ଅଧିନିୟମ / ନିୟମାବଳୀ ଅନୁଯାୟୀ ସେହି ଫର୍ମ ଦାଖଲ ପାଇଁ ନିର୍ଦ୍ଧାରିତ ସମୟସୀମା ଶେଷ ହୋଇନଥାଏ, ତେବେ ଆପଣ ଏକ ନୂତନ ଫର୍ମ ଦାଖଲ କରିପାରିବେ । ଏପରି ସ୍ଥିତିରେ ପୂର୍ବରୁ ଦାଖଲ କରାଯାଇଥିବା ଫର୍ମଟି ଅବୈଧ ବୋଲି ବିବେଚିତ ହେବ ।