ଫର୍ମ 52 ଉପଭୋକ୍ତା ମାନୁଆଲ୍‌

 

1.ସଂକ୍ଷିପ୍ତ ବିବରଣୀ

ଆୟକର ବିଭାଗରେ ଫର୍ମ ସଂଖ୍ୟା 51 ଫାଇଲିଂ କରି ଜଣେ କରଦାତା ଥରେ ଅଗ୍ରୀମ ମୂଲ୍ୟ ନିର୍ଧାରଣ ରାଜିନାମାରେ ପ୍ରବେଶ କଲା ପରେ, ସେ ବାର୍ଷିକ ଅନୁପାଳନ ରିପୋର୍ଟ ଫାଇଲ୍ କରିବାର ଆବଶ୍ୟକତା ରହିଛି। ଯେଉଁ ରିପୋର୍ଟ APA କର୍ତ୍ତୁପକ୍ଷଙ୍କୁ ସୂଚନା ଦିଏ ଯେ ଆବୃତ ବିନିମୟ ପାଇଁ APA ନିୟମ ସହିତ କରଦାତା ପରିଚିତ।

ଆୟକର ଅଧିନିୟମ 2026ର ନିୟମ 113 ଅନୁସାରେ, ଏପରି ବାର୍ଷିକ ଅନୁପାଳନ ରିପୋର୍ଟ ଫର୍ମ ସଂଖ୍ୟା 52ରେ ଫାଇଲ୍ କରାଯିବ । ପ୍ରତ୍ୟେକ ବର୍ଷ ପାଇଁ ରାଜିନାମାରେ ଆଚ୍ଛାଦିତ ବାର୍ଷିକ ଅନୁପାଳନ ରିପୋର୍ଟ କରଦାତା ସେହି ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲିଂର ଯଥାର୍ଥ ଅବଧିର ତିରିଶ ଦିନ ଭିତରେ କିମ୍ବା ରାଜିନାମାରେ ପ୍ରବେଶ କରିବାର ନବେ ଦିନ ଭିତରେ ଯେଉଁଟି ପରେ ଆସିବ, ଫାଇଲ୍ କରନ୍ତୁ ଓ ମୁଖ୍ୟ ଆୟକର କମିଶନରଙ୍କ ପାଖକୁ ପଠାନ୍ତୁ (ଆନ୍ତର୍ଜାତିକ କରଧାନ) ।

2. ଏହି ସେବାର ଲାଭ ନେବା ପାଇଁ ପ୍ରାକ୍ ଆବଶ୍ୟକତା

• ଇ-ଫାଇଲିଂ ପୋର୍ଟାଲ୍‌ରେ ବୈଧ ଉପଭୋକ୍ତା ID ଓ ପାସ୍‌ୱାର୍ଡ ସହିତ ଆପଣ ଜଣେ ପଞ୍ଜୀକୃତ ୟୁଜର୍ ହୋଇଥିବା ଆବଶ୍ୟକ।
• କରଦାତାଙ୍କ PANର ସ୍ଥିତି "ସକ୍ରିୟ" ହୋଇଥିବା ଆବଶ୍ୟକ
• PAN ଓ ଆଧାର ଲିଙ୍କ୍ ହୋଇଥିବା ଆବଶ୍ୟକ।
• ଯଦି ଆପଣ DSC ମାଧ୍ୟମରେ ଇ-ଯାଞ୍ଚ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଫର୍ମ ଯାଞ୍ଚ କରିବାକୁ ଏକ ବୈଧ DSC ରହିବା ଆବଶ୍ୟକ।
• କରଦାତା ଓ ଆୟକର ବିଭାଗ ମଧ୍ୟରେ ଏକ ବୈଧ APA ରହିବା ଆବଶ୍ୟକ।

3. ଫର୍ମ ସମ୍ବନ୍ଧୀୟ ସୂଚନା

3.1 ଉଦ୍ଦେଶ୍ୟ

ଫର୍ମ 52 ଏକ ବାର୍ଷିକ ଅନୁପାଳନ ରିପୋର୍ଟ ଯାହା ଆୟକର ବିଭାଗ ସହିତ ଅଗ୍ରୀମ ମୂଲ୍ୟ ନିର୍ଧାରଣ ରାଜିନାମାରେ ପ୍ରବେଶ କରିଥିବା କରଦାତାଙ୍କ ଦ୍ୱାରା ଫାଇଲ୍ କରାଯାଏ । କରଦାତା APA ନିୟମ ସହିତ ପରିଚିତ ଥିବାର ସୂଚନା ଦେବା ହେଉଛି ଫାଇଲିଂର ଉଦ୍ଦେଶ୍ୟ ।

3.2 ଏହାକୁ କିଏ ଫାଇଲ୍ କରିପାରିବେ ?

ଇ-ଫାଇଲିଂ ପୋର୍ଟାଲ୍‌‌ର ସମସ୍ତ ପଞ୍ଜୀକୃତ ଉପଭୋକ୍ତା ଯେଉଁମାନେ ଆୟକର ବିଭାଗ ସହିତ ଅଗ୍ରୀମ ମୂଲ୍ୟ ନିର୍ଧାରଣ ରାଜିନାମା (APA)ରେ ପ୍ରବେଶ କରିଛନ୍ତି ସେମାନେ ଫର୍ମ 52 ଦାଖଲ କରିବା ଆବଶ୍ୟକ।

3.3 ଫର୍ମର ସଂକ୍ଷିପ୍ତ ଅବଲୋକନ

ଫର୍ମ 52ରେ ଚାରୋଟି ପ୍ୟାନେଲ୍ ରହିଛି:
1.    ଭାଗ A: ବ୍ୟକ୍ତିର ବିବରଣୀ
2.    ଭାଗ B – ଅନ୍ୟ ବିବରଣୀ
3.    ଭିନ୍ନ ଅନୁଲଗ୍ନରେ ଅନ୍ୟ ବିବରଣୀ ଯୋଗାଇ ଦିଆଯିବ
4.    ସତ୍ୟାପନ


4. ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା

ସୋପାନ 1 - ଆପଣଙ୍କ ଉପଭୋକ୍ତା ID ଓ ପାସ୍‌ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ।

Data responsive

ସୋପାନ 2 - ଉପଭୋକ୍ତା ID (PAN) ଓ ପାସ୍‌ୱାର୍ଡ ପ୍ରବେଶ କରନ୍ତୁ ।

Data responsive

ସୋପାନ 3 – ଯାଆନ୍ତୁ: ଇ-ଫାଇଲିଂ > ଆୟକର ଫର୍ମସ୍ > ଆୟକର ଫର୍ମସ୍ ଫାଇଲ୍‌ କରନ୍ତୁ।

Data responsive

ସୋପାନ 4 – ଆୟ କର ଅଧିନିୟମ 2025 ଅନୁଯାୟୀ ଫର୍ମସ୍ ଟ୍ୟାବ୍‌କୁ ଚୟନ/ଅନୁସନ୍ଧାନ କରନ୍ତୁ ଓ ବର୍ତ୍ତମାନ ଫାଇଲ୍ କରନ୍ତୁ ବଟନ୍‌କୁ କ୍ଲିକ୍‌ କରନ୍ତୁ ।

Data responsive

ସୋପାନ 5 – ପ୍ରଯୋଜ୍ୟ କର ବର୍ଷ ଚୟନ କରନ୍ତୁ ଓ ଜାରି ରଖନ୍ତୁ ବଟନ୍‌କୁ କ୍ଲିକ୍‌ କରନ୍ତୁ ।

Data responsive

ସୋପାନ 6 – ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍‌ କରନ୍ତୁ ।

Data responsive

ସୋପାନ 7 – ଚାଲନ୍ତୁ ଆରମ୍ଭ କରିବା ବଟନ୍ କ୍ଲିକ୍ କରିବା ପରେ, ଉପଭୋକ୍ତା 'ଫର୍ମ' ସ୍କ୍ରିନ୍‌କୁ ଚାଲିଯିବେ। ସେଠାରେ ପ୍ରଥମ ପ୍ୟାନେଲ୍ ଯଥା "ଭାଗ A: ବ୍ୟକ୍ତିଙ୍କ ବିବରଣୀ" ଚୟନ କରନ୍ତୁ।

Data responsive

ସୋପାନ 8 – ବିବରଣୀକୁ ଯାଞ୍ଚ ଓ ପ୍ରତିଜ୍ଞାନ କରନ୍ତୁ ଓ ସେଭ୍ ଉପରେ କ୍ଲିକ୍‌ କରନ୍ତୁ ।

ଟିପ୍ପଣୀ: ଦୟାକରି ସୁନିଶ୍ଚିତ ହୁଅନ୍ତୁ ଯେ "ମୋ ପ୍ରୋଫାଇଲ୍" ବିଭାଗରେ ଠିକଣା ସହିତ ସମସ୍ତ ଅନିବାର୍ଯ୍ୟ ବିବରଣୀ ସମ୍ପୂର୍ଣ୍ଣ ହୋଇଛି । "ମୋ ପ୍ରୋଫାଇଲ୍" ହାଇପର୍‌ଲିଙ୍କ୍‌କୁ କ୍ଲିକ୍ କରି ଆପଣ ଆପଣଙ୍କ ଯୋଗାଯୋଗ ଓ ଠିକଣା ବିବରଣୀ ଅପ୍ ଡେଟ୍ କରିପାରିବେ ।

ଟିପ୍ପଣୀ: ଯଦି କ୍ଷେତ୍ର ସଂଖ୍ୟା 6 - ପ୍ରାଧିକୃତ ପ୍ରତିନିଧୀରେ "ହଁ" ଚୟନ କରାଯାଏ, ତେବେ ପ୍ରାଧିକୃତ ପ୍ରତିନିଧୀଙ୍କର ବବରଣୀ ଉପଭୋକ୍ତାଙ୍କୁ ନିଜେ ପୂରଣ କରିବାକୁ ପଡିବ।
 

Data responsive

 

Data responsive

ସୋପାନ 9 – ପ୍ରଥମ ପ୍ୟାନେଲ୍ ସଞ୍ଚୟ କରିବା ପରେ, ପ୍ୟାନେଲ୍‌ର ସ୍ଥିତି "ସମ୍ପୂର୍ଣ୍ଣ" ବୋଲି ଦୃଶ୍ୟମାନ ହେବ । ବର୍ତ୍ତମାନ ଦ୍ୱିତୀୟ ପ୍ୟାନେଲ୍ ଯଥା "ଭାଗ B - ଅନ୍ୟ ବିବରଣୀ" ଚୟନ କରନ୍ତୁ ।

Data responsive


 
ସୋପାନ 10– ଦ୍ୱିତୀୟ ପ୍ୟାନେଲ୍‌ରେ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ଓ ସେଭ୍ ବଟନ୍ ଉପରେ କ୍ଲିକ୍‌ କରନ୍ତୁ ।

ଟିପ୍ପଣୀ:-
a)  କ୍ଷେତ୍ର ସଂଖ୍ୟା 9ରେ "ଯୋଡନ୍ତୁ ବିବରଣୀ" ବଟନ୍ ଦିଆଯାଇଛି ଯେଉଁଥିରେ APA ଅନୁଯାୟୀ ଅନୁକୂଳନର ବିବରଣୀ ଯୋଗଇବାକୁ ପଡିବ ।
b)  "A-1 ଅନୁଯାୟୀ ଅନୁକୂଳନର ଆବଶ୍ୟକତା" କ୍ଷେତ୍ର ପାଇଁ ସମ୍ପୂର୍ଣ ଗଣନାକୁ ଅନିବାର୍ଯ୍ୟ ସଂଲଗ୍ନରେ ନିଶ୍ଚୟ ପ୍ରଦାନ କରନ୍ତୁ । ସଂଲଗ୍ନ ଟେମ୍ପଲେଟ ନୋଟ୍ ବିଭାଗରେ ଉପଲବ୍ଧ ଓ ସେହି ଅନୁଯାୟୀ ଡାଉନ୍ ଲୋଡ୍ ଓ ସମ୍ପୂର୍ଣ୍ଣ ହେବା ଉଚିତ୍ ।
c)  ଏହି ସଂଲଗ୍ନ 5 MB ଠାରୁ ଅଧିକ ହେଉନଥିବ ଓ ନିଶ୍ଚୟ .pdf କିମ୍ବା .zip ଫର୍ମାଟରେ ଦାଖଲ ହେବ ।

Data responsiveData responsive

ସୋପାନ 11 -ଦ୍ୱିତୀୟ ପ୍ୟାନେଲ୍ ସଞ୍ଚୟ କରିବା ପରେ, ପ୍ୟାନେଲ୍‌ର ସ୍ଥିତି "ସମ୍ପୂର୍ଣ୍ଣ" ବୋଲି ଦୃଶ୍ୟମାନ ହେବ । ବର୍ତ୍ତମାନ ତୃତୀୟ ପ୍ୟାନେଲ୍ ଯଥା " ଭିନ୍ନ ଅନୁଲଗ୍ନରେ ଅନ୍ୟ ବିବରଣୀ ପ୍ରଦାନ କରନ୍ତୁ"କୁ ଚୟନ କରନ୍ତୁ ।

Data responsive


 
ସୋପାନ 12 –ତୃତୀୟ ପ୍ୟାନେଲ୍‌ରେ ଆବଶ୍ୟକୀୟ ବିବରଣୀ ପୂରଣ କରନ୍ତୁ ଓ ସେଭ୍ ବଟନ୍ ଉପରେ କ୍ଲିକ୍‌ କରନ୍ତୁ ।

ଟିପ୍ପଣୀ:-
a) ଅଗ୍ରୀମ ମୂଲ୍ୟ ନିର୍ଧାରଣ ରାଜିନାମା ସହ ସମ୍ବନ୍ଧିତ ଗୁତୁତ୍ୱର ମାନ୍ୟତା ଓ ଅନ୍ୟ ବିବରଣୀ ବିଷୟରେ ଏହି ପ୍ୟାନେଲ୍ ଏକ ପ୍ରଶ୍ନ ସମୂହ ସେଟ୍ ଧାରଣ କରେ। ଯାହା ପାଇଁ କରଦାତା"ହଁ"କିମ୍ବା"ନାଁ"ଯେପରି ପ୍ରଯୋଜ୍ୟ ଚୟନ କରିବାର ଆବଶ୍ୟକତା ରହିଛି। କରଦାତା ପ୍ରତ୍ୟେକ ପ୍ରଶ୍ନକୁ ଯତ୍ନର ସହ ପଢିବା ଉଚିତ୍ ଓ ସୁସଙ୍ଗତ ବିଷୟ ଓ ପ୍ରଯୁଜ୍ୟତା ଉପରେ ପର୍ଯ୍ୟବେଷିତ ଉପଯୁକ୍ତ ବିକଳ୍ପକୁ ଚୟନ କରିବା ଉଚିତ୍।

b) ଯଦି ଉପଭୋକ୍ତା "ନାହିଁ" ଚୟନ କରନ୍ତି ତେବେ ତାଙ୍କୁ କାରଣ(ବାଧ୍ୟତାମୂଳକ) ସହିତ ସଂଲଗ୍ନକ (ଇଛାଧୀନ) ଯୋଗାଇ ଦେବାକୁ ହେବ।
c) A-4 କ୍ଷେତ୍ରରେ, କରଦାତା ଯେଉଁଠାରେ ପ୍ରଯୁଜ୍ୟ ଅତିରିକ୍ତ ଆବଶ୍ୟକୀୟ ସଂଲଗ୍ନକ ଅପ୍‌ଲୋଡ୍‌ କରିବାର ଆବଶ୍ୟକତା ରହିଛି। ଯଦି ଉପଭୋକ୍ତା ବର୍ଣ୍ଣନାକୁ ପ୍ରବେଶ କରନ୍ତି ତେବେ ସଂଲଗ୍ନକ ବଟନ୍ ଅନିବାର୍ଯ୍ୟ କ୍ଷେତ୍ର ହୋଇପଡେ।

Data responsive

 

Data responsiveData responsiveData responsiveData responsiveData responsive

ସୋପାନ 13 - ତୃତୀୟ ପ୍ୟାନେଲ୍ ସେଭ୍ କରିବା ପରେ, ପ୍ୟାନେଲ୍‌ର ସ୍ଥିତି "ସମ୍ପୂର୍ଣ୍ଣ" ବୋଲି ଦୃଶ୍ୟମାନ ହେବ। ବର୍ତ୍ତମାନ ଚତୁର୍ଥ ପ୍ୟାନେଲ୍ "ସତ୍ୟାପନ"କୁ ଚୟନ କରନ୍ତୁ ।

Data responsive

ସୋପାନ 14 - ଲଗ୍‌ଇନ୍‌ PANର "ମୁଖ୍ୟ ବ୍ୟକ୍ତି ବିବରଣୀ"ରୁ ସ୍ୱତଃ ପୂରଣ ହେଉଥିବା ଚତୁର୍ଥ ପ୍ୟାନେଲ୍‌ର ବିବରଣୀ ଯାଞ୍ଚ କରନ୍ତୁ ଓ ସେଭ୍ ବଟନ୍‌କୁ କ୍ଲିକ୍‌ କରନ୍ତୁ ।

Data responsive

ସୋପାନ 15 - ଚତୁର୍ଥ ପ୍ୟାନେଲ୍ ସେଭ୍ କରିବା ପରେ, ପ୍ୟାନେଲ୍‌ର ସ୍ଥିତି "ସମ୍ପୂର୍ଣ୍ଣ" ବୋଲି ଦୃଶ୍ୟମାନ ହେବ । ବର୍ତ୍ତମାନ ପ୍ରାକ୍‌ ଦୃଶ୍ୟ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

Data responsive

ସୋପାନ 16 - ବିବରଣୀ ସମୀକ୍ଷା କରନ୍ତୁ ଓ ଇ-ଯାଞ୍ଚ କରିବାକୁ ଆଗକୁ ବଢନ୍ତୁ ଉପରେ କ୍ଲିକ୍ କରନ୍ତୁ। ଡାଉନଲୋଡ ବଟନ୍‌କୁ କ୍ଲିକ୍‌ କରି ଉପଭୋକ୍ତା ପ୍ରାକ୍‌ ଦୃଶ୍ୟ PDF ଡାଉନ୍‌ଲୋଡ୍ କରିପାରିବେ।

ଟିପ୍ପଣୀ: UI ସ୍କ୍ରିନ୍‌ରେ ପ୍ରବେଶ କରାଯାଇଥିବା ବିବରଣୀ ଠିକ୍ କିମ୍ବା ଭୁଲ ତଥ୍ୟକୁ ଉପଭୋକ୍ତା ଯାଞ୍ଚ କରିପାରିବେ। ଯଦି କୌଣସି ତଥ୍ୟ ଛାଡି ଦିଆଯାଇଛି କିମ୍ବା ଭୁଲ ଅଛି, ତେବେ ଉପଭୋକ୍ତା ସମ୍ପାଦନ ବଟନ୍ କ୍ଲିକ୍‌ କରି ତଥ୍ୟକୁ ସଂଶୋଧନ କରିପାରିବେ।

Data responsiveData responsive


 

Data responsiveData responsive

 

Data responsive

ସୋପାନ 17 – "ଇ-ଯାଞ୍ଚ କରିବାକୁ ଆଗକୁ ବଢନ୍ତୁ" ବଟନ୍ କ୍ଲିକ୍ କରିବା ପରେ, ଏକ ନିଶ୍ଚିତକରଣ ପପ୍‌ଅପ୍ ପ୍ରଦର୍ଶିତ ହେବ। ୟୁଜର୍ ସତ୍ୟାପନ ପାଇଁ ଆଗକୁ ବଢିବାକୁ "ହଁ" ଚୟନ କରିବା ଉଚିତ୍ ଅନ୍ୟଥା "ନାଁ" ଚୟନ କରି ପ୍ରାକ୍‌ ଦୃଶ୍ୟ ସ୍କ୍ରିନ୍‌କୁ ଫେରିପାରିବେ।

Data responsive

ସୋପାନ 18 - ହଁ ଉପରେ କ୍ଲିକ୍ କଲା ପରେ, ଆପଣ ଇ-ଯାଞ୍ଚ ପୃଷ୍ଠାକୁ ଚାଲିଯିବେ ଯେଉଁଠାରେ ଆପଣ EVC/DSC (ଯେପରି ପ୍ରଯୋଜ୍ୟ) ବ୍ୟବହାର କରି ଫର୍ମ 52କୁ ଯାଞ୍ଚ କରିପାରିବେ ।

Data responsive

ଟିପ୍ପଣୀ: ଅଧିକ ଜାଣିବା ପାଇଁ ଇ-ସତ୍ୟାପନ କିପରି କରିବେ ଉପଭୋକ୍ତା ମାନୁଆଲ୍ ଦେଖନ୍ତୁ।

ସୋପାନ 19 - ସଫଳତାର ସହ ଇ-ଯାଞ୍ଚ ହେବା ପରେ, ସ୍କ୍ରିନ୍‌ରେ ସଫଳତା ସନ୍ଦେଶ ସହିତ ଏକ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବର ପ୍ରଦର୍ଶିତ ହେବ । ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ଏହି ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ରସିଦ ନମ୍ବରକୁ ଟିପି ରଖନ୍ତୁ । ଆପଣଙ୍କ ଇ-ଫାଇଲିଂ ପୋର୍ଟାଲ୍‌ରେ ପଞ୍ଜୀକୃତ ହୋଇଥିବା ଇମେଲ୍ ID(ଗୁଡିକ) ଏବଂ ମୋବାଇଲ୍ ନମ୍ବର(ଗୁଡିକ)ରେ ମଧ୍ୟ ଏକ ନିଶ୍ଚିତକରଣ ସନ୍ଦେଶ ପାଇବେ ।

Data responsive


 
ଫର୍ମ 52ର ସଫଳ ଦାଖଲ ପରେ, ଉପଭୋକ୍ତା ପୂରଣ ହୋଇଥିବା ଫର୍ମକୁ - ଆପଣଙ୍କ ଡ୍ୟାଶ୍‌ବୋର୍ଡରେ, ଇ-ଫାଇଲ୍ > ଆୟକର ଫର୍ମଗୁଡ଼ିକ > ଫାଇଲ୍ ହୋଇଥିବା ଫର୍ମଗୁଡିକୁ ଦେଖନ୍ତୁ > ଆୟକର ଅଧିନିୟମ 2025 ଅଧୀନରେ ଫାଇଲ୍ ହୋଇଥିବା ଫର୍ମସ୍ ଦେଖନ୍ତୁ ଟ୍ୟାବ୍‌ରେ ଦେଖିପାରିବେ । 

ଟିପ୍ପଣୀ: ଅଧିକ ଜାଣିବା ପାଇଁ ପୂରଣ ହୋଇଥିବା ଫର୍ମ ଉପଭୋକ୍ତା ମାନୁଆଲ୍ ଦେଖନ୍ତୁ ।

5. ସମ୍ପର୍କିତ ବିଷୟମାନ

6. ଶବ୍ଦାବଳୀ

ସଂକ୍ଷିପ୍ତ ରୂପ / ସଂକ୍ଷିପ୍ତକରଣ ବର୍ଣ୍ଣନା / ପୂର୍ଣ୍ଣ ରୂପ
DSC ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର
EVC ଇଲେକ୍ଟ୍ରୋନିକ୍ ସତ୍ୟାପନ ପ୍ରମାଣପତ୍ର
ARN ପ୍ରାପ୍ତିସ୍ୱୀକାର ରସିଦ ନମ୍ବର
TY କର ବର୍ଷ
APA ଅଗ୍ରୀମ ମୂଲ୍ୟ ନିର୍ଧାରଣ ରାଜିନାମା