ଲଗଇନ୍‌

(ଇ-ଫାଇଲିଂ ସେବା ଆକ୍ସେସ୍‌ କରିବାକୁ ଲଗଇନ୍‌ କରନ୍ତୁ)

(ଇ-ଫାଇଲିଂ ସେବା ଆକ୍ସେସ୍‌ କରିବାକୁ ଲଗଇନ୍‌ କରନ୍ତୁ)

Frequently Asked Questions

ଲଗ୍-ଇନ୍ ସମ୍ବନ୍ଧୀୟ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

1. ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପାଇଁ ମୋର ପଞ୍ଜୀକୃତ ମୋବାଇଲ୍ ନମ୍ବର ଆବଶ୍ୟକ କି?

ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପାଇଁ ଏକାଧିକ ବିକଳ୍ପ ଉପଲବ୍ଧ ଅଛି। ପଞ୍ଜୀକୃତ ମୋବାଇଲ୍ ନମ୍ବର ଥିବା ଆବଶ୍ୟକ ନୁହେଁ। କିନ୍ତୁ, ଯଦି ଆପଣ ନିଜର ପାସୱାର୍ଡ ଭୁଲିଯାଆନ୍ତି, ସେହି କ୍ଷେତ୍ରରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଉପଯୋଗୀ ହୋଇପାରେ।

2. ଇ-ଫାଇଲିଂ ପୋର୍ଟାଲରେ ମୋର ପ୍ୟାନ ପଞ୍ଜୀକୃତ ହେବା ଆବଶ୍ୟକ କି?

ହଁ, ଇ-ଫାଇଲିଂ ପୋର୍ଟାଲ୍‌ରେ ପ୍ୟାନ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ଯଦି ଏହା ପଞ୍ଜୀକୃତ ହୋଇନଥାଏ, ତେବେ ନିମ୍ନଲିଖିତ ବାର୍ତ୍ତା ପ୍ରଦର୍ଶିତ ହେବ — ପ୍ୟାନ ବିଦ୍ୟମାନ ନାହିଁ। ଦୟାକରି ଏହି PAN କୁ ପଞ୍ଜୀକରଣ କରନ୍ତୁ କିମ୍ବା ଅନ୍ୟ କୌଣସି ପ୍ୟାନ ସହିତ ପୁନଃଚେଷ୍ଟା କରନ୍ତୁ। ଯଦି ପ୍ୟାନ ସହିତ ସଂଯୁକ୍ତ ଇ-ଫାଇଲିଂ ଆକାଉଣ୍ଟଟି ନିଷ୍କ୍ରିୟ ହୋଇଯାଇଛି, ତେବେ ହେଲ୍‌ପ ଡେସ୍କ ସହିତ ଯୋଗାଯୋଗ କରି ଏହାକୁ ପୁନଃ ସକ୍ରିୟ କରନ୍ତୁ।

3. ଯଦି ମୁଁ ଭୁଲ୍ ପାସୱାର୍ଡ ପ୍ରବେଶ କରେ, ତେବେ ମୋର ଆକାଉଣ୍ଟ ଲକ୍ ହୋଇଯିବ କି?

ହଁ, ଲଗଇନ୍ ପାଇଁ କ୍ରମାଗତ 5 ଥର ଅସଫଳ ପ୍ରୟାସ କଲେ ଆପଣଙ୍କ ଖାତା ଲକ୍ ହୋଇଯିବ। “ଆପଣଙ୍କ ଆକାଉଣ୍ଟକୁ ଅନଲକ୍ କରନ୍ତୁ” ସୁବିଧା ବ୍ୟବହାର କରି ଆପଣ ଖାତାକୁ ଅନଲକ୍ କରିପାରିବେ କିମ୍ବା 30 ମିନିଟ୍ ପରେ ଏହା ସ୍ୱୟଂଚାଳିତ ଭାବରେ ଅନଲକ୍ ହୋଇଯିବ।

4. ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପାଇଁ ମୋର ପ୍ୟାନ କୁ ଆଧାର ସହିତ ଲିଙ୍କ କରିବା ଆବଶ୍ୟକ କି ?

ଯଦି ଆପଣଙ୍କ ପ୍ୟାନ ଆଧାର ସହିତ ଲିଙ୍କ ହୋଇନଥାଏ, ତଥାପି ଆପଣ ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିପାରିବେ, କିନ୍ତୁ ଆପଣଙ୍କୁ ସୀମିତ ସୁବିଧା ମିଳିବ। ତେଣୁ, ପ୍ୟାନ କୁ ଆଧାର ସହିତ ଲିଙ୍କ କରିବା ପରାମର୍ଶଯୋଗ୍ୟ।

5. ଇ-ଫାଇଲିଂ ଆକାଉଣ୍ଟରେ ଲଗଇନ୍ କରିବା ପାଇଁ ସମସ୍ତ ବ୍ୟାଙ୍କ ନେଟ୍‌ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରନ୍ତି କି?

ଦେଶର ଅଧିକାଂଶ ସ୍ୱୀକୃତ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରନ୍ତି। ତଥାପି, ନିଶ୍ଚିତ ହେବା ପାଇଁ ସମ୍ପୃକ୍ତ ବ୍ୟାଙ୍କର ୱେବସାଇଟ୍ ଯାଞ୍ଚ କରିବା କିମ୍ବା ବ୍ୟାଙ୍କ ସହିତ ଯୋଗାଯୋଗ କରିବା ପରାମର୍ଶଯୋଗ୍ୟ। ନେଟ୍‌ବ୍ୟାଙ୍କିଙ୍ଗ ବିକଳ୍ପ ଉପରେ କ୍ଲିକ୍ କରିବା ପରେ ଇ-ଫାଇଲିଂ ପୋର୍ଟାଲରେ ସ୍ୱୀକୃତ ବ୍ୟାଙ୍କଗୁଡ଼ିକର ତାଲିକା ଉପଲବ୍ଧ ରହିଛି।

6. OTP ପାଇବା ପାଇଁ ମୋ ପାଖରେ ମୋବାଇଲ୍ ସଂଯୋଗ ନାହିଁ। ମୁଁ ମୋର ଇ-ଫାଇଲିଂ ଆକାଉଣ୍ଟରେ କିପରି ଲଗଇନ୍ କରିପାରିବି?

ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପାଇଁ OTP ଆବଶ୍ୟକ ନୁହେଁ। ଯଦି ଆପଣ “ଇ-ଫାଇଲିଂ ଭଲ୍ଟ ଉଚ୍ଚତର ସୁରକ୍ଷା” ସେବା ମାଧ୍ୟମରେ କୌଣସି ଅତିରିକ୍ତ ସୁରକ୍ଷା ବିକଳ୍ପ ସକ୍ଷମ କରିଥାଆନ୍ତି, ତେବେ 2nd ସ୍ତରର ଅଧିପ୍ରାମାଣିକିକରଣ ପାଇଁ ନିମ୍ନଲିଖିତ ବିକଳ୍ପମାନଙ୍କ ମଧ୍ୟରୁ ଯଦି କୌଣସିଟି ଚୟନ କରାଯାଇଥାଏ, ସେହି ପଦ୍ଧତି ବ୍ୟବହାର କରି ଆପଣ ଲଗଇନ୍ କରିପାରିବେ:

  • ବ୍ୟାଙ୍କ ଆକାଉଣ୍ଟ EVC (ଯଦି ଆପଣଙ୍କ ପାଖରେ ପୂର୍ବରୁ EVC ଥାଏ), କିମ୍ବା
  • ଡିମାଟ୍ ଆକାଉଣ୍ଟ EVC (ଯଦି ଆପଣଙ୍କ ପାଖରେ ପୂର୍ବରୁ EVC ଥାଏ), କିମ୍ବା
  • DSC କିମ୍ବା
  • ବିଦ୍ୟମାନ ଆଧାର OTP

7. ଇ-ଫାଇଲିଂ ଭଲ୍ଟ କ'ଣ? ଏହା ମୋତେ କିପରି ସହାୟତା କରେ?

ଇ-ଫାଇଲିଂ ଭଲ୍ଟ ବିକଳ୍ପ ଲଗଇନ୍ ଏବଂ ପାସୱାର୍ଡ ରିସେଟ୍‌ ପାଇଁ ବହୁକାରକ ପ୍ରମାଣୀକରଣ ସୁବିଧା ପ୍ରଦାନ କରେ। ଲଗଇନ୍ ସମୟରେ ଅତିରିକ୍ତ ପ୍ରମାଣୀକରଣ ସ୍ତର ଯୋଡ଼ିବା ପାଇଁ ଆପଣ ବ୍ୟାଙ୍କ ଆକାଉଣ୍ଟ EVC, ଡିମାଟ୍ ଆକାଉଣ୍ଟ EVC ଏବଂ DSC ପରି ଏକାଧିକ ବିକଳ୍ପ ମଧ୍ୟରୁ ଚୟନ କରିପାରିବେ।

8. ନୂତନ ଇ-ଫାଇଲିଂ ପୋର୍ଟାଲର ଲଗଇନ୍ ସେବାରେ କେଉଁ କେଉଁ ଉନ୍ନତି କରାଯାଇଛି?

ନୂତନ ଇ-ଫାଇଲିଂ ପୋର୍ଟାଲରେ ସୁବିଧାଜନକ ଲଗଇନ୍ ଅନୁଭବ ପାଇଁ CAPTCHA କୁ ହଟାଇ ଦିଆଯାଇଛି। ଫିଶିଙ୍ଗ ୱେବସାଇଟ୍‌ରୁ ସୁରକ୍ଷା ପ୍ରଦାନ କରିବା ପାଇଁ ସୁରକ୍ଷିତ ଆକ୍ସେସ୍‌ ସନ୍ଦେଶ ସୁବିଧା ଯୋଡ଼ାଯାଇଛି। ଏହା ସହିତ, ଇ-ଫାଇଲିଂ ଭଲ୍ଟ ଉଚ୍ଚ ସୁରକ୍ଷା ବିକଳ୍ପ ମାଧ୍ୟମରେ ଆପଣ ବହୁକାରକ ପ୍ରମାଣୀକରଣ ମଧ୍ୟ ସେଟ୍ କରିପାରିବେ।

9. ମୁଁ ଜଣେ ବ୍ୟକ୍ତିଗତ କରଦାତା। ଲଗଇନ୍ ପାଇଁ ମୋର ୟୁଜର୍ ଆଇଡି କ'ଣ?

ବ୍ୟକ୍ତିବିଶେଷ କରଦାତାଙ୍କ ପାଇଁ ଲଗଇନ୍ ୟୁଜର୍ ID ହେଉଛି ସେମାନଙ୍କର PAN।

10. CA, ERI, ବାହ୍ୟ ଏଜେନ୍ସି, ITDREIN ୟୁଜର୍ ଏବଂ TIN 2.0 ୟୁଜର୍‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଙ୍କ ପାଇଁ ୟୁଜର୍ ଆଇଡି କ'ଣ?

ଉପରୋକ୍ତ ୟୁଜର୍ ମାନଙ୍କର ୟୁଜର୍ ଆଇଡି, ସେମାନେ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକରଣ କରିବା ସମୟରେ ଜେନେରେଟ ହୁଏ। ସମ୍ବନ୍ଧିତ ୟୁଜର୍ ଆଇଡି ଗୁଡ଼ିକ ହେଉଛି:

  • CA - ARCA ପରେ CAଙ୍କ 6 ଅଙ୍କ ବିଶିଷ୍ଟ ସଦସ୍ୟତା ନମ୍ବର।
  • ERI - ERIP ପରେ ପଞ୍ଜୀକରଣ ସମୟରେ ସୃଷ୍ଟି ହୋଇଥିବା 6 ଅଙ୍କ ବିଶିଷ୍ଟ ନମ୍ବର।
  • ବାହ୍ୟ ଏଜେନ୍ସି - EXTA ପରେ ପଞ୍ଜୀକରଣ ସମୟରେ ଜେନେରେଟ ହୋଇଥିବା 6 ଅଙ୍କ ବିଶିଷ୍ଟ ନମ୍ବର।
  • ITDREIN ୟୁଜର୍ - ପଞ୍ଜୀକରଣ ସମୟରେ ସୃଷ୍ଟି ହୋଇଥିବା ୟୁଜର୍ ଆଇଡି।
  • TIN 2.0 ୟୁଜର୍ - TINP ପରେ ପଞ୍ଜୀକରଣ ସମୟରେ ଜେନେରେଟ ହୋଇଥିବା 6 ଅଙ୍କ ବିଶିଷ୍ଟ ନମ୍ବର।

11. ଯଦି ମୋର ମନେ ହୁଏ ଯେ କୌଣସି ଅନଧିକୃତ ବ୍ୟକ୍ତି ମୋର ଇ-ଫାଇଲିଂ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି, ତେବେ ମୁଁ କ'ଣ କରିବି?

ଯଦି ଆପଣଙ୍କର ମନେ ହୁଏ ଯେ ଆପଣଙ୍କ ଇ-ଫାଇଲିଂ ଆକାଉଣ୍ଟରେ ଅନଧିକୃତ ଭାବେ ପ୍ରବେଶ କରାଯାଇଛି କିମ୍ବା ଏହାର ସୁରକ୍ଷା ବିପନ୍ନ ହୋଇଛି, ତେବେ ଆପଣ ସାଇବର ଅପରାଧର ଶିକାର ହୋଇଥାଇପାରନ୍ତି। ଏପରି ସ୍ଥିତିରେ, ପ୍ରଥମ ପଦକ୍ଷେପ ଭାବରେ ସମ୍ପୃକ୍ତ ପୋଲିସ କିମ୍ବା ସାଇବର ସେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ଘଟଣାର ଅଭିଯୋଗ କରନ୍ତୁ। ଭାରତ ସରକାରଙ୍କ ଦ୍ୱାରା ସାଇବର ଅପରାଧର ପୀଡ଼ିତ/ଅଭିଯୋଗକାରୀମାନଙ୍କୁ ଅନଲାଇନ୍‌ରେ ଅଭିଯୋଗ କରିବାର ସୁବିଧା ପ୍ରଦାନ ପାଇଁ ଆରମ୍ଭ କରାଯାଇଥିବା ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ କୁ ଯାଇ ଆପଣ ଅନଲାଇନ୍ ଅପରାଧ ଅଭିଯୋଗ/FIR ଦାଖଲ କରିପାରିବେ। ଅଭିଯୁକ୍ତ ସାଇବର ଅପରାଧ ସମ୍ବନ୍ଧୀୟ ଯେକୌଣସି ସୂଚନା, ତଦନ୍ତ ପାଇଁ ବୈଧାନିକ କ୍ଷମତା ବ୍ୟବହାର କରି ସମନ ଜାରି କରାଯିବା ପରେ, ଆୟକର ବିଭାଗ ଦ୍ୱାରା ସମ୍ପୃକ୍ତ ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷଙ୍କ ସହିତ ସେୟାର କରାଯିବ।

ସାଧାରଣ ସତର୍କତା ସ୍ୱରୂପ, ଦୟାକରି ଆପଣଙ୍କର ଲଗଇନ୍ ପ୍ରମାଣପତ୍ର କିମ୍ବା ଅନ୍ୟ କୌଣସି ସମ୍ବେଦନଶୀଳ ସୂଚନା କାହା ସହିତ ମଧ୍ୟ ସେୟାର କରନ୍ତୁ ନାହିଁ।

12. ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପାଇଁ ମୋତେ ମୋର ୟୁଜର୍ ଆଇଡି ଏବଂ ପାସୱାର୍ଡ ଆବଶ୍ୟକ କି?

ହଁ, ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିବା ପାଇଁ ୟୁଜର୍ ଆଇଡି ଏବଂ ପାସୱାର୍ଡ ଆବଶ୍ୟକ। ତେବେ, ନେଟ୍‌ବ୍ୟାଙ୍କିଙ୍ଗ ପରି କେତେକ କ୍ଷେତ୍ରରେ ୟୁଜର୍ ଆଇଡି ଏବଂ ପାସୱାର୍ଡର ଆବଶ୍ୟକତା ନଥାଏ।

13.ଯଦି ମୋର ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ମୋର ଆଉ ଆକ୍ସେସ୍ ନାହିଁ, ତେବେ ମୁଁ ନୂତନ ପୋର୍ଟାଲରେ କିପରି ଲଗଇନ୍ କରିପାରିବି?

ଆପଣ ୟୁଜର୍ ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ନୂତନ ପୋର୍ଟାଲରେ ଲଗଇନ୍ କରିପାରିବେ। ଯଦି ଆପଣ ଆଧାର OTP ମାଧ୍ୟମରେ ଲଗଇନ୍ ବିକଳ୍ପକୁ ସକ୍ଷମ କରିଥାଆନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ପ୍ୟାନ, ଆଧାର ସହିତ ଲିଙ୍କ ହୋଇଛି ଏବଂ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବରକୁ ଆପଣଙ୍କର ଆକ୍ସେସ୍ ଅଛି, ଯାହା ମାଧ୍ୟମରେ ଆପଣ ଆଧାର OTP ପାଇ ଏବଂ ଇ-ଫାଇଲିଂ ପୋର୍ଟାଲରେ ଲଗଇନ୍ କରିପାରିବେ।

14. ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ କରିବା ପାଇଁ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରାଯାଇପାରିବ କି?

ନା। ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ ପାଇଁ କେବଳ ଗୋଟିଏ ବୈଧୀକୃତ ବ୍ୟାଙ୍କ ଆକାଉଣ୍ଟକୁ ସକ୍ଷମ କରାଯାଇପାରିବ। ଯଦି କୌଣସି ବୈଧୀକୃତ ବ୍ୟାଙ୍କ ଖାତା ଚୟନ କରାଯାଇନଥାଏ, ତେବେ ସିଷ୍ଟମ୍‌ରେ 'ଆକ୍ସେସ୍ ର ଅନୁମତି ନାହିଁ' ବାର୍ତ୍ତା ପ୍ରଦର୍ଶିତ ହେବ।

15. ଆକ୍ସେସ୍ ର ଅନୁମତି ନାହିଁ' ସମସ୍ୟାର ସମାଧାନ ପାଇଁ ମୁଁ ମୋ ପ୍ରୋଫାଇଲ ଅଧୀନରେ 'ନେଟ୍‌ବ୍ୟାଙ୍କିଙ୍ଗ ଦ୍ଵାରା ଲଗ୍‌ଇନ୍‌ କରନ୍ତୁ' ବିକଳ୍ପକୁ କିପରି ସକ୍ଷମ କରି ପାରିବି?

'ଆକ୍ସେସ୍ ର ଅନୁମତି ନାହିଁ' ସମସ୍ୟାର ସମାଧାନ ପାଇଁ, ଆପଣଙ୍କ ପ୍ରୋଫାଇଲ୍ ବିଭାଗରେ ଥିବା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ପାଇଁ 'ନେଟ୍‌ବ୍ୟାଙ୍କିଙ୍ଗ ଦ୍ଵାରା ଲଗ୍‌ଇନ୍‌ କରନ୍ତୁ' ବିକଳ୍ପକୁ ସକ୍ଷମ କରନ୍ତୁ। ଏହାକୁ ସକ୍ଷମ କରିବା ପରେ, ଆପଣ ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ କରିପାରିବେ।

ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ ସୁବିଧାକୁ ସକ୍ଷମ କରିବାର ପ୍ରକ୍ରିୟା ନିମ୍ନରେ ଦିଆଯାଇଛି:

  • ଆପଣଙ୍କ ଆକାଉଣ୍ଟରେ ଲଗ୍‌ଇନ୍‌ କରନ୍ତୁ
  • ପ୍ରୋଫାଇଲ୍‌କୁ ଯାଆନ୍ତୁ
  • ମୋର ବ୍ୟାଙ୍କ ଆକାଉଣ୍ଟ ଯୋଡନ୍ତୁ ବିକଳ୍ପକୁ ଚୟନ କରନ୍ତୁ
  • ନେଟ୍ ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ ବିକଳ୍ପକୁ ସକ୍ଷମ କରନ୍ତୁ

16. ନେଟ୍ ବ୍ୟାଙ୍କିଙ୍ଗ ପାଇଁ ଇ-ଭଲ୍ଟ ଉଚ୍ଚ ସୁରକ୍ଷା ଲଗଇନ୍ ବିକଳ୍ପକୁ ସକ୍ଷମ କରିବା ପାଇଁ ପୂର୍ବ ଆବଶ୍ୟକତାଗୁଡ଼ିକ କ'ଣ?

ନେଟ୍ ବ୍ୟାଙ୍କିଙ୍ଗ ପାଇଁ ଇ-ଭଲ୍ଟ ଉଚ୍ଚ ସୁରକ୍ଷା ଲଗଇନ୍ ବିକଳ୍ପକୁ ସକ୍ଷମ କରିବା ପୂର୍ବରୁ, 'ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ ନାମାଙ୍କନ' ବିକଳ୍ପକୁ ସକ୍ଷମ କରିବା ଆବଶ୍ୟକ। ଏହି ବିକଳ୍ପ 'ମୋ ବ୍ୟାଙ୍କ ଆକାଉଣ୍ଟ' ସ୍କ୍ରିନ୍‌ରେ ଉପଲବ୍ଧ ଅଛି।

17. ଯଦି ନେଟ୍‌ବ୍ୟାଙ୍କିଙ୍ଗ ପାଇଁ ଇ-ଭଲ୍ଟ ଉଚ୍ଚ ସୁରକ୍ଷା ଲଗଇନ୍ ବିକଳ୍ପ ପୂର୍ବରୁ ସକ୍ଷମ ଥାଏ ଏବଂ ମୁଁ 'ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ ନାମାଙ୍କନ' ବିକଳ୍ପକୁ ନିଷ୍କ୍ରିୟ କରେ, ତେବେ କ'ଣ ହେବ?

ଯଦି ଆପଣ 'ନେଟ୍‌ବ୍ୟାଙ୍କିଙ୍ଗ ମାଧ୍ୟମରେ ଲଗଇନ୍ ନାମାଙ୍କନ' ବିକଳ୍ପକୁ ନିଷ୍କ୍ରିୟ କରନ୍ତି, ତେବେ ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ ଲଗଇନ୍ ସହିତ ସଂଯୁକ୍ତ ସକ୍ଷମ ହୋଇଥିବା ଉଚ୍ଚ ସୁରକ୍ଷା ଲଗଇନ୍ ସୁବିଧାର ଆକ୍ସେସ ହରାଇବେ। ଏହାକୁ ନିଷ୍କ୍ରିୟ କରିବା ପରେ, ଆପଣ ଆଉ ଏହି ପଦ୍ଧତି ବ୍ୟବହାର କରି ପୋର୍ଟାଲରେ ଲଗଇନ୍ କରିପାରିବେ ନାହିଁ। ତେବେ, ଯଦି ଆପଣ ଇ-ଭଲ୍ଟ ର ଅନ୍ୟ କୌଣସି ଲଗଇନ୍ ବିକଳ୍ପକୁ ସକ୍ଷମ କରିଥାଆନ୍ତି, ସେଗୁଡ଼ିକ ପୂର୍ବବତ୍ ସକ୍ରିୟ ରହିବ।

Detailed guides and documentation