1. ITNS 280N କଣ?
ଆୟକର ଅଧିନିୟମ 2025 ଅଧୀନରେ ଆୟକରର ବିଭିନ୍ନ ପ୍ରକାରର ଦେୟ ପାଇଁ ITNS 280N ହେଉଛି ଏକ ଚାଲାଣ ଫର୍ମ । ଏହା ସାଧାରଣତଃ ସ୍ୱ ମୂଲ୍ୟାୟନ କର, ଅଗ୍ରୀମ କର, ନିୟମିତ ମୂଲ୍ୟାଙ୍କନର କର, ଦ୍ବିତୀୟକ ସମାଯୋଜନ କର, ଅଭିବୃଦ୍ଧି କର, ପ୍ୟାନ୍ ସହିତ ଆଧାର ଲିଙ୍କ କରିବାର ବିଳମ୍ବଜନିତ ଦେୟ, ଧାରା 429 (ଫର୍ମ 113 ଓ ଫର୍ମ 114) ଅଧୀନରେ ବିଳମ୍ବ ଦେୟ, ଆବେଦନ ଦେୟ, ଓ ଚକ୍ରବୃଦ୍ଧି ଦେୟ ଆଦି ଦେୟଗୁଡିକ ଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ।
2. କେଉଁ କେଉଁ ମୁଖ୍ୟ ଓ ଲଘୁ ଶୀର୍ଷକଗୁଡିକ ITNS 280Nରେ ଅନ୍ତର୍ଭୁକ୍ତ ?
ମୁଖ୍ୟ ଶୀର୍ଷକ ଭିତରେ ନିଗମ କର (0020) ଓ ଆୟକର (କମ୍ପାନୀ ବ୍ୟତୀତ)(0021) ଅନ୍ତର୍ଭୁକ୍ତ । ଲଘୁ ଶୀର୍ଷକ ଭିତରେ ସ୍ୱ ମୂଲ୍ୟାୟନ କର (300), ଅଗ୍ରୀମ କର (100), ନିୟମିତ ମୂଲ୍ୟାଙ୍କନ କର (400), ଦ୍ବିତୀୟକ ସମାଯୋଜନ କର (110), ଅଭିବୃଦ୍ଧି କର (111), ପ୍ୟାନ୍ ସହିତ ଆଧାର ଲିଙ୍କ କରିବାର ବିଳମ୍ବଜନିତ ଦେୟ (500), ଧାରା 429 (ଫର୍ମ 113 ଓ ଫର୍ମ 114) ଅଧୀନରେ ବିଳମ୍ବ ଦେୟ (500), ଆବେଦନ ଦେୟ (500), ଓ ଚକ୍ରବୃଦ୍ଧି ଦେୟ (500) ଆଦି ଦେୟଗୁଡିକ ଅନ୍ତର୍ଭୁକ୍ତ ।
3. ଆୟକର ଦେୟଗୁଡିକ ପାଇଁ ମୁଁ ITNS 280Nକୁ କେଉଁଠାରେ ଆକ୍ସେସ୍ କରିପାରିବି ?
ଲଗ୍ଇନ୍ ପରେ, ITNS 280Nକୁ ଇ ଫାଇଲ୍ → ଇ କର ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟ କର ଅଧିନିୟମ ଚୟନ କରନ୍ତୁ → ନୂତନ ଦେୟ → ଆୟକର / ନିଗମ କର କିମ୍ବା ନିୟମିତ ମୂଲ୍ୟାଙ୍କନ କର (400) ପରି ଦାବିଭିତ୍ତିକ ଦେୟ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ । ପ୍ରାକ୍ ଲଗ୍ଇନ୍ରେ, ITNS 280Nକୁ ଡ୍ୟାଶ୍ବୋର୍ଡ → ଇ କର ପୈଠ କରନ୍ତୁ (ଶିଘ୍ର ଲିଙ୍କ) → ପ୍ରଯୋଜ୍ୟ ଆୟ କର ଅଧିନିୟମ ଚୟନ କରନ୍ତୁ → ପ୍ୟାନ୍ ଓ ଆଧାର ନମ୍ବର ଇନ୍ପୁଟ୍ ସ୍କ୍ରିନ୍ → OTP ଭେରିଫିକେସନ୍, → ଆୟକର/ନିଗମ କର କିମ୍ବା ନିୟମିତ ମୂଲ୍ୟାଙ୍କନ କର (400) ପରି ଦେୟ ପୈଠ ମାଧ୍ୟମରେ ଆକ୍ସେସ୍ କରାଯାଇପାରିବ ।
4. ଲଘୁ ଶୀର୍ଷକ 500 ଅଧୀନରେ କଣ ସମସ୍ତ ଦେୟ ପୈଠ କରାଯାଇପାରିବ ?
ଲଘୁ ଶୀର୍ଷକ 500 ଅଧୀନରେ, ପ୍ୟାନ୍ ସହିତ ଆଧାର ଲିଙ୍କ କରିବାର ବିଳମ୍ବଜନିତ ଦେୟ, ଧାରା 429 (ଫର୍ମ 113 ଓ ଫର୍ମ 114) ଅଧୀନରେ ବିଳମ୍ବ ଦେୟ, ଆବେଦନ ଦେୟ, ଓ ଚକ୍ରବୃଦ୍ଧି ଦେୟ ଆଦି ଦେୟଗୁଡିକ ପୈଠ କରାଯାଇପାରିବ ।
5.ଲଘୁ ଶୀର୍ଷକ 500 ଅଧୀନରେ କୌଣସି ଦେୟ ଦାଖଲ କରିବା ପାଇଁ, କେଉଁ କ୍ଷେତ୍ରଟି କର ବିଚ୍ଛିନ୍ନ ବିବରଣୀରେ ବ୍ୟବହାର କରାଯିବ?
"ପୈଠର ପ୍ରକାର" ଅଧୀନରେ ଆବେଦନ ଦେୟ, ଧାରା 429 ଅଧୀନରେ ବିଳମ୍ବ ଦେୟ, ପ୍ୟାନ୍ ସହିତ ଆଧାର ଲିଙ୍କ କରିିବାର ବିଳମ୍ବଜନିତ ଦେୟ, ଓ ଚକ୍ରବୃଦ୍ଧି ଦେୟ, ଲଘୁ ଶୀର୍ଷକ "ଅନ୍ୟାନ୍ୟ ପ୍ରାପ୍ତି (500)" ନିଶ୍ଚିନ୍ତ ଚୟନ କରାଯିବ ଓ କର ବିଚ୍ଛିନ୍ନ ବିବରଣୀ ସ୍କ୍ରିନ୍ରେ "ଅନ୍ୟାନ୍ୟ" କ୍ଷେତ୍ରରେ ଅର୍ଥ ପରିମାଣ ନିଶ୍ଚୟ ଭରାଯିବ ।
6. ପ୍ୟାନ୍ ସହିତ ଆଧାର ଲିଙ୍କ କରିବା ପାଇଁ ମୁଁ କିପରି ଦେୟ ପୈଠ କରିପାରିବି ?
ପ୍ୟାନ୍ ସହିତ ଆଧାର ଲିଙ୍କ କରିବା ପାଇଁ ଇ ଫାଇଲ୍ → ଇ କର ପୈଠ କରନ୍ତୁ → ପ୍ରଯୁଜ୍ୟ ଆୟକର ଅଧିନିୟମ ଚୟନ କରନ୍ତୁ → ଆୟକର ଅଧିନିୟମ, 2025 → ନୂତନ କର ଦେୟ → ଆୟକର ଶୀର୍ଷକ → ଦେୟର ପ୍ରକାର(ଲଘୁ ଶୀର୍ଷକ) → ଅନ୍ୟାନ୍ୟ ପ୍ରାପ୍ତି(500) → ଦେୟର ଉପ ପ୍ରକାର → ପ୍ୟାନ୍ ସହିତ ଆଧାର ଲିଙ୍କର ବିଳମ୍ବଜନିତ ଦେୟ ପୃଷ୍ଠାକୁ ଯାଇ ଦେୟ ପୈଠ କରାଯାଇ ପାରିବ ।
7. ସଫଳତାର ସହିତ ମୁଁ ଦେୟ ପୈଠ କରିଛି । କେଉଁଠାରୁ ମୁଁ BSR କୋଡ୍ କିମ୍ବା ଚାଲଣ କ୍ରମିକ ସଂଖ୍ୟା ପାଇ ପାରିବି ?
7 ସଂଖ୍ୟା ବିଶିଷ୍ଟ BSR କୋଡ୍, ଦେୟର ତାରିଖ, ଓ ଚାଲାଣ ଆଦେଶ ନମ୍ବରକୁ ଆପଣ ଇ କର ପୈଠ କରନ୍ତୁ → ଦେୟ ବିବରଣୀ → କାର୍ଯ୍ୟଗୁଡିକ → ବିବରଣୀ ଦେଖନ୍ତୁ ଓ ଇ ଫାଇଲିଂ ପୋର୍ଡାଲ୍କୁ ଲଗ୍ଇନ୍ ପରେ ଆକ୍ସେସ୍ କରାଯାଇପାରିବ ।
8. ଏକାଧିକ ଲଘୁ ଶୀର୍ଷକ ଅଧୀନରେ ଦେୟ ପାଇଁ ଏକକ ଚାଲଣ (ITNS 280N) ବ୍ୟବହାର କରାଯାଇ ପାରିବ କି ?
ନା, ପ୍ରତ୍ୟେକ ଲଘୁ ଶୀର୍ଷକ ଅଧୀନରେ ଦେୟ ପୈଠ କରିବା ପାଇଁ ଭିନ୍ନ ଚାଲାଣ ନିଶ୍ଚୟ ବ୍ୟବହାର କରାଯିବ । ଉଦାହରଣସ୍ୱରୂପ, ସ୍ୱ ମୂଲ୍ୟାୟନ କର ଓ ଅଗ୍ରୀମ କର ପୈଠ କରିବା ପାଇଁ ଭିନ୍ନ ଚାଲାଣର ଆବଶ୍ୟକତା ରହିଛି ।
9. ପ୍ୟାନ୍ ଲଗ୍ଇନ୍ ମାଧ୍ୟମରେ ଦାବିଭିତ୍ତିକ ଦେୟ ଯେପରି ନିୟମିତ ମୂଲ୍ୟାଙ୍କନ କର (400) କିପରି ମୁଁ ପୈଠ କରିପାରିବି ?
ପ୍ୟାନ୍ ଲଗ୍ଇନ୍ ମାଧ୍ୟମରେ ଏକ ଦାବି ସନ୍ଦର୍ଭ ସଂଖ୍ୟା (DRN) ସହିତ କିମ୍ବା ଏହା ବ୍ୟତାତ ଦାବିଭିତ୍ତିକ ଦେୟ ଯେପରି ନିୟମିତ ମୂଲ୍ୟାଙ୍କନ କର (400) ପୈଠ କରାଯାଇ ପାରିବ । DRN ବ୍ୟତୀତ ଦେୟ ଉଭୟ ପ୍ରାକ୍ ଲଗ୍ଇନ୍ ଓ ଲଗ୍ଇନ୍ ପରେ ପୃଷ୍ଠାକୁ ଯାଇ ଇ ଫାଇଲ୍ → ଆୟକର ଅଧିନିୟମ → ନୂତନ ଦେୟ → ଦାବିଭିତ୍ତିକ ଦେୟ ଯେପରି ନିୟମିତ ମୂଲ୍ୟାଙ୍କନ କର (400) ମାଧ୍ୟମରେ କରାଯାଇ ପାରିବ । DRN ସହିତ ଦେୟତା ପ୍ୟାନ୍ ଲଗ୍ଇନ୍ ବ୍ୟବହାରକୁ ଆବଶ୍ୟକ କରେ, ଯାହା ପରେ ସମାନ ପଥ ଅନୁସରଣ କରାଯିବ ଓ DRN ବ୍ୟବହାର କରି ଦେୟ ସମ୍ପୂର୍ଣ୍ଣ ହେବ ।
10. DRN ସହିତ ଓ DRN ବ୍ୟତୀତ ପାଇଁ ବ୍ୟବହାର ହୋଇଥିବା ଦେୟଭିତ୍ତକ ମାର୍ଗରେ କୌଣସି ଭିନ୍ନତା ଅଛି କି ?
ହଁ, ଯେତେବେଳେ DRN ସହିତ ପୈଠ କରାଯାଏ, DRN ବିକଳ୍ପ ଚୟନ କରିବା ପରେ ଏହା ସ୍ୱୟଂଚାଳିତ ଭାବରେ ସମସ୍ତ DRN ସମ୍ପର୍କିତ ବିବରଣୀ ନେଇ ଆସେ ଓ ସମସ୍ତ ୟୁଜର୍ଙ୍କୁ ପ୍ରତ୍ୟକ୍ଷ ଭାବରେ ଦେୟ ପୃଷ୍ଠା ଯିବା ପାଇଁ ପୁନଃନିର୍ଦ୍ଦେଶ କରେ; ଏହି ବିକଳ୍ପ କେବେଳ ପ୍ୟାନ୍ ଲଗ୍ଇନ୍ ପରେ ଉପଲବ୍ଧ ହୁଏ । ଯେତେବେଳେ DRN ବ୍ୟତୀତ ପୈଠ କରାଯାଏ, ସେତେବେଳେ ୟୁଜର୍ ସ୍କ୍ରିନ୍ରେ ପ୍ରଦର୍ଶିତ ହୋଇଥିବା ହାରପର୍ଲିଙ୍କ ଉପରେ ନିଶ୍ଚୟ କ୍ଲିକ୍ କରନ୍ତୁ ଓ ଯିବା ପଥ ଅନୁସରଣ କରନ୍ତୁ (ଲଗ୍ଇନ୍ → ଦାବି ଶୀର୍ଷକ → ଅଗ୍ରଗତିର ଲିଙ୍କ), ଓ ଏହି ବିକଳ୍ପ ଉଭୟ ପ୍ରାକ୍ ଲଗ୍ଇନ୍ ଓ ଲଗ୍ଇନ୍ ପରେ ବ୍ୟବସ୍ଥା ପାଇଁ ଉପଲବ୍ଧ ।
11. ଇ ଫାଇଲିଂ ପୋର୍ଟାର୍ରେ DRN ବ୍ୟବହାର କରି ମୁଁ କିପରି ଦାବିଭିତ୍ତିକ ଦେୟ କରିପାଇବି ?
DRN ବ୍ୟବହାର କରି ପ୍ରଯୁଜ୍ୟ ବର୍ଷ ପାଇଁ ଦେୟ ସ୍କ୍ରିନ୍ରେ ଉପଲବ୍ଧ ଥିବା DRN ରେଡିଓ ବଟନ୍ ଚୟନ କରି ଏକ ଦାବିଭିତ୍ତିକ ଦେୟ କରାଯାଇପାରିବ, ଯାହା ପରେ ସିଷ୍ଟମ୍ ସ୍ୱୟଂଚାଳିତ ଭାବରେ DRN ବିବରଣୀ ନେଇ ଆସିବ ଓ ୟୁଜରଙ୍କୁ ଦେୟ ପୃଷ୍ଠାକୁ ପୁନଃନିର୍ଦ୍ଦେଶିତ କରି ବିନିମୟ ସମ୍ପୂର୍ଣ୍ଣ କରିବ ।
12. ମୋର DRN ନାହିଁ । କିପରି ମୁଁ ଏକ ଦାବିଭିତ୍ତିକ ଦେୟ କରିପାରିବି ?
ଯଦି DRN ଉପଲବ୍ଧ ନାହିଁ, ତଥାପି ଦେୟ ସ୍କ୍ରିନ୍ରେ ପ୍ରଦର୍ଶିତ ହୋଇଥିବା ହାଇପର୍ଲିଙ୍କକୁ କ୍ଲିକକରି ଏକ ଦାବିଭିତ୍ତିକ ଦେୟ କରାଯାଇପାରିବ ଓ ନିମ୍ନଲିଖିତ ପଥ ଲଗ୍ଇନ୍ କରନ୍ତୁ → ଦାବି ଶୀର୍ଷକ → ଲିଙ୍କ୍ ଅନୁସରଣ କରନ୍ତୁ, ଯାହା ୟୁଜର୍ଙ୍କୁ ଉପଯୁକ୍ତ ପୃଷ୍ଠାକୁ ଯିବାକୁ ଓ ଦେୟ ସମ୍ପୂର୍ଣ୍ଣ କରିବାକୁ ପୁନଃନିର୍ଦ୍ଦେଶିତ କରିବ ।