ସ୍ଥାନୀୟ ପ୍ରାଧିକାରୀଙ୍କ ପାଇଁ ପ୍ରଯୁଜ୍ୟ ରିଟର୍ଣ୍ଣ ଏବଂ ଫର୍ମଗୁଡ଼ିକର ମୂଲ୍ୟାୟନ ବର୍ଷ ହେଉଛି 2026-27
ଅସ୍ୱୀକରଣ: ଏହି ପୃଷ୍ଠାରେ ଦିଆଯାଇଥିବା ବିଷୟବସ୍ତୁ କେବଳ ସାଧାରଣ ମାର୍ଗଦର୍ଶନ/ସମୀକ୍ଷା ପାଇଁ ଉଦ୍ଦିଷ୍ଟ ଓ ଏହା ସମ୍ପୂର୍ଣ୍ଣ ତଥ୍ୟ ନୁହେଁ।
ସମ୍ପୂର୍ଣ୍ଣ ତଥ୍ୟ ଏବଂ ନିର୍ଦ୍ଦେଶାବଳୀ ପାଇଁ, ଦୟାକରି ଆୟକର ଅଧିନିୟମ,1961ର ଫର୍ମସ, ନିୟମ ଏବଂ ବିଜ୍ଞପ୍ତିଗୁଡ଼ିକର ସହାୟତା ନିଅନ୍ତୁ।
ଆୟକର ଅଧିନିୟମ,1961 ଉଦ୍ଦେଶ୍ୟରେ ଧାରା 2(31) ଅନୁଯାୟୀ, ବ୍ୟକ୍ତି ଅଭିପ୍ରାୟ ମଧ୍ୟରେ ଅନ୍ୟଥା ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ସାମିଲ ଅଟନ୍ତି।
ଆୟକର ଅଧିନିୟମର ଧାରା 10 (20) ଉଦ୍ଦେଶ୍ୟରେ, କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଆୟକୁ ଛାଡ଼ କରାଯାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ କହିଲେ ନିମ୍ନଲିଖିତ ସଂସ୍ଥାଗୁଡ଼ିକୁ ବୁଝାଇବ—
(i) ପଞ୍ଚାୟତ: ସମ୍ବିଧାନର ଅନୁଚ୍ଛେଦ 243 ର ଖଣ୍ଡ (d) ରେ ଉଲ୍ଲେଖ କରାଯାଇଥିବା ପଞ୍ଚାୟତ ସଂସ୍ଥା; କିମ୍ବା (ii) ମ୍ୟୁନିସିପାଲିଟି (ପୌରପାଳିକା) ସମ୍ବିଧାନର ଅନୁଚ୍ଛେଦ 243Pର ଖଣ୍ଡ (e) ରେ ସୂଚିତ କରାଯାଇଥିବା ଅନୁଯାୟୀ; କିମ୍ବା
(iii) ମ୍ୟୁନିସିପାଲ୍ କମିଟି ଏବଂ ଜିଲ୍ଲା ବୋର୍ଡ: ଯେଉଁମାନେ ଆଇନଗତ ଭାବେ କୌଣସି ପୌର କିମ୍ବା ସ୍ଥାନୀୟ ପାଣ୍ଠିର ନିୟନ୍ତ୍ରଣ କିମ୍ବା ପରିଚାଳନା ପାଇଁ ଅଧିକାର ପ୍ରାପ୍ତ ହୋଇଛନ୍ତି କିମ୍ବା ସରକାରଙ୍କ ଦ୍ୱାରା ଏହି ଦାୟିତ୍ୱ ପାଇଛନ୍ତି; କିମ୍ବା (iv) କ୍ୟାଣ୍ଟନମେଣ୍ଟ ବୋର୍ଡ (ସେନାଛାଉଣୀ ପରିଷଦ): କ୍ୟାଣ୍ଟନମେଣ୍ଟ ଆକ୍ଟ, 1924ର ଧାରା 3ରେ ବର୍ଣ୍ଣନା କରାଯାଇଥିବା ଅନୁଯାୟୀ;
|
ଏହି ଫର୍ମଟି ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ପାଇଁ ପ୍ରଯୁଜ୍ୟ:
|
|
ଆୟକର ଅଧିନିୟମ, 1961ର ଧାରା 139 (4A), 139 (4B), 139 (4C) କିମ୍ବା 139 (4D) ଅନ୍ତର୍ଗତ ଆୟକର ରିଟର୍ଣ୍ଣ ଦାଖଲ ପ୍ରସ୍ତୁତ କରୁଥିବା ସମସ୍ତ ବ୍ୟକ୍ତି ବା ସଂସ୍ଥା ପାଇଁ ଏହା ପ୍ରଯୁଜ୍ୟ।
|
ଆୟକର ଅଧିନିୟମ,1961 ଅନୁଯାୟୀ ଫର୍ମଗୁଡ଼ିକ ପ୍ରଯୁଜ୍ୟ
|
ଟିପ୍ପଣୀ:ସୂଚନା ଯଥାକ୍ରମେ (ଅଗ୍ରୀମ କର/SAT,ରିଫଣ୍ଡର ବିବରଣୀ ,SFT ଆର୍ଥିକ କାରବାର ବିବରଣୀ ଏବଂ ଧାରା 194-IA, 194-IB ଓ 194M ଅନ୍ତର୍ଗତ TDS ସମ୍ବନ୍ଧୀୟ ସୂଚନା:
|
|
|
ସ୍ଥାନୀୟ ପ୍ରାଧିକାରୀଙ୍କ ପାଇଁ କର ସ୍ତର ମୂଲ୍ୟାୟନ ବର୍ଷ 2026-27
ନିର୍ଦ୍ଧାରଣ ବର୍ଷ 2026-27ରେ ସ୍ଥାନୀୟ ପ୍ରାଧିକାରୀ 30% କରଯୋଗ୍ୟ
ସରଚାର୍ଜ,ନାମ ମାତ୍ର ରିହାତି ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପକର
|
|
|
ଆୟକର ଅଧିନିୟମ, 1961ର ଧାରା 10(20) ଅଧୀନରେ କର ଛାଡ଼ / ମୋଟ ଆୟରେ ଅନ୍ତର୍ଭୁକ୍ତ ହେଉ ନଥିବା ଆୟ:
ଜଣେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସେହି ଆୟ, ଯାହା ଗୃହ ସମ୍ପତ୍ତିରୁ ଆୟ, ପୁଞ୍ଜିଗତ ଲାଭ କିମ୍ବା ଅନ୍ୟାନ୍ୟ ଉତ୍ସରୁ ଆୟ ଅଧୀନରେ କରଯୋଗ୍ୟ ଅଟେ; କିମ୍ବା ସେହି ସଂସ୍ଥା ଦ୍ୱାରା ପରିଚାଳିତ କୌଣସି ବ୍ୟବସାୟ କିମ୍ବା ବାଣିଜ୍ୟରୁ ମିଳୁଥିବା ଆୟ, ଯାହା ନିଜ ସୀମା ମଧ୍ୟରେ କୌଣସି ସାମଗ୍ରୀ ବା ସେବା (ଜଳ କିମ୍ବା ବିଦ୍ୟୁତ ବ୍ୟତୀତ) ଯୋଗାଇବା ଦ୍ୱାରା ମିଳିଥାଏ କିମ୍ବା ନିଜ ସୀମା ଭିତରେ ଅଥବା ସୀମା ବାହାରେ ଜଳ କିମ୍ବା ବିଦ୍ୟୁତ ଯୋଗାଣରୁ ମିଳିଥାଏ (ତାହା କର ମୁକ୍ତ ଅଟେ)
ନିବେଶ / ଦେୟ / ଆୟ ଯାହା ଉପରେ କର ରିହାତି ଉପଲବ୍ଧ
ଆୟକର ଅଧିନିୟମ, 1961ର ଅଧ୍ୟାୟ VI-A ଅଧୀନରେ ନିର୍ଦ୍ଧାରିତ କର ରିହାତି
|
କେତେକ ନିର୍ଦ୍ଧାରିତ ପାଣ୍ଠି, ଦାତବ୍ୟ ଅନୁଷ୍ଠାନ ଇତ୍ୟାଦିକୁ ଦିଆଯାଇଥିବା ଦାନ ବାବଦରେ କର ରିହାତି। ନିମ୍ନଲିଖିତ ଶ୍ରେଣୀଗୁଡ଼ିକ ଅଧୀନରେ ଦିଆଯାଇଥିବା ଦାନ କର ରିହାତି ପାଇଁ ଉପଯୁକ୍ତ ଅଟେ:
ଟିପ୍ପଣୀ:₹2000/- ରୁ ଅଧିକ ନଗଦ ଆକାରରେ ଦିଆଯାଇଥିବା ଦାନ ବାବଦରେ ଏହି ଧାରା ଅଧୀନରେ କୌଣସି କର ରିହାତି ଅନୁମତି ଦିଆଯିବ ନାହିଁ। |
|
ବିଜ୍ଞାନ ସମ୍ମତ ଗବେଷଣା କିମ୍ବା ଗ୍ରାମୀଣ ବିକାଶ ପାଇଁ ଦିଆଯାଇଥିବା ଦାନ ବାବଦରେ କର ରିହାତି। ନିମ୍ନଲିଖିତ ଶ୍ରେଣୀଗୁଡ଼ିକ ଅଧୀନରେ ଦିଆଯାଇଥିବା ଦାନ କର ରିହାତି ପାଇଁ ଉପଯୁକ୍ତ:
ଟିପ୍ପଣୀ: ₹ 2000/-ରୁ ଅଧିକ ନଗଦ ଆକାରରେ ଦିଆଯାଇଥିବା ଦାନ ବାବଦରେ କିମ୍ବା ଯଦି ମୋଟ ଆୟରେ ବ୍ୟବସାୟରୁ ଲାଭ ଅନ୍ତର୍ଭୁକ୍ତ ଥାଏ, ତେବେ ଏହି ଧାରା ଅଧୀନରେ କୌଣସି କର ରିହାତି ଅନୁମତି ଦିଆଯିବ ନାହିଁ। |
|
ଜୈବ-କ୍ଷୟଯୋଗ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ବ୍ୟବସାୟରୁ ମିଳୁଥିବା ଲାଭ ଏବଂ ପ୍ରାପ୍ତି ବାବଦରେ କର ରିହାତି (କେତେକ ନିର୍ଦ୍ଧାରିତ ସର୍ତ୍ତାବଳୀ ସାପେକ୍ଷ) |
|
|
ନୂତନ ଶ୍ରମିକ / କର୍ମଚାରୀମାନଙ୍କ ନିଯୁକ୍ତି ବାବଦରେ କର ରିହାତି, ଯାହା ଆୟକର ଅଧିନିୟମ, 1961ର ଧାରା 44AB ଲାଗୁ ହେଉଥିବା କରଦାତାମାନଙ୍କ ପାଇଁ ପ୍ରଯୁଜ୍ୟ (କେତେକ ନିର୍ଦ୍ଧାରିତ ସର୍ତ୍ତାବଳୀ ସାପେକ୍ଷ) |
|
|
ଔଦ୍ୟୋଗିକ ପାର୍କ କାର୍ଯ୍ୟରେ ନିୟୋଜିତ (କୌଣସି ଅଣ୍ଡର୍ଟେକିଂ) ଏବଂ ପାୱାର ଅଣ୍ଡର୍ଟେକିଂ କର ରିହାତି ଦାବି କରିବାକୁ ଯୋଗ୍ୟ ହେବେ (କେତେକ ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ) |
100% 15ଟି ନିର୍ଦ୍ଧାରଣ ବର୍ଷର ଏକ ଅବଧି ମଧ୍ୟରେ ଆସୁଥିବା ଲଗାତାର 10ଟି କ୍ରମାଗତ ନିର୍ଦ୍ଧାରଣ ବର୍ଷ |
|
(ଯଦି ନିର୍ଦ୍ଦିଷ୍ଟ ବ୍ୟବସାୟର ବିକାଶ, ପରିଚାଳନା ଇତ୍ୟାଦି ନିର୍ଦ୍ଧାରିତ ତାରିଖ ପରେ ଆରମ୍ଭ ହୋଇଥାଏ, ତେବେ ଏହି ଧାରା ଅଧୀନରେ କୌଣସି କର ରିହାତି ଅନୁମତି ଦିଆଯିବ ନାହିଁ) |
|
ବିଶେଷ ଅର୍ଥନୈତିକ ଅଞ୍ଚଳ ବା ସ୍ପେଶାଲ୍ ଇକୋନୋମିକ୍ ଜୋନର ବିକାଶ କାର୍ଯ୍ୟରେ ନିୟୋଜିତ କୌଣସି ଉଦ୍ୟୋଗ କିମ୍ବା ପ୍ରତିଷ୍ଠାନର ଲାଭ ଏବଂ ପ୍ରାପ୍ତି ବାବଦରେ କର ରିହାତି (ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ)
|
କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ବିଶେଷ ଅର୍ଥନୈତିକ ଅଞ୍ଚଳ ଅଧିସୂଚିତ କରାଯାଇଥିବା ବର୍ଷଠାରୁ ଆରମ୍ଭ କରି, 15ଟି ମୂଲ୍ୟାୟନ ବର୍ଷର ଅବଧି ମଧ୍ୟରୁ ଲଗାତାର 10ଟି ମୂଲ୍ୟାୟନ ବର୍ଷର ଲାଭର100% |
|
ଯଦି ବିଶେଷ ଅର୍ଥନୈତିକ ଅଞ୍ଚଳର ବିକାଶ କାର୍ଯ୍ୟ 1 ଏପ୍ରିଲ 2017 କିମ୍ବା ତାହା ପରେ ଆରମ୍ଭ ହୋଇଥାଏ, ତେବେ କୌଣସି କରଦାତାଙ୍କୁ ଏହି ଧାରା ଅଧୀନରେ କୌଣସି କର ରିହାତି ଅନୁମତି ଦିଆଯିବ ନାହିଁ। |
|
ଭିତ୍ତିଭୂମି ବିକାଶ ଉଦ୍ୟୋଗ ବ୍ୟତୀତ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଶିଳ୍ପ ଉଦ୍ୟୋଗର ଲାଭ ବାବଦରେ କର ରିହାତି- ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ମୂଲ୍ୟାୟନ ବର୍ଷ ଠାରୁ 10 ବର୍ଷ ପାଇଁ ଲାଭର 100% ଛାଡ଼ (ଯଦି ଏହି ଅନୁମୋଦନ 31 ମାର୍ଚ୍ଚ 2000 ପରେ କିମ୍ବା 1 ଏପ୍ରିଲ 2007 ପୂର୍ବରୁ ମିଳିଥାଏ) ଏହି ଧାରା ଅଧୀନରେ କର ରିହାତି ଜଣେ କରଦାତାଙ୍କ ପାଇଁ ଉପଲବ୍ଧ, ଯାହାଙ୍କ ମୋଟ ଆୟରେ ନିମ୍ନଲିଖିତ ବ୍ୟବସାୟରୁ ମିଳୁଥିବା କୌଣସି ଲାଭ ଏବଂ ପ୍ରାପ୍ତି ଅନ୍ତର୍ଭୁକ୍ତ ଥାଏ: |
|
J&K ର SSI ସମେତ କୌଣସି ଶିଳ୍ପ ଉଦ୍ୟୋଗ |
|
ଖଣିଜ ତୈଳର ବ୍ୟାବସାୟିକ ଉତ୍ପାଦନ ଏବଂ ବିଶୋଧନ |
|
ଫଳ କିମ୍ବା ପରିବା, ମାଂସ ଏବଂ ମାଂସ ଜାତୀୟ ଦ୍ରବ୍ୟ କିମ୍ବା କୁକୁଡ଼ା ଚାଷ, ସାମୁଦ୍ରିକ ଖାଦ୍ୟ କିମ୍ବା ଦୁଗ୍ଧ ଜାତୀୟ ଦ୍ରବ୍ୟର ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ପ୍ୟାକେଜିଂ |
|
ଖାଦ୍ୟଶସ୍ୟର ନିୟନ୍ତ୍ରଣ, ସଂରକ୍ଷଣ ଏବଂ ପରିବହନର ସମନ୍ୱିତ ବ୍ୟବସାୟ |
|
(କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅଧୀନରେ) |
|
ବିଭିନ୍ନ ପ୍ରକାରର ଉଦ୍ୟୋଗ ସଂସ୍ଥା ପାଇଁ ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ 5/10/7 ବର୍ଷ ପାଇଁ ଲାଭର100% / 25% ଛାଡ଼। |
|
ହିମାଚଳ ପ୍ରଦେଶ, ସିକିମ, ଉତ୍ତରାଞ୍ଚଳ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅବସ୍ଥିତ କେତେକ ନିର୍ଦ୍ଧାରିତ ଉଦ୍ୟୋଗ ବାବଦରେ କର ରିହାତି (କେତେକ ନିର୍ଦ୍ଧାରିତ ସର୍ତ୍ତାବଳୀ ସାପେକ୍ଷ) |
100%ନିର୍ଦ୍ଦିଷ୍ଟ ବସ୍ତୁ କିମ୍ବା ସାମଗ୍ରୀର ଉତ୍ପାଦନ କିମ୍ବା ପ୍ରସ୍ତୁତି ପାଇଁ ପ୍ରଥମ 5ଟି ନିର୍ଦ୍ଧାରଣ ବର୍ଷ ପାଇଁ ଲାଭର 100% ଏବଂ ପରବର୍ତ୍ତୀ 5ଟି ନିର୍ଦ୍ଧାରଣ ବର୍ଷ ପାଇଁ ଲାଭର 25% (ଏକ କମ୍ପାନୀ ପାଇଁ 30%) କର ରିହାତି |