1. କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀ(JAO) କିଏ?
ଜଣେ କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀ (JAO) ହେଉଛନ୍ତି ଆୟକର ବିଭାଗର ଜଣେ ଅଧିକାରୀ, ଯିଏକି ତାଙ୍କ କ୍ଷେତ୍ରାଧିକାର ମଧ୍ୟରେ ଥିବା କରଦାତାମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆୟକର ରିଟର୍ଣ୍ଣର ସଠିକତା ଯାଞ୍ଚ କରିବା ପାଇଁ ଦାୟିତ୍ୱାଧୀନ ଅଟନ୍ତି।
2. ମୋତେ କେତେବେଳେ ମୋର JAO (କ୍ଷେତ୍ରାଧିକାର ମୂଲ୍ୟାୟନ ଅଧିକାରୀ)ଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକତା?
ଯଦି ଆପଣଙ୍କର ରିଟର୍ଣ୍ଣ ଦାଖଲରେ କୌଣସି ସମସ୍ୟା ନାହିଁ, ତେବେ ଆପଣଙ୍କୁ ଆପଣଙ୍କ JAOଙ୍କ ସହ ଯୋଗାଯୋଗ କରିବା ଆବଶ୍ୟକ ନାହିଁ। ଏକ ସାଧାରଣ ନିୟମ ଅନୁଯାୟୀ, ITD କରଦାତାମାନଙ୍କୁ ସମସ୍ତ ସେବା ଅନ୍ଲାଇନ୍ରେ ଏବଂ ବିନା ମୁହାଁମୁହିଁ ଭେଟ ମାଧ୍ୟମରେ ଯୋଗାଇଦେବାକୁ ଚେଷ୍ଟା କରେ। ତେବେ, କେତେକ ସ୍ୱତନ୍ତ୍ର କିମ୍ବା ବ୍ୟତିକ୍ରମ ପରିସ୍ଥିତିରେ, ଆୟକର ବିଭାଗ ଆପଣଙ୍କୁ ଆପଣଙ୍କର କ୍ଷେତ୍ରାଧିକାରୀ AOଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିପାରେ।
3. ଆପଣଙ୍କ JAOଙ୍କୁ ଜାଣନ୍ତୁ ସେବାର ଲାଭ ଉଠାଇବା ପାଇଁ ମୋତେ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବର ବ୍ୟବହାର କରିବା ଆବଶ୍ୟକ କି?
ଏହି ସେବାର ଲାଭ ଉଠାଇବା ପାଇଁ ଆପଣ ଯେକୌଣସି ବୈଧ ମୋବାଇଲ୍ ନମ୍ବର ବ୍ୟବହାର କରିପାରିବେ।
4. ମୁଁ ଏକ ଭିନ୍ନ ସହର କିମ୍ବା ରାଜ୍ୟକୁ ସ୍ଥାନାନ୍ତରିତ ହୋଇଛି , ମୋତେ ମୋର JAO ବଦଳାଇବା ଆବଶ୍ୟକ କି?
ହଁ, ଯେତେବେଳେ ଆପଣ ଆପଣଙ୍କର ସ୍ଥାୟୀ ଠିକଣା କିମ୍ବା ବାସଗୃହର ଠିକଣାକୁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ବଦଳାଉଛନ୍ତି, ସେତେବେଳେ ଆପଣଙ୍କର PANକୁ ନୂତନ JAOଙ୍କ ପାଖକୁ ସ୍ଥାନାନ୍ତର କରିବା ଆବଶ୍ୟକ ଅଟେ। ଯଦିଓ ଆୟକର ବିଭାଗ କରଦାତାମାନଙ୍କୁ ସମସ୍ତ ଆବଶ୍ୟକୀୟ ସେବା ଅନଲାଇନ୍ ମାଧ୍ୟମରେ ଯୋଗାଇଦେବାକୁ ଚେଷ୍ଟା କରୁଛି, ତଥାପି କେତେକ ବିଶେଷ ପରିସ୍ଥିତିରେ ଆପଣଙ୍କୁ ଆପଣଙ୍କର JAOଙ୍କ ସହ ଯୋଗାଯୋଗ କରିବାକୁ ପଡ଼ିପାରେ। ତେଣୁ, ଆପଣଙ୍କର PANକୁ ସଠିକ୍ କ୍ଷେତ୍ରାଧିକାର AOଙ୍କ ପାଖକୁ ସ୍ଥାନାନ୍ତର କରିବା ଆପଣଙ୍କ ହିତ ପାଇଁ ଭଲ, ଯଦ୍ଦ୍ୱାରା ଆବଶ୍ୟକ ସମୟରେ ଆପଣ ସେମାନଙ୍କ ସହ ସହଜରେ ଯୋଗାଯୋଗ କରିପାରିବେ।
5. ଆୟକର ୱାର୍ଡ କିମ୍ବା ସର୍କଲ୍ କଣ?
ଆୟକର ସମ୍ବନ୍ଧୀୟ ସେବା ଏବଂ କାର୍ଯ୍ୟଗୁଡ଼ିକର ସୁଚାରୁ ରୂପେ ପରିଚାଳନା ପାଇଁ, ଏକ ନିର୍ଦ୍ଧାରିତ କ୍ଷେତ୍ରାଧିକାର ଆଧାରରେ ସାରା ଦେଶରେ ଅନେକ ୱାର୍ଡ ଏବଂ ସର୍କଲ୍ ଗଠନ କରାଯାଇଛି। ପ୍ରତ୍ୟେକ ୱାର୍ଡ କିମ୍ବା ସର୍କଲ୍ ପାଇଁ ଜଣେ କ୍ଷେତ୍ରାଧିକାର AO ଥାଆନ୍ତି, ଯିଏକି ଜଣେ DCIT/ACIT/ କିମ୍ବା ITO ଅଟନ୍ତି।
6. ମୋର PANକୁ ଏକ ନୂତନ JAOଙ୍କ ପାଖକୁ ସ୍ଥାନାନ୍ତରିତ କରିବା ପାଇଁ ମୋତେ କଣ କରିବାକୁ ହେବ?
ଆପଣଙ୍କ PANକୁ ବର୍ତ୍ତମାନର କ୍ଷେତ୍ରାଧିକାର AOଙ୍କ ପାଖକୁ ସ୍ଥାନାନ୍ତରିତ କରିବା ପାଇଁ ଆପଣଙ୍କୁ ଏକ ଆବେଦନ ପତ୍ର ଦାଖଲ କରିବାକୁ ହେବ। ଏହି ପ୍ରକ୍ରିୟାରେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ସାମିଲ ଅଛି:
- ଠିକଣା ପରିବର୍ତ୍ତନକୁ ମୁଖ୍ୟ କାରଣ ଦର୍ଶାଇ, ଆପଣଙ୍କର ବର୍ତ୍ତମାନର JAOଙ୍କ ଉଦ୍ଦେଶ୍ୟରେ ଏକ ଆବେଦନ ପତ୍ର ଲେଖନ୍ତୁ।
- ଆପଣଙ୍କର ଏହି ପରିବର୍ତ୍ତନ ପାଇଁ ବର୍ତ୍ତମାନର JAOଙ୍କ ନିକଟରେ ଆବେଦନ କରିବାକୁ ଅନୁରୋଧ କରି, ନୂତନ JAOଙ୍କ ଉଦ୍ଦେଶ୍ୟରେ ଏକ ଆବେଦନ ପତ୍ର ଲେଖନ୍ତୁ।
- ବର୍ତ୍ତମାନର JAOଙ୍କୁ ଏହି ଆବେଦନ ପତ୍ରଟିକୁ ଗ୍ରହଣ କରିବାକୁ ହେବ।
- ଏହା ଅନୁମୋଦିତ ହେବା ପରେ, ଆବେଦନ ପତ୍ରଟିକୁ ଆୟକର କମିଶନରଙ୍କ ପାଖକୁ ପଠାଇ ଦିଆଯାଏ।
- କମିଶନରଙ୍କ ଅନୁମୋଦନ ମିଳିବା ପରେ, JAOଙ୍କୁ ପରିବର୍ତ୍ତନ କରାଯାଇଥାଏ।
ଆପଣଙ୍କର ନୂତନ ଠିକଣା ଆଧାରରେ ଆପଣଙ୍କ PANକୁ ନୂଆ JAOଙ୍କ ପାଖକୁ ସ୍ଥାନାନ୍ତରିତ କରିବା ପାଇଁ ଆପଣଙ୍କୁ ବର୍ତ୍ତମାନର JAO ଙ୍କୁ ଏକ ଲିଖିତ ଅନୁରୋଧ ପତ୍ର ଦେବାକୁ ହେବ।
7.ମୋର PAN ନୂତନ JAOଙ୍କ ପାଖକୁ ସ୍ଥାନାନ୍ତରିତ ହୋଇଛି ବୋଲି ମୁଁ କିପରି ଜାଣିପାରିବି?
ଆପଣଙ୍କ PAN ପାଇଁ ବର୍ତ୍ତମାନର JAOଙ୍କ ସ୍ଥିତି ବିଷୟରେ ଜାଣିବା ପାଇଁ ଆପଣ ଇ-ଫାଇଲିଂ ପୋର୍ଟାଲ୍କୁ ଯାଇ ଆପଣଙ୍କ କ୍ଷେତ୍ରାଧିକାର AOଙ୍କୁ ଜାଣନ୍ତୁ ଉପରେ କ୍ଲିକ୍ କରି ଏହାର ଯାଞ୍ଚ କରିପାରିବେ। ଏହି ସେବାର ବ୍ୟବହାର କରିବା ପାଇଁ ଆପଣଙ୍କୁ ପଞ୍ଜୀକରଣ କିମ୍ବା ଲଗ୍ଇନ୍ କରିବା ଆବଶ୍ୟକ ନାହିଁ।