TAN ଲଗଇନ ମାଧ୍ୟମରେ ଚଲାନ୍ ତିଆରି କରନ୍ତୁ
1.ସମୀକ୍ଷା
ଆୟକର ଅଧିନିୟମ, 2025 ଅନୁଯାୟୀ କର ଦେୟ ପାଇଁ, ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ ଚାଲାଣ ଫର୍ମ ITNS 281N ଏବଂ ITNS 282N କିପରି ଜେନେରେଟ୍ କରିବେ, ସେ ବିଷୟରେ ଏହି ଦସ୍ତାବିଜରେ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଆୟକର ଅଧିନିୟମ, 1961 ଅଧୀନରେ ପୂର୍ବରୁ ITNS 281 ଏବଂ ITNS 282 ଚାଲାଣ ଫର୍ମ ବ୍ୟବହାର କରାଯାଉଥିଲା ।
ଏକ ମୁଖ୍ୟ ପ୍ରକ୍ରିୟାଗତ ପରିବର୍ତ୍ତନ ହେଉଛି ଯେ, ଆୟକର ଅଧିନିୟମ, 1962 ଅନୁଯାୟୀ ଚାଲାଣଗୁଡ଼ିକୁ ମୂଲ୍ୟାୟନ ବର୍ଷ ଆଧାରରେ ଦାଖଲ କରାଯାଉଥିଲା; କିନ୍ତୁ ଆୟକର ଅଧିନିୟମ, 2025 ଅନୁଯାୟୀ ଏବେ ଚାଲାଣଗୁଡ଼ିକୁ କର ବର୍ଷ ଆଧାରରେ ଦାଖଲ କରିବାକୁ ହେବ ।
ଉଭୟ ଅଧିନିୟମ ଅନୁଯାୟୀ ସଠିକ୍ ଭାବରେ ଚାଲାଣ ପ୍ରସ୍ତୁତ କରିବା ପାଇଁ, ଏହି ନିର୍ଦ୍ଦେଶାବଳୀ କରଦାତାଙ୍କୁ ଉପଯୁକ୍ତ ଅଧିନିୟମ, କର ପ୍ରକାର ଏବଂ କର ଅବଧି ଚୟନ କରିବାରେ ସାହାଯ୍ୟ କରିବ । କରଦାତାମାନେ ସେମାନଙ୍କର TAN ଲଗ୍ଇନ୍ ମାଧ୍ୟମରେ ନିମ୍ନଲିଖିତ ଦେୟଗୁଡ଼ିକ କରିପାରିବେ:
ITNS 281N / ITNS 281 ମାଧ୍ୟମରେ ନିମ୍ନଲିଖିତ ଦେୟଗୁଡ଼ିକ କରାଯାଇପାରିବ:-
- ଆୟକର ଅଧିନିୟମ ଅଧୀନରେ ଉତ୍ସରୁ କର କାଟ (TDS) / ଉତ୍ସରୁ କର ସଂଗ୍ରହ (TCS)
- TDS କିମ୍ବା TCS ସମ୍ବନ୍ଧୀୟ ବକେୟା ରାଶି ଦାବି
- ଆବେଦନ ଫି ଏବଂ ଆପୋଷ ସମାଧାନ ଦେୟ
ITNS 282N / ITNS 282 ମାଧ୍ୟମରେ ନିମ୍ନଲିଖିତ ଦେୟଗୁଡ଼ିକ କରାଯାଇପାରିବ:-
- ଇ-DRS ଯୋଜନା ସମ୍ବନ୍ଧୀୟ ଆବେଦନ ଫି।
2. ଏହି ସେବାର ଲାଭ ନେବା ପାଇଁ ପୂର୍ବାବଶ୍ୟକତାଗୁଡ଼ିକ
ଆପଣ କର ଦେୟ ପାଇଁ ଚାଲାଣ ଦୁଇଟି ଉପାୟରେ ପ୍ରସ୍ତୁତ କରିପାରିବେ - ଲଗ୍ଇନ୍ ପୂର୍ବବର୍ତ୍ତୀ ଅର୍ଥାତ୍ ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ ନକରି କିମ୍ବା ଲଗ୍ଇନ୍ ପରବର୍ତ୍ତୀ ଅର୍ଥାତ୍ ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରିବା ପରେ ।
|
ବିକଳ୍ପ |
ପୂର୍ବାବଶ୍ୟକତା |
|
ଲଗ୍ଇନ୍ ପୂର୍ବବର୍ତ୍ତୀ |
|
|
ଲଗ୍ଇନ୍ ପରବର୍ତ୍ତୀ |
|
ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ:
ବର୍ତ୍ତମାନ ସୁଦ୍ଧା, ଇ-ଫାଇଲିଂ ପୋର୍ଟାଲ୍ରେ ପେମେଣ୍ଟ ଗେଟୱେ ମାଧ୍ୟମରେ କର ଦେୟ କରିବାର ସୁବିଧା (କର ଇ-ପୈଠ ସେବା) କେବଳ ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ଜରିଆରେ ହିଁ ଉପଲବ୍ଧ ଅଛି ।
3. ସୋପାନ ଅନୁଯାୟୀ ମାର୍ଗଦର୍ଶିକା
3.1 ଚାଲାଣ ଫର୍ମ (CRN) ଜେନେରେଟ୍ କରନ୍ତୁ (ଲଗ୍ଇନ୍ ପରବର୍ତ୍ତୀ)
3.1.1 ଆପଣଙ୍କର ୟୁଜର୍ ID ଏବଂ ପାସ୍ୱାର୍ଡ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ ।
3.1.2 ଡ୍ୟାସବୋର୍ଡରେ, ଇ-ଫାଇଲ୍ > କର ଇ-ପୈଠ କରନ୍ତୁ ଉପରେ କ୍ଲିକ୍ କରନ୍ତୁ । 'କର ଇ-ପୈଠ କରନ୍ତୁ' ଉପରେ କ୍ଲିକ୍ କରିବା ପରେ, ଆପଣ ଅଧିନିୟମ ଚୟନ ସ୍କ୍ରିନ୍କୁ ଚାଲିଯିବେ । ସେଠାରେ ଉପଯୁକ୍ତ ଅଧିନିୟମ ଚୟନ କରିବା ପରେ, ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣ କର ଇ-ପୈଠ କରନ୍ତୁ ପେଜ୍କୁ ଚାଲିଯିବେ ।
3.1.3 କର ଇ-ପୈଠ କରନ୍ତୁ ପେଜ୍ରେ, କେବଳ ଚୟନ ହୋଇଥିବା ଅଧିସ୍ୱୀକୃତ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ଏକ ନୂଆ ଚାଲାଣ ଫର୍ମ (CRN) ପ୍ରସ୍ତୁତ କରିବା ପାଇଁ ନୂତନ ଦେୟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କର ଏହି ବ୍ୟାଙ୍କଗୁଡ଼ିକରେ ଆକାଉଣ୍ଟ ନାହିଁ, ତେବେ ଆପଣ RBI ଦ୍ୱାରା ପ୍ରଦତ୍ତ NEFT/RTGS ସୁବିଧା ମାଧ୍ୟମରେ ମଧ୍ୟ କର ଦେୟ କରିପାରିବେ ।
3.1.4 ନୂତନ ଦେୟ ପେଜ୍ରେ, ଆପଣଙ୍କ ପାଇଁ ପ୍ରଯୁଜ୍ୟ ହେଉଥିବା କର ପୈଠ ଶୀର୍ଷକ ଉପରେ ଥିବା ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ । ପୂର୍ବ ସ୍କ୍ରିନ୍ରେ ଆପଣ ଯେଉଁ ଅଧିନିୟମ ବାଛିଥିବେ, ସେହି ଆଧାରରେ ହିଁ ଏହି ଶୀର୍ଷକଗୁଡ଼ିକ କାମ କରିବ।
- ମୂଲ୍ୟାୟନ ବର୍ଷ (AY) 2026-27 ପର୍ଯ୍ୟନ୍ତ ଏବଂ ଏହାକୁ ମିଶାଇ (ମାର୍ଚ୍ଚ 2026 ସମ୍ପର୍କିତ ପୈଠ ସହିତ) TDS/TCS ସମ୍ବନ୍ଧୀୟ ଦେୟ କରିବା ପାଇଁ “ଆୟ କର ଅଧିନିୟମ 1961” ର ରେଡିଓ ବଟନ୍କୁ ଚୟନ କରନ୍ତୁ ।
- କର ବର୍ଷ (TY) 2026-27 ଏବଂ ତା’ ପରବର୍ତ୍ତୀ ବର୍ଷଗୁଡ଼ିକର ପୈଠ କରିବା ପାଇଁ “ଆୟ କର ଅଧିନିୟମ 2025” କୁ ଚୟନ କରନ୍ତୁ ।
3.1.5 “ଆୟକର 1961” ରେଡିଓ ବଟନ୍ ଚୟନ କରିବା ପରେ, ଆପଣଙ୍କ ସ୍କ୍ରିନ୍ରେ ନିମ୍ନଲିଖିତ ଶୀର୍ଷକଗୁଡ଼ିକ ଦେଖାଯିବ:
ଶୀର୍ଷକଗୁଡ଼ିକର ସମୀକ୍ଷା:
|
ଟାଇଲ୍ ନାମ |
ମୁଖ୍ୟ ଶୀର୍ଷକ |
ଉପ-ଶୀର୍ଷକ |
ନିର୍ଦ୍ଦେଶାବଳୀ ଏବଂ ସମ୍ବନ୍ଧିତ ଚାଲାଣ |
|
TDS/TCS ପୈଠ କରନ୍ତୁ |
Corporation Tax (0020)/ Income Tax (Other than Companies) (0021) |
କରଦାତାଙ୍କ ଦ୍ୱାରା ଦେୟ TDS/TCS (200) |
ମୂଲ୍ୟାୟନ ବର୍ଷ (AY) 2026-27 କିମ୍ବା ତା’ ପୂର୍ବ ବର୍ଷଗୁଡ଼ିକର TDS/TCS ପୈଠ କରିବା ପାଇଁ ଦୟାକରି ଏହି ବିକଳ୍ପକୁ ଚୟନ କରନ୍ତୁ । ଗୋଟିଏ ଚାଲାଣରେ, ଚୟନ କରାଯାଇଥିବା କେବଳ ଗୋଟିଏ ପ୍ରକାରର ରିହାତି ପ୍ରାପକ ପାଇଁ କେବଳ ଗୋଟିଏ ଧାରା କୋଡ୍ ବଛାଯାଇପାରିବ । ଅନ୍ତର୍ଭୁକ୍ତ ଥିବା ଚାଲାଣ: ITNS 281 |
|
ବକେୟା ଦାବି ପୈଠ କରନ୍ତୁ |
Corporation Tax (0020)/ Income Tax (Other than Companies) (0021) |
TDS/TCS ନିୟମିତ ମୂଲ୍ୟାଙ୍କନ (400) |
ମୂଲ୍ୟାୟନ ବର୍ଷ 2026-27 କିମ୍ବା ତା’ ପୂର୍ବ ବର୍ଷଗୁଡ଼ିକର ବକେୟା ଦାବି ପୈଠ କରିବା ପାଇଁ ଦୟାକରି ଏହି ବିକଳ୍ପକୁ ଚୟନ କରନ୍ତୁ । ଗୋଟିଏ ଚାଲାଣରେ, ଚୟନ କରାଯାଇଥିବା କେବଳ ଗୋଟିଏ ପ୍ରକାରର ରିହାତି ପ୍ରାପକ ପାଇଁ କେବଳ ଗୋଟିଏ ଧାରା କୋଡ୍ ବଛାଯାଇପାରିବ । ଅନ୍ତର୍ଭୁକ୍ତ ଥିବା ଚାଲାଣ: ITNS 281 |
|
ଫିସ୍ ପୈଠ କରନ୍ତୁ [ଅନ୍ୟାନ୍ୟ ରସିଦ (500)] |
କର୍ପୋରେସନ୍ କର(0020) / ଆୟକର (କମ୍ପାନୀଗୁଡ଼ିକୁ ବାଦ୍ ଦେଇ) (0021) |
ଅନ୍ୟାନ୍ୟ ପ୍ରାପ୍ତିଗୁଡ଼ିକ (500) |
ମୂଲ୍ୟାୟନ ବର୍ଷ 2026-27 କିମ୍ବା ତା’ ପୂର୍ବ ବର୍ଷଗୁଡ଼ିକର ଆବେଦନ ଫି ଏବଂ କମ୍ପାଉଣ୍ଡିଂ ଚାର୍ଜ ପୈଠ କରିବା ପାଇଁ ଦୟାକରି ଏହି ବିକଳ୍ପକୁ ଚୟନ କରନ୍ତୁ । ଅନ୍ତର୍ଭୁକ୍ତ ଥିବା ଚାଲାଣ: ITNS 281 |
|
ବିବିଧ ପ୍ରାପ୍ତିଗୁଡ଼ିକ |
କର୍ପୋରେସନ୍ କର(0020) / ଆୟକର (କମ୍ପାନୀଗୁଡ଼ିକୁ ବାଦ୍ ଦେଇ) (0021) |
ଅନ୍ୟାନ୍ୟ ବିବିଧ ପ୍ରାପ୍ତିଗୁଡ଼ିକ (800) |
ମୂଲ୍ୟାୟନ ବର୍ଷ 2026-27 କିମ୍ବା ତା’ ପୂର୍ବ ବର୍ଷଗୁଡ଼ିକର ଧାରା 245MA - ଫର୍ମ ନଂ 34BC) ଅଧୀନରେ ଆବେଦନ ଫି ପୈଠ କରିବା ପାଇଁ ଦୟାକରି ଏହି ବିକଳ୍ପକୁ ଚୟନ କରନ୍ତୁ । ଅନ୍ତର୍ଭୁକ୍ତ ଥିବା ଚାଲାଣ: ITNS 282 |
3.1.6 ଆପଣଙ୍କ ପାଇଁ ପ୍ରଯୁଜ୍ୟ ଥିବା କର ପୈଠ ଟାଇଲ୍ ବାଛିବା ପରେ, ନିମ୍ନରେ ଦିଆଯାଇଥିବା ସାରଣୀ ଅନୁସାରେ ସମସ୍ତ ବିବରଣୀ ପ୍ରଦାନ କରନ୍ତୁ ଏବଂ ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
|
କ୍ର. ସଂ |
କର ଦେୟ ଶ୍ରେଣୀ |
ବିବରଣୀ ପ୍ରବେଶ କରାଯିବ |
ବିସ୍ତୃତ ବିବରଣୀ |
|
1 |
TDS/TCS ଶୀର୍ଷକ ପୈଠ କରନ୍ତୁ |
|
ବିବରଣୀ ଭରନ୍ତୁ: • କର • ଅଧିକର • ଉପକର • ସୁଧ • ଜୋରିମାନା •ଧାରା 234E ଅଧୀନରେ ଦେୟ |
|
2 |
ବକେୟା ଦାବି ଶୀର୍ଷକ ପୈଠ କରନ୍ତୁ |
|
ବିବରଣୀ ଭରନ୍ତୁ: • କର • ଅଧିକର • ଉପକର • ସୁଧ • ଜୋରିମାନା |
|
3 |
ଦେୟ ପୈଠ କରନ୍ତୁ [ଅନ୍ୟାନ୍ୟ ରସିଦ (500)] ଶୀର୍ଷକ |
|
ବିବରଣୀ ଭରନ୍ତୁ: • କର • ଅଧିକର • ଉପକର • ସୁଧ • ଜୋରିମାନା • ଧାରା 234E ଅଧୀନରେ ଦେୟ (ସଠିକ୍ ବିକଳ୍ପଗୁଡ଼ିକୁ ଉଲ୍ଲେଖ କରନ୍ତୁ) |
|
4 |
ବିବିଧ ପ୍ରାପ୍ତିଗୁଡ଼ିକର ଶୀର୍ଷକ |
|
‘ଅନ୍ୟାନ୍ୟ’ ସ୍ତମ୍ଭରେ ଟଙ୍କାର ପରିମାଣ ସ୍ୱତଃ-ପୂରଣ ଭାବେ “1000” ବୋଲି ଆସିଯିବ । |
3.1.7 କର ବିସ୍ତୃତି ବିବରଣୀ ଯୋଡ଼ନ୍ତୁ ପେଜ୍ରେ, ଉପରେ କୁହାଯାଇଥିବା ଅନୁସାରେ ମୋଟ କର ଟଙ୍କାର ସମ୍ପୂର୍ଣ୍ଣ ହିସାବ ପ୍ରଦାନ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ ।
3.1.8 ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରିବା ପରେ ଦେୟର ମାଧ୍ୟମ ଚୟନ କରନ୍ତୁ (ବିଭିନ୍ନ ମାଧ୍ୟମ ବ୍ୟବହାର କରି “କିପରି ଦେୟ କରିବେ”, ସେ ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି ୟୁଜର୍ ମାନୁଆଲ୍ ଦେଖନ୍ତୁ) ।
ସଫଳତାପୂର୍ବକ ଦେୟ ହେବା ପରେ, ସ୍କ୍ରିନ୍ରେ ଏକ ସଫଳତା ସନ୍ଦେଶ ଦେଖାଯିବ । ଆପଣ ଡାଉନ୍ଲୋଡ୍ ବଟନ୍ ଉପରେ କ୍ଲିକ୍ କରି ଚାଲାଣ ରସିଦ ଡାଉନ୍ଲୋଡ୍ କରିପାରିବେ । ଆପଣ କର ଇ-ପୈଠ କରନ୍ତୁ ପେଜ୍ରେ ଥିବା ଦେୟ ବିବରଣୀ ମେନୁକୁ ଯାଇ କରାଯାଇଥିବା ପେମେଣ୍ଟର ସମସ୍ତ ବିବରଣୀ ଦେଖିପାରିବେ । ଯଦି ଆପଣ ଏକ ନୂଆ ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତେବେ ଅନ୍ୟ ଦେୟ କରନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
3.1.9 ଆୟକର ଅଧିନିୟମ 2025 ରେଡିଓ ବଟନ୍ ଚୟନ କରିବା ପରେ, ନିମ୍ନଲିଖିତ ଟାଇଲ୍ଗୁଡ଼ିକ ଉପଲବ୍ଧ ହେବ:
ଟାଇଲ୍ଗୁଡ଼ିକ ସମୀକ୍ଷା କରନ୍ତୁ:
|
ଟାଇଲ୍ ନାମ |
ମୁଖ୍ୟ ଶୀର୍ଷକ |
ଉପ-ଶୀର୍ଷକ |
ନିର୍ଦ୍ଦେଶାବଳୀ ଏବଂ ସମ୍ପୃକ୍ତ ଚାଲାଣ ସମୂହ |
|
TDS/TCS ପୈଠ କରନ୍ତୁ |
କର୍ପୋରେସନ୍ କର(0020) / ଆୟକର (କମ୍ପାନୀଗୁଡ଼ିକୁ ବାଦ୍ ଦେଇ) (0021) |
କରଦାତାଙ୍କ ଦ୍ୱାରା ଦେୟଯୋଗ୍ୟ TDS/TCS (200) |
TY 2026-27 ଏବଂ ତା’ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ TDS/TCS ପୈଠ କରିବାକୁ ଦୟାକରି ଏହି ବିକଳ୍ପଟିକୁ ଚୟନ କରନ୍ତୁ । TDS/TCS ଧାରା ଅନୁଯାୟୀ ଦେୟ ବିବରଣୀ ଧାରା ଅଧୀନରେ, ଚୟନ କରାଯାଇଥିବା ରିହାତି ପ୍ରାପକ ପାଇଁ ଗୋଟିଏ ଚାଲାଣରେ ଏକାଧିକ ଧାରା କୋଡ୍ ଚୟନ କରାଯାଇପାରିବ, ଯାହା ସର୍ବାଧିକ 20ଟି କୋଡ୍ ମଧ୍ୟରେ ସୀମିତ ଅଟେ । ଯଦି 20ରୁ ଅଧିକ କୋଡ୍ ଆବଶ୍ୟକ ହୁଏ, ତେବେ ଏକ ଅତିରିକ୍ତ ଚାଲାଣ ଦାଖଲ କରିବାକୁ ହେବ । ଅନ୍ତର୍ଭୁକ୍ତ ଚାଲାଣ: ITNS 281N |
|
ବକେୟା ଦାବି ପୈଠ କରନ୍ତୁ |
କର୍ପୋରେସନ୍ କର(0020) / ଆୟକର (କମ୍ପାନୀଗୁଡ଼ିକ ବ୍ୟତୀତ) (0021) |
ନିୟମିତ ମୂଲ୍ୟାଙ୍କନ TDS/TCS (400) |
TY 2026-27 ଏବଂ ତା’ପରବର୍ତ୍ତୀ ବର୍ଷଗୁଡ଼ିକର ବାକି ଥିବା କର ଦାବି ପାଇଁ ଦେୟ କରିବାକୁ ଦୟାକରି ଏହି ବିକଳ୍ପଟିକୁ ଚୟନ କରନ୍ତୁ । ଅନ୍ତର୍ଭୁକ୍ତ ଚାଲାଣ: ITNS 281N |
|
ଫି ପୈଠ କରନ୍ତୁ [ଅନ୍ୟାନ୍ୟ ରସିଦ (500)] |
କର୍ପୋରେସନ୍ କର(0020) / ଆୟକର (କମ୍ପାନୀଗୁଡ଼ିକ ବ୍ୟତୀତ) (0021) |
ଅନ୍ୟାନ୍ୟ ରସିଦ ଗୁଡିକ (500) |
TY 2026-27 ଏବଂ ତା’ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଅବେଦନ ଫି ଏବଂ କମ୍ପାଉଣ୍ଡିଂ ଚାର୍ଜେସ୍ ପୈଠ କରିବାକୁ ଦୟାକରି ଏହି ବିକଳ୍ପଟିକୁ ଚୟନ କରନ୍ତୁ । ଅନ୍ତର୍ଭୁକ୍ତ ଚାଲାଣ: ITNS 281N |
|
ବିବିଧ ପ୍ରାପ୍ତିଗୁଡିକ |
Corporation Tax (0020)/ Income Tax (Other than Companies) (0021) |
ଅନ୍ୟାନ୍ୟ ବିବିଧ ପ୍ରାପ୍ତିଗୁଡିକ (800) |
TY 2026-27 ଏବଂ ତା’ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଧାରା 379 ଅଧୀନରେ ଇ-DRS ଆବେଦନ ଫି (ଫର୍ମ ନଂ 119) ପୈଠ କରିବାକୁ ଦୟାକରି ଏହି ବିକଳ୍ପଟିକୁ ଚୟନ କରନ୍ତୁ । ଅନ୍ତର୍ଭୁକ୍ତ ଚାଲାଣ: ITNS 281N |
3.1.10 TDS/TCS ଶୀର୍ଷକ ପୈଠ କରନ୍ତୁ
TDS/TCS ଶୀର୍ଷକ ପୈଠ ଉପରେ ଥିବା ଆଗକୁ ବଢନ୍ତୁ ବଟନ୍ କ୍ଲିକ୍ କରିବା ପରେ, ୟୁଜର୍ 'ରିହାତି ପ୍ରାପକ ପ୍ରକାର ଚୟନ କରନ୍ତୁ' ସ୍କ୍ରିନ୍କୁ ଚାଲିଯିବେ, ଯେଉଁଠାରେ ସମ୍ପୃକ୍ତ ମୁଖ୍ୟ ଶୀର୍ଷକ ଏବଂ ରିହାତି ପ୍ରାପକଙ୍କ ଆବାସିକ ସ୍ଥିତି ଚୟନ କରିବାକୁ ହେବ ।

ଟିପ୍ପଣୀ:
ରିହାତି ପ୍ରାପକ ପ୍ରକାର ଚୟନ କରନ୍ତୁ ସ୍କ୍ରିନ୍ରେ ଥିବା ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରିବା ପରେ, ୟୁଜର୍ ଦେୟର ପ୍ରକାର ବିବରଣୀ ଯୋଡ଼ନ୍ତୁ ସ୍କ୍ରିନ୍କୁ ଚାଲିଯିବେ, ଯେଉଁଠାରେ ସେମାନଙ୍କୁ ନିମ୍ନରେ ଦର୍ଶାଯାଇଥିବା ସ୍କ୍ରିନ୍ ଅନୁସାରେ ଅତିକମରେ ଗୋଟିଏ ଧାରାରେ ସୂଚନା ପ୍ରଦାନ କରିବାକୁ ହେବ ।
- TDS/TCS ଧାରା ଅନୁଯାୟୀ ଦେୟ ବିବରଣୀ, ଯେଉଁଠାରେ ପ୍ରତ୍ୟେକ ଧାରା ଅନୁସାରେ କର, ସରଚାର୍ଜ ଏବଂ ଶିକ୍ଷା ଉପକରର ହିସାବ ଲେଖାଯାଇପାରିବ (ଏଥିରେ ପ୍ରତ୍ୟେକ ଧାରା କୋଡ୍କୁ କେବଳ ଗୋଟିଏ ଥର ହିଁ ଚୟନ କରାଯାଇପାରିବ) ।
– ଦୟାକରି ଧ୍ୟାନ ଦିଅନ୍ତୁ ଯେ "ରିହାତି ପ୍ରାପକ ପ୍ରକାର" ଏବଂ "ରିହାତି ପ୍ରାପକଙ୍କ ଆବାସିକ ସ୍ଥିତି" ଆଧାରରେ ପୃଥକ ପୃଥକ ଚାଲାଣ ପୂରଣ କରିବା ଆବଶ୍ୟକ ।
– ୟୁଜର୍ ଗୋଟିଏ ଚାଲାଣରେ 20ଟି ଧାରା କୋଡ୍ ଚୟନ କରିପାରିବେ
– ଏହି ଧାରା ଅଧୀନରେ, ୟୁଜର୍ଙ୍କ ଠାରୁ ବିବରଣୀ ସହିତ କର ସମ୍ପର୍କିତ ତଥ୍ୟ ଯେପରିକି କର, ସର-ଚାର୍ଜ ଏବଂ ଶିକ୍ଷା ଉପକର ର ପରିମାଣ ଭରିବା ଆଶା କରାଯାଏ ।
- ଅନ୍ୟାନ୍ୟ ଦେୟର ବିବରଣୀ, ଯେଉଁଠାରେ ୟୁଜର୍ ସୁଧ, ଧାରା 427 ଅଧୀନରେ ଫି, ଜୋରିମାନା ଏବଂ ଅନ୍ୟାନ୍ୟ ପରିମାଣ ଭରିପାରିବେ ।
3.1.11 'ଦେୟର ପ୍ରକାର ବିବରଣୀ ଯୋଡ଼ନ୍ତୁ' ସ୍କ୍ରିନ୍ରେ ଥିବା ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କରିବା ପରେ, ୟୁଜର୍ କର ବିଭାଜନ ବିବରଣୀ ଯାଞ୍ଚ କରନ୍ତୁ ସ୍କ୍ରିନ୍କୁ ଚାଲିଯିବେ, ଯେଉଁଠାରେ ସମସ୍ତ ତଥ୍ୟ ଆପେଆପେ ପୂରଣ ହୋଇ ରହିଥିବ ଏବଂ ସେଗୁଡ଼ିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ
3.1.12 ‘କର ବିସ୍ତୃତି ବିବରଣୀ ଯାଞ୍ଚ କରନ୍ତୁ’ ସ୍କ୍ରିନ୍ରେ ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ପେମେଣ୍ଟ ମୋଡ୍ ବାଛିବା ପେଜ୍କୁ ଯିବେ, ଯେଉଁଠାରେ ସେ କର ଜମା କରିବା ପାଇଁ ଉପଯୁକ୍ତ ପେମେଣ୍ଟ ପଦ୍ଧତି ଚୟନ କରିପାରିବେ ।
3.1.13 “ଜାରି ରଖନ୍ତୁ” ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ପୂର୍ବାବଲୋକନ ଏବଂ ଦେୟ କରନ୍ତୁ ପେଜ୍କୁ ଯିବେ । ଏଠାରେ, ୟୁଜର୍:
- ପୈଠ କରିବା ପୂର୍ବରୁ ଦାଖଲ କରାଯାଇଥିବା ସମସ୍ତ ବିବରଣୀର ପୂର୍ବାବଲୋକନ କରନ୍ତୁ।
- ଯଦି କୌଣସି ସଂଶୋଧନର ଆବଶ୍ୟକତା ଥାଏ, ତେବେ ଆପଣ ପଛକୁ ଯାଇ ସୂଚନାକୁ ଅପଡେଟ୍ କରିବା ପାଇଁ "ସଂଶୋଧନ କରନ୍ତୁ" ବଟନ୍ ଉପରେ କ୍ଲିକ୍ କରିପାରିବେ।
- ଯଦି ସମସ୍ତ ବିବରଣୀ ସଠିକ୍ ଥାଏ, ତେବେ ଆପଣ "ବର୍ତ୍ତମାନ ପୈଠ କରନ୍ତୁ” ବଟନ୍ ଉପରେ କ୍ଲିକ୍ କରିପାରିବେ, ଏହାପରେ ଦେୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କୁ ବ୍ୟାଙ୍କ୍ର ପୈଠ ପେଜ୍ କୁ ପଠାଇ ଦିଆଯିବ।
ଟିପ୍ପଣୀ:ପୈଠ ସଫଳ ହେବା ପରେ, ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ହୋଇଥିବା ଆପଣଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ଇମେଲ୍ ଏବଂ SMS ମିଳିବ। ପୈଠ ସଫଳ ହେବା କ୍ଷଣି, ଭବିଷ୍ୟତ ପାଇଁ ଆପଣ ଚାଲାଣ ରସିଦ ଡାଉନଲୋଡ୍ କରିପାରିବେ। ଲଗ୍-ଇନ୍ କରିବା ପରେ, ‘ଇ-ପେ’ ଟ୍ୟାକ୍ସ’ ପେଜ୍ରେ ଥିବା ‘ପେମେଣ୍ଟ ହିଷ୍ଟ୍ରି’ ଟ୍ୟାବ୍ରେ ମଧ୍ୟ ପେମେଣ୍ଟର ବିବରଣୀ ଏବଂ ଚାଲାଣ ରସିଦ ଉପଲବ୍ଧ ରହିବ।
3.1.14 ବକେୟା ଦାବି ଶୀର୍ଷକ ପୈଠ କରନ୍ତୁ
ବକେୟା ଦାବି ଶୀର୍ଷକ ପୈଠ କରନ୍ତୁରେ ଥିବା ଆଗକୁ ବଢ଼ନ୍ତୁ ବଟନ୍ ଉପରେ କ୍ଲିକ୍ କଲେ, ଆପଣ କର ବିବରଣୀ ଯୋଡ଼ନ୍ତୁ ସ୍କ୍ରିନ୍କୁ ଯିବେ। ସେଠାରେ ମୁଖ୍ୟ ଶୀର୍ଷକ, କର ବର୍ଷ ଏବଂ ଉପ-ଶୀର୍ଷକ ପୂର୍ବରୁ ହିଁ ପୂରଣ ହୋଇ ରହିଥିବ ।

ଟିକସ ବିବରଣୀ ଯୋଡ଼ନ୍ତୁ ସ୍କ୍ରିନ୍ରେ ଥିବା ‘ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କଲେ, ଆପଣ କରର ବିଭାଜନ ବିବରଣୀ ଯୋଡ଼ନ୍ତୁ ସ୍କ୍ରିନ୍କୁ ଯିବେ। ସେଠାରେ ଆପଣ ନିଜ ମୋଟ କର ଦେୟର ସମ୍ପୂର୍ଣ୍ଣ ବଭାଜନ ଯୋଡ଼ିପାରିବେ ଏବଂ ଏହାପରେ ପୁଣି ବିଭାଜନ ଜାରି ରଖନ୍ତୁ ଉପରେ କ୍ଲିକ୍ କରିବେ।
‘ଟିକସର ପୃଥକ ବିବରଣୀ ଯୋଡ଼ନ୍ତୁ’ ସ୍କ୍ରିନ୍ରେ ଥିବା ‘ଆଗକୁ ବଢ଼ନ୍ତୁ’ ବଟନ୍ ଉପରେ କ୍ଲିକ୍ କଲେ, ଆପଣ ପେମେଣ୍ଟ ମୋଡ୍ ବାଛିବା ପେଜ୍କୁ ଯିବେ। ସେଠାରେ ଆପଣ ନିଜ ଟିକସ ଜମା କରିବା ପାଇଁ ଉପଯୁକ୍ତ ପେମେଣ୍ଟ ପଦ୍ଧତି ଚୟନ କରିପାରିବେ ଏବଂ ପେମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଦୟାକରି ପଦକ୍ଷେପ ନମ୍ବର 3.1.12 ଏବଂ 3.1.13 ଦେଖନ୍ତୁ।
3.1.15 ଫି ପେମେଣ୍ଟ କରନ୍ତୁ [ଅନ୍ୟାନ୍ୟ ରସିଦ (500)] ଟାଇଲ୍
‘ଫି’ ପେମେଣ୍ଟ କରନ୍ତୁ [ଅନ୍ୟାନ୍ୟ ରସିଦ (500)] ଟାଇଲ୍ରେ ଥିବା ‘ଆଗକୁ ବଢ଼ନ୍ତୁ’ ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ‘ପ୍ରଯୋଜ୍ୟ କର ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍କୁ ଚାଲିଯିବେ, ଯେଉଁଠାରେ ମୁଖ୍ୟ ଶୀର୍ଷକ ଏବଂ କର ବର୍ଷ ପୂର୍ବରୁ-ପୂର୍ଣ୍ଣ ହୋଇ ରହିଥିବ । ୟୁଜର୍ ଙ୍କୁ ‘ପେମେଣ୍ଟର ସବ୍-ଟାଇପ୍’ ବାଛିବାକୁ ହେବ ଏବଂ ଜାରି ରଖନ୍ତୁ। ଉପରେ କ୍ଲିକ୍ କରିବାକୁ ପଡ଼ିବ।

‘ପ୍ରଯୋଜ୍ୟ କର ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍ରେ ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ‘କର ବିସ୍ତୃତି ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍କୁ ଯିବେ ଯେଉଁଠାରେ ସମସ୍ତ ଫିଲ୍ଡ ଅଣ-ସମ୍ପାଦନଯୋଗ୍ୟ (ତେଣୁ ଧୂସର ରଙ୍ଗର) ହୋଇ ରହିଥାଏ । ଦୟାକରି କେବଳ ‘ଅନ୍ୟାନ୍ୟ’ କଲମରେ ପରିମାଣ ପ୍ରବେଶ କରନ୍ତୁ ଏବଂ ଜାରି ରଖନ୍ତୁ। ଉପରେ କ୍ଲିକ୍ କରନ୍ତୁ ।
‘କର ବିସ୍ତୃତି ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍ରେ ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ପେମେଣ୍ଟ ମୋଡ୍ ବାଛିବା ପେଜ୍କୁ ଯିବେ, ଯେଉଁଠାରେ ସେ କର ଜମା କରିବା ପାଇଁ ଉପଯୁକ୍ତ ପେମେଣ୍ଟ ପଦ୍ଧତି ଚୟନ କରିପାରିବେ ଏବଂ ପେମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଦୟାକରି ସୋପାନ ସଂଖ୍ୟା 3.1.12 ଏବଂ 3.1.13 ର ପ୍ରସଙ୍ଗ ଦେଖନ୍ତୁ
3.1.16 ବିବିଧ ପ୍ରାପ୍ତି ଶୀର୍ଷକଗୁଡିକ
‘ବିବିଧ ପ୍ରାପ୍ତି’ ଟାଇଲ୍ରେ ଥିବା ‘ଆଗକୁ ବଢ଼ନ୍ତୁ’ ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ‘ପ୍ରଯୋଜ୍ୟ କର ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍କୁ ଚାଲିଯିବେ, ଯେଉଁଠାରେ ୟୁଜର୍ ଙ୍କୁ ମୁଖ୍ୟ ଶୀର୍ଷକ, ଲଘୁ ଶୀର୍ଷକ ଏବଂ ପେମେଣ୍ଟର ସବ୍-ଟାଇପ୍ ଚୟନ କରିବାକୁ ହେବ ଏବଂ ଜାରି ରଖନ୍ତୁ। ଉପରେ କ୍ଲିକ୍ କରିବାକୁ ପଡ଼ିବ।
‘ପ୍ରଯୋଜ୍ୟ କର ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍ରେ ଜାରି ରଖନ୍ତୁ ବଟନ୍ ଉପରେ କ୍ଲିକ୍ କଲେ, ୟୁଜର୍ ‘କର ବିସ୍ତୃତି ବିବରଣୀ ଯୋଡନ୍ତୁ’ ସ୍କ୍ରିନ୍କୁ ଯିବେ ଯେଉଁଠାରେ ‘ଅନ୍ୟାନ୍ୟ’ କଲମରେ ଟଙ୍କାର ପରିମାଣ ପୂର୍ବରୁ ହିଁ “INR 1000” ଭାବେ ପୂରଣ ହୋଇ ରହିଥିବ।
‘ଟିକସ ବିବରଣୀ ଯାଞ୍ଚ କରନ୍ତୁ’ ସ୍କ୍ରିନ୍ରେ ଥିବା ‘ଆଗକୁ ବଢ଼ନ୍ତୁ’ ବଟନ୍ ଉପରେ କ୍ଲିକ୍ କଲେ, ଆପଣ ପେମେଣ୍ଟ ମୋଡ୍ ବାଛିବା ପେଜ୍କୁ ଯିବେ, ସେଠାରେ ଆପଣ ନିଜ ଟିକସ ଜମା କରିବା ପାଇଁ ଉପଯୁକ୍ତ ପେମେଣ୍ଟ ପଦ୍ଧତି ଚୟନ କରିପାରିବେ ଏବଂ ପେମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଦୟାକରି ଷ୍ଟେପ୍ ନମ୍ବର 3.1.12 ଏବଂ 3.1.13 ଦେଖନ୍ତୁ।
3.2 ଚାଲାଣ ଫର୍ମ - CRN ପ୍ରସ୍ତୁତ କରନ୍ତୁ (ଲଗ୍-ଇନ୍ କରିବା ପୂର୍ବରୁ)
3.2.1 ଇ-ଫାଇଲିଂ ପୋର୍ଟାଲ୍ www.incometax.gov.in କୁ ଯାଆନ୍ତୁ ଏବଂ ଇ-ପେ’ ଟ୍ୟାକ୍ସ ଉପରେ କ୍ଲିକ୍ କରନ୍ତୁ।
3.2.2 ‘ଇ-ପେ’ ଟ୍ୟାକ୍ସ’ ପେଜ୍ରେ, ତଳେ ଦିଆଯାଇଥିବା ସ୍କ୍ରିନସଟ୍ ଅନୁଯାୟୀ ଆବଶ୍ୟକ ବିବରଣୀ ପୂରଣ କରନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
3.2.3 OTP ଯାଞ୍ଚ ପେଜ୍ରେ, ଷ୍ଟେପ୍ 2 ରେ ଦିଆଯାଇଥିବା ମୋବାଇଲ୍ ନମ୍ବରକୁ ଆସିଥିବା 6-ଅଙ୍କ ବିଶିଷ୍ଟ OTP ଲେଖନ୍ତୁ ଏବଂ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
3.2.4 OTP ଯାଞ୍ଚ ସଫଳ ହେବା ପରେ, ସ୍କ୍ରିନ୍ରେ ଏକ ସଫଳତା ବାର୍ତ୍ତା ସହିତ ଆପଣଙ୍କ TAN ଏବଂ ଆଂଶିକ ଗୋପନୀୟ ରଖାଯାଇଥିବା ନାମ ଦେଖାଯିବ। ଆଗକୁ ବଢ଼ିବା ପାଇଁ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
3.2.5 ‘ଇ-ପେ’ ଟ୍ୟାକ୍ସ’ ପେଜ୍ରେ, ଆପଣଙ୍କ ପାଇଁ ପ୍ରଯୁଜ୍ୟ ହେଉଥିବା ଟିକସ ପେମେଣ୍ଟ ବର୍ଗ ଉପରେ ଥିବା ଆଗକୁ ବଢ଼ନ୍ତୁ ବଟନ୍ ଉପରେ କ୍ଲିକ୍ କରନ୍ତୁ।
- ମୂଲ୍ୟାୟନ ବର୍ଷ 2026–27 ପର୍ଯ୍ୟନ୍ତ ଏବଂ ଏହାକୁ ଅନ୍ତର୍ଭୁକ୍ତ କରି (ମାର୍ଚ୍ଚ 2026 ସମ୍ବନ୍ଧିତ ପେମେଣ୍ଟ ସହିତ) TDS/TCS ସମ୍ବନ୍ଧୀୟ ପେମେଣ୍ଟ କରିବା ପାଇଁ ଆୟ କର ଅଧିନିୟମ 1961 ରେଡିଓ ବଟନ୍ କୁ ଚୟନ କରନ୍ତୁ।
- କର ବର୍ଷ 2026–27 ଏବଂ ଏହା ପରବର୍ତ୍ତୀ ବର୍ଷଗୁଡ଼ିକର ପେମେଣ୍ଟ କରିବା ପାଇଁ ଆୟ କର ଅଧିନିୟମ 2025 ବିକଳ୍ପକୁ ଚୟନ କରନ୍ତୁ।
3.2.6 ଏହାପରର ସମସ୍ତ ପଦକ୍ଷେପଗୁଡ଼ିକ ‘ଲଗ୍-ଇନ୍ କରିବା ପରେ’ ଦେଖାଯାଉଥିବା ସ୍କ୍ରିନ୍ ଭଳି ସମାନ ରହିବ (ଦୟାକରି ପଦକ୍ଷେପ 3.1.5 ରୁ 3.1.16 ଦେଖନ୍ତୁ)। କେବଳ ଏତିକି ପରିବର୍ତ୍ତନ ରହିଛି ଯେ, ଉଭୟ ଅଧିନିୟମ ଅଧୀନରେ ଥିବା ବକେୟା ଦାବି ପୈଠ ଟାଇଲ୍ ମାଧ୍ୟମରେ ପେମେଣ୍ଟ କରିବାର ସୁବିଧା ‘ଲଗ୍-ଇନ୍ କରିବା ପୂର୍ବରୁ’ ମିଳିବ ନାହିଁ।