ଚାଲାଣ ତିଆରି କରନ୍ତୁ PAN ଲଗଇନ୍ ମାଧ୍ୟମରେ

(ପେମେଣ୍ଟ ପାଇଁ ତୁରନ୍ତ ଚାଲାଣ ପ୍ରସ୍ତୁତ)

(ପେମେଣ୍ଟ ପାଇଁ ତୁରନ୍ତ ଚାଲାଣ ପ୍ରସ୍ତୁତ)

Frequently Asked Questions

ITNS 280N ସାଧାରଣତଃ ପଚରାଯାଉଥିବା ପ୍ରଶ୍ନଗୁଡିକ

1. ITNS 280N କଣ?

ଆୟକର ଅଧିନିୟମ 2025 ଅଧୀନରେ ଆୟକରର ବିଭିନ୍ନ ପ୍ରକାରର ଦେୟ ପାଇଁ ITNS 280N ହେଉଛି ଏକ ଚାଲାଣ ଫର୍ମ । ଏହା ସାଧାରଣତଃ ସ୍ୱ ମୂଲ୍ୟାୟନ କର, ଅଗ୍ରୀମ କର, ନିୟମିତ ମୂଲ୍ୟାଙ୍କନର କର, ଦ୍ବିତୀୟକ ସମାଯୋଜନ କର, ଅଭିବୃଦ୍ଧି କର, ପ୍ୟାନ୍‌ ସହିତ ଆଧାର ଲିଙ୍କ କରିବାର ବିଳମ୍ବଜନିତ ଦେୟ, ଧାରା 429 (ଫର୍ମ 113 ଓ ଫର୍ମ 114) ଅଧୀନରେ ବିଳମ୍ବ ଦେୟ, ଆବେଦନ ଦେୟ, ଓ ଚକ୍ରବୃଦ୍ଧି ଦେୟ ଆଦି ଦେୟଗୁଡିକ ଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ।

2. କେଉଁ କେଉଁ ମୁଖ୍ୟ ଓ ଲଘୁ ଶୀର୍ଷକଗୁଡିକ ITNS 280Nରେ ଅନ୍ତର୍ଭୁକ୍ତ ?

ମୁଖ୍ୟ ଶୀର୍ଷକ ଭିତରେ ନିଗମ କର (0020) ଓ ଆୟକର (କମ୍ପାନୀ ବ୍ୟତୀତ)(0021) ଅନ୍ତର୍ଭୁକ୍ତ । ଲଘୁ ଶୀର୍ଷକ ଭିତରେ ସ୍ୱ ମୂଲ୍ୟାୟନ କର (300), ଅଗ୍ରୀମ କର (100), ନିୟମିତ ମୂଲ୍ୟାଙ୍କନ କର (400), ଦ୍ବିତୀୟକ ସମାଯୋଜନ କର (110), ଅଭିବୃଦ୍ଧି କର (111), ପ୍ୟାନ୍‌ ସହିତ ଆଧାର ଲିଙ୍କ କରିବାର ବିଳମ୍ବଜନିତ ଦେୟ (500), ଧାରା 429 (ଫର୍ମ 113 ଓ ଫର୍ମ 114) ଅଧୀନରେ ବିଳମ୍ବ ଦେୟ (500), ଆବେଦନ ଦେୟ (500), ଓ ଚକ୍ରବୃଦ୍ଧି ଦେୟ (500) ଆଦି ଦେୟଗୁଡିକ ଅନ୍ତର୍ଭୁକ୍ତ ।

3. ଆୟକର ଦେୟଗୁଡିକ ପାଇଁ ମୁଁ ITNS 280Nକୁ କେଉଁଠାରେ ଆକ୍ସେସ୍ କରିପାରିବି ?

ଲଗ୍‌ଇନ୍‌ ପରେ, ITNS 280Nକୁ ଇ ଫାଇଲ୍ → ଇ କର ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟ କର ଅଧିନିୟମ ଚୟନ କରନ୍ତୁ → ନୂତନ ଦେୟ → ଆୟକର / ନିଗମ କର କିମ୍ବା ନିୟମିତ ମୂଲ୍ୟାଙ୍କନ କର (400) ପରି ଦାବିଭିତ୍ତିକ ଦେୟ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ । ପ୍ରାକ୍‌ ଲଗ୍‌ଇନ୍‌‌ରେ, ITNS 280Nକୁ ଡ୍ୟାଶ୍‌ବୋର୍ଡ → ଇ କର ପୈଠ କରନ୍ତୁ (ଶିଘ୍ର ଲିଙ୍କ) → ପ୍ରଯୋଜ୍ୟ ଆୟ କର ଅଧିନିୟମ ଚୟନ କରନ୍ତୁ → ପ୍ୟାନ୍‌ ଓ ଆଧାର ନମ୍ବର ଇନ୍‌ପୁଟ୍‌ ସ୍କ୍ରିନ୍ → OTP ଭେରିଫିକେସନ୍, → ଆୟକର/ନିଗମ କର କିମ୍ବା ନିୟମିତ ମୂଲ୍ୟାଙ୍କନ କର (400) ପରି ଦେୟ ପୈଠ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ ।

4. ଲଘୁ ଶୀର୍ଷକ 500 ଅଧୀନରେ କଣ ସମସ୍ତ ଦେୟ ପୈଠ କରାଯାଇପାରିବ ?

ଲଘୁ ଶୀର୍ଷକ 500 ଅଧୀନରେ, ପ୍ୟାନ୍‌ ସହିତ ଆଧାର ଲିଙ୍କ କରିବାର ବିଳମ୍ବଜନିତ ଦେୟ, ଧାରା 429 (ଫର୍ମ 113 ଓ ଫର୍ମ 114) ଅଧୀନରେ ବିଳମ୍ବ ଦେୟ, ଆବେଦନ ଦେୟ, ଓ ଚକ୍ରବୃଦ୍ଧି ଦେୟ ଆଦି ଦେୟଗୁଡିକ ପୈଠ କରାଯାଇପାରିବ ।

5.ଲଘୁ ଶୀର୍ଷକ 500 ଅଧୀନରେ କୌଣସି ଦେୟ ଦାଖଲ କରିବା ପାଇଁ, କେଉଁ କ୍ଷେତ୍ରଟି କର ବିଚ୍ଛିନ୍ନ ବିବରଣୀରେ ବ୍ୟବହାର କରାଯିବ?

"ପୈଠର ପ୍ରକାର" ଅଧୀନରେ ଆବେଦନ ଦେୟ, ଧାରା 429 ଅଧୀନରେ ବିଳମ୍ବ ଦେୟ, ପ୍ୟାନ୍‌ ସହିତ ଆଧାର ଲିଙ୍କ କରିିବାର ବିଳମ୍ବଜନିତ ଦେୟ, ଓ ଚକ୍ରବୃଦ୍ଧି ଦେୟ, ଲଘୁ ଶୀର୍ଷକ "ଅନ୍ୟାନ୍ୟ ପ୍ରାପ୍ତି (500)" ନିଶ୍ଚିନ୍ତ ଚୟନ କରାଯିବ ଓ କର ବିଚ୍ଛିନ୍ନ ବିବରଣୀ ସ୍କ୍ରିନ୍‌ରେ "ଅନ୍ୟାନ୍ୟ" କ୍ଷେତ୍ରରେ ଅର୍ଥ ପରିମାଣ ନିଶ୍ଚୟ ଭରାଯିବ ।

6. ପ୍ୟାନ୍‌ ସହିତ ଆଧାର ଲିଙ୍କ କରିବା ପାଇଁ ମୁଁ କିପରି ଦେୟ ପୈଠ କରିପାରିବି ?

ପ୍ୟାନ୍‌ ସହିତ ଆଧାର ଲିଙ୍କ କରିବା ପାଇଁ ଇ ଫାଇଲ୍ → ଇ କର ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟକର ଅଧିନିୟମ ଚୟନ କରନ୍ତୁ → ଆୟକର ଅଧିନିୟମ, 2025 → ନୂତନ କର ଦେୟ → ଆୟକର ଶୀର୍ଷକ → ଦେୟର ପ୍ରକାର(ଲଘୁ ଶୀର୍ଷକ) → ଅନ୍ୟାନ୍ୟ ପ୍ରାପ୍ତି(500) → ଦେୟର ଉପ ପ୍ରକାର → ପ୍ୟାନ୍‌ ସହିତ ଆଧାର ଲିଙ୍କର ବିଳମ୍ବଜନିତ ଦେୟ ପୃଷ୍ଠାକୁ ଯାଇ ଦେୟ ପୈଠ କରାଯାଇ ପାରିବ ।

7. ସଫଳତାର ସହିତ ମୁଁ ଦେୟ ପୈଠ କରିଛି । କେଉଁଠାରୁ ମୁଁ BSR କୋଡ୍ କିମ୍ବା ଚାଲଣ କ୍ରମିକ ସଂଖ୍ୟା ପାଇ ପାରିବି ?

7 ସଂଖ୍ୟା ବିଶିଷ୍ଟ BSR କୋଡ୍, ଦେୟର ତାରିଖ, ଓ ଚାଲାଣ ଆଦେଶ ନମ୍ବରକୁ ଆପଣ ଇ କର ପୈଠ କରନ୍ତୁ → ଦେୟ ବିବରଣୀ → କାର୍ଯ୍ୟଗୁଡିକ → ବିବରଣୀ ଦେଖନ୍ତୁ ଓ ଇ ଫାଇଲିଂ ପୋର୍ଡାଲ୍‌କୁ ଲଗ୍‌ଇନ୍ ପରେ ଆକ୍ସେସ୍ କରାଯାଇପାରିବ ।

8. ଏକାଧିକ ଲଘୁ ଶୀର୍ଷକ ଅଧୀନରେ ଦେୟ ପାଇଁ ଏକକ ଚାଲଣ (ITNS 280N) ବ୍ୟବହାର କରାଯାଇ ପାରିବ କି ?

ନା, ପ୍ରତ୍ୟେକ ଲଘୁ ଶୀର୍ଷକ ଅଧୀନରେ ଦେୟ ପୈଠ କରିବା ପାଇଁ ଭିନ୍ନ ଚାଲାଣ ନିଶ୍ଚୟ ବ୍ୟବହାର କରାଯିବ । ଉଦାହରଣସ୍ୱରୂପ, ସ୍ୱ ମୂଲ୍ୟାୟନ କର ଓ ଅଗ୍ରୀମ କର ପୈଠ କରିବା ପାଇଁ ଭିନ୍ନ ଚାଲାଣର ଆବଶ୍ୟକତା ରହିଛି ।

9. ପ୍ୟାନ୍‌ ଲଗ୍‌ଇନ୍ ମାଧ୍ୟମରେ ଦାବିଭିତ୍ତିକ ଦେୟ ଯେପରି ନିୟମିତ ମୂଲ୍ୟାଙ୍କନ କର (400) କିପରି ମୁଁ ପୈଠ କରିପାରିବି ?

ପ୍ୟାନ୍‌ ଲଗ୍‌ଇନ୍‌ ମାଧ୍ୟମରେ ଏକ ଦାବି ସନ୍ଦର୍ଭ ସଂଖ୍ୟା (DRN) ସହିତ କିମ୍ବା ଏହା ବ୍ୟତାତ ଦାବିଭିତ୍ତିକ ଦେୟ ଯେପରି ନିୟମିତ ମୂଲ୍ୟାଙ୍କନ କର (400) ପୈଠ କରାଯାଇ ପାରିବ । DRN ବ୍ୟତୀତ ଦେୟ ଉଭୟ ପ୍ରାକ୍ ଲଗ୍‌ଇନ୍‌ ଓ ଲଗ୍‌ଇନ୍‌ ପରେ ପୃଷ୍ଠାକୁ ଯାଇ ଇ ଫାଇଲ୍ → ଆୟକର ଅଧିନିୟମ → ନୂତନ ଦେୟ → ଦାବିଭିତ୍ତିକ ଦେୟ ଯେପରି ନିୟମିତ ମୂଲ୍ୟାଙ୍କନ କର (400) ମାଧ୍ୟମରେ କରାଯାଇ ପାରିବ । DRN ସହିତ ଦେୟତା ପ୍ୟାନ୍‌ ଲଗ୍‌ଇନ୍‌ ବ୍ୟବହାରକୁ ଆବଶ୍ୟକ କରେ, ଯାହା ପରେ ସମାନ ପଥ ଅନୁସରଣ କରାଯିବ ଓ DRN ବ୍ୟବହାର କରି ଦେୟ ସମ୍ପୂର୍ଣ୍ଣ ହେବ ।

10. DRN ସହିତ ଓ DRN ବ୍ୟତୀତ ପାଇଁ ବ୍ୟବହାର ହୋଇଥିବା ଦେୟଭିତ୍ତକ ମାର୍ଗରେ କୌଣସି ଭିନ୍ନତା ଅଛି କି ?

ହଁ, ଯେତେବେଳେ DRN ସହିତ ପୈଠ କରାଯାଏ, DRN ବିକଳ୍ପ ଚୟନ କରିବା ପରେ ଏହା ସ୍ୱୟଂଚାଳିତ ଭାବରେ ସମସ୍ତ DRN ସମ୍ପର୍କିତ ବିବରଣୀ ନେଇ ଆସେ ଓ ସମସ୍ତ ୟୁଜର୍‌ଙ୍କୁ ପ୍ରତ୍ୟକ୍ଷ ଭାବରେ ଦେୟ ପୃଷ୍ଠା ଯିବା ପାଇଁ ପୁନଃନିର୍ଦ୍ଦେଶ କରେ; ଏହି ବିକଳ୍ପ କେବେଳ ପ୍ୟାନ୍‌ ଲଗ୍‌ଇନ୍ ପରେ ଉପଲବ୍ଧ ହୁଏ । ଯେତେବେଳେ DRN ବ୍ୟତୀତ ପୈଠ କରାଯାଏ, ସେତେବେଳେ ୟୁଜର୍ ସ୍କ୍ରିନ୍‌ରେ ପ୍ରଦର୍ଶିତ ହୋଇଥିବା ହାରପର୍‌ଲିଙ୍କ ଉପରେ ନିଶ୍ଚୟ କ୍ଲିକ୍‌ କରନ୍ତୁ ଓ ଯିବା ପଥ ଅନୁସରଣ କରନ୍ତୁ (ଲଗ୍‌ଇନ୍ → ଦାବି ଶୀର୍ଷକ → ଅଗ୍ରଗତିର ଲିଙ୍କ), ଓ ଏହି ବିକଳ୍ପ ଉଭୟ ପ୍ରାକ୍‌ ଲଗ୍‌ଇନ୍ ଓ ଲଗ୍‌ଇନ୍ ପରେ ବ୍ୟବସ୍ଥା ପାଇଁ ଉପଲବ୍ଧ ।

11. ଇ ଫାଇଲିଂ ପୋର୍ଟାର୍‌ରେ DRN ବ୍ୟବହାର କରି ମୁଁ କିପରି ଦାବିଭିତ୍ତିକ ଦେୟ କରିପାଇବି ?

DRN ବ୍ୟବହାର କରି ପ୍ରଯୁଜ୍ୟ ବର୍ଷ ପାଇଁ ଦେୟ ସ୍କ୍ରିନ୍‌ରେ ଉପଲବ୍ଧ ଥିବା DRN ରେଡିଓ ବଟନ୍ ଚୟନ କରି ଏକ ଦାବିଭିତ୍ତିକ ଦେୟ କରାଯାଇପାରିବ, ଯାହା ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ DRN ବିବରଣୀ ନେଇ ଆସିବ ଓ ୟୁଜରଙ୍କୁ ଦେୟ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରି ବିନିମୟ ସମ୍ପୂର୍ଣ୍ଣ କରିବ ।

12. ମୋର DRN ନାହିଁ । କିପରି ମୁଁ ଏକ ଦାବିଭିତ୍ତିକ ଦେୟ କରିପାରିବି ?

ଯଦି DRN ଉପଲବ୍ଧ ନାହିଁ, ତଥାପି ଦେୟ ସ୍କ୍ରିନ୍‌ରେ ପ୍ରଦର୍ଶିତ ହୋଇଥିବା ହାଇପର୍‌ଲିଙ୍କକୁ କ୍ଲିକକରି ଏକ ଦାବିଭିତ୍ତିକ ଦେୟ କରାଯାଇପାରିବ ଓ ନିମ୍ନଲିଖିତ ପଥ ଲଗ୍‌ଇନ୍‌ କରନ୍ତୁ → ଦାବି ଶୀର୍ଷକ → ଲିଙ୍କ୍ ଅନୁସରଣ କରନ୍ତୁ, ଯାହା ୟୁଜର୍‌ଙ୍କୁ ଉପଯୁକ୍ତ ପୃଷ୍ଠାକୁ ଯିବାକୁ ଓ ଦେୟ ସମ୍ପୂର୍ଣ୍ଣ କରିବାକୁ ପୁନଃନିର୍ଦ୍ଦେଶିତ କରିବ ।

ITNS 282N ସାଧାରଣତଃ ପଚରାଯାଉଥିବା ପ୍ରଶ୍ନଗୁଡିକ

1. ITNS 282N କ’ଣ?

ITNS 282N ହେଉଛି ଏକ ଚାଲାଣ ଫର୍ମ ଯାହାକି ବିଭିନ୍ନ ପ୍ରକାରର କର ଯେପରିକି ପ୍ରତ୍ୟକ୍ଷ କର, ସିକ୍ୟୁରିଟିଜ୍ କାରବାର କର, ପଣ୍ୟ ଦ୍ରବ୍ୟ କାରବାର କର, e-DRS ଯୋଜନାର ଧାରା 379 ଅଧିନରେ ଏବଂ ଅନ୍ୟାନ୍ୟ କର ପୈଠ କରିବା ପାଇଁ ବ୍ୟବହୃତ ହୋଇଥାଏ।

2. ITNS 282N ଅଧିନରେ କେଉଁ ପ୍ରମୁଖ ଏବଂ ଲଘୁ ଶୀର୍ଷକଗୁଡ଼ିକ ଆସିଥାଏ?

ପ୍ରମୁଖ ଶୀର୍ଷକ:
- ସିକ୍ୟୁରିଟିଜ୍ କାରବାର କର (0034)
- e-DRS ଯୋଜନା ଧାରା 379 (0075) ଅଧିନରେ
-ଅନ୍ୟାନ୍ୟ କର (0028)

ଲଘୁ ଶୀର୍ଷକ:
- ସ୍ୱ-ମୂଲ୍ୟାୟନ କର (300)
- ଅଗ୍ରୀମ କର (100)
- ନିୟମିତ ମୂଲ୍ୟାଙ୍କନ ଉପରେ କର (400)
- ବିବିଧ ପ୍ରାପ୍ତି (800)
- ପଣ୍ୟଦ୍ରବ୍ୟ କାରବାର କର (800)

3. ମୁଁ ଆୟକର ପୈଠ କରିବା ପାଇଁ କେଉଁଠାରେ ITNS 282N ଆକ୍ସେସ କରିପାରିବି?

ଲଗ୍‌ଇନ୍ ପରବର୍ତ୍ତୀ:
ଇ-ଫାଇଲ୍ → କର ଇ-ପୈଠ କରନ୍ତୁ- → ପ୍ରଯୁଜ୍ୟ ଆୟକର ଅଧିନିୟମ ନିୟମ ଚୟନ କରନ୍ତୁ → ନୂତନ ପୈଠ → STT / CTT / e-DRS ଧାରା 379 /ଅନ୍ୟ କର ଶୀର୍ଷକ

ଲଗ୍‌ ଇନ୍ ପୂର୍ବବର୍ତ୍ତୀ:
ଡ୍ୟାଶ୍‌ବୋର୍ଡ → କର ଇ-ପୈଠ କରନ୍ତୁ (ଦ୍ରୁତ ଲିଙ୍କ୍) → ପ୍ରଯୁଜ୍ୟ ଆୟକର ଅଧିନିୟମ ଚୟନ କରନ୍ତୁ → ପ୍ୟାନ୍‌ ଏବଂ ମୋବାଇଲ୍ ନମ୍ବର → OTP ସତ୍ୟାପନ → STT / CTT / e-DRS ଧାରା 379 ଅଧିନରେ / ଅନ୍ୟାନ୍ୟ କର ଟାଇଲ୍‌

4. ସିକ୍ୟୁରିଟିଜ୍ କାରବାର କର ଜମା କରିବା ପାଇଁ ପ୍ରମୁଖ ଏବଂ ଲଘୁ ଶୀର୍ଷକର କେଉଁ ସମ୍ମେଳନ ଚୟନ କରାଯିବା ଉଚିତ୍?

ସିକ୍ୟୁରିଟିଜ୍ କାରବାର କର ପୈଠ କରିବା ପାଇଁ ପୈଠର ପ୍ରକାର ଅଧିନରେ ମୁଖ୍ୟ ଶୀର୍ଷକ - ସିକ୍ୟୁରିଟିଜ୍ କାରବାର କର (0034) ଏବଂ ଲଘୁ ଶୀର୍ଷକ- ସ୍ୱ ମୂଲ୍ୟାୟନ କର (300) ଚୟନ କରନ୍ତୁ।

5. ପଣ୍ୟଦ୍ରବ୍ୟ କାରବାର କର ଜମା କରିବା ପାଇଁ ପ୍ରମୁଖ ଏବଂ ଲଘୁ ଶୀର୍ଷକର କେଉଁ ସମ୍ମେଳନ ଚୟନ କରାଯିବା ଉଚିତ୍?

ପଣ୍ୟଦ୍ରବ୍ୟ କାରବାର କର ପୈଠ କରିବା ପାଇଁ ପୈଠର ପ୍ରକାର ଅଧିନରେ ମୁଖ୍ୟ ଶୀର୍ଷକ - ସିକ୍ୟୁରିଟିଜ୍ କାରବାର କର (0034) ଏବଂ ଲଘୁ ଶୀର୍ଷକ-ପଣ୍ୟଦ୍ରବ୍ୟ କାରବାର କର (800) ଚୟନ କରନ୍ତୁ।

6. e-DRS ଫି ବା ଦେୟ ପୈଠ କରିବା ପାଇଁ ପ୍ରମୁଖ ଏବଂ ଲଘୁ ଶୀର୍ଷକର କେଉଁ ସମ୍ମେଳନ ଚୟନ କରାଯିବା ଉଚିତ୍?

e-DRS ଫି ପୈଠ କରିବା ପାଇଁ ପୈଠର ପ୍ରକୃତି ଅଧିନରେ ପ୍ରମୁଖ ଶୀର୍ଷକ e-DRS ଯୋଜନା ଧାରା 379 ଅଧିନରେ (0075) ଏବଂ ଲଘୁ ଶୀର୍ଷକ - ବିବିଧ ପ୍ରାପ୍ତି (800) ଚୟନ କରନ୍ତୁ।

ITNS 288N ସମ୍ବନ୍ଧୀୟ ସାଧାରଣ ପ୍ରଶ୍ନ

1. ITNS 288N କଣ ?

ଆୟ କର ଅଧିନିୟମ 2025 ଅଧୀନରେ ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର ଓ ମୂଲ୍ୟାୟନ ଦାବିର ଦେୟ ପୈଠ କରିବା ପାଇଁ ITNS 288N ଚାଲାଣ ଫର୍ମ ବ୍ୟବହାର ହୁଏ ।

2. କେଉଁ କେଉଁ ମୁଖ୍ୟ ଓ ଲଘୁ ଶୀର୍ଷକଗୁଡ଼ିକ ITNS 288Nରେ ଅନ୍ତର୍ଭୁକ୍ତ?

ମୁଖ୍ୟ ଶୀର୍ଷକ:
-ନିଗମ କର (0020)
-ଆୟକର (କମ୍ପାନୀ ବ୍ୟତୀତ ଅନ୍ୟାନ୍ୟ) (0021)
ଲଘୁ ଶୀର୍ଷକ :
-ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର (311)
-ଯେପରି ବ୍ଲକ୍ ଅବଧି ପାଇଁ ସନ୍ଧାନ ମୂଲ୍ୟାୟନ ଉପରେ କର ଭାବରେ ଦାବିଭିତ୍ତିକ ପୈଠ (411)

3. 01/04/2026 ଠାରୁ ବଳବତ୍ତର ହେଉଥିବା ଆରମ୍ଭ ହୋଇଥିବା ସନ୍ଧାନଗୁଡ଼ିକ ପାଇଁ କେଉଁ ଆୟ କର ଅଧିନିୟମ ପ୍ରଯୁଜ୍ୟ ହେବ ?

ଯଦି ୟୁଜର୍ 01/04/2026 ଠାରୁ ବଳବତ୍ତର ହେଉଥିବା ଆରମ୍ଭ ହୋଇଥିବା ସନ୍ଧାନଗୁଡ଼ିକ ପାଇଁ ପ୍ରଯୁଜ୍ୟ ବ୍ଲକ୍ ଅବଧି ବାବଦକୁ କର ପୈଠ କରିବାକୁ ଚାହାନ୍ତି, ତେବେ ଆୟ କର ଅଧିନିୟମ, 2025 ପ୍ରଯୁଜ୍ୟ ହେବ ନଚେତ୍ ଦୟାକରି ଆୟ କର ଅଧିନିୟମ 1961 ଚୟନ କରନ୍ତୁ । ଆର୍ଥିକ ବର୍ଷ 2026-27ରେ ଆରମ୍ଭ ହୋଇଥିବା ସନ୍ଧାନ ପାଇଁ ପ୍ରାଥମିକ କର ବର୍ଷ 2020 ହେବ ।

4. ଆୟକର ପୈଠ ପାଇଁ ITNS 288Nକୁ ମୁଁ କେଉଁଠାରେ ଆକ୍ସେସ୍ କରିପାରିବି?

ଲଗ୍‌ଇନ୍ ପରବର୍ତ୍ତୀ:
ଇ-ଫାଇଲ୍ →କର ଇ-ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟକର ନିୟମ ଚୟନ କରନ୍ତୁ → ନୂତନ ପୈଠ → ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର (311) ଓ ବ୍ଲକ୍ ଅବଧି ପାଇଁ ସନ୍ଧାନ ମୂଲ୍ୟାୟନ ଉପରେ କର ଭାବରେ ଦାବିଭିତ୍ତିକ ପୈଠ (411) ଟାଇଲ୍
ପ୍ରାକ୍ ଲଗ୍‌ଇନ୍‌ :
ଡ୍ୟାଶବୋର୍ଡ → ଶିଘ୍ର ଲିଙ୍କ୍‌ରେ ଇ-ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟକର ଅଧିନିୟମ ଚୟନ କରନ୍ତୁ → PAN ଓ ମୋବାଇଲ ନମ୍ବର ଇନ୍‌ପୁଟ୍‌ ସ୍କ୍ରିନ୍ → OPT ଯାଞ୍ଚ କରନ୍ତୁ → ବ୍ଲକ୍ ମୂଲ୍ୟାୟନ ପାଇଁ ସ୍ୱ-ମୂଲ୍ୟାୟନ କର (311) ଟାଇଲ୍

5. ITNS 288N ବ୍ୟବହାର କରି କରାଯାଇଥିବା ପୈଠ କେବଳ ପ୍ରାଥମିକ କର ବର୍ଷ ପାଇଁ ପ୍ରଯୁଜ୍ୟ କିମ୍ବା ଏହା ସମଗ୍ର ବ୍ଲକ୍ ଅବଧି ପାଇଁ ପ୍ରଯୁଜ୍ୟ ?

ITNS 288N ବ୍ୟବହାର କରି ଦେୟ ପୈଠ କରିବା ସମଗ୍ର ବ୍ଲକ୍ ଅବଧି ପାଇଁ ପ୍ରଯୁଜ୍ୟ ଏବଂ ଏହା କେବଳ ଚାଲାଣରେ ପ୍ରବେଶ ହୋଇଥିବା ପ୍ରାଥମିକ କର ବର୍ଷକୁ ସୂଚିତ କରେ ନାହିଁ ।

6. ସନ୍ଧାନ କରାଯାଇଥିବା ବ୍ୟକ୍ତିବିଶେଷଙ୍କ (ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି) ମାମଲାରେ ବ୍ଲକ୍ ଅବଧି ପାଇଁ ପ୍ରାଥମିକ କର ବର୍ଷ କଣ ହେବ ?

ଚାଲାଣର ଶୀର୍ଷରେ 'ବ୍ଲକ୍ ଅବଧିର ପ୍ରାଥମିକ କର ବର୍ଷ' ପ୍ରବେଶ କରାଯିବ, ଯାହାକି ସୁସଙ୍ଗତ ବ୍ଲକ୍ ଅବଧିକୁ ଅନ୍ତର୍ଭୁକ୍ତ କରି ପ୍ରାଥମିକ କର ବର୍ଷ ସମ୍ପର୍କିତ ହେବ । ଉଦାହରଣସ୍ୱରୂପ,
ଯଦି ଏକ ସନ୍ଧାନର ଆରମ୍ଭ ତାରିଖ 20/04/2026 ହୁଏ ଓ ସେହି ସନ୍ଧାନର ପ୍ରାଧିକରଣର ଶେଷର ସମ୍ପାଦନ ତାରିଖ 15/05/2026 ହୁଏ, ତେବେ ବ୍ଲକ ଅବଧି 01/04/2026 ଠାରୁ 15/05/2026 ହେବ ଓ "ବ୍ଲକ୍ ଅବଧିର ପ୍ରାଥମିକ କର ବର୍ଷ" 2020 ହେବ ଓ ଯାହା ଚାଲାଣର ଶୀର୍ଷ ଡାହାଣ କୋଣରେ ପୂରଣ କରାଯିବ ।

7. ଆବେଦନ ଦେୟ ଜମା କରିବା ପାଇଁ, କେଉଁ ଅଂଶଟି ବ୍ୟବହାର କରାଯିବା ଉଚିତ୍ ?

ଯଦି ଆବେଦନ ଦେୟ ଜମା ହୋଇଛି, ତେବେ 'ପୈଠର ବିବରଣୀ' ଅଧୀନରେ 'ଅନ୍ୟାନ୍ୟ'ରେ ସେପରି ପରିମାଣକୁ ପ୍ରବେଶ କରନ୍ତୁ

8. ଏକାଧିକ ପ୍ରକାରର ପୈଠ ପାଇଁ ଗୋଟିଏ ଚାଲାଣ ବ୍ୟବବାର କରାଯାଇ ପାରିବ କି ?

 ନା, ଏକାଧିକ ପ୍ରକାରର ପୈଠ ପାଇଁ ଗୋଟିଏ ଚାଲାଣ ବ୍ୟବହାର କରାଯାଇପାରିବ ନାହିଁ । ଆପଣ ପ୍ରତ୍ୟେକ ପ୍ରକାରର ପୈଠ ପାଇଁ ପୃଥକ୍ ଚାଲାଣ ସୃଷ୍ଟି କରିବା ଆବଶ୍ୟକ ହୋଇଥାଏ:
a) ଏକକ ଚାଲଣ ବ୍ୟବହାର କରନ୍ତୁ:
କର, ଅଧିକର ଓ ଶୁକ୍ଳ
b) ପ୍ରତିଟି ପାଇଁ ପୃଥକ୍ ଚାଲାଣ ବ୍ୟବହାର କରନ୍ତୁ:
ସୁଧ
ଜୋରିମାନା
ଅନ୍ୟାନ୍ୟ (ନିବେଦନ ଦେୟ, ଇତ୍ୟାଦି)

9. ମୁଁ କିପରି ବ୍ଲକ୍ ମୂଲ୍ୟାୟନ ସହିତ ସମ୍ପର୍କିତ ଦାବିର ପୈଠ କରିପାରିବି ?

ବ୍କକ୍ ମୂଲ୍ୟାୟନ ଅଧୀନରେ ଉତ୍ଥାପିତ ହୋଇଥିବା ଏକ ଦାବିକୁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍‌ କରି ପୈଠ କରାଯାଇପାରିବ ଓ ଇ-ଫାଇଲ୍ → କର ଇ-ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟ କର ଅଧିନିୟମ ଚୟନ କରନ୍ତୁ → ନୂତନ ପୈଠ → ଦାବିଭିତ୍ତିକ ଦେୟ ଯେପରି "ବ୍ଲକ୍ ଅବଧି ପାଇଁ ସନ୍ଧାନ ମୂଲ୍ୟାୟନ ଉପରେ କର (411)"କୁ ନେଭିଗେଟ୍ କରି କର ପୈଠ କରାଯାଇ ପାରିବ । ଏପରି ପୈଠ ପାଇଁ ଏକ DRN (ଦାବି ସନ୍ଦର୍ଭ ସଂଖ୍ୟା) ଅନିବାର୍ଯ୍ୟ । ଯେତେବେଳେ DRN ସହିତ ପୈଠ କରୁଛନ୍ତି, ସୁସଙ୍ଗତ ବର୍ଷ ପାଇଁ ପୈଠ ସ୍କ୍ରିନ୍ ରେ 'DRN' ବିକଳ୍ପ ଚୟନ କରନ୍ତୁ । ଥରେ ଚୟନ ହେଲା ପରେ, ସମ୍ପୃକ୍ତ ଦାବିର ବିବରଣୀକୁ ସିଷ୍ଟମ୍ ସ୍ୱତଃସ୍ଫୃତ ଭାବରେ ପୁନଃପ୍ରାପ୍ତ କରିନେବ ଓ ଆପଣଙ୍କୁ ପୈଠ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରିବ, ଯେଉଁଠାରେ ଆପଣ ଏହି ପୈଠ ସମ୍ପୂର୍ଣ୍ଣ କରିପାରିବେ ।

10. ବ୍ଲକ୍ ମୂଲ୍ୟାୟନ ପରିପ୍ରେକ୍ଷୀରେ 'ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି' ଓ 'ଅନ୍ୟ ବ୍ୟକ୍ତି'ର ଅର୍ଥ କଣ ?

'ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି' ହେଉଛନ୍ତି, ଯେଉଁ ବ୍ୟକ୍ତିଙ୍କୁ ଧାରା 247 ଅଧୀନରେ ସନ୍ଧାନ କରାଯାଇଛି କିମ୍ବା ତାଙ୍କର ଲେଖା ଖାତା କିମ୍ବା ଅନ୍ୟ ଦଲିଲ କିମ୍ବା କୌଣସି ସମ୍ପତ୍ତି ଧାରା 248 ଅଧୀନରେ ଅଧିଗ୍ରହଣ ହୋଇଥିବ । ଯେତେବେଳେ କି 'ଭିନ୍ନ ବ୍ୟକ୍ତି' ହେଉଛନ୍ତି, ସନ୍ଧାନ କରାଯାଇଥିବା ବ୍ୟକ୍ତିଙ୍କ ବ୍ୟତୀତ (ନିର୍ଦ୍ଦିଷ୍ଟ ହୋଇଥିବା ବ୍ୟକ୍ତି) ଜଣେ ବ୍ୟକ୍ତି ଯାହାଙ୍କ ଦଲିଲ, ଲେଖା ଖାତା, କିମ୍ବା ସମ୍ପତ୍ତି, ଏହି ସଂପର୍କରେ ନିର୍ଦ୍ଦିଷ୍ଟ କରାଯାଇଥିବା ବ୍ୟକ୍ତି କିମ୍ବା ଧାରା 248 ଅଧୀନରେ ଅଧିଗ୍ରହଣ ହୋଇଥିବା ସମ୍ପତ୍ତି ସନ୍ଧାନ ସମୟରେ ମିଳିଥାଏ ।

11. ବ୍ଲକ୍ ମୂଲ୍ୟାୟନ ପାଇଁ 'ଅନ୍ୟ ବ୍ୟକ୍ତି' ପରିପ୍ରେକ୍ଷୀରେ ପୈଠ କରିବା ପାଇଁ ଉପଯୁକ୍ତ ପ୍ରାଥମିକ କର ବର୍ଷ କଣ ହେବ ?

'ଅନ୍ୟ ବ୍ୟକ୍ତି' ଯେଉଁଠି ଅପ୍ରକାଶିତ ଆୟ କେବଳ ଅବଧିକୁ ସମ୍ପୃକ୍ତ କରେ––
(A)(i) ସନ୍ଧାନ କିମ୍ବା ଆବେଦନର ଆରମ୍ଭ ବର୍ଷର ଠିକ୍ ପୂର୍ବବର୍ତ୍ତୀ ବର୍ଷରୁ ଆରମ୍ଭ ହୋଇଥିବା କର ବର୍ଷରୁ (ନିର୍ଦ୍ଦିଷ୍ଟ ହୋଇଥିବା ବର୍ଷକୁ ସନ୍ଦର୍ଭିତ କରେ)ଆରମ୍ଭ ହୁଏ; ଏବଂ 
(ii) ସନ୍ଧାନ କିମ୍ବା ଆବେଦନ କରିବାର ଆରମ୍ଭର ତାରିଖ ଦିନ ଶେଷ ହେବା, ତା'ପରେ ଧାରା 301(a)ର ବିଧାନ ନିର୍ବିଶେଷରେ, ସେପରି ଅନ୍ୟ ବ୍ୟକ୍ତିଙ୍କ ପାଇଁ ବ୍ଲକ୍ ଅବଧି ନିର୍ଦ୍ଦିଷ୍ଟ କରାଯାଇଥିବା ବର୍ଷ ପାଇଁ ଗଠିତ ହେବଏବଂ ଏହି ଅବଧି କର ବର୍ଷର 1 ଏପ୍ରିଲ୍ ଠାରୁ ଆରମ୍ଭ ହୋଇ ଯେଉଁ ସମୟରେ ସନ୍ଧାନ ଆରମ୍ଭ ହୋଇଥିଲା କିମ୍ବା ଆବେଦନ କରାଯାଇଥିଲା ତାହାଠାରୁ ସେପରି ସନ୍ଧାନ କିମ୍ବା ଆବେଦନର ପ୍ରାଧିକରଣର ସମ୍ପାଦନର ଶେଷ ତାରିଖରେ ଶେଷ ହେବ:
(B) ଯେଉଁଠାରେ ଅନ୍ୟ ବ୍ୟକ୍ତିଙ୍କର ଅପ୍ରକାଶିତ ଆୟ ନିର୍ଦ୍ଦିଷ୍ଟ ବର୍ଷର ପୂର୍ବବର୍ତ୍ତୀ ପାଞ୍ଚଟି ବର୍ଷ ମଧ୍ୟରୁ ଗୋଟିଏ କର ବର୍ଷ ସହିତ ସମ୍ପର୍କିତ ହୋଇଥାଏ, ତେବେ ଧାରା 301(a) ବିଧାନ ଅନୁଯାୟୀ, ସେପରି ଅନ୍ୟ ବ୍ୟକ୍ତିଙ୍କ ବ୍ଲକ୍ ଅବଧି କେବଳ ସେହି ଏକକ କର ବର୍ଷକୁ ନେଇ ଗଠିତ ହେବ ।
(C) ଯଦି କୌଣସି ପରିସ୍ଥିତିରେ ଉପର ଉଲ୍ଲେଖିତ ନିୟମ ଅଧୀନରେ ଆସୁନାହାନ୍ତି, ବ୍ଲକ୍ ଅବଧିର ପ୍ରାଥମିକ କର ବର୍ଷ ସନ୍ଧାନ ହୋଇଥିବା ବ୍ୟକ୍ତି (ନିର୍ଦ୍ଦିଷ୍ଟ ହୋଇଥିବା ବ୍ୟକ୍ତି) ପାଇଁ ଥିବା ଅବଧି ସହିତ ସମାନ ହେବ ।

Detailed guides and documentation