1. ଅବଲୋକନ
ITR-4ର ପୂର୍ବରୁ ପୂରଣ ହୋଇଥିବା ଓ ଫାଇଲିଂ ସେବା ପଞ୍ଜୀକୃତ ଉପଭୋକ୍ତାଙ୍କ ପାଇଁ ଇ-ଫାଇଲିଂ ପୋର୍ଟାଲରେ ଓ ଅଫଲାଇନ୍ ଉପଯୋଗିତା ମାଧ୍ୟମରେ ଉପଲବ୍ଧ ଅଛି। ଏହି ସେବା ବ୍ୟକ୍ତିଗତ କରଦାତା, HUF, ଏବଂ ଫାର୍ମଗୁଡ଼ିକୁ (LLPs ବ୍ୟତୀତ) ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ ଅନ୍ଲାଇନ୍ରେ ITR-4 ଫାଇଲ୍ କରିବାକୁ ସକ୍ଷମ କରେ।
ଏହି ଉପଭୋକ୍ତା ମାନୁଆଲ୍ ଅନ୍ଲାଇନ୍ ପଦ୍ଧତି ମାଧ୍ୟମରେ ITR-4 ଫାଇଲ୍ କରିବାର ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରେ।
2. ଏହି ସେବା ପ୍ରାପ୍ତ କରିବା ପାଇଁ ପ୍ରାକ୍ ଆବଶ୍ୟକତା
| ସାଧାରଣ |
|
| ଅନ୍ୟାନ୍ୟ |
ଦୟାକରି ଧ୍ୟାନ ଦିଅନ୍ତୁ: ଯଦି ଆପଣଙ୍କ PAN ଆପଣଙ୍କ ଆଧାର ସହିତ ସଂଲଗ୍ନ ହୋଇନାହିଁ, ତେବେ ଆପଣଙ୍କ PANକୁ ଅଚଳ କରାଯାଇଛି। ସେହି କ୍ଷେତ୍ରରେ ଆପଣ ଏକ ଟିକର ବାର୍ତ୍ତା ପାଇବେ “ଆପଣଙ୍କର PANଟି ନିଷ୍କ୍ରିୟ ହୋଇଯାଇଛି କାରଣ ଏହା ଆଧାର ସହିତ ସଂଲଗ୍ନ ହୋଇନାହିଁ। କିଛି ଆକ୍ସେସ୍ ସୀମିତ ହୋଇପାରେ। ଧାରା 234H ଅଧୀନରେ ଦେୟ ପୈଠ ପରେ ଆପଣ ଆପଣଙ୍କର PANକୁ ସଂଲଗ୍ନ କରିପାରିବେ ଏବଂ କାର୍ଯ୍ୟକ୍ଷମ କରିପାରିବେ।”
|
3. ଫର୍ମ ବିଷୟରେ
3.1. ଉଦ୍ଦେଶ୍ୟ
ଆୟକର ରିଟର୍ଣ୍ଣ ହେଉଛି ସେହି ଫର୍ମ ଯେଉଁଥିରେ କରଦାତା ଆୟକର ବିଭାଗକୁ ବାର୍ଷିକ ଭିତ୍ତିରେ ଆୟ ଏବଂ ତାହା ଉପରେ କର ବିଷୟରେ ସୂଚନା ଫାଇଲ କରନ୍ତି। ଫର୍ମ ITR-4 ନିମ୍ନରେ ଦିଆଯାଇଥିବା 3.2 ଅନୁସାରେ ମାନଦଣ୍ଡ ପୂରଣ କରୁଥିବା ବାସିନ୍ଦା ବ୍ୟକ୍ତିବିଶେଷ, HUF ଏବଂ ଫାର୍ମ (LLPଗୁଡ଼ିକ ବ୍ୟତୀତ) ପୁରୁଣା କିମ୍ୱା ନୂଆ କର ବ୍ୟବସ୍ଥାରେ ଆୟକର ରିଟର୍ଣ୍ଣ ଫାଇଲ କରିବା ପାଇଁ ବ୍ୟବହାର କରିପାରିବେ।
3.1. କିଏ ଏହାକୁ ବ୍ୟବହାର କରିପାରିବେ?
ITR -4 ଜଣେ ବାସିନ୍ଦା ବ୍ୟକ୍ତିବିଶେଷ / ଅଂଶୀଦାରୀ ବ୍ୟବସାୟ ଫାର୍ମ ଦ୍ୱାରା ଦାଖଲ କରାଯାଇପାରିବ ଯେଉଁମାନେ ନିମ୍ନଲିଖିତ ସର୍ତ୍ତଗୁଡିକ ପୂରଣ କରନ୍ତି:
- ବ୍ୟବସାୟ କିମ୍ବା ବୃତ୍ତିଗତ ଆୟ ରହିଛି
- ବ୍ୟବସାୟରୁ ଆୟ ଯାହା 44AD କିମ୍ୱା 44AE ଅଧୀନରେ ଗଣନା ହୋଇଥାଏ
- ବୃତ୍ତିରୁ ଆୟ ଯାହା ଧାରା 44ADA ଅଧୀନରେ ଗଣନା ହୋଇଥାଏ
- ଧାରା 112 A ଅଧୀନରେ 1.25ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜିଲାଭ (କୌଣସି ଅଗ୍ରେନୀତ କିମ୍ୱା ଆଗକୁ ନିଆଯାଇଥିବା ପୁଞ୍ଜି ହାନୀ ନଥାଇ)
- ଏକରୁ ଅଧିକ ଗୃହ ସମ୍ପତ୍ତିରୁ ଆୟ ହେଉନଥିବ
4. ଗୋଟିଏ ନଜରରେ ଏହି ଫର୍ମ
ITR-4 ରେ ଛଅଟି ବିଭାଗ ଅଛି ଯାହାକୁ ଅନ୍ଲାଇନ୍ ପଦ୍ଧତିରେ ଫର୍ମ ଫାଇଲ୍ କରିବା ପୂର୍ବରୁ ଆପଣଙ୍କୁ ପୂରଣ କରିବାକୁ ପଡ଼ିବ ଏବଂ ଏକ ପୂର୍ବାବଲୋକନ ପୃଷ୍ଠାରେ ଆପଣ ଆପଣଙ୍କର ସମସ୍ତ ବିବରଣୀ ବୈଧିକରଣ କରିପାରିବେ। ଏହି ବିଭାଗଗୁଡ଼ିକ ନିମ୍ନ ଅନୁଯାୟୀ ରହିଛି:
- ବ୍ୟକ୍ତିଗତ ସୂଚନା
- ମୋଟ ସମୁଦାୟ ଆୟ
- ଘେଷଣାଗୁଡ଼ିକ ଏବଂ କରମୁକ୍ତ ଆୟ
- ମୋଟ ରିହାତି
- ଧାରା 112 A ଅଧୀନରେ ଦୀର୍ଘମିଆଦି ପୁଞ୍ଜି ଲାଭ
- ପୈଠ ହୋଇଥିବା କର
- ସମୁଦାୟ କର ଦେୟତା
ଏଠାରେ ITR-4 ର ବିଭିନ୍ନ ବିଭାଗ ଉପରେ ଏକ ଦ୍ରୁତ ନଜର ପକାନ୍ତୁ:
4.1 ବ୍ୟକ୍ତିଗତ ସୂଚନା
ITRର ବ୍ୟକ୍ତିଗତ ସୂଚନା ବିଭାଗରେ ଆପଣଙ୍କୁ ଇ-ଫାଇଲିଂ ପ୍ରୋଫାଇଲ୍ରୁ ସ୍ୱୟଂଚାଳିତ ଭାବରେ ପୂରଣ ହୋଇଥିବା ତଥ୍ୟକୁ ସତ୍ୟାପିତ କରିବାକୁ ହେବ। ଆପଣ ଆପଣଙ୍କର କିଛି ବ୍ୟକ୍ତିଗତ ତଥ୍ୟକୁ ସିଧାସଳଖ ଫର୍ମରେ ସଂପାଦନା କରିବାକୁ ସକ୍ଷମ ହେବେ ନାହିଁ। ତଥାପି, ଆପଣ ଆପଣଙ୍କର ଇ-ଫାଇଲିଂ ପ୍ରୋଫାଇଲ୍କୁ ଯାଇ ଆବଶ୍ୟକୀୟ ପରିବର୍ତ୍ତନ କରିପାରିବେ। ଆପଣ ଆପଣଙ୍କର ଇ-ଫାଇଲିଂ ପ୍ରୋଫାଇଲ୍ରେ ନିଜର ଯୋଗାଯୋଗ ବିବରଣୀ, ଫାଇଲିଂ ପ୍ରକାର ବିବରଣୀ, ଅଧିକୃତ ପ୍ରତିନିଧି, ଅଂଶିଦାର ବିବରଣୀ (ଯଦି ପ୍ରଯୁଜ୍ୟ), ଏବଂ ଆପଣଙ୍କର ବ୍ୟାଙ୍କ ବିବରଣୀଗୁଡ଼ିକ ସମ୍ପାଦନ କରିପାରିବେ।
ଯୋଗାଯୋଗ ବିବରଣୀ
ଫାଇଲିଂ ପ୍ରକାର ବିବରଣୀ
ଦୟାକରି ଧ୍ୟାନ ଦିଅନ୍ତୁ:
ବିତ୍ତ (ସଂ. 2) ଅଧିନିୟ, କରଦାତା ଜଣେ ବ୍ୟକ୍ତିବିଶେଷ, HUF, AOP (ସମବାୟ ସମିତି ବ୍ୟତୀତ), BOI ଅନ୍ତର୍ଭୁକ୍ତ ହୋଇଥାଉ କିମ୍ୱା ନ ହୋଇଥାଉ କିମ୍ୱା ଏକ କୁତ୍ରିମ ନ୍ୟାୟିକ ବ୍ୟକ୍ତିଙ୍କ କ୍ଷେତ୍ରରେ ନୂତନ କର ବ୍ୟବସ୍ଥାକୁ ଡିଫଲ୍ଟ କର ବ୍ୟବସ୍ଥା କରିବା ପାଇଁ 2024ରେ ଧାରା 115BAC(1A)କୁ ଅନ୍ତଃସ୍ଥାପିତ କରିଛି। ଯଦି ଜଣେ କରଦାତା ନୂତନ କର ବ୍ୟବସ୍ଥା ଅନୁସାରେ କର ପୈଠ କରିବାକୁ ଚହୁଁନାହାନ୍ତି, ତେବେ ସେ ନିଜେ ସୁସ୍ପଷ୍ଟ ଭାବେ ଏଥିରୁ ଓହରିଯାଆନ୍ତୁ ଏବଂ ପୁରୁଣା କର ବ୍ୟବସ୍ଥା ଅଧୀନରେ କର ବସାଯିବା ବିକଳ୍ପ ବାଛନ୍ତୁ।
ଏକ ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ କରୁଥିବା ଜଣେ କରଦାତା ନୂତନ କର ବ୍ୟବସ୍ଥାରୁ ଓହରି ଏକ ପ୍ରାସଙ୍ଗିକ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥାକୁ ଯାଇପାରିବେ। ଅଥଚ, ବ୍ୟବସାୟ କିମ୍ବା ବୃତ୍ତିଗତ ଆୟ ଥିଲେ, କରଦାତା ପ୍ରତିବର୍ଷ ଦୁଇଟି ବ୍ୟବସ୍ଥା ମଧ୍ୟରୁ ଗୋଟିଏ ବାଛିବାକୁ ଯୋଗ୍ୟ ହେବେ ନାହିଁ। କରଦାତା ଫର୍ମ 10-IEA ଫାଇଲ କରିବା ପରେ ନୂତନ କର ବ୍ୟବସ୍ଥାରୁ ଥରେ ଓହରିଯିବା ପରେ, ଆସନ୍ତା ବର୍ଷରେ ନୂତନ କର ବ୍ୟବସ୍ଥା ଭିତରକୁ ପୁନଃ ପ୍ରବେଶ କରିବାକୁ ଆଉ କେବଳ ଗୋଟିଏ ସୁଯୋଗୁ ମିଳିଥାଏ। କରଦାତା ଥରେ ନୂତନ ବ୍ୟବସ୍ଥାକୁ ଫେରିବା ପରେ ପରବର୍ତ୍ତୀ ବର୍ଷଗୁଡ଼ିକରେ କର ବ୍ୟବସ୍ଥା ପୁଣିଥରେ ବଦଳାଇବା ବିକଳ୍ପ ଆଉ ଉପଲବ୍ଧ ହେବ ନାହିଁ।
ଅବଶ୍ୟ ଏହାଙ୍କୁ ଫର୍ମ ସଂ. 10-IEAରେ ଓହରିଯିବାର ଏହି ବିକଳ୍ପ ଧାରା 139(1) ଅଧୀନରେ ଫାଇଲ କରିବା ପାଇଁ ଧାର୍ଯ୍ୟ ତାରିଖ କିମ୍ୱା ପୂର୍ବରୁ ପ୍ରୟୋଗ କରିବାକୁ ହେବ।
- ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2024-25ରେ ନୂତନ କର ବ୍ୟବସ୍ଥାରୁ ଓହରିଛନ୍ତି: ତେବେ "ହଁ" ଚୟନ କରନ୍ତୁ ଓ 10-IEA ଫାଇଲ୍ କରିଥିବା ତାରିଖ ଓ ପ୍ରାପ୍ତି ସ୍ୱୀକୃତ ସଂଖ୍ୟା ଭରନ୍ତୁ।
- ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2024-25ରେ ନୂତନ କର ବ୍ୟବସ୍ଥାରୁ ଓହରି ନାହାନ୍ତି, ତେବେ "ନାହଁ" ଚୟନ କରନ୍ତୁ
- ଯଦି କୌଣସି କାରଣରୁ ଯେପରିକି ପୂର୍ବରୁ ରିଟର୍ଣ୍ଣ ଫାଇଲ ହୋଇନଥିବାରୁ କିମ୍ୱା ITR 1 କିମ୍ୱା 2 ପୂର୍ବରୁ ଫାଇଲ ହୋଇନଥିବାରୁ ଆପଣଙ୍କ କ୍ଷେତ୍ରରେ ଏହି ପ୍ରଶ୍ନ ପ୍ରଯୁଜ୍ୟ ନୁହେଁ; ଦୟାକରି "ପ୍ରୟୁଜ୍ୟ ନୁହେଁ" ଚୟନ କରନ୍ତୁ।
- ଯଦି ଆପଣ 2024-25ରେ ନୂତନ କର ବ୍ୟବସ୍ଥାରୁ ଓହରି ଯାଇଛନ୍ତି ଓ ନିର୍ଦ୍ଧାରଣ ବର୍ଷ 2025-26ରେ ମଧ୍ୟ ଏଥିରୁ ଓହରି ରହିବାକୁ ଇଚ୍ଛା କରୁଛନ୍ତି, ତେବେ ପ୍ରଶ୍ନ "ଆପଣ ଚଳିତ ନିର୍ଦ୍ଧାରଣ ବର୍ଷରେ ମଧ୍ୟ ନୂତନ କର ବ୍ୟବସ୍ଥାରୁ ଓହରି ରହିବା ଜାରି ରିଖିବାକୁ ଇଚ୍ଛା କରୁଛନ୍ତି କି" ଓ ITRରେ ଉତ୍ତରରେ 'ହଁ' ଚୟନ କରନ୍ତୁ। ଯଦି ଆପଣ 2024-25ରେ ନୂତନ କର ବ୍ୟବସ୍ଥାରୁ ଓହରି ଯାଇଛନ୍ତି ଓ ନିର୍ଦ୍ଧାରଣ ବର୍ଷ 2025-26ରେ ମଧ୍ୟ ଏଥିରୁ ଓହରି ରହିବାକୁ ଇଚ୍ଛା କରୁଛନ୍ତି, ତେବେ ପ୍ରଶ୍ନ "ଆପଣ ଚଳିତ ନିର୍ଦ୍ଧାରଣ ବର୍ଷରେ ମଧ୍ୟ ନୂତନ କର ବ୍ୟବସ୍ଥାରୁ ଓହରି ରହିବା ଜାରି ରିଖିବାକୁ ଇଚ୍ଛା କରୁଛନ୍ତି କି" ଓ ଉତ୍ତରରେ 'ନାହିଁ' ଚୟନ କରନ୍ତୁ ଏବଂ ଫର୍ମ 10-IEA 2025-26ରେ ପୁଣିଥରେ ନୂତନ କର ବ୍ୟବସ୍ଥାରେ ପୁନଃ ପ୍ରବେଶ କରନ୍ତୁ।
- ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2024-25 ରେ ନୂତନ କର ବ୍ୟବସ୍ଥାରୁ ଓହରିଯିବା ନା କିମ୍ବା NA ଭାବରେ ଚୟନ କରିଛନ୍ତି ଏବଂ ଚଳିତ ନିର୍ଦ୍ଧାରଣ ବର୍ଷ 2025-26ପାଇଁ ନୂତନ କର ବ୍ୟବସ୍ଥାରୁ ଓହରିଯିବାକୁ ଚାହୁଁଛନ୍ତି: "ହଁ" କିମ୍ବା "ନାହିଁ" ଚୟନ କରନ୍ତୁ। ଯଦି ଏହି ବିକଳ୍ପ ପାଇଁ ହଁ ଚୟନ କରାଯାଇଛି ତେବେ ନିର୍ଦ୍ଧାରଣ ବର୍ଷ 2025-26ରେ ଫାଇଲ ହୋଇଥିବା ଫର୍ମ 10- IEA ଫାଇଲ କରାଯାଇଥିବା ତାରିଖ ଓ ପ୍ରାପ୍ତ ସ୍ୱୀକୃତି ସଂଖ୍ୟା ଭରନ୍ତୁ। ଫର୍ମ 10-IEA ଆୟକର ଅଧିନିୟମ 1961ର ଧାରା 139(1) ଅଧୀନରେ ଫାଇଲିଂର ଧାର୍ଯ୍ୟ ତାରିଖ ଭିତରେ ଫାଇଲ କରାଯିବା ଆବଶ୍ୟକ।
ବ୍ୟାଙ୍କ ବିବରଣୀ
4.2 ମୋଟ ସମୁଦାୟ ଆୟ
ମୋଟ ସମୁଦାୟ ଆୟ ବିଭାଗରେ, ଆପଣଙ୍କୁ ପୁର୍ବରୁ-ପୂରଣ ହୋଇଥିବା ସୂଚନା ସମୀକ୍ଷା କରିବାକୁ ହେବ ଏବଂ ବେତନ / ପେନ୍ସନ୍, ଗୃହ ସମ୍ପତ୍ତି, ବ୍ୟବସାୟ କିମ୍ବା ବୃତ୍ତି ଏବଂ ଅନ୍ୟାନ୍ୟ ଉତ୍ସରୁ (ଯେପରିକି ସୁଧ ଆୟ, ପାରିବାରିକର ପେନ୍ସନ୍ ଇତ୍ୟାଦି) ଆପଣଙ୍କ ଆୟ ଉତ୍ସର ବିବରଣୀର ସତ୍ୟାପନ କରିବାକୁ ହେବ। ଯଦି କିଛି ଅବଶିଷ୍ଟ / ଅତିରିକ୍ତ ବିବରଣୀ ରହିଛି ତେବେ ତା’କୁ ମଧ୍ୟ ଭରିବାକୁ ପଡ଼ିବ।
ବେତନରୁ ଆୟ
ଧାରା 10(13A) ଅଧୀନରେ HRA ଛାଡ ଦାବି କରିବା ପାଇଁ ଅତିରିକ୍ତ ସୂଚନା
ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ:
ଗୋଟିଏ ଗୃହ ସମ୍ପତ୍ତିରୁ ଆୟ ଏବଂ ଉଧାର ନିଆଯାଇଥିବା ପୁଞ୍ଜି ଉପରେ ସୁଧର ବିବରଣୀ


ଅନ୍ୟ ଉତ୍ସଗୁଡ଼ିକରୁ ଆୟ
4.3 ପ୍ରକଟିକରଣ ଏବଂ ଛାଡ଼ ହୋଇଥିବା ଆୟ
ପ୍ରକଟିକରଣ ଏବଂ ଛାଡ଼ ହୋଇଥିବା ଆୟ ବିଭାଗରେ, ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ଆର୍ଥିକ ବିବରଣୀ, GST-ସାମଗ୍ରୀ ଓ ସେବାକର ପାଇଁ ରିପୋର୍ଟ କରାଯାଇଥିବା ମୋଟ ପ୍ରାପ୍ତି (ବୈକଳ୍ପିକ) ସୂଚନା ଓ ଛାଡ ଆୟ ବିଷୟରେ ବିବରଣୀ ପ୍ରଦାନ କରିବାକୁ ପଡ଼ିବ।
4.4 ଧାରା 112A ଅଧୀନରେ ଦୀର୍ଘମିଆଦି ପୁଞ୍ଜି ଲାଭ:
4.5 ସମୁଦାୟ ରିହାତି
ସମୁଦାୟ ରିହାତି ବିଭାଗରେ, ଆପଣଙ୍କୁ ଆୟକର ଅଧିନିୟମର ଅଧ୍ୟାୟ VI-A ଅଧୀନରେ ଦାବି କରିବା ଆବଶ୍ୟକ ଥିବା ଯେକୌଣସି ରିହାତି ଯୋଡିବା ଏବଂ ସତ୍ୟାପନ କରିବା ଆବଶ୍ୟକ।
ଟିପ୍ପଣୀ: ନିର୍ଦ୍ଧାରଣ ବର୍ଷ 2025-26ରୁ ଆପଣଙ୍କୁ କାଟ ଦାବି କରିବା ପାଇଁ କିଛି ଅତିରିକ୍ତ ସୂଚନା ପ୍ରଦାନ କରିବାକୁ ପଡିବ।
ଧାରା 80C

ଧାରା 80 D
ଧାରା 80DD
ଧାରା 80U
ଧାରା 80E
ଧାରା 80GG
ଦୟାକରି ଧ୍ୟାନ ଦିଅନ୍ତୁ:
1. ଯଦି ଆପଣ ପୁରୁଣା କର ବ୍ୟବସ୍ଥା ବାଛିନାହାନ୍ତି, ତେବେ କେବଳ ଧାରା 80CCD (2)- ଟିୟର-1 NPS ଖାତାରେ ନିଯୁକ୍ତିଦାତାଙ୍କ ଯୋଗଦାନ ଏବଂ ଧାରା 80CCH - ଅଗ୍ନିବୀର କର୍ପସ୍ ପାଣ୍ଠିରେ ଜମା ହୋଇଥିବା ରାଶି ଅଧୀନରେ କାଟ ଆପଣଙ୍କୁ ଦୃଶ୍ୟମାନ ହେବ।
2. ଯଦି କରଦାତା ପୁରୁଆ କର ବ୍ୟବସ୍ଥା ବିକଳ୍ପ ବାଛୁଛନ୍ତି ଏବଂ ଧାରା 80DD କିମ୍ୱା 80U କିମ୍ୱା ଅଧୀନରେ ଅଟିଜିମ୍, ସେରେବ୍ରାଲ୍ ପ୍ଲାସି କିମ୍ୱା ଏକାଧିକ ଅକ୍ଷମତା ହେତୁ କାଟ ଦାବି କରୁଛନ୍ତି, ତେବେ ରିଟର୍ଣ୍ଣ ଫାଇଲ କରିବା ପୂର୍ବରୁ ଫର୍ମ 10-IA ଫାଇଲ କରିବା ବାଧ୍ୟତାମୂଳକ ଅଟେ।
3. ଯଦି କରଦାତା ପୁରୁଣା କର ବ୍ୟବସ୍ଥା ଗ୍ରହଣ କରିବାକୁ ଚାହୁଁଛନ୍ତି ଓ ଧାରା 80GG ଅଧୀନରେ କର କାଟ ଦାବି କରୁଛନ୍ତି, ତେବେ ରିଟର୍ଣ୍ଣ ଫାଇଲ କରିବା ପୂର୍ବରୁ ଫର୍ମ 10BA ଫାଇଲ କରିବା ବାଧ୍ୟତାମୂଳକ ଅଟେ।
4. PRAN ବାଧ୍ୟତାମୂଳକ ଭାବରେ 80CCD (1) ଏବଂ 80CCD (1B ) ଅଧୀନରେ କାଟ ଦାବି କରିବାକୁ ଆବଶ୍ୟକ ହୋଇଥାଏ
4.6 ପୈଠ ହୋଇଥିବା କରଗୁଡ଼ିକ
ପୈଠ ହୋଇଥିବା କର ବିଭାଗରେ, ଆପଣ ପୂର୍ବ ବର୍ଷରେ ପୈଠ କରିଥିବା କର ସତ୍ୟାପନ କରିବା ଆବଶ୍ୟକ। କର ବିବରଣୀ ମଧ୍ୟରେ ଦେୟ ପ୍ରଦାନକାରୀ ଦ୍ୱାରା ପ୍ରଦତ୍ତ ବେତନ/ବେତନ ବ୍ୟତୀତ TDS, TCS, ଅଗ୍ରୀମ କର ଏବଂ ସ୍ୱ-ମୂଲ୍ୟାୟନ କର ଅନ୍ତର୍ଭୁକ୍ତ।
4.7 ମୋଟ କର ଦେୟତା
ସମୁଦାୟ କର ଦେୟତା ବିଭାଗରେ, ଆପଣ ଆପଣଙ୍କର ଆୟର ଗଣନା, କରର ଗଣନା ଏବଂ ସମୁଦାୟ କର, ଉପକର ଏବଂ ସୁଧ ଦେଖିବାକୁ ସକ୍ଷମ ହେବେ। ଆପଣ କର ହିସାବ ବିଭାଗରେ ପୂର୍ବରୁ ପୁରଣ ଭରିଥିବା ବିଭାଗ ଅନୁଯାୟୀ ଆପଣଙ୍କର କର ଦେୟତାର ବିବରଣୀ ଯାଞ୍ଚ କରିବା ଆବଶ୍ୟକ।
5. କିପରି ପ୍ରବେଶ କରିବେ ଏବଂ ITR4 ଦାଖଲ କରିବେ
ଆପଣ ନିମ୍ନଲିଖିତ ପଦ୍ଧତି ମାଧ୍ୟମରେ ଆପଣଙ୍କର ITR ଫାଇଲ୍ ଏବଂ ଦାଖଲ କରିପାରିବେ:
- ଅନଲାଇନ୍ ପଦ୍ଧତି - ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ
- ଅଫ୍ଲାଇନ୍ ମୋଡ୍ - ଅଫ୍ଲାଇନ୍ ଉପଯୋଗିତା କିମ୍ବା ଏକ୍ସେଲ୍ ଉପଯୋଗିତା ମାଧ୍ୟମରେ
ଅନଲାଇନ୍ ପଦ୍ଧତି ମାଧ୍ୟମରେ ITR ଫାଇଲ୍ ଏବଂ ଦାଖଲ କରିବା ପାଇଁ ନିମ୍ନରେ ଦିଆଯାଇଥିବା ସୋପାନଗୁଡ଼ିକୁ ଅନୁସରଣ କରନ୍ତୁ:
ସୋପାନ 1: ଆପଣଙ୍କର ଉପଭୋକ୍ତା ID ଏବଂ ପାସ୍ୱାର୍ଡ୍ ବ୍ୟବହାର କରି ଇ-ଫାଇଲିଂ ପୋର୍ଟାଲ୍ରେ ଲଗ୍ଇନ୍ କରନ୍ତୁ।
ସୋପାନ 2: ଆପଣଙ୍କ ଡ୍ୟାଶ୍ବୋର୍ଡରେ, ଇ-ଫାଇଲ୍ > ଆୟକର ରିଟର୍ଣ୍ଣ > ଆୟକର ରିଟର୍ଣ୍ଣ ଫାଇଲ୍ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 3: ନିର୍ଦ୍ଧାରଣ ବର୍ଷ 2025-26 ଭାବେ ଚୟନ କରନ୍ତୁ ଏବଂ ଫାଇଲ୍ କରିବାର ପଦ୍ଧତି ଭାବରେ ଅନ୍ଲାଇନ୍ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 4: ଯଦି ଆପଣ ପୂର୍ବରୁ ଆୟକର ରିଟର୍ଣ୍ଣ ଫାଇଲ କରିସାରିଛନ୍ତି ଏବଂ ଏହା ଦାଖଲ ପାଇଁ ବିଚାରାଧୀନ ରହିଛି, ତେବେ ଫାଇଲିଂ ପୁନଃଆରମ୍ଭ କରନ୍ତୁରେ କ୍ଲିକ୍ କରନ୍ତୁ। ଯଦି ଆପଣ ସଂରକ୍ଷିତ ହୋଇଥିବା ରିଟର୍ନକୁ ପରିତ୍ୟାଗ କରିବାକୁ ଚାହୁଁଛନ୍ତି ଏବଂ ନୂତନ ଭାବରେ ପ୍ରସ୍ତୁତି ଆରମ୍ଭ କରିବାହୁ ଚାହୁଁଛନ୍ତି ତେବେ ନୂତନ ଭାବରେ ଫାଇଲ୍ କରିବା ଆରମ୍ଭ କରନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 5: ଆପଣଙ୍କ ପାଇଁ ପ୍ରଯୁଜ୍ୟ ସ୍ଥିତି ଚୟନ କରନ୍ତୁ ଏବଂ ଆଗକୁ ବଢିବା ପାଇଁ ଜାରି ରଖନ୍ତୁ ରେ କ୍ଲିକ୍ କରନ୍ତୁ।
ସୋପାନ 6: ଡ୍ରପଡାଉନ୍ରୁ ପ୍ରଯୁଜ୍ୟ ଆୟକର ରିଟର୍ଣ୍ଣ ଚୟନ କରନ୍ତୁ ଏବଂ ITR -4ସହିତ ଆଗକୁ ବଢନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 7: ଥରେ ଆପଣ ଆପଣଙ୍କ ପାଇଁ ପ୍ରଯୁଜ୍ୟ ITR ଚୟନ କରିବା ପରେ, ଆବଶ୍ୟକ ଦସ୍ତାବିଜଗୁଡ଼ିକର ସୂଚୀ ଟିପି ରଖନ୍ତୁ ଏବଂ ଚାଲନ୍ତୁ ଆରମ୍ଭ କରିବା ଉପରେ କ୍ଲିକ୍ କରନ୍ତୁ।

ସୋପାନ 8: ITR ଦାଖଲ କରିବାର କାରଣ ସମ୍ବନ୍ଧରେ ଆପଣଙ୍କ ପାଇଁ ପ୍ରଯୁଜ୍ୟ ଚେକ୍ବକ୍ସ ଚୟନ କରନ୍ତୁ ଏବଂ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 9: ଆପଣଙ୍କର ପ୍ରାକ୍-ପୂରଣ ହୋଇଥିବା ତଥ୍ୟ ସମୀକ୍ଷା କରନ୍ତୁ ଏବଂ ଯଦି ଆବଶ୍ୟକତା ଥାଏ ତେବେ ସଂପାଦନା କରନ୍ତୁ। ଅବଶିଷ୍ଟ / ଅତିରିକ୍ତ ତଥ୍ୟ ଭରନ୍ତୁ (ଯଦି ଆବଶ୍ୟକ ହୁଏ) ଏବଂ ପ୍ରତ୍ୟେକ ବିଭାଗର ଶେଷରେ ଥିବା ନିଶ୍ଚିତ କରନ୍ତୁରେ କ୍ଲିକ୍ କରନ୍ତୁ।
ଦୟାକରି ଧ୍ୟାନ ଦିଅନ୍ତୁ:
ବିତ୍ତ (ସଂ. 2) ଅଧିନିୟ, କରଦାତା ଜଣେ ବ୍ୟକ୍ତିବିଶେଷ, HUF, AOP (ସମବାୟ ସମିତି ବ୍ୟତୀତ), BOI ଅନ୍ତର୍ଭୁକ୍ତ ହୋଇଥାଉ କିମ୍ୱା ନ ହୋଇଥାଉ କିମ୍ୱା ଏକ କୁତ୍ରିମ ନ୍ୟାୟିକ ବ୍ୟକ୍ତିଙ୍କ କ୍ଷେତ୍ରରେ ନୂତନ କର ବ୍ୟବସ୍ଥାକୁ ଡିଫଲ୍ଟ କର ବ୍ୟବସ୍ଥା କରିବା ପାଇଁ 2024ରେ ଧାରା 115BAC(1A)କୁ ଅନ୍ତଃସ୍ଥାପିତ କରିଛି। ଯଦି ଜଣେ କରଦାତା ନୂତନ କର ବ୍ୟବସ୍ଥା ଅନୁସାରେ କର ପୈଠ କରିବାକୁ ଚହୁଁନାହାନ୍ତି, ତେବେ ସେ ନିଜେ ସୁସ୍ପଷ୍ଟ ଭାବେ ଏଥିରୁ ଓହରିଯାଆନ୍ତୁ ଏବଂ ପୁରୁଣା କର ବ୍ୟବସ୍ଥା ଅଧୀନରେ କର ବସାଯିବା ବିକଳ୍ପ ବାଛନ୍ତୁ।
ଏକ ବ୍ୟବସାୟ କିମ୍ବା ବୃତ୍ତିରୁ ଆୟ କରୁଥିବା ଜଣେ କରଦାତା ନୂତନ କର ବ୍ୟବସ୍ଥାରୁ ଓହରି ଏକ ପ୍ରାସଙ୍ଗିକ ବର୍ଷ ପାଇଁ ପୁରୁଣା କର ବ୍ୟବସ୍ଥାକୁ ଯାଇପାରିବେ। ଅବଶ୍ୟ, ଏହାଙ୍କୁ ଫର୍ମ ସଂ.10-IEAରେ ଓହରିଯିବାର ଏହି ବିକଳ୍ପ ଧାରା 139 (1) ଅଧୀନରେ ଫାଇଲ କରିବା ପାଇଁ ଧାର୍ଯ୍ୟ ତାରିଖ କିମ୍ୱା ପୂର୍ବରୁ ପ୍ରୟୋଗ କରିବାକୁ ହେବ।
ଦୟାକରି ଧ୍ୟାନ ଦିଅନ୍ତୁ:
- ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2024-25ରେ ନୂତନ କର ବ୍ୟବସ୍ଥାରୁ ଓହରିଯାଇଛନ୍ତି: ରେ ନୂତନ ଟିକସ ବ୍ୟବସ୍ଥାରୁ ଓହରିଯାଇଛନ୍ତି, ତେବେ “ହଁ, ନା କିମ୍ବା ପ୍ରଯୁଜ୍ୟ ନୁହେଁ” ଚୟନ କରନ୍ତୁ। ଯଦି ହଁ ଚୟନ କରୁଛନ୍ତି, ତେବେ ଫାଇଲ କରିଥିବା ଫର୍ମ 10-IEA ଫାଇଲ ହୋଇଥିବା ତାରିଖ ଏବଂ ପ୍ରାପ୍ତିସ୍ୱୀକୃତି ସଂଖ୍ୟା ଭରନ୍ତୁ।
- ଯଦି ଆପଣ ନିର୍ଦ୍ଧାରଣ ବର୍ଷ 2024-25 ପାଇଁ ନାହିଁ କିମ୍ବା NA ଚୟନ କରିଛନ୍ତି ଏବଂ ପ୍ରଚଳିତ ନିର୍ଦ୍ଧାରଣ ବର୍ଷ 2025-26 ପାଇଁ ନୂତନ କର ବ୍ୟବସ୍ଥାରୁ ଓହରି ଯିବାକୁ ଚାହୁଁଛନ୍ତୀ: "ହଁ" ଚୟନ କରନ୍ତୁ, ଅନ୍ୟଥା "ନାହିଁ" ଚୟନ କରନ୍ତୁ। ଯଦି ହଁ ଚୟନ କରୁଛନ୍ତି, ତେବେ ଫାଇଲ କରିଥିବା ଫର୍ମ 10-IEA ଫାଇଲ ହୋଇଥିବା ତାରିଖ ଏବଂ ପ୍ରାପ୍ତିସ୍ୱୀକୃତି ସଂଖ୍ୟା ଭରନ୍ତୁ।
ସୋପାନ 10: ବିଭିନ୍ନ ବିଭାଗରେ ଆପଣଙ୍କର ଆୟ ଏବଂ କର ବିବରଣୀ ଭରନ୍ତୁ। ଫର୍ମର ସମସ୍ତ ବିଭାଗ ପୂରଣ ଏବଂ ନିଶ୍ଚିତ କରିବା ପରେ, ଆଗକୁ ବଢନ୍ତୁରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ 11: ଯଦି ସେଥିରେ କର ଦେୟତା ରହିଥାଏ
ଆପଣ ପ୍ରଦାନ କରିଥିବା ବିବରଣୀ ଉପରେ ଆଧାର କରି ଆପଣଙ୍କୁ ଆପଣଙ୍କର କର ହିସାବର ଏକ ସାରାଂଶ ପ୍ରଦର୍ଶିତ ହେବ। ଯଦି ହିସାବ ଉପରେ ଆଧାର କରି ଦେୟଯୋଗ୍ୟ କର ଦେୟତା ଥାଏ, ତେବେ ଆପଣ ପୃଷ୍ଠାର ତଳ ଭାଗରେ ବର୍ତ୍ତମାନ ପେଠ କରନ୍ତୁ ଏବଂ ପରେ ପୈଠ କରନ୍ତୁ ବିକଳ୍ପ ପାଇବେ। ବର୍ତ୍ତମାନ ପୈଠ କରନ୍ତୁ ବିକଳ୍ପ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।

ସୋପାନ 11a (i): ଯଦି ଆପଣ “ବର୍ତ୍ତମାନ ପୈଠ କରନ୍ତୁ” ଉପରେ କ୍ଲିକ୍ କରନ୍ତି ତେବେ ଆପଣ ଇ-କର ପୈଠ କରନ୍ତୁ ସେବାକୁ ପୁନଃ ନିର୍ଦ୍ଦେଶିତ ହେବେ। ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
- ଟିପ୍ପଣୀ: ଆପଣ ଜାରି ରଖନ୍ତୁରେ କ୍ଲିକ୍ କରିବା ପରେ ଆପଣଙ୍କୁ ପୋର୍ଟାଲ୍ରେ କର ପୈଠ କରିବା ପାଇଁ ଇ-କର ପୈଠ କରନ୍ତୁ ପୃଷ୍ଟାକୁ ନିଆଯିବ। ଅଧିକ ଜାଣିବା ପାଇଁ କର ଇ-ପୈଠ କରନ୍ତୁ ଉପଭୋକ୍ତା ମାନୁଆଲ୍ ଦେଖନ୍ତୁ।
ସୋପାନ 11a(ii): ଇ-ଫାଇଲିଂ ପୋର୍ଟାଲ୍ ମାଧ୍ୟମରେ ସଫଳ ଦେୟ ପୈଠ ପରେ, ସଫଳ ହୋଇଥିବାର ଏକ ବାର୍ତ୍ତା ପ୍ରଦର୍ଶିତ ହୁଏ। ITRର ଫାଇଲିଂ ସମ୍ପୂର୍ଣ୍ଣ କରିବାକୁ ରିଟର୍ଣ୍ଣକୁ ଫେରନ୍ତୁ ରେ କ୍ଲିକ୍ କରନ୍ତୁ।
- ଯଦି ଆପଣ ପରେ ପୈଠ କରନ୍ତୁକୁ ଚୟନ କରନ୍ତି, ତେବେ ଆପଣ ଆପଣଙ୍କର ଆୟକର ରିଟର୍ନ ଫାଇଲ୍ କରିବା ପରେ ଦେୟ ପ୍ରଦାନ କରିପାରିବେ, କିନ୍ତୁ ଜଣେ ଖିଲାପୀ କରଦାତା ଭାବରେ ବିବେଚିତ ହେବାର ଆଶଙ୍କା ଅଛି, ଏବଂ ଦେୟଯୋଗ୍ୟ କର ଉପରେ ସୁଧ ଦେବାର ଦାୟିତ୍ୱ ଲାଗୁ ହୋଇପାରେ।
ସୋପାନ 12: ଯଦି କୌଣସି କର ଦେୟତା ନାହିଁ (କୌଣସି ମାଗଣ ନାହିଁ / କୌଣସି ଫେରସ୍ତ ନାହିଁ) କିମ୍ବା ଯଦି ଆପଣ ଫେରସ୍ତ ପାଇଁ ଯୋଗ୍ୟ ଅଟନ୍ତି
ଫେରସ୍ତ ପୂର୍ବାବଲୋକନ କରନ୍ତୁରେ କ୍ଲିକ୍ କରନ୍ତୁ । ଯଦି ଦେଯୟୋଗ୍ୟ କୌଣସି କର ଦେୟତା ନାହିଁ କିମ୍ୱା ଯଦି କର ଗଣନା ଆଦାରିତ ଫେରସ୍ତ ଅଛି, ତାହାହେଲେ ଆପଣଙ୍କୁ ଆପଣଙ୍କ ରିଟର୍ଣ୍ଣ ପୂର୍ବାବଲୋକନ ଓ ଦାଖଲ କରନ୍ତୁ ପୃଷ୍ଠାକୁ ନିଆଯିବ।

ସୋପାନ 13: ଆପଣଙ୍କ ରିଟର୍ଣ୍ଣ ପୂର୍ବାବଲୋକନ ଓ ଦାଖଲ କରନ୍ତୁ ପୃଷ୍ଠାରେ କ୍ଲିକ୍ କଲେ ସ୍ଥାନ, ନାମ ଓ ଅନ୍ୟାନ୍ୟ ବିବରଣୀର ଡାଟା ସ୍ୱତଃ ଯୋଡିହେବ, ତାପରେ ଘୋଷଣାନାମା ଚେକ୍ବକ୍ସ ଚୟନ କରନ୍ତୁ ଓ ବୈଧିକରଣ ପାଇଁ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ
ଟିପ୍ପଣୀ: ଯଦି ଆପଣ ନିଜର ରିଟର୍ଣ୍ଣ ପ୍ରସ୍ତୁତ କରିବାରେ କର ରିଟର୍ଣ୍ଣ ପ୍ରସ୍ତୁତକାରୀ କିମ୍ବା TRPଙ୍କୁ ଅନ୍ତର୍ଭୁକ୍ତ କରିନାହାଁନ୍ତି, ତେବେ ଆପଣ TRP ସହିତ ଜଡିତ ଟେକ୍ସଟ୍ ବକ୍ସଗୁଡ଼ିକୁ ଖାଲି ଛାଡି ପାରିବେ।
ସୋପାନ 14: ଥରେ ଆଭ୍ୟନ୍ତରୀଣ ବୈଧିକରଣ ସଫଳ ହେବା ପରେ, ପୂର୍ବାବଲୋକନ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଯଦି ଆପଣଙ୍କୁ ଆପଣଙ୍କ ରିଟର୍ଣ୍ଣରେ ଥିବା ତ୍ରୁଟିର ଏକ ସୂଚୀ ଦେଖାଯାଏ, ତେବେ ତ୍ରୁଟି ସଂଶୋଧନ କରିବାକୁ ଆପଣଙ୍କୁ ଫର୍ମକୁ ଫେରିବାକୁ ପଡିବ। ଯଦି କୌଣସି ତ୍ରୁଟି ନାହିଁ, ତେବେ ଆପଣ ଆପଣଙ୍କର ଫେରସ୍ତକୁ ପୂର୍ବାବଲୋକନ କରିବାକୁ ଆଗେଇପାରିବେ।
ସୋପାନ 15: ରିଟର୍ଣ୍ଣର ପୂର୍ବାବଲୋକନ ପୃଷ୍ଠାରେ ବୈଧିକରଣ ପାଇଁ ଆଗକୁ ବଢ଼ନ୍ତୁରେ କ୍ଲିକ୍ କରନ୍ତୁ।
ସୋପାନ 16: ଥରେ ବୈଧିକୃତ ହେବା ପରେ, ସତ୍ୟାପନ ପାଇଁ ଆଗକୁ ବଢ଼ନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ: ଆପଣଙ୍କ ରିଟର୍ଣ୍ଣରେ ବୈଧିକରଣ ସମ୍ୱନ୍ଧୀୟ ତ୍ରୁଟିର ଏକ ସୂଚୀ ପ୍ରଦର୍ଶିତ ହେବ। ତ୍ରୁଟି ସଂଶୋଧନ କରିବାକୁ ଆପଣଙ୍କୁ ଫର୍ମକୁ ଫେରିଯିବାକୁ ହେବ। ଯଦି କୌଣସି ତ୍ରୁଟି ନଥାଏ, ତେବେ ଆପଣ ସତ୍ୟାପନ ପାଇଁ ଆଗକୁ ବଢନ୍ତୁରେ କ୍ଲିକ୍ କରି ଆପଣଙ୍କର ରିଟର୍ନ ଇ-ସତ୍ୟାପନ କରିବାକୁ ଆଗକୁ ବଢିପାରିବେ।
ସୋପାନ 17: ଆପଣଙ୍କର ସତ୍ୟାପନ ସମ୍ପୂର୍ଣ୍ଣ କରନ୍ତୁ ପୃଷ୍ଠାରେ ଆପଣଙ୍କର ପସନ୍ଦର ବିକଳ୍ପ ଚୟନ କରନ୍ତୁ ଓ ଜାରି ରଖନ୍ତୁ ଉପରେ କ୍ଲିକ୍ କରନ୍ତୁ।
ଆପଣଙ୍କର ରିଟର୍ନ ସତ୍ୟାପନ କରିବା ବାଧ୍ୟତାମୂଳକ ଅଟେ ଏବଂ ଇ-ସତ୍ୟାପନ (ଅନୁମୋଦିତ ବିକଳ୍ପ - ଇ- ବର୍ତ୍ତମାନ ସତ୍ୟାପନ କରନ୍ତୁ ) ହେଉଛି ଆପଣଙ୍କର ITR ସତ୍ୟାପନ କରିବାର ସବୁଠାରୁ ସହଜ ଉପାୟ - ଏହା ଦ୍ରୁତ, କାଗଜବିହୀନ ଏବଂ ସ୍ପିଡ୍ପୋଷ୍ଟ ଜରିଆରେ ଏକ ସ୍ୱାକ୍ଷରିତ ଭୌତିକ ITR-V ନକଲ CPCକୁ ପଠାଇବା ତୁଳନାରେ ସୁରକ୍ଷିତ ଅଟେ।

ଟିପ୍ପଣୀ:ଯଦି ଆପଣ ପରେ ଇ-ସତ୍ୟାପନ କରନ୍ତୁ ଚୟନ କରନ୍ତି, ତେବେ ଆପଣ ନିଜର ରିଟର୍ନ ଦାଖଲ କରିପାରିବେ, ତଥାପି, ଆପଣଙ୍କୁ ଆପଣଙ୍କର ITR ଫାଇଲ୍ କରିବାର 30 ଦିନ ମଧ୍ୟରେ ଆପଣଙ୍କର ରିଟର୍ନ ସତ୍ୟାପନ କରିବାକୁ ହେବ।
ସୋପାନ 18: ଇ-ସତ୍ୟାପନ ପୃଷ୍ଠାରେ, ଯାହା ମାଧ୍ୟମରେ ଆପଣ ରିଟର୍ଣ୍ଣ ଇ-ସତ୍ୟାପନ କରିବାକୁ ଚାହୁଁଛନ୍ତି ଚୟନ କରନ୍ତୁ ଓ ଜାରି ରଖନ୍ତୁରେ କ୍ଲିକ୍ କରନ୍ତୁ।
ଟିପ୍ପଣୀ:
- ଅଧିକ ଜାଣିବା ପାଇଁ କିପରି ଇ-ସତ୍ୟାପନ କରିବେ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।
- ଯଦି ଆପଣ ITR-V ମାଧ୍ୟମରେ ସତ୍ୟାପନ ଚୟନ କରନ୍ତି, ତେବେ ଆପଣଙ୍କୁ ଆପଣଙ୍କର ITR-Vର ଏକ ସ୍ୱାକ୍ଷରିତ ଭୌତିକ କପି କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର, ଆୟକର ବିଭାଗ, ବେଙ୍ଗାଲୁରୁ 560500କୁ 30 ଦିନ ମଧ୍ୟରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଇବାକୁ ପଡ଼ିବ।
- ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରାକ୍-ବୈଧିକରଣ କରିଛନ୍ତି ଯାହା ଦ୍ୱାରା ଦେୟ ହେବାକୁ ଥିବା କୌଣସି ରିଫଣ୍ଡ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇପାରିବ।
- ଅଧିକ ଜାଣିବା ପାଇଁ ମୋ ବ୍ୟାଙ୍କ ଆକାଉଣ୍ଟ ଉପଭୋକ୍ତା ମାନୁଆଲ୍ ଅନୁସରଣ କରନ୍ତୁ।
ଦୟାକରି ଧ୍ୟାନ ଦିଅନ୍ତୁ:: 2024ର ବିଜ୍ଞପ୍ତି ସଂଖ୍ୟା 2 ଦିନାଙ୍କିତ 31/03/2024 ଅନୁଯାୟୀ-
- ଯେଉଁଠାରେ ଆୟର ରିଟର୍ଣ୍ଣ ଅପଲୋଡ୍ କରାଯାଏ ଏବଂ ଇ - ଯାଞ୍ଚ / lTRV ଅପଲୋଡ୍ କରିବାର 30 ଦିନ ମଧ୍ୟରେ ଦାଖଲ କରାଯାଏ - ଏପରି କ୍ଷେତ୍ରରେ ଆୟର ରିଟର୍ଣ୍ଣ ଅପଲୋଡ୍ କରିବାର ତାରିଖକୁ ଆୟର ରିଟର୍ଣ୍ଣ ପ୍ରଦାନ କରିବାର ତାରିଖ ଭାବରେ ବିବେଚନା କରାଯିବ।
- ଯେଉଁଠାରେ ଅପଲୋଡ୍ ହେବାର 30 ଦିନ ପରେ ଇ-ସତ୍ୟାପନ କିମ୍ବା ITR-V ଦାଖଲ କରାଯାଏ - ସେହି କ୍ଷେତ୍ରରେ ଇ-ସତ୍ୟାପନ ତାରିଖ/ ITR-V ଦାଖଲ ତାରିଖକୁ ଆୟର ରିଟର୍ଣ୍ଣ ପ୍ରଦାନ ତାରିଖ ଭାବରେ ବିବେଚନା କରାଯିବ ଏବଂ ଅଧିନିୟମ ଅନୁଯାୟୀ ବିଳମ୍ବରେ ରିଟର୍ଣ୍ଣ ଦାଖଲ କରିବାର ସମସ୍ତ ପରିଣାମ ପ୍ରଯୁଜ୍ୟ ହେବ।
- ନିର୍ଦ୍ଧାରିତ ଫର୍ମାଟରେ ଏବଂ ନିର୍ଦ୍ଧାରିତ ପଦ୍ଧତିରେ ବିଧିବଦ୍ଧ ଭାବେ ଯାଞ୍ଚ କରାଯାଇଥିବା ITR-Vକୁ ସାଧାରଣ କିମ୍ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ କିମ୍ବା ଅନ୍ୟ କୌଣସି ପଦ୍ଧତିରେ କେବଳ ନିମ୍ନଲିଖିତ ଠିକଣାରେ ପଠାଯିବ:
କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର, ଆୟକର ବିଭାଗ, ବେଙ୍ଗାଲୁରୁ - 560500, କର୍ଣ୍ଣାଟକ।
- ଯେଉଁ ତାରିଖରେ ଉପଯୁକ୍ତ ଭାବେ ଯାଞ୍ଚ କରାଯାଇଥିବା ITR-V CPCରେ ପ୍ରାପ୍ତ ହେବେ ତାହା ଆୟର ରିଟର୍ଣ୍ଣ ଅପଲୋଡ୍ ତାରିଖଠାରୁ 30 ଦିନ ଅବଧିର ନିର୍ଦ୍ଧାରଣ ଉଦ୍ଦେଶ୍ୟରେ ବିଚାର କରାଯିବ।
- ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅପଲୋଡ୍ କରିବା ପରେ ଯେଉଁଠାରେ ଆୟର ରିଟର୍ଣ୍ଣ ସତ୍ୟାପନ କରାଯାଏ ନାହିଁ ସେହି ରିଟର୍ଣ୍ଣକୁ ଅବୈଧ ବୋଲି ଧରାଯିବ।
ଥରେ ଆପଣ ଆପଣଙ୍କ ରିଟର୍ଣ୍ଣର ଇ-ସତ୍ୟାପନ କରିବା ପରେ ବିନିମୟ ID ଏବଂ ପ୍ରାପ୍ତିସ୍ୱୀକାର ସଂଖ୍ୟା ସହିତ ଏକ ସଫଳତା ବାର୍ତ୍ତା ପ୍ରଦର୍ଶିତ ହୁଏ। ଆପଣ ମଧ୍ୟ ଇ-ଫାଇଲିଂ ପୋର୍ଟାଲ୍ରେ ପଞ୍ଜୀକୃତ ଆପଣଙ୍କର ମୋବାଇଲ ନମ୍ବର ଏବଂ ଇମେଲ୍ IDରେ ଏକ ନିଶ୍ଚିତକରଣ ସନ୍ଦେଶ ପ୍ରାପ୍ତ କରିବେ।