ଆପଣଙ୍କ JAO ଜାଣନ୍ତୁ ଉପଭୋକ୍ତା ମାନୁଆଲ୍‌

 

1. ସଂକ୍ଷିପ୍ତ ବିବରଣୀ

'ଆପଣଙ୍କ JAO ଜାଣନ୍ତୁ' ସେବା ସେହି ସମସ୍ତ କରଦାତାଙ୍କ (ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ କିମ୍ବା ଅପଞ୍ଜୀକୃତ) ପାଇଁ ଉପଲବ୍ଧ, ଯେଉଁମାନଙ୍କ ପାଖରେ ଏକ ବୈଧ ପ୍ୟାନ୍‌ ଅଛି। ଏହି ସେବା ମାଧ୍ୟମରେ ଆପଣ କୌଣସି ଏକ ନିର୍ଦ୍ଦିଷ୍ଟ ପ୍ୟାନ୍‌ ପାଇଁ ନିଜର ଆଞ୍ଚଳିକ ଆସେସିଂ ଅଫିସର (JAO)ଙ୍କ ସମ୍ପର୍କିତ ବିବରଣୀ ଦେଖିପାରିବେ। ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରିବା ଆବଶ୍ୟକ ନାହିଁ।

2.ଏହି ସେବାର ଲାଭ ଉଠାଇବା ପାଇଁ ପ୍ରାକ୍ ଆବଶ୍ୟକତା
 

  • ବୈଧ ପ୍ୟାନ୍‌
  • ବୈଧ ମୋବାଇଲ୍ ନମ୍ବର

3. ପର୍ଯ୍ୟାୟକ୍ରମିକ ମାର୍ଗଦର୍ଶିକା


ସୋପାନ 1:ଇ-ଫାଇଲିଂ ପୋର୍ଟାଲ୍‌ର ହୋମ୍‌ପେଜ୍‌କୁ ଯାଆନ୍ତୁ ଏବଂ 'ଆପଣଙ୍କ JAO ଜାଣନ୍ତୁ'ଉପରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 2: 'ଆପଣଙ୍କ ଆଞ୍ଚଳିକ ଆସେସିଂ ଅଫିସରଙ୍କୁ ଜାଣନ୍ତୁ' ପେଜ୍‌ରେ, ଆପଣଙ୍କ ପ୍ୟାନ୍‌ ଏବଂ ଏକ ବୈଧ ମୋବାଇଲ୍ ନମ୍ବର ଭରନ୍ତୁ ଏବଂ 'ଜାରି ରଖନ୍ତୁ' ଉପରେ କ୍ଲିକ୍ କରନ୍ତୁ।

Data responsive


ସୋପାନ 3:ସୋପାନ 2ରେ ଆପଣ ଏଣ୍ଟର କରିଥିବା ମୋବାଇଲ୍ ନମ୍ବରରେ ଏକ 6-ଅଙ୍କ ବିଶିଷ୍ଟ OTP ପାଇବେ। ସେହି OTPକୁ ଭରନ୍ତୁ ଏବଂ 'ବୈଧତା ଯାଞ୍ଚ କରନ୍ତୁ'ଉପରେ କ୍ଲିକ୍ କରନ୍ତୁ।

Data responsive

ଟିପ୍ପଣୀ:

  • OTP କେବଳ 15 ମିନିଟ୍ ପାଇଁ ବୈଧ ରହିବ।
  • ସଠିକ୍ OTP ଭରିବା ପାଇଁ ଆପଣଙ୍କ ପାଖରେ ମାତ୍ର 3ଥର ସୁଯୋଗ ଅଛି।
  • ସ୍କ୍ରିନ୍‌ରେ ଦେଖାଯାଉଥିବା OTP ଅବଧି ସମାପ୍ତି କାଉଣ୍ଟଡାଉନ୍ ଟାଇମର ଆପଣଙ୍କୁ ଜଣାଇଥାଏ ଯେ OTP କେତେବେଳେ ଅବୈଧ ବା ଶେଷ ହୋଇଯିବ।
  • 'ରିସେଣ୍ଡ୍ OTP' ଉପରେ କ୍ଲିକ୍ କଲେ, ଏକ ନୂଆ OTP ଜେନେରେଟ୍ ହେବ ଏବଂ ଆପଣଙ୍କ ପାଖକୁ ପଠାଯିବ।

ସଫଳତାର ସହ OTP ଯାଞ୍ଚ ହେବା ପରେ, ଆପଣ ଆପଣଙ୍କର ପ୍ୟାନ୍‌ର ଷ୍ଟାଟସ୍‌ ସହିତ ଆଞ୍ଚଳିକ ଆସେସିଂ ଅଫିସରଙ୍କ ବିବରଣୀ ଯେପରିକି ଏରିଆ କୋଡ୍ , AO ଟାଇପ୍‌, ରେଞ୍ଜ୍ କୋଡ୍ , AO ନମ୍ବର, ଆଞ୍ଚଳିକ କ୍ଷେତ୍ରାଧିକାର, JAOଙ୍କ ଠିକଣା ଏବଂ ଇମେଲ୍ ID ଦେଖିପାରିବେ।

Data responsive

4. ସମ୍ପର୍କିତ ବିଷୟବସ୍ତୁ