1. ଫର୍ମ 15CC କ'ଣ?
ପ୍ରତ୍ୟେକ ଅଧିସ୍ୱୀକୃତ ଡିଲର୍, ଯିଏ କୌଣସି ଅଣ-ବାସିନ୍ଦା (କମ୍ପାନୀ ବ୍ୟତୀତ) କିମ୍ବା ବିଦେଶୀ କମ୍ପାନୀଙ୍କୁ ଅର୍ଥ ପ୍ରେରଣ କରନ୍ତି, ସେମାନଙ୍କୁ ଏପରି ଅର୍ଥ ପ୍ରେରଣର ତ୍ରୈମାସିକ ବିବରଣୀ ଫର୍ମ 15CCରେ ଦାଖଲ କରିବା ଆବଶ୍ୟକ।
2. ଫର୍ମ 15CC ଦାଖଲ କରିବାର ପଦ୍ଧତିଗୁଡ଼ିକ କ'ଣ?
ଫର୍ମ 15CC କେବଳ ଅନଲାଇନ୍ ମାଧ୍ୟମରେ ଦାଖଲ କରାଯାଇପାରିବ। ଏଥିପାଇଁ ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରି ଫର୍ମଟି ଚୟନ କରନ୍ତୁ, ଫର୍ମ ପ୍ରସ୍ତୁତ କରନ୍ତୁ ଏବଂ ଦାଖଲ କରନ୍ତୁ।
3. ଫର୍ମ 15CC ଦାଖଲ କରିବା ପୂର୍ବରୁ ITDREIN ଜେନେରେଟ୍ କରିବା ବାଧ୍ୟତାମୂଳକ କି?
ହଁ। ସୂଚିତ କରିବା ସଂସ୍ଥା ଦ୍ୱାରା ଯୋଡ଼ାଯାଇଥିବା ଅଧିସ୍ୱୀକୃତ ବ୍ୟକ୍ତିଙ୍କୁ ଇ-ଫାଇଲିଂ ପୋର୍ଟାଲରେ ଲଗ୍ଇନ୍ କରି ଫର୍ମ 15CC ଦାଖଲ କରିବା ପାଇଁ ITDREIN ବ୍ୟବହାର କରିବାକୁ ପଡ଼ିବ।
4. ଫର୍ମ 15CC କେବେ ଦାଖଲ କରିବା ଆବଶ୍ୟକ?
ଯେଉଁ ଆର୍ଥିକ ବର୍ଷର ତ୍ରୈମାସିକ ସହ ଏହି ଦେୟ ସମ୍ବନ୍ଧିତ, ସେହି ତ୍ରୈମାସିକ ଶେଷ ହେବାର 15 ଦିନ ମଧ୍ୟରେ ଫର୍ମ 15CCକୁ ଆୟକର ବିଭାଗର ସକ୍ଷମ ପ୍ରାଧିକାରୀଙ୍କ ନିକଟରେ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଦାଖଲ କରିବା ଆବଶ୍ୟକ।
5. ଫର୍ମଟି ସଫଳତାର ସହିତ ଦାଖଲ ହୋଇଛି ବୋଲି ମୁଁ କିପରି ଜାଣିବି?
ଇ-ଫାଇଲିଂ ପୋର୍ଟାଲରେ ପଞ୍ଜୀକୃତ ଆପଣଙ୍କ ଇମେଲ୍ ID ଏବଂ ମୋବାଇଲ୍ ନମ୍ବରକୁ ଏକ ନିଶ୍ଚିତକରଣ ବାର୍ତ୍ତା ପଠାଯିବ। ଏହା ସହିତ, ଆପଣ କାର୍ଯ୍ୟତାଲିକାର ଆପଣଙ୍କ କାର୍ଯ୍ୟ ପାଇଁ ଟ୍ୟାବ୍ରେ ମଧ୍ୟ ଏହାର ସ୍ଥିତି ଦେଖିପାରିବେ।
6. ଫର୍ମ 15CC ଦାଖଲ କରିବା ପାଇଁ ଇ-ଭେରିଫିକେସନ୍ ଆବଶ୍ୟକ କି? ଯଦି ହଁ, ମୁଁ ଫର୍ମ 15CCର ଇ-ଭେରିଫିକେସନ୍ କିପରି କରିପାରିବି?
ହଁ, ଫର୍ମ 15CC ଦାଖଲ କରିବା ପାଇଁ ଇ-ଭେରିଫିକେସନ୍ କରିବା ଆବଶ୍ୟକ। ଆପଣଙ୍କୁ ଡିଜିଟାଲ୍ ସ୍ୱାକ୍ଷର ପ୍ରମାଣପତ୍ର ବ୍ୟବହାର କରି ଫର୍ମ 15CCର ଇ-ଭେରିଫିକେସନ୍ କରିବାକୁ ପଡ଼ିବ।