Do not have an account?
Already have an account?

1. ଅବଲୋକନ


ପାସ୍‌ୱାର୍ଡ ପରିବର୍ତ୍ତନ କରନ୍ତୁ ସେବା ଇ-ଫାଇଲିଂ ପୋର୍ଟାଲ୍‌ରେ ଥିବା ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ।ଏହି ସେବା ଆପଣଙ୍କୁ ପୋର୍ଟାଲରେ ଲଗ୍‌ଇନ୍ କରିବା ପରେ ଇ-ଫାଇଲିଂ ପୋର୍ଟାଲ୍‌ରେ ଆପଣଙ୍କର ବିଦ୍ୟମାନ ପାସ୍‌ୱାର୍ଡ ପରିବର୍ତ୍ତନ କିମ୍ବା ଅଦ୍ୟତନ କରିବାକୁ ସକ୍ଷମ କରେ।

2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
 

  • ବୈଧ ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ସହିତ ଇ-ଫାଇଲିଂ ପୋର୍ଟାଲରେ ପଞ୍ଜିକୃତ ଉପଭୋକ୍ତା
  • ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ ଆକ୍ସେସ କରନ୍ତୁ

3. ସୋପାନକ୍ରମିକ ମାର୍ଗଦର୍ଶନ


ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍‌ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍ଇନ୍ କରନ୍ତୁ।

Data responsive
 


ସୋପାନ 2: ଆପଣଙ୍କର ଡ୍ୟାଶ୍‌ବୋର୍ଡର ଉପର ଡାହାଣ କୋଣରେ, ପାସ୍‌ୱାର୍ଡ ପରିବର୍ତ୍ତନ କରନ୍ତୁ କ୍ଲିକ କରନ୍ତୁ।

Data responsive
 


ସୋପାନ 3: ପାସ୍‌ୱାର୍ଡ ପରିବର୍ତ୍ତନ କରନ୍ତୁ ପୃଷ୍ଠାରେ, ଆପଣଙ୍କର ସାମ୍ପ୍ରତିକ ପାସ୍‌ୱାର୍ଡ ଏବଂ ନୂତନ ପାସ୍‌ୱାର୍ଡ ପ୍ରାସଙ୍ଗିକ ଟେକ୍ସଟବକ୍ସରେ ଭରନ୍ତୁ ଏବଂ ପାସ୍‌ୱାର୍ଡ ନିଶ୍ଚିତ କରନ୍ତୁ ଟେକ୍ସଟବକ୍ସରେ ଆପଣଙ୍କର ନୂତନ ପାସ୍‌ୱାର୍ଡ ନିଶ୍ଚିତ କରନ୍ତୁ।

Data responsive
 


ଧ୍ୟାନ ଦିଅନ୍ତୁ:

  • ରିଫ୍ରେଶ୍ କରନ୍ତୁ କିମ୍ବା ପଛକୁ ଫେରନ୍ତୁରେ କ୍ଲିକ୍ କରନ୍ତୁ ନାହିଁ।
  • ଆପଣଙ୍କର ନୂତନ ପାସ୍‌ୱାର୍ଡ ଭରିବା ସମୟରେ, ପାସ୍‌ୱାର୍ଡ ପଲିସି ବିଷୟରେ ସତର୍କ ରୁହନ୍ତୁ:
    • ଏହା ଅତି କମ୍‌ରେ 8 ଟି ବର୍ଣ୍ଣ ଏବଂ ସର୍ବାଧିକ 14ଟି ବର୍ଣ୍ଣ ହେବା ଆବଶ୍ୟକ।
    • ଏଥିରେ ଉଭୟ ଅପର୍‌ କେସ୍ ଏବଂ ଲୋୟରକେସ୍ ଅକ୍ଷର ଅନ୍ତର୍ଭୁକ୍ତ ଥିବା ଆବଶ୍ୟକ।
    • ଏଥିରେ ଗୋଟିଏ ସଂଖ୍ୟା ରହିବା ଆବଶ୍ୟକ।
    • ଏଥିରେ ଏକ ବିଶେଷ ବର୍ଣ୍ଣ ରହିବା ଉଚିତ (ଯେମିତିକି @#$%)।


ସୋପାନ 4: ଦାଖଲ କରନ୍ତୁରେ କ୍ଲିକ୍ କରନ୍ତୁ।

Data responsive
 


ବିବରଣୀ ଦାଖଲ କରିବା ପରେ, ଆପଣ ନିମ୍ନଲିଖିତ 2 ଟି ମାମଲା ମଧ୍ୟରୁ ଯେକୌଣସି ଗୋଟିଏ ଦେଖିପାରିବେ:

ପରିସ୍ଥିତି A: ପାସ୍‌ୱାର୍ଡ ସଫଳତାପୂର୍ବକ ପରିବର୍ତ୍ତନ ହୋଇଛି

ସୋପାନ 1: ବିନିମୟ ID ସହିତ ନିମ୍ନଲିଖିତ ସଫଳତା ବାର୍ତ୍ତା ପ୍ରଦର୍ଶିତ ହୁଏ। ଭବିଷ୍ୟତର ସନ୍ଦର୍ଭ ପାଇଁ ଦୟାକରି ବିନିମୟ IDର ଉଲ୍ଲେଖ ରଖନ୍ତୁ।

Data responsive
 


ସୋପାନ 2: ଇ-ଫାଇଲିଂ ପୋର୍ଟାଲ୍ ସହିତ ପଞ୍ଜୀକୃତ ଆପଣଙ୍କର ଇମେଲ ID ଏବଂ ମୋବାଇଲ ନମ୍ବରକୁ ନିଶ୍ଚିତକରଣ ଇମେଲ୍ ଏବଂ SMS ପଠାଯାଏ।

ପରିସ୍ଥିତି B: ପାସ୍‌ୱାର୍ଡ ପରିବର୍ତ୍ତନ ବିଫଳ ହୋଇଛି

ସୋପାନ 1: ଆପଣଙ୍କର ୱେବ୍‌ ବ୍ରାଉଜରରୁ ଅସ୍ଥାୟୀ ଫାଇଲ୍‌ଗୁଡ଼ିକ ଖାଲି କରନ୍ତୁ।

(ଟେମ୍ପରାରି ଫାଇଲଗୁଡ଼ିକୁ ଖାଲି କରିବା ପାଇଁ: ଆପଣଙ୍କର PCରେ କଣ୍ଟ୍ରୋଲ୍ ପ୍ୟାନେଲକୁ ଯାଆନ୍ତୁ, ସର୍ଚ୍ଚ କରନ୍ତୁ ଏବଂ ଇଣ୍ଟରନେଟ୍ ବିକଳ୍ପଗୁଡ଼ିକରେ କ୍ଲିକ୍ କରନ୍ତୁ।ଡାଇଲଗ୍‌ ବକ୍ସରେ, ସାଧାରଣ ଟ୍ୟାବ୍ ବ୍ରାଉଜିଂ ଇତିହାସ ବିକଳ୍ପ ଅଧିନରେ ,ଡିଲଇଟ୍‌ କରନ୍ତୁ କ୍ଲିକ୍ କରନ୍ତୁ, ଟେମ୍ପରାରି ଇଣ୍ଟରନେଟ୍ ଫାଇଲ ଏବଂ ୱେବ୍‌ସାଇଟ୍ ଫାଇଲ୍‌ଗୁଡ଼ିକ ଚୟନ କରନ୍ତୁ ଏବଂ ଡିଲିଟ୍‌ କରନ୍ତୁ କ୍ଲିକ୍ କରନ୍ତୁ)

ସୋପାନ 2: ଇ-ଫାଇଲିଂ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ ଏବଂ ପୁନର୍ବାର ଚେଷ୍ଟା କରନ୍ତୁ।

4. ସମ୍ବନ୍ଧିତ ପ୍ରସଙ୍ଗଗୁଡ଼ିକ