ଏହି ତାରିଖରେ ଆପଣଙ୍କ ଦ୍ୱାରା ଫାଇଲ୍ କରାଯାଇଥିବା ଆୟକର ରିଟର୍ଣ୍ଣ ପ୍ରାପ୍ତିସ୍ୱୀକୃତି ସଂଖ୍ୟା ପ୍ରାପ୍ତିସ୍ୱୀକୃତି ସଂଖ୍ୟା ଅଦ୍ୟାବଧି ସତ୍ୟାପିତ ହୋଇନାହିଁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣ ଆପଣଙ୍କର ଆୟକର ରିଟର୍ଣ୍ଣ ସତ୍ୟାପିତ କରିବାରେ ବିଫଳ ହୁଅନ୍ତି ତେବେ ଆପଣଙ୍କର ଆୟକର ରିଟର୍ଣ୍ଣ ଅବୈଧ ବୋଲି ଧରାଯିବ।
ଆପଣଙ୍କର ଫେରସ୍ତ ସତ୍ୟାପିତ କରିବାକୁ 30 ଦିନର ବୈଧାନିକ ସମୟ ସମାପ୍ତ ହୋଇଛି। ତଥାପି, ଆପଣ ଇ-ଫାଇଲିଂ ପୋର୍ଟାଲରେ ନିର୍ଦ୍ଧାରଣ ବର୍ଷ 2024-25 ପାଇଁ ଆପଣଙ୍କର ଆଇ.ଟି ରିଟର୍ଣ୍ଣର ସତ୍ୟାପନ CBDT 2024ର ବିଜ୍ଞପ୍ତି ସଂଖ୍ୟା .11 ଦିନାଙ୍କିତ 01.10.2024ଅନୁଯାୟୀ ଏକ କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ କରି କରିପାରିବେ।
କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ ପାଇଁ ଇ-ସତ୍ୟାପନ ପ୍ରବାହ
1.ଉପଭୋକ୍ତା ଇଣ୍ଟରନେଟ୍ https://www.incometax.gov.in/iec/foportalରେ ଇ-ଫାଇଲିଂ ପୋର୍ଟାଲ ରେ ପ୍ରବେଶ କରିବେ / ଏବଂ ଲଗ୍ଇନ୍ କରିବେ।
2. ଲଗ୍ଇନ୍ ପରେ ଉପଭୋକ୍ତା ରିଟର୍ଣ୍ଣ ସତ୍ୟାପନ ପାଇଁ ଏହି ପଥ ଅନୋସରଣ କରିବେ ଡ୍ୟାସବୋର୍ଡ -> ଇ-ଫାଇଲ୍ -> ଆୟକର ରିଟର୍ଣ୍ଣ -> ରିଟର୍ଣ୍ଣ ଇ-ସତ୍ୟାପନ କରନ୍ତୁ।
3. ଯେତେବେଳେ କରଦାତା ଇ-ସତ୍ୟାପନ କରନ୍ତୁ ବଟନ୍ କ୍ଲିକ୍ କରନ୍ତି, ଏକ ପପ୍ଅପ୍ ଆସେ ଓ "ଆପଣ ଧାର୍ଯ୍ୟ ତାରିଖ ଭିତରେ ସତ୍ୟାପିତ କରିନାହାନ୍ତି, ରିଟର୍ଣ୍ଣର ସତ୍ୟାପନ ଜାରି ରଖିବା ପାଇଁ ଦୟାକରି ସତ୍ୟାପନ କରିବାରେ ବିଳମ୍ୱ ହେତୁ କ୍ଷମା ପ୍ରାର୍ଥନା ଦାଖଲ କରନ୍ତୁ ଓ ତାପରେ ରିଟର୍ଣ୍ଣର ଇ-ସତ୍ୟାପନ ପାଇଁ ଅଗ୍ରସର ହୁଅନ୍ତୁ।
4. ଯଦି ଉପଭୋକ୍ତା ଚୟନ କରନ୍ତି ତେବେ ଇ - ସତ୍ୟାପନ କରନ୍ତୁ ବଟନ୍ "କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ କରନ୍ତୁ ଓ ଇ-ସତ୍ୟାପନ କରନ୍ତୁ" କୁ ପରିବର୍ତ୍ତନ ହେବ, ଏହା ଉପରେ କ୍ଲିକ୍ କରିବା ପରେ ଏହା କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ କରନ୍ତୁ ପୁଷ୍ଠାକୁ ପୁନଃନିର୍ଦ୍ଦେଶିତ ହେବ।
5. ଉପଭୋକ୍ତାଙ୍କୁ ଡ୍ରପ୍ ଡାଉନ୍ରୁ ବିଳମ୍ୱର କାରଣ ଚୟନ କରିବାକୁ ହେବ ଓ କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ ଜାରି ରଖିବାକୁ ଜାରି ରଖନ୍ତୁ ଉପରେ କ୍ଲିକ୍ କରିବାକୁ ହେବ।
6. କ୍ଷମା ପ୍ରାର୍ଥନା ଅନୁରୋଧ ପରେ ଉପଭୋକ୍ତା ନିଜର ରିଟର୍ଣ୍ଣଗୁଡ଼ିକ ଅନ୍ଲାଇନ୍ରେ ଇ-ସତ୍ୟାପିତ କରିବାକୁ ହେବ।
ଇ-ସତ୍ୟାପନ ଏବଂ କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ ପାଇଁ ପର୍ଯ୍ୟାୟ କ୍ରମିକ ମାର୍ଗଦର୍ଶିକା ପାଇଁ ଦୟାକରି ପରିଦର୍ଶନ କରନ୍ତୁ:
https://www.incometax.gov.in/iec/foportal/help/how-to-e-verify-your-e-filing-return
କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଳ ପାଇଁ ITR-V ପ୍ରବାହ:
ଆପଣ ITR-V (ପ୍ରାପ୍ତିସ୍ୱୀକୃତି ପ୍ରତିଲିପି) ଡାଉନଲୋଡ୍ କରନ୍ତୁ ଏବଂ ନିର୍ଦ୍ଧାରିତ ଫର୍ମାଟରେ ଯଥାବିଧି ସତ୍ୟାପିତ ହୋଇଥିବା ITR-Vକୁ ସାଧାରଣ କିମ୍ବା ସ୍ପିଡ୍ ପୋଷ୍ଟ କିମ୍ବା ଅନ୍ୟ କୌଣସି ମୋଡ୍ ମାଧ୍ୟମରେ କେବଳ ନିମ୍ନଲିଖିତ ଠିକଣାରେ ପଠାନ୍ତୁ:
କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର, ଆୟକର ବିଭାଗ, ବେଙ୍ଗାଲୁରୁ - 560500, କର୍ଣ୍ଣାଟକ।
CPC ରେ ITR-V ପ୍ରାପ୍ତ ହେବା ପରେ, ଏହାର ପ୍ରାପ୍ତିର ସ୍ୱୀକାରୋକ୍ତି କରଦାତାଙ୍କ ପଞ୍ଜିକୃତ ଇ-ମେଲକୁ ପଠାଯିବ ଏବଂ ରିଟର୍ଣ୍ଣକୁ ସତ୍ୟାପିତ କରିବାରେ ହୋଇଥିବା ବିଳମ୍ୱ ପାଇଁ କ୍ଷମା ପ୍ରାର୍ଥନା ଅନୁରୋଧ ସୁବିଧା ସକ୍ଷମ ହୋଇଯିବ। ଏହି ଉଦ୍ଦେଶ୍ୟ ପାଇଁ,
1. ଉପଭୋକ୍ତା ଇଣ୍ଟରନେଟ୍ https://www.incometax.gov.in/iec/foportal ମାଧ୍ୟମରେ ଇ - ଫାଇଲିଂ ପୋର୍ଟାଲ୍ରେ ପ୍ରବେଶ କରିବେ/ ଏବଂ ଲଗ୍ଇନ୍ କରିବେ।
2. ଲଗ୍ଇନ୍ କରିବା ପରେ ଉପଭୋକ୍ତା କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ କରିବା ଏହି ପଥ ଅନୁସରଣ କରିବେ, ଡ୍ୟାଶ୍ବୋର୍ଡ-> ସବାଗୁଡ଼ିକ -> କ୍ଷମା ପ୍ରାର୍ଥନା ପାଇଁ ଅନୁରୋଧ
3. ଉପଭୋକ୍ତାଙ୍କୁ ରେଡିଓ ବଟନ୍ “ ITR-V ଦାଖଲ କରିବାରେ ବିଳମ୍ବ” ଚୟନ କରିବାକୁ ପଡିବ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରିବାକୁ ପଡ଼ିବ।
4. ଏହା ପରେ ଏହା "କ୍ଷମା ପ୍ରାର୍ଥନା ଅନୁରୋଧ ସୃଷ୍ଟି କରନ୍ତୁ" ବିକଳ୍ପ ସହିତ ITR-V ପୃଷ୍ଠା ଦାଖଲ କରିବାରେ ବିଳମ୍ବକୁ ପୁନଃ ନିର୍ଦ୍ଦେଶିତ କରିବ
5. ଯଦି ଉପଭୋକ୍ତା କ୍ଷମା ପ୍ରାର୍ଥନା ଅନୁରୋଧ ସୃଷ୍ଟି କରନ୍ତୁରେ କ୍ଲିକ୍ କରନ୍ତି ତେବେ ପ୍ରାପ୍ତିସ୍ୱୀକୃତି ସହିତ ରିଟର୍ଣ୍ଣ 31 ଡିସେମ୍ୱର ପରେ ପ୍ରାପ୍ତ ହେବାର କାର୍ଯ୍ୟସୂଚୀ ପ୍ରଦର୍ଶିତ ହେବ।
6. ଥରେ ଉପଭୋକ୍ତା କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲକୁ ଫେରନ୍ତୁ ରାଡିଓ ବଟନ୍ ଚୟନ କରିବା ପରେ ଏହା "କ୍ଷମା ପ୍ରାର୍ଥନା ଅନୁରୋଧ ସୃଷ୍ଟି କରନ୍ତୁ" ପୃଷ୍ଠାକୁ ନେଇଯିବ।
7. ଉପଭୋକ୍ତା ଡ୍ରପ୍ ଡାଉନ୍ରେ କାରଣ ଚୟନ କରିବେ ଓ କ୍ଷମା ପ୍ରାର୍ଥନା ଅନୁରୋଧ ଦାଖଲ କରିବେ।
ITR-V ପ୍ରବାହ ପାଇଁ ରେଫରାନ୍ସ ସ୍କ୍ରିନ୍ ସକାଶେ ଦୟାକରି ନିମ୍ନରେ ଦିଆଯାଇଥିବା ଲିଙ୍କ୍ରେ କ୍ଲିକ୍ କରନ୍ତୁ
https://www.incometax.gov.in/iec/foportal/sites/default/files/2025-03/Condonation%20Request_verification.pdf
ଧ୍ୟାନ ଦିଅନ୍ତୁ - ଦୟାକରି ଏହି ଇମେଲକୁ ଅଣଦେଖା କରନ୍ତୁ ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2024-25ପାଇଁ ଦାଖଲ ହୋଇଥିବା ରିଟର୍ଣ୍ଣ ସତ୍ୟାପିତ କରିସାରିଛନ୍ତି।